ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍ ଇଭିନ୍ ସ୍କିମ୍ ଲାଗୁ ହେବାକୁ ଯାଉଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଡ୍ ଇଭିନ୍ ସ୍କିମ୍ ସହ ଜଡିତ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏଥର ଅଡ ଇଭିନ୍ ସ୍କିମ ଚାଲୁ ହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ମିଳିବ ନାହିଁ। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି। ଏହା ପୂର୍ବରୁ ଅଡ ଇଭିନ୍ ସ୍କିମ ଚାଲୁହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ଦିଆଯାଉଥିଲା। କିନ୍ତୁ ଏଥର ଦିଆଯିବ ନାହିଁ। ତେବେ ମହିଳାମାନଙ୍କୁ ଏଥିରୁ ଆଶ୍ଵସ୍ତୀ ମିଳିବ। ଅଡ ଇଭିନ୍ ଯୋଜନା ସକାଳ ୮ରୁ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିବ। ଯେଉଁ ଗାଡିରେ ମହିଳା ବସିଥିବେ କିମ୍ବା ମହିଳା ଗାଡି ଚଳାଉଥିବେ ସେଗୁଡିକୁ ଆଶ୍ଵସ୍ତି ଦିଆଯିବ। ଏତଦ୍ ବ୍ୟତୀତ ଗାଡିରେ ଯଦି ୧୨ ବର୍ଷରୁ…
Author: Samikhsya Bureau
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏକ ଭିନ୍ନ ଯୁକ୍ତି ଉପସ୍ଥାପିତ କରିଛନ୍ତି । ପ୍ରସାଦ କହିଛନ୍ତି, “ଅକ୍ଟୋବର ୨ରେ ରିଲିଜ ହୋଇଥିବା ୩ଟି ଫିଲ୍ମ ଗୋଟିଏ ଦିନରେ ମିଳିତ ଭାବେ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶର ଅର୍ଥନୀତି ଆଦୌ ହ୍ରାସ ପାଇନାହିଁ। ସେହିପରି ଦେଶରେ ଜିଡିପିର ଦର ମଧ୍ୟ ଠିକ୍ ରହିଥିବାର କରିଛନ୍ତି । ଦେଶରେ ୨୬୮ଟି ମୋବାଇଲ୍ ନିର୍ମାଣକାରୀ କମ୍ପାନୀ ରହିଛି । ମେଟ୍ରୋ ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣ ହେଉଛି । ଲୋକଙ୍କ ପାଖରେ ଚାକିରି ଅଛି । ରବିଶଙ୍କର ପ୍ରସାଦ ଏନ୍ଏସ୍ଏସ୍ଓ ତରଫରୁ ହୋଇଥିବା ନିଯୁକ୍ତିକୁ ନେଇ ପରିସଂଖ୍ୟାନକୁ ମଧ୍ୟ ଖାରଜ କରିଛନ୍ତି । ଦେଶର ଅର୍ଥନୀତି ଅଭିବୃଦ୍ଧି ସୂଚକାଙ୍କ ହ୍ରାସ ପାଉଥିଲେ ହେଲେ ହେଁ କେନ୍ଦ୍ରମନ୍ତ୍ରୀ ଏହାକୁ ମାନିବାକୁ ନାରାଜ ।
କଟକ ଏସ୍ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ ତିନି ମହଲାରେ ଥିବା ଏକ ଝରକା ଗ୍ରୀଲ ତାଡ଼ି ଜଣେ ରୋଗୀ ଡେଇଁପଡ଼ିଥିବା ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ମିଳି ନ ଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।
ସ୍ବର୍ଗତ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ଶୈଳୀକାର ଭାବରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଆସନ୍ତୁ ପଢିବା ଖୋକା ଭାଇଙ୍କ ‘ନଗ୍ନ ମୋନାଲିସା’ ଗଳ୍ପ ସଂକଳନରୁ ଏହି ଗପଟିକୁ। ତୁମ ଗୀତ କେତେ ସହଜରେ ଛୁଇଁପାରେ ହୃଦୟକୁ। କେତେ ସହଜରେ ବଦଳେଇ ଦେଇପାର ମନର ଅବସ୍ଥା। ତୁମେ ଜାଣନା ତୁମ ଗୀତର ନାମ କେତେ। ତୁମ ଗୀତକୁ ଭଲ ପାଇବାକୁ ଯାଇ ତୁମକୁ ଯେ କେତେ ଭଲ ପାଆନ୍ତି ସେ ଖବର ତୁମେ ରଖିନ। କାହିଁକି ରଖିନ ? ତା’ର କାରଣ ଖୋଜିବାକୁ ଯାଇ ଆଜି ମୁଁ ଏ ଗପ ଲେଖୁଛି। ହୁଏତ ଗପ ସରିଲାବେଳକୁ ଏ କେବଳ…
ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍କା । ବିଜେପୁର ଇସ୍ତଫା ଦେଲେ ବିଜେପୁରର ବରିଷ୍ଠ ନେତା ଅଶୋକ ପାଣିଗାଗ୍ରହୀ । ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ପ୍ରାର୍ଥୀ ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ତଥା ଅଣଦେଖା କରାଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ତେବେ । ଏପରିକି ତାଙ୍କ ନାମ ତାରକା ପ୍ରଚାରକରେ ମଧ୍ୟ ରଖାଯାଇନାହିଁ ବୋଲି ସେ କହିଛନଦ୍ତି । ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ ।
ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠିନି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ । ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ କିଛି ଆଲୋଚନା ହୋଇନି କହିଛନ୍ତି ବୈଦେଶିକ ସଚିବ । ଏହି ବୈଠକ ସରିବା ପରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ନିଜସ୍ବ ବ୍ୟାପାର । ସେହିପରି ଚୀନ୍ ରାଷ୍ଟ୍ରପତି ପରବର୍ତ୍ତୀ ବୈଠକ ପାଇଁ ଚୀନ୍ ଯିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କେବେ ଯିବେ, ଏହାନେଇ ତାରିଖ ପରେ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ।
Participant performing cultural program , during the carnival was organised to showcase the award-winning Goddess Durga idols of the year at Red Road organised by West Bengal Government, in Kolkata on Friday.UNI PHOTO CAL 8
ରଙ୍ଗାଚରଣ ପ୍ରଧାନ ମଲାଜହ୍ନ (ଚକୋରୀ ଝରାନା ଲୁହ ଜୋଛନା ରାତି) , କିଏ କାହାର, ସଂସାର (ବୋଉଲୋ ହେବିନାହିଁ ବାହା ହେବିନାହିଁ) , ଯାଯାବର (ଗାଡି ଚାଲେ ପଛେଇ), ନାଗଫାଶ (ନଦୀ ଫେରେ ସାଗରକୁ) , ତଅପୋଇ (ସାତ ଦରିଆ ପାରେ), ଝିଲିମିଲି (ବଧୁ ହସେ ମଧୁ ମଧୁ), ନିଝୁମ ରାତିର ସାଥୀ, କିଏ ଜିତେ କିଏ ହାରେ, ଶ୍ରୀଜଗନ୍ନାଥ (ନାଁ ତା’ର ଲଳିତା), ଅଶାନ୍ତ ଗ୍ରହ, ସ୍ବପ୍ନସାଗର (ଚିଠି ମୋର ଟିକି ଚଢେଇ), ଦଣ୍ଡା ବାଳୁଙ୍ଗା (ସହରରେ ଲାଗିଯିବ ନିଆଁ), ଜଗା ହାତରେ ପଘା(ରୁପା ଶଗଡିରେ), ଶଙ୍ଖା ସିନ୍ଦୁର, ମମତା ମାଗେ ମୁଲ, ନଳ ଦମୟନ୍ତି, ଚକା ଭଉଁରୀ (ସ୍ମତି ଏକ ରୁପା ଜହ୍ନ), ସବୁ ମାୟାରେ ବାୟା (ମୁଁ ଯେ ଦେଖିଲି ସେଦିନ), ଏଇ ଆମ ସଂସାର, ବଧୂ ନିରୁପମା, ତୁଣ୍ଡ ବାଇଦ (ଗଡି ଗଡି ଯାଏ ଶଗଡ), ଜୋର୍ ଯାର ମୁଲକ ତାର, ଥିଲି ଝିଅ ହେଲି…
କେଦାର ମିଶ୍ର (ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ। ଓଡିଶାର ପଚାଶ ବର୍ଷର ସାଂସ୍କୃତିକ ଇତିହାସ ଏଇ ଗୋଟିଏ ନାଁ ସହ ଜଡିତ। ଓଡିଆ ଅଜନଜୀବନର ପାପ ଓ ପୂଣ୍ୟ, ଗରିମା ଓ କଳଙ୍କ, ଭାବ ଓ ଅଭାବ, ସବୁ ସେଇ ଗୋଟିଏ କଣ୍ଠରେ ସ୍ଵର ହୋଇ ବଞ୍ଚି ରହିଛି। ଅକ୍ଷୟ ମହାନ୍ତି ନିଜେ ଏକ ଇତିହାସ। ଆଜି ସର୍ବକାଳୀନ ଲୋକପ୍ରିୟ ଓ ଚିର ସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର 83ତମ ଜନ୍ମଦିବସ । ଅକ୍ଷୟ ମହାନ୍ତି କଟକ ସହରରେ ୧୨, ଅକ୍ଟୋବର ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଖୋକାଭାଇ ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିବା ଅକ୍ଷୟଙ୍କର ପିତା ଥିଲେ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି । ସେ ଏକାଧାରରେ ଗାୟକ, ଗୀତିକାର, କବି, ସଂପାଦକ, ନିର୍ଦ୍ଦେଶକ, ଗାଳ୍ପିକ, ଔପନ୍ୟାସିକ ତଥା ଚିନ୍ତକ। ଆମ ସମୟର ଖୋକାଭାଇଙ୍କୁ ନେଇ ତାଙ୍କ ଜନ୍ମଦିବସ ଅବସରରେ ଏହି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଦ୍ବିତୀୟ ଦିବସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଅନୌପଚାରିକ ଶିଖର ସମ୍ମେଳନରେ ଦୁଇ ରାଷ୍ଟ୍ର ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଏହା ଭାରତ ଓ ଚୀନ ସହଯୋଗକୁ ଏକ ନୂତନ ଦିଶା ଦେବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦକୁ ଆଗାମୀ ଦିନରେ ବିବାଦର ରୂପ ଦିଆଯିବ ନାହିଁ । ପାଖାପାଖି ଦେଢଘଣ୍ଟା ବାର୍ତ୍ତାଳାପ ହୋଇଛି। ଏହି ଆଲୋଚନାରେ ଭାରତର ଅର୍ଥମନ୍ତ୍ରୀ ଏସ୍. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ…
Prime Minister Narendra Modi doing exercise after walks along the shores before his busy schedule with Chinese President Xi Jinping, in Mahabalipuram on Saturday. UNI PHOTO TK 4 U
ପାଞ୍ଚ ବର୍ଷ ହେବ କେନ୍ଦ୍ରରେ କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ପାଖରେ ଏବେ ଅର୍ଥର ଅଭାବ ଦେଖାଯାଇଛି। ୨୦୧୪ରୁ କେନ୍ଦ୍ରରେ କ୍ଷମତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ପାଖରେ ପାଣ୍ଠି ହ୍ରାସ ପାଇଛି। ତେଣୁ ପାର୍ଟି ଚା’-ଜଳଖିଆରୁ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ ଦେଇଛି। ଦଳୀୟ ପଦାଧିକାରୀ ଓ ନେତାମାନେ ଚା’-ଜଳଖିଆ ଖର୍ଚ୍ଚ ସହିତ ବିମାନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିବେ। କଂଗ୍ରେସର ଆକାଉଣ୍ଟ ବିଭାଗ ସହାସଚିବ, ରାଜ୍ୟ ପ୍ରଭାରୀ ଓ ଅନ୍ୟ ପଦାଧିକାରୀଙ୍କୁ କହିଛନ୍ତି, ସମସ୍ତେ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ପାର୍ଟି ପଦାଧିକାରୀଙ୍କୁ କହିଛି, ଚା’-ଜଳଖିଆରେ ମାସକୁ ୩ ହଜାର ପର୍ଯ୍ୟନ୍ତ କରନ୍ତୁ। ଯଦି ଏଥିରୁ ଅଧିକ ଖର୍ଚ୍ଚ ହୁଏ, ତା’ ହେଲେ ସଂପୃକ୍ତ ବ୍ୟକ୍ତି ନିଜ ହାତରୁ ଦିଅନ୍ତୁ। ସୂଚନାଯୋଗ୍ୟ ପାର୍ଟିର ନେତା ଓ ଅନ୍ୟ ପଦାଧିକାରୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କ୍ୟାଣ୍ଟିନରୁ ଚା’-ଜଳଖିଆ ଦିଆଯାଇଥାଏ। ପଦାଧିକାରୀ ଏଥି ପାଇଁ ବିଲରେ ସ୍ୱାକ୍ଷର…
ଭାରତୀୟ ବକ୍ସର ଏମ୍ ସି ମେରୀ କମ୍ ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ ସେମିଫାଇନାଲ୍ରେ ପରାଜିତ ହୋଇଛନ୍ତି । ଏହା ସହିତ ମେରୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି । 51 କିଗ୍ରା ବର୍ଗରେ ତୃତୀୟ ସିଡ୍ ମେରୀ କମ୍ ତୁର୍କୀ ବକ୍ସର ବୁସେନାଜ୍ କାକିରୋଗୋଲୁଙ୍କ ନିକଟରୁ ପରାଜିତ ହୋଇଛନ୍ତି । ୟୁରୋପିଆନ୍ ଚାମ୍ପିୟନ୍ସିପ୍ ଏବଂ ୟୁରୋପିଆନ୍ ଗେମ୍ସ ସ୍ବର୍ଣ୍ଣ ପଦକ ବମିଜୟୀନି ବୁସେନାଜ୍ ଏହି ମ୍ୟାଚ୍ରେ 4-1ରେ ବିଜୟୀ ହୋଇଥିଲେ । ବିଶ୍ବ ଚାମ୍ପିୟନ୍ସିପ୍ରେ ଏହା ମେରୀଙ୍କର ଅଷ୍ଟମ ପଦକ । ପୂର୍ବରୁ 6ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲରେ ସଫଳ ହୋଇଥିଲେ ମେରୀ । ମେରୀ ଶେଷଥର ପାଇଁ 2018ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
MAHABALIPURAM, OCT 12 (UNI):-Prime Minister Narendra Modi walks along the shores before his busy schedule with Chinese President Xi Jinping, in Mahabalipuram on Saturday.
ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସମାଲୋଚନା କରିଛନ୍ତି । ଜଗନ ଜଣେ ମାନସିକ ରୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ନାଇଡୁ ଅଭିଯୋଗ କରିଛନ୍ତି । କ୍ଷମତାକୁ ଆସିବା ପରେ ବିକାଶ ପରିବର୍ତ୍ତେ ପ୍ରତିଶୋଧ ପରାୟଣତାର ରାଜନୀତିରେ ଲିପ୍ତ ରହିଛନ୍ତି ଜଗନ । ବିପକ୍ଷ ଦଳର ନେତା ଏପରିକି ସାଧାରଣ ଜନତା ଜଗନଙ୍କ ଏହି ବିକୃତ ମାନସିକତାର ଶିକାର ହେଉଛନ୍ତି । ମୁଁ ଅନେକ ମୁଖ୍ୟମନ୍ତ୍ରି ଦେଖିଛି ମାତ୍ର ଜଗନଙ୍କ ପରି କାହାକୁ ଦେଖିନାହିଁ । ଟିଡିପିର 500 କର୍ମୀଙ୍କୁ ବିଭିନ୍ନ ଜେଲ୍ରେ ଅଟକ ରଖାଯାଇଥିବା ନେଇ ନାଇଡୁ ଅଭିଯୋଗ କରିଛନ୍ତି । ବିଧାନସଭା ନିର୍ବାଚନର ପରାଜୟ ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ ସମୟରେ ଏହି ମତ ଦେଇଛନ୍ତି ।

