ପଶ୍ଚିମବଙ୍ଗର ମମତା ସରକାରଙ୍କ ମବ ଲିଚିଂ ବିରୋଧରେ ନୂଆ ଆଇନ୍ ଆଣିଛନ୍ତି। ଆଜି ବିଧାନସଭାରେ ଏହି ନୂଆ ଆଇନ୍ର ବିଧେୟକ ଆଣିଛନ୍ତି। ଏଥିରେ ମବ ଲିଚିଂ ବିରୋଧରେ କଡ଼ା ପ୍ରାବଧାନ ରହିଛି। ଏହି ନୂଆ ନିୟମ ଜରିଆରେ ଭିଡ ହିଂସାକୁ ଉସୁକାଇବା ପାଇଁ ଆଜୀବନ କାରବାସର ଦଣ୍ଡବିଧାନ ରହିଛି। ତେବେ ମବ ଲିଚିଂ ଉପରେ ସର୍ବପ୍ରଥମେ ରାଜସ୍ଥାନ ଆଇନ୍ ଆଣିଥିବାବେଳେ ପଶ୍ଚିମବଙ୍ଗ ଦ୍ବିତୀୟସ୍ଥାନରେ ରହିଛି। ଏହି ଭିଡ ହିଂସା ପାଇଁ ଷଡଯନ୍ତ୍ରକାରୀଙ୍କ ପାଇଁ ଦଣ୍ଡ ବିଧାନର ପ୍ରାବଧାନ ରହିଛି । ଏହାସହ ଭିଡ ହିଂସାରେ ସାମିଲ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ବିଧେୟକରେ ଦଣ୍ଡ ବିଧାନ ରହିଛି। ବିଧେୟକରେ ଆଜୀବନ ଜେଲ ଦଣ୍ଡ ସହ ବୃହତର ଦଣ୍ଡଭାବେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ଜୋରିମାନାର ନିୟମ ରହିଛି । ଆଗତ ବିଧେୟକ ଅନୁସାରେ ଧର୍ମ, ଜାତି, ଲିଂଗ, ଜନ୍ମ ସ୍ଥାନ, ଭାଷା, ଆଚରଣ ବ୍ୟବହାର, ଜାତିୟତା ଅବା ଅନ୍ୟ…
Author: Samikhsya Bureau
ରାଜ୍ୟର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟରେ ଶାସନ କ୍ଷମତାକୁ ଗୁରୁତ୍ୱ ନେଇ ପ୍ରଶାସନିକସ୍ତରରେ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଳକୃଷ୍ଣ ମହାପାତ୍ରଙ୍କୁ ନୂଆ ଦାୟିତ୍ୱରେ ନିଯୁକ୍ତି ଦେଇଛନ୍ତି। ଆଜି ରାଜଭବନରେ ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ରଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ଉତ୍ତର ପ୍ରଦେଶର ସମାଜବାଦୀ ଦଳ ସାଂସଦ ଆଜମ୍ ଖାନ୍ଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆସିଛି। ଏକ ମଇଁଷି ଏବଂ ୨୫ ହଜାର ଟଙ୍କା ଚୋରି ଅଭିଯୋଗରେ ଆଜମ୍ ଖାନ୍ଙ୍କ ବିରୋଧରେ ଅଭିଯୋଗ ଆସିଛି। ଆସିଫ୍ ଏବଂ ଜାକିର ଅଲୀ ନାମକ ଦୁଇ ଜଣ ଆଜମ୍ ଖାନ୍ ଏବଂ ଅନ୍ୟ ୫ ଜଣଙ୍କ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅକ୍ଟୋବର ୧୫, ୨୦୧୬ରେ ଆଜମ୍ ଖାନ୍ ଏବଂ ଅନ୍ୟ ୫ ଜଣ ସମାଜବାଦୀ ପାର୍ଟି ନେତା ଘର ମଧ୍ୟରେ ଜବରଦସ୍ତି ପ୍ରବେଶ କରି ଏକ ମଇଁଷି ସହିତ ୨୫ ହଜାର ଟଙ୍କା ଚୋରି କରିଥିବାର ଅଭିଯୋଗ କରିଛନ୍ତି ଆସିଫ ଓ ଜାକିର ଅଲୀ। ବୁଧବାର ଦିନ ସାଂସଦଙ୍କ ବିରୋଧରେ ବଳପୂର୍ବକ ଜମି ଅଧିଗ୍ରହଣ କାରଣରୁ ୨୯ ଟି ଅଭିଯୋଗ ଅଣାଯାଇଥିଲା। ଏହାକୁ ମିଶାଇ ଆଜମ୍ ଖାନଙ୍କ ବିରୋଧରେ ସମୁଦାୟ ଅଭିଯୋଗ ସଂଖ୍ୟା ୫୦ ଅତିକ୍ରମ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଲୟାଲମ୍ ମନୋରମାର ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ସମ୍ବୋଧିତ କରିବା ସମୟରେ କହିଛନ୍ତି ଯେ, ନୂଆ ଭାରତରେ ‘ସାଙ୍ଗିଆ’ର ଆବଶ୍ୟକତା ନାହିଁ । ବରଂ ନିଜ ନାମ କରିବା ପାଇଁ ଯୁବାଙ୍କ ଭିତରେ କ୍ଷମତା ରହିବା ଜରୁରୀ । ଏହି ସମୟରେ ମୋଦି ନିୟୁ ଇଣ୍ଡିଆ ଓ ପରିବର୍ତ୍ତନ ବିଷୟରେ କହିଛନ୍ତି। ଏଠାରେ କୌଣସୀ ଯୁବକଙ୍କର ସାଙ୍ଗିଆର କୌଣସୀ ଆବଶ୍ୟକତା ନାହିଁ। ସେମାନେ ନିଜ କ୍ଷମତା ବା ଦକ୍ଷତାରେ ନିଜ ନାମ ତିଆରି କରୁଛନ୍ତି। ନୂଆ ଭାରତ କିଛି ଲୋକଙ୍କ ପାଇଁ ନୁହେଁ ବରଂ ଏହା ପ୍ରତି ନାଗରିକଙ୍କ ସ୍ଵର। ଏହା ସେହି ଭାରତ ଯେଉଁଠାରେ ଭ୍ରଷ୍ଟାଚାର ଏକ ବିକଳ୍ପ ନୁହେଁ। ଯୋଗ୍ୟତା ହିଁ ଆଦର୍ଶ। ନିୟୁ ଇଣ୍ଡିଆରେ ଆପଣ ଏଭଳି ପରିବର୍ତ୍ତନ ଦେଖୁଛନ୍ତି ଯାହା ପୂର୍ବରୁ ଅସମ୍ଭବ ତାହା ଏବେ ସମ୍ଭବପର ହୋଇଛି ବୋଲି କହିଛନ୍ତି ମୋଦି। ଷ୍ଟାର୍ଟଅପ୍ ହେଉ ଅଥବା ଖେଳ ପ୍ରତିଟି…
କେଦାର ମିଶ୍ର ଅଭିମାନ ଏକ ସୁନ୍ଦର ଓଡିଆ ଶବ୍ଦ। ଏହାର ପ୍ରତିଶବ୍ଦ ବା ପ୍ରତିଭାବ ଅନ୍ୟ ଭାଷାରେ ସହଜରେ ମିଳିବ ନାହିଁ। ବ୍ୟକ୍ତିଗତ ସମ୍ପର୍କରେ ବା ସାହିତ୍ୟିକ ବର୍ଣ୍ଣନାରେ ଅଭିମାନର ବିଶେଷ ଗୁରୁତ୍ଵ ରହିଛି। ହେଲେ ରାଜନୀତିର କୃର ବାସ୍ତବତା ଭିତରେ ଅଭିମାନର କୌଣସି ମୂଲ୍ୟ ନାହିଁ। କୌଣସି ନେତାଙ୍କୁ ତାଙ୍କର ଯୋଗ୍ୟତା ବା ପ୍ରତିଭା ବଳରେ ରାଜନୀତିର ବଡ ଚୌକି ମିଳେନାହିଁ । ସେଠି ସବୁକିଛି ଦେବା ଓ ନେବାର ଖେଳ। ଏକଥା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବୁଝାଇବାକୁ ପଡିବା ଉଚିତ ନୁହେଁ। ଦାମ ବାବୁ ପୁରୁଣା ଖେଳୁଆଡ। ସେ ରାଜନୀତିର ମଇଦାନ ଓ ତାର ପାଣିପାଗ ବିଷୟରେ ବେଶ ଅବଗତ। ତଥାପି ଓଡିଶା ବିଜେପି ତାଙ୍କୁ ଗୁରୁତ୍ଵ ଦେଉନାହିଁ ଓ ନିର୍ବାଚନ ପରଠୁ ସେ ବିଜେପିରେ ଅନାବଶ୍ୟକ ହୋଇପଡୁଛନ୍ତି ବୋଲି ଅଭିମାନଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି। ଏକଦା ପୁରୁଖା ନେତା ବିଜୟ ମହାପାତ୍ର…
ଦୁଇ ଦିନ ଧରି ତଳୁଆ ରହିବା ପରେ ଶେଷରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ଘଟିଛି । ଶୁକ୍ରବାର ସେନସେକ୍ସରେ 200 ପଏଣ୍ଟର ଅଭିବୃଦ୍ଧି ଘଟିଛି । ଏହି ସମୟରେ ନିଫ୍ଟୀରେ 60 ପଏଣ୍ଟର ଅଭିବୃଦ୍ଧି ଘଟିଛି । ସେନସେକ୍ସ 205.70 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 37274.63 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ 61.35 ପଏଣ୍ଟ ଅଭିବୃଦ୍ଧି ସହିତ 11009.65 ପଏଣ୍ଟରେ ପହଞ୍ଚିଛି । ଚଳିତ ସପ୍ତାହର ଆଜି ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏହି ଅଭିବୃଦ୍ଧି ନିବେଶକଙ୍କୁ ଅଧିକ ଫାଇଦା ପ୍ରଦାନ କରିବାରେ ସହାୟକ ହୋଇଛି । ଏହି ସମୟରେ ଟାଟା ଷ୍ଟିଲ, ବେଦାନ୍ତ, ଟିସିଏସ୍, ୟେସ୍ ବ୍ୟାଙ୍କ ଏବଂ ଓଏନ୍ଜିସିର ଅଂଶଧନ ସର୍ବାଧିକ ଲାଭ ହାସଲ କରିଛି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ବିଦ୍ୟୁତ ଖୁଣ୍ଟି ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏହା ସହିତ ଆଉ ଦୁଇଜଣ ଯୁବକ ଗୁରୁତର ହୋଇପଡିଛନ୍ତି । ଆଜି ଭୋରୁ ସ୍ଥାନୀୟ ୪ଜଣ ଯୁବକ ନିକଟ ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ବିଲ ରାସ୍ତା ଦେଇ ଗାଧୋଇବାକୁ ଯାଉଥିବା ବେଳେ ହଠାତ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟି ଦୁଇ ଯୁବକଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ଯୁବକ ବିଦ୍ୟୁତ ଖୁଣ୍ଟି ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଛନ୍ତି । ଦୁଇ ମୃତକ ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବିହାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାରେ ଗୃହ ନିର୍ମାଣ ଲାଞ୍ଚ ପାଇଁ ଏକ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁବୃର୍ତ୍ତ । ଗମ୍ଭୀର ରୂପରେ ଆହତ ହୋଇଥିବା ଠିକାଦାର ଜଣ ଗୋରଖପୁରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ରମାଶଙ୍କର ସିଂ। ରମାଶଙ୍କରଙ୍କ ପୁଅଙ୍କ କହିବାଅନୁଯାୟୀ, ଗତ କିଛିଦିନ ହେବ କିଛି କିଛି ଅସାମାଜିକ ବ୍ୟକ୍ତି ରମାଶଙ୍କରଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚମାଗୁଥିଲେ ।
ଆଜି ଫିଲ୍ମି ଫ୍ରାଇଡେ’ର ପରଦାକୁ ଆସିଛି ‘ବାହୁବଳୀ’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ‘ସାହୋ’। ସୁଜିତ୍ ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ବିରୁଦ୍ଧରେ ନଜର ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍। ରିଲିଜ୍ ପୂର୍ବରୁ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମର ଟିଜର୍, ଟ୍ରେଲର୍ ଓ ଗୀତ ସାଇକୋ ସେୟାଁ ବେଶ୍ ପ୍ରଶଂସା ସାଉଁଟି ସାରିଛି। ତେଣୁ ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍ କରିବ ବୋଲି ସିନେ ସମୀକ୍ଷକମାନେ ଆଶା ରଖିଛନ୍ତି। ଚାରୋଟି ଭାଷା ଯଥା ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମରେ ନିର୍ମିତ ଏହି ଫିଲ୍ମଟି କିଣିବାକୁ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ୭୦ କୋଟିରେ କିଣାଯାଇଛି । ସେହିପରି ହିନ୍ଦୀରେ ମଧ୍ୟ ୭୦ କୋଟି ଟଙ୍କାରେ କିଣାଯାଇଛି । ଏମିତିକି ଆମାଜନ୍ ମଧ୍ୟ ସାହୋକୁ ୪୦ କୋଟିରେ କିଣିଛି ।
ଦେଶରେ ବ୍ୟାଙ୍କ ଠକେଇ ମାମଲା ବଢିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ବଢ଼ିଥିବା ସ୍ବୀକାର କରାଯାଇଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ୬୮୦୧ ଠକେଇ ମାମଲା ଧରାପଡିଛି। ଏଥିରେ ୭୧,୫୪୨.୯୩ କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ୨୦୧୭-୧୮ରେ ଏହି ପରିମାଣ ୪୧,୧୬୭.୦୪ କୋଟି ଟଙ୍କା ଥିଲା। ଯାହା ପୂର୍ବ ବର୍ଷଠାରୁ ୭୩.୮ ପ୍ରତିଶତ ଅଧିକ । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସର୍ବାଧିକ ଋଣ ପ୍ରଦାନ କରୁଥିବା ବେଳେ ସେମାନେ ଅଧିକ ପରିମାଣରେ ଠକେଇର ସମ୍ମୁଖୀନ ହୋଇଛନ୍ତି ବୋଲି କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ କୁହାଯାଇଛି। ଇଣ୍ଟରନେଟ୍ ବ୍ୟାଙ୍କିଂ, ଡିଜିଟାଲ କାର୍ଡ,…
ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି । ଆତଙ୍କୀ ଅନୁପ୍ରବେଶର କିଭଳି ମୁକାବିଲା କରାଯିବ ସେନେଇ ପୂର୍ବ ପ୍ରସ୍ତୁତି ଅନୁଷ୍ଠିତ ହୋଇଛି । ରସୁଲଗଡ଼ ସ୍ଥିତ ସପିଂ ମଲ ଏସପ୍ଲାନେଡ଼ରେ ଆଜି ଆତଙ୍କୀ ଆକ୍ରମଣ ପ୍ରତିହିତ ପାଇଁ ମକଡ୍ରିଲ କରାଯାଇଛି । ଏହି ମକଡ୍ରିଲରେ ଏନଡିଆରଏଫ, ଓଡିଆରଏଏଫ ସାମିଲ ରହିଛନ୍ତି । ଏହା ସହ ଏହି ମକଡ୍ରିଲରେ ବମ ସ୍କ୍ୱାଡ୍, ଆଣ୍ଟି ଟେରୋରିଜିମ ସ୍କ୍ୱାଡ୍ ଓ ଅଗ୍ନିଶମ ଟିମ ସାମିଲ ଅଛନ୍ତି । ଆତଙ୍କବାଦୀଙ୍କୁ କିପରି ଧରାଯାଇ ପାରିବ ଏବଂ ଜୀବନ୍ତ ବୋମା କିଭଳି ନିଷ୍କ୍ରିୟ କରିହେବ ସେନେଇ ଏହି ରିହର୍ସାଲରେ କରାଯାଇଛି ।
ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଓ୍ବିଣ୍ଡିଜ୍ ଗସ୍ତରେ ରହିଥିବା ସମାନ ଦଳ ଘୋଷଣା କରାଯାଇଥିବା ବେଳେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବିଣ୍ଡିଜ୍ ଗସ୍ତରୁ ଭୁବନେଶ୍ବର କୁମାରଙ୍କୁ ବାଦ ଦିଆ ଯାଇଥିବା ବେଳେ ନବଦୀପ ସାଇନିଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା। ସେହିପରି ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୟନ କରାଯାଇନଥିବା ବେଳେ ଋଷଭ ପନ୍ତଙ୍କୁ ପୁନର୍ବାର ସୁଯୋଗ ମିଳିଛି। ମନୀଷ ପାଣ୍ଡେ, ଶ୍ରେୟସ ଆୟାରଙ୍କୁ ପୁନର୍ବାର ସୁଯୋଗ ମିଳିଛି। ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧଓ୍ବନ୍, କେ ଏଲ୍ ରାହୁଲ୍, ଶ୍ରେୟସ୍ ଆୟାର, ମନୀଷ ପାଣ୍ଡେ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା, ଓ୍ବାଶିଂଟନ୍ ସୁନ୍ଦର,ରାହୁଲ ଚହର, ଖଲୀଲ ଅହମଦ୍, ଦୀପକ ଚହର ଏବଂ ନବଦୀପ ସାଇନି।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ୍ ନିକଟରେ ଏକ କେମିକାଲ ଟ୍ୟାଙ୍କର ଜଳି ଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ପୋଡ଼ି ହୋଇ ଟ୍ୟାଙ୍କର ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କେମିକାଲ ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଯାଉଥିଲା । 16 ନମ୍ୱର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ଚଳନ୍ତା ଟ୍ୟାଙ୍କରଟି ହଠାତ ଜଳିବାକୁ ଲାଗିଥିଲା । ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଋଷିଆରେ ସମ୍ପନ୍ନ ହୋଇଥିବା ବିଶ୍ବ ଦକ୍ଷତା ପ୍ରତିୁଯୋଗିତାରେ ଭାରତ 4 ପଦକ ହାସଲ କରିଥିବା ବେଳେ ଦଳ ପକ୍ଷରୁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡିଆ ଯୁବକ ଏସ୍ ଅଶ୍ବତ୍ଥ ନାରାୟଣ । ସ୍ବର୍ଣ୍ଣ ପଦକ ହାସଲ କରିଥିବା ନାରାୟଣ ଆଜି ଓଡିଶା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଭାରତ ସମେତ ସମୁଦାୟ 63 ଟି ରାଷ୍ଟ୍ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନାରାୟଣ ଜଳ ଉପରେ ବୈଷୟିକ କୌଶଳ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଅନ୍ୟାନ୍ୟ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଣବ ନୂତାଲପଟି ଓ୍ବେବ୍ ଡିଜାଇନିଂରେ ରୌପ୍ୟ ପଦକ, ସଞ୍ଜୋୟ ପରମାଣିକ ଗହଣା ଡିଜାଇନିଂରେ ବ୍ରୋଞ୍ଜ ଏବଂ ଶ୍ବେତା ରତ୍ନପୁରା ଗ୍ରାଫିକ୍ ଡିଜାଇନିଂ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ସମୀକ୍ଷା ବ୍ୟୁରୋ ରାଜ୍ୟରେ ଥିବା କଳାଶିକ୍ଷକଙ୍କ ଛଟେଇ ନିଷ୍ପତିର ପୁନଃବିଚାର କରାଯିବ। ରାଜ୍ୟର କଳା ଓ ସଂସ୍କୃତିର ଉନ୍ନତି ପାଇଁ କଳାଶିକ୍ଷକଙ୍କ ଅବଦାନ ଥିବାରୁ ତାହାକୁ ବିଚାର କରି ଏକ ନିଷ୍ପତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ଆନ୍ଦୋଳନରତ ରାଜ୍ୟର ଉଚ୍ଚ ପ୍ରାଇମେରୀ ସ୍କୁଲ କଳା ଶିକ୍ଷକଙ୍କୁ ଭେଟିବା ପରେ ଏହି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ ପ୍ରତିଶୃତି ପାଇବା ପରେ କଳାଶିକ୍ଷକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଆଜି ଶିକ୍ଷକମାନେ ଷ୍ଟେସନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ। କିଛିମାସ ତଳେ ଗଣଶିକ୍ଷା ବିଭାଗ କଳା ଶିକ୍ଷକଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରୀ କରିଥିଲେ। ଏହି ନୋଟିସରେ ଉଲ୍ଲେଖ ଥିଲା ଯେ, ଯେଉଁ ସ୍କୁଲର ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ 100ରୁ କମ ରହିଛି ସେଠାରୁ କଳାଶିକ୍ଷକଙ୍କୁ ଛଟେଇ କରାଯିବ। ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ କଳାଶିକ୍ଷକ ବିକ୍ଷୋଭ…
ଜାତୀୟ କ୍ରୀଡା ଦିବସ ଅବସରରେ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖେଳାଳିଙ୍କୁ ରାଷ୍ଟ୍ରପତି ଭବନରେ ଜତୀୟ କ୍ରୀଡା ପୁରସ୍କାରରେ ସମ୍ମାନିତ କରିଛିନ୍ତି । ଏହି ଅବସରରେ ରିଓ ପାରା ଅଲମ୍ପିକରେ ପଦକ ହାସଲ କରିଥିବା ଆଥଲେଟ ଦୀପା ମଲ୍ଲିକ ଏବଂ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଗାନ୍ଧୀଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି । ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପର ପ୍ରସ୍ତୁତି କାରଣରୁ ବଜରଙ୍ଗ ଏହି ସମାରୋହରେ ସାମିଲ ହୋଇ ପାରିନଥିଲେ । ଏହି ଅବସରରେ ଓଡିଶାର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଏୟାର ଇଣ୍ଡିଆର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ସରକାର ବିମାନ ଚଳାଚଳ ବ୍ୟବସାୟ ଚଲାଇବାକୁ ଚାହୁଁନାହାନ୍ତି । ଏହି କାମ ଘରୋଇ କମ୍ପାନୀ କରିବା ଉଚିତ୍ । ଏୟାରଇଣ୍ଡିଆକୁ ପୂରା ଘରୋଇକରଣ କରାଯିବ ଏବଂ ସରକାର ଏହି ଦିଗରେ କାମ ଆରମ୍ଭ କରି ସାରିଛନ୍ତି । ଦୀର୍ଘ ଦିନ ହେବ ଏୟାର ଇଣ୍ଡିଆ ଗମ୍ଭୀର ଋଣ ସଙ୍କଟ ଦେଇ ଗତି କରୁଛି । ଗତ ଦିନରେ ବିଲ୍ ପୈଠ କରିନପାରିବାରୁ ସରକାରୀ ତୈଳ ବିପଣନକାରୀ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସିଏଲ ତୈଳ ଯୋଗାଣ ଉପରେ ରୋକ୍ ଲଗାଇଥିଲେ। ହରଦୀପ ପୁରୀ କହିଛନ୍ତି ଯେ ଏୟାର ଇଣ୍ଡିଆର ବିନିବେଶ ଶୀଘ୍ର ହେବ। ଗୃହ ମନ୍ତ୍ରୀ ଅମିତ୍ ଶାହା ଏୟାର ଇଣ୍ଡିଆ ବିନିବେଶ କମିଟିର ଅଧ୍ୟକ୍ଷ ଅଛନ୍ତି ଏବଂ ଆଗାମୀ କିଛି ଦିନରେ ଏହା ଉପରେ…
ସମୀକ୍ଷା ବ୍ୟୁରୋ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସିଏଏମପିଏ ଫଣ୍ଡରୁ ଓଡିଶାକୁ ୫୯୩୩.୯୮ କୋଟି ମିଳିଛି। ବନୀକରଣ ପାଇଁ ୨୭ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସହାୟତା ରାଶି ପ୍ରଦାନ କରାଯାଇଛି। ସିଏଏମପିଏ ଫଣ୍ଡ ସାହାଯ୍ୟରେ ଏହି ସହାୟତା ରାଶି ଦିଆଯାଇଛି। ୨୭ଟି ରାଜ୍ୟ ପାଇଁ ସମୁଦାୟ ୪୭ ହଜାର ୪୩୬ କୋଟି ସିଏଏମପିଏ ସହାୟତା ଦିଆଯାଇଛି। ଇତି ମଧ୍ୟରେ ଓଡିଶାକୁ ୫୯୩୩.୯୮ କୋଟି ସହାୟତା ମିଳିଛି। ଓଡିଶାକୁ ସର୍ବାଧିକ ମିଳିଥିବା ବେଳେ ଛତିଶଗଡକୁ ଦ୍ବିତୀୟ ସର୍ବାଧିକ ୫୭୯୧.୭୦ କୋଟି ମିଳିଛି। ଗତ ମଇ ୩ରେ ହୋଇଥିବା ବାତ୍ୟା ଫୋନିରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ଵର, ଢେଙ୍କାନାଳ ପ୍ରଭାବିତ ହୋଇଥିଲା। ଏହାକୁ ପୁନଃ ବନୀକରଣ କରିବା ପାଇଁ ତଥା ପର୍ଯ୍ୟାବରଣକୁ ସବୁଜ ସୁନ୍ଦର କରିବା ପାଇଁ ସରକାରଙ୍କୁ ପକ୍ଷରୁ ଉଦ୍ୟମ କରାଯାଇଛି । ବନୀକରଣ ପାଇଁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…
ଭାରତର ପ୍ରଥମ ମହିଳା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦ କାର୍ଗିଲ୍ ଗାର୍ଲର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଗୁଞ୍ଜନ ସକ୍ସେନା ଭୂମିକାରେ ଅଭିନୟ କରୁଥିବା ଜାହ୍ନବୀ କପୁର ପ୍ରଥମ ପୋଷ୍ଟରରେ ନଜର ଆସିଛନ୍ତି । ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ପୋଷ୍ଟର ରିଲିଜ୍ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମ ମହିଳା ଭାବରେ ଯୁଦ୍ଧବିମାନ ଉଡାଇବାର ସୌଭାଗ୍ୟ ହାସଲ କରିଥିଲେ ଗୁଞ୍ଜନ । ଏହି ଫିଲ୍ମରେ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ପଙ୍କଜ ତ୍ରିପାଠୀ । ଏହି ଫିଲ୍ମଟି ୧୩ ମାର୍ଚ୍ଚ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ବ୍ୟତୀତ ରୁହ୍ ଆଫ୍ଜାରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଉନ୍ନୟନ କମିଶନର ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ । ଏହା ସହ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏହି ହାଇକୋର୍ଟ ସ୍ଥାୟୀ ବେଞ୍ଚ କମିଟିର ସଦସ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ଏହି ପୁନଃଗଠିତ କମିଟିରେ ଗୃହ ,ଅର୍ଥ ,ରାଜସ୍ୱ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି । ସ୍ଥାୟୀ ବେଞ୍ଚ ଦାବି ନେଇ ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ । ସ୍ଥାୟୀ ବେଞ୍ଚ ଦାବିର ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ। ଦୀର୍ଘ ଦିନ ହେବ ଓକିଲ ମହାସଂଘ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ…
ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆସନ୍ତା୨ ମାସ ମଧ୍ୟରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୨୦ମଧ୍ୟରେ ହେବା ନେଇ ସମ୍ଭାବନା ରହିଛି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା ।

