Author: Samikhsya Bureau
ଆଜି ଓଡିଶା ଆସିବେ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି ସଦସ୍ୟ ବା ସିଇସି ଟିମ୍ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏହି ଟିମ୍ ଓଡିଶାରେ ପହଁଚିବା ପରେ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ କରିବେ । ପି ଭି ଜୟକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ଟିମ ଓଡିଶା ଆସିବ । ଏଥିରେ 4 ଜଣ ସଦସ୍ୟ ରହିଛନ୍ତି । ପ୍ରଥମେ ଟିମ୍ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବ । ସେଠାରେ ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟରେ ବିନିଯୋଗ ହୋଇଥିବା ଅର୍ଥର ସମୀକ୍ଷା କରାଯିବ । କେନ୍ଦୁଝରରେ ସୀମାକ୍ଷା କରି ଟିମ୍ ରାତିରେ ରହିବା ସହ ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରିବ ।
ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୋବଡେଙ୍କୁ ନିଯୁକ୍ତି ଦେଇଛନ୍ତି । ଆସନ୍ତା ନଭେମ୍ବର 18 ତାରିଖରେ ବୋବଡେ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପରମ୍ପରା ଅନୁଯାୟୀ ପୂର୍ବତନ ମୁଖ୍ୟ ବିଚାରପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିଥାନ୍ତି । ଅକ୍ଟୋବର 18 ତାରିଖରେ ଗୋଗୋଇ ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରିଥିଲେ । 2000 ମସିହାରେ ବମ୍ବେ ହାଇକୋର୍ଟରେ ସହକାରୀ ବିଚାରପତି ଭାବରେ ଯୋଗ ଦେଇଥିଲେ ବୋବଡେ । ଅକ୍ଟୋବର 2012ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା…
ଚୀନ୍ରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି 8 ଜଣଙ୍କର ମୃତ୍ୟୁ ଘଟିଛି । ସୋମବାର ଦକ୍ଷିଣପଶ୍ଚିମ ଚୀନ୍ର ଗୁଇଝୋଉରେ ଏହି ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ସ୍ଥାନୀୟ ଅଧିକାରୀ ପ୍ରକାଶ କରିଛନ୍ତି । ସୋମବାର ଅପରାହ୍ନ 4.21 ରେ ଖଣିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ ଖଣିରେ ମାତ୍ର 14 ଜଣ ଲୋକ ଉପସ୍ଥିତ ଥିଲେ । 8 ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଅନ୍ୟ 4 ଜଣ ନିଖୋଜ ଥିବା ଜଣାପଡିଛି । ମଙ୍ଗଳବାର ନିଖୋଜଙ୍କ ସନ୍ଧାନ ଜାରି ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।
ଫିଲିପାଇନ୍ସରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ସକାଳୁ ଦକ୍ଷିଣ ଫିଲିପାଇନ୍ସରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସକାଳ 9.04ରେ ଅନୁଷ୍ଠିତ ଏହି ଭୂକମ୍ପ ତୁଲୁନାନ ସହରରେ ଅନୁଷ୍ଠିତ ହୋଇଥିବା ନେଇ ଫିଲିପାଇନ୍ସ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରାୟ 16 ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ପ୍ରଭାବ ରହିଥିଲା । 8 କିମି ଗଭୀର ଏବଂ 26 କିମି ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ପ୍ରଶାନ୍ତ ମହାସାଗରର ଉପସାଗରୀୟ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ବର୍ଷକୁ 100ରୁ 150 ଭୂକମ୍ପ ଅନୁଷ୍ଠିତ ହୋଇଥାଏ ।
ଭଦ୍ରକ ଟାଉନ ଥାନା ଅଧିନ ମୋଟେଲ ଛକରୁ ଗୋରୁ ଵୋଝେଇ ଏକ ପିକ୍ଅପ୍ ଭ୍ୟାନ ଜଵତ କରାଯାଇଛି । ଭ୍ୟାନରୁ 30ଟି ଗାଇ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏକ ପିକ୍ଅପ୍ ଭ୍ୟାନଟିକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା । ପୁଲିସ୍ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଭ୍ୟାନ୍ରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମୋଚିସାହିରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ 58ଟି ଦୋକାନ ସହିତ କୋଅପରେଟିଭ୍ ସଂସ୍ଥାର ଶାଖା ବି ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏଠାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପରେ ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।
କେଦାର ମିଶ୍ର ଆମର ପ୍ରଭାବ ଏତେ ବେଶୀ ଯେ ଆମେ ନିର୍ବାଚନ ଜିତୁ ବା ଜିତୁ ସରକାର ଗଢିବାରେ ଆମକୁ କେହି ଅଟକେଇ ପାରିବେ ନାହିଁ- ଏମିତି ଏକ ବକ୍ତବ୍ୟ କିଛିଦିନ ତଳେ ଆମେ ବିଜେପିର ପ୍ରଭାବଶାଳୀ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଠାରୁ ଶୁଣିବାକୁ ପାଇଥିଲୁ। ଇଏ ହେଉଛନ୍ତି ସେହି ରାମ ମାଧବ ଯିଏ ଦୁଇ ବର୍ଷ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ, ସଂଖ୍ୟା ତ ନାହିଁ, ସରକାର କେମିତି ଗଢିବେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ହମାରେ ପାଶ ଅମିତ ଶାହା ହୈ ନା। ବିଜେପି ରାଜନୀତିର ଏହା ହେଉଛି ଅସଲ ସତ୍ୟ। ଅମିତ ଶାହା ଅଛନ୍ତି ମାନେ ସବୁକିଛି ସମ୍ଭବ। କ୍ଷମତା ଦଖଲ କରିବା ଲାଗି କିଛି ବି କରା ଯାଇପାରେ, କୌଣସି ବି ସ୍ତର ପର୍ୟନ୍ତ ଖସା ଯାଇପାରେ ଓ କାହା ସହିତ ମଧ୍ୟ “ଡିଲ” କରା ଯାଇପାରେ ଏକଥା ଆଜିର ବିଜେପିରେ ଅନାୟାସରେ…
Gavali (milkmen) community organized buffalo race at different places in Belagavi on Monday.UNI PHOTO-31U
Women worshiping cow during Goverdhan Puja in Patna on Monday.UNI PHOTO-26U
Vice President, M. Venkaiah Naidu interacting with the Members of European Parliament, in New Delhi on Monday.UNI PHOTO-44U
Elina Svitolina of Ukraine returns the ball during the women’s singles round robin match against Karolina Pliskova of the Czech Republic at the WTA finals Tennis Tournament in Shenzhen, south China’s Guangdong Province on Oct. 28, 2019. (Xinhua/UNI PHOTO-10F
Sri Lankan Hindus offer prayers during Diwali, or the Festival of Lights, at a Hindu temple in Colombo, Sri Lanka, Oct. 27, 2019. (Photo by A.Hapuarachchci/Xinhua/UNI PHOTO-16F
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜିଲ୍ଲାପଳଙ୍କ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣ ସବୁ ଜନଶୁଣାଣିରେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ଏପରିକି ଦିବ୍ୟାଙ୍ଗମାନଙ୍କ ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଫୁ..କରି ଉଡାଇ ଦେଉଛନ୍ତି। ରାଣୀପଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳା ଯେ କି ସାତ ଥର ଏହି ଶୁଣାଣିକୁ ଆସିଲେଣି, ହେଲେ ତାଙ୍କୁ ନା ଖଣ୍ଡିଏ ରାସନ କାର୍ଡ ମିଳିପାରୁଛି ନା ଗୋଟିଏ ତିନି ଚକିଆ ସାଇକେଲ। ବାରମ୍ବାର ନିରାଶ ହେବା ପରେ ଶେଷରେ “ଚିଲିକା ରିପୋର୍ଟର ଆସୋସିଏସନ” ର ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆଜି ସେହି ମହିଳାଙ୍କୁ ସାଇକେଲ ଖଣ୍ଡେ ମିଳିପାରିଛି। ଅନ୍ୟପଟେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସବୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରାମ୍ପର ବ୍ୟବସ୍ଥା କରିଥାନ୍ତି। ହେଲେ ଜିଲ୍ଲାପାଳ ଉପର ମହଲାରେ ଶୁଣାଣି କରୁଥିବାରୁ ସେଠାକୁ ଦିବ୍ୟାଙ୍ଗମାନେ ଯିବା ସମ୍ଭବ ହୋଇପାରୁ…
ସମୀକ୍ଷା ବ୍ୟୁରୋ ବାଣପୁରର ବିଧାରପୁର ଛକରେ ଗତକାଲି କିଛି ଦୁର୍ବୁର୍ତ୍ତ ଏକ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ବାରଣ କରିବାରୁ ଦୋକାନୀ ସମେତ ଉପସ୍ଥିତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୫ ଜଣ ଦୁର୍ବୁର୍ତ୍ତ ମଦ୍ୟପାନ କରି ଦୋକାନୀ ସୁକାନ୍ତଙ୍କୁ ସିଗାରେଟ ମାଗିଥିଲେ। ମାତ୍ର ସିଗାରେଟ ପ୍ରଦାନରେ ବିଳମ୍ବ କାରଣରୁ ଦୁର୍ବୁର୍ତ୍ତ ମାନେ ଜୋର ଜବରଦସ୍ତ ଦୋକାନ ମଧ୍ୟରେ ପ୍ରବେଶ କରିଥିଲେ। ସୁକାନ୍ତଙ୍କ ସମେତ ଅନ୍ୟ ଗ୍ରାହକ ମାନେ ଏହାର ବିରୋଧ କରିବାରୁ ଉକ୍ତ ଯୁବକ ମାନେ ମିଳିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଉକ୍ତ ଯୁବକ ମାନେ ଅନ୍ୟ ୩୦-୪୦ ଯୁବକଙ୍କ ସହିତ ମଧ୍ୟରାତ୍ରରେ ସୁକାନ୍ତଙ୍କ ଗ୍ରାମକୁ ଆସି ଗାଳିଗୁଲଜ କରିବା ସହିତ ଢେଲାପଥର ମାଡ କରିଥିଲେ।…

