Author: Samikhsya Bureau

ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି । ଋଷର ଭ୍ଲାଦିଭୋସ୍ତକ ସହରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିଛନ୍ତି । ଆବେଙ୍କ ବ୍ୟତୀତ ସେ ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗୀନ ବଟଲଗାଇନ ଓ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କୁ ଭେଟିଛନ୍ତି । ମୋଦି ଏବଂ ଆବେ ପ୍ରତିରକ୍ଷା ସମେତ ଅର୍ଥବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱିଟ କରି କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆମ୍ବେଙ୍କ ମଧ୍ୟରେ ଭ୍ଲାଦିଭୋସ୍ତକରେ 5ଇଇଏଫ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଅର୍ଥ ବ୍ୟବସ୍ଥା , ପ୍ରତିରକ୍ଷା, ଓ 5ଜି ସମ୍ପର୍କରେ…

Read More

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଆସେସ୍‌ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳରେ ବର୍ଷା ବାଧା ସୃଷ୍ଟି କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ୧୭୦/୩ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍‌ ଲାବୁସ୍ଚାଞ୍ଜେ ଏବଂ ଷ୍ଟିଭ୍‌ ସ୍ମିଥ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ଟସ୍‌ ଜିତ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮ ରନ୍‌ରେ ୨ ଟି ଓ୍ବିକେଟ୍‌ ହରାଇଥିଲା। ପ୍ରଥମ ୭ ଓଭର ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ ଦୁଇ ଓପ୍ନର ମାର୍କସ୍‌ ହାରିସ୍‌(୧୩) ଏବଂ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍‌ ଫେରାଇଥିଲେ। ଏହାପରେ ଇନ୍‌ଫର୍ମ ଲାବୁସ୍ଚାଞ୍ଜେ(୬୭) ଏବଂ ସ୍ମିଥ୍‌ (୬୦*) ୧୧୬ ରନ୍‌ ଯୋଡିଥିଲେ । ଲାବୁସ୍ଚାଞ୍ଜେ ୧୨୮ ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ୬୭ ରନ୍‌ ସଂଗ୍ରହ କରିଥିବା ବେଳେ ସ୍ମିଥ୍‌ ୯୪ ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା…

Read More

ଆଜି ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ । ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର 5 ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ । ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି। ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟସ୍ତରରେ 1962 ମସିହା ପରଠାରୁ ପାଳନ ହୋଇ ଆସୁଛି ।

Read More

କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା।…

Read More

ଓଡିଶା ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଟାଉନ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଆପରାଧୀ ଜାମସେଦ ଆହତ ହୋଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗନଗରରେ କମିଶନରେଟ୍ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀର ଗୋଡରେ ଗୁଳି ବାଜିଛି । ସୂଚନାନୁଯାୟୀ ଖୋର୍ଦ୍ଧା ଟାଉନ ପୋଲିସର ଚଢାଉ ସମୟରେ ଜାମସେଦ ପ୍ରଥମେ ପୋଲିସ ଉପରକୁ ବୋମା ମାଡ କରିଥିଲା । ଏଥିରେ ୪ଜଣ ପୋଲିସ କର୍ମୀ ଆହତ ହୋଇଥିଲା । ପରେ ପୋଲିସର ପାଲଟା ଆକ୍ରମଣରେ ତାର ଗୋଡରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଆଉ ଏକ ଘଟଣାକ୍ରମେ, କମିଶନରେଟ୍ ପୋଲିସ କଳିଙ୍ଗନଗର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ ହୋଇଛି । ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି ।

Read More

ଲିଭ ଇନ ରିଲେସନସିପ ଉପରେ ତୁରନ୍ତ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କୁ ରାଜସ୍ଥାନ ମାନବାଧିକାର ଆୟୋଗ ଆଦେଶ ଦେବା ସହ ଏହାକୁ ରୋକିବା ଲାଗି ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଛନ୍ତି।  ବୁଧବାର ରାଜସ୍ଥାନ ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟରେ ବଢୁଥିବା ଲିଭ ଇନ ରିଲେସନସିପ ମାମଲା ଏବଂ ମହିଳାମାନଙ୍କୁ ସମ୍ମାନର ସହ ଜିଇଁବାର ଅଧିକାର ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।   ମାନବାଧିକାର ଆୟୋଗ ର ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ତାଟିଆ ଏବଂ ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଏକ ଚିଠି ଲେଖି ଏନେଇ ଏକ ଆଇନ ଆଣିବାକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ  ଲିଭ ଇନ ରିଲେସନସିପକୁ ନେଇ କେତେକ ମାମଲା ଆସିବା ପରେ କିଛି ମାସ ପୂର୍ବରୁ ଲିଭ ଇନ ରିଲେସନସିପ ରେ ରହୁଥିବା…

Read More

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ତଥା ସଙ୍କଟମୋଚକ ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଇଡି ଶିବକୁମାରଙ୍କ ପାଇଁ ୧୪ ଦିନର ରିମାଣ୍ଡ ମାଗିଥିଲେ। ଡି.କେ ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେଷ ମନୁ ସିଙ୍ଘଭୀ ବେଲ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିଥିଲେ । ପ୍ରଥମେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିବା ବେଳେ ପରେ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି  ଶିବକୁମାର ଙ୍କ ଗିରଫଦାରୀକୁ ନେଇ ସରକାରଙ୍କ ଉପରରେ ଅଭିଯୋଗ ଲଗାଇ କହିଛନ୍ତି ଯେ, ସେ ବିରୋଧୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସରକାର ସାମ୍ବିଧାନିକ ସଂସ୍ଥା ଗୁଡିକୁ ବ୍ୟବହାର କରୁଛନ୍ତି । …

Read More

ପଞ୍ଜାବର ଗୁରୁଦାସପୁର ବାଟାଲାରେ ଏକ ବାଣ କାରଖାନାରେ ନିଆଁ ଲାଗି ଏକ ବଡ ଧରଣର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା, ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ଏବଂ ଆହତ ମାନଙ୍କୁ ୨୫ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାର ମାଜିଷ୍ଟ୍ରେଟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି।  ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ କାରଖାନା ମାଲିକଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡି ମୁତୟନ…

Read More

ବନ୍ଧୁକ ଦେଖାଇ ଦ୍ବିନଦିପ୍ରହରରେ ବ୍ୟାଙ୍କ ଲୁଟିଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ବେଲପାହାଡ ଗୁମାଡେରା ସ୍ଥିତ ଆକ୍ସିସ୍ ବ୍ୟାଙ୍କରୁ ସଶସ୍ତ୍ର ଲୁଟ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୪ଜଣ ଦୁର୍ବୃତ୍ତ ଆଜି ମୁଖା ପିନ୍ଧି ହଠାତ୍ ଆକ୍ସିସ୍ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତେବେ ଏଯାଏଁ ଲୁଟେରାମାନଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ବେଲପାହାଡ ପୋଲିସ ସହ ଏସପି ପହଁଚି ଛାନଭିନ୍ କରୁଛି ।

Read More

ପଞ୍ଜାବରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ପଞ୍ଜାବର ଗୁରୁଦାସପୁରର ବଟାଲାରେ ବୁଧବାର ଦିନ ମଧ୍ୟାହ୍ନରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ପିଲାଙ୍କ ସହ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ମିଳିଛି । ଆହାତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।  ପୁଲିସ ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଣ କାରଖାନାରେ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ । ବିସ୍ଫୋରଣରେ କାରଖାନା ପାଖରେ ଥିବା ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Read More

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ଅବକାଶ ନୀତି ଆରମ୍ଭ ହୋଇଛି,  ଦେଢଦିନ ପରେ ମହାପ୍ରଭୁ ଲିଙ୍ଗରାଜ ଦାନ୍ତ ଘଷିଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଜବରଦଖଲରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ସମ୍ପତ୍ତି ଫେରାଇ ଆଣିବା ପାଇଁ ପୂଜାପଣ୍ଡାମାନେ ନୀତିକାନ୍ତି ବନ୍ଦ କରିଦେଇଥିଲେ । ତେବେ ଆଜି ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶୃତି ଦେବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।  ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ଅସହେଯାଗ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ହୋଇ ପାରି ନଥିଲା । ଜବରଦଖଲରେ ଥିବା ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ପୂଜାପଣ୍ଡାମାନେ ଏହାକୁ ବିରୋଧ ପ୍ରଦର୍ଶନ କରି କୌଣସୀ ନୀତିକାନ୍ତି କରି ନଥିଲେ । ଉଲ୍ଲେଖଯୋଗ୍ୟ, ଲିଙ୍ଗରାଜ ମହାପ୍ରଭୁଙ୍କୁ ନୂଆଗାଁ ଗଙ୍ଗୁଆ ନଦୀ କୂଳରେ ଥିବା ପ୍ରାୟ…

Read More

ବୁଧବାର ସିଙ୍ଗାପୁର ସ୍ଥିତ ମ୍ୟାଡାମ ତୁଷାଦରେ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଶ୍ରୀଦେବୀଙ୍କ ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆର ଗୀତ ହଓ୍ବା ହଓ୍ବାଇର ଲୁକ୍‌ ଅନୁଯାୟୀ ଏହି ମହମ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏବଂ ଝିଅ ଜାହ୍ନବୀ କପୁର ଉପସ୍ଥିତ ଥିଲେ । ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ମ୍ୟାଡାମ୍‌ ତୁଷାଦ୍‌ ସିଙ୍ଗାପୁର ପକ୍ଷରୁ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଥିଲା । ଏହାପରେ ବୋନି କପୁର ଶ୍ରୀଦେବୀଙ୍କୁ ନେଇ ଏକ ଟ୍ବିଟ୍‌ କରିଥିଲେ । ଶ୍ରୀଦେବୀ କେବଳ ଆମ ହୃଦୟରେ ନୁହନ୍ତି ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି ବୋଲି ବୋନି କପୁର ଟ୍ବିଟ୍‌ କରିଛନ୍ତି । ସେପ୍ଟେମ୍ବର 24, 2018ରେ ବାଥଟବ୍‌ରେ ବୁଡି ଶ୍ରୀଦେବୀ ପ୍ରାଣ ହରାଇଥିଲେ ।

Read More

ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ପାଣିପାଗ ବିଭାଗ ସହର ତଥା ସହରର ଅନ୍ୟାନ୍ୟ ଅଞ୍ଚଳକୁ ବୁଧବାର ଦିନ ’ରେଡ୍‌ ଆଲର୍ଟ’ ଜାରି କରିବା ସହିତ ଅଧିକାରୀଙ୍କୁ ଏପରି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ତରଫରୁ ୨୪ ଘଣ୍ଟା ଭିତରେ ପାଖାପାଖି ୨୦୦ ମି.ମି. ବର୍ଷାର ହୋଇଥିବାର ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଜଣେ ଅଧିକାରୀଙ୍କ ମତରେ ମୁମ୍ବାଇର ପ୍ରାୟ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି । ମୁମ୍ବାଇ  ସହିତ ଥାଣେ ଓ ପାଲଘର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ’ରେଡ ଆଲର୍ଟ’ ଜାରି କରାଯାଇଛି । ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ମୂଷଳଧାରାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଲଗର ଓ ଥାନେ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦୪ ମିମି…

Read More

ମାସୁଦ୍‌ ଆଝାର ଏବଂ ହାଫିଜ୍‌ ସଇଦ୍‌ଙ୍କୁ ବୁଧବାର ଦିନ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି । ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର ଏବଂ ଲସ୍କର ଏ ତୋଏବାର ପ୍ରତିଷ୍ଠାତା ହାଫିଜ୍‌ ମହମ୍ମଦ ସଇଦ୍‌ଙ୍କୁ ନୂତନ ଆତଙ୍କବିରୋଧୀ ନିୟମ ଅନୁସାରେ ସରକାର ଆତଙ୍କବାଦୀ ଘୋଷଣା କରାଯାଇଛି । ଅନୈତିକ କାର୍ଯ୍ୟ ରୋକିବା ପାଇଁ ଗତମାସରେ ନୂତନ ନିୟମ ଧାରା 1967 ଅନୁଯାୟୀ ସଂସଦରେ ପାଶ୍‌ କରାଯାଇଥିଲା । ଏହି ଆଇନ୍‌ ଅନୁଯାୟୀ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି ଉର୍‌ ରେହମାନ୍‌ ଲକ୍‌ଭୀ ଏବଂ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଥରେ ଆତଙ୍କବାଦୀ ଘୋଷଣା କରାଯିବା ପରେ ଏହି ବ୍ୟକ୍ତି ମାନଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗୁ କରାଯିବ ।

Read More

ସମୀକ୍ଷା ବ୍ୟୁରୋ ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି…

Read More

ଗତକାଲି ଭାରତୀୟ ଉଚ୍ଚାୟୁକ୍ତଙ୍କ ଉପରକୁ ଆକ୍ରମଣ କରାଯିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦ କରି ହଜାର ହଜାର ପାକ୍‌ ନାଗରିକ ଧାରଣା ଦେଇଥିଲେ । ଏହି ଧାରଣା ସମୟରେ ଦୁଇ ନାଗରିକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପକଥର ଫୋପାଡିବା ସହିତ କାଶ୍ମୀରକୁ ମୁକ୍ତ କରିବାର ସ୍ଲୋଗାନ ଦେଇଥିଲେ । ସ୍କଟଲ୍ୟାଣ୍ଡ ୟାର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ନାଗରିକ ହେଉଛନ୍ତି ବ୍ରିଟିଶ୍‌ ପାକିସ୍ତାନୀ । ଏହି ଆକ୍ରମଣକୁ ଲଣ୍ଡନ ମେୟର ସାଦିକ୍‌ ଖାନ୍‌ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୂର୍ବରୁ ସମାନ ଘଟଣା ଅଗଷ୍ଟ 15 ତାରିଖରେ ଦେଖିବାକୁ ମିଳିଥିଲା ।

Read More

ବିଜେଡି ପକ୍ଷରୁ ଏହାର ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରାଯାଇଛି। ଦଳର ଜାତୀୟ ଗଣମାଧ୍ୟମ ସଂଯୋଜକ ଭାବେ ଡ. ସସ୍ମିତ ପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ। ସେହିପରି ଦଳର ମୁଖପାତ୍ର ଭାବରେ ଟିମ୍‌ରେ ରହିଛନ୍ତି ୧୪ଜଣ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଏମ୍‌ପି ସ୍ଥାନ ପାଇଛି। ଏହି ଟିମ୍‌ର ସଦସ୍ୟମାନେ ହେଲେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ଏମ୍‌ପି ପ୍ରଶାନ୍ତ ନନ୍ଦ, ଏ଼ମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ୍‌ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ର ପ୍ରମଖ…

Read More

ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଆଜି ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବା ପରେ ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣୀ କରାଯିବ ଓ ଏହା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ମାନବାଧିକାର ଉଲଘଂନ ହେଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ । ଚଳିତ ବର୍ଷ ଅଗଷ୍ଟ ୧୯ରେ ଏକ ବୈଠକ କରାଯାଇ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ପଦ ପାଇଁ ୩ଜଣଙ୍କ ନାଁ ସୁପାରିସ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସୁପାରିସକୁ ଅନୁମୋଦନ କରି ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ, ସେଇ ଅଟୋ ରିକ୍ସା ହିଁ ଦିନେ ତାଙ୍କର ସବୁକିଛି ଉଜାଡି ଦେବ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଭୁବନେଶ୍ୱର ଟ୍ରାଫିକ ପୋଲିସ ବନ୍ଧୁ କହଁରକୁ ୪୭,୫୦୦ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହୁଏତ ବନ୍ଧୁ ଚଲାଉଥିବା ଅଟୋ ରିକ୍ସାର ଦାମ ଜରିମାନା ଅର୍ଥରୁ କମ ହୋଇଥାଇପାରେ। ଗଣମାଧ୍ୟମର  ସୂଚନା ଅନୁସାରେ ଭୁବନେଶ୍ୱର ପୋଲିସ ଓ ପରିବହନ ଅଧିକାରୀ ହାଡିବନ୍ଧୁ କହଁର ଠାରୁ ବିଭିନ୍ନ ପ୍ରକାର ବେଆଇନ ଗାଡି ଚାଳନା ବାବଦକୁ ଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କୁଆଡେ ମଦ ପିଇ ଗାଡି ଚଲାଉଥିଲେ। ତାଙ୍କର ଲାଇସେନ୍ସ ନଥିଲା। ଅଟୋ ରେଜିଷ୍ଟ୍ରେସନ ହୋଇନଥିଲା।ବୀମା କାଗଜ ଠିକ ନଥିଲା ଇତ୍ୟାଦି ଇତ୍ୟାଦି। ଏ ସବୁ ଆଦୌ ଗ୍ରହଣୀୟ ନୁହେଁ। ହେଲେ…

Read More

ରାଜଧାନୀରେ ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜରିମାନା ।  ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ ଆକ୍ସନ ମୋଡରେ ରହିଛି । ଓଡିଶାରେ ମଧ୍ୟ ଏହି ନୂଆ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଆଜି ଏହି ଚେକିଂ ସମୟରେ ପୋଲିସ ଜାଲରେ ପଡିଛନ୍ତି ଜଣେ ଅଟୋ ଚାଳକ । ଆଜି ଦିନବେଳେ ରାଜଧାନୀର ଆଚାର୍ଯ୍ୟ ବିହାର ଅଂଚଳରେ ଚେକିଂ ଚାଲୁଥିଲା । ଏହି ସମୟରେ ଜଣେ ଅଟୋ ଚାଳକ ପୋଲିସକୁ ଦେଖି ଘାବରାଇ ଯାଇଥିଲେ । ପରେ ପୋଲିସ ହାତରେ ଧରା ପଡିଥିଲ। ପ୍ରଥମେ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୫ହଜାର ଟଙ୍କା ଫାଇନ ପକାଯାଇଥିଲା । ପରେ ଅଟୋର କାଗଜ ପତ୍ର, ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ଆଦି ଠିକ ନଥିବା ପୋଲିସକୁ ଜାଣିବାକୁ ମିଳିଥିଲା । ଫଳରେ ନୂଆ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ତାଙ୍କୁ ଆହୁରି…

Read More

ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାରେ ପୁଣି ଜାରି ରହିବ। ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବଡ଼ ଆଖଡ଼ା ମଠ ଭାଙ୍ଗିବା ପ୍ରକ୍ରିୟା ସ୍ଥଗିତ ଥିବା ବେଳେ ଆଜି ୧୫ଜଣିଆ କିମିଟି ଓ ପୁରୀ ଜିଲ୍ଲାପାଳଙ୍କ ବୈଠକ ବିଫଳ ହୋଇଛି । ଉଚ୍ଛେଦ ବନ୍ଦ ପାଇଁ ୧୫ଜଣିଆ ପ୍ରତିନିଧି ଦଳର ଦାବୀକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଥିବା ବୈଠକ ପରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ସୁରକ୍ଷା ଓ ବିନା ଆଲୋଚନାରେ ଉଚ୍ଛେଦ କରାଯିବା ପ୍ରତିବାଦରେ ଆଜି ଏକ ୧୫ ଜଣିଆ କମିଟି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ୭୫ମିଟର ପରିଧି ଯାଏଁ ଉଚ୍ଛେଦ ସ୍ଥଳରେ ସରକାର କ’ଣ କରିବାକୁ ଯୋଜନା ରଖିଛନ୍ତି ସେ ବ୍ଲୁ ପ୍ରିଣ୍ଟକୁ କାହିଁକି ସାମ୍ନାକୁ ଅଣାଯାଉ ନାହିଁ ବୋଲି କମିଟି ପ୍ରଶ୍ନ ଉଠାଇଥିଲା। ୧୫ଜଣିଆ କମିଟିରେ ଓକିଲ ସଂଘର କାର୍ଯ୍ୟକର୍ତ୍ତା,…

Read More