Author: Samikhsya Bureau

ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି । ମନମୋହନଙ୍କୁ ବର୍ତ୍ତମାନ ଦିଆଯାଉଥିବା ସୁରକ୍ଷା ଉପରେ ୩ ମାସ ପୂର୍ବରୁ ବିଭିନ୍ନ ସୁରକ୍ଷା ଏଜେନ୍ସି ରୋ ଓ ଆଇ ସମେତ କ୍ୟାବିନେଟ ସଚିବ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି। ତେବେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ କେବଳ ୪ଜଣଙ୍କୁ ହିଁ ଏସ୍‌ପିଜି ସୁରକ୍ଷା ଦିଆଯିବ। ଏହି ସୁରକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ଅଛନ୍ତି। ଏସପିଜି ହେଉଛି ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିରେ କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ…

Read More

ଭାରତ ଏବଂ ଓ୍ବେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ରାହାଣେଙ୍କ ଶତକ ଏବଂ ବୁମ୍‌ରାଙ୍କ ୫ ଓ୍ବିକେଟ୍‌ ଫଳରେ ଭାରତ ଏହି ମ୍ୟାଚ୍‌ରେ ୩୧୮ ରନ୍‌ରେ ବିଜୟୀ ହୋଇଛି। ରାହାଣେଙ୍କ ଶତକ (୧୦୨), ହନୁମା ବିହାରୀଙ୍କ(୯୩) ଏବଂ ବିରାଟ କୋହଲିଙ୍କ(୫୧) ରନ୍‌ ସହାୟତାରେ ଭାରତ ୩୪୦/୭ରେ ଇନିଂସ ଘୋଷଣା କରିଥିଲା। ଫଳରେ ଓ୍ବିଣ୍ଡିଜ୍‌କୁ ୪୧୯ ରନ୍‌ର ବୃହତ ବିଜୟ ଲକ୍ଷ୍ୟ ମିଳିଥିଲା। ମାତ୍ର ଓ୍ବିଣ୍ଡିଜ୍‌ ୧୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଭାରତ ପକ୍ଷରୁ ଯଶ୍‌ପ୍ରୀତ୍‌ ବୁମ୍‌ରା ୫ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଇଶାନ୍ତ ଶର୍ମା ୩ ଟି ଏବଂ ମହମ୍ମଦ ସାମି ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ। ଗତକାଲିର ଖେଳ ଆରମ୍ଭରୁ ବିରାଟ କୋହଲି ପୂର୍ବଦିନର ସ୍କୋରରେ ଆଉଟ ହୋଇଥିଲେ। ଏହା ବିହାରୀ ଏବଂ ରାହାଣେ ୧୩୫ ରନ୍‌ର ଭାଗିଦାରୀ କରିଥିଲେ। ୪୧୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓ୍ବିଣ୍ଡିଜ୍‌…

Read More

ହୀରକୁଦର ଜଳସ୍ତର 622.17 ଫୁଟରେ ପହଞ୍ଚିଛି । ହୀରାକୁଦର ଉପର ମୁଣ୍ଡରେ ଏବଂ ତଳ ମୁଣ୍ଡରୋ ଲଘୁଚାପ ଜନିତ ବର୍ଷା ଫଳରେ ହୀରାକୁଦର ଜଳସ୍ତର ବିଢିବାରେ ଲାଗିଛି । ଡ୍ୟାମ ଭିତରକୁ 1 ଲକ୍ଷ 98 ହଜାର 859 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମରୁ 22 ହଜାର 114 କ୍ୟୁସେକ ଜଳ ନିଷ୍କାସନ ହେଉଛି । କଟକର ମୁଣ୍ଡୁଳୀ ଠାରେ 90 ହଜାର କ୍ୟୁସେକ ପାଣି ପ୍ରଭାବିତ ହେଉଥିଲା । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣର କ୍ଷମତା 630 ଫୁଟ ଏବଂ ବର୍ତ୍ତମାନ ସମସ୍ତ ଗେଟ୍‌ ବନ୍ଦ ରହିଛି । ସେହିପରି ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ 5.5 ମିଟର ରହିଥିବା ବେଳେ ବର୍ତ୍ତମାନ ଏହା 6.41 ମିଟର ଉଚ୍ଚରେ ପ୍ରବାହିତ ହେଉଛି ।

Read More

ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଳାପାଳ ରମାକାନ୍ତ ସେଠୀଙ୍କ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । 57 ନମ୍ବର ଜାତୀୟ ରାଜପଥ ନିକଟସ୍ଥ କଲରାପଠାରେ ଏହି ଦୁର୍ଘଟଣା ଘଟିଥିଲା । ଅତିରିକ୍ତ ଜିଲ୍ଳାପାଳଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳେ ତାଙ୍କର ମୃଥ୍ୟୁ ଘଟିଥିଲା ।

Read More

ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଉଠାଇଛି ଚରମ ପଦକ୍ଷେପ । ଉତ୍ତ୍ୟକ୍ତ ସ୍ୱାମୀ ଏକ ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ସହିତ ମୁଣ୍ଡକାଟି ଦେଇଛି । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗାଁରେ ଏଡି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସ୍ବାମୀ କଟାମୁଣ୍ଡ ସହିତ ଅସ୍ତରଙ୍ଗ ଥାନାରେ ଆତ୍ମସମର୍ପଣ କରିଛି । ମୃତ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା ଏବଂ ଅଭିଯୁକ୍ତ ସ୍ୱାମୀର ନାଁ ଗଣେଶ ବେହେରା ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡିଛି ।

Read More

ଚଳିତ ଆଶେସ୍‌ ସିରିଜ୍‌ର ତୃତୀୟ ଟେଷ୍ଟରେ ଇଂଲଣ୍ଡ ଚମକପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବର୍ତ୍ତମାନ ସିରିଜ୍‌ 1-1ରେ ପହଞ୍ଚିଛି । ପ୍ରଥମ ଇନିଂସରେ ମାତ୍ର 67 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ଇଂଲଣ୍ଡ 359 ରନ୍‌ର ପିଛା କରୁଥିବା ବେଳେ 9 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । 359 ରନ୍‌ର ପିଛା କରି 286 ରନ୍‌ରେ ନବମ ଓ୍ବିକେଟ୍‌ ହରାଇବା ପରେ ବେନ୍‌ ଷ୍ଟୋକ୍ସ ଅନ୍ତିମ ଓ୍ବିକେଟ୍‌ରେ ଜ୍ୟାକ୍‌ ଲିଚ୍‌(1) ଙ୍କ ସହିତ 76 ରନ୍‌ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ 219 ବଲ୍‌ର ସମ୍ମୁଖୀନ ହୋଇ 135 ରନ୍‌ ସଂଗ୍ରହ କରିଥିଲେ । ଷ୍ଟୋକ୍ସଙ୍କ ଇନିଂସରେ 11ଟି ଚୌକା ଏବଂ 8ଟି ଛକ୍କା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍‌ 77, ଜେ ଡେନ୍‌ଲି 50 ଏବଂ ଜନି ବାୟେରେଷ୍ଟୋ36…

Read More

ନିକଟରେ ନିର୍ମାଣ ହୋଇଥିବା ପଳାଶୁଣୀ ଓଇଭରବ୍ରିଜ୍‌ ହାଇଟେକ୍‌ ନିକଟରେ ଦବିଯାଇଛି । ନିମ୍ନମାନର କାମ କାରଣରୁ 10 ବର୍ଷ ପୂରଣ ହୋଇନଥିଲେ ମଧ୍ୟ ବ୍ରିଜ୍‌ଟିର ଅବସ୍ଥା ଶୋଚନୀୟ ହୋଇଛି । ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍। ଖବର ପ୍ରସାର ପରେ ଘଟଣାସ୍ଥଳରେ ଟ୍ରାଫିକ୍ ପୁଲିସ ଓ ଏନଏଚ୍ଏଆଇ ଅଧିକାରୀ ପହଞ୍ଚିଛନ୍ତି। ବ୍ରିଜ୍‌ ଦବିଥିବା ସ୍ଥାନକୁ କର୍ଡନ କରାଯାଇଛି। ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Read More

ସମୀକ୍ଷା ବ୍ୟୁରୋ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍‌ସିପ୍‌ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍‌ ୨୧-୭, ୨୧-୭ରେ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି ସିନ୍ଧୁ। ଏହି ବିଜୟ ସହିତ ୨୦୧୭ ବିଶ୍ବ ଚାମ୍ପିୟନ୍‌ସିପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି ସିନ୍ଧୁ। ଆଜିର ମ୍ୟାଚ୍‌ରେ ସିନ୍ଧୁ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ନିଜ ଉଚ୍ଚତାରୁ ଫାଇଦା ଉଠାଇ ସିନ୍ଧୁ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୨ର ଅଗ୍ରଣୀ ହାସଲ କରିଥିବା ବେଳେ ୨୧-୭ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ମଧ୍ୟ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ ସିନ୍ଧୁ। ଏହି ବିଜୟ ସହିତ ସିନ୍ଧୁ ପ୍ରଥମ ଭାରତୀୟ ଏବଂ ମହିଳା ଭାବରେ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ୍‌କୁ ସିନ୍ଧୁ ମାତ୍ର…

Read More

ଓଡ଼ିଆ ଖେଳାଳି ପୁଅ ପ୍ରମୋଦ ଭଗତ ନିଜର ବିଜୟ ଯାତ୍ରାରେ ଆଉ ରେକର୍ଡ ଯୋଡ଼ି ଦେଇଛନ୍ତି । ଇଜରଲ୍ୟାଣ୍ଟରେ ଚାଲିଥିବା ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଡବଲ୍ସ ପରେ ସିଙ୍ଗଲ୍ସରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି । ପ୍ରମୋଦ ସିଙ୍ଗଲ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଛନ୍ତି । ସେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ପରାସ୍ତ କରିଛନ୍ତି । 6-21, 21-14 ଓ 21-15 ପ୍ରମୋଦ ଡାନିଏଲ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦ ହାସଲ କରିଛନ୍ତି । ପ୍ରଥମ ସେଟ୍‌ରେ ପରାଜିତ ହେବା ପରେ ଡାନିଏଲ୍‌ଙ୍କୁ ପରବର୍ତ୍ତୀ ଦୁଇ ସେଟ୍‌ରେ ପରାସ୍ତ କରି ଟାଇଟଲ୍‌ ହାସଲ କରିଥିଲେ ପ୍ରମୋଦ ।

Read More

ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିବେ ସଂଖ୍ୟାଲଘୁ ମନ୍ତ୍ରାଳୟ । ଆସନ୍ତା ଅଗଷ୍ଟ 27 ଏବଂ 28 ତାରିଖରେ ମନ୍ତ୍ରାଳୟର ଏକ ଦଳ ଜମ୍ମୁ କାଶ୍ମୀର ଭ୍ରମଣ କରିବ ଏବଂ ସେଠାକାର ସ୍ଥିତି ସମୀକ୍ଷା କରିବ ବୋଲି ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‌ତାର ଆବ୍ବାସ ନକ୍‌ଭୀ ସୂଚନା ଦେଇଛନ୍ତି । ଧାରା 370 ଉଚ୍ଛେଦ ପରେ ବିଭିନ୍ନ ଜନ ହିତକର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏହି କମିଟି ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ଏହା ସହିତ ଅଳ୍ପ କିଛି ବିରୋଧୀ ସର୍ବସାଧାରଣ ସ୍ବରକୁ ଦବାଇବାର ଯେଉଁ ପ୍ରୟାସ କରୁଛନ୍ତି ତାହା ସମ୍ଭବ ହେବ ନାହିଁ ବୋଲି ନକ୍‌ଭୀ କହିଥିଲେ । ଏହି କମିଟି ଲେହ, ଲଦାଖ, କାର୍ଗିଲ୍‌, ଜମ୍ମୁ ଏବଂ କାଶ୍ମୀରରେ କମିଟି ତଦନ୍ତ କରିବ ବୋଲି ସଂଖ୍ୟାଲଘୁ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Read More

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହା ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Read More

ଆଜି ଏବିଭିପି ବାଣପୁର ଶାଖା ତରଫରୁ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା। ଏହାପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଏବିଭିପି ଓଡିଶା ପ୍ରଦେଶର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ବିଦ୍ୟାର୍ଥୀମାନଙ୍କୁ ଅରୁଣ ଜେଟଲୀଙ୍କ ଜୀବନୀ ତଥା ଛାତ୍ର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଏବିଭିପି ସହ ତାଙ୍କ ସମ୍ପର୍କ ବିଷୟରେ ଅବଗତ କରାଇଥିଲୋ ଏବିଭିପି ନଗର ସମ୍ପାଦକ ବିକାଶ ସେଠି ଓ ସହ ସମ୍ପାଦକ ରାଜକିଶୋର ଦଳାଇ ମଧ୍ୟ ବିଦ୍ୟାର୍ଥୀ ମାନଙ୍କୁ ଅରୁଣ ଜେଟଲୀଙ୍କ ପରି ରାଷ୍ଟ୍ରବାଦ ଓ ଦକ୍ଷ ବ୍ୟକ୍ତି ହେବା ପାଇଁ ଉପଦେଶ ଦେଇଥିଲେ। ପରିଶେଷରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନୁରୂପ ଭାବେ ଏବିଭିପି ନାଚୁଣୀ ଶାଖା ତରଫରୁ ମଧ୍ୟ ଛାତ୍ରୀଙ୍କ ଦ୍ବାରା ମହମବତୀ ଲଗାଇ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…

Read More

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର । ଦିଲ୍ଲୀ ନିଗମବୋଧ ଘାଟରେ ଜେଟ୍‌ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁତ୍ର ରୋହନ ମୁଖାଗ୍ନି ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣ ଜେଟ୍‌ଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ନିଗମଘାଟଠାରେ ଗୃହମନ୍ତ୍ରୀ ଅମିତ୍‌ ଶାହା,  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେଡ଼ିର ବହୁ ତୁଙ୍ଗ ନେତାମାନେ ଅନ୍ତିମ ଦର୍ଶନ କରିଥିଲେ । ଗତ କାଲି ୧୨ଟା୦୭ ମିନିଟ୍‌ରେ ଅରୁଣ୍‌ ଜେଟ୍‌ଲୀଙ୍କ ବିୟୋଗ ଘଟିଥିଲା । ବିଜେପିର ସଂକଟମୋଚକ ଭାବେ ଅରୁଣ ଜେଟ୍‌ଲୀ ବିଜେପି ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ୨୦୧୪ ବିଜେପି ସରକାରର ଅର୍ଥ ମନ୍ତ୍ରାଳୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିଲେ ଅରୁଣ ଜେଟ୍‌ଲୀ ।

Read More

ଧାରା 370 ଉଚ୍ଛେଦ ନିଷ୍ପତ୍ତିକୁ ପୁନର୍ବାର ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଦେଶର ଇତିହାସରେ ଏହା ସର୍ବବୃହତ ରାଜନୈତିକ ଏବଂ ଦେଶ ବିରୋଧୀ ପଦକ୍ଷେପ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହି ପଦକ୍ଷେପରେ କାଶ୍ମୀରି ବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି । ଗତକାଲି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅନ୍ୟାନ୍ୟ ବିରୋଧୀ ଦଳ ନେତାଙ୍କ ସହିତ ଜମ୍ମୁ କାଶ୍ମୀର ଗସ୍ତ କରିଥିବା ବେଳେ ସେମାନଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା । ଯଦି କାଶ୍ମୀରରେ ସାଧାରଣ ଜନତାଙ୍କୁ କୌଣସି ଅସୁବିଧା ହେଉନାହିଁ ତେବେ କାହିଁକି ବିରୋଧୀ ଦଳ ନେତାଙ୍କୁ ସାଧାରଣ ଜନତାଙ୍କୁ ଭେଟିବାର ସୁଯୋଗ ଦିଆଯାଉନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ଏହା ସହିତ ଧାରା 370 ଉଚ୍ଛେଦ ସମ୍ପୂର୍ଣ୍ଣ ରାଜନୈତିକ ଏବଂ ଦେଶବିରୋଧୀ ବୋଲି ଟ୍ବିଟ୍‌ କରିଥିଲେ ପ୍ରିୟଙ୍କା । ଏହି ଧାରାର ଉଚ୍ଛେଦ…

Read More

ହଂକଂରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନରେ ରବିବାର ପୋଲିସ୍‌ 29 ଜଣଙ୍କୁ ଗିରଫ କରିଛି । ଶନିବାର ବିଳମ୍ବିତ ରାତିରୁ ପୁନର୍ବାର ହିଂସାକାଣ୍ଡ ବଢିବା ପରେ ସରକାରଙ୍କ ତରଫରୁ ଆନ୍ଦୋଳନ ପ୍ରଶମିତ କରିବା ପାଇଁ ପ୍ରଥମେ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା । ଏସିଆନ୍‌ ଫାଇନାନ୍ସିଆଲ୍‌ ହବ୍‌ ଏବଂ ଏମ୍‌ଟିଆର କର୍ପ ସମ୍ମୁଖରେ ଏହି ଆନ୍ଦୋଳନ ହୋଇଥିବା ବେଳେ ସହରର ମେଟ୍ରୋ ଚାଳନା ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା । ଆନ୍ଦୋଳନକାରୀ ମାନେ ପେଟ୍ରୋଲ ବୋମାର ବ୍ୟବହାର କରିଥିବାରୁ ପୋଲିସ୍‌ ପକ୍ଷରୁ ଟିଅର୍‌ ଗ୍ୟାସ୍‌ ପ୍ରୟୋଗ କରାଯିବା ସହିତ 29 ଜଣଙ୍କୁ ଗିରଫ କରାଯାଇଥିଲା ।

Read More

କେଦାର ମିଶ୍ର ଆମ ସରକାର ଓ ସରକାରୀ ପୋଷା ଗଣମାଧ୍ୟମ କହିଚାଲିଛନ୍ତି, କାଶ୍ମୀରରେ ସବୁକିଛି ସହଜ ଓ ସ୍ଵାଭାବିକ ଚାଲିଛି। ତେବେ ସେ ସ୍ଵାଭାବିକ ଅବସ୍ଥାଟି କଣ? ଗଣତନ୍ତ୍ରରେ ସ୍ଵାଭାବିକ ବ୍ୟବସ୍ଥା କହିଲେ ଆମେ ବୁଝୁ, ମୁକ୍ତ ଓ ଅବାଧ ବିଚରଣ, ସମାନ ରାଜନୈତିକ ଓ ସାମାଜିକ ଅଧିକାର ଓ ମତ ପ୍ରକାଶର ପୂର୍ଣ୍ଣ ସ୍ଵାଧୀନତା। କଶ୍ମୀରର ତାହା ଅଛି କି? କଶ୍ମୀରର ତଥାକଥିତ ବିକାଶ ଲାଗି ମୋଦୀ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାଙ୍କୁ କଶ୍ମୀରବାସୀ କେମିତି ଗ୍ରହଣ କରିଛନ୍ତି, ସେକଥା ଜାଣିବାର ଅଧିକାର ଆମର ନାହିଁ କି? ଧାରା ୩୭୦ ଉଚ୍ଛେଦ ହେଲାପରେ ଯେଉଁମାନେ ବାସ୍ତବରେ ଆଜି ହିଁ କଶ୍ମୀର ସହ ଭାରତର ମିଶ୍ରଣ ହେଲା ବୋଲି ତାଳି ମାରୁଥିଲେ, ସେମାନେ କହିବେ କି, ଗତ ୨୦ ଦିନ ଭିତରେ କଶ୍ମୀରକୁ ପ୍ରବେଶ କରିବାର ଅଧିକାର କାହାକୁ ଦିଆଯାଉନାହିଁ କାହିଁକି? ଏପରିକି ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଶ୍ରୀନଗର…

Read More

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ 75 ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ଏବଂ ଉପ ଅଧିନାୟକଙ୍କ ଅପରାଜିତ ଶତକୀୟ ଭାଗିଦାରୀ ଫଳରେ ଦୃଢ ସ୍ଥିତିରେ ରହିଛି । ଭାରତ 81 ରନ୍‌ରେ ତିନି ଓ୍ବିକେଟ୍‌ ହରାଇଥିବା ବେଳେ କୋହଲି (51*) ଏବଂ ରାହାଣେ(55*) 104* ରନ୍‌ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି । ଭାରତର ଅଗ୍ରଣୀ 260 ରନ୍‌ରେ ପହଞ୍ଚିଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ଏବଂ କେ ଏଲ୍‌ ରାହୁଲ ଭଲ ପ୍ରାରମ୍ଭ କରିଥିଲେ ମଧ୍ୟ କେ ଏଲ୍‌ ରାହୁଲଙ୍କ ଭୁଲ୍‌ ନିଷ୍ପତ୍ତି କାରଣରୁ ମୟଙ୍କ (16) ଚେସ୍‌ଙ୍କ ବଲ୍‌ରେ ଲେଗ ବିଫୋର୍‌ ଆଉଟ୍‌ ହୋଇଥିଲେ । ଏହାପରେ ରାହୁଲ୍‌(38) ପ୍ରଥମ ଇନିଂସ ପରି ସେଟ୍‌ ହୋଇ ନିଜ ଓ୍ବିକେଟ୍‌ ଫୋପାଡିଥିଲେ । ପୂଜାରା(25) କେମାର ରୋଚ୍‌ଙ୍କ…

Read More

ସମୀକ୍ଷା ବ୍ୟୁରୋ ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍‌ ବା ବିବାହ ବିଚ୍ଛେଦର କାହାଣୀ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ବାମୀ ତାଙ୍କୁ ଅତ୍ୟଧିକ ପ୍ରେମ କରିଥିବାରୁ ତଲାକ୍‌ ବା ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି କଥା ଶୁଣିବାକୁ ନିଶ୍ଚୟ ଟିକେ ଅଜବ୍‌ ଲାଗୁଥିବ । ଘଟଣାଟି କିନ୍ତୁ ଏହିପରି ।  ତାଙ୍କ ସ୍ବାମୀଙ୍କ କେବେବି ତାଙ୍କ ସହ ଝଗଡ଼ା କରିନାହାନ୍ତି ଓ ପ୍ରଚୁର ପ୍ରେମ କରୁଥିବାରୁ ସେ ଏଥିରେ ବିରକ୍ତ ହୋଇ ସ୍ବାମୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ୟୁଏଇର ଜଣେ ମହିଳାଙ୍କ କହିବାନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରଚୁର ପ୍ରେମ କରନ୍ତି, ସେ ଏହି ପ୍ରେମରେ ଅତିଷ୍ଠ ହୋଇ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାରିନ୍‌ ଗସ୍ତରେ ୨୪୯ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଛି ବାହାରିନ୍‌। ଅଗଷ୍ଟ ୨୫ ରବିବାରରେ ଏହି ବନ୍ଦୀ ମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି ବାହାରିନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ବନ୍ଦୀ ମାନଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଛି। ଅଗଷ୍ଟ ୨୪ ରେ ପ୍ରଧାନମନ୍ତ୍ରୀ ମୋଦି ବାହାରିନ୍‌ ଗସ୍ତରେ ଯାଇଥିଲେ। ଏହି ରାଜକ୍ଷମା ପାଇଁ ମୋଦି ବାହାରିନ୍‌ ଜାତୀୟ ଷ୍ଟାଡିୟମରେ ନିଜର ଅଭିଭାଷଣରେ ବାହାରିନ୍‌ର ନେତୃତ୍ବଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ସହିତ ବାହାରିନ୍‌ରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିରର ବିକାଶ ପାଇଁ ମୋଦି ୪.୨ ମିଲିୟନ୍‌ ଡଲାରର ସହାୟତା ରାଶି ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସରକାରୀ ତଥ୍ୟ ଅନୁଯାୟୀ ସମୁଦାୟ ୮୧୮୯ ଜଣ ଭାରତୀୟ ବିଦେଶରେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଛନ୍ତି। ସାଉଦି ଆରବରେ ସର୍ବାଧିକ ୧୮୧୧ ଜଣ ବନ୍ଦୀ ରହିଥିବା ବେଳେ ୟୁଏଇରେ ୧୩୯୨…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରୀନର ୨୦୦ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପହଁଚିଛନ୍ତି । ସେଠାରେ ସେ ମନ୍ଦିରର ପୁନନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା କରିଛନ୍ତି । ଏହି ପରିଯୋଜନାରେ ୪୨ ଲକ୍ଷ ଡଲାର ନିବେଶ କରାଯାଇଛି । ତେବେ ମୋଦି ବାହାରୀନ ଯାତ୍ରାରେ ଯାଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରୀନର ବଲୀ ଅହଦ ସଲମାନ ବିନ ହମାଦ ବିନ ଇସା ଅଲ ଖଲିଫାଙ୍କ ସହ ସାକ୍ଷାତ କରିଥିଲେ । ଭାରତ ଏବଂ ବାହାରୀନେ ସମ୍ପର୍କ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଥିଲେ । ଦୁଇ ଦେଶର ନେତାଙ୍କ ମଧ୍ୟରେ ବ୍ୟାପାରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହୋଇଥିଲା ।  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶନିବାର ଦିନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦ କିଙ୍ଗ ହମାଦ ଅର୍ଡର ଅଫ ଦ ରିନେସାନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Read More

ଦିଲ୍ଲୀରେ ଗୁଡ଼ି ମାଞ୍ଜା ଦ୍ବାରା ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଖଜୁରୀ ଖାସ୍‌ ଅଞ୍ଚଳଠାରେ ଏହି ଘଟଣା ଘଟିଛି । ଏଠାରେ ଗୁଡ଼ିର ମାଞ୍ଜା ସୂତା ଦ୍ବାରା ଜଣେ  ନାବାଳିକାର ଜୀବନ ଚାଲିଯାଇଛି । ନାବାଳିକା ଜଣକ ହେଉଛନ୍ତି ୫ ବର୍ଷୀୟ ଇଶିକା । ନିଜ ପିତାଙ୍କ ସହ ଗାଡ଼ିରେ ବସି ମନ୍ଦିର ଯାଉଥିବା ସମୟରେ ଗୁଡ଼ିର ମାଞ୍ଜା ସୂତା ଶିଶୁ କନ୍ୟାର ବେକରେ ଗୁଡେଇ ହୋଇ ଯାଇଥିଲା । ଏହି ଘଟଣା ପରେ ଶିଶୁ କନ୍ୟାକୁ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ପୁଲିସ୍‌ ଏହି ଶିଶୁ କନ୍ୟାର ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇଥିବାବେଳେ ଏହି ଘଟଣାର ଯାଞ୍ଚ କରୁଛି । ନିକଟରେ ଦିଲ୍ଲୀରେ ଗୁଡ଼ି ମାଞ୍ଜା ସୂତା କାରଣରୁ ଜଣେ ୨୮ ବର୍ଷୀୟ ଯୁବ ଇଞ୍ଜିନିୟର୍‌ ମାନବ ଶର୍ମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିଲ୍ଲୀର ପଶ୍ଚିମ…

Read More