ଅର୍ଥନୈତିକ ମାନ୍ଦାବସ୍ଥାରେ ପ୍ରଭାବିତ ହୋଇଛି ବଜାଜ ଅଟୋର ବିକ୍ରି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବଜାଜ ଅଟୋର ବିକ୍ରିରେ ୧୧ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ମାସରେ ବଜାଜର ସମୁଦାୟ ୩ ଲକ୍ଷ ୯୦ ହଜାର ୨୬ଟି ୟୁନିଟ୍ ବିକ୍ରି ହୋଇଛି। ଗତବର୍ଷର ଅଗଷ୍ଟ ମାସରେ ବଜାଜ ପକ୍ଷରୁ ୪ଲକ୍ଷ ୩୭ ହଜାର ୯୨ ୟୁନିଟ୍ଟି ଗାଡି ବିକ୍ରି କରାଯାଇଥିଲା। ଗତ ବର୍ଷର ଏହି ସମୟରେ ଘରୋଇ ବିକ୍ରି ୨ ଲକ୍ଷ ୫୫ ହଜାର ୬୩୧ ୟୁନିଟ୍ ରହିଥିବା ବେଳେ ଚଳିତ ବର୍ଷ ଏହା ୨ ଲକ୍ଷ ୮ ହଜାର ୧୦୯ ୟୁନିଟ୍କୁ ହ୍ରାସ ପାଇଥିଲା।
Author: Samikhsya Bureau
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗିର, କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟର ଆହୁରି ତିନି, ଚାରି ଦିନ ବର୍ଷା ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସ୍ମାର୍ଟ ସିଟି ଭୁବନେଶ୍ବରରେ ଡ୍ରେନ୍ରେ ତିନି ଜଣ ଯୁବକ ଭାସି ଯାଇଛନ୍ତି ତିନି ଜଣ ଯୁବକ । ତିନି ଜଣ ଯୁବକ ଏକ ବାଇକ୍ରେ ଯାଉଥିବା ବେଳେ ସୋମବାର ରାତିରେ ପ୍ରବଳ ବର୍ଷାରେ ଏହି ତିନି ଯୁବକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ରାସ୍ତା ମଧ୍ୟରେ ଭାସି ଯାଇଥିବା ଜଣାପଡିଛି । ଉତ୍କଳ ଭିଲ୍ଲାସ ନିକଟରେ ରହିଥିବା ଡ୍ରେନ୍ରେ ଏହି ତିନି ଯୁବକ ଭାସି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସିସିଟିଭି ଫୁଟେଜ୍ରୁ ଜଣାପଡିଛି । ତିନି ଯୁବକ ଡ୍ରେନ୍ରେ ଭାସିଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ମୁଖ୍ୟ ବିଏସ୍ ଧନୋଆଙ୍କ ଉପସ୍ଥିତିରେ ଆପାଚ୍ ଏଚ୍-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା। ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଆମେରିକା ସରକାର ଓ ବୋଇଂ ଲିଃ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ। ଏବେ ୮ଟି ହେଲିକପ୍ଟର ଭାରତ ପାଖରେ ରହିଥିବାବେଳେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବାକୁ ଯାଉଛି।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସମାନ ଘଟଣା ସମ୍ମୁଖକୁ ଆସିଛି । ଚାକିରି ଦେବା ବାହାନାରେ ଜଣେ ଯୁବତୀଙ୍କ ସହିତ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି । ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା ବାହାନାରେ ଅଭିଯୁକ୍ତ ଜୟ କୁମାର ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ଇଣ୍ଟରଭ୍ୟୁ ବାହାନାରେ ଯୁବତୀଙ୍କୁ ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।
ପୁରୀର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ପୁରୀଠାରେ ୭୫ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି ଉଚ୍ଛେଦରେ ଲଙ୍ଗୁଳି ମଠ ଓ ଏମାର ମଠ ପରେ ଏବେ ବଡ଼ ଅଖଡ଼ା ମଠର ପାଳି । ଏହି ବଡ଼ ଆଖଡ଼ା ମଠ ଉଚ୍ଛେଦ ନିଷ୍ପତିକୁ ମଠ ମହନ୍ତ ବିରୋଧ କରିବା ସହ ଏଥିପାଇଁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି । ‘ଏଣ୍ଡୋମେଣ୍ଟ କମିଶନ କିମ୍ବା ଏଏସଆଇ ମଠ ବିପଦ ସଂକୁଳ ବୋଲି କହିନାହାଁନ୍ତି । ବରଂ ମଠ ବିପଦ ସଂକୁଳ ଦର୍ଶାଇ ଦସ୍ତାବିଜରେ ଦସ୍ତଖତ ପାଇଁ ପ୍ରଶାସନ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ବଡ଼ଆଖଡ଼ା ମଠ ବିପଦ ସଂକୁଳ ନୁହେଁ ବୋଲି ମଠ ମହନ୍ତ କହିଛନ୍ତି ।
ସୋମବାର ସମାପ୍ତ ହୋଇଥିବା ବିଶ୍ବ ପିସ୍ତଲ ଚାମ୍ପିୟନ୍ସିପ୍ର ଅନ୍ତିମ ଦିବସରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛି। ୧୦ ମିଟର ଏୟାର ପିସ୍ତଲ ବିଭାଗରେ ଭାରତ ପକ୍ଷରୁ ମନୁ ଭାକେର୍ ଏବଂ ସୌରଭ ଚୌଧୁରୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସମାନ ଇଭେଣ୍ଟରେ ୟଶଶ୍ବିନୀ ଦେଶାଇ ଏବଂ ଅଭିଷେକ ବର୍ମା ରୌପ୍ୟ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ଭାରତର ଏକ ନମ୍ବର ଖେଳାଳି ଅପୂର୍ବୀ ଚାଣ୍ଡେଲା ଭାରତକୁ ଏହି ଇଭେଣ୍ଟରେ ଚତୁର୍ଥ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ବିଗତ ଚାରି ବିଶ୍ବକପ୍ ମଧ୍ୟରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏହା ସହିତ 8 ଜଣ ଭାରତୀୟ ସୁଟର ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟ ଅର୍ଜନ କରିଛନ୍ତି।
ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୯ ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ଭାବରେ ୬ ଜଣଙ୍କ ମୃତ୍ୟୁର ଖବର ଆସିଥିବା ବେଳେ ମଙ୍ଗଳବାର ଦିନ ଆଫଗାନ କର୍ତ୍ତୃପକ୍ଷ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ସାହାଯ୍ୟ ରହୁଥିବା ଗ୍ରୀନ୍ ଭିଲେଜ୍ ଅଞ୍ଚଳରେ ଏହି ବିସ୍ଫୋରଣ ସଙ୍ଗଠିତ ହୋଇଥିଲା। ମୃତକଙ୍କ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ରହିଥିବା ନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରାଳୟ ମୁଖପାତ୍ର ନସ୍ରତ ରହିମି। ଏହି ଘଟଣା ପରେ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଲିବାନ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟବର୍ତ୍ତୀ କୁଳିଅଣା ବ୍ଲକର ଚାନ୍ଦୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଣିରେ ବୁଡି ୨ଜଣ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଆଜି ସକାଳେ କୁଳିଅଣା ଗ୍ରାମର ଦୁଇଜଣ ସମ୍ପର୍କୀୟ ଭଉଣୀ ଖେଳିବା ପାଇଁ ଯାଇଥିଲେ । ସେମାନେ ଗ୍ରାମର ବିଲରେ ଖେଳୁଥିଲେ । ଖେଳୁଥିବା ସେମାନେ ବିଲରେ ଜମି ରହିଥିବା ପାଣିରେ ବୁଡି ଯାଇଥିଲେ । ଫଳରେ ଉଭୟେ ପ୍ରାଣ ହରାଇଛନ୍ତି । ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ହେବ ବୋଲି ଜଣାପଡିଛି । ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ।
ମହାରାଷ୍ଟ୍ର ମୁମ୍ବାଇଠାରେ ଥିବା ଅଏଲ୍ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେଶନ(ଓଏନ୍ଜିସି)ର ଏକ ପ୍ଲାଣ୍ଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ ହୋଇଛି । ନଭି ମୁମ୍ବାଇରେ ଥିବା ଓଏନ୍ଜିସିର କୋଲ୍ଡ ଷ୍ଟୋରରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି କୋଲ୍ଡ ଷ୍ଟୋରରେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ୮ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୧୨ରୁ ଊର୍ଦ୍ଧ୍ୱ ଦମକଳ ଗାଡି ସହ ଓଏନ୍ଜିସିର କର୍ମଚାରୀମାନେ ମଧ୍ୟ ନିଆଁଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ମହାପ୍ରଭୁ ଲିଙ୍ଗରାଜ ଆଜି ଉପାସ ରହିବେ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ହୋଇଛି । ବ୍ରାହ୍ମଣ ନିଯୋଗ- ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଏହି ନୀତି ବନ୍ଦ ହୋଇଛି ବୋଲି ସୂଚନା ମିଳିଛି। ଲିଙ୍ଗରାଜଙ୍କ ନୂଆଗାଁ ଜମିରେ ଜବରଦଖଲ ନିର୍ମାଣକୁ ନିଯୋଗର ବିରୋଧ କରୁଛି । ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଦୁଇ ନିଯୋଗ ଦୋଷ ଦେଇ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିଛନ୍ତି ।
ସମୀକ୍ଷା ବ୍ୟୁରୋ ୧୯ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ନବୀନ ପଟ୍ଟନାୟକ ଯେ ପଞ୍ଚମ ପାଳିରେ ଏତେ ବଡ ଜନ ସମର୍ଥନ ପାଇବେ, ଏକଥା ତାଙ୍କ ସମର୍ଥକ ମଧ୍ୟ କଳ୍ପନା କରି ପାରୁନଥିଲେ। ପୁଲବାମା ଓ ବାଲାକୋଟ ଘଟଣା ପରେ ଯେତେବେଳେ ଜାତୀୟ ରାଜନୀତିରେ ବିଜେପିର ପ୍ରବଳ ହାୱା ବହିବା ଆରମ୍ଭ କରିଥିଲା, ସେ ହାୱାକୁ ଓଡିଶାର ବିଜେଡି ସରକାର ପ୍ରତିହତ କରିପାରିବେ ବୋଲି ଅନେକଙ୍କର ବିଶ୍ଵାସ ନଥିଲା। ଓଡିଶାରେ ବିଜେପି ଯେଉଁ ପ୍ରକାର ଆକ୍ରାମକ ନିର୍ବାଚନ ପ୍ରଚାର କରିଥିଲା, ସେଥିରେ ନବୀନଙ୍କ ଦୁର୍ଗ ସୁରକ୍ଷିତ ରହିଲେ ମଧ୍ୟ, ପୂର୍ବାପେକ୍ଷା ଦୁର୍ବଳ ରହିବାର ଆଶଙ୍କା ଅନେକ କରୁଥିଲେ। ହେଲେ ନିର୍ବାଚନ ଫଳାଫଳରେ ଭୋଟ ହାର ଓ ଆସନ ସଂଖ୍ୟା, ଉଭୟରେ ନବୀନଙ୍କ ଯାଦୁକରୀ ପ୍ରଭାବ ଅବ୍ୟାହତ ରହିଲା। ନବୀନ ପଞ୍ଚମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ପାଇଲେ। ତେବେ ମଇ, ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ…
କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି । ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ । ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ । ନୁଆଁଖାଇ କଣ, କଣ ଏହାର ବିଶେଷତ୍ଵ ଓ କାହିଁକି ଏ ମହାପର୍ବର ଆୟୋଜନ, ତାକୁ ନେଇ…
ବାୟୁସେନାର ଲଢିବା କ୍ଷମତା ବୃଦ୍ଧି ପାଇଁ ୮ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର ମଙ୍ଗଳବାର ଅର୍ଥାତ ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ପଠାନକୋଟ୍ ବାୟୁସେନା ଘାଟିରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆପାଚେ ଏଏଚ-୬୪ଇ ଦୁନିଆର ସବୁଠୁ ବହୁଭୂମୀ ଲଢୁଆ ହେଲିକପ୍ଟର ଏବଂ ବର୍ତ୍ତମାନ ସମୟରେ ଆମେରିକା ସେନା ଏହାର ବ୍ୟବହାର କରୁଛନ୍ତି। ଆଇଏଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ଆଠ ଆପାଚେ ଲଢୁଆ ହେଲିକପ୍ଟର ଆଇଏଏଫରେ ସାମିଲ ହେବାକୁ ଯାଉଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିବ। ଆଇଏଏଫ ଆପାଚେ ହେଲିକପ୍ଟର ପାଇଁ ଆମେରିକା ସରକାର ଓ ବୋଇଙ୍ଗ ଲିମିଟେଡ୍ ସହିତ ୨୦୧୫ସେପ୍ଟେମ୍ବରରେ ଚୁକ୍ତିନାମା କରିଥିଲା। ଏହି ଆଧାରରେ ବୋଇଙ୍ଗ ଜୁଲାଇ ୨୭ରେ ୨୨ ହେଲିକପ୍ଟର ମଧ୍ୟରୁ ଚାରୋଟି ହେଲିକପ୍ଟର ଭାରତକୁ ଦେଇଥିଲା। ୨୦୧୫ରେ ଭାରତ ଆମେରିକା ସରକାର ଓ ଆମେରିକା ବିମାନର ସବୁଠୁ ବଡ଼ କମ୍ପାନୀ ବୋଇଙ୍ଗଠୁ ୨୨ଆପାଚେ ହେଲିକପ୍ଟର କିଣିବା ପାଇଁ ପ୍ରାୟ ତିନି…
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି।ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରଛନ୍ତି। ନୂଆଁଖିଆ ପରେ ଆରମ୍ଭ ହେବ ଜୁହାର ଭେଟଘାଟ୍। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୁହାର ଭେଟଘାଟକୁ ରଙ୍ଗାରଙ୍ଗ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି
ମୁମ୍ବାଇରେ ଗଣେଷ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଥାଏ। ଧନଗରିବ ସମସ୍ତେ ଏହି ପୂଜାରେ ମାତିଯାଆନ୍ତି। ହେଲେ ଏଥର ପୃଥିବୀର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘରେ କିନ୍ତୁ ପୂଜାର ପରିବେଶ ଭିନ୍ନଥିଲା। ମୁକେଶ ପ୍ରତିବର୍ଷ ଗଣେଷ ପୂଜା ଏବଂ ଦୀପାବଳୀ ବେଶ୍ ଧୂମଧାମରେ ପାଳନ କରିଥାନ୍ତି। ସେହିପରି ଏଥର ମୁକେଶଙ୍କ ବାସଭବନ ଆଣ୍ଟିଲିୟାରେ ମଧ୍ୟ ପୂଜା କରାଯାଇଥିଲା। ଏହି ପୂଜାରେ ମୁକେଶ ନୀତା ଆମ୍ବାନୀଙ୍କ ସହିତ ତାଙ୍କ ପୁଅବୋହୂ ମଧ୍ୟ ଥିଲେ। ଏଥର ମୁକେଶଙ୍କ ପୁଅ ଆକାଶ ଆମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟାଙ୍କ ବାହାଘର ପରେ ଏହା ପ୍ରଥମ ଗଣେଶ ପୂଜା। ସେଥିପାଇଁ ମୁକେଶ ଆମ୍ବାନୀଙ୍କ ବୋହୂଘର ଏବଂ ଝିଅର ଶୂଶର ଘର ପରିବାରର ଏହି ପୂଜାରେ ଯୋଗ ଦେଇଥିଲେ। ଏହି ପୂଜାରେ ମୁକେଶ ପ୍ରାୟ ପ୍ରତି ବର୍ଷ ଶହଶହ ଅତିଥୀଙ୍କୁ ପୂଜାରେ ଯୋଗଦେବା ପାଇଁ ନିମନ୍ତ୍ରିତ କରିଥାନ୍ତି।
ସମୀକ୍ଷା ବ୍ୟୁରୋ ଆଜି ଗଣେଷ ପୂଜା ସାରା ଦେଶରେ ଧୂମଧାମରେ ପାଳିତ ହୋଇଛି। ତେବେ ଏହି ପୂଜା ଭାରତର ମୁମ୍ବାଇ ସହରରେ ବିଶେଷ ଭାବେ ପାଳିତ ହୋଇଥାଏ। ଚାରିଆଡେ ମେଢ ସହିତ ଘରେଘରେ ମଧ୍ୟ ବାବା ଗଣପତି ମୋରିଆ ଉଚ୍ଚାରଣ କରି ଏହି ପୂଜା ପାଳନ କରାଯାଇଥାଏ। ସେହିପରି ଘରେ ମଧ୍ୟ ଅନେକ ଅଭିନେତା ତଥା ଶିଳ୍ପପତି ଗଣପତି ବାବାଙ୍କୁ ପୂଜା କରିଥାନ୍ତି। ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା ଗଣପତି ବାବାଙ୍କୁ ବେଶ୍ ଭକ୍ତିପୂତ ଭାବେ ପାଳନ କରିଛନ୍ତି। ତାଙ୍କ ସହିତ ତାଙ୍କ ଝିଏ ଟିନା ଆହୁଜା ଏବଂ ପୁତ୍ର ୟଶବର୍ଦ୍ଧନ ତାଙ୍କର ଜୁହୁସ୍ଥିତ ବଙ୍ଗଳାରେ ପୂଜା କରିଛନ୍ତି। ପ୍ରତିବର୍ଷ ଗୋବିନ୍ଦା ତାଙ୍କ ଘରେ ପୂଜାପାଠ କରିବା ସହିତ ତାଙ୍କର ବନ୍ଧୁମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥାନ୍ତି। ଗୋବିନ୍ଦାଙ୍କ ବିଭିନ୍ନ ଚଳଚିତ୍ରରେ ଗଣପତି ଗୀତ ବେଶ୍ ଲୋକପ୍ରିୟ ହାସଲ କରିଛି। ଗଣେଷ ଭସାଣୀବେଳେ ଗୋବିନ୍ଦାଙ୍କ ନୃତ୍ୟ ଏବେବି ଅନେକଙ୍କ ମନେ ରହିଛି।
ସମୀକ୍ଷା ବ୍ୟୁରୋ ପୂର୍ବରୁ ଜନ୍ମାଷ୍ଠମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ 5ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ଗଣେଷ ପୂଜାରେ ପୁରୀ ପାଇଁ ପୁଣି ଥରେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହ୍ୟ ସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।ତେବେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ରହିଛି • ବାସଗୃହ ଅଧିଗ୍ରହଣ – ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ଅଧିଗ୍ରହଣ କ୍ଷେତ୍ରରେ Right to Fair Compensation and Transparency in Land Acquisition, Rehabilitation and Resettlement Act, 2013…
ଉତ୍ତରପ୍ରଦେଶର ମିର୍ଜାପୁର ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଖାଉଥିବାର ଖବର ଆସି ହଇଚଇ ସୃଷ୍ଟି କରିଥିଲା । ଏବେ ଏହି ମାମଲାକୁ ଲୋକଲୋଚନକୁ ଆଣିଥିବା ଦୁଇ ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ ହୋଇଛି । ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ୍ ଜୈଶୱାଲ ଏବଂ ପଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଖବରଦାତା ପବନ ଜୟସଓ୍ବାଲ ଓ ସ୍ଥାନୀୟ ଗାଁ ମୁଖ୍ୟଙ୍କ ଜଣେ ପ୍ରତିନିଧିଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ଓ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଛବିକୁ ଏମାନେ ବଦ୍ନାମ କରିବାକୁ ଷଡ଼ଯନ୍ତ୍ର ରଚିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଅଭିଯୋଗ କରିଛନ୍ତି।
ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦକୁ ନେଇ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଐତିହ୍ୟକୁ ସଂରକ୍ଷଣ ବଦଳରେ ଏହାକୁ ଉଚ୍ଛେଦ କରାଯାଉଛି। ଧ୍ଵଂସ କରିଦେବା ସହଜ କିନ୍ତୁ ତିଆରି କରିବା ଭାରି କଷ୍ଟକର ବୋଲି କହିଛନ୍ତି ତଥାଗତ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ତଥାଗତ ନିଜ ଦଳକୁ କଡା ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ କହିଛନ୍ତି କି, ଐତିହ୍ୟକୁ ସଂରକ୍ଷଣ ବଦଳରେ ଉଚ୍ଛେଦ କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ବେଆଇନ ନହେଲେ ମଧ୍ୟ ଏହା ଅଶିଷ୍ଟତା। ଶହ ଶହ ବର୍ଷର ପୁରାତନ ମଠକୁ ସଂରକ୍ଷଣ ବଦଳରେ ଉଚ୍ଛେଦ ହୋଇଛି। ଧ୍ଵଂସ କରିଦେବା ସହଜ, ମାତ୍ର ନିର୍ମାଣ କରିବା ଭାରି କଷ୍ଟକର। ୧୨ଶହ ଶତାବ୍ଦୀରେ ତିଆରି ହୋଇଥିବା ଏମାର ମଠ ଆଜି ମାଟିରେ ମିଶିଲା। ଅତୀତକୁ ପ୍ରଶଂସା କରିବା ଅପେକ୍ଷା ଆମେ ପୂର୍ବଜଙ୍କୁ…
ଆଜି ହେଉଛି ପବିତ୍ର ଗଣେଶ ପୂଜା। ଖୁବ ସୁନ୍ଦର ସାଜସଜ୍ଜାରେ ସଜେଇ ହୋଇଛନ୍ତି ଗଜାନନ। ଚାରିଆଡେ ମାଡିଯାଇଛି ଖୁସିର ଲହରୀ । ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜାନନଙ୍କର ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି । ପ୍ଲାଷ୍ଟିକ୍ମୁକ୍ତ ବିଶ୍ବ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କଳାକୃତି ମାଧ୍ୟମରେ । ବାଲୁକାରେ ନିର୍ମିତ ଗଣେଶଙ୍କ ମୂର୍ତ୍ତିରେ ୧୦୦୦ଟି ପ୍ଲାଷ୍ଟିକ୍ ବୋତଲ ସହ ୫ଟନ୍ ବାଲିର ଉପଯୋଗ କରାଯାଇଛି । ଏହି କଳାକୃତି ସାହାଯ୍ୟରେ ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବର୍ଜନ କରିବାକୁ ସେ ଅନୁରୋଧ କରିଛନ୍ତି । ପ୍ଲାଷ୍ଟିକ୍ ଏବେ ମହାମାରୀର ରୂପ ନେଇଛି । ଏଥିପାଇଁ ବିଶ୍ବକୁ ପ୍ଲାଷ୍ଟିକ୍ ମୁକ୍ତ ତଥା ପ୍ରଦୂଷଣ ମୁକ୍ତ କରିବା ପାଇଁ ତାଙ୍କ କଳାକୃତି ଜରିଆରେ ସଚେତନ କରିଛନ୍ତି ।

