Author: Samikhsya Bureau

ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ରବିବାର ରାତିରେ ବିଦେଶ ଗସ୍ତ କରିଥିବା କୋବିନ୍ଦ ଏହି ସମୟରେ ତିନିଟି ରାଷ୍ଟ୍ର ଭ୍ରମଣ କରିବେ ବୋଲି ଜଣାପଡିଛି । ଏହି ସମୟରେ କୋବିନ୍ଦ ଆଇସ୍‌ଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତରେ ଯିବେ ବୋଲି ଜଣାପଡିଛି । ଉକ୍ତ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ରାଷ୍ଟ୍ରପତି କୋବିନ୍ଦ ସେପ୍ଟମ୍ବର 9-11 ପର୍ଯ୍ୟନ୍ତ ଆଇସଲ୍ୟାଣ୍ଡ, 11-15 ପର୍ଯ୍ୟନ୍ତ ସ୍ବିଜରଲ୍ୟାଣ୍ଡ ଏବଂ ସେପ୍ଟେମ୍ବର 15ରେ ସ୍ବିଜରଲ୍ୟାଣ୍ଡ ଗସ୍ତ କରିବେ । ଏହି ଗସ୍ତ ସମାପ୍ତ ହେବା ପରେ ସେପ୍ଟେମ୍ବର 17 ତାରିଖରେ ରାଷ୍ଟ୍ରପତି ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ୍‌ କୁମାର ସୂଚନା ଦେଇଛନ୍ତି ।

Read More

ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆସେସ୍‌ ସିରିଜ୍‌ ସମାପନ ପୂର୍ବରୁ ଆସେସ୍‌ ଉପରେ କବ୍‌ଜା କରି ନେଇଛି କଙ୍ଗାରୁ ଦଳ । ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦଳ ଚତୁର୍ଥ ମ୍ୟାଚ୍‌ରେ 185 ରନ୍‌ରେ ବିଜୟୀ ହେବା ସହିତ ଆସେସ୍‌ ନିଜ ନିକଟରେ ରଖିଛି । 383 ରନ୍‌ ବିଜୟ ଲକ୍ଷ୍ୟମର ପିଛା କରୁଥିବା ଇଂଲଣ୍ଡ ମାତ୍ର 197 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପକ୍ଷରୁ ଜୋ ଡେନ୍‌ଲୀ ସର୍ବାଧିକ 53 ରନ୍‌ ସଂଗ୍ରହ କରିଥିବା ବେଳେ 5 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍‌ସ 43/4 ର ଫିଗର ହାସଲ କରିଥିବା ବେଳେ ହଜେଲଉଡ୍‌ ଏବଂ ଲିୟନ୍‌ଙ୍କୁ 2ଟି ଲେଖାଏଁ ଓ୍ବିକେଟ, ମିଚେଲ ଷ୍ଟାର୍କ ଓ ଲାବୁଷ୍ଚାଞ୍ଜେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ 211 ଏବଂ ଦ୍ବିତୀୟ ଇନିଂସରେ 82…

Read More

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି । ଏହା ସହିତ ପାକ୍‌ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି । ଧାରା 370 ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।

Read More

ୟୁଏସ୍‌ ଓପନ୍‌ ପୁରୁଷ ବିଭାଗରେ ସ୍ପେନ୍‌ର ରାଫେଲ ନାଦାଲ ଚାମ୍ପିୟନ୍‌ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍‌ ତଥା ଚତୁର୍ଥ ୟୁଏସ୍‌ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ଋଷିଆର ଡାନିଲ୍‌ ମେଦଭେଦେଭ୍‌ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍‌ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍‌ର ମାରାଥନ୍‌ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍‌ରେ ନାଦାଲ ମେଦଭେଦେଭ୍‌ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍‌ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍‌ରେ ବିଜୟ ହୋଇ ମେଦଭେଦେଭ୍‌ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ…

Read More

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଯାଇଛି । ତାଙ୍କର 56 ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଛି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 1963 ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର…

Read More

ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ନିୟମିତ ଭାବରେ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ଜଣ ରୋଡ ରୋମିଓ ଛେଚା ଖାଇଛନ୍ତି । ଦୁଇ ଜଣ ଯୁବକ ଝିଅଙ୍କ ପିଛା କରି କମେଣ୍ଟ ମାରୁଥିବା ବେଳେ ଧରାପଡି ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ସ୍ଥାନୀୟ ଜିଜିପି କଲୋନୀର କିଛି ଲୋକ ଯୁବକ ଦ୍ବୟଙ୍କୁ ଧରିବା ପରେ ସମ୍ପୃକ୍ତ ଯୁବତୀ ମାଡ ମାରିଥିବା ଜଣାପଡିଛି । ରସୁଲଗଡର ଜିଜିପି କଲୋନୀରେ ଏହି ଘଟଣା ଘଟିଥିବା ବେଳେ ଦୁଇ ରୋଡ୍‌ ରୋମିଓଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଜଣାପଡିଛି ।

Read More

ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍‌ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍‌ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍‌ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ଏବଂ ଫରେନ୍‌ସିକ୍‌ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Read More

ବାଲେଶ୍ୱର ଜିଲ୍ଲାରେ ଥିବା ବୁଢାବଳଙ୍ଗା ହଳଦିଆ ଘାଟିରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗା ପାଣି ଭିତରେ ଓଲିଟି ପଡିଥିବା ବେଳେ ଡଙ୍ଗାରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ 30 ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । କୂଳ ଛାଡିବାର କିଛି ଦୂରରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଅଧିକ କଷ୍ଟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମାତ୍ରାଧିକ ଓଜନ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିବା ଜଣା ପଡିଛି ।

Read More

ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍‌କମିଙ୍ଗ ଫିଲ୍ମ କାପ୍ପାନର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ସାୟେସା ସୈଗଲଙ୍କ ସହିତ ସୂର୍ଯ୍ୟା ଏହି ଫଟୋଟି ସେୟାର କରିଛନ୍ତି । କେ ଭି ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ତିନୋଟି ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ମାଲାୟଲମ୍‌ ସୁପରଷ୍ଟାର ମୋହନଲାଲ ମଧ୍ୟ ନଜର ଆସିବେ । ଅନ୍ୟ ମାନଙ୍କ ବ୍ୟତିତ ଆର୍ୟ୍ୟା ମଧ୍ୟ କେମିଓ ଅବତାରରେ ନଜର ଆସିବେ । ମୋହନଲାଲ ଏହି ଫିଲ୍ମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସୂର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭୂମିକାରେ ନଜର ଆସିବେ ।

Read More