Author: Samikhsya Bureau

ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯିବା ପ୍ରତିବାଦରେ କର୍ଣ୍ଣାଟକ ବନ୍ଦ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହକର୍ମୀଙ୍କୁ ଚାପୁଡା ମାରିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସହକର୍ମୀଙ୍କ ବିବାଦୀୟ ବୟାନ କାରଣରୁ ସିଦ୍ଧରମୈୟା ଉତ୍‌କ୍ଷିପ୍ତ ହୋଇ ସହକର୍ମୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଶିବକୁମାର କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇ ଯାଇଥିଲା । ଏହାପରେ ଶିବକୁମାରଙ୍କୁ ଆଜି ଗିରଫ କରାଯାଇଛି । ଶିବ କୁମାରଙ୍କ ଗିରଫ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ପୋଡାଜଳା କାରଣରୁ ଶିକ୍ଷାନୁ ଷ୍ଠାନ ଗୁଡିକ ବନ୍ଦ ରଖାଯାଇଛି ।

Read More

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ସମୁଦାୟ 7ଟି ଜିଲ୍ଲାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ବର୍ଜପାତ ହେବା ସମ୍ଭାବନା ରହିଛି । ରାଜ୍ୟରେ ଲାଗି ରହିଥିବା ବର୍ଷା ସହ ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା ଓ ନୟାଗଡ଼ରେ ଆଜି ଅପରାହ୍ନ 2ଟା ସୁଦ୍ଧା ବଜ୍ରପାତ ହେବା ସମ୍ଭାବନା ରହିଛି । ଏହାକୁ ନେଇ ଏହି ସମସ୍ତ ଜିଲ୍ଲାକୁ ଭୁବନେଶ୍ବର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Read More

ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛି ବିଜେପିର ସହଯୋଗୀ ଦଳ ଶିବସେନା । ଶିବସେନା ମନମୋହନ ସିଂଙ୍କୁ ସମର୍ଥନ କରିଥିବାବେଳେ ମୋଦି ସରକାରଙ୍କୁ ଟାର୍ଗେଟ୍‌ ମଧ୍ୟ କରିଛି । ଶିବସେନା ’ସାମ୍‌ନା’ ମୁଖପତ୍ରରେ ‘ମୌନୀ ବାବାଙ୍କ ଧମାକା’ ଶୀର୍ଷକରେ ଏକ ସମ୍ପାଦକୀୟରେ ବତ୍ତର୍ମାନ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ମନମୋହନ ସିଂଙ୍କ ବୟାନକୁ ଚିତ୍ରଣ କରିଛନ୍ତି । ଆର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ବଞ୍ଚାଇବା ପାଇଁ ମୋଦି ସରକାରଙ୍କୁ  ଏ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଶିବସେନା ଏହି ସମ୍ପାଦକୀୟରେ କହିଛନ୍ତି ଯେ, ମୋଦି ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ମୋଦି ଏମିତି କରି ଦେଖାଇବେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଅର୍ଥବ୍ୟବସ୍ଥା ଓ ଲୋକଙ୍କ ଦୈନିକ ଗୁଜୁରାଣ ସମସ୍ୟା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।…

Read More

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଋଷ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦି ସକାଳୁ ଭ୍ଲାଡିଭୋଷ୍ଟକରେ ପହଞ୍ଚିବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ସହିତ ସ୍ବାଗତ କରିଥିଲେ । ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଋଷର ପୂର୍ବୀୟ ପ୍ରାନ୍ତ ଭ୍ଲାଡିଭୋଷ୍ଟକ୍‌ ଗସ୍ତ କରିଛନ୍ତି । ମୋଦି ଏହି ଅବସରରେ ସାଇବେରିଆନ ପକ୍ଷୀ ଗୁଜୁରାଟ ଉପକୂଳକୁ ଆସନ୍ତି ଏବଂ ମୁଁ ସାଇବେରିଆର ଭ୍ଲାଡିଭୋଷ୍ଟକ ଆସିଛି । ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ସମ୍ପର୍କ ଅତ୍ୟନ୍ତ ପୁରାତନ ଏବଂ ଦ୍ବିପାକ୍ଷିକ ଆଲୋଚନା ମଧ୍ୟରେ ଏହାକୁ ନୂତନ ସ୍ତରକୁ ନିଆଯାଇ ପାରିବ ବୋଲି ନିଜ ଅଭିଭାଷଣରେ ମୋଦି ପ୍ରକାଶ କରିଥିଲେ । ସେହିପରି ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମୋଦି ଏବଂ ପୁତିନଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ…

Read More

ରାଜଧାନୀ ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ଦୁଇ ଦିନ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିଭିନ୍ନ ଦଇତା ନିଯୋଗ ମଧ୍ୟରେ ବିବାଦ କାରଣରୁ ମଙ୍ଗଳବାର ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ସମାନ ଅବସ୍ଥା ଜାରି ରହିଛି । ଫଳସ୍ବରୂପ କ୍ରମାଗତ ଦ୍ବତୀୟ ଦିନ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଉପାସ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗଙ୍ଗୁଆ ନଦୀ ପାଣି ବ୍ୟବହାରକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

Read More

ଆମେରିକୀୟ ଖେଳାଳି ରାଜୀବ ରାମ ଏବଂ ଅଷ୍ଟ୍ରେଲିଆର ସାମନ୍ତା ସ୍ତୋସୁର ୟୁଏସ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ଆମେରିକା-ଅଷ୍ଟ୍ରେଲିଆ ଯୋଡି ଫ୍ରାନ୍ସର କ୍ରିଷ୍ଟେନ୍‌ ଫ୍ଲିପ୍‌କେନ୍ସ ଏବଂ ଏଡଓ୍ବାର୍ଡ ରୋଜରଙ୍କୁ 7-6, 7-5(2) ସେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଲି ଜିନ୍‌ କିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ତୃତୀୟ ସିଡ୍‌ ରାଜୀବ-ସାମନ୍ତା ବିଜୟୀ ହୋଇଛନ୍ତି । କ୍ବାର୍ଟରରେ ଉଭୟ ଷଷ୍ଠ ସିଡ୍‌ ଡେମି ସ୍କଚର୍ସ ଏବଂ ହେନ୍‌ରି କୋଣ୍ଟିନେନ୍‌ଙ୍କ ଯୋଡିଙ୍କୁ ଭେଟିବେ । ଅନ୍ୟ ଏକ ପ୍ରି କ୍ବାର୍ଟର ମ୍ୟାଚ୍‌ରେ ଜେମି ମୁରେ ଏବଂ ବେଥାନୀ ମାଟେକ୍‌ ସ୍ୟାଣ୍ଡସ୍‌ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

Read More

ହରିକେନ୍‌ ଡୋରିଆନ୍‌ ପ୍ରଭାବରେ ବାହାମାସ୍‌ରେ 7 ଜଣଙ୍କର ମୃତ୍ୟୁ ଘଟିଛି । ଝଡର ପ୍ରଭାବ ଅଧିକ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ବାହାମାସ୍‌ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍‌ ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ନ୍ୟୁ ପ୍ରୋଭିନ୍ସ ଆଇଲ୍ୟାଣ୍ଡରେ ଦୁଇ ଜଣ ଗୁରୁତର ଆହତଙ୍କ ପ୍ରାଣହାନି ଘଟିଥିଲା । କ୍ୟାଟେଗୋରୀ-2 ଶ୍ରେଣୀର ଝଡର ମାନ୍ୟତା ପାଇଥିବା ଏହି ସାମୁଦ୍ରିକ ଝଡ ବାହାମାସ୍‌ ପରେ ଆମେରିକା ମୁହାଁ ହୋଇଛି । ଝଡ ପ୍ରଭାବରେ ଅନେକ ଲୋକ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Read More

ଦୁଇଦିନ ହେଲା ପଶ୍ଚିମ ଓଡିଶାରେ ଲଗାଣ ବର୍ଷା ଫଳରେ ସୋନପୁର ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ବୀରମହାରାଜପୁର ସମେତ ସୋନପୁର ଓ ଉଲୁଣ୍ଡା ବ୍ଲକରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପ୍ରାୟ 2 ହଜାରରୁ ଅଧିକ ଲୋକ ପ୍ରବାହିତ ହେବାସହ ଗମନାଗମନ ବ୍ୟାଘାତ ହୋଇଛି । ରକ୍ସା ଛକରେ ଥିବା ଏକ ମଠ ସମ୍ପୂର୍ଣ୍ଣ ବୁଡିଯାଇଛି । ମଠରେ 3 ସାଧୁ ଫସିରହିଥିବା ବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି ।

Read More

ଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ 13 ଜଣ ଯୁବକଙ୍କୁ ଗିରଫ କରାଯାଇଛି । ବେଆଇନ ଚାନ୍ଦା ଉପରେ ରୋକ ଲଗାଇବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ପାର୍ବଣ ଋତୁ ଗଣେଷ ପୂଜା ଠାରୁ ଆରମ୍ଭ ହୋଇଥାଏ । ଗଣେଷ ପୂଜା ପରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ ପରେ କାଳୀ ପୂଜା । ଏହି ପୂଜା ମଣ୍ଡପ ପ୍ରସ୍ତୁତି ଦେବାଦେବୀଙ୍କ ଆବାହନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ପିଲାମାନେ ଘର ଘର ବୁଲି ଟଙ୍କା ଚାନ୍ଦା ମାଗିଥାନ୍ତି । କିନ୍ତୁ ଜରଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ 5ଟି ମାମଲା ରୁଜୁ କରାଯାଇଛି । ଏହି ଅଭିଯୋଗରେ 13 ଜଣଙ୍କୁ ଗିରଫ କରାଯାଇଛି ।

Read More

ଦଶଟି ସରକାରୀ ବ୍ୟାଙ୍କର ବିଳୟର ଘୋଷଣା ପରେ ସରକାର ବ୍ୟାଙ୍କିଙ୍ଗ ସେକ୍ଟର ସହ ଜଡିତ ଥିବା ଏଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏଲଆଇସି ସହ ମିଶି ଆଇଡିବିଆଇ ବ୍ୟାଙ୍କକୁ ୯  ହଜାର କୋଟି ଟଙ୍କାର ପୁଞ୍ଜି ଦେବା ନେଇ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ମୋଦି କ୍ୟାବିନେଟ ଏହା ଉପରେ ମୋହର ମାରିଛନ୍ତି । ସରକାରଙ୍କ ଏହି ନିଷ୍ପତି ପରେ ଭାରତୀୟ ଜୀବନ ବୀମା ନିଗମର ମାଲିକାନାରେ ଥିବା ଏହି ବ୍ୟାଙ୍କର ଋଣ ଦେବା କ୍ଷମତା ବୃଦ୍ଧି ହେବ । ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି ଯେ ଆଇଡିବିଆଇ ବ୍ୟାଙ୍କରେ ପୁନଃ ପୁଞ୍ଜିକରଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଏକା ଥରକେ ସରକାର ଏବଂ ଏଲଆଇସି ଦୁହେଁ ପୁଞ୍ଜି ନିବେଶ କରିବେ । ଏହାଦ୍ୱାରା ଆଇଡିବିଆଇ ଏବଂ ଏଲଆଇସି ଉଭୟ ଲାଭାନ୍ୱିତ…

Read More

ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ବାୟୋପିକ୍‌ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ । ପୂର୍ବରୁ ସାଇନା ନେହ୍ବାଲଙ୍କ ବାୟୋପିକ୍‌ ଆମୋଲ୍‌ ପାଲେକର୍‌ ନିର୍ମାଣ କରୁଥିବା ବେଳେ ମଙ୍ଗଳବାର ସୋନୁ ସୁଦ୍‌ ପିଭି ସିନ୍ଧୁଙ୍କ ବାୟୋପିକ୍‌ ନିର୍ମାଣ ନେଇ ଘୋଷଣା କରିଛନ୍ତି । ନିକଟରେ ସିନ୍ଧୁ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସିନ୍ଧୁଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଉଛି । ଏହି ଭୂମିକା ନିମନ୍ତେ ଦୀପିକା ସଠିକ୍‌ ରହିବେ ବୋଲି ସିନ୍ଧୁ ପ୍ରକାଶ କରିଛନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ହେବା ସହିତ ବ୍ୟାଡମିଣ୍ଟନ ଖେଳ ସହିତ ସମ୍ପୃକ୍ତ ତେଣୁ ଦୀପିକା ଏହି ଚରିତ୍ର ପାଇଁ ଉପଯୁକ୍ତ ବୋଲି ସିନ୍ଧୁ କହିଛନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ନିଜେ ସୋନୁ ପ୍ରଦାନ କରୁଥିବା ବେଳେ ସିନ୍ଧୁଙ୍କ କୋଚ୍‌ ପ୍ରକାଶ ପାଦୁକୋନ୍‌ଙ୍କ ଭୂମିକାରେ ନଜର ଆସିବେ ସୋନୁ ସୁଦ୍‌ ।

Read More

ଭାରତୀୟ ମହିଳା କ୍ରିକେଟର ତଥା ପୂର୍ବତନ ଅଧିନାୟିକା ମିଥାଲି ରାଜ ଟି 20ରୁ ଅବସର ଗ୍ରହଣ କରିଛନ୍ତି । ଆସନ୍ତା 2021 ମହିଳା ବିଶ୍ବକପ୍‌ ଉପରେ ଧ୍ୟାନ ପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ମିଥାଲି ଅବସର ଗ୍ରହଣ କରିଛନ୍ତି । ଭାରତର ପ୍ରଥମ ଟି20 ଅଧିନାୟିକା ମିଥାଲି ରାଜ୍‌ ଅଧିନାୟିକା ଭାବରେ 32 ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଏହା ସହିତ ତିନୋଟି ଟି 20 ବିଶ୍ବକପ୍‌ରେ ମିଥାଲି ଅଧିନାୟିକା ଭାବରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । 2006ରେ ଭାରତର ପ୍ରଥମ ଟି 20 ମ୍ୟାଚ୍‌ରେ ଡର୍ବିରେ ଇଂଲଣ୍ଡ ବିପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ମିଥାଲି ସମୁଦାୟ 88ଟି ଟି20 ମ୍ୟାଚ୍‌ରୁ 2364 ରନ୍‌ ସଂଗ୍ରହ କରିଛନ୍ତି । ମିଥାଲି ମହିଳା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରନ୍‌ ହାସଲକାରୀ ରହିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ 6 ନମ୍ବର ସ୍ଥାନରେ ରହିଛନ୍ତି । 37.52 ହାରରେ 2364 ରନ୍‌…

Read More

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମନ୍ଥର ଅର୍ଥନୀତି ନେଇ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଅର୍ଥନୀତି ବର୍ତ୍ତମାନ ମନ୍ଥରତାରେ ଐତିହାସିକ ମାଇଲଖୁଣ୍ଟ ଛୁଇଁଛି । ବର୍ତ୍ତମାନର ସରକାର କେବଳ ନିଜକୁ ବିଜ୍ଞାପିତ କରାଇ ବାହାବା ହାସଲରେ ବ୍ୟସ୍ତ ରହିଛନ୍ତି । ବିଜେପି ନେତୃତ୍ବ 100 ମିଛ କହିଲେ ମଧ୍ୟ ଗୋଟିଏ ସତକୁ ଲୁଚାଇ ପାରିବେ ନାହିଁ । ସରକାର ଏହି ଅବସ୍ଥାକୁ ସ୍ବୀକାର କରିବା ଉଚିତ୍‌ ବୋଲି ପ୍ରିୟଙ୍କା କହିଛନ୍ତି । ମଙ୍ଗଳବାର ବିଜେପି ସରକାରଙ୍କ ଆକ୍ରମଣ କରି ପ୍ରିୟଙ୍କା ହିନ୍ଦିରେ ଏହି ଟ୍ବିଟ୍‌ କରିଥିଲେ । ସେହିପରି ବିଗତ 6 ବର୍ଷ ମଧ୍ୟରେ ଘରୋଇ ଅଭିବୃଦ୍ଧି ହାର (ଜିଡିପି) ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ନେଇ ମଧ୍ୟ ପ୍ରିୟଙ୍କା ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ ।

Read More

ରାଜଧାନୀ ଭୁବନେଶ୍ବରରେ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ପୋଲିସ ଲକ୍ଷ୍ମୀସାଗର ଅଂଚଳରେ ଚଢାଉ କରି ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିଭିନ୍ନ କମ୍ପାନୀର ଲୋଗୋ ଥିବା ନକଲି ଓ ଅପମିଶ୍ରିତ ଖାଇବା ତେଲ ଜବତ କରିଛି । ସୂଚନାନୁସାରେ, ଦୀର୍ଘଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରେ  ଥିବା ଏକ ଘରେ ଚାଲିଥିଲା ଏକ ବେଆଇନ ନକଲି ଖାଇବା ତେଲ କାରଖାନା । କୈା ଗୁପ୍ତ ସୂତ୍ରରୁ ଖବର ପାଇଁ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି । ଏହା ସହ ସେଠାରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ନକଲ ଥିବା ଖାଲି ବତଲ ଜବତ ହୋଇଛି । କିଛି ଦିନ ତଳେ କଟକ ସଦର ବମ୍ପକୁଦ ଅଂଚଳରୁ ମଧ୍ୟ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଗଣପର୍ବ ନୂଆଖାଇଁ ଅବସରରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୋଦି ଉଭୟ ଇଂରାଜୀ ଏବଂ ଓଡିଆ ଭାଷାରେ ଟ୍ବିଟ୍‌ କରିଥିଲେ । ’ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ବୋଲି ମୋଦି ଟ୍ବିଟ୍‌ କରିଛନ୍ତି ।’

Read More

ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। ଆଜି ଅମିତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବିଳାସପୁର ଗ୍ରାମାଞ୍ଚଳ ଏସପି ସଞ୍ଜୟ କୁମାର ଧୃବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଅମିତ ଯୋଗୀ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପୋକର ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ।

Read More

ଅର୍ଥନୈତିକ ମାନ୍ଦାବସ୍ଥାରେ ପ୍ରଭାବିତ ହୋଇଛି ବଜାଜ ଅଟୋର ବିକ୍ରି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବଜାଜ ଅଟୋର ବିକ୍ରିରେ ୧୧ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ମାସରେ ବଜାଜର ସମୁଦାୟ ୩ ଲକ୍ଷ ୯୦ ହଜାର ୨୬ଟି ୟୁନିଟ୍‌ ବିକ୍ରି ହୋଇଛି। ଗତବର୍ଷର ଅଗଷ୍ଟ ମାସରେ ବଜାଜ ପକ୍ଷରୁ ୪ଲକ୍ଷ ୩୭ ହଜାର ୯୨ ୟୁନିଟ୍‌ଟି ଗାଡି ବିକ୍ରି କରାଯାଇଥିଲା। ଗତ ବର୍ଷର ଏହି ସମୟରେ ଘରୋଇ ବିକ୍ରି ୨ ଲକ୍ଷ ୫୫ ହଜାର ୬୩୧ ୟୁନିଟ୍‌ ରହିଥିବା ବେଳେ ଚଳିତ ବର୍ଷ ଏହା ୨ ଲକ୍ଷ ୮ ହଜାର ୧୦୯ ୟୁନିଟ୍‌କୁ ହ୍ରାସ ପାଇଥିଲା।

Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗିର, କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟର ଆହୁରି ତିନି, ଚାରି ଦିନ ବର୍ଷା ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Read More

ସ୍ମାର୍ଟ ସିଟି ଭୁବନେଶ୍ବରରେ ଡ୍ରେନ୍‌ରେ ତିନି ଜଣ ଯୁବକ ଭାସି ଯାଇଛନ୍ତି ତିନି ଜଣ ଯୁବକ । ତିନି ଜଣ ଯୁବକ ଏକ ବାଇକ୍‌ରେ ଯାଉଥିବା ବେଳେ ସୋମବାର ରାତିରେ ପ୍ରବଳ ବର୍ଷାରେ ଏହି ତିନି ଯୁବକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ରାସ୍ତା ମଧ୍ୟରେ ଭାସି ଯାଇଥିବା ଜଣାପଡିଛି । ଉତ୍କଳ ଭିଲ୍ଲାସ ନିକଟରେ ରହିଥିବା ଡ୍ରେନ୍‌ରେ ଏହି ତିନି ଯୁବକ ଭାସି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି । ତିନି ଯୁବକ ଡ୍ରେନ୍‌ରେ ଭାସିଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍‌’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କ ଉପସ୍ଥିତିରେ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା। ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଆମେରିକା ସରକାର ଓ ବୋଇଂ ଲିଃ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍‌ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ। ଏବେ ୮ଟି ହେଲିକପ୍ଟର ଭାରତ ପାଖରେ ରହିଥିବାବେଳେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବାକୁ ଯାଉଛି।

Read More

ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସମାନ ଘଟଣା ସମ୍ମୁଖକୁ ଆସିଛି । ଚାକିରି ଦେବା ବାହାନାରେ ଜଣେ ଯୁବତୀଙ୍କ ସହିତ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି । ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା ବାହାନାରେ ଅଭିଯୁକ୍ତ ଜୟ କୁମାର ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ଇଣ୍ଟରଭ୍ୟୁ ବାହାନାରେ ଯୁବତୀଙ୍କୁ ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।

Read More