Author: Samikhsya Bureau

ସମୀକ୍ଷା ବ୍ୟୁରୋ *୬୦ ବର୍ଷରୁ ଊର୍ଦ୍ଧ ବ୍ୟବସାୟୀ ଓ ଆତ୍ମ ନିଯୁକ୍ତଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ *୩ କୋଟି କ୍ଷୁଦ୍ର ବ୍ୟବସାୟୀ ଯୋଜନା ଦ୍ୱାରା ହେବେ ଲାଭାନ୍ୱିତ *ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଦେଶବ୍ୟାପୀ ୪୬୨ ଏକଲବ୍ୟ ମଡେଲ ସ୍କୁଲ ଉଦଘାଟିତ କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡଠାରେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ପେନସନ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ…

Read More

ସମୀକ୍ଷା ବ୍ୟୁରୋ ନବରାତ୍ରି ଏବଂ ଦୁର୍ଗାପୂଜାର ପାର୍ବଣ ସମୟରେ ଆପଣଙ୍କ ଜୀବନରେ ଆଉ ଟିକିଏ ରଙ୍ଗ ଭରି ଦେବା ପାଇଁ ଓଟିଡିସି ୫ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ତିନି ଦିନ ଧରି ‘ଦାଣ୍ଡିଆ ନାଚ’ ର ଅୟୋଜୋନ କରୁଛି। ଏହି ଉତ୍ସବରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ  ଏକ ସଙ୍ଗରେ ଏହି ପର୍ବକୁ ପାଳନ କରିବାକୁ ଏକ ମାଧ୍ୟମ ପ୍ରଦାନ କରିବ। ନବରାତ୍ରିର ମହତ୍ବପୂର୍ଣ୍ଣ ଦିବସ ଯେପରିକି ଅକ୍ଟୋବର ୫ ମହାସପ୍ତମୀ , ଅକ୍ଟୋବର ୬ ମହାଅଷ୍ଟମୀ ଏବଂ ଅକ୍ଟୋବର ୭ ମହାନବମୀକୁ ଉଭୟ ଆଗନ୍ତୁକ ଏବଂ ସ୍ଥାନୀୟ ଲୋକେ ପାନ୍ଥନିବାସ ଭୁବନେଶ୍ବରରେ ସନ୍ଧ୍ୟା ୬.୩୦ ଘଟିକାରୁ ୧୧ଟା ଯାଏଁ  ବିଭିନ୍ନ ଡ୍ୟାନ୍ସ ଗୃପ, ଗୀତିକାର, ଲୋକପ୍ରିୟ ଆଙ୍କର, ମାନଙ୍କ ଗହଣରେ ମଜା ଉଠାଇ ପାରିବେ। ଉକ୍ତ ସନ୍ଧ୍ୟା ଗୁଡିକରେ ମନୋରଞ୍ଜନ ସାଙ୍ଗକୁ ଉତ୍ତମ ରାତ୍ରଭୋଜନର ବ୍ୟବସ୍ଥା ରହିଛି। ଜଣକ ପିଛା ୬୯୯ ଟଙ୍କା ଏବଂ ଦୁଇ ଜଣଙ୍କ ପାଇଁ…

Read More

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ପକ୍ଷରୁ କେ ଏଲ୍‌ ରାହୁଲଙ୍କୁ ବାଦ ଦିଆଯାଇଥିବା ବେଳେ ଶୁଭମାନ ଗିଲ୍‌ଙ୍କୁ ପୁନର୍ବାର ଦଳକୁ ଡାକରା ମିଳିଛି । ନିଜର ଶେଷ 30 ଟେଷ୍ଟ ଇନିଂସରୁ ରାହୁଲ ମାତ୍ର 644 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଚାରି ଇନିଂସରେ 44, 38, 13 ଏବଂ 6 ରନ୍‌ ସଂଗ୍ରହ କରିଥିଲେ । କେବଳ ଓଭାଲରେ 149କୁ ଛାଡିଲେ ରାହୁଲ ଅର୍ଦ୍ଧଶତକ ମଧ୍ୟ ହାସଲ କରିନାହାନ୍ତି । ଅପରପକ୍ଷରେ ଗିଲ୍‌ ନିୟମିତ ଭାବରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ସ୍ଥାନ ହାସଲ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରୀକ୍ଷାମୂଳକ ଭାବରେ ଓପ୍‌ନର ଭାବରେ ଖେଳାଯିବ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ସୂଚନା…

Read More

ସାଗରିକା ଦ୍ବିତୀୟ ଥର ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶରେ ଅନେକଗୁଡ଼ିଏ ନିୟମରେ ପରିବର୍ତ୍ତନ ହୋଇଛି । ସେ ଧାରା ୩୭୦ ଉଚ୍ଛେଦ ହେଉ କି ତ୍ରିପଲ୍‌ ତଲାକ୍‌ ବିଲ୍‌ ଅଥବା ସୂଚନା ଅଧିକାର ଆଇନ୍‌ରେ ପରିବର୍ତ୍ତନ।  ସଡକ ସୁରକ୍ଷା ତଥା ନିରାପତ୍ତା ପାଇଁ  ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନର ପ୍ରଚଳନ କରାଯାଇଛି । ସଡକ ସୁରକ୍ଷା, ଜୀବନ ରକ୍ଷା ପାଇଁ ଏହି ନିୟମରେ ଅନେକ କିଛି ପରିବତ୍ତର୍ନ କରିବା ସହିତ ଜରିମାନା ଆଦାୟକୁ ଅଧିକ କଡ଼ାକଡ଼ି କରାଯାଇଛି । ସେପ୍ଟେମ୍ବର ୧ ତାରିଖରେ ସାରା ଦେଶରେ ଏହି ନିୟମ ଲାଗୁ ହେବା ପରେ ଗୋଟେ ପ୍ରକାର ଆତଙ୍କ ଦେଖାଯାଇଥିଲା । ଏହି ନିୟମକୁ ଅଣ ବିଜେପି ରାଜ୍ୟ ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଲାଗୁ କରିନଥିବାବେଳେ ଅନେକ ରାଜ୍ୟରେ ଏହାକୁ ଲାଗୁ କରାଯାଇଥିଲା । ଏହି ଆଇନ୍‌ ଲାଗୁ ହେବା ପରେ ମୋଟା ରକମର…

Read More

ସମୀକ୍ଷା ବ୍ୟୁରୋ ଖୁବ ଶିଘ୍ର ଭାରତର ପୂର୍ବତନ କ୍ୟାପେଟନ ମହେନ୍ଦ୍ର ସିଂ ଧ୍ବନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଏ ନେଇ ସେ ଅଳ୍ପ ଦିନ ମଧ୍ୟରେ ଘୋଷଣା କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ଜୋରଦାର ଚାଲିଛି। ଏପରିକି ଧ୍ବନୀ ଆଜି ସଂଧ୍ୟାରେ ମଧ୍ୟ ଘୋଷଣା କରିପାରନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଚାର ଚାଲିଛି। ତେବେ ଧ୍ବନୀଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏପରିକି କ୍ୟାପେଟନ ବିରାଟ କୋହେଲି ତାଙ୍କ ଟିୟୁଟରରେ ଏ କଥା ସଂପୂର୍ଣ୍ଣ ମିଛ ଓ ଗୁଜବ ବୋଲି ଅବଗତ କରାଇଛନ୍ତି।ଏ ଖବର ନେଇ ଧ୍ବନୀଙ୍କ ଫ୍ୟାନଙ୍କ ମହଲରେ ମଧ୍ୟ ଏକ ପ୍ରକାରର ନୈରାଶ୍ୟ ଖେଳିଯାଇଛି। ଗୁଜବ ହେଲେ ମଧ୍ୟ ଅନେକ ଏହି ଖବରଟିକୁ ବେଶ୍ ଗୁରୁତ୍ବ ଭାବେ ଗ୍ରହଣ କରିଛନ୍ତି। ହେଲେ କ୍ରିକେଟ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ଧ୍ବନୀଙ୍କ ଆବଶ୍ୟକତା ରହିଛି। ସେଥିପାଇଁ ସେ…

Read More

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଜମ୍ମୁ କାଶ୍ମୀରକୁ ଚାଲାଣ କରାଯାଉଥିବା ବେଳେ ଅମ୍ରିତ୍‌ସରରେ 6ଟି ଏକେ-47 ରାଇଫଲ୍‌ ଜବତ କରାଯାଇଛି । ଏକ ଟ୍ରକ୍‌ରେ ଏହି ହତିଆର ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ବିଳମ୍ବିତ ରାତ୍ରିରେ ଅମ୍ରିତସରରେ ଏହି ଜବତ କରାଯାଇଛି । ଟ୍ରକ୍‌ଟିର ନମ୍ବର ଜମ୍ମୁ କାଶ୍ମୀରରେ ପଞ୍ଜୀକୃତ ହୋଇଥିବା ବେଳେ ଟ୍ରକ୍‌ ମାଲିକ ସୁଶୀଲ ଲାଟୁ ଏବଂ ଡ୍ରାଇଭର୍‌ ଜାଭେଦ୍‌ ଦରଙ୍କୁ ଗିରଫ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ହତିଆର ଚାଲାଣ ଉଦ୍ୟମ ପଣ୍ଡ କରାଯାଇଛି ।

Read More

ବକ୍ସିଂ ତାରକା ଏମ୍‌ ସି ମରିକମ୍‌ଙ୍କୁ ପଦ୍ମ ବିଭୂଷଣ ଏବଂ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପାଇଁ ସୁପାରିଶ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏହି ସୁପାରିଶ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତିତ ଅନ୍ୟ 7 ଜଣ ଖେଳାଳିଙ୍କୁ ମଧ୍ୟ ପଦ୍ମ ପୁରସ୍କାର ପାଇଁ ମଧ୍ୟ ତାଲିକା ଦିଆଯାଇଛି। ସେହିପରି ପଦ୍ମଶ୍ରୀ ସମ୍ମାନ ପାଇଁ ବିନେଶ ଫୋଗତ(କୁସ୍ତି), ହରମନପ୍ରୀତ୍‌ କୌର୍‌ (କ୍ରିକେଟ୍‌), ରାଣୀ ରାମ୍‌ପାଲ୍‌ (ହକି), ସୁମା ଶିରୁର (ସୁଟିଂ), ମାଣିକା ବାତ୍ରା (ଟେବୁଲ ଟେନିସ), ତାସି ମଲିକ୍‌ ଓ ନୁଙ୍ଗସି ମଲିକ୍‌ (ପର୍ବତାରୋହଣ) ନାମ ଦିଆଯାଇଛି। ପ୍ରଥମ ଥର ପାଇଁ କ୍ରୀଡା କ୍ଷେତ୍ରରେ ଜଣେ ମହିଳା ପଦ୍ମ ବିଭୂଷଣ ପୁରସ୍କାର ପାଇଁ ସୁପାରିଶ କରିଥିବା ଜଣାପଡିଛି । ପୂର୍ବରୁ ତିନି ଜଣ କ୍ରୀଡାବିତ୍‌ ବିଶ୍ବନାଥନ୍‌ ଆନନ୍ଦ(2007), ସଚିନ୍‌ ତେନ୍ଦୁଲକର (2008) ଏବଂ ସାର ଏଡମଣ୍ଡ ହିଲାରୀ(2008)ରେ ଏହି ପୁରସ୍କାର…

Read More

ଦିଲ୍ଲୀରେ ଭାରତୀୟ ଜାତୀୟ କଂଗ୍ରେସର ଏଆଇସିସି ବୈଠକ ଚାଲିଥିବା ବେଳେ ରାଜ୍ୟ କଂଗ୍ରେସର ଗୃହ କନ୍ଦଳ ରାସ୍ତାରେ ପଡିଛି । ବର୍ତ୍ତମାନ ଦଳର ମୁଖିଆ ରହିଥିବା ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ନିରଞ୍ଜନକୁ ଟାର୍ଗେଟ୍ କରି ଏହି ପ୍ରେସ୍‌ମିଟ୍‌ କରିଛନ୍ତି । ନିରଞ୍ଜନ କଂଗ୍ରେସ ଦଳକୁ ବିକି ଦେଇଛନ୍ତି ତେଣୁ ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଓଡିଶାରେ ପୁରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଛନ୍ତି । ଭାଇ ସୌମ୍ୟଙ୍କୁ ମଧ୍ୟସ୍ଥି କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି ଏବଂ ପୁଅ ମାଧ୍ୟମରେ ବେପାର କରୁଛନ୍ତି ବୋଲି କହିବା ସହିତ ଏହାକୁ ସହ୍ୟ କରାଯିବ ନାହିଁ ବୋଲି ଇତୀଶ ପ୍ରକାଶ କରିଛନ୍ତି । ଏହି ଘଟଣା ଉପରେ ନିରଞ୍ଜନଙ୍କ ମତାମତ ମିଳିପାରି ନାହିଁ ।

Read More

ସମୀକ୍ଷା ବ୍ୟୁରୋ ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟାଭିନୟ ନମାମି ଗଙ୍ଗେ  । ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡିଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା । ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ବର୍ଷ ପୁରସ୍କାର ଉତ୍ସବର…

Read More