Author: Samikhsya Bureau

ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭା ପାଇଁ 21 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଏଥିରେ ପୂର୍ବରୁ ଘୋଷଣା ହୋଇଥିବା ରଣପୁର ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ବିଜେପି ରଣପୁର ପାଇଁ ତାପସ ମାର୍ଥାଙ୍କ ନାମ ଘୋଷଣା କରିଥିଲା। ହେଲେ ସେହି ଅଞ୍ଚଳର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କୁ ଅବଜ୍ଞା କରାଯାଇଥିଲା। ଏହାର ପ୍ରତିବାଦ ପରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ସୁରମାଙ୍କ ଉପରେ ଭରସା କରିଛି। ସେହିପରି ପଟାଙ୍ଗୀରେ ମଧ୍ୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ରଣପୁର ପଟାଙ୍ଗୀ ପରି ଆଉ କେତେକ ସ୍ଥାନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିପାରେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଗତକାଲି ରାତିରେ ଘଟିଥିବା ମର୍ମୁନ୍ତୁଦ ବସ ଦୁର୍ଘଟଣାର ଆହତମାନଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭେଟିଛନ୍ତି 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଡି ସକାଳୁ ସେ ହସପିଟାଲ ଯାଇ ସେଠାରେ ଚିକିତ୍ସା ସୁବିଧା ପଚାରି ବୁଝିଛନ୍ତି। ସେମାନଙ୍କ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ହସପିଟାଲ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46 ଜଣଙ୍କୁ କଟକରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ 5 ଜଣ ଯାତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବସଟି ଗତକାଲି ପୁରୀରୁ କୋଲକତା ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାଜପୁରସ୍ଥିତ ଧର୍ମଶାଳା ନିକଟରେ ଏକ ବ୍ରିଜ ତଳକୁ ଖସିପଡିଥିଲା।

Read More

ଭୁବନେଶ୍ବର: ସୁନ୍ଦରଗଡ ଲୋକସଭାର ବିଜେପି ପ୍ରାର୍ଥୀ ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ଅଭିଯୋଗ କରିଛି ବିଜେଡି। ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଜୁଏଲ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଦଳ ଲିଖିତ ଭାବେ ଜଣାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ଜୁଏଲ ଏକ ନିର୍ବାଚନ ପ୍ରଚାର ସଭା କରିବା ପାଇଁ ରାଜଗାଙ୍ଗପୁର ବ୍ଲକ ବାଲିଗଡ ସରକାରୀ କଲ୍ୟାଣ ମଣ୍ଡପ ଭଡା ନେଇଥିଲେ। ଏହାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ହେଲେ ଜୁଏଲ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ଶୋଭାଯାତ୍ରାରେ ସେଠାକୁ ଯାଇଥିଲେ। ହେଲେ ସରକାରୀ କଲ୍ୟାଣ ମଣ୍ଡପରେ ନିର୍ବାଚନ ସଭା କରିବାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ସଭା ବାତିଲ କରିଥିଲେ। ତେବେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେଡି ଦାବୀ କରିଛି। ଏହା ଉପରେ ପଦକ୍ଷେପ ନେବା…

Read More

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ। ତେବେ ଏଥର ନିର୍ବାଚନରେ ପ୍ରତାପଙ୍କ ସହିତ ଜଣେ ଯୁବା ପ୍ରାର୍ଥୀ ଲଢେଇ କରିବେ। ସେ ହେଉଛନ୍ତି ଦେବସ୍ମିତା ଶର୍ମା। କଂଗ୍ରେସ ତାଙ୍କୁ ଆଳିରେ ପ୍ରାର୍ଥୀ କରିଛି। ତେବେ ଦେବସ୍ମିତା ହେଉଛନ୍ତି ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ। ଦେବେନ୍ଦ୍ର ଶର୍ମା ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଝିଅ ଦେବସ୍ମିତା ଛିଡା ହେବ ବୋଲି ସେ କଂଗ୍ରେସକୁ ଜଣାଇ ଦେଇଥିଲେ। ସେହି ଅନୁସାରେ ଦଳ ଦେବସ୍ମିତାଙ୍କ ନାମ ଘୋଷଣା କରିଛି। ଦେବେନ୍ଦ୍ର କହିଛନ୍ତି ଯେ ତାଙ୍କର ଦେହ ଭଲ ରହୁ ନ ଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେବେ ନାହିଁ। ତେବେ ସେ ନିର୍ବାଚନ ମଣ୍ଡଳି ରାଜନୀତିରେ…

Read More

ଭୁବନେଶ୍ବର: ପ୍ରକାଶ ପାଇଛି ଶ୍ରୀମନ୍ଦିରର ନୂଆ ପାଞ୍ଜି। ପଣା ସଂକ୍ରାନ୍ତୀରୁ ଓଡିଆ ନବ ବର୍ଷ ଆରମ୍ଭ ହେଉଥିବାରୁ ଏହି ଦିନ ଶ୍ରୀମନ୍ଦିର ପକ୍ଷରୁ ଏହି ନୂଆ ପାଞ୍ଜି ପ୍ରଚଳନ ହୋଇଛି। ଏହି ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ନୀତିକାନ୍ତି କରାଯିବ। ତେବେ ଏଥର ତିଥି କ୍ଷୟ ରହୁଥିବାରୁ କେତେକ ପର୍ବ ପର୍ବାଣୀର ଦିନ କାଣ୍ଟଛାଟ ହୋଇଥିବାର ପରିଲକ୍ଷିତ ହୋଇଛି। ନୂଆ ପାଞ୍ଜି ଅନୁସାରେ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ। ଫଳରେ ଶ୍ରୀଜିୟୁଙ୍କର ସୁନାବେଶ ଚତୁର୍ଦ୍ଧଶୀରେ କରାଯିବ। ଏଥର ଲକ୍ଷ୍ମୀ ନୃସିଂହ ବେଶ କରାଯାଇପାରିବ ନାହିଁ। ପ୍ରତିବର୍ଷ ପଞ୍ଚୁକ ପାଞ୍ଚ ଦିନ ହେଉଥିବାରୁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ସୁନାବେଶ ବା ରାଜଧିରାଜ ବେଶ କରାଯାଏ। ହେଲେ ଏଥର କ୍ଷୟ ଥିବାରୁ ଲକ୍ଷ୍ମୀନୃସିଂହ ବେଶ ହୋଇପାରିବ ନାହିଁ। ଚତୁର୍ଦ୍ଧଶୀରେ ପୂର୍ଣ୍ଣିମା ପଡୁଥିବାରୁ ସେହିଦିନ ଶ୍ରୀଜିୟୁଙ୍କର ସିଧା ସୁନାବେଶ କରାଯିବ। ସେହିପରି ରଥଯାତ୍ରା ସମୟରେ…

Read More

ଭୁବନେଶ୍ବର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭର ତଳକୁ ଖସିବା ଘଟଣାରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଯାଜପୁରର ଧର୍ମଶାଳା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ପୁରୀରୁ କୋଲକତା ଯାଉଥିବା ବସଟି ଏନଏଚ 6 ବାରବାଟୀ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା।ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଥିବା କେତେକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଏସପି ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଠାରେ 16ଟି ଆମ୍ବୁଲାନସ ନିୟୋଜିତ କରାଯାଇଥିବା ଜଣାପଡିଛି। ଏଥିସହିତ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି। ବସଟିର ନାମ କାଳିଆ ନନା ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ବରଗଡ ସାଂସଦ ପ୍ରଭାସ ସିଂହ। ସେ ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ସେ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ସେ 2014ରେ ବରଗଡରୁ ବିଜେଡି ସାଂସଦ ଥିଲେ। ପ୍ରଭାସ ବରଗଡ ଜିଲ୍ଲା ବିଜେଡି ସଭାପତି ମଧ୍ୟ ଥିଲେ। ସେ ଏଥର ଟିକେଟ ପାଇବା ପାଇଁ ଆଶା ରଖିଥିଲେ। ହେଲେ ବିଜେଡି କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇଥିଲା। ଯାହାକୁ ନେଇ ପ୍ରଭାସ ଅସନ୍ତୁଷ୍ଠ ହୋଇଥିଲେ। ସେ ବିଜେପିରେ ମିଶିବା ପରେ କହିଛନ୍ତି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓଡିଶାରେ ନିଜକୁ ସାମିଲ କରିବା ପାଇଁ ବିଜେପିରେ ସାମିଲ ହେଲି। ତେବେ ବିଜେପି ବରଗଡ ପାଇଁ ସାଂସଦ ପ୍ରାର୍ଥୀ ପୂର୍ବରୁ ଘୋଷଣା କରିସାରିଥିବାରୁ ପ୍ରଭାସଙ୍କୁ ଦଳ କଣ କରିବ ସେ ନେଇ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ, ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଟେକରାମ ସାହୁ, ଟୁକୁ ସାହୁ, ଡ.ଅଶୋକ ସାହୁ, ଭରତ ପ୍ରଧାନ, ଘନଶ୍ୟାମ ସାହୁ, ଖେଳୱାନ କେଉଟ, ନାରାୟଣ ମାଝୀ, ପିଲାଲାଲ ଜଗତ, କହ୍ନେୟା ଭାଇ, ଶ୍ରୀକାନ୍ତ ପ୍ରଧାନ, ଅନନ୍ତ ସାହୁ, ଦୁଖୁ ଭାଇ, ବୈରାଜ ସାହୁ,…

Read More

ଭୁବନେଶ୍ବର: ଶେଷରେ କଂଗ୍ରେସରୁ ବହିସ୍କୃତ ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି କାମ କରୁଥିଲି ସେମିତି କରିବି। ତେବେ ସୁର ରାଉତରାୟଙ୍କୁ ଦଳରୁ ବହିସ୍କାର କରିବାର ମୁଖ୍ୟ କାରଣ ହେଲା ତାଙ୍କ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା। ପୁଅ ବିଜେଡିରୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହା ଦଳ ବିରୋଧୀ କାର୍ଯ୍ୟ କହି ଦଳ ବହିସ୍କାର ଆଦେଶ ପଠାଇଛି।

Read More

ଭୁବନେଶ୍ବର: ଚଳିତ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟିକୁ ସିପିଆଇଏମକୁ ଛାଡି ଦେଇଥିଲା। ଫଳରେ ଗତଥର ସିପିଆଇଏମରୁ ଜନର୍ଦ୍ଦନ ପତି ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ହାରିଥିଲେ। ହେଲେ ଏଥର ଦଳ ସେହି ଭୁଲ କରିନାହିଁ। କାରଣ ଭୁବନେଶ୍ବର ଲୋକସଭାରେ ଥିବା କଂଗ୍ରେସ ଭୋଟର ସିପିଆଇଏମ ପ୍ରାର୍ଥୀଙ୍କୁ ପସନ୍ଦ କରି ନ ଥିଲେ। ଯାହାଫଳରେ ସେହି ଭୋଟ ଭାଗଭାଗ ହୋଇ ଅନ୍ୟ ଦଳକୁ ଚାଲିଯାଇଥିଲା। ଯାହାକୁ ଦଳ ଏଥର ଅନୁଭବ କରି ଜଣଙ୍କୁ ପ୍ରାର୍ଥୀ କରିଛି। ୟାଶିର ହେଉଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ଏବଂ ଯୁବ ଚେହେରା। ଫଳରେ ସେ ଏହି ଆସନରୁ ସଂଖ୍ୟାଲଘୁ ଭୋଟ ଭଲ ପାଇବେ ବୋଲି ଦଳ ଆଶା କରି ପ୍ରାର୍ଥୀ କରିଛି।

Read More

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକାଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଲକ୍ଷ୍ମୀପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ବିଜେଡି ସାଧାରଣ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ୱର ପାଣିଗ୍ରାହୀ, ପୂର୍ବତନ ସାଂସଦ ଝିନ ହିକ୍କକା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଜାନି, ଶ୍ରୀ ପାଣିଗ୍ରାହୀ, ଶ୍ରୀ ହିକ୍କକା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜାନି, ଶ୍ରୀ ପାଣିଗ୍ରାହୀ, ଶ୍ରୀ ହିକ୍କକା ଓ ଡକ୍ଟର…

Read More

ଭୁବନେଶ୍ବର: ଆଜି ପୁଣି ଥରେ ରାଜଧାନୀ ତାତିଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ସର୍ବାଧୀକ ତାପମାତ୍ର ରେକର୍ଡ କରାଯାଇଛି। ତେବେ ଦିନର ତାପମାତ୍ରା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବ ବୋଲି ଜଣାପଡିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ହେଲା.. ଭୁବନେଶ୍ୱର: ୪୧.୨°C ଚାନ୍ଦବାଲି: ୪୧.୧°C ଝାରସୁଗୁଡା: ୪୧°C ବାଲେଶ୍ୱର: ୪୦°C ହୀରାକୁଦ: ୩୯.୫°C ସମ୍ବଲପୁର: ୩୯.୪°C ରାଉରକେଲା: ୩୯.୨°C କେନ୍ଦୁଝର: ୩୮.୯°C ଗୋପାଳପୁର: ୩୫.୫°C ପାରାଦୀପ: ୩୫.୨°C ପୁରୀ: ୩୫°C

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛି। ଦଳର ଏକ ପ୍ରତିନିଧୀ ମଣ୍ଡଳି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ପଣ୍ଡାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଦଳ ଦାବୀ କରିଛି। ବିଜେଡି କହିଛି ଯେ, ଗତକାଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ 15 ରୁ 20 ପିଲା ସେଥିରେ ସାମିଲ ହୋଇଥିଲେ। ସେହି ସମୟରେ ଖୋଦ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସେହି ଶୋଭାଯାତ୍ରାରେ ଥିଲେ। ଏହା ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି। ବିଜେଡି ଏ ନେଇ ଏକ ଫଟୋ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି।

Read More

ଭୁବନେଶ୍ବର: ପଶ୍ଚିମ ଓଡିଶା ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ବିଜୁ ଜନତା ଦଳ ଏଥର ନିଜର ସେନାପତିଙ୍କୁ ଅବତୀର୍ଣ୍ଣ କରିଛି। ସେଠାରେ ସେ କେବଳ ଗଡ ବିଜୟ କରିବେ ନାହିଁ, ନିଜେ ବିଜୟୀ ହେବା ସହିତ ବିଜେପି ଗଡକୁ ଧୂଳିସାତ କରିବାକୁ ବ୍ୟୁହ ରଚନା କରିବେ। ବିଜେଡିର ଏହି ସେନାପତି ହେଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ରାଜନୈତିକ ପରିବାରରୁ ଆସିଥିବା ବିଜେଡିର ଏହି ଚାଣକ୍ୟ ଯାଜପୁର ଆସନରୁ ବିଧାୟକଭାବେ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଦଳର ରଣନୀତି ନିର୍ଦ୍ଧାରଣ ଓ ପରିଚାଳନାଭାର ତାଙ୍କ କାନ୍ଧରେ। ତେବେ ଉପକୂଳ ଓଡିଶାର ଏହି ନେତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାର ଗଡ ସମ୍ଭାଳିବାକୁ ପଠାଇଛି । ସେ ଏଥର ସମ୍ବଲପୁର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେଇ ହେବ ବିଜେପିର ଜାତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ…

Read More

ଭୁବନେଶ୍ବର: ରାଉରକେଲା ରାଜନୀତି ଏବେ କଡ଼ ଲେଉଟାଇଛି। ଗୁମସୁମ ଥିବା ଦିଲ୍ଲୀପ ରାୟ ହଠାତ ଚଳଚଞ୍ଚଳ ହୋଇଯାଇଛନ୍ତି। ୨୦୧୯ ଭଳି ଚବିଶରେ ବି ନିର୍ବାଚନୀ କାଦୁଅରେ ଘାଣ୍ଟି ହେବାକୁ ଦିଲ୍ଲୀପ ଚାହୁଁ ନ ଥିଲେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁରୋଧକୁ ବି ଏଡ଼ାଇ ଦେଇଥିଲେ। ହେଲେ କେବଳ ଶାରଦା ପ୍ରସାଦ ନାୟକଙ୍କ ପାଇଁ ଏବେ ରାଉରକେଲା ଅଙ୍କ ବଦଳି ଯାଇଛି। ଇଚ୍ଛା ନ ଥିଲେବି କର୍ମୀଙ୍କ ଚାପରେ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ଦିଲ୍ଲୀପ। ଶାରଦା ବିରୋଧୀମାନେ ଏବେ ତାଙ୍କ ସହ ହାତ ମିଳାଇଥିବାବେଳେ ଏଥର ଜବରଦସ୍ତ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତ ହେବା ପରେ ଦିଲ୍ଲୀପଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିହୋଇଛି। ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ହାଇକୋର୍ଟଙ୍କୁ କହିଥିବାରୁ ସେ କେଉଁ ଦଳରୁ ଲଢ଼ିବେ ତାହାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଯାଇଛି। ଦିଲ୍ଲୀପ ପୂର୍ବରୁ…

Read More

ପୁରୀ: ପୁରୀ ସହରର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କରି ଓଡ଼ିଆଙ୍କ ପ୍ରିୟ ପର୍ବ ପବିତ୍ର ପଣା ସଂକ୍ରାନ୍ତି ପାଳନ କରିଛନ୍ତି ପୁରୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ସେ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଆରମ୍ଭ କରିଥିଲେ। ଏହି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଉଥିବାରୁ ସେ ପୁରୀ ନଗରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ହନୁମାନ ମନ୍ଦିର ଓ ଜାଗା ଆଖଡ଼ା ପରିଦର୍ଶନ କରିଥିଲେ ଡକ୍ଟର ସମ୍ବିତ ପାତ୍ର। ଏହି କ୍ରମରେ ସେ ମହାବୀର ହନୁମାନ ଜୟନ୍ତୀର ଶୁଭ ଅବସରରେ ପୁରୀ ସହର ସ୍ଥିତ ସୁଗ୍ରୀବ ମହାବୀରଙ୍କ ଦର୍ଶନ କରିଥିଲେ। ମହାବୀର ହନୁମାନଙ୍କ ନିକଟରେ ପୁରୀ ଲୋକସଭାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହିତ ସମସ୍ତ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ…

Read More

ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର 75ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ। ସେହିପରି ଆନନ୍ଦପୁରରୁ ଜୟଦେବ ଜେନା ଲଢେଇ କରିବେ। ସେହିପରି ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ପୂର୍ବରୁ କଂଗ୍ରେସ 47ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି 75ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି।

Read More

ଭୁବନେଶ୍ବର: ବର୍ତ୍ତମାନ ପୁଅ ମନ୍ମଥ ରାଉତରାୟଙ୍କ ପ୍ରଚାର ପାଇଁ ବାପା ସୁରେଶ ରାଉତରାୟ ପାଗଳ ପ୍ରାୟ ହୋଇଗଲେଣି। ସେ ପୁଅକୁ ସାଥୀରେ ନେଇ ଭୁବନେଶ୍ବରର ବିଭିନ୍ନ ପାର୍କରେ ପ୍ରଚାର କରିବାରେ ଲାଗିଛନ୍ତି। ପୁଅକୁ ଭୋଟ ଦେବା ପାଇଁ ସେ ନିବେଦନ କରିଛନ୍ତି। ଯାହାକୁ ନେଇ ଭୁବନେଶ୍ବରର ଅନେକ ଲୋକ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ନିଜେ କଂଗ୍ରେସରେ ଥାଇ ବିଜେଡିରେ ଛିଡା ହୋଇଥିବା ପୁଅକୁ ଭୋଟ ଦେବା ପାଇଁ ନିବେଦନ କରିବାରେ ଲାଗିଛନ୍ତି। ତେବେ ଏହାରେ ଭିତରେ ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସୁର ରାଉତରାୟ ଆଜି ଜୟଦେବ ନିର୍ବାଚନ ମଣ୍ଡଳି ପ୍ରଚାର ବେଳେ ସେ ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଜେଡି କର୍ମିଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ବେଶ ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇଯାଇଛି।

Read More

ଭୁବନେଶ୍ବର: ଧିରେଧିରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଯେପରି ତାତି ଅନୁଭୂକତ ହେଉଥିଲା ବର୍ତ୍ତମାନ ପୁଣି ସେହି ସ୍ଥିତିକୁ ଫେରିବାରେ ଲାଗିଛି। କିଛିଦିନର କାଳବୈଶାଖୀ ପରେ ଏବେ ଏହି ତାତି ଲେଉଟିବାରେ ଲାଗିଛି। ଆସନ୍ତାକାଲିଠାରୁ ଏହି ତାତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ଭୁବନେଶ୍ୱର: ୩୯.୬°C ଚାନ୍ଦବାଲି: ୩୯.୨°C ଝାରସୁଗୁଡା: ୩୮.୮°C ରାଉରକେଲା: ୩୭.୮°C କେନ୍ଦୁଝର: ୩୭.୪°C ସମ୍ବଲପୁର: ୩୭.୨°C ହୀରାକୁଦ: ୩୭.୨°C ବାଲେଶ୍ୱର: ୩୭°C ପାରାଦୀପ: ୩୫.୫°C ପୁରୀ: ୩୪.୬°C ଗୋପାଳପୁର: ୩୪.୫°C

Read More

ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବାରୁ ବିବାଦ ସୃଷ୍ଟି ହେଉଛି। ଏହିପରି ଅଘଟଣକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ସିଂହଦ୍ବାରରେ ଜଗି ରହିବେ ପ୍ରତିହାରୀ ସେବକ। ସେମାନେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ମନ୍ଦିର ଭିତରକୁ ପ୍ରବେଶ ବାରଣ କରିବେ। ଏଥିପାଇଁ ଦୁଇ ଜଣ ପ୍ରତିହାରି ସେବକଙ୍କୁ ପାଳି କରି ନିୟୋଜିତ କରିବାକୁ ପ୍ରଶାସନ ନିଷ୍ପତି ଗ୍ରହଣ କରିଛି। ମୁଖ୍ୟତଃ ମନ୍ଦିର ଦ୍ବାରରେ ମୁତୟନ ହୋଇଥିବା ପୋଲିସ କିଏ ହିନ୍ଦୁ କିଏ ଅଣହିନ୍ଦୁ ତାହା ଚିହ୍ନିବା କଷ୍ଟକର। ଅନ୍ୟପକ୍ଷରେ ସେମାନେ ସୁରକ୍ଷା ଦାୟିତ୍ବରେ ରହୁଥିବାରୁ ଏଥିପ୍ରତି ତାଙ୍କର ନଜର ରହିପାରୁ ନାହିଁ। ସେଥିପାଇଁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଆସନ୍ତା ପଣା ସଂକ୍ରାନ୍ତିରୁ ଆରମ୍ଭ କରାଯିବ ବୋଲି ନିଷ୍ପତି ହୋଇଛି।

Read More