ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ଏବଂ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମୁମ୍ବାଇକାର ବ୍ୟାଟ୍ସମ୍ୟାନ ରୋହିତ-ରାହାଣେଙ୍କ ଦୃଢ ବ୍ୟାଟିଂ ଫଳରେ ଭାରତ 184/3ର ସମ୍ମାନଜନକ ସ୍କୋର ହାସଲ କରିଛି । 39 ରନ୍ରେ 3 ଓ୍ବିକେଟ୍ ହରାଇଥିବା ଭାରତ ଉଭୟଙ୍କ ଅବିଭାଜିତ ଶତକୀୟ ଭାଗିଦାରୀ ଫଳରେ 184 ରନ୍ରେ ପହଞ୍ଚିଛି । ଓପ୍ନର ରୋହିତ ଶର୍ମା 132 ବଲ୍ର ସମ୍ମୁଖୀନ ହୋଇ 13 ଚୌକା ଏବଂ 3 ଛକ୍କା ଜରିଆରେ 101 ରନ୍ ସଂଗ୍ରହ କରିଥିବା ବେଳେ ରାହାଣେ 94 ବଲ୍ର ସମ୍ମୁଖୀନ ହୋଇ 9ଟି ଚୌକା ଜରିଆରେ 60 ରନ୍ ସଂଗ୍ରହ କରିଛନ୍ତି ।
Author: Samikhsya Bureau
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି । ଦୀପାବଳି ଅବସରରେ ବିଭିନ୍ନ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାପଡିଛି । ଚିଭାସ୍ ରେଗାଲ୍, ବାଲାଣ୍ଟିନେସ ଫିନେଷ୍ଟ ଏବଂ ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟରେ ହ୍ରାସ କରାଯାଇଛି । 750 ମିଲି ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟ ପୂର୍ବରୁ 1800 ଟଙ୍କାର ରହିଥିବା ବେଳେ ଏହା 14 ଶହ ଟଙ୍କାକୁ ହ୍ରାସ ପାଇଛି । ବାଲାଣ୍ଟିନେସ ଫିନେଷ୍ଟର ମୂଲ୍ୟ18 ଶହ ଟଙ୍କାରୁ 1350ଟଙ୍କାକୁ ହ୍ରାସ ପାଇଛି । ସେହିପରି ଚିଭାସ୍ ରେଗାଲ୍ର ମୂଲ୍ୟ 3850 ଟଙ୍କାରୁ 2800 ଟଙ୍କାକୁ ହ୍ରାସ ପାଇଛି । ଏହି ମୂଲ୍ୟ ଦୀପାବଳିର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ତିନି ସପ୍ତାହ ପାଇଁ ମଦ ଉପରେ ଆୟକର ବ୍ୟବସ୍ଥାକୁ ଦିଲ୍ଲୀ ସରକାର ହ୍ରାସ କରିଛନ୍ତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ସକାଳୁ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ବସ୍ ଡ୍ରାଇଭର୍ ପ୍ରାଣ ହରାଇଛନ୍ତି । ଶନିବାର ସକାଳୁ ବସ୍ଟିରେ କେହି ଯାତ୍ରୀ ନଥିବା ସମୟରେ ଡ୍ରାଇଭର ଜଣକ ଏକ ପାର୍ସଲ ପାଇଥିଲେ । ପାର୍ସଲଟି ବିସ୍ଫୋରଣ ଘଟିବାରୁ ଡାଇଭର ଜଣକ ପ୍ରାଣ ହରାଇଥିଲେ । କୋହ୍ଲାପୁରରେ ଏହି ଘଟଣା ଘଟିଥିବା ବେଳେ ବିସ୍ଫୋରଣ ପରେ ବୋମା ସ୍କ୍ବାଡ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହୃତ ହୋଇଛି ତାହା ଜଣା ପଡିନାହିଁ ।
ସମୀକ୍ଷା ବ୍ୟୁରୋ ଆଜି ବାଣପୁରଠାରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକ୍ ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ବୈଠକରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ତେରନଂ ଜୋନ୍ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବାଣପୁର ବ୍ଲକ୍ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ପିଇଓ, ଜିଆର୍ଏସ୍ମାନେ ଉପସ୍ଥିତ ରହିଥିଲେ। ଜିଆରଏସ୍ମାନେ ଏହି ବୈଠକରେ ନିଜ ନିଜ ପଞ୍ଚାୟତର ରିପୋର୍ଟ ପ୍ରଦାନ କରିଥିଲେ। ଏହି ବୈଠକରେ ପ୍ରଶ୍ନର ଉତ୍ତର ଦେଇ ନପାରି ହଟ୍ଟାହଟ୍ଟା ହୋଇଛନ୍ତି ପିଇଓ। ପଞ୍ଚାୟତ…
ରାଞ୍ଚିରେ ଅନୁଷ୍ଠିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଲଞ୍ଚ ବିରତି ସୁଦ୍ଧା 3 ଓ୍ବିକେଟ୍ ହରାଇ 71 ରନ୍ ସଂଗ୍ରହ କରିଛି । ମୟଙ୍କ ଅଗ୍ରଓ୍ବାଲ(10) , ଚେତେଶ୍ବର ପୂଜାରା (0) ଏବଂ ବିରାଟ କୋହଲି(12)ଙ୍କ ଓ୍ବିକେଟ ହରାଇ 23 ଓଭର ଶେଷରେ 71 ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା 15 ରନ୍ ବିନିମୟରେ 2ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ କୋହଲି ଆନିର୍ଚ୍ଚ ନୋର୍ଜେଙ୍କ ଶିକାର ହୋଇଥିଲେ । ପ୍ରଥମ ସେସନ ଖେଳ ଶେଷ ବେଳକୁ ରୋହିତ ଶର୍ମା(38) ଏବଂ ଆଜିଙ୍କ୍ୟ ରାହାଣେ(11) ଅବିଭାଜିତ 32 ରନ୍ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି ।
ଭାରତରେ ଆଣବିକ ଶକ୍ତିର ବିକାଶ ନିମନ୍ତେ ଖୁବ୍ ଶୀଘ୍ର ୭ଟି ଆଣବିକ ରିଆକ୍ଟରର କାମ ଚାଲିଛି। ଆସନ୍ତା ୬ ମାସ ମଧ୍ୟରେ ଏହି ୭ଟି ଆଣବିକ ରିଆକ୍ଟରର କାର୍ଯ୍ୟ ସମାପ୍ତ ହେବ ବୋଲି ଜଣାପଡିଛି। ଏହା ସହିତ ନୂତନ ଭାବରେ ୧୭ଟି ରିଆକ୍ଟର ନିର୍ମାଣ ହେବ ବୋଲି ଜଣାପଡିଛି। ଭାରତର ଆଣବିକ ଶକ୍ତି ବିଭାଗ ସଚିବ କେ ଏନ୍ ବ୍ୟାସ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଭାରତ ସରକାରଙ୍କ ପକ୍ଷରୁ ୨୦୩୦ ସୁଦ୍ଧା ୨୧ଟି ଆଣବିକ ରିଆକ୍ଟର ନିର୍ମାଣର ଘୋଷଣା କରାଯାଇଥିଲା। ବ୍ୟାସ କହିଛନ୍ତି, ସମଗ୍ର ବିଶ୍ବ ବର୍ତ୍ତମାନ ଶୁଦ୍ଧ ଶକ୍ତି ଆଡକୁ ଅଗ୍ରସର ହେଉଛି ଏବଂ ଆଣବିକ ଶକ୍ତି ବିଶ୍ବର ଶକ୍ତି ଚାହିଦା ପୂରଣ କରିବାରେ ସକ୍ଷମ ହେବ। ଏହା ସହିତ ଏହି ପଦକ୍ଷେପ ଆଗାମୀ ଦିନରେ ଭାରତକୁ ଆଣବିକ ଶକ୍ତି କ୍ଷେତ୍ରରେ ଅଗ୍ରଗତିରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।
ଜାତୀୟ ରାଜପଥ ମରାମତି ତଥା ସମ୍ପ୍ରସାରଣ ବିଳମ୍ବରୁ ତାତିଲା ବିଜେଡ଼ି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସବୁ ଏନ୍ଏଚ୍ ମରାମତିରେ ବିଳମ୍ବ ଅଭିଯୋଗ କରିଛି ବିଜେଡ଼ି । ଏହା ପ୍ରତିବାଦରେ ପାଲଲହଡ଼ା, ଅନୁଗୁଳ ଓ ଢେଙ୍କାନାଳ ଠାରେ ବିଜେଡି ଆନ୍ଦୋଳନ କରିଛି । ସେଠାରେ ଥିବା ଏନଏଚ ତୁରନ୍ତ ମରାମତି ଏବଂ ସଂପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବୀ କରି ବହୁ ବିଜେଡିକର୍ମୀ ଆଜି ୨ଘଣ୍ଟିଆ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି । ଅନେକ ବିଜେଡିକର୍ମୀ ପାଲଲହଡ଼ା ଠାରେ ଏନଏଚ ୪୯ ଓ ୧୪୯ ଅବରୋଧ କରିଛନ୍ତି । ଫଳରେ ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି । ତୁରନ୍ତ ଏନ୍ଏଚ୍ ମରାମତି ଏବଂ ସମ୍ପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବି କରାଯାଇଛି ।
ଇଞ୍ଜିନ୍ ଅଚଳ ଯୋଗୁଁ ତିନି ଘଣ୍ଟା ଅଟକିଲା ହୀରାଖଣ୍ଡ। ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନ ଅଚଳ ଯୋଗୁଁ ରାୟଗଡ଼ାରେ ଭାଲୁମାସ୍କା ଷ୍ଟେସନଠାରୁ ୪ କିଲେମିଟର ଦୂରରେ ଅଟକି ରହିଥିଲା। ଅନ୍ୟ ଏକ ଇଞ୍ଜିନି ସଂଯୋଗ ଦ୍ବାରା ଭାଲୁମୁସ୍କା ଷ୍ଟେସନ ଆସିଲା ଟ୍ରେନ୍। ଟ୍ରେନ୍ ବିଳମ୍ବ ତଥା ଅଟକ ଯୋଗୁଁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି। ତେବେ ଟ୍ରେନ୍ର ଇଞ୍ଜିନ ଅଚଳର ନିର୍ଦ୍ଦିଷ୍ଟ କାରଣ ନେଇ ରେଲ୍ଓ୍ବେ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ।
ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆରମ୍ଭ ହୋଇଛି । ରାଞ୍ଚିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ମୟଙ୍କ ଅଗ୍ରଓ୍ବାଲ(10) ଏବଂ ଚେତେଶ୍ବର ପୂଜାରା (0)ଙ୍କ ଓ୍ବିକେଟ ହରାଇ 9 ଓଭର ଶେଷ ସୁଦ୍ଧା 16ରନ୍ ସଂଗ୍ରହ କରିଛି । ଦ. ଆଫ୍ରିକା ପକ୍ଷରୁ ରବାଡା ଉଭୟ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଶାହାବାଜ୍ ନଦୀମ୍ଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଦତକ୍ଷିଣ ଆଫ୍ରିକା ଦଳରେ ଚାରିଟି ପରିବର୍ତ୍ତନ କରାଯାଇଛି । ଆଡେନ୍ ମର୍କ୍ରମ୍ଙ୍କ ସ୍ଥାନରେ ଜୁବେର୍ ହାମ୍ଜା, କେଶବ ମହାରାଜଙ୍କ ସ୍ଥାନରେ ଜର୍ଜ ଲିଣ୍ଡେ, ଥେଉନିସ୍ ଡି ବ୍ରୁଇନ୍ଙ୍କ ସ୍ଥାନରେ ହେନ୍ରିଚ୍ କ୍ଲାସିନ୍ ଏବଂ ଫିଲାଣ୍ଡରଙ୍କ ସ୍ଥାନରେ ଲୁଙ୍ଗି ଏନ୍ଗିଡିଙ୍କୁ ଦଳରେ ସାମିଲ୍ କରାଯାଇଛି…
ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ବିଜେଡ଼ି ତରଫରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ସନତ ଗଡଁତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ତେବେ ଆସନ୍ତା ୨୧ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗ୍ରହଣ ପ୍ରସ୍ତୁତି ସମ୍ପର୍କରେ ବରଗଡ଼ ଜିଲ୍ଲାପାଳଙ୍କ ପ୍ରେସ୍ମିଟ୍ କରିଛନ୍ତି । ବିଜେପୁରର ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୧୩୫ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାର ସୂଚନା ରହିଛି । ହଇଲ୍ ଚେୟାର, ରାମ୍ପ୍ ସହ ସ୍ବେଚ୍ଛାସେବୀଙ୍କୁ ନିୟୋଜନ କରାଯାଉଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଜନୈକ ଏନ୍ସିପି ବିଧାୟକଙ୍କ ନିକଟରୁ 53.46 ଲକ୍ଷ ଟଙ୍କା ଜବତ କରିଛନ୍ତି ନିର୍ବାଚନ କମିଶନ । ଏହି ଘଟଣାରେ ପୋଲିସ୍ ଏନ୍ସିପି ବିଧାୟକ ରମେଶ କଦମଙ୍କୁ ଗିରଫ କରାଯାଇଛି । ଥାନେର ଘୋଡବନ୍ଦରରେ ଥାନେ ପୋଲିସ୍ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସକୁ 500 ଏବଂ 200 ଟଙ୍କିଆ ନୋଟ୍ର ଅର୍ଥ ଜବତ କରିଥିଲା । ରମେଶ କଦମଙ୍କୁ ଜେଜେ ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ଜେଲ୍କୁ ପଠାଯାଇଛି । ଏହି ଗିରଫଦାରୀ ପରେ ଏନ୍ସିପି ପାଇଁ ଅଡୁଆ ବଢିବାରେ ଲାଗିଛି । ପୂର୍ବରୁ ଏନ୍ସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଗତକାଲି ଇଡି 12 ଘଣ୍ଟା ପାଇଁ ଜେରା କରିଥିଲା ।
କେଦାର ମିଶ୍ର ନିର୍ବାଚନ ଆଉ ଗଣିତ କି ଜ୍ୟୋତିଷ ହୋଇ ରହି ନାହିଁ, ଏବେ ନିର୍ବାଚନ ଏକ ପ୍ରକାର ପୂର୍ବ ନିର୍ଦ୍ଧାରିତ ଫର୍ମୁଲା। ନିର୍ବାଚନ ଲଢିବାକୁ କୌଣସି ପ୍ରସଙ୍ଗ ବା ଇସ୍ତାହାର ନୁହଁ, ବରଂ କିଛି ବିବାଦ ଦରକାର। ଯେମିତି କି, ଗାନ୍ଧୀ ହତ୍ୟାକାରୀ ଭାବେ ଅଭିଯୁକ୍ତ ଥିବା ସଭରକରଙ୍କୁ ଭାରତ ରତ୍ନ ଦିଆଯିବ କି ନାହିଁ। ଯେମିତିକି ଧାରା ୩୭୦ ହଟାଇଲା ପରେ ଭାରତ ବିଶ୍ଵ ଗୁରୁ ହୋଇଛି କି ନାହିଁ। ମୁଣ୍ଡ ଗଣ୍ଡି ନଥିବା ଏ ସବୁ ବିବାଦରେ ଲୋକଙ୍କ ଅସଲ ପ୍ରସଙ୍ଗ ଆଲୋଚିତ ହେବାର କୌଣସି ଅବକାଶ ନାହିଁ। ମହାରାଷ୍ଟ୍ର ନିର୍ବାଚନରେ କାଶ୍ମୀର ଓ ହରିୟାନା ନିର୍ବାଚନରେ ପାକିସ୍ତାନ ମୂଳ ପ୍ରସଙ୍ଗ। ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି, ସେ ରାଜ୍ୟର ମୌଳିକ ସମସ୍ୟା କେଉଁଠି ଆଲୋଚିତ ହେଉନି। ପ୍ରଧାନମନ୍ତ୍ରୀ ସାଢେ ପାଞ୍ଚ ବର୍ଷ ଶାସନ କଲାପରେ ମଧ୍ୟ ବିରୋଧୀଙ୍କୁ ଗାଳି କରି କରି ଭୋଟ ମାଗୁଛନ୍ତି। “ଯାଓ…
କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁରରେ ଏକ ବେଆଇନ ବାଣ କାରଖାନା ଠାବ କରାଯାଇଛି । ଏହି ବାଣ କାରଖାନାରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଚଢଉ କରିଥିଲା । ପୋଲିସ୍ ବିପୁଳ ପରିମାଣର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଜବତ କରିଛି । ସମସ୍ତ ଜବତ ସାମଗ୍ରୀର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ବାଣ କାରଖାନାରୁ ପୋଲିସ୍ 12 ଜଣଙ୍କୁ ଗିରଫ କରିଛି ।
Models display jewellery during inauguration of Jewels of India, biggest retail jewellery exhibition cum sale in Bengaluru on Friday.
BENGALURU, OCT 18 (UNI) :- Film actress Pranith Subhash display jewellery during inauguration of Jewels of India, biggest retail jewellery exhibition cum sale in Bengaluru on Friday. UNI PHOTO SLP/4U
ସମୀକ୍ଷା ବ୍ୟୁରୋ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଆସନ୍ତା ୨୧ ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହାକୁ ନେଇ ସ୍ଵତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଅଧିକ ସଂଖ୍ୟାରେ ମତଦାନ ପାଇଁ ଗୁରୁତ୍ଵ ଦିଆଯାଇଛି। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତିନି ଦିନ ଛୁଟି ଘୋଷଣା କରିଛନ୍ତି। ଏହି ଉପନିର୍ବାଚନରେ ମତଦାନ କରିବା ନିମନ୍ତେ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ନିର୍ବାଚନ ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପର ଦିନକୁ ମିଶାଇ ମୋଟ ତିନି ଦିନ ଛୁଟି ନେଇପାରିବେ। ଏତଦବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ତିନି ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ଇଚ୍ଛାଧୀନ ଛୁଟି ନେଇପାରିବେ।
ମଧ୍ୟପ୍ରଦେଶର ଗୁନାଠାରେ ଏକ ଘରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଦିପାବଳୀ ସମୟରେ ଏପରି ଘଟଣା ବଢିଯାଇଥାଏ । ନିକଟରେ ଉତ୍ତରପ୍ରଦେଶର କନୌଜ୍ଠାରେ ମଧ୍ୟ ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗମ୍ଭୀର ରୂପେ ଆହତ ହୋଇଥିଲେ।
ସୁଶାନ୍ତ ସିଂ ରାଜପୁତ୍ ଓ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଏବେ ଖୁବ୍ ଚର୍ଚ୍ଚାରେ । ତେବେ ଏ ଦୁହେଁ ନିଜ ସମ୍ପର୍କ ବିଷୟରେ ମୌନ ରହିଥିବାବେଳେ ଦୁହିଁ ଜଣଙ୍କ ସୋସିଆଲ ମିଡିଆରେ ପୋଷ୍ଟ ସମ୍ପର୍କକୁ ସବୁଜ ସଂକେତ ଦେଉଛି । ଏହି ଦୁଇ କଳାକାର ଜଣକ ମଧ୍ୟରେ ଅଫେୟାର ବେଶ୍ କିଛି ଦିନ ହେବ ବି ଟାଉନ୍କୁ ସରଗରମ କରିଛି । ଦୁହେଁ ୟୁରୋପ ଟୁର୍ରେ ଯାଇଥିବାବେଳେ ସେଠାରେ ଦୁହେଁ ଏକ ସପିଂ ମଲ୍ରୁ ସପିଂ କରୁଥିବାର ଫଟୋ ସୋସିଆଲ୍ ସାଇଟ୍ରେ ପୋଷ୍ଟ କରିଛନ୍ତି । ଦୁହେଁ ଇଟାଲିରେ କ୍ବାଲିଟି ଟାଇମ୍ ଅତିବାହିତ କରୁଥିବାର ଜଣାପଡିଛି । ସୁଶାନ୍ତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଅଙ୍କିତା ଲୋଖେଣ୍ଡ, ଓ କୀର୍ତ୍ତିଙ୍କ ସହ ତାଙ୍କ ସମ୍ପର୍କ ରହିଥିବାବେଳେ ନିକଟରେ ରିୟା ସହ ତାଙ୍କ ସମ୍ପର୍କ ବେଶ୍ ଚର୍ଚ୍ଚାରେ । ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋର’ ବକ୍ସ…
ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଆଉ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି । ପିଏମସିର ଆକାଉଣ୍ଟ ହୋଲ୍ଡର ମୁରଲୀଧର ଧରାଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବ୍ୟାଙ୍କର ଅନ୍ୟ ଦୁଇ ଜଣ ଆକାଉଣ୍ଟ ହୋଲ୍ଡର ଗୁଲାଟି ଏବଂ ଫତ୍ତୋମଲ ପଞ୍ଜାବୀଙ୍କୁ ହୃଦଘାତରୁ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପିଏମସି ବ୍ୟାଙ୍କର ଘୋଟାଲାର ଖୁଲାସା ପରଠାରୁ ସେ ଚାପରେ ରହିଥିଲେ । ମୃତକଙ୍କ ପୁତ୍ର ପ୍ରେମ ଧାରା କହିଛନ୍ତି ଯେ, ତାଙ୍କ ପିତା ଦୀର୍ଘ ଦିନ ଧରି ବେମାର ରହିଥିଲେ । ଡାକ୍ତର ତାଙ୍କୁ ବାଇପାସ୍ ସର୍ଜରୀ କରିବାକୁ କହିଥିଲେ । ଏଥିନିମେନ୍ତ ଅର୍ଥ ଦରକାର ଥିଲା ଓ ସମୟ ଭିତରେ ଅର୍ଥ ନ ମିଳିବାରୁ ବାଇପାସ୍ ସର୍ଜରୀ ହୋଇପାରିନଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମସି ବ୍ୟାଙ୍କରୁ ନଗଦ ଟଙ୍କା ବାହାର କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ…

