କେଦାର ମିଶ୍ର “ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ହେଲେ, ଭଲ ବାଟ ବିଲକୁଲ କାମ କରିବ ନାହିଁ। ଲୋକ ଖରାପ ଖବର ଦେଖିବାକୁ ଚାହୁଁଛନ୍ତି, ତେଣୁ ଆମେ ଖରାପ ଖବର ଦେଖାଇବାକୁ ବାଧ୍ୟ ହେଉଛୁ”-ଏକ ଓଡିଆ ଟେଲିଭିଜନର ମୁଖିଆ ଭାବରେ କାମ କରୁଥିବା ଆମର ବନ୍ଧୁ ଜଣେ ଆମକୁ ଏକଥା ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଖବରକୁ ନେଇ ଭଲ ଓ ଖରାପର ନିର୍ଣ୍ଣାୟକ କିଏ? ଯାହା ଲୋକ ଦେଖିବେ, ତାକୁ ହିଁ ଆମେ ଦେଖାଇବୁ ନା ଆମେ ଦେଖାଉଥିବା ଭଲ କଥା ଲୋକ ଦେଖିବେ, ତାହା ବି ଏକ ପ୍ରଶ୍ନବାଚୀ। କିଛିଦିନ ତଳେ ଆମେ କହିଥିଲୁ, ଟେଲିଭିଜନ ଓ ଇଣ୍ଟରନେଟରେ ପର୍ଣ୍ଣୋଗ୍ରାଫିର ଦର୍ଶକ ସବୁଠୁ ବେଶୀ, ତେଣୁ ଖବରକୁ ଆମେ ପର୍ଣ୍ଣୋଗ୍ରାଫି କରି ପାରିବା କି? ମନୋରଞ୍ଜନ ସହିତ ସବୁବେଳେ ବିଭତ୍ସ ରସର ମଧୁର ସମ୍ପର୍କ ରହିଛି। ତେଣୁ ଆମକୁ ପ୍ରଥମେ ଭାବିବାକୁ ପଡିବ ଯେ ଖବର ମନୋରଞ୍ଜନ ହେବ ନା…
Author: Samikhsya Bureau
ଓଡ଼ିଶାରୁ ମୌସୁମୀ ଫେରିଯାଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି . ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଆଜି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର)ରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ।…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।ସର୍ବେଶ୍ୱରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ, ବାଲେଶ୍ୱର ସହରର ଭାସ୍କରଗଞ୍ଜ ଘର ସମେତ ସମୁଦାୟ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏହାସହ ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ରାଣୀପାଟଣାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ଭୁବନେଶ୍ୱରେ ସର୍ବେଶ୍ୱରଙ୍କ ୨ଟି ଫ୍ଲାଟ ଥିବା ଜଣାପଡ଼ିଛି।
MUMBAI, OCT 22 (UNI) – Bollywood Actor Katrina Kaif poses during the launch of Kay Beauty brand in partnership with Nykaa, in Mumbai on Tuesday.UNI PHOTO-68U
ସମୀକ୍ଷା ବ୍ୟୁରୋ ଭୁବେନଶ୍ବର:- ମନ୍ତ୍ରୀମାନେ ସ୍କୁଲପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରନ୍ତୁ। ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ସବୁବେଳେ ନୁହେଁ, ମନ୍ତ୍ରୀମାନେ ଅଚାନକ ସ୍କୁଲଗୁଡିକ ପରିଦର୍ଶନରେ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କିପରି ଚାଲିଛି ତାହା ତଦାରଖ କରନ୍ତୁ। ଏହି ଗସ୍ତ ସଂପର୍କରେ ମନ୍ତ୍ରୀମାନେ ପୁରା ଗୁପ୍ତ ରଖିବେ ବୋଲି କୁହାଯାଇଛି। ଏପରିକି ମନ୍ତ୍ରୀମାନେ ସାଥୀରେ ମାତ୍ର 3 ଜଣ ଅଧିକାରୀଙ୍କୁ ନେଇପାରିବେ। ତାହାଠାରୁ ଅଧିକ ଲୋକ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆଯାଉ ନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ଦେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀମାନଙ୍କ ଏହି ଗସ୍ତ ଦ୍ବାରା ସେଥିରେ ସୁଧାର ଆସିବ ବୋଲି ଆଶା ରଖାଯାଇଛି। ତେବେ କେବଳ ସ୍କୁଲ, ଅନାଥ ଆଶ୍ରମ ବା ସରକାରୀ ସଂସ୍ଥା ନୁହେଁ ଆହାର କେନ୍ଦ୍ର ମଧ୍ୟ ଯାଇ ଖାଦ୍ୟ ଯାଞ୍ଚ କରିବାକୁ କୁହାଯାଇଛି। ତେବେ ମନ୍ତ୍ରୀମାନେ…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ-କେନ୍ଦ୍ର ସରକାରଙ୍କ ଶୁଲ୍କ ବିଭାଗ ଚାଇନା ବାଣ କିଣିବା, ବିକିବା ଓ ଆମଦାନୀ କରିବା ଉପରେ ରୋକ ଲଗାଇଛନ୍ତି। ଶୁଳ୍କ ବିଭାଗର ପ୍ରମୁଖ କମିଶନର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି କଟକଣା ସଂପର୍କରେ ଅବଗତ କରାଇଛନ୍ତି। ବିଜ୍ଞପ୍ତି ଅନୁସାରେ ଭାରତରେ କେହି ବି ବ୍ୟବସାୟୀ ଚାଇନା ବାଣ ଆମଦାନୀ କରିପାରିବ ନାହିଁ। ଏପରିକି ଚାଇନା ବାଣ ବିକ୍ରି କରିବା ଏବଂ କିଣିବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି। ସେଥିପାଇଁ କଷ୍ଟମ ଆକ୍ଟ 1962 ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଦୀପାବଳୀ ଆସିଲେ ବାଣ ବ୍ୟବସାୟୀମାନେ ଚାଇନାରୁ କୋଟକୋଟି ଟଙ୍କାର ବାଣ ଆମଦାନୀ କରିଥାନ୍ତି। ସେହି ବାଣଗୁଡିକ ବେଶ୍ ଶସ୍ତା ହୋଇଥିବାରୁ ବ୍ୟବସାୟୀମାନେ ବାଣ ପାଇଁ ଚାଇନା ବଜାର ଉପରେ ନିର୍ଭର କରନ୍ତି। ପୂର୍ବରୁ ଏ ନେଇ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ। ହେଲେ ବ୍ୟବସାୟୀମାନେ ବିଭିନ୍ନ ଅସାଧୁ ଉପାୟରେ ଚାଇନା ବାଣ ଭାରତ ବଜାରକୁ ଆଣିଥାନ୍ତି।…
ସମୀକ୍ଷା ବ୍ୟୁରୋ ରାଜ୍ୟରେ ଖାଲି ପଡିଥିବା ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡମେମ୍ବର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୪ ଜିଲ୍ଲା ପରିଷଦ ସଭ୍ୟ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଏବଂ ୩୦୩ଟି ଓ୍ବାର୍ଡ ମେମ୍ବରଙ୍କ ସ୍ଥାନ ପୂରଣ କରିବା ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଯାଜପୁର ଜିଲ୍ଲାର ଦାନଗଦି, କୋରାପୁଟର ପଟ୍ଟାଙ୍ଗୀ ଏବଂ ଦଶମନ୍ତପୁରରେ ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ମାସ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଲଗାଯିବ। ୪ ତାରିଖରେ ପ୍ରାର୍ଥୀପତ୍ରର ବିଧିବଦ୍ଧ ଯାଞ୍ଚ କରାଯିବା ସହିତ ୫ ତାରିଖରେ ଏହାର ବୈଧତା ପ୍ରକାଶିତ ହେବ। ୫ ତାରିଖରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର…
ସମୀକ୍ଷା ବ୍ୟୁରୋ ଏଣିକି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଏହାସହ ଗୋଟିଏ ସମୟରେ ପରୀକ୍ଷା ହେବ। ଆସନ୍ତା ମାସ ହେବାକୁ ଥିବା ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
କେଦାର ମିଶ୍ର କବି ଜୟନ୍ତ ମହାପାତ୍ରଙ୍କୁ ଆଜି ୯୧ ପୂରି ୯୨ ଚାଲିଲା। ଏଇ ବୟସରେ ତାଙ୍କୁ ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସିବ; ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ଆଜି ବି ତାଙ୍କ ବୟସ ତାଙ୍କୁ ଛୁଇଁ ପାରିନାହିଁ। ଆଜି ବି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟ ପତ୍ରିକା “ପ୍ୟାରିସ ରିଭ୍ୟୁ” ରେ ତାଙ୍କର କବିତା ବାହାରିବାକୁ ଯାଉଛି ଓ ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା। ସତେକି ସେଇ ପରିପକ୍ଵ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ…
ସମୀକ୍ଷା ବ୍ୟୁରୋ ବାଣପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନୀଳାଦ୍ରିପସାଦ ପଞ୍ଚାୟତର କଦଳୀବାରି ନିକଟସ୍ଥ ସାଇ ମନ୍ଦିର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଦ୍ବୟ ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଗ୍ରାମର ବୋଲି ଜଣାପଡିଛି। ଉଭୟ ବିରଜାଇ ମନ୍ଦିର ଠାରୁ ଗାଁ ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ। ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ମାତ୍ର ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
ବିଜେପୁର ଉପ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଆସନ୍ତା 24 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ଫଳାଫଳ ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ବିଜୟ ହାସଲ କରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ପୂର୍ବାନୂମାନ କରିଛନ୍ତି । ରୀତା ସାହୁଙ୍କୁ ଚଳିତ ନିର୍ବାଚନରେ 1.25 ଲକ୍ଷରୁ 1.40 ଲକ୍ଷ ଭୋଟ ମିଳିବ ଏବଂ ସେ ନବୀନଙ୍କ ଠାରୁ ଅଧିକ ବ୍ୟବଧାନରେ ବିଜୟୀ ହେବେ ବୋଲି ସୁଶାନ୍ତ ସିଂ କହିଛନ୍ତି । ଏପ୍ରିଲ୍ ମାସରେ ଅନୁଷ୍ଠିତ ନିର୍ବାଚନରେ ନବୀନ 1.10 ଲକ୍ଷ ଭୋଟ ପାଇଥିଲେ ।
ସମୀକ୍ଷା ବ୍ୟୁରୋ ବିଗତ ଦୁଇ ବର୍ଷ ମଧ୍ୟରେ ବିଜେପୁରରେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୧ ତାରିଖ ସୋମବାର ଅନୁଷ୍ଠିତ ଉପ ନିର୍ବାଚନରେ ୭୯.୧୭ ପ୍ରତିଶତ ଭୋଟ ପଡିଥିବା ଜଣାପଡିଛି। ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଥିଲା। ଗତ ଏପ୍ରିଲ୍ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ୭୯.୨୮ ପ୍ରତିଶତ ଭୋଟ ପଡିଥିବା ବେଳେ ଫେବୃୟାରୀ ଉପ ନିର୍ବାଚନରେ ୮୨,୧୭ ପ୍ରତିଶତ ଭୋଟ ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପାଞ୍ଚ ଜଣ ପ୍ରାର୍ଥୀ ମଇଦାନରେ ଥିଲେ ମଧ୍ୟ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ। ବିଜେଡି ପକ୍ଷରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ କଡା ମୁକାବିଲା ହେବ । ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।। ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି। ଦିବ୍ୟବିହାରରେ ଏହି ଦମ୍ପତ୍ତି ଏକ ଭଡାଘରେ ରହୁଥିବା ବେଳେ ତାଙ୍କ ନିକଟରେ ତାଙ୍କ ଝିଅ ଏବଂ ନାତି ରହୁଥିଲେ। ଗତକାଲି ଦୁର୍ବୃତ୍ତମାନେ ତାଙ୍କ ଘରର ଗ୍ରୀଲ୍ ତାଡ଼ି ଭିତରେ ପଶି ଚୋରି କରିଥିଲେ। ସକାଳୁ ଚୋରି ସମ୍ବନ୍ଧରେ ଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।
ଦୁଇରୁ ଅଧିକ ସନ୍ତାନ ଥିବା ଆସାମୀ ନାଗରିକଙ୍କୁ ଆସାମ ସରକାରଙ୍କ ଅଧୀନରେ ଚାକିରି ମିଳିବ ନାହିଁ। ସୋମବାର ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବରେ ଆସାମ ଏହି ଐତିହାସିକ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୨୧ ମସିହାରୁ ଆସାମରେ ଏହି ନିଷ୍ପତ୍ତି ଲାଗୁ କରାଯିବା ନେଇ ସୋମବାର ବିଳମ୍ବିତ ରାତିରେ ଆସାମ କ୍ୟାବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଜାନୁୟାରୀ ୧ ତାରିଖରୁ ଏହି ନିଷ୍ପତ୍ତି ଲାଗୁ କରାଯିବ। ବର୍ତ୍ତମାନ ସରକାରୀ ଚାକିରିରେ ରହିଥିବା କର୍ମଚାରୀ ମଧ୍ୟ ଏହି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ସହିତ ଜମି ଅଧିଗ୍ରହଣ ପାଇଁ ନୂତନ ନିୟମକୁ ମଞ୍ଜୁରୀ ମିଳିଛି। ଏହି ନୂତନ ନିୟମ ଅନୁଯାୀ ରାଜ୍ୟରେ ଭୂମିହୀନ ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଅଧ ବିଘା ଜମି ପ୍ରଦାନ କରାଯିବ। ଏହି ଜମିକୁ ୧୫ ବର୍ଷ ପର୍ଯ୍ୟନ୍ତ…
A huge old tree uprooted due to heavy rain, partially blocked Ramdurg-Belagavi Road, on Tuesday early morning. UNI PHOTO-1U
Workers of Congress, TDP, CPI, CPI(M) and others cooking food on the 18th day of the strike of TSRTC employees in support of their demands at JBS (Jubilee Bus Station), in Secunderabad on Tuesday. UNI PHOTO-4U
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ମଙ୍ଗଳବାର ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଷ୍ଟିସ୍ ଆର ଭାନୁମତୀ, ଏ ଏସ୍ ବୋପାନ୍ନା ଏବଂ ହ୍ରିଷିକେଶ ରୟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିଥିଲେ ମଧ୍ୟ ଗିରଫଦାରୀରୁ ଚିଦାମ୍ବରମଙ୍କୁ ମୁକ୍ତି ମିଳିବ ନାହିଁ। ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଦାମ୍ବରମଙ୍କ ଗିରଫଦାରୀର ଅନୁମତି ମିଳିଛି।

