Author: Samikhsya Bureau

ଭାରପ୍ରାପ୍ତ ସିଡିଏମ୍‌ଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଧାୟିକା କୁସୁମ ଟେଟ । ଏନେଇ  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସେହିପରି ସରକାରୀ ଡାକ୍ତରଖାନାରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଗତକାଲି ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ । ଏହାକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବିରୋଧ ପାଳନ କରୁଛି ବିଜେପି ।

Read More

ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନଗର ଗତିବିଧି ବଢିବାରେ ଲାଗିଛି । ଦେଶର ୫ଟି ରାଜ୍ୟରେ ଜମାତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ବାଂଲାଦେଶ(ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍‌ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ କୁହାଯାଇଛି। ଏନ୍‌ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଏହି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସଂଗଠନର ୧୨୫ ଜଣ ସନ୍ଦିଗ୍ଧ ସଦସ୍ୟଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଡିଜି ବଡ଼ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ୩ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କୀଙ୍କ ଗତିବିଧି ବଢିଛି। ଓଡ଼ିଶା ଆସାମ ଏବଂ ଝାଡଖଣ୍ଡରେ ଏହି ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଡିଜି କହିଛନ୍ତି ।

Read More

ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷ୍ୟାଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ମଠ, ମନ୍ଦିରରେ ବ୍ରତଧାରୀ ରହିଥିବାବେଳେ ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ଏହି ୩ଟି ଆଶ୍ରୟସ୍ଥଳରେ ପ୍ରାୟ ୨,୬୦୦ରୁ ଊର୍ଦ୍ଧ୍ୱ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହବିଷ୍ୟାଳି ଆଶ୍ରୟସ୍ଥଳର ଉଦ୍‌ଘାଟନ କରିବେ। ଏଥିପାଇଁ ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ମାସେ ପର୍ଯ୍ୟନ୍ତ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ହବିଷ୍ୟାଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି।

Read More

ସମୀକ୍ଷା ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଚଳିତ ଥର ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଳନ ହେବ। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ…

Read More

ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ଗତକାଲି ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କ ସପକ୍ଷରେ ବାହାରିଛି ବିଜେପି। ୫ଟି ସଚିବଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଦଳ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍‌କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।

Read More

ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ହୋଶଙ୍ଗାବାଦର ଏନ୍‌ଏଚ୍‌ -୬୯ ନିକଟରେ ଏହି ଘଟଣା ଘଟିଛି । ହୋଶଙ୍ଗାବାଦରେ ଅଖିଳ ଭାରତୀୟ ହକି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏଥିରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ। କାର୍‌ରେ ସମୁଦାୟ ୭ଜଣ ଲୋକ ରହିଥିଲେ ।  ସେମାନେ ଏକ ସ୍ବିପ୍ଟ ଡିଜାୟର କାର୍‌ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍‌ କରିବାକୁ ପ୍ରୟାସ କରିଥିଲେ। କାର୍‌ଟି ଦ୍ରୁତ ଗତିରେ ଥିବାରୁ ଓଭର୍‌ଟେକ୍ କରିବା ସମୟରେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ…

Read More

ଉତ୍ତର ପ୍ରଦେଶର ମଉ ଜିଲ୍ଲାଠାରେ ସୋମବାର ସକାଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଗ୍ୟାସ୍‌ ସିଲିଣ୍ଡର କେଉଁ କାରଣରୁ ଫାଟିଛି, ତାହାର ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Read More

କେଦାର ମିଶ୍ର ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More

ସମୀକ୍ଷାବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି। ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।…

Read More

ସୁନ୍ଦରଗଡ଼ ମେଡିକାଲ ରୋଡ଼ରେ ଥିବା ଏକ ବେଆଇନ ପାଥୋ ଲ୍ୟାବକୁ ସିଲ କରାଯାଇଛି। ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚାଲୁଥିବାରୁ ତହସିଲଦାର ସିଲ୍ କରିଛନ୍ତିା “ମୋ ସରକାର” କାର୍ଯ୍ୟକାରିତାକୁ ଗୁରୁତ୍ବର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲା ଗସ୍ତ କରି ୫ଟି ସଚିବ ଭ.କେ ପାଣ୍ଡିଆନ ବୁଲି ରୋଗୀଙ୍କ ସୁବିଧା ସମ୍ପର୍କରେ ବୁଝିଥିଲେ। ଆଜି ଭ.କେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ “ମୋ ସରକାର” କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜଣେ ରୋଗୀଙ୍କ ବ୍ଲଡ଼ ରିପୋର୍ଟ ମେଡିକାଲ ରୋଡ଼ରେ ଥିବା ଏକ ପାଥୋ ଲ୍ୟାବରେ ଯାଂଚ କରାଯାଇଥିଲା। ସେହି ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥାଇ ବେଆଇନ ଭାବେ ଚାଲୁଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଲ୍ୟାବଟିକୁ ସିଲ କରିଛନ୍ତି।

Read More

ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ଓ ୧୩୭ ରନରେ ହରାଇଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜକୁ ୨-୦ରେ ହାତେଇନେଇଛି। ପ୍ରଥମ ଇନିଂସରେ ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦୁଇଟି…

Read More

ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଚାଲିଛି ଏବେ ନିର୍ବାଚନୀ ପ୍ରଚାର। ଆଜି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଲଗାଁବରେ ପ୍ରଚାର କରିଛନ୍ତି ମୋଦୀ। ଦେଶର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ନିର୍ବାଚନୀ ପ୍ରଚାର ଅବସରରେ ଚଳିତ ଲୋକସଭା ନିର୍ବାଚନ ଫଳାଫଳକୁ ଦୋହରାଇଛନ୍ତି ମୋଦି। ନିର୍ବାଚନରେ ଯେଉଁ ଜନାଦେଶ ଆସିଲା ୧୨୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ଭବ କରିବାକୁ ଏକ ପ୍ରୟାସ। ଆଜି ସାରା ଦୁନିଆ ନୂଆ ଭାରତର ଉତ୍ସାହ ଦେଖୁଛି। ସେ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍‌ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି। କଂଗ୍ରେସ ତରଫରୁ ଆଜି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ରାହୁଲ୍‌…

Read More

ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା  ପାଞ୍ଚଦିନିଆ ଭାରତ ଗସ୍ତ କରୁଛନ୍ତି। ରବିବାର ଦିନ ଏହି ଗ୍ରସ୍ତ ଆରମ୍ଭ କରିବେ ନେଦରଲାଣ୍ଡ ରାଜ ଦମ୍ପତି। ୧୪ ଅକ୍ଟୋବରରୁ ୧୮ ଅକ୍ଟୋବରର ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଯୋଗ ଉପରେ ଭାରତର ଶୀର୍ଷ ନେତୃତ୍ୱଙ୍କ ବୈଠକ କରିବେ। ୨୦୧୩ମସିହାରେ ରାଜ ସିଂହାସନ ସମ୍ଭାଳିବା ପରେ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କ ଏହା ପ୍ରଥମ  ଭାରତ ଗସ୍ତ ହେବ। ନେଦରଲାଣ୍ଡର ରାଜଦମ୍ପତିଙ୍କ ସହ ତାଙ୍କର କ୍ୟାବିନେଟର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ।

Read More

ଜୁଇରୁ ଜୀଇଁଲେ ବ୍ୟକ୍ତି। ଗଂଜାମ ଜିଲ୍ଲା ସୋରଡା ଅଂଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜୁଇରେ ଶୋଇଥିବା ଜଣେ ବ୍ୟକ୍ତି ଉଠି ଆସିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାନୁସାରେ, ସୋରଡା ବ୍ଲକ ହରିପୁର ଗ୍ରାମର ସୀମାଂଚଳ ନାୟକ ନାମକ ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଆଜି ପରିବାର ଲୋକେ ସେ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାସହ ସୀମାଂଚଳ ମୃତ୍ୟୁବରଣ କରିଥିବା ସେମାନେ ଭାବି ନେଇଥିଲେ। ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ। ରୀତିନୀତିରେ ସାମାଂଚଳକୁ ଜୁଇରେ ରଖି ପୋଡୁଥିବା ସମୟରେ ଚକିତ କଲାଭଳି ଘଟଣା ଘଟିଥିଲା। ହଠାତ ସାମାଞ୍ଚଳ ଜୁଇରୁ ଉଠିଥିଲେ। ଏହା ପରେ ତାଙ୍କୁ ପରିବାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସୀମାଂଚଳ ସୁସ୍ଥ ଥିବା ଜଣାପଡିଛି।

Read More

୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସହିତ ୫ଟି ସଚିବଙ୍କ ଟିମ୍ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ମଧ୍ୟ ଗସ୍ତ କରିଥିଲେ। ଏହି ଟିମ୍ ବହୁ ସମୟ ଧରି ସେଠାରେ ରହିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ। ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ  ‘ମୋ ସରକାର’ର କାର୍ଯ୍ୟକାରିତା ଯାଞ୍ଚ ସହ ମତ ମଧ୍ୟ ନେଇଛନ୍ତି ୫ଟି ସଚିବ।

Read More

କଟକ ଚୌଦ୍ବାରରେ କମିସନରେଟ ପୋଲିସ ଏନ୍‌କାଉଣ୍ଟର କରିଛି। ଏହି  ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଜିତୁ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିତୁ ପାଖରୁ ଗୋଟିଏ ବନ୍ଧୁକ ସହିତ ଗୁଳି ଜବତ କରାଯାଇଛି। ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ୍ କହିଛି। ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ମିଳିଥିବା ସୂଚନା ଅନୁସାରେ ଜିତୁ ଚୌଦ୍ୱାର ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଆଜି ସକାଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ ତରଫରୁ ସେଠାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜିତୁ ପୁଲିସ୍ ଉପରକୁ ଗୁଳି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ଜିତୁ ଆହତ ହୋଇଥିଲା ଓ ଧରାପଡ଼ିଥିଲା।

Read More