Author: Samikhsya Bureau
ମାଓବାଦୀ ମୁକାବିଲାରେ ପୁଲିସ୍କୁ ବଡ ସଫଳତା ମିଳିଛି । ଆନ୍ଧ୍ରପ୍ରଦେଶର ମଦିମାଲୁ ଜଙ୍ଗଲରେ ରବିବାର ଏହମି ଏନକାଉଣ୍ଟର ଘଟିଛି । ସୁରକ୍ଷା ବଳଙ୍କ ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ 5 ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ପୁଲିସ୍ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ଆନ୍ଧ୍ର ଗ୍ରେହାଉଣ୍ଡ ପୋଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ପାଲଟା ଗୁଳିଚାଳନାରେ 5 ମାଓବାଦୀ ପ୍ରାଣ ହରାଇଥିଲେ ।
ଆଜି ବାଣପୁର ଏବିଭିପିର ଆୟାମ ଷ୍ଟୁଡେଣ୍ଟ ଫର ଡେଭଲପମେଣ୍ଟ(ଏସ.ଏଫ.ଡି) ଦ୍ୱାରା ସ୍ଥାନୀୟ ଶନି ମନ୍ଦିର ନିକଟରେ ଥିବା ଲଡୁକେଶ୍ୱର ଵୃଦ୍ଧାଶ୍ରମରେ ସ୍ବଛ ଭାରତ ଅଭିଯାନ କରାଯାଇଥିଲା ।ଏବିଭିପି ବାଣପୁର କଲେଜ ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ ସଭାପତି ଅମରଜିତ ସିଂ ଓ ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନେ ଵୃଦ୍ଧାଶ୍ରମର ପରିସର ଏବଂ ବଗିଚା ମଧ୍ୟ ସଫା କରିଥିଲେ । ସର୍ବଶେଷରେ ଅନ୍ତେବାସୀ ମାନଙ୍କ ଆଶୀର୍ବାଦ ନେଇଥିଲେ ଓ କିଛି ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ । ଅକ୍ଟୋବର ଦୁଇରୁ ସ୍ବଚ୍ଛତା ସପ୍ତାହ ପାଳିତ ହେବାକୁ ଯାଇଥିବାରୁ ଏବିଭିପି ପକ୍ଷରୁ ବୃଦ୍ଧାଶ୍ରମରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ଯୋଗ ଦେବାସହ ପ୍ରତି…
ବିଜେପୁର ନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ମତାମତ ରଖିଛନ୍ତି । ଖୁବ୍ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ କରି କେନ୍ଦ୍ରୀୟ କମିଟିର ମଞ୍ଜୁରି ପାଇଁ ପଠାଯିବ ବୋଲି ଶ୍ରୀ ପଣ୍ଡା ରବିବାର ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ତିନି ଜଣ ପ୍ରାର୍ଥୀଙ୍କୁ ଚୟନ କରି କେନ୍ଦ୍ରୀୟ କମିଟି ନିକଟକୁ ପଠାଯିବ ଏବଂ କେନ୍ଦ୍ରୀୟ କମିଟିର ମଞ୍ଜୁରୀ ପରେ ପ୍ରାର୍ଥୀ ଚୟନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ବିଜେପୁରକୁ ଉପେକ୍ଷା କରିଛନ୍ତି ତେଣୁ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ପଣ୍ଡା ।
ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ସେକ୍ ରାଜା ବିଭିନ୍ନ ଲିଙ୍କର ଏବେ ଖୋଳତାଡ଼ କରୁଛି । ଆଜି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକ 5 ଜଣିଆ ସଶସ୍ତ୍ର ଟିମ୍ ରାଜାର ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଘରେ ଚଢ଼ାଉ ଚାଲିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୬ ତାରିଖରେ ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ସେକ୍ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା । ରାଜାର ବିଦେଶ ଲିଙ୍କ୍ ରହିଥିବା ଏସ୍ଟିଏଫ୍ର ତଦନ୍ତରେ ଜଣାପଡିଛି । ରାଜାର ବାଂଲାଦେଶ, ନେପାଳ, ରାଜସ୍ଥାନ, ଗୋଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ଏସଟିଏଫ୍ ତଥ୍ୟ ସଂଗ୍ରହ କରିଛି । ସେକ୍ ରାଜା କୋଲକତା ମୁର୍ସିଦାବାଦରୁ ବ୍ରାଉନସୁଗାର ଆଣି ବେପାର କରୁଥିଲା । ରାଜା ଜଳେଶ୍ୱର ଓ ବାଲେଶ୍ୱରରେ ଡ୍ରଗ୍ସ କାରବାର କରୁଥିଲେ । ଗିରଫ ବେଳେ ରାଜା ଠାରୁ ଏକ ଲକ୍ଷ ଟଙ୍କା,…
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓଡିଶା ଗସ୍ତରେ ଅଛନ୍ତି । ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବିଶ୍ବଭୂଷଣ । ଏହି ସମୟରେ ଗଣମାଧ୍ୟମ ଅଧିକାରୀଙ୍କ କିଛି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ରାଜ୍ୟପାଳ । ପୋଲାଭରମ ପ୍ରସଙ୍ଗରେ ଆସିଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ଉଭୟ ରାଜ୍ୟ ମଧ୍ୟରେ ବିବାଦର ସମାଧାନ କରିବାର ଉଦ୍ୟମ କରିବି । ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଆସନ୍ତାକାଲି ନିଜର ଜନ୍ମସ୍ଥାନ ବାଣପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବାଣପୁର ଗସ୍ତ ପାଇଁ ଆସନ୍ତା ୨୩ ତାରିଖ ଅପରାହ୍ନ ୩ଟା ସମୟରେ ତାଙ୍କ ସମ୍ବର୍ଦ୍ଧନାରେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏକ…
ଭୁବନେଶ୍ବରର କୁଆଖାଇ ବ୍ରିଜ୍ ତଳୁ ଏକ ଅଜଣା ଶବ ମିଳିଛି । ଶବଟି ଗଳିତ ଅବସ୍ଥାରେ ରହିଥିବା ବେଳେ ଯୁବକଙ୍କର ପରିଚୟ ମିଳିପାରି ନାହିଁ । ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ବ୍ରିଜ୍ ତଳୁ ଭୁବନେଶ୍ବର ଅଗ୍ନିଶମ ବିଭାଗ ଅଧିକାରୀ ଏହି ଶବଟିକୁଚ ଜବତ କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ରୋଷେଇ ଘରେ ନୁହେଁ ବରଂ ଏବେ ବଜାରରେ ପିଆଜ ଲୋକଙ୍କୁ କନ୍ଦାଉଛି । ଆକାଶ ଛୁଆଁ ହୋଇଛି ପିଆଜ ଦର । ପିଆଜ ଦର ଏବେ 50 ଟଙ୍କା ଛୁଇଁଛି । କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି । ଆନ୍ଧ୍ର ଓ ନାସିକ୍ରୁ ଆସୁଥିବା ପିଆଜର ପରିମାଣ କମିବା କାରଣରୁ ଏହି ଦର ବୃଦ୍ଧି ଲାଗି ରହିଛି । ଏହି ଧାରା ଜାରି ରହିଲେ ପିଆଜ ମୂଲ୍ୟ 80 ଛୁଇଁବ ବୋଲି ଅନୁମାନ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାହସପୁରରେ ନିକଟରେ ଚୋରା ମଦ ବେପାରୀ ଏକ ଷଣ୍ଢକୁ ଧକ୍କା ଦେଇ ଫସିଛନ୍ତି । ସ୍ଥାନୀୟ ଲୋକ 2 ଜଣଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ଅବକାରୀ ବିଭାଗ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ 400 ଲିଟର୍ ମଦ ଜବତ କରାଯାଇଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳୁ ତିନୋଟି ବାଇକରେ 3 ଜଣ ବ୍ୟକ୍ତି ବାଲେଶ୍ୱରରୁ ଧାମରା ଯାଉଥିଲେ । ଏହି ସମୟରେ ସାହସପୁର ନିକଟରେ ଗୋଟିଏ ବାଇକ୍ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ତଳେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକ ଆସି ଉଦ୍ଧାର କରିବା ବେଳକୁ ସେମାନେ ମଦ ଚୋରା ଚାଲାଣକାରୀ ବୋଲି ଜାଣି ସୋର ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ସେମାନଙ୍କ ନିକଟରେ 4 ଶହ ଲିଟର୍ ମଦ ଜବତ କରାଯାଇଛି ।
କେଦାର ମିଶ୍ର ଗତକାଲି ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେତେବେଳେ ଟେଲିଭିଜନ କ୍ୟାମେରା ଆଗରେ କହୁଥିଲେ ଯେ, ଆମେ ବିଜେପୁରରେ ନିଶ୍ଚୟ ଜିତିବୁ, ସେତେବେଳେ ଆମର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବେଶୀ ବେଶୀ ମାନେ ପଡୁଥିଲା। କିଛିଦିନ ତଳେ ପ୍ରଦୀପ୍ତ ନାୟକ ଖୋଲାଖୋଲି କହିଥିଲେ ଯେ, ଆମେ ଗୋଟେ ସମୟରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ ଓ ଆଜି ମଧ୍ୟ ତାଙ୍କ ସହିତ ଆମର ସମ୍ପର୍କ ବହୁତ ଭଲ। ଯଦି ସମ୍ପର୍କ ବହୁତ ଭଲ ତାହେଲେ, ଏ ନିର୍ବାଚନୀ ଗରମ କାହିଁକି ଆଜ୍ଞା! ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ଯେଉଁ ଦିନ ସରିଲା, ବିଜେଡି ବିଜେପି ବାଦୀପାଲାର ଉଦଯାପନ ସେହିଦିନ ହୋଇଗଲା। ତାପରେ ବିଜେଡି ବିଜେପି ଭାଇ ଭାଇ। ମୋଦୀ ଓ ଅମିତ ଶାହାଙ୍କ ଲାଗି ନବୀନ ପରମ ମିତ୍ର ଓ ନବୀନଙ୍କ ଲାଗି ମୋଦୀ-ଶାହାଙ୍କ ବାକ୍ୟ…
ଅନ୍ଲାଇନ୍ କ୍ରିକେଟ୍ ବେଟିଂ ଚାଲିଥିବା ବେଳେ ଧରାପଡ଼ିଲେ 5 ଜଣ ଅଭିଯୁକ୍ତ । ରାୟଗଡ଼ା ଟାଉନ୍ ଥାନା ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି । ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା, ତାହାର ତଦନ୍ତ ଚାଲିଛି । ଶନିବାର ରାତିରେ ରାୟଗଡ଼ ଲକ୍ଷ୍ମୀନାରାୟଣ ଷ୍ଟ୍ରିଟ୍ରେ କେ. ସୂର୍ଯ୍ୟ ରାଓଙ୍କ ଘରେ ଅନ୍ଲାଇନ୍ କ୍ରିକେଟ ବେଟିଂ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ଟାଉନ୍ ଥାନା ପୁଲିସ୍ ଅଚାନକ ଉକ୍ତ ଘରେ ଚଢଉ କରି କରି 4 ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ କିଙ୍ଗପିନ୍ଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ସେମାନଙ୍କ ବୟାନ ଆଧାରରେ ପୁଲିସ ଗୁଣୁପୁର ସୁଭଦ୍ରାପୁରରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପି. କିଶୋର ରାଓଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କେ. ସୂର୍ଯ୍ୟ ରାଓ, ସାଗର ସାହୁ, ଜ୍ୟୋତି ରଞ୍ଜନ…
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି20 ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ । ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ସହିତ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଭାରତୀୟ ସମୟ ରାତି 7 ଟାରୁ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଶୃଙ୍ଖଳାକୁ 2-0ରେ ଜିତିବା ପାଇଁ ଭାରତ ଚେଷ୍ଟା କରିବ ଅପର ପକ୍ଷରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତି ସିରିଜ୍କୁ ବରାବରରେ ଶେଷ କରିବାକୁ ଚାହିଁବ । ଶୃଙ୍ଖଳାର ପ୍ରଥମ ମୁକାବିଲା ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ବିତୀୟ ମୁକାବିଲାରେ ଭାରତ ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା । ପନ୍ତ ବାରମ୍ବାର ବିଫଳ ହେଉଥିବାରୁ ଦଳ ଅନ୍ୟ ବିକଳ୍ପ ଆଡକୁ ଯିବାର ସମ୍ଭାବନା ରହିଛି ।
‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ କରାଯାଇଛି। ଜୋୟା ଅଖତରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ପ୍ରିମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା ଏବଂ ଏହାକୁ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମର ଆଓ୍ଵାର୍ଡ ମିଳିଥିଲା। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ(ଏଫଏଫଆଇ) ଶନିବାର ଏହାର ଘୋଷଣା କରିଛି। ଫିଲ୍ମଟି ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହୋଇଥିଲା। ଏଥିରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ବିଜୟରାଜ, କଲ୍କି କୋଚଲିନ, ସିଦ୍ଧାନ୍ତ ଚର୍ତୁବେଦୀ, ବିଜୟ ବର୍ମା ଓ ଅମୃତା ସୁଭାଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଚଳିତ ବର୍ଷ ପ୍ରାୟ ୨୭ ଫିଲ୍ମ ଏହି ଦୌଡ଼ରେ ଥିଲା, ମାତ୍ର ସର୍ବସମ୍ମତି କ୍ରମେ…
ଆଜି ଅନ୍ତଜାର୍ତୀୟ ବେଳାଭୂମି ସଫେଇ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀରୁ ଅସ୍ତରଙ୍ଗ ମଧ୍ୟରେ ସମୁଦାୟ ୧୪୦ କିମି ବେଳାଭୂମିର ସଫେଇ କରାଯାଇଥିଲା। ସେହିପରି ଆଜି ଚିଲିକା କୂଳର ମଧ୍ୟ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସଫେଇ କାର୍ଯ୍ୟରେ ଶତାଧିକ ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ନିଜକୁ ନିୟୋଜିତ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ୱେଲର ନୌକା ସାହାଯ୍ୟରେ କାଳିଜାଇ ଦ୍ୱୀପ ପର୍ଯ୍ୟନ୍ତ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଓ ଏନ୍ସିସି ପିଲାମାନେ ୧୦ କିମି ଦୂରରେ ଥିବା ଆଲପୁର ଠାରେ କୂଳ ସଫା କରିଥିଲେ। ଏହି ଅଭିଯାନରେ ଆଇଏନ୍ଏସ୍ ଚିଲିକାର ପ୍ରାୟ ୪୦୦ ଜଣ କର୍ମଚାରୀ ସକାଳ ୬ ଟାରୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ ନୌସେନା କର୍ମୀ, ପ୍ରତିରକ୍ଷା ସୁରକ୍ଷା କର୍ମୀ, ଅର୍ଦ୍ଧସୈନିକ କର୍ମଚାରୀ ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏନ୍ଏସିସି ତଥା ଚିଲିକା ପରିବାର ସମସ୍ତ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।…
ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ୮୬ କିଗ୍ରା ବର୍ଗରେ ଜୁନିୟର ବିଶ୍ୱ ଚାମ୍ପିୟନ୍ ଦୀପକ ପୁନିଆ ଏହି ଚାମ୍ପିୟନ୍ସିପ୍ର ସେମି ଫାଇନାଲରେ ପହଞ୍ଚି ଅଲମ୍ପିକ୍ସ କୋଟା ପକ୍କା କରିଛନ୍ତି । ମ୍ୟାଚ୍ର ଆରମ୍ଭରୁ ପୁନିଆ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ବେଳେ ୩-୬ରେ ପଛୁଆ ରହିଥିଲେ । ମାତ୍ର ଅନ୍ତିମ ମିନିଟ୍ରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପୁନିଆ ବିଜୟୀ ହୋଇଥିଲେ । କଲମ୍ବିଆର ଆରୁଟୋ ମେଣ୍ଡେଜ୍ଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିବା ପୁନିଆ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚ୍ମୁଥଙ୍କ ସାମ୍ନା କରିବେ ।
“ହରଫିସ” ଭୂତାଣୁର ଖୁବଶୀଘ୍ର ମୁକାବିଲା ନେଇ ବାହାରୁ ଏକ ସ୍ବତନ୍ତ୍ର ଟିମ ଆସିବା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଟେକନିକାଲ ଟିମର ମୁଖ୍ୟ ଏସ.କେ ରାୟଙ୍କ ପ୍ରତିକ୍ରିୟା ଦେଇଛନ୍ତି । ହରଫିସ ଭୂତାଣୁ ସଂକ୍ରମଣରେ ୨୬ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । ହରଫିସ ଭୂତାଣୁ ୭ପ୍ରକାରର ରହିଛି । କିନ୍ତୁ କେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହରଫିସ ମୁକାବିଲାରେ ସଫଳ ବିଦେଶୀ ସଂସ୍ଥା ବା ଆମେରିକାନ ସଂସ୍ଥାକୁ ବ୍ଲଡ଼ ସାମ୍ପଲ ପଠାଯାଇଛି । ଏହି ଭୂତାଣୁ ସଂକ୍ରମଣରେ ଆଜି ହାତୀ ଗୈାରିର ମୃତ୍ୟୁ ଘଟିଥିବା ବେଳେ ଏବେ ୨ବର୍ଷର ହାତୀ ମାମା ଓ ୨୧ବର୍ଷର ହାତୀ ହୀରାକୁ ନଜରରେ ରଖାଯାଇଛି । ଦୁଇ ଦିନ ତଳେ ଏକ ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଥିଲା । ଅସୁସ୍ଥ ମାଈହାତୀ କମଳାର ଚିକିତ୍ସା କରାଯାଉଥିଲା।…
ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ତାମିଲ ଫିଲ୍ମ କୋମାଲିର ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି । ପ୍ରଯୋଜକ ବୋନି କପୁର ଏହି ଫିଲ୍ମର ସ୍ବତ୍ତ୍ବ କିଣିଛନ୍ତି । ମୂଳ ତାମିଲ ଫିଲ୍ମରେ ଜୟମ ରବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 16 ବର୍ଷ ପରେ କୋମାରୁ ଉଠିଥିବା ଜଣେ ଯୁବକର କାହାଣୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମଟି ଅଜିତ୍ଙ୍କ ନେରକୋଣ୍ଡା ପାରାବି ସହିତ ରିଲିଜ୍ ହୋଇଥିବା ବେଳେ 41 କୋଟିର ବ୍ୟବସାୟ କରିଥିଲା । ଜୟମ ରବିଙ୍କ ସହିତ କାଜଲ ଅଗ୍ରଓ୍ବାଲ ଏବଂ ଯୋଗୀ ବାବୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବ୍ୟତୀତ ବୋନି କପୁର ମୈଦାନ ଏବଂ ବଧାଇ ହୋର ତେଲୁଗୁ ରିମେକ୍ରେ ପ୍ରଯୋଜନାରେ ବ୍ୟସ୍ତ ଅଛନ୍ତି ବୋନି କପୁର ।
ପ୍ରତାପ ବେହେରା ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ନ ହୋଇ ୧୧ ଅଙ୍କ ବିଶିଷ୍ଠ ହେବ। ଏକ ବିଶେଷ ସୁତ୍ରର ଏହି ଖବର ଜଣାପଡିଛି। ଟ୍ରାଇ ଏପରି ନିଷ୍ପତି ନେବା ପଛର କାରଣ ହେଉଛି ଯେ, ଦିନକୁ ଦିନ ମୋବାଇଲ ଗ୍ରାହକ ସଂଖ୍ୟା ବୃଦ୍ଧି। ବର୍ତ୍ତମାନ ଭାରତରେ ଯେଉଁ ମୋବାଇଲ ନମ୍ବର ରହିଛି ସେଗୁଡିକ 6,7,8 କିମ୍ବା 9 ନମ୍ବରରେ ଆରମ୍ଭ ହେଉଛି। ଏଗୁଡିକର କ୍ଷମତା ହେଉଛି ୨ଶହ କୋଟି ଗ୍ରାହକ। ହେଲେ ବର୍ତ୍ତମାନ ମୋବାଇଲ ଗ୍ରାହକ ସଂଖ୍ୟା ୧୨୦ କୋଟି ଟପି ସାରିଲାଣି। ଟ୍ରାଇ ହିସାବ କରି ଜାଣିପାରିଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ଏହି ମୋବାଇଲ ଗ୍ରାହକ ସଂଖ୍ୟା…
୩୯ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ ବେବୋ କରୀନା କପୁର୍ ଖାନ୍ । ୧୯୮୦ ସେପ୍ଟେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍ରେ ବେଶ୍ ପରିଚିତା । ୨୦୦୦ ମସିହାରେ ’ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀଜଣକ ବଲିଉଡ୍ରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ବଲିଉଡ୍ର ଆଗଧାଡ଼ିର ଅଭିନେତା ଅର୍ଥାତ୍ ତିନି ଖାନ୍ଙ୍କଠାରୁ ଆରମ୍ଭ କରି ବଲିଉଡ୍ର ନୂଆ ଓ ପୁରୁଣା ଅଭିନେତାମାନଙ୍କ ସହ କାମ କରିଛନ୍ତି । କରୀନାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – କଭି ଖୁସି କଭି ଗମ୍, ’ଓମ୍କାରା’, ଅଶୋକା, ଚମେଲି, ’ଜବ୍ ଉଇ ମେଟ୍’, ୩ ଇଡିଅଟ୍ସ, ବଡିଗାର୍ଡ, ତଲାସ, ହିରୋଇନ୍, ବଜରଙ୍ଗି ଭାଇଜାନ, ଉଡତା ପଞ୍ଜାବ ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ବାପା ରଣଧୀର କପୁର୍ ଓ ମାତା ବବିତାଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି କରୀନା । ଫିଲ୍ମ…

