କେଦାର ମିଶ୍ର ଯେଉଁ ଦିନ ଜିମ୍ବାଓ୍ବେ ଖୁବ ଅଳ୍ପ ପରିଚିତ ବୋଲର ହେନେରୀ ଓଲଙ୍ଗା ଭାରତର ବିପର୍ଯ୍ୟୟ ଘଟାଇ କ୍ରିକେଟ ବିଶ୍ଵକପରେ ଭାରତକୁ ସୁପର ଲିଗ ଖେଳିବାର ସୁଯୋଗରୁ ବଞ୍ଚିତ କରିଥିଲେ, ସେଦିନ ମୁଁ ସାରାରାତି ଶୋଇ ପାରିନଥିଲି। ନବେ ଦଶକରେ କ୍ରିକେଟ ଆମ ଲାଗି ଥିଲା ସବୁଠୁ ବଡ ଧର୍ମ। ସେଦିନ ଥିଲା ୧୯ ମେ, ୧୯୯୯। ସ୍ଥାନ ଲିସେଷ୍ଟର। ଭାରତ ଜିମ୍ବାଓ୍ବେ ଠାରୁ ମାତ୍ର ତିନି ରନରେ ହାରିଥିଲା। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ, ଅଜୟ ଜାଦେଜା, ରବିନ ସିଂଙ୍କ ଭଳି ଖେଳାଳି ସେଥିରେ ପ୍ରଚଣ୍ଡ ବିଫଳ ହୋଇଥିଲେ। ଜଣେ କ୍ରିକେଟପ୍ରେମୀ ଭାବରେ ସେ ଖେଳ ସହିତ ଯେଉଁ ଭାବପ୍ରବଣ ସମ୍ପର୍କ ରହିଥିଲା, ତାହା ପରବର୍ତ୍ତୀ ସମୟରେ ଭାଙ୍ଗିଯାଇଥିଲା। କ୍ରିକେଟ ଯେ ଖେଳ ନୁହଁ, ଏକ ଜୁଆ- ଏକଥା ବୁଝିଲା ପରେ କ୍ରିକେଟ ପ୍ରତି ଆଗ୍ରହ ମରିଯାଇଥିଲା। ବୁକିଙ୍କ ହାତରେ କ୍ରିକେଟ ଖେଳାଳୀମାନେ ବିକ୍ରୀ ହେଉଥିବାର…
Author: Samikhsya Bureau
ଉତ୍ତର ପ୍ରଦେଶ ପୋଲିସ୍ ପକ୍ଷରୁ ସଙ୍ଗଠିତ ହୋଇଥିବା ଏନକାଉଣ୍ଟରରେ ଦୁଇ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ଏନ୍କାଉଣ୍ଟରରେ ରୋହିତ ଆଲିଆସ ସାନ୍ଦୁ ଏବଂ ରାକେଶ ନାମକ ଦୁଇ ଜଣ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ରୋହିତଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ରାକେଶ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା। ଏଡିଜି ପ୍ରଶାନ୍ତ କୁମାରଙ୍କ ସୂଚନା ଅନୁଯାୟୀ ମଣ୍ଡିରେ ହୋଇଥିବା ଏହି ଏନ୍କାଉଣ୍ଟରରେ ଦୁଇ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପୋଲିସ୍ ଦୁଇଟି ବନ୍ଧୁକ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି।
କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି। ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା ସୂଚନା ଦେଇଛନ୍ତି। ଜୁଲାଇ ୧୯ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚାରିଟି ବିଭାଗରେ ପୁରସ୍କୃତ କରାଯିବ। କଳିଙ୍ଗ ସାହିତ୍ୟ ପୁରସ୍କାର, କଳିଙ୍ଗ କାରୁବାକୀ ପୁରସ୍କାର, କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ଏବଂ କଳିଙ୍ଗ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ରହିଛି। କଳିଙ୍ଗ ସାହିତ୍ୟ ପୁରସ୍କାରର ଏହି ଷଷ୍ଠ ସଂସ୍କରଣରେ କଳିଙ୍ଗ ସାହିତ୍ୟିକ ପୁରସ୍କାର-୨୦୧୯ ପାଇଁ ରାଜେନ୍ଦ୍ର କିଶୋର ପଣ୍ଡା, ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ବିଭାଗରେ ପବନ କେ ବର୍ମା, କଳିଙ୍ଗ କାରୁବାକୀ ବିଭାଗରେ ପାରୋ ଆନନ୍ଦ ଏବଂ ଯୁବ ସାହିତ୍ୟିକ ଭାବେ କେଦାର ମିଶ୍ରଙ୍କୁ ପୁରସ୍କୃତ କରାଯିବ। କିଟ୍ କ୍ୟାମ୍ପସ…
ଗ୍ଲୋବାଲ୍ ଓ୍ବାର୍ମିଂ ଏବଂ ପାଣିପାଗର ପରିବର୍ତ୍ତନ ପାଇଁ ଏବେ ଜଳ ସଂକଟ ଦେଖିବାକୁ ମିଳୁଛି । ଆଗାମୀ ଭବିଷ୍ୟତରେ ଜଳ ପାଇଁ ସଂଘର୍ଷ ହେବ ବୋଲି ଜଣାପଡୁଛି । ଆନ୍ଧ୍ରପ୍ରଦେଶରେ ଏପରି ଏକ ଘଟଣା ଘଟିଥିବାର ନଜରକୁ ଆସିଛି । ଏଠାରେ ପାନୀୟ ଜଳ ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଉଗ୍ରରୂପ ଧାରଣ କରିବା ସହିତ ଏହି ଘଟଣାରେ ଜଣକ ଜୀବନ ଚାଲିଯାଇଛି । ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ସାର୍ବଜନିକ ନଳରୁ ମହିଳା ପାଣି ଭରୁଥିଲେ । କିନ୍ତୁ ଲାଇନ୍ର ବାହାରି ପାଣି ନେବା ଘଟଣାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ଏହି ଝଗଡାରେ ୩୮ ବର୍ଷୀୟା ତାତୀପୁଡି ପଦ୍ମାଙ୍କ ଉପରେ କିଛି ମହିଳା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଯାଇଛି…
ମୁମ୍ବାଇସ୍ଥିତ ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡିଛି । ଏହି ଘଟଣାରେ ପାଖାପାଖି ୪୦ରୁ ୫୦ ମାଟିତଳେ ଦବି ରହିଥିବାର ସୂଚନା ରହିଛି । ତେବେ ଏହି ଘଟଣା ପରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସି ଅଧିକାରୀ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ମଙ୍ଗଳବାର ପାଖାପାଖି ୧୧.୪୦ ମିନିଟ୍ ସମୟରେ ଏହି କୋଠା ଭୁଶୁଡି ପଡ଼ିଥିବାର ସୂଚନା ରହିଛି । ପ୍ରାୟ ୮୦ ବର୍ଷ ତଳର ପୁରୁଣା ଏହି ବିଲ୍ଡିଂ ବୋଲି ଜଣାପଡିଛି । ଏହି ବିଲ୍ଡିଂରେ ୮ରୁ ୧୦ ପରିବାର ରହୁଥିଲେ ବୋଲି ସୂଚନା ରହିଛି ।
ସମୀକ୍ଷା ବ୍ୟୁରୋ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ଆଜି ତାଙ୍କର ୩୬ତମ ଜନ୍ମଦିବସ । ହଙ୍ଗ୍କଙ୍ଗ୍ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ଇଂଲଣ୍ଡରେ ବଡ଼ ହୋଇଥିବାବେଳେ ଲଣ୍ଡନଠାରେ ମଡେଲିଂ ଆରମ୍ଭ କରିଥିଲେ । ଭାରତରେ ଏହି ଅଭିନେତ୍ରୀଜଣକ ବେଶ୍ ଲୋକପ୍ରିୟ । ସବୁଠୁ ଅଧିକ ଫିସ୍ ନେବାରେ ମଧ୍ୟ କ୍ୟାଟ୍ରିନା ଆଗରେ । ୧୯୮୩ ମସିହା ହଙ୍ଗକଙ୍ଗ୍ରେ ଜନ୍ମିତା ଏହି ଅଭିନେତ୍ରୀଙ୍କ ପୂରା ନାମ ହେଉଛି କ୍ୟାଟ୍ରିନା ଟର୍କ୍ୟୁଟେ । କ୍ୟାଟ୍ ସ୍କୁଲ ଯାଇନଥିବାବେଳେ ଘରେ ହିଁ ପାଠ ପଢିଛନ୍ତି । କ୍ୟାଟ୍ରିନାଙ୍କର ୬ ଭଉଣୀ ଓ ଗୋଟିଏ ଭାଇ । କ୍ୟାଟ୍ରିନାଙ୍କ ପିତା ମୂଳତଃ କାଶ୍ମୀରର ହୋଇଥିବାବେଳେ ତାଙ୍କ ମାତା ବ୍ରିଟେନ୍ର। ୨୦୦୩ ମସିହାରେ ’ବୁମ୍’ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ ଏହି ଲଳନା ଜଣକ । ସେହିପରି ୨୦୦୪ ମସିହାରେ ତେଲୁଗୁ ଫିଲ୍ମ ‘ମଲ୍ଲୀସ୍ବରୀ’ରେ ମଧ୍ୟ ଅଭିନୟ କରିଥିଲେ କ୍ୟାଟ୍ରିନା । କ୍ୟାରିଅରର ପ୍ରାରମ୍ଭରେ…
ଜୁଲାଇ ୧୬ ତାରିଖ ମଙ୍ଗଳବାରରେ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛି। ଭାରତୀୟ ଜନତା ପାର୍ଟି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାୟର କରାଯାଇଥିବା ଅପରାଧିକ ମାନହାନି ମାମଲାରେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆପ୍ ପକ୍ଷରୁ ତାଙ୍କର ସାମାଜିକ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ବିଜେନ୍ଦର। ବିଜେନ୍ଦର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସହକାରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଦିଲ୍ଳୀ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିବା ଗୁପ୍ତା ଉଭୟ ନେତାଙ୍କର କ୍ଷମାପ୍ରାର୍ଥନା ଦାବି କରିଛନ୍ତି।
ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ପାଲ୍ କମିଶନଙ୍କ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର । ଏହି ରିପୋର୍ଟ ଟି ୬ ମାସରେ ବିଧାନସଭାରେ ଉପସ୍ଥାପନ ହେବ କଥା, ମାତ୍ର ୬ ବର୍ଷ ବିତିଗଲାଣି । ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶଓ୍ବନ୍ତ କମିଶନ ରିପୋର୍ଟ ଦେଇଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି । ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଏଭଳି ଅଚଳାବସ୍ଥା ଆଉ କେତେ ଦିନ ଜାରି ରହିବ, ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହକୁ ୨୦ ମିନିଟ୍ ପାଇଁ ମୁଲତବୀ…
ପୁରୀ ଜିଲ୍ଲାର ପଟ୍ଟନାୟିକାରେ ଘଟିଥିବା ଟ୍ରିପଲ ମର୍ଡରରେ ପୋଲିସ୍ ପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି। ୬ ଜଣଙ୍କ ମଧ୍ୟରେ ଘଟଣାର ମାଷ୍ଟର ମାଇଣ୍ଡ ରହିଥିବା ପୋଲିସ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଛି। ବିରୋଧୀ ଦଳଙ୍କ ଦାବିକୁ ନେଇ ଆଜି ଗୃହରେ ବିବୃତ୍ତି ରଖିବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, ରବିବାର ପୁରୀ ଜିଲ୍ଲାର ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ରବିବାର ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କୁ ଜଘନ୍ୟ ହତ୍ୟା କରାଯାଇଥିଲା। ମୃତକ ତିନିଜଣ ସଦାନନ୍ଦ ଗାଁର ବାସିନ୍ଦା ଓ ସେମାନେ ଗୋଟିଏ ପରିବାରର ଦୁଇଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ଭାଇ ବୋଲି ସୂଚନା ମିଳିଛି। ମୃତକ ତିନିଜଣ କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା ବୋଲି ସୂଚନା ମିଳିଛି।
ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଦିନ ଏହାର ସମସ୍ତ ବିମାନ ଯାତ୍ରାର ରୁଟ୍ ଖୋଲାଯାଇଛି। ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ରହିଥିବା ଏୟାର ଟ୍ରାଫିକ୍କୁ ବନ୍ଦ କରାଯାଇଥିଲା। ଏହା ଯୋଗୁଁ ଏୟାର ଇଣ୍ଡିଆକୁ ନିଜର ବିଭିନ୍ନ ଅନ୍ତର୍ଜାତୀୟ ବିମାନର ରୁଟ୍ ପରିବର୍ତ୍ତନ କରବାକୁ ପଡିଥିଲା। ଏପରିକି ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶକେକ୍ ଗସ୍ତ ସମୟରେ ମଧ୍ୟ ତାଙ୍କ ବିମାନକୁ ପାକିସ୍ତାନ ଆକାଶରେ ଉଡିବାର ଅନୁମତି ମିଳିନଥିଲା। ମଙ୍ଗଳବାର ରାତି ୧୨.୪୧ ମିନିଟ୍ ସମୟରେ ଏହି ବିମାନ ରୁଟ୍ ଖୋଲାଯାଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ସମୁଦାୟ ୧୧ଟି ବିମାନ ରୁଟ୍ ରହିଥିବା ବେଳେ ବର୍ତ୍ତମାନ ୨ଟି ରୁଟ୍ ଖୋଲାଯାଇଛି।
ଦିଲ୍ଳୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ପକ୍ଷରୁ ଜୈସ ଏ ମୁଜାହିଦ୍ଦିନର ଜନୈକ ଆତଙ୍କବାଦୀକୁ ଗିରଫ କରାଯାଇଛି। ଶ୍ରୀନଗରରୁ ଦିଲ୍ଳୀ ପୋଲିସ୍ର ସ୍ବତନ୍ତ୍ର ପୋଲିସ୍ ଏହି ଆତଙ୍କୀକୁ ଗିରଫ କରିଛି। ମଙ୍ଗଳବାର ସକାଳୁ ଶ୍ରୀନଗରରୁ ବସିର ଅହମ୍ମଦ ନାମକ ଏହି ଆତଙ୍କୀକୁ ଗିରଫ କରାଯାଇଛି। ବସିର ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଦିଲ୍ଲୀ ପୁଲିସ୍ ସ୍ବତନ୍ତ୍ର ସେଲ୍ର ଡିସିପି ସଞ୍ଜୀବ କୁମାର ଯାଦବ ଏହି ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ବସିର୍ର ଦୁଇ ସହଯୋଗୀ ଫୟାଜ୍ ଏବଂ ମଜିଦ୍ ବାବାକୁ ପୋଲିସ୍ ଗତବର୍ଷ ଗିରଫ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ। ପ୍ରଥମେ ସୋମବାର ଦିନ ଅମରିନ୍ଦର ମୋଦିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇନଥିବା ବେଳେ ପ୍ରଥମ ଥର ଉଭୟ ନେତା ପରସ୍ପରକୁ ଭେଟିଛନ୍ତି। କର୍ତ୍ତାରପୁର କରିଡରକୁ ନେଇ ଭାରତ ପାକିସ୍ତାନ ଆଲୋଚନା ହୋଇଥିବା ବେଳେ ଏହାକୁ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଅମରିନ୍ଦର। ଏହି ବୈଠକକୁ ନେଇ ଟ୍ବିଟ୍ଟର ଜରିଆରେ ଜଣାଇଛନ୍ତି ଅମରିନ୍ଦର। ମୋଦିଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଗୁରୁ ନାନକଙ୍କ ୫୫୦ ତମ ଜନ୍ମବାର୍ଷିକୀ ଅବସରରେ ଯାତ୍ରୀଙ୍କ ଯିବା ପାଇଁ ଭିସା ଏବଂ ପାସପୋର୍ଟର ବ୍ୟବସ୍ଥା କରିବା ନିମନ୍ତେ ମୋଦିଙ୍କୁ ଅନୁରୋଧ କରିଥିଲେ ଅମରିନ୍ଦର। ଏହାପରେ ଅମରିନ୍ଦର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଥିଲେ ଅମରିନ୍ଦର।
ଇଣ୍ଡୋନେସିଆର ବାଲିରେ ଏକ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ମଙ୍ଗଳବାର ସକାଳୁ ଅନୁଭୂତ ହୋଇଛି। ବାଲି ନିକଟରୁ ୬୩ ମାଇଲ ଦୂର ମୁଙ୍କାରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ୨୯ ମାଇଲ ପରିସୀମା ମଧ୍ୟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ କେହି ମୃତାହତ ହୋଇନଥିବା ବେଳେ କିଛି ବଡ କୋଠା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୭୮ ଲକ୍ଷ ସାଧାରଣ ଲୋକ ବସବାସ କରୁଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଇଣ୍ଡୋନେସିଆରେ ଭୂକମ୍ପରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା।
ଦଶନ୍ଧିର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ମଙ୍ଗଳବାର ଦିନ ଦୃଶ୍ୟମାନ ହେବ। ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହେବ। ଏହା ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ। ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ନ ପାରେ। ମଙ୍ଗଳବାର ମଧ୍ୟରାତ୍ରି ୧.୩୨ ମିନିଟ ସମୟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ବୁଧବାର ସକାଳ ୪.୩୧ ମିନିଟ ସମୟରେ ଏହାର ପ୍ରଭାବ ସମାପ୍ତ ହେବ। ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ।
ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଳ୍ପ କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୈାଦ୍ଧ, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୧୨ଟି ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ଭୀମା ନନ୍ଦ ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଆମ ସମୟର ଜଣେ ନିଆରା ସ୍ବାଭିମାନୀ ଯାତ୍ରା କଳାକାରଙ୍କ ସମ୍ପର୍କରେ କିଛି … ଆଶାରାମ ଦାସ ଓରଫ ମଣ୍ଟୁ ଜଣେ ଉଚ୍ଚଶିକ୍ଷିତ, ଶୃଙ୍ଖଳିତ ଏବଂ ସ୍ବାଭିମାନୀ କଳାକାର। ମଣ୍ଟୁଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମରେ। ପିଲାଟିବେଳୁ ସେ…
ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍ ସାଂସଦ ତଥା ଏଆଇଏମଆଇଏମ୍ ନେତା ଓସାଦୁଦ୍ଦିନ ଓଓ୍ବେସୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପିର ସତ୍ୟପାଲ ସିଂହ ଏନ୍ଆଇଏ ସଂଶୋଧିତ ବିଲ୍ ଉପରେ ନିଜର ମତ ରଖୁଥିବା ବେଳେ ଓଓ୍ବେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ସୋମବାର ଲୋକସଭାରେ ମୁମ୍ବାଇ ପୋଲିସ୍ର ପୂର୍ବ କମିଶନର ଓ ବିଜେପି ସାଂସଦ ସତ୍ୟପାଲ୍ ସିଂହ କହିଥିଲେ ଯେ, ଆତଙ୍କବାଦ ଏଥିପାଇଁ ବଢୁଛି, କାରଣ ଆମେ ତାହାକୁ ରାଜନୈତିକ ଚଷମାରେ ଦେଖୁଛେ। ଆତଙ୍କବାଦ ବିରୋଧରେ ମିଶି କରି ଲଢେଇ କରିବା ଦରକାର ବୋଲି କହିଥିଲେ । ସେହିପରି ସତ୍ୟପାଲ୍ ହାଇଦ୍ରାବାଦ୍ର ହୋଇଥିବା ବିସ୍ଫୋରଣରେ ଯେତେବେଳେ ପୋଲିସ୍ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ କମିଶନରଙ୍କୁ ଏପରି କରିବାକୁ ବାରଣ କରିବା ସହିତ…
ସରୋଗେସୀର ବ୍ୟବସାୟୀକରଣ ରୋକିବା ନିମନ୍ତେ ଲୋକସଭାରେ ଏକ ବିଲ୍ ଆଗତ କରାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ବିଲ୍ଟିକୁ ସଂସଦରେ ଆଗତ କରାଯାଇଛି । ସରୋଗେସୀ ନିୟନ୍ତ୍ରଣ ବିଲ୍ 2019ନାମକ ଏହି ବିଲ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଲାଗୁ କରାଯିବ । ନୂତନ ନିୟମ ଅନୁଯାୟୀ କୌଣସି ପରସ୍ଥିତିରେ ପିତା ମାତା ଉକ୍ତ ଶିଶୁଟିକୁ ପରିତ୍ୟାଗ କରିପାରିବେ ନାହିଁ ବୋଲି ବିଲ୍ ଉପସ୍ଥାପନ ସମୟରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 23-50 ବର୍ଷ ମଧ୍ୟର ମହିଳା ଏବଂ 26-55 ବର୍ଷ ବୟସର ପୁରୁଷ ସରୋଗେସୀ ବ୍ୟବସ୍ଥା ଆପଣେଇ ପାରିବେ ମାତ୍ର ଏଥି ନିମନ୍ତେ ଉଭୟ ଅନ୍ୟୁନ 5 ବର୍ଷ ଧରି ବିବାହିତ ରହିଥିବା ଆବଶ୍ୟକ । ସେହିପରି ସରୋଗେସୀ ନିମନ୍ତେ ମହିଳାଙ୍କ ବୟସ 25ରୁ 35 ମଧ୍ୟରେ ରହିଥିବା ଆବଶ୍ୟକ । ଭାରତରେ ସରୋଗେସୀ ନେଇ କୌଣସି ନିୟମ ନଥିବାରୁ ବିଦେଶରୁ ଲୋକ ମାନେ ଏଠାରେ ଏହି…
ଭାରତୀୟ ଜନତା ପାର୍ଟି (ବିଜେପି)ରେ କିଛି ପରିବର୍ତ୍ତନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ଥିବା ରାମଲାଲ୍ ଆରଏସଏସ୍କୁ ଫେରିଯାଇଥିବାବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ବିଏଲ୍ ସନ୍ତୋଷ । ଦଳ ରାମଲାଲ୍ଙ୍କ ଦାୟିତ୍ବ ବିଏଲ୍ ସନ୍ତୋଷଙ୍କୁ ହସ୍ତାନ୍ତର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପରେ ବିଏଲ୍ ସନ୍ତୋଷ ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ରହିବେ । ବିଜେପିର ଏହି ମୁଖ୍ୟ ପଦରେ ସନ୍ତୋଷକୁ ନିଯୁକ୍ତି ଦେବା ପଛରେ ଦଳର ମିଶନ୍ ସାଉଥ୍ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଛି । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ- ତେଲେଙ୍ଗାନାକୁ ଛାଡ଼ି ଦେଲେ ବାକି ରାଜ୍ୟଗୁଡ଼ିକରେ ବିଜେପିର ହାତରେ କିଛି ଲାଗିନାହିଁ । ନରେନ୍ଦ୍ର ମୋଦିଙ୍କ ବିଜୟ ରଥରେ ବିଜେପି ୩୦୩ ଆସନ ଜିତିଥିବା ସତ୍ତ୍ବେ ଦକ୍ଷିଣ ଭାରତରେ ମୋଦିଙ୍କ ଯାଦୁ ପୂରା ଫିକା…
ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଶତାବ୍ଦୀ ରାୟଙ୍କ ସମେତ ୬ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି । ଇଡି ଶତାବ୍ଦୀ ରାୟଙ୍କ ବ୍ୟତୀତ ପୂର୍ବ ଟିଏମ୍ସି ସାଂସଦ କୃଣାଳ ଘୋଷ, ନୀତୁ ସରକାର, ସଜ୍ଜନ ଅଗ୍ରଓ୍ବାର, ସୁଧୀର ଅଗ୍ରଓ୍ବାଲ ଓ ବମ୍ବାଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଏହି ସମସ୍ତଙ୍କୁ ଚଳିତ ମାସରେ ପଚରଉଚୁରା କରାଯିବା ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଜୁଲାଇ ୯ରେ ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍ ଚାଟ୍ଟାର୍ଜୀଙ୍କୁ ମଧ୍ୟ ଇଡି ରୋଜ୍ ଭ୍ୟାଲି ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛନ୍ତି । ଇଡିର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଚାଟ୍ଟାର୍ଜୀଙ୍କୁ ମନି ଲଣ୍ଡ୍ରିଂ ଅଧିନିୟମ ଜରିଆରେ ପଚରାଉଚୁରା କରାଯିବ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ଙ୍କ ତରଫରୁ ମଧ୍ୟ ଏକ ପ୍ରାଥମିକ ମାମଲା ଆଧାରରେ ଇଡି ଏହି ମାମଲାକୁ…
ଗୁଜୁରାତ ଏବଂ ହିମାଚଳ ପ୍ରଦେଶ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାତର ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଆଚାର୍ଯ୍ୟ ଦେବବ୍ରତ ଗୁଜୁରାତର ପୂର୍ବତନ ରାଜ୍ୟପାଳ ଓମ ପ୍ରକାଶ କୋହଲିଙ୍କ ସ୍ଥାନ ନେବେ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇ ରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଆଦେଶ ଜାରି କରିଛନ୍ତି । ଦୁଇ ଜଣ ନିଜ ନିଜ ରାଜ୍ୟର ପଦ ସମ୍ଭାଳିବା ପରେ ନିଯୁକ୍ତି କାର୍ଯ୍ୟକାରୀ ହେବ । କାଲରାଜ ମିଶ୍ର ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ପ୍ରଥମ ମୋଦୀ ସରକାରରେ କଲରାଜ ଏମଏସଏମଇ ସ୍ୱତନ୍ତ୍ର ରାଜ୍ୟମନ୍ତ୍ରୀ ହୋଇଥିଲେ । ଉତ୍ତର ପ୍ରଦେଶର ଦେଓରିଆରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଚଳିତଥର ନିର୍ବାଚନ…