ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ। ବାରିପଦାରେ ଏହି ଲମ୍ଫଟ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣାରେ ଉତ୍କ୍ଷିପ୍ତ ସାଧାରଣ ଲୋକ ଶିକ୍ଷକଙ୍କୁ ମାଡ ମାରିବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ। ଏହା ପରେ ଶିକ୍ଷକଙ୍କୁ ଏକ ଘରେ ପୁରାଇ ତାଲା ଦେବା ପରେ ପୋଲିସ୍ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି।
Author: Samikhsya Bureau
୩୧୧ ଭାରତୀୟ ନଗରିକଙ୍କୁ ପ୍ରତ୍ୟର୍ପଣ କରିଛି ମେକ୍ସିକୋ। ଅନୈତିକ ଉପାୟରେ ମେକ୍ସିକୋରେ ପ୍ରବେଶ କରିଥିବା ଏହି ସମସ୍ତ ନାଗରିକଙ୍କୁ ଗୁରୁବାର ପ୍ରତ୍ୟର୍ପଣ କରାଯାଇଛି। ୩୧୧ ଜଣଙ୍କ ମଧ୍ୟରେ ୩୧୦ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ସମସ୍ତ ଯାତ୍ରୀଙ୍କୁ ଏକ ବୋଇଙ୍ଗ ୭୪୭ ବିମାନ ଜରିଆରେ ଭାରତ ପଠାଯାଇଛି। ବିମାନଟି ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଛାଡି ଗୁରୁବାର ରାତିରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ। ଏହି ଯାତ୍ରୀମାନେ ଅନୈତିକ ଉପାୟରେ ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟକୁ ପ୍ରବେଶ କରିଥିଲେ।
ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଯଦି ପୂର୍ବରୁ ଗାନ୍ଧୀ ମୂର୍ତ୍ତି ରହିଛି ତେବେ ସେହି ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ। ଏତଦ୍ ବ୍ୟତୀତ କଟକକୁ ୧୯୨୧ ମାର୍ଚ୍ଚ ୩୨ରେ ଗାନ୍ଧି ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ୍ୟ ଚିତ୍ର ବଣ୍ଟନ କରାଯିବ। ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ମଧ୍ୟରେ ବକ୍ତୃତା କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
କେଦାର ମିଶ୍ର ଭାରତର ଆକାଶବାଣୀ ଓ ଦୂରଦର୍ଶନ ଗଢିବାରେ ଯେଉଁ କେତେଜଣ ମହାନ ଲୋକଙ୍କ ଅବଦାନ ରହିଛି ସେମାନଙ୍କ ଭିତରୁ ଗୋଟେ ଚର୍ଚ୍ଚିତ ନାଁ ହେଉଛି ପି.ଭି.କୃଷ୍ଣମୂର୍ତ୍ତି। ଦୂରଦର୍ଶନର ପ୍ରଥମ ମହା ନିର୍ଦ୍ଦେଶକ, ଆକାଶବାଣୀରେ ଶିକ୍ଷା ଓ ବିଜ୍ଞାନ କାର୍ୟକ୍ରମର ସଂସ୍ଥାପକ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅନନ୍ୟ ପଣ୍ଡିତ, ଏମିତି ବହୁ ପରିଚୟ ତାଙ୍କର ରହିଥିଲା। ୯୮ ବର୍ଷର ପରିପୂର୍ଣ୍ଣ ଜୀବନ ବଞ୍ଚିଥିବା ପିଭିକେ(ବନ୍ଧୁ ଓ କଳାକାର ମହଲରେ ସେ ଏହି ନାମରେ ହିଁ ପରିଚିତ) ଆଜି ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ୧, ଏପ୍ରିଲ,୧୯୨୧ରେ ମିଆଁମାରରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ମିଆଁମାରରୁ ଶରଣାର୍ଥୀ ଭାବରେ ଆସିଥିବା ପିଭିକେଙ୍କ ପରିବାର ପରବର୍ତ୍ତୀ ସମୟରେ ଭାରତର ସାଂସ୍କୃତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରିବାରରୁ ପୁରୀ ଶଙ୍କାରାଚାର୍ୟ ଭାବରେ ସ୍ଵାମୀ ଭାରତୀ କୃଷ୍ଣ ତୀର୍ଥ ଅଭିଷିକ୍ତ ହୋଇଥିଲେ। ପିଭିକେଙ୍କ ଭାଇ ସୂର୍ୟ କୃଷ୍ଣମୂର୍ତ୍ତି…
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବ ଅଡ୍-ଇଭିନ୍ । ଗୁରୁବାର ଏକ ପ୍ରେସମିଟ୍ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। କେବଳ ରବିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିବସରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍ ଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିଆଇଜେ, ବାଚସ୍ପତିଙ୍କ ଏହି ନିୟମରେ କୋହଳ କରାଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ବିରୋଧୀ ନେତାଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି । ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଏହି ନିୟମରେ କୋହଳ କରିଥିଲେ ବି ନିଜ ପାଇଁ ଏହି ନିୟମରେ କୋହଳ କରିନାହାନ୍ତି ଅରବିନ୍ଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏହି ନିୟମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି…
ବେଆଇନ ପାର୍କିଂର ହେବ ଯାଞ୍ଚ । ବେଆଇନ୍ ପାର୍କିଂକୁ ନେଇ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ । ଏହି ସ୍କ୍ବାର୍ଡ ଯାଞ୍ଚ କରିବ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ । ବେଆଇନ୍ ପାର୍କିଂ ଫି ଆଦାୟ କରିହେବ ନାହିଁ । ବେଆଇନ୍ ଫି ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ମଲ୍ଟିପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ, ଡାକ୍ତରଖାନା ଆଦି ଅଞ୍ଚଳରେ ପାର୍କିଂ ଫି ଆଦାୟ ହୋଇପାରିବନି ବୋଲି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ନୋଟିସ୍ ଜାରି ନେଇ ସୂଚନା ଦିଆଯାଇଥିଲା ।
ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟପାଇଁ ମୋ ସରକାର ଏବଂ ୫ଟି ବ୍ୟବସ୍ଥା ଆପଣାଯାଇଛି। ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଏକ ଅବାସ୍ତବ କାର୍ଯ୍ୟକ୍ରମ ବୋଲି ଷଡଙ୍ଗୀ କହିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ଏକ ପ୍ରହେଳିକା ଏବଂ ନିର୍ବାଚନୀ ଧୂଆଁବାଣ ବୋଲି ଷଡଙ୍ଗୀ କହିଥିଲେ। ଡାକ୍ତରଖାନାରେ ଡାକ୍ତର ଏବଂ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ସରକାରଙ୍କ ୫ଟି ଏବଂ ମୋ ସରକାର ବ୍ୟବସ୍ଥା ଗ୍ରହଣଯୋଗ୍ୟ ନୁହେଁ।
ସମୀକ୍ଷା ବ୍ୟୁରୋ ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ କଖାରୁ କିଣିବା କିମ୍ବା ଟାଟୁ କରିବା ବା ପାଇଖାନା ଫ୍ଲାଶ୍ କରିବା ପାଇଁ ଟିକସ ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଦୁନିଆରେ ଏପରି ଏକ ଜାଗା ଅଛି, ଯେଉଁଠି ଏସବୁ ପାଇଁ ମଧ୍ୟ କର ଦେବାକୁ ପଡ଼ିଥାଏ। ଆମେରିକା ପରି ଶକ୍ତିଶାଳୀ ଦେଶରେ ଏସବୁ ପାଇଁ କର ଆଦାୟ କରାଯାଇଥାଏ। ଆମେରିକାର ନ୍ୟୁଜର୍ସିଠାରେ କଖାରୁ କିଣିବା ପାଇଁ ଟିକସ ଦେବାକୁ ପଡ଼ିଥାଏ। ସେହିପରି ଏଠାରେ ଯୁବକଙ୍କୁ ଟାଟୁ କରିବା ପାଇଁ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ। ଆମେରିକାର ଅରକାଂସରେ ଟାଟୁ କରିବା ଦ୍ବାରା ୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ସେହିପରି ଆମେରିକାର ମେରିଲାଣ୍ଡରେ ସରକାର ଟଏଲଟ୍…
ବ୍ରହ୍ମପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ବ୍ରହ୍ମପୁରରେ ଏକ ବସ୍ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶିବ ସେନା ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି ଏନ୍ସିପି ମୁଖ୍ୟ ଶରଦ ପଓ୍ବାର। ଚଳିତ ସରକାର ଅମଳରେ ୧୬ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଗ୍ରାମାଞ୍ଚଳର ଲୋକ ଚଳିତ ସରକାରର ନିର୍ଯାତନାରେ ଅତିଷ୍ଠ ହୋଇ ପଡିଲେଣି। ବିଗତ ୫ ବର୍ଷ ମଧ୍ୟରେ ଚାଷୀ ଆତ୍ମହତ୍ୟା ଅତ୍ୟନ୍ତ ଉତ୍କଟ ରୂପ ଧାରଣ କରିଛି। ପିଆଜ ଚାଷ ପାଇଁ ବିଖ୍ୟାତ ନାସିକରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇରେ ଏକ ରାଲି ଅବସରରେ ମନ୍ତବ୍ୟ ଦେଇଛନ୍ତି ପଓ୍ବାର। ମହାରାଷ୍ଟ୍ରରେ ବିଜେପି-ସେନା ମେଣ୍ଟରେ କେବଳ ଜନସାଧାରଣ ନୁହନ୍ତି ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ଦଳ ପରିତ୍ୟାଗ କରିଛନ୍ତି ବୋଲି ପଓ୍ବାର କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଛତ୍ରପତି ଶିବାଜୀଙ୍କ ବଂଶଧର ଉଦୟନ ରାଜେ ଭୋଂସଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ଦଳ ପରିତ୍ୟାଗ କରିଥିଲେ।
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୫ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତ୍ରିରେ ମଦିନାହ ଅଞ୍ଚଳର ଅଲ୍ ଅଖାଲ୍ରେ ଏହି ଦୁର୍ଘଟଣା ସଙ୍ଗଠିତ ହୋଇଥିଲା। ଯାତ୍ରିବାହୀ ବସ୍ ଏବଂ ଏକ ଭାରିଯାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଫିଲିପାଇନ୍ସରେ ଏକ ଭୂକମ୍ପ ଅନୂଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହି ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ଭୂକମ୍ପ ପ୍ରଭାବରେ ୫ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମାନିଲାର ଉତ୍ତର କୋଟାବାଟୋରେ ବୁଧବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷ ଏବଂ ଜଣେ ୨ ବର୍ଷର ବାଳକ ରହିଛନ୍ତି। ଏକାଧିକକ ଘର ଭୁଷୁଡି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟାର ଅବଧିରେ ବୃଦ୍ଧି କରାଯାଇଛି। ଅଣ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ଜରିମାନାରେ ଚାଲିଥିବା ଫର୍ମ ପୂରଣ ସମୟସୀମା ଅକ୍ଟୋବର ୧୮ ପରିବର୍ତ୍ତେ ୨୨ ରେ ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୩ ପ୍ରମୁଖ ଦଳର ହେଭିୱେଟ୍ ନେତା ବିଜେପୁରରେ ଡେରା ପକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ସେଠାରେ ସେ ୨ଦିନ ଧରି ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ରୋହିତ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ ମଧ୍ୟ ରୀତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।
କେଦାର ମିଶ୍ର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, ଏହାର କୌଣସି ପ୍ରଭାବ ବିଜେପି ଉପରେ ପଡିବ ନାହିଁ। ସେକଥା ଅକ୍ଷରେ ଅକ୍ଷରେ ସତ। ଦାମ ବାବୁ କେବେହେଲେ ବିଜେପି ପାଇଁ କିଛି ଗୋଟେ ବଡ ସମ୍ପତ୍ତି ନଥିଲେ। ସେ ବିଜେପିର ଓଡିଶା ଶାଖା ପାଇଁ କ୍ରମଶଃ ଅନାବଶ୍ୟକ ହୋଇ ପଡୁଥିଲେ। ବିଜେପି ବିଲକୁଲ ଦାମୋଦର ରାଉତ ଦଳରେ ରୁହନ୍ତୁ ବୋଲି ଚାହୁଁ ନଥିଲା। ଗତ ନିର୍ବାଚନରେ ଦାମଙ୍କ ଶୋଚନୀୟ ପରାଜୟ ତାଙ୍କୁ ରାଜନୀତିରେ ଅସହାୟ କରି ଦେଇଛି। ନିର୍ବାଚନ ପୂର୍ବରୁ ତାଙ୍କର କଥାକୁହା ବ୍ୟକ୍ତିତ୍ବ ଓ ନବୀନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ବିଜେପି ତାଙ୍କୁ ବ୍ୟବହାର କରିବାକୁ ଚାହିଁଥିଲା। ନିର୍ବାଚନ ସରିଗଲା ପରେ, ଦାମଙ୍କ ଉପଯୋଗିତା ମଧ୍ୟ ସରିଗଲା। ଥରେ ଉପଯୋଗ ହୋଇ ସାରିଲା ପରେ ବିଜେପି ଅନ୍ୟ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ଆୟୋଜନ କରାଯାଇଆସୁଛି। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା, ବ୍ଲକ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ହିସାବରେ ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଭୁବନେଶ୍ୱର ସମେତ ରାଜ୍ୟର ୭୭ଟି ପ୍ରମୁଖ ସ୍ଥାନ ସ୍ୱେଚ୍ଛାକୃତ ରାକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆଠଗଡ଼ରେ ଅନୁଷ୍ଠିତ ଶିବିରରେ ସର୍ବାଧିକ ୬୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ, ଦ୍ୱିତୀୟ ସର୍ବାଧିକ ବ୍ରହ୍ମପୁରରେ ୬୧୬ ଓ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେହିପରି କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ଦ୍ୱିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୩୯ ୟୁନିଟ୍ ଓ…

