ପଶ୍ଚିମବଙ୍ଗ ସରକାରଙ୍କ ସଚିବଙ୍କ ବିରୋଧରେ ଏକ ଫେସବୁକ୍ ପୋଷ୍ଟ ଅଭିଯୋଗରେ ଜନୈକ କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ନେତା ସନ୍ମୋୟ ବନ୍ଦୋପାଧ୍ୟାୟଙ୍କୁ ପୋଲିସ୍ ପକ୍ଷରୁ ଶନିବାର ଦିନ ଗିରଫ କରାଯାଇଛି । ବନ୍ଦୋପାଧ୍ୟାୟଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପକ୍ଷରୁ ଏହାର ବିରୋଧ କରାଯିବା ସହିତ ତାଙ୍କୁ ଛଡାନଗଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବା ନେଇ କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି । ବନ୍ଦୋପାଧ୍ୟାୟଙ୍କୁ ପୁରୁଲିଆ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି । ଏହି ଘଟଣା ସହିତ ସରକାରଙ୍କର କୌଣସି ସମ୍ବନ୍ଧ ନାହିଁ ଏବଂ ଅଭିଯୋଗ ଅନୁଯାୟୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଛନ୍ତି ।
Author: Samikhsya Bureau
ତିନି ପୋଲିସ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ଦିଆଯାଇଥିବା ଅଫିସରମାନେ ହେଲେ ସବ୍ ଇନ୍ସପେକ୍ଟର ବନମାଳୀ ନାୟକ, ଏଏସ୍ଆଇ ବୀରବର ଲେଙ୍କା ଓ କିଶୋର ବାଗ୍ । କ୍ଷମତା ଦୁରୁପଯୋଗ ନେଇ ସେମାନଙ୍କ ବିରୁଦ୍ଧରେ ଏସ୍ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଓଡ଼ିଶା ଡିଜିପିଙ୍କ ପକ୍ଷରୁ ଟୁଇଟ୍ କରାଯାଇଛି । ଏହି ସମସ୍ତ ଅଫିସରଙ୍କ ବିରୁଦ୍ଧରେ ଓଡ଼ିଶା ସର୍ଭିସ୍ କୋଡ୍, ରୁଲ୍-୭୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସମୀକ୍ଷା ବ୍ୟୁରୋ ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁମଣ୍ଡଳ ନୁହେଁ ବରଂ ସାରା ଦେଶର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହା କେବଳ ଯେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଜନ୍ମିତ ଶିଶୁ ଉପରେ ପ୍ରଭାବ ପକାଏ ତା ନୁହେଁ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଡିଥାଏ । ବହୁ ଗର୍ଭସ୍ଥ ଶିଶୁ ପ୍ରଦୂଷଣ ଯୋଗୁଁ ଜନ୍ମ ହେବ ଆଗରୁ ହିଁ ଗର୍ଭ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି। ପ୍ରଦୂଷଣ ଯୋଗୁଁ ମହିଳାଙ୍କଠାରେ ଗର୍ଭପାତ ଭଳି ସମସ୍ୟା ଏବେ ବହୁତ ଦେଖିବାକୁ ମିଳୁଛି। ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହୋଇଥାନ୍ତି ଏଇ ନିକଟ ଅତୀତରେ ଜାରି କରାଯାଇଥିବା ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୧୯ ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି । ଏହି ଅଧ୍ୟୟନ ଦ୍ଵାରା ଜଣା ପଡିଛି…
ଶନିବାର ପରବର୍ତ୍ତୀ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ପ୍ରସ୍ତାବ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନାମକୁ ପ୍ରସ୍ତାବ କରି ମୁଖ୍ୟ ବିଚାରପତି ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଗୋଗୋଇଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରାଯାଇଛି । ଯଦି ବୋବ୍ଡେ ମୁଖ୍ୟ ବିଚାରପତି ହୁଅନ୍ତି ତେବେ ସେ ଏପ୍ରିଲ୍ 2021 ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାନ କରିବେ ।
ଭାରତୀୟ ଜନତା ପାର୍ଟି ନେତ୍ରୀ ଜୟା ପ୍ରଦା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି । ମହିଳାଙ୍କୁ ଅସମ୍ମାନ କରୁଥିବାରୁ ବର୍ତ୍ତମାନ ଅସୁବିଧାରେ ପଡୁଥିବା ନେଇ ଜୟା ମତ ଦେଇଛନ୍ତି । ଅତୀତରେ ଆଜମ କେବେବି ମହିଳାଙ୍କୁ ସମ୍ମାନ ପ୍ରଦାନ କରି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଜମି ଅଧିଗ୍ରହଣକୁ ନେଇ ଆଜମ୍ ଖାନ୍ଙ୍କ ବିରୋଧରେ 51ଟି ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଗୁରୁବାର ରାମପୁର ସାଂସଦ ଆଜମ୍ ଖାନ୍ କାନ୍ଦି ପକାଇଥିଲେ । ଆଜମ୍ ଖାନ୍ ଅଭିନୟ କରୁଛନ୍ତି ବୋଲି ମତ ଦେଇଛନ୍ତି ଜୟା । ଉଲ୍ଲେଖଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ ପୂର୍ବରୁ ଆଜମ୍ ଜୟାଙ୍କୁ ନାଚବାଲି ବୋଲି ସମ୍ବୋଧନ କରିଥିଲେ ।
କେଦାର ମିଶ୍ର “ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମାନେ ଖୁସି ତ! ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ। ଆମ ପ୍ରାର୍ଥୀଙ୍କୁ ବହୁତ ଅଧିକ ଭୋଟ ଦେଇ ଜିତାନ୍ତୁ।” ବାସ ଏତିକି ମାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ଭାଷଣ ଗୁଡିକ ଏତିକି ଶବ୍ଦରେ ହିଁ ସୀମିତ। ଏତିକି କଥାରେ ଲୋକଙ୍କ ପାଖରେ ଜଣେ ସବୁଠୁ ଲୋକପ୍ରିୟ ନେତା ହୋଇ ପାରିବ କି? ଏ ପ୍ରଶ୍ନର ଉତ୍ତର ପାଇଁ ନବୀନ ପଟ୍ଟନାୟକଙ୍କୁ ଆମେ ଯଦି ଦେଖିବା, ଆମକୁ ଚକିତ ହେବାକୁ ପଡିବ। ସେ ଯାହା କହୁଛନ୍ତି, ତାହା କେବଳ ଗୋଟେ ପୋଷ୍ଟରର ବିଷୟ। ସେତିକିରେ ଲୋକଙ୍କ ଭିତରେ ଏ ଉତ୍ସାହ କାହିଁକି? ବିଜେପୁରରେ ନବୀନଙ୍କ ରୋଡ ଶୋ’ ଦେଖିଲା ପରେ, ତାଙ୍କର ବିରୋଧୀ ମଧ୍ୟ ମାନିବାକୁ ବାଧ୍ୟ ଯେ ଏ ପ୍ରକାର ଉତ୍ସାହ ଅନ୍ୟ କୌଣସି ନେତାଙ୍କ ପାଇଁ ରାଜ୍ୟରେ ଦେଖିବାକୁ…
ଗତକାଲି ବିଳମ୍ବିତ ରାତିରେ ପିପିଲି-ନିମାପଡ଼ାରେ ଏକ ଏନ୍କାଉଣ୍ଟର ହୋଇଛି । ତାରକାଜ ଛକ ଓଭରବ୍ରିଜ୍ରେ ହୋଇଥିବା ଏନ୍କାଉଣ୍ଟରରେ ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଭାଗୁ ନିକଟରୁ ଗୋଟିଏ 9 ଏମ୍ଏମ୍ ପିସ୍ତଲ , ଗୁଳି ଓ ବାଇକ୍ ଜବତ କରିଛି ।
ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ 15 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି । ‘ଇସ୍ପାତ’ ନାମକ ଏକ ବସ୍ କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ ଓଲଟି ପଡ଼ିଥିଲା ।
Married women offering Karwa Chauth puja for the longevity, prosperity and well-being of her husband, in Ahmedabad
ସମୀକ୍ଷା ବ୍ୟୁରୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଭିଡିଓ କନଫରେନସି ଜରିଆରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଚାଲୁ ରହିଥିବା ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ନାଗରିକମାନେ କିପରି ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟିକୁ ନିଜେ ନିଜେ ସଂଶୋଧନ କରିପାରିବେ ଏବଂ ତ୍ରୁଟି ନଥିଲେ ସେମାନେ ତାଙ୍କର ତଥ୍ୟ ସଠିକ ବୋଲି ଅପଲୋଡ କରିବେ ସେ ସମ୍ପର୍କରେ ବ୍ଯାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଲୋହାନୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସରୁ ଆରମ୍ଭ କରାଯାଇଛି। ତ୍ରୁଟି ବିଚ୍ୟୁତିଗୁଡିକୁ ସ୍ଵତନ୍ତ୍ର ଯାଞ୍ଚ କରାଯାଇ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଜନସାଧାରଣ ଭୋଟର…
ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହା ପରେ ବାଲେଶ୍ୱର ପୁଲିସ ଖାନତଲାସି ଅଭିଯାନକୁ ଜୋରଦାର କରିଥିଲା। ଏହି ଅଭିଯାନରେ ଆଜି ଜଳେଶ୍ୱର ପୁଲିସ ଚଢ଼ଉ କରି ୭୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି।
ସରକାରୀ କର୍ମଚାରୀଙ୍କ ପରି ଏବେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଇପାରିବେ ମାତୃତ୍ବ ଅବକାଶ ଛୁଟି । କେରଳ ପ୍ରଥମ ରାଜ୍ୟ ଭାବେ ନିଜ ରାଜ୍ୟରେ ଏହି ନିୟମ ଲାଗୁ କରୁଛି । କେରଳ ଘରୋଇ ଶିକ୍ଷା ଅନୁଷ୍ଠାନର କର୍ମଚାରୀ ଏବଂ ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଲାଭ ଅଧିନିୟମ ଅନୁସାରେ ଛୁଟି ପ୍ରଦାନ କରାଯିବ । ଏହି ଆଇନ ଲାଗୁ ହେବା ପରେ କେରଳ ଦେଶର ପ୍ରଥମ ରାଜ୍ୟ ହେବେ ଯେଉଁଠାରେ ଘରୋଇ ଶିକ୍ଷାନୁଷ୍ଠାନରେ ମାତୃତ୍ବ ଅବକାଶ (maternity leave) ପ୍ରଦାନ କରାଯିବ । କେରଳ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଗଷ୍ଟ ୨୯ ତାରିଖରେ ବୈଠକରେ ଘରୋଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହି ଲାଭ ଦେବାର ବିଜ୍ଞପ୍ତି ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବା ପାଇଁ ନିଷ୍ପତ୍ତି ନେଇଥିଲା ।ଏହି ଅଧିନିୟମ ଅନୁସାରେ ରାଜ୍ୟରେ ଘରୋଇ ଶିକ୍ଷା କ୍ଷେତ୍ରରେ କର୍ମଚାରୀ ସରକାରୀ କର୍ମଚାରୀଙ୍କ ପରି ଦରମା ସହ ୨୬ସପ୍ତାହର ମାତୃତ୍ବ ଅବକାଶର ଲାଭ ପାଇ ପାରିବେ…
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବେତନରେ ୬୬ ପ୍ରତିଶତର ଅଭିବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ନାଡେଲାଙ୍କ ବେତନରେ ଏହି ଅଭିବୃଦ୍ଧି ଘୋଷଣା କରାଯିବା ସହିତ ମୂଳ ଦରମାରେ ୧ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି। ଏହା ସହିତ ମାଇକ୍ରୋସଫ୍ଟରେ ନାଡେଲାଙ୍କ ଅଂଶଧନରେ ମଧ୍ୟ ୧ ମିଲିୟନ୍ ଡଲାର ବୃଦ୍ଧି ପାଇଛି। ଏହାକୁ ମିଶାଇ ଚଳିତ ବର୍ଷ ନାଡେଲା ସମୁଦାୟ ୪୨.୯ ମିଲିୟନ ଡଲାରର ବେତନ ହାସଲ କରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ ନାଡେଲା ସମୁଦାୟ ୩୦.୯ ମିଲିୟନ୍ ଡଲାରର ବେତନ ପାଇଥିଲେ। କମ୍ପାନୀର ଆସନ୍ତା ବୋର୍ଡ ମିଟିଂ ଡିସେମ୍ବର ୪ରେ ଅନୁଷ୍ଠିତ ହେବ। ନାଡେଲାଙ୍କ ନେତୃତ୍ବରେ ମାଇକ୍ରୋସଫ୍ଟର ସମୁଦାୟ ଆୟରେ ୫୦୯ ମିଲିୟନ୍ ଡଲାରର ଅଭିବୃଦ୍ଧି ଘଟିଛି।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ। ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ…

