ଜଓ୍ବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ସୋମବାର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜେଏନ୍ୟୁର ସମାବର୍ତ୍ତନ ଉତ୍ସବରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଯୋଗ ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିରୋଧକୁ ଜୋରଦାର କରାଯାଇଥିଲା । ହଷ୍ଟେଲ ଦେୟ ବୃଦ୍ଧି କରାଯାଇଥିବା କାରଣରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ବିରୋଧୀ ମନୋଭାବ ପୋଷଣ କରୁଛନ୍ତି ବୋଲି ନାରା ଲଗାଇଥିଲେ ଛାତ୍ରଛାତ୍ରୀ । ଜେଏନ୍ୟୁରେ ବାର୍ଷିକ 200 ଟଙ୍କା ହଷ୍ଟେଲ ଦେୟ ପ୍ରଦାନ କରିବାକୁ ପଡୁଥିବା ବେଳେ ବର୍ତ୍ତମାନ ଏହାକୁ ମାସିକ 15 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।
Author: Samikhsya Bureau
ଆସନ୍ତା 13 ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ 2019-20 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଡିସେମ୍ବର 19 ତାରିଖ ଯାଏ ଶୀତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ୍ 30ଟି କାର୍ଯ୍ୟଦିବସ ରହିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ସୂଚନା ଦେଇଛନ୍ତି । ଏଥିସହ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ମନ୍ତ୍ରୀ ଆରୁଖ ।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ମହାନାଟକରେ ଏବେ ଘଟଣା ବେଶ୍ ରୋଚକ ପରିସ୍ଥିତିରେ ପହଞ୍ଚିଛି । ପରିଶେଷରେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ସ୍ପଷ୍ଟ ଦିଶୁଛି । ଗତ ଦୁଇ ସପ୍ତାହ ଭିତରେ ମହାରାଷ୍ଟ୍ରର ରାଜନୀତିରେ ସାପ ସିଡି ଖେଳ ଚାଲିଛି । ମହାରାଷ୍ଟ୍ର ରାଜନୀତିରେ ଗେମ୍ଚେଞ୍ଚର ପାଲଟିଛି ଏନ୍ସିପି । ମହାରାଷ୍ଟ୍ରରେ ବିଜେପି – ଶିବସେନା ମେଣ୍ଟ ସରକାର ବିଫଳ ହେବା ପରେ ଏବେ ତିନିଦଳଙ୍କ ମେଣ୍ଟରେ ସରକାର ଗଠନ ପ୍ରକ୍ରିୟା ଚାଲିଛି । ଆଜି ସନ୍ଧ୍ୟା ସୁଦ୍ଧା ଶିବସେନା ରାଜ୍ୟପାଳଙ୍କ ପାଖରେ ଉପସ୍ଥିତ ରହି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବା ସହିତ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ସୂଚନା ମିଳୁଛି। ବିଜେପି ସହିତ ୩୦ ବର୍ଷର ସମ୍ପର୍କକୁ ତୁଟାଇ ଶିବସେନା ନିଜର ଏକ ବିକଳ୍ପ ରାସ୍ତା ପାଇଁ ଏବେ ପ୍ରସ୍ତୁତ ହେଉଛି । ମହାରାଷ୍ଟ୍ରର…
ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚେଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ପ୍ରାୟ 10.30ରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଜଣଙ୍କର ପ୍ରାଣହାନି ଘଟଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ରେଲୱେ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସିଗ୍ନାଲରେ ତ୍ରୁଟି କାରଣରୁ କର୍ଣ୍ଣୁଲରୁ ଆସୁଥିବା ହୁଣ୍ଡ୍ରି ଏକ୍ସପ୍ରେସ ଏବଂ ଏମ୍ଏମ୍ଟିଏସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆହତଙ୍କୁ ରେଳବାଇ ପକ୍ଷରୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ପୀୟୁଷ ଗୋୟଲ ଟ୍ବିଟ୍ କରିଛନ୍ତି ।
ଝାରଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ 52 ବିଧାନସଭା ବସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଥିବା ବେଳେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା 52 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । 52 ଜଣିଆ ପ୍ରାର୍ଥୀ ତାଲିକାରେ 12 ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର(ପୂର୍ବ)ରୁ ପ୍ରତିଦ୍ବନ୍ଦିତା କରିବା ନେଇ ନଡ୍ଡା ଘୋଷଣା କରିଛନ୍ତି । ରଘୁବର ଦାସ ଏକ ଦୁର୍ନୀତିମୁକ୍ତ ଏବଂ ଦୃଢ ସରକାର ପ୍ରଦାନ କରିଥିବାରୁ ଜନାଦେଶ ବିଜେପି ସପକ୍ଷରେ ରହିଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ, ଜେଏମ୍ଏମ୍ ଏବଂ ଆରଜେଡି ମେଣ୍ଟ ପକ୍ଷରୁ ମଧ୍ୟ 43 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଜେଏମ୍ଏମ୍ 31 ଆସନରେ ପ୍ରାର୍ଥୀ ଦେବାକୁ…
ମହାରାଷ୍ଟ୍ର ରାଜନୀତିରେ ଏବେ ନାଟକୀୟ ମୋଡ଼ ଘଟିଛି। ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଦ୍ବିତୀୟ ବହୁମତ ଦଳ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏବେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଯାଉଛି । କେନ୍ଦ୍ରରେ ରହିଥିବା ଶିବସେନାର ମନ୍ତ୍ରୀ ଅରବିନ୍ଦ ରାଉତ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇ ସାରି ବିଜେପି ସହିତ ଥିବା ୩୦ ବର୍ଷର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ବୋଲି ପ୍ରମାଣ କରିଦେଇଛନ୍ତି । ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ କସରତ ଜାରି ରଖିଥିବାବେଳେ ବିଜେପିକୁ ଟାର୍ଗେଟ କରିଛି । ଶିବସେନା ଅଭିଯୋଗ କରିଛି ଯେ, ବିଜେପିକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୭୨ ଘଣ୍ଟାର ସମୟ ମିଳିଥିବାବେଳେ ତାକୁ କମ୍ ସମୟ ମିଳିଛି। ଯଦି ତାକୁ ଅଧିକ ସମୟ ମିଳି ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା। ବିଜେପି…
ଦିଲ୍ଲୀ-ନୋଇଟା ଏକ୍ସପ୍ରେସଓ୍ବେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 5 ଜଣ ପ୍ରାଣ ହରାଇଛନ୍ତି । ଗ୍ରେଟର ନୋଏଡାରେ ଏହି ଦୁର୍ଘଟଣା ଘଟିଥିବା ବେଳେ 8 ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଏହି କାରଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ପ୍ରାଣହାନି ଘଟିଥିଲା । ଆହତ 8 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛି ।
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମିବାର ନାମ ନେଉନାହିଁ । ବିଜେପି-ଶିବସେନା ମେଣ୍ଟ ସମ୍ଭାବନା ଶେଷ ହେବା ପରେ ଏନ୍ସିପି ଏବଂ କଂଗ୍ରେସ ସହିତ ଶିବସେନା ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଏନ୍ସିପି ଏବଂ କଂଗ୍ରେସ ସହିତ ମେଣ୍ଟ ନେଇ ଶିବସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଦଳକୁ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ରରେ କେଉଁ ଦଳ ସରକାର ଗଠନ କରୁଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ମାତ୍ର ବର୍ତ୍ତମାନର ପରସ୍ଥିତିକୁ ଧ୍ୟାନରେ ରଖିଲେ ରାଜନୈତିକ ଅସ୍ଥିରତା ଜାରି ରହିବ ବୋଲି ନିରୁପମ କହିଛନ୍ତି । ଏହା ସହିତ ନିରୁପମ କହିଛନ୍ତି, ବର୍ତ୍ତମାନର ପରସ୍ଥିତି ଜାରି ରହିଲେ 2020 ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଶିବସେନା ସହିତ ମେଣ୍ଟ ଉଭୟ ଏନ୍ସିପି ଏବଂ କଂଗ୍ରେସ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ପୂର୍ବତନ ଶିବସେନା ସଦସ୍ୟ ନିରୁପମ ଟ୍ବିଟ୍ କରିଛନ୍ତି ।
ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଏକ ଏନ୍କାଉଣ୍ଟର ଘଟିଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଶ୍ରୀନଗରରୁ 55 କିମି ଦୂରରେ ଅବସ୍ଥାପିତ ଲଡ୍ବାରା ଗ୍ରାମରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏନ୍କାଉଣ୍ଟର ପରେ ସୁରକ୍ଷା ବଳ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ରବିବାର ଅପରାହ୍ନରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ସିରିଜ୍ରେ ଭାରତ ବିଜୟୀ ହୋଇଛି । ସିରିଜ୍ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବା ଦୀପକ ଚହର ହ୍ୟାଟ୍ରିକ୍ ସହିତ 7 ରନ୍ ବିନିମୟରେ ଭାରତ 6 ଓ୍ବିକେଟ୍ ଅକ୍ତିଆର କରିବା ସହିତ ଭାରତ 30 ରନ୍ରେ ବିଜୟୀ ହୋଇଥିଲା । ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 174 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଶ୍ରେୟସ୍ ଆୟାର (62) ଏବଂ କେ ଏଲ୍ ରାହୁଲ୍(52) ଅର୍ଦ୍ଧଶତକ ହାସଲ କରିଥିଲେ । 175 ରନ୍ର ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ 12 ରନ୍ରେ ଦୁଇଟି ଓ୍ବିକେଟ ହରାଇଥିବା ବେଳେ ମହମ୍ମଦ ନଇମ୍(81) ଏବଂ ମହମ୍ମଦ ମିଥୁନ୍(27) 98 ରନ୍ର ଭାଗିଦାରୀ କରି ବିଜୟ ଦିଗରେ ଅଗ୍ରସର ହେଉଥିବା ବେଳେ ଶିବମ ଦୁବେ ଲଗାତାର ବଲ୍ରେ ନଇମ୍(81) ଏବଂ ଆଫିଫ୍ ହୋସେନ୍ଙ୍କୁ ଆଉଟ୍ କରି ଭାରତ ସପକ୍ଷକୁ ମ୍ୟାଚ୍କୁ…
ମୋବାଇଲ ଫୋନ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବାର ସୂଚନା ମିଳିଛି । ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରରେ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ଫୋନ୍କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ସେ ଶୋଇ ପଡ଼ିଥିଲେ। ହଠାତ୍ ବିଳମ୍ବିତ ରାତିରେ ମୋବାଇଲ୍ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ସମୟରେ ମୋବାଇଲ୍ ଚାର୍ଜରେ ବସିଥିଲା ଓ ଓଭର୍ ଚାର୍ଜିଂ ଯୋଗୁ ଏଭଳି ଘଟିଥିବା କୁହାଯାଉଛି।
ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ୟୁନିଟ୍-1 ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଅଜୟ ବାଗରକୁ ପୁଲିସ୍ ଗିରଫ କରିଛି । ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍-1 ଅଞ୍ଚଳର ଏକ ବସ୍ତିରେ ରହୁଥିଲେ । ଗତ ରାତିରେ ସମ୍ପୃକ୍ତ ଛାତ୍ରୀ ଜଣକ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଜୟ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏକ ଟିମ୍ ଗଠନ କରି ଘଟଣା ଘଟିଥିବା ସ୍ଥାନରେ ଥିବା ଆଖପାଖ ବସ୍ତି ଉପରେ ଚଢ଼ଉ କରି ଅଜୟକୁ ଗିରଫ କରିଥିଲା ।
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଶିବସେନା ମଧ୍ୟରେ ରହିଥିବା ୩୦ ବର୍ଷର ପୁରୁଣା ସମ୍ପର୍କ ତୁଟିଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ସହମତ ନ ହେବାରୁ ଶିବସେନା ଓ ବିଜେପି ଦୁହେଁ ଅଲଗା ହୋଇଯାଇଛନ୍ତି । ସରକାର ଗଠନ ପାଇଁ ଶିବସେନା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ଙ୍କ ସର୍ତ୍ତକୁ ମାନି ନେଇ ବିଜେପି ସହିତ ମେଣ୍ଟ ଭାଙ୍ଗିଛନ୍ତି । ମେଣ୍ଟ ଭାଙ୍ଗିବା ପରେ ଶିବସେନା ତରଫରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ଥିବା ମନ୍ତ୍ର ଅରବିନ୍ଦ ସାଓ୍ବନ୍ତ ଆଜି ଇସ୍ତଫା ଦେଇଛନ୍ତି । ଶିବସେନା ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ କ୍ଷମତାର ଭାଗବଣ୍ଟାକୁ ନେଇ ଫର୍ମୁଲା ନିର୍ଣ୍ଣୟ କରାଯାଇଥିଲା । କିନ୍ତୁ ଏହି ଫର୍ମୁଲାକୁ ବିଜେପି ଗ୍ରହଣ କରିନାହିଁ । ମହାରାଷ୍ଟ୍ରରେ ବିଜେପି ମିଛର ମାହୋଲ୍ ବନାଇଛି । ଶିବସେନା ସର୍ବାଦା ସତ୍ୟର ପକ୍ଷରେ ରହିଛି । ଏହି…
କେଦାର ମିଶ୍ର ରାମ ମନ୍ଦିର ସମସ୍ୟାର ସମାଧାନ ଯଦି ଅଦାଲତ ମାଧ୍ୟମରେ ହେବାର ଥିଲା, ଭଲ ଓକିଲ ନଦେଇ ଆମେ ଆନ୍ଦୋଳନ କରୁଥିଲୁ କାହିଁକି- ଏମିତି ଏକ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ପ୍ରବୀଣ ତୋଗାଡିଆ। ଏଇ ହେଉଛନ୍ତି ସେ ପ୍ରବୀଣ ତୋଗାଡିଆ ଯିଏ ରାମ ମନ୍ଦିର ଆନ୍ଦୋଳନ ସମୟରେ ଦେଶସାରା ବୁଲି ବୁଲି ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣୁଥିଲେ। ଏଇ ହେଉଛନ୍ତି ସେହି ତୋଗାଡିଆ ଯାହାଙ୍କର ଭାଷଣ ଶୁଣି ଅନେକ ନିରୀହ ଲୋକ ହିଂସ୍ର ହେବା ଆରମ୍ଭ କରିଥିଲେ। ରାମଙ୍କ ନାମରେ ରକ୍ତର ବନ୍ୟା ସୃଷ୍ଟି କରିଥିବା ଅଶି ଦଶକର ରାମମନ୍ଦିର ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଆଜି ସ୍ଵୀକାର କରୁଛନ୍ତି- ଆମକୁ କ୍ଷମତା ଦାଖଲ ଲାଗି ମୋହରା ଭାବରେ ବ୍ୟବହାର କରାଯାଇଥିଲା। ସୁପ୍ରିମ କୋର୍ଟଙ୍କ ରାମମନ୍ଦିର ରାୟ ଆସିବା ପରେ ବିବିସିକୁ ଏକ ସାକ୍ଷାତ୍କାର ଦେଇ ତୋଗାଡିଆ କହିଛନ୍ତି ଯେ ରାମମନ୍ଦିର ଆନ୍ଦୋଳନ ବିଜେପିର କ୍ଷମତା…
ସମୀକ୍ଷା ବ୍ୟୁରୋ ଭାରତର ଦଶମ ନିର୍ବାଚନ କମିଶନର ଭାବରେ ନିର୍ବାଚନ ବ୍ୟବସ୍ଥା ରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଟି.ଏନ.ଶେଷାନଙ୍କ ପରଲୋକ ଘଟିଛି। ୧୯୯୦ ରୁ ୧୯୯୬ ଯାଏ ଦେଶର ନିର୍ବାଚନ କମିଶନର ଦାୟିତ୍ବ ରେ ଥିବା ସମୟରେ ଶ୍ରୀ ଶେଷାନ ରାଜନେତାଙ୍କ ଲାଗି ଏକ ପ୍ରକାର ଆତଙ୍କ ପାଲଟି ଯାଇଥିଲେ। ରିଗିଙ୍ଗ ମୁକ୍ତ ନିର୍ବାଚନ ର ଯୁଗ ଶେଷାନଙ୍କ ସମୟରେ ଆରମ୍ଭ ହେଲା। ଭୋଟର ପରିଚୟ ପତ୍ର, ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହିସାବ ଯାଞ୍ଚ ଲାଗି ଆର୍ଥିକ ପର୍ଯ୍ୟବେକ୍ଷକ ବ୍ୟବସ୍ଥା ଓ ପ୍ରଚାର ଉପରେ କଡ଼ା ନଜର ରଖିବା କାମ ସେ ଆରମ୍ଭ କରିଥିଲେ। କେରଳରେ ଜନ୍ମଗ୍ରହଣ କରିଥିବା ଶେଷାନ ୧୯୫୫ ରେ ତାମିଲନାଡୁ କ୍ୟଡ଼ରର ଆଇଏଏସ ଅଧିକାରୀ ଭାବରେ ଯୋଗଦାନ କରିଥିଲେ। ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ସେ କ୍ୟାବିନେଟ ସଚିବ ଦାୟିତ୍ୱ ତୁଲାଇ ଥିଲେ। ଅବସର ନେବା ପରେ ସେ ଅଳ୍ପ କିଛି ଦିନ ରାଜନୀତି ରେ ମଧ୍ୟ…
AHMEDABAD, NOV 10 (UNI) Sikh devotees displays his martial arts skills during a religious procession ahead of the birth anniversary of Guru Nanak in Ahmedabad on Sunday.
PATNA, NOV 10 (UNI):- Bihar Chief Minister Nitish Kumar arrives to offer prayers at Khankah Muzibia, Phulwarisharif during Eid Milad un Nabi, in Patna on Sunday.UNI PHOTO-56U
PRAYAGRAJ, NOV 10 (UNI):- Panj Pyare with Sikh devotees take part in Shobha Yatra on the occasion of Guru Nanak Jayanti- 550th Birth Anniversary of Guru Nanak Dev in Prayagraj on Sunday.
ସମୀକ୍ଷା ବ୍ୟୁରୋ ବାତ୍ୟା ବୁଲବୁଲ ପ୍ରଭାବରେ କଣ ସବୁ କ୍ଷତି ହୋଇଛି ତାହାର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଅପରାହ୍ନରେ ସେ ହେଲିକାପ୍ଟର ଯୋଗେ ଉପକୂଳ ଓଡିଶାରେ କଣ କ୍ଷତି ହୋଇଛି ତାହା ଆକାଶ ମାର୍ଗରୁ ଦେଖିବେ। ଏହାପରେ ସଂଧ୍ୟାରେ ଲୋକସେବା ଭବନରେ ଏହି କ୍ଷୟକ୍ଷତି ଉପରେ ସମୀକ୍ଷା କରିବେ। ବାତ୍ୟା ବୁଲବୁଲ ଓଡିଶା ଉପକୂଳକୁ ସ୍ପର୍ଶ କରି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରଭୃତ କ୍ଷତି ଘଟିଛି। ମୁଖ୍ୟତଃ କେନ୍ଦ୍ରାପଡା, ବାଲେଶ୍ବର, ଯାଜପୁର ପ୍ରଭୃତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଥିଲା। ଫଳରେ ସେ ଅଞ୍ଚଳର ଅନେକ ସ୍ଥାନରେ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡିଛି। ଦୁଇ ଦିନ ଧରି ଓଡ୍ରାଫସ ଏନଡିଆରଏଫ, ଅଗ୍ନିଶମ କର୍ମଚାରୀମାନେ କାମ କରି ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଠା କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେଥିରେ ସୁଧାର ଆସି ନାହିଁ।
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.
PATNA, NOV 10 (UNI):- Models walk on the ramp during a fashion show, in Patna on Sunday.

