Author: Samikhsya Bureau

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ…

Read More

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ,ରାୟଗଡ଼ା,ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହି ପରିପେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ, ଯୁଗ୍ମ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି ଏବଂ ସମ୍ପୃକ୍ତ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ ଫସଲର ବିଶେଷ କରି ଧାନ, ମାଣ୍ଡିଆ, କପା, ଆଳୁ ଏବଂ ଅନ୍ୟାନ୍ୟ ପନିପରିବାର ଅବସ୍ଥା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା…

Read More

ଭୁବନେଶ୍ବର: ଆଜି ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଚିଲିକାରେ କିଏ ବିଜେଡି ଟିକେଟ ପାଇବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହିପରି ସ୍ଥିତିରେ ରଘୁନାଥଙ୍କ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିବା ନେଇ ସାଧାରଣରେ ଆଲୋଚନା ଚାଲିଛି। ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବର୍ତ୍ତମାନ ସୁଦ୍ଧା ବିଜେଡି ଦଳକୁ ଫେରାଇ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରଶାନ୍ତ ବିଜେପିରେ ଯୋଗ ଦେବେ ବୋଲି ବିଜେଡି ତରଫରୁ କୁହାଯାଉଛି। ଫଳରେ ସେ ପୁଣି ଆଉ ବିଜେଡିକୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି କ୍ଷେତ୍ରରେ ଚିଲିକାରୁ ରଘୁନାଥ ନା ପ୍ରଶାନ୍ତ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ରଘୁନାଥଙ୍କ ପାଣ୍ଡିଆନଙ୍କ ସହ ସାକ୍ଷାତ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜର ଚତୁର୍ଥ ମ୍ୟାଚ୍ ରାୟପୁରରେ ଖେଳାଯାଇଥିଲା। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦ ରନରେ ଜିତି ସିରିଜକୁ ୩-୧ରେ କବଜା କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୧୭୫ ରନ୍ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ସ୍ପିନ୍ ବୋଲରଙ୍କ ସହାୟତାରେ ଭାରତ ଅଷ୍ଟ୍ରେଲିଆକୁ ୧୫୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା ଏବଂ ମ୍ୟାଚ୍ ୨୦ ରନ୍ ରେ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବିଜୟ ପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପଛକୁ ଠେଲି ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ଭାରତୀୟ ଦଳ ଟି -୨୦ ଆନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ମ୍ୟାଚ୍ ଜିତିଥିବା ଦଳ ହୋଇପାରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରେ…

Read More

ସ୍ୱାସ୍ଥ୍ୟ ଟିପ୍ସ: କଖାରୁ ହେଉଛି ଏକ ସୁପରଫୁଡ୍ ଯାହାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି କଖାରୁ ସହିତ ଏହାର ହଳଦିଆ ଏବଂ ସୁନ୍ଦର ଫୁଲ ମଧ୍ୟ ଗୁଣର ଏକ ଖଣି ଅଟେ। ଏହି ଫୁଲ ଖାଦ୍ୟ ପାଇଁ ବ୍ୟବହୃତ ହୁଏ। ଏହି ଫୁଲର ପୁଷ୍ଟିକର ଖାଦ୍ୟ ବିଷୟରେ କହିବାକୁ ଗଲେ, କଖାରୁ ଫୁଲରେ କ୍ୟାଲସିୟମ, ଫସଫରସ୍, ଭିଟାମିନ୍, ଖଣିଜ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଏବଂ ଏହି ଉପାୟରେ ଏହି ଫୁଲ ଆମକୁ ଅନେକ ରୋଗ ବିରୋଧରେ ଲଢିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା କଖାରୁ ଫୁଲ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ…. କଖାରୁ ଫୁଲ ଖାଇବାର ଲାଭ: ୧. କଖାରୁ ଫୁଲରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଥଣ୍ଡା ଏବଂ କାଶ ଭଳି ସମସ୍ୟାରୁ ଆମେ ଦୂରରେ ରହିଥାଉ।…

Read More

ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ ଚର୍ମର ଶୁଷ୍କତା ଦେଖାଯାଏ। ବେଳେବେଳେ ଏହି ଶୁଷ୍କତା ଏତେ ବଢିଯାଏ ଯେ, ମାଛ ପରି ଆମ ଚର୍ମ ଦେଖାଯିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଶୀତଦିନେ ଆପଣଙ୍କ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକାରର ଚର୍ମକୁ ଫିସ ସ୍କେଲ ସ୍କିନ ମଧ୍ୟ କୁହାଯାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ସେହି ଟିପ୍ସଗୁଡ଼ିକ ହେଉଛି- ଫିସ ସ୍କେଲ ସ୍କିନର ଏହା ହେଉଛି ଲକ୍ଷଣ: – ଫିସ ସ୍କେଲ ସ୍କିନ ଦ୍ଵାରା ଚର୍ମ ବହୁତ ଶୁଷ୍କ ହୋଇଯାଏ ଏବଂ ମାଛର ବାହ୍ୟ ପୃଷ୍ଠ ପରି ଦେଖାଯାଏ। – ଏହା ସହିତ ଚର୍ମ ଉପରେ ମଇଳା ଜମି ରହିବାକୁ ଲାଗେ। – ତ୍ୱଚାରେ ବହୁତ କୁଣ୍ଡେଇ ହେବା ଆରମ୍ଭ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସଞ୍ଜୟ ସିଂଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଇଡି ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅକ୍ଟୋବର ୨୦୨୩ ରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଶକ୍ତିଶାଳୀ ନେତା ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା। ସେବେଠାରୁ ସଞ୍ଜୟ ସିଂ ତିହାର ଜେଲରେ ଅଛନ୍ତି। ସେ ରାଉସ୍ ଆଭେନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଏଥିରେ ସଫଳତା ପାଇନାହାଁନ୍ତି।

Read More

ନୂଆଦିଲ୍ଲୀ: ଗୁଜୁରାଟର ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର ଶୁକ୍ରବାର ଦିନ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ରାଜ୍ୟରେ ହୃଦଘାତ ଯୋଗୁଁ ସମୁଦାୟ ୧,୦୫୨ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରୁ ୮୦ ପ୍ରତିଶତ ୧୧-୨୫ ବୟସ ବର୍ଗରେ ଥିଲେ। ଡିଣ୍ଡୋର କହିଛନ୍ତି ଯେ, ହୃଦଘାତ ମାମଲାକୁ ଦୃଷ୍ଟିରେ ରଖି ପ୍ରାୟ ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଏବଂ କଲେଜ ପ୍ରଫେସରଙ୍କୁ ସିପିଆର ରେ ତାଲିମ ଦିଆଯିବ। ଛଅ ମାସ ମଧ୍ୟରେ ଗୁଜୁରାଟରେ ହୃଦଘାତ ଯୋଗୁଁ ଅନେକ ମୃତ୍ୟୁ ଘଟିଛି: ଗାନ୍ଧିନଗରରେ ଗଣମାଧ୍ୟମକୁ ଡିନ୍ଦୋର କହିଛନ୍ତି, “ଗୁଜୁରାଟରେ ଗତ ୬ ମାସ ମଧ୍ୟରେ ହୃଦଘାତ ଯୋଗୁଁ ୧,୦୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ୧୧ ରୁ ୨୫ ବର୍ଷ ବୟସ ବର୍ଗରେ ଥିଲେ ଏବଂ ଏହି ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ମୋଟାପଣର କୌଣସି ଅଭିଯୋଗ ହୋଇନଥିଲା। ୧୦୮ ଆମ୍ବୁଲାନ୍ସ ସେବା ହୃଦ୍ ରୋଗ ସମ୍ବନ୍ଧୀୟ ଦୈନିକ…

Read More

ଭୁବନେଶ୍ବର: ଶେଷରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ଚାକିରୀ ଗଲା। ତାଙ୍କୁ ଆଜି ରାଜ୍ୟ ସରକାର ବହିସ୍କୃତ କରିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା। ଏହି ଟଙ୍କା କେଉଁଠୁ ଆସିଲା ବୋଲି ସେ ସଠିକ ଉତ୍ତର ଦେଇପାରି ନ ଥିଲେ। ଫଳରେ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତ 28 ତାରିଖରେ ଭିଜିଲାନ୍ସ ସୁଶାନ୍ତଙ୍କୁ ବସ ଭିତରୁ ଟଙ୍କା ସହ ଠାବ କରିଥିଲା। ଏହାପରେ ତାଙ୍କ ଥାନା ଅଫିସ, ବୈପାରୀଗୁଡା ବାସଭବନ ଏବଂ କଟକ ବାସଭବନ ଉପରେ ଚଢାଉ କରାଯାଇଥିଲା। ଏଥିରେ କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ମିଳିଥିଲା।

Read More

ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ଆନ୍ଧ୍ରପ୍ରଦେଶ କୃଷ୍ଣ ନଦୀ ଉପରେ ଥିବା ନାଗାର୍ଜୁନ ସାଗର ଡ୍ୟାମକୁ କବଜା କରିଥିଲା। ନାଗାର୍ଜୁନ ସାଗର ଡ୍ୟାମକୁ ନିଜ ନିୟନ୍ତ୍ରଣକୁ ନେଇ ଜଳ ଛାଡିବା ଯୋଗୁଁ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଗୁରୁବାର ରାତି ପ୍ରାୟ ୨ ଟା ବେଳେ ଯେତେବେଳେ ତେଲେଙ୍ଗାନାର ଅଧିକାଂଶ ଅଧିକାରୀ ନିର୍ବାଚନ ବ୍ୟବସ୍ଥାରେ ବ୍ୟସ୍ତ ଥିଲେ, ସେତେବେଳେ ଆନ୍ଧ୍ରପ୍ରଦେଶର ପ୍ରାୟ ୭୦୦ ପୋଲିସ ଡ୍ୟାମ ଉପରେ କବଜା କରିଥିଲେ, ଡାହାଣ କେନାଲ ଖୋଲିଥିଲେ ଏବଂ ଘଣ୍ଟା ପ୍ରତି ୫୦୦ କ୍ୟୁସେକ୍ ପାଣି ଛାଡିଥିଲେ। ଆନ୍ଧ୍ରପ୍ରଦେଶ ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ ଗୁରୁବାର ସକାଳେ ଟ୍ୱିଟରରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି ଯେ, ଆମେ କୃଷ୍ଣ ନଦୀର ନାଗାର୍ଜୁନ ସାଗର ଡ୍ୟାମର ଡାହାଣ କେନାଲରୁ ପାନୀୟ ଜଳ ପାଇଁ ଜଳ ମୁକ୍ତ କରୁଛୁ। ଏହା ସହିତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶ…

Read More

ଭୁବନେଶ୍ୱର: କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ। ଏନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। “ବୋସ୍ ଏବଂ ବିପିଏଫଟିଆଇ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନର ପୂର୍ତ୍ତି ଉତ୍ସବ ପାଳନ କରାଯିବା ଖୁସିର କଥା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ”, କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ଏହି ପୂର୍ତ୍ତି ଉତ୍ସବ ପାଳନ ପାଇଁ ଦକ୍ଷତା ବିକାଶ ଓ…

Read More

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି। କଞ୍ଚା ଲଙ୍କା ସିନେମା ହଲ୍’ ରେ ଏବେ ରିଲିଜ ହେଇସାରିଛି ନୂଆ ସମ୍ବଲପୁରୀ ଚଳଚ୍ଚିତ୍ର “ଲାରେଲାପା”। ଯଦୁମଣୀ ନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଲାରେଲାପା’ ଦିନେ ଗୋଟେ ପାର୍କରେ ଜଣେ ସ୍କୁଲ ପିଲା ହଜିଯାଇଥିବା ଲରେଲାପାକୁ ଖୋଜିବାରେ ବିଫଳ ହେଇ ରାତିରେ ସେହି ପାର୍କରେ ଶୋଇଥାଏ। ସେଦିନ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ତାଙ୍କୁ ଭେଟି ତାଙ୍କ ଘରେ ଛାଡିଦେବାକୁ କହିଥିଲେ, କିନ୍ତୁ ସେ ପିଲା ତାଙ୍କ ପିତାମାତାଙ୍କ ନିକଟକୁ ଯିବାକୁ ମନା କରିଦେଇଥିଲେ। ହେଲେ କ’ଣ ପାଇଁ ସେ ଛୋଟ ପିଲା ତାଙ୍କ ପିତାମାତାଙ୍କ ପାଖକୁ ଯିବା ପାଇଁ ମନା କରୁଛି? ତାହାହିଁ ହଉଛି ଆମ କାହାଣୀ କେବଳ ଓଡ଼ିଶାରୁ…

Read More

ଭୁବନେଶ୍ବର: ଶେଷରେ ଅନୁମାନ ସତ ହେଲା। ବଙ୍ଗୋପସାଗରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶେଷର ଗଭୀର ଅବପାତରେ ପରିଣତ ହୋଇଛି। ଏଥିସହିତ ଏହା ଧିରେଧିରେ ବଳିଷ୍ଠ ହେବାରେ ମଧ୍ୟ ଲାଗିଛି। ଯାହା ବାତ୍ୟା ସୃଷ୍ଟିର ସଙ୍କେତ ପ୍ରଦାନ କରିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା କାଲି ୩ ତାରିଖରୁ ୭ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ୫ ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏପରିକି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଓଡିଶା ସରକାରଙ୍କ ଅନୁଦାନ ଓ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।କ୍ରୀଡା,ସ°ସ୍କୃତି,ସାମାଜିକତା ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ।ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେସ୍ଥାନୀୟ ଲୋକପ୍ରତିନିଧି ମାନେ ଯୋଗଦେଇ ଏହି ଉତ୍ସବର ଗୌରବ ବୃଦ୍ଧି କରିଛନ୍ତି। ଏହି ସଭାରେ ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ମାନସ ରଞନ ମଙ୍ଗରାଜ ମୂଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ମାନସିଂହ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜା ଚକ୍ର,ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, କୁମାର ଜଗତ ବଲ୍ଲଭ ମହାରଥା,କୈଳାସ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ, କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର ପେଣ୍ଟିଂ କାମ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଅତିଥି ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁବ ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡ଼ା, ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଓ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଏଡ଼ସର ଭୁତାଣୁର ଭୟାବହତା, କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ। ସଠିକ ଜ୍ଞାନ ଦ୍ୱାରା ଏଡ଼ସ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍‌-୨୮ରେ ‘ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍’ ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟିରସନ, ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିସେଲ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦେଶକୁ ଆମନ୍ତ୍ରଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ଏକ ପ୍ରଭାବଶାଳୀ ଜବାବୀ କାର୍ଯ୍ୟାନୁଷ୍ଠାନ ଭାବରେ ସ୍ୱେଚ୍ଛାକୃତ ପୃଥିବୀ-ଅନୁକୂଳ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭକୁ ଏକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି । ପ୍ରାକୃତିକ ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ପୁନରୁଦ୍ଧାର ପାଇଁ ବର୍ଜ୍ୟବସ୍ତୁ/ଅବକ୍ଷୟ ଜମି ଏବଂ ନଦୀ ଜଳଭଣ୍ଡାର ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଗ୍ରୀନ୍ କ୍ରେଡିଟ୍ ଜାରି କରିବାକୁ ଏଥିରେ…

Read More

ନୂଆଦିଲ୍ଲୀ: ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1 ଡିସେମ୍ବର 2023 ରେ ୟୁଏଇରେ ସିଓପି -28 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟିଥିଲେ। ସିଓପି-୨୮ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଓପି-୨୮ରେ ସବୁଜ ଜଳବାୟୁ କାର୍ଯ୍ୟକ୍ରମ (ଜିସିପି) ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ର ସହ ଆୟୋଜନ କରିଥିବାରୁ ସେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନେତା ସେମାନଙ୍କର ବ୍ୟାପକ ଏବଂ ଗୁରୁତ୍ବପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଇସ୍ରାଏଲ-ହାମାସ ବିବାଦ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଆସନ୍ତା ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଙ୍କୁ ନିମନ୍ତ୍ରଣ କରିଥିଲେ ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସହଯୋଗ କରିଥିବାରୁ ୟୁଏନଏସଜିକୁ ଧନ୍ୟବାଦ ଜଣାଇଥିଲେ। ସେ ଜଳବାୟୁ ଲକ୍ଷ୍ୟ ହାସଲ ରେ ଭାରତର ପଦକ୍ଷେପ ଏବଂ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଉଭୟ ନେତା ଜଳବାୟୁ କାର୍ଯ୍ୟ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଏବଂ ଜାତିସଂଘ ସମେତ ବହୁପକ୍ଷୀୟ ଶାସନ ଏବଂ ଆର୍ଥିକ ଅନୁଷ୍ଠାନର ସଂସ୍କାର ସମ୍ବନ୍ଧୀୟ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ଚିନ୍ତା ଉପରେ ମତ ବିନିମୟ କରିଥିଲେ। ଜାତିସଂଘ ମହାସଚିବ ଜି-୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଏମଡିବି ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ୨୦୨୪ ମସିହାରେ ମିଳିତ ଜାତିସଂଘ ଶିଖର…

Read More

ନୂଆଦିଲ୍ଲୀ: ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ଭାରତୀୟ ରେଳ ପଣ୍ୟ ବୋଝେଇ କ୍ଷେତ୍ରରେ 1015.669 ନିୟୁତ ଟନ ହାସଲ କରିଛି ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 978.724 ନିୟୁତ ଟନ ତୁଳନାରେ ପ୍ରାୟ 36.945 ନିୟୁତ ଟନ ବୃଦ୍ଧି ହୋଇଛି। ଆୟ କ୍ଷେତ୍ରରେ ଭାରତୀୟ ରେଳବାଇ ଗତ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଆୟ 105905.1 କୋଟି ଟଙ୍କା ତୁଳନାରେ 110007.5 କୋଟି ଟଙ୍କା ଆୟ କରିଛି ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ 4102.445 କୋଟି ଟଙ୍କା ଅଧିକ ଅଟେ। ନଭେମ୍ବର 2023 ରେ, ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 123.088 ନିୟୁତ ଟନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 128.419 ନିୟୁତ ଟନ ପଣ୍ୟ ବୋଝେଇ କରେଇପାରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 4.33% ଅଧିକ ଅଟେ। ଆୟ କ୍ଷେତ୍ରରୁ କେବଳ ନଭେମ୍ବର ମାସରେ…

Read More