Author: Samikhsya Bureau

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମୋଚିସାହିରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ 58ଟି ଦୋକାନ ସହିତ କୋଅପରେଟିଭ୍‌ ସଂସ୍ଥାର ଶାଖା ବି ରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏଠାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପରେ ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

Read More

କେଦାର ମିଶ୍ର  ଆମର ପ୍ରଭାବ ଏତେ ବେଶୀ ଯେ ଆମେ ନିର୍ବାଚନ ଜିତୁ ବା ଜିତୁ ସରକାର ଗଢିବାରେ ଆମକୁ କେହି ଅଟକେଇ ପାରିବେ ନାହିଁ- ଏମିତି ଏକ ବକ୍ତବ୍ୟ କିଛିଦିନ ତଳେ ଆମେ ବିଜେପିର ପ୍ରଭାବଶାଳୀ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଠାରୁ ଶୁଣିବାକୁ ପାଇଥିଲୁ। ଇଏ ହେଉଛନ୍ତି ସେହି ରାମ ମାଧବ ଯିଏ ଦୁଇ ବର୍ଷ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ, ସଂଖ୍ୟା ତ ନାହିଁ, ସରକାର କେମିତି ଗଢିବେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ହମାରେ ପାଶ ଅମିତ ଶାହା ହୈ ନା। ବିଜେପି ରାଜନୀତିର ଏହା ହେଉଛି ଅସଲ ସତ୍ୟ। ଅମିତ ଶାହା ଅଛନ୍ତି ମାନେ ସବୁକିଛି ସମ୍ଭବ। କ୍ଷମତା ଦଖଲ କରିବା ଲାଗି କିଛି ବି କରା ଯାଇପାରେ, କୌଣସି ବି ସ୍ତର ପର୍ୟନ୍ତ ଖସା ଯାଇପାରେ ଓ କାହା ସହିତ ମଧ୍ୟ “ଡିଲ” କରା ଯାଇପାରେ ଏକଥା ଆଜିର ବିଜେପିରେ ଅନାୟାସରେ…

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜିଲ୍ଲାପଳଙ୍କ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣ ସବୁ ଜନଶୁଣାଣିରେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ଏପରିକି ଦିବ୍ୟାଙ୍ଗମାନଙ୍କ ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଫୁ..କରି ଉଡାଇ ଦେଉଛନ୍ତି। ରାଣୀପଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳା ଯେ କି ସାତ ଥର ଏହି ଶୁଣାଣିକୁ ଆସିଲେଣି, ହେଲେ ତାଙ୍କୁ ନା ଖଣ୍ଡିଏ ରାସନ କାର୍ଡ ମିଳିପାରୁଛି ନା ଗୋଟିଏ ତିନି ଚକିଆ ସାଇକେଲ। ବାରମ୍ବାର ନିରାଶ ହେବା ପରେ ଶେଷରେ “ଚିଲିକା ରିପୋର୍ଟର ଆସୋସିଏସନ” ର ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆଜି ସେହି ମହିଳାଙ୍କୁ ସାଇକେଲ ଖଣ୍ଡେ ମିଳିପାରିଛି। ଅନ୍ୟପଟେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସବୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରାମ୍ପର ବ୍ୟବସ୍ଥା କରିଥାନ୍ତି। ହେଲେ ଜିଲ୍ଲାପାଳ ଉପର ମହଲାରେ ଶୁଣାଣି କରୁଥିବାରୁ ସେଠାକୁ ଦିବ୍ୟାଙ୍ଗମାନେ ଯିବା ସମ୍ଭବ ହୋଇପାରୁ…

Read More

ସମୀକ୍ଷା ବ୍ୟୁରୋ ବାଣପୁରର ବିଧାରପୁର ଛକରେ ଗତକାଲି କିଛି ଦୁର୍ବୁର୍ତ୍ତ ଏକ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ବାରଣ କରିବାରୁ ଦୋକାନୀ ସମେତ ଉପସ୍ଥିତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୫ ଜଣ ଦୁର୍ବୁର୍ତ୍ତ ମଦ୍ୟପାନ କରି ଦୋକାନୀ ସୁକାନ୍ତଙ୍କୁ ସିଗାରେଟ ମାଗିଥିଲେ। ମାତ୍ର ସିଗାରେଟ ପ୍ରଦାନରେ ବିଳମ୍ବ କାରଣରୁ ଦୁର୍ବୁର୍ତ୍ତ ମାନେ ଜୋର ଜବରଦସ୍ତ ଦୋକାନ ମଧ୍ୟରେ ପ୍ରବେଶ କରିଥିଲେ। ସୁକାନ୍ତଙ୍କ ସମେତ ଅନ୍ୟ ଗ୍ରାହକ ମାନେ ଏହାର ବିରୋଧ କରିବାରୁ ଉକ୍ତ ଯୁବକ ମାନେ ମିଳିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଉକ୍ତ ଯୁବକ ମାନେ ଅନ୍ୟ ୩୦-୪୦ ଯୁବକଙ୍କ ସହିତ ମଧ୍ୟରାତ୍ରରେ ସୁକାନ୍ତଙ୍କ ଗ୍ରାମକୁ ଆସି ଗାଳିଗୁଲଜ କରିବା ସହିତ ଢେଲାପଥର ମାଡ କରିଥିଲେ।…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସରକାର ଡାକ୍ତରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦ ଜଣ ଶ୍ରେଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପୁରସ୍କାର ମିଳିବ। ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସର୍ବନିମ୍ନ ୨୫ ବର୍ଷ କାମ କରିଥିବା କର୍ମଚାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋ ସରକାର ଟିମ୍‌ର ରିପୋର୍ଟ ଆଧାରରେ ତିନି ଜିଲ୍ଲାର ଚିକିତ୍ସାଳୟର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି.. ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଳା ଖଣିଜ ପାଣ୍ଠି…

Read More

ଆସନ୍ତା ନଭେମ୍ବର ୨ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୋମବାର ଦିନ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସାଙ୍ଗଠନିକ ସମସ୍ୟ ଉପରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ କରାଯାଇଥିବା ଜଣାପଡିଛି। ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅପରାହ୍ନ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ଦଳର ବିଫଳତା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହା ବ୍ୟତୀତ ସରକାରଙ୍କ ଅର୍ଥନୈତିକ ବିଫଳତା ଏବଂ ବେକାରୀ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି।

Read More

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଏକ ଗ୍ରେନେଡ୍‌ ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି। କାଶ୍ମୀରର ସୋପୋରରେ ସୋମବାର ଏହି ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଉପରକୁ ଗ୍ରେନେଡ୍‌ ମାଡ କରାଯାଇଥିବା ଜଣାପଡିଛି। ବସ୍‌ଟି ସୋପୋର୍‌ ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଗ୍ରେନେଡ୍‌ ମାଡ କରାଯାଇଥିଲା। ବିସ୍ଫୋରଣ ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇଛି। କାଶ୍ମୀର ପୋଲିସ୍‌ ପକ୍ଷରୁ ଟ୍ବିଟ୍ଟର ଜରିଆରେ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read More