MUMBAI, SEP 28 (UNI)- Actors Pooja Hegde, Kriti Sanon and Kriti Kharbanda during the trailer launch of their upcoming film Housefull-4, in Mumbai on Friday. UNI PHOTO-5U
Author: Samikhsya Bureau
Vehicles plying on a flooded road after heavy rain in Patna on Saturday.
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ପ୍ରାର୍ଥୀ ଭାବେ ଘାେଷଣା କରିଛନ୍ତି । ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୧ତାରିଖରେ ଏହି ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିବାକୁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି । ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ରୀତା ସାହୁଙ୍କୁ ବିଜେଡ଼ି ତରଫରୁ ଟିକେଟ ଦେଇଥିଲା । ଉପନିର୍ବାଚନ ଜିଣି ସ୍ବଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ୨୦୧୮ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ ରୀତା ସାହୁ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ବିଜେପୁର ଉପନିର୍ବାଚନ…
ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ କଲର୍ସ ଆଓ୍ବାର୍ଡ ପ୍ରଦାନ କଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଲ୍ଲେଖନୀୟ ସେବା ପାଇଁ ଆର୍ମି ଏଡି ସେଣ୍ଟରକୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ଡିଫେନ୍ସର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମି ଏଡି ସେଣ୍ଟରରେ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର୍ ଡିଫେନ୍ସ ବାହିନୀର ଅବଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଏହି ସମ୍ମାନ ଉତ୍ସବରେ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ବିପିନ୍ ରାଓ୍ବତ୍, ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ସମୀକ୍ଷା ବ୍ୟୁରୋ ଆଜି ହେଉଛି ପବିତ୍ର ମହାଳୟା। ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ପିଣ୍ଡଦାନ କରାଯାଇଥାଏ। ସେଥିପାଇଁ ଆଜି ପୁରୀ ଜଗନ୍ନାଥ ମନ୍ଦିରୀ ଏବଂ ଭୁବନେଶ୍ବରର ବିନ୍ଦୁ ସାଗରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନ ସକାଳୁ ସକାଳୁ ସ୍ନାନାଦି କାର୍ଯ୍ୟ ଶେଷ କରି ବିନ୍ଦୁ ସାଗରେ କୂଳରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ବିଶ୍ବାସ ରହିଛି ଏହି ଦିନ ପିତୃପୁରୁଷମାନେ ଧରାଧାମକୁ ଆସିଥାନ୍ତି। ସେଥିପାଇଁ ସେମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରି ସନ୍ତୁଷ୍ଠ କରାଯାଇଥାଏ। ଏହାଦ୍ବାରା ପିତୃପୁରୁଷମାନେ ଆର୍ଶିବାଦ କରିଥାନ୍ତି ବୋଲି ବିଶ୍ବାସ ରହିଛି। ସାଧାରଣତଃ ମହାଳୟା ଶ୍ରାଦ୍ଧ ଘରର ବରିଷ୍ଠ ବ୍ୟକ୍ତି ପ୍ରଦାନ କରି ପିତୃପୁରୁଷଙ୍କୁ ସନ୍ତୁଷ୍ଠ କରାଇଥାନ୍ତି। ଭୁବନେଶ୍ବରର ବିନ୍ଦୁ ସାଗର କୂଳରେ ଭକ୍ତମାନେ ଧାଡି ବାନ୍ଧି ଶ୍ରାଦ୍ଧ ଦେଉଥିବାର ପରିଲକ୍ଷିତ ହୋଇଛି। ଅନ୍ୟପଟେ ପୁରୀରେ ମଧ୍ୟ ବେଶ୍ ଭିଡ ପରିଲକ୍ଷିତ ହୋଇଛି। ସେଠାରେ ମଧ୍ୟ ଭକ୍ତମାନେ ପିତୃପୁରୁଷଙ୍କ ସନ୍ତୁଷ୍ଠି ପାଇଁ ବାଇଶି ପାହାଚରେ ଶ୍ରାଦ୍ଧ…
କେଦାର ମିଶ୍ର ଜାତିସଂଘର ସାଧାରଣ ପରିଷଦ ବୈଠକ ଦକ୍ଷିଣ ଏସିଆର ଦେଶମାନଙ୍କ ଲାଗି ଯୁଦ୍ଧ ଧମକ ଓ ପଡୋଶୀଙ୍କ ଭିତରେ କଥା କଟାକଟିର ଏକ ଉଦ୍ଭଟ ମଞ୍ଚ ପାଲଟି ଯାଉଛି। ଗତକାଲି ଜାତିସଂଘ ସାଧାରଣ ପରିଷଦରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜର ଭାଷଣ ଦେବାବେଳେ ଲାଗୁଥିଲା, ସତେକି ଏହା କୌଣସି ଆନ୍ତର୍ଜାତିକ ମଞ୍ଚ ନୁହେଁ, ବରଂ ଏକ କୁସ୍ତିଯୁଦ୍ଧର ଆଖଡା। ଦୁଇଟି ପଡୋଶୀ ଦେଶ ନିଜ ନିଜ ଭିତରେ ଆଲୋଚନା କରିବା ପରିବର୍ତ୍ତେ ଏକ ଆନ୍ତର୍ଜାତିକ ମଞ୍ଚରେ କଳି କରୁଛନ୍ତି। ଗତ ସତୁରୀ ବର୍ଷ ଧରି ଭାରତ ଓ ପାକିସ୍ତାନ ଭିତରେ ବହୁ ସଂଘର୍ଷ ହୋଇଛି, ଏପରିକି ଯୁଦ୍ଧ ମଧ୍ୟ ହୋଇଛି, ହେଲେ ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀମାନେ ନିଜର ଗରିମା ଅକ୍ଷୁଣ୍ଣ ରଖିଛନ୍ତି। କେବଳ ପାକିସ୍ତାନ ବିରୋଧରେ କହିବା ଭାରତର ବୈଦେଶିକ ନୀତିର ମୌଳିକ ଉଦ୍ଦେଶ୍ୟ କେବେ ବି ନଥିଲା। ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମୟରୁ ତୃତୀୟ ବିଶ୍ଵର…
ଭାରତୀୟ ନୌସେନାରେ ସାମିଲ ହେଲା ବୁଡାଜାହାଜ ଆଇଏନ୍ଏସ୍ ଖଣ୍ଡେରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ବୁଡାଜାହାଜ ଭାରତୀୟ ନୌସେନାରେ ସାମିଲ ହୋଇଛି । 2017ରୁ ଏହି ଜାହାଜ ସମୁଦ୍ରରେ ପରିଭ୍ରମଣ କରୁଥିବା ବେଳେ ଶେଷରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଭାତୀୟ ନୌସେନାରେ 6ଟି ଶ୍ରେଣୀର ବୁଡାଜାହାଜ ରହିଥିବା ବେଳେ ଏହି ଜାହାଜଟି ଦ୍ବିତୀୟ ଶ୍ରେଣୀର କାଭଲାରୀ ବର୍ଗରେ ଅନ୍ତର୍ଭୁକ୍ତ । ମହାରାଜା ଶିବାଜୀଙ୍କ ଦୁର୍ଗ ଖଣ୍ଡେରୀ ନାମରେ ଏହି ଜାହାଜଟିକୁ ନାମିତ କରାଯାଇଛି ।
ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା ମାଲକାନଗିରି ପୁଲିସ୍ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି । କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସେ ସାମିଲ ଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ ରହିଥିବା ମାଡକାମୀ ନାଁରେ 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଗତକାଲି ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ ଓ ନୀରଜ କୁମାରଙ୍କ ଉପସ୍ଥିତିରେ ମାଡକାମୀ ଆତ୍ମସମର୍ପଣ କରିଥିଲା ।
ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ନିତି ଆୟୋଗ ମୁଖ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ସିବଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବା ମାମଲାରେ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟାଧିକାରୀ ସିନ୍ଧୁଶ୍ରୀ ଖୁଲ୍ଲାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ଖୁଲ୍ଲାରଙ୍କ ସମେତ ସରକାରଙ୍କ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟର ପୂର୍ବତନ ସଚିବ ଅନୁପ କେ.ପୂଜାରୀ , ଅର୍ଥ ମନ୍ତ୍ରାଳୟର ତତ୍କାଳୀନ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନା ଏବଂ ଆର୍ଥିକ ମାମଲା ବିଭାଗର ପୂର୍ବତନ ସଚିବ ରବିନ୍ଦ୍ର ପ୍ରସାଦଙ୍କ ବିରୋଧରେ ଆଇଏନଏକ୍ସ ମିଡିଆ ମାମଲାରେ ମକଦମା ଚଲେଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
କେନ୍ଦ୍ରାପଡା ପୋଲିସ୍ ପକ୍ଷରୁ ଏକ ଏନ୍କାଉଣ୍ଟର କରାଯାଇଛି । ଏହି ଏନ୍କାଉଣ୍ଟରରେ ଜଣେ ଅପରାଧୀକୁ ପୋଲିସ୍ ଗିରଫ କରିଥିବା ବେଳେ 4 ଜଣ ଅପରାଧୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅପରାଧୀ ମାନେ ଡକାୟତି କରି ଫେରାର ହେବାର ଉଦ୍ୟମ କରୁଥିବା ବେଳେ ଏହି ଏନ୍କାଉଣ୍ଟର ଘଟିଥିଲା । ଆହତ ଅପରାଧୀ ଜଣକ ହେଉଛି ହୃଷୀକେଶ ମଲ୍ଲିକ । ଆଳିର ଜୁଆଣିଆର ଏକ ପରିବାରରୁ ଭତିନି ଜଣଙ୍କୁ ହାଣି ସୁନା ଗହଣା ଲୁଟ କରି ଏହି 5 ଜଣ ଫେରାର ହେଇଯାଇଥିବା ବେଳେ ପିଛା କରି ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟର କରାଯାଇଥିଲା । ହୃଷୀକେଶ ଗୁରୁତର ଭାବରେ ଆହତ ହୋଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Defence Minister Rajnath Singh attending the 66th Birthday celebrations of Mata Amritanandamayi Devi at Karunagapally in Kollam
In the run-up to Bengalis biggest festival, West Bengal Chief Minister Mamata Banerjee during the inauguration of 77th Chaltabagan Lohapatty Durga Puja Pandal in Kolkata on Friday.
ସମୀକ୍ଷା ବ୍ୟୁରୋ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କ 90 ତମ ଜନ୍ମ ଦିନରେ ବାଲୁକା କଳାର ଉପହାର ପ୍ରଦାନ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ 20 ଫୁଟ ଲମ୍ବା ଏବଂ 5 ଫୁଟ ଉଚ୍ଚତାର ଏକ ବୀଣା ନିର୍ମାଣ କରିଛନ୍ତି। ସେଥିପାଇଁ ସୁଦର୍ଶନ ପ୍ରାୟ 9 ଟନ ବାଲି ବ୍ୟବହାର କରିଛନ୍ତି। ଏଥିରେ ବୀଣା ସହିତ ଲତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ। ସେଥିରେ ସେ Happy Birthday to Lata Didi ବୋଲି ଲେଖିଛନ୍ତି। ଲତା ହେଉଛନ୍ତି ଭାରତର ନାଇଟେଙ୍ଗଲ, ତାଙ୍କର ସଂଗୀତ ପ୍ରତି ଅବଦାନ ପାଇଁ ତାଙ୍କୁ ମିଳିଛି ଭାରତ ରତ୍ନ ସମ୍ମାନ, ସେଥିପାଇଁ ତାଙ୍କର ଜନ୍ମଦିନରେ ଏହି ଉପହାର ଦିଆଯାଇଛି ବୋଲି ସୁଦର୍ଶନ କହିଛନ୍ତି। ତାଙ୍କୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରିବା ନେଇ ଏହି କଳା ମାଧ୍ୟମରେ ପ୍ରାର୍ଥନା କରାଯାଇଛି ବୋଲି ସେ…
A group of European Authors posing at the Literary feast Long Night of Literatures in New Delhi on Friday.UNI
Swami Vigyananda, Convener of the World Hindu Economic Forum (WHEF), Uttar Pradesh Chief Minister Yogi Adityanath and Ajay Piramal, Chairman of Piramal Group during the inaugural session of the WHEF in Mumbai on Friday.UNI
Himachal Pradesh Chief Minister Jai Ram Thakur visiting an exhibition of Himachal Pradesh Apple after inaugurating Himachal Apple Festival, in Shimla on Friday.
ଭାରତୀୟ ସେନାର ଏକ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏହି ଚିତା ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଦୁଇ ଜଣ ଯବାନଙ୍କ ପ୍ରାଣହାନି ଘଟିଛି । ଅରୁଣାଚଳ ପ୍ରଦେଶରୁ ଦିନ ଗୋଟାଏରେ ନିଖୋଜ ହୋଇଥିବା ଏହି ବିମାନଟି ଭୁଟାନର ୟୋନ୍ଫୁଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବିମାନ ବାହିନୀ ଏହି ବିମାନର ଅବଶେଷ ଖୋଜିବାରେ ନ୍ୟସ୍ତ ରହିଛି ।
ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। । ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା । ୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ସଞ୍ଜୟ ବେହେରା । ସଞ୍ଜୟଙ୍କ ପ୍ୟାନେଲର ସମସ୍ତ ୫ ପ୍ରାର୍ଥୀ ବିଜୟୀ ଶୁକ୍ରବାର ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ୪ଟା ବେଳେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥିରେ ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କ ସପକ୍ଷରେ ମାତ୍ର ୨୫ ଭୋଟ୍ ଯାଇଥିଲା। ସେହିପରି ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ ସାମଲ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ନିର୍ବାଚନ ଜିତିବା ପରେ ନିଜ…
ହମୀରପୁର ସଦର ବିଧାନସଭା ଉପ ନିର୍ବାଚନରେ ବିଜେପିର ଯୁବରାଜ ସିଂ ୧୭ହାଜରୁ ଅଧିକ ମତରେ ଏସପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ବିଏସପି ପ୍ରାର୍ଥୀ ନୋଶାଦ ଅଲ୍ଲି ତୃତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି । ବିଜେପିର ଯୁବରାଜ ସିଂହଙ୍କୁ ସମୁଦାୟ ୭୪୧୬୮ଭୋଟ ମିଳିଥିବାବେଳେ ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୫୬୩୯୭ ଭୋଟ ମିଳିଛ । କେରଳରେ ଏଲଡିଏଫ ପ୍ରାର୍ଥୀ ମଣି ସି କପ୍ପେନ ୟୁଡିଏଫର ଜୋଷ ଟମ ପୁଲିକ୍କୁନେଲଙ୍କୁ ୨,୯୪୩ ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଦାନ୍ତେୱାଡାରେ କଂଗ୍ରେସ ନିକଟତମ ପ୍ରାର୍ଥୀ ବିଜେପିଠାରୁ ୨୭୭୮ଟି ଭୋଟରେ ଆଗୁଆ ରହିଛି । ସେହିପରି ତ୍ରିପୁରାର ବାଧରଘାଟ ବିଧାନସଭା ନିର୍ବାଚନ ଆସନରେ ବିଜେପିର ମିନି ମଜୁମଦାର ଆଗୁଆ ଅଛନ୍ତି ।

