ସମୀକ୍ଷା ବ୍ୟୁରୋ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସିଏଏମପିଏ ଫଣ୍ଡରୁ ଓଡିଶାକୁ ୫୯୩୩.୯୮ କୋଟି ମିଳିଛି। ବନୀକରଣ ପାଇଁ ୨୭ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସହାୟତା ରାଶି ପ୍ରଦାନ କରାଯାଇଛି। ସିଏଏମପିଏ ଫଣ୍ଡ ସାହାଯ୍ୟରେ ଏହି ସହାୟତା ରାଶି ଦିଆଯାଇଛି। ୨୭ଟି ରାଜ୍ୟ ପାଇଁ ସମୁଦାୟ ୪୭ ହଜାର ୪୩୬ କୋଟି ସିଏଏମପିଏ ସହାୟତା ଦିଆଯାଇଛି। ଇତି ମଧ୍ୟରେ ଓଡିଶାକୁ ୫୯୩୩.୯୮ କୋଟି ସହାୟତା ମିଳିଛି। ଓଡିଶାକୁ ସର୍ବାଧିକ ମିଳିଥିବା ବେଳେ ଛତିଶଗଡକୁ ଦ୍ବିତୀୟ ସର୍ବାଧିକ ୫୭୯୧.୭୦ କୋଟି ମିଳିଛି। ଗତ ମଇ ୩ରେ ହୋଇଥିବା ବାତ୍ୟା ଫୋନିରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ଵର, ଢେଙ୍କାନାଳ ପ୍ରଭାବିତ ହୋଇଥିଲା। ଏହାକୁ ପୁନଃ ବନୀକରଣ କରିବା ପାଇଁ ତଥା ପର୍ଯ୍ୟାବରଣକୁ ସବୁଜ ସୁନ୍ଦର କରିବା ପାଇଁ ସରକାରଙ୍କୁ ପକ୍ଷରୁ ଉଦ୍ୟମ କରାଯାଇଛି । ବନୀକରଣ ପାଇଁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…
Author: Samikhsya Bureau
ଭାରତର ପ୍ରଥମ ମହିଳା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦ କାର୍ଗିଲ୍ ଗାର୍ଲର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଗୁଞ୍ଜନ ସକ୍ସେନା ଭୂମିକାରେ ଅଭିନୟ କରୁଥିବା ଜାହ୍ନବୀ କପୁର ପ୍ରଥମ ପୋଷ୍ଟରରେ ନଜର ଆସିଛନ୍ତି । ଧର୍ମା ପ୍ରଡକ୍ସନ ପକ୍ଷରୁ ଫିଲ୍ମର ପୋଷ୍ଟର ରିଲିଜ୍ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମ ମହିଳା ଭାବରେ ଯୁଦ୍ଧବିମାନ ଉଡାଇବାର ସୌଭାଗ୍ୟ ହାସଲ କରିଥିଲେ ଗୁଞ୍ଜନ । ଏହି ଫିଲ୍ମରେ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ପଙ୍କଜ ତ୍ରିପାଠୀ । ଏହି ଫିଲ୍ମଟି ୧୩ ମାର୍ଚ୍ଚ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ବ୍ୟତୀତ ରୁହ୍ ଆଫ୍ଜାରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଉନ୍ନୟନ କମିଶନର ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ । ଏହା ସହ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏହି ହାଇକୋର୍ଟ ସ୍ଥାୟୀ ବେଞ୍ଚ କମିଟିର ସଦସ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ଏହି ପୁନଃଗଠିତ କମିଟିରେ ଗୃହ ,ଅର୍ଥ ,ରାଜସ୍ୱ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି । ସ୍ଥାୟୀ ବେଞ୍ଚ ଦାବି ନେଇ ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ । ସ୍ଥାୟୀ ବେଞ୍ଚ ଦାବିର ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ। ଦୀର୍ଘ ଦିନ ହେବ ଓକିଲ ମହାସଂଘ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ…
ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଆସନ୍ତା୨ ମାସ ମଧ୍ୟରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୨୦ମଧ୍ୟରେ ହେବା ନେଇ ସମ୍ଭାବନା ରହିଛି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି । ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା ।
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ କୋଏମ୍ବାଟୋରର 5ଟି ସ୍ଥାନରେ ଚଢାଉ କରାଯାଇଛି । ଆଇଏସ୍ ଲିଙ୍କ ସନ୍ଦେହରେ ଏହି ଚଢାଉ କରାଯାଇଛି । କୋଚିର ଏନ୍ଆଇଏ କାର୍ଯ୍ୟାଳୟ ପକ୍ଷରୁ ସକାଳ 5ଟାରୁ ଆରମ୍ଭ କରାଯାଇଥିବା ଏହି ଚଢାଉରେ ଜିଏମ୍ ନଗର ଏବଂ ଭିନସେଣ୍ଟ ରୋଡ୍ର ଦୁଇଟି ଘର ରହିଥିବା ବେଳେ ବିଲାଲ ଇଷ୍ଟେଟ୍ର ଗୋଟିଏ ଘର ରହିଥିବା ଜଣାପଡିଛି । ଏହି ଚଢାଉରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଘରର ମାଲିକଙ୍କୁ ପଚରା ଉଚୁରା ପାଇଁ କୋଚି ଡକାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସରେ ଏନ୍ଆଇଏ ପକ୍ଷରୁ ଚଢାଉରେ ଆଇଏସ୍ ଲିଙ୍କର ମୁଖ୍ୟ ମହମ୍ମଦ ଆଝାରୁଦ୍ଦିନ, ଜହରାନ୍ ହାସ୍ମୀ ଏବଂ ଓ୍ବାଇ ସେକ୍ ହିଦାୟଥଉଲ୍ଲାଙ୍କୁ ଗିରଫ କରାଯାଇଥିଲା ।
ସମୀକ୍ଷା ବ୍ୟୁରୋ ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ଦାମୋଦର ରାଉତ କହୁକହୁ କହିଦେଲେ ତାଙ୍କର ମନର କଥା। ମିଡିଆ ଆଗରେ ଦାମ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିଜେପିରେ ବର୍ତ୍ତମାନ ମୁଁ ଅଲୋଡା ହୋଇଯାଇଛି। ନିର୍ବାଚନ ପୂର୍ବରୁ ବିଜେପି ଡାକି ନେଇଥିଲା। ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ କଲା। ହେଲିକାପ୍ଟରରେ ମୋତେ ବୁଲାଇ ପ୍ରଚାର ମଧ୍ୟ କଲେ। ହେଲେ ନିର୍ବାଚନ ସରିବା ପରେ ଦଳ ମୋତେ ଯେପରି ଗୁରୁତ୍ବ ଦେବା କଥା ଦେଉ ନାହିଁ। ଦାମଙ୍କ ଏପରି ମନ କି ବାତ ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ ସେ ପୁଣି କହିଛନ୍ତି ଯେ, ଦଳ ମୋତେ ବାଲିକୁଡା ଏରସମା ରେ ପ୍ରାର୍ଥୀ କଲା। ହେଲେ ସେଠାରେ ପୂର୍ବରୁ ବିଜେପିର ସଂଗଠନ କରିଥିବା ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ମନ୍ତ୍ରୀ ହେଲେ। ସେଥିରେ ମୋର ଦୁଃଖ ନାହିଁ। କିନ୍ତୁ…
ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଛଅ ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା ଅନୁମାନ କରାଯାଉଛି। ଏହା ୩ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ କରାଯାଉଛିା ଆଜି ମଠ ଭଙ୍ଗା ଯିବା ବେଳେ ହଠାତ୍ ଏହି ଘରର ସନ୍ଧାନ ମିଳିଛି। ଏହି ଭୂତଳ ଘରେ ପୂର୍ବରୁ ଖାଦ୍ୟ, ଶସ୍ୟ ସହ ଅନ୍ୟ ମୂଲ୍ୟବାନ ଆବଶ୍ୟକ ପଦାର୍ଥକୁ ଗଚ୍ଛିତ ରଖାଯାଉଥିବା ସୂଚନା ମିଳିଛି। ପୂର୍ବରୁ ଦୁର୍ଭିକ୍ଷ ପଡ଼ିବା ବେଳେ ଏମାର ମଠରେ ଖାଦ୍ୟଶସ୍ୟ ଗଚ୍ଛିତ ରଖାଯାଉଥିଲା। ସେହିପରି ବାହ୍ୟଶତ୍ରୁ ଆକ୍ରମଣ ବେଳେ ମୂଲ୍ୟବାନ ସାମଗ୍ରୀକୁ ଏହି ଭୂତଳ ଘରେ ଲୁଚାଇ ରଖାଯାଉଥିବା ଶୁଣିବାକୁ ମିଳୁଛି। ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି।
କରାଚୀରେ ଅବସ୍ଥାପିତ ଏକ ଏୟାର ସ୍ପେସ୍ ବନ୍ଦ କରିବାର ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଏହା ସହିତ ପଡୋଶୀ ରାଷ୍ଟ୍ରଙ୍କୁ ଭୟଭୀତ କରାଇବା ନିମନ୍ତେ କ୍ଷେପଣାସ୍ତ୍ର ପରୀକ୍ଷଣର ଏକ ଭିଡିଓ ଟ୍ବିଟ୍ଟର ଜରିଆରେ ସେୟାର କରିଛି ପାକିସ୍ତାନ । ବୁଧବାର ପାକିସ୍ତାନ କରାଚୀ ସ୍ଥିତ ଏୟାର ସ୍ପେସ୍ ବନ୍ଦ କରିଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଘଜନଭୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ସୋନମିଆନି ପରୀକ୍ଷଣ ରେଞ୍ଜରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା 290 କିମି ରହିଛି । ଗୁରୁବାର ଦିନ 11.35 ମିନିଟ୍ ସମୟରେ ପାକିସ୍ତାନ ପକ୍ଷରୁ ଏହି ଭିଡିଓ ଟ୍ବିଟ୍ଟର ଜରିଆରେ ପ୍ରସାରଣ କରାଯାଇଥିଲା ।
କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ମିଳିତ ଜାତିସଂଘର ଦ୍ବାରସ୍ଥ ହୋଇଥିଲା । ଗତକାଲି ପାକିସ୍ତାନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ବ୍ୟବହାର କରି ଚିଠି ଲେଖିଥିବା ଜଣା ପଡିଥିଲା । ଆଜି ଏହି ଧାରାରେ ଆହୁରି ଦୁଇ ନାମ ସମ୍ମୁଖକୁ ଆସିଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉତ୍ତର ପ୍ରଦେଶ ବିଜେପି ବିଧାୟକ ବିକ୍ରମ ସାଇନିଙ୍କ ନାମ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଉଭୟ ନେତା କାଶ୍ମିରୀ ମହିଳାଙ୍କ ସମ୍ପର୍କରେ ଆପତ୍ତି ଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବୁଧବାର ରାହୁଲଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ବିଜେପି ନେତାମାନେ ଏହାକୁ ସମାଲୋଚନା କରିଥିଲେ । ଏହାପରେ ରାହୁଲ ନିଜର ମତ ପରିବର୍ତ୍ତନ କରି କାଶ୍ମୀରକୁ ଭାରତର ଅନ୍ତରୀଣ ମାମଲା ବୋଲି କହିଥିଲେ ।
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ପ୍ଲୁଟୋକୁ ପୁଣି ଗ୍ରହର ମାନ୍ୟତା ଦେଇଛି । ନାସାର ମୁଖ୍ୟ ଜିମ୍ ବ୍ରିଡେନ୍ଷ୍ଟାନ୍ ପ୍ଲୁଟୋକୁ ସୌରମଣ୍ଡଳର ଏକ ଗ୍ରହ ବୋଲି କହିଛନ୍ତି । ଆକାରରେ ସବୁଠାରୁ ଛୋଟ ଥିବା ଏହି ଗ୍ରହକୁ ୨୦୦୬ରେ ସୌରମଣ୍ଡଳରୁ ବାଦ ଦିଆଯାଇଥିଲା । କିନ୍ତୁ ଏବେ ଏହାକୁ ଏକ ଗ୍ରହ ବୋଲି ନାସା କହିଛି । ନିକଟରେ ଆମେରିକାର ଓକ୍ଲାହୋମାରେ ହୋଇଥିବା ରୋବେଟିକ୍ସ ଇଭେଂଟରେ ଜିମ୍ କହିଛନ୍ତି ଯେ, ପ୍ଲୁଟୋ ହେଉଛି ଏକ ଗ୍ରହ । ଏହାର ଆକର ଛୋଟ ହେଲେ ବି ଏହା ସୌରମଣ୍ଡଳର ଅଂଶ ।
ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବରେ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବ ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଗୁରୁବାର ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସରକାରଙ୍କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଆବେଦନ କରିଛନ୍ତି । ଏହାକୁ ମିଶାଇ ତୃତୀୟ ଥର ପାଇଁ କଲେଜିୟମ୍ର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ସରକାର ଜଷ୍ଟିସ୍ କେଏମ୍ ଯୋଶେଫ୍ ଏବଂ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ । କ୍ୟୁରେଶୀଙ୍କ ନିଯୁକ୍ତି ବିଳମ୍ବ ହୋଇଥିବାରୁ ଗୁଜୁରାଟ ଓକିଲ ସଂଘ ପକ୍ଷରୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା, କାଳିଆଙ୍କ ସହିତ ଏମ୍ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି।
ଫରିଦାବାଦର ବଲ୍ଲଭଗଡଠାରେ ଥିବା ପାଲ୍ଲା ଷ୍ଟେସନ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳେ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଅଗ୍ନିଶମବାହିନୀ ନିଆକୁ ଆୟତ୍ତ କରିବାରେ ସମର୍ଥ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ରେକ ବାଇଡିଙ୍ଗରେ ନିଆଁ ଓ ଧୂଆଁ କାରଣରୁ ଟ୍ରେନକୁ ଷ୍ଟେସନ ନିକଟରେ ଅଟକାଇବାକୁ ପଡିଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହା ମଧ୍ୟରେ ସେହି ଟ୍ରାକ ଦେଇ ଅନ୍ୟ ଟ୍ରେନ ଚଳାଚଳ ଉପରେ ରୋକ ଲାଗିଥିଲା। ଦମକଳ ବାହିନୀ ନିଆକୁ ଆୟତ୍ତ କରିଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।
ହକି ଚାମ୍ପିୟନ୍ ମେଜର ଧ୍ୟାନଚାନ୍ଦଙ୍କ 114 ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ’ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି । ଦିନ 10ଟା ସମୟରେ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୋଦି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୈନିକ ଜୀବନରେ କ୍ରୀଡା ଏବଂ ଫିଟ୍ନେସ୍କୁ ଗୁରୁତ୍ବ ପ୍ରଦାନ କରିବାର ଆବେଦନ କରିଥିଲେ । ଏହି ଅବସରରେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଭିଭିଏସ୍ ଲକ୍ଷ୍ମଣ ଧ୍ୟାନଚାନ୍ଦ ଏବଂ ସାର୍ ଡନ୍ ବ୍ରାଡମ୍ୟାନଙ୍କ ମଧ୍ୟରେ ସମାନତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ସହିତ ଏକ ସୁସ୍ଥ ଏବଂ ସକ୍ରିୟ ଭାରତ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଏହି ମିଶନ ଜରିଆରେ ପୂରଣ ହେବ ବୋଲି କ୍ରୀଡାମନ୍ତ୍ରୀ କିରଣ…
ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ । ଧାରା 370 ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ଜାମ୍ମୁ କାଶ୍ମୀର ଯିବାକୁ ଅନୁମତି ମିଳିଛି । ସୀତାରାମ ତାଙ୍କ ଦଳର ବିଧାୟକ ତାରିଗାମଙ୍କୁ ଭେଟିବାକୁ ଶ୍ରୀନଗର ଯାଇଛନ୍ତି । ୟେଚୁରୀ ସେଠାରେ କେବଳ ନିଜର ବନ୍ଧୁ ବିଧାୟକ ତାରିଗାମଙ୍କୁ ଭେଟିବେ । ସେଠାରେ ସେ ଆଉ କାହାକୁ ଭେଟି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ କୌଣସି ରାଜନୈତିକ ଚର୍ଚ୍ଚା ହେବ ନାହିଁ । ଏହା ସହିତ ତାରିଗାମ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟରେ ରିପୋର୍ଟ ଦେବେ ୟେଚୁରୀ । ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୟେଚୁରୀଙ୍କୁ କାଶ୍ମୀର ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।
ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବା ସହିତ ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ 6ଟା ସୁଧା ହୀରାପୁଦ ଜଳଭଣ୍ଡାରର ଜଳସ୍ତର 623.04 ଫୁଟ ରହିଛି । ତେବେ ସେକେଣ୍ଡ ପିଛା 100509 କ୍ୟୁସେକ ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସେହିପରି 133647 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ 3ଟି ଗେଟକୁ ବନ୍ଦ କରାଯାଇଛି । ବର୍ତମାନ ମୋଟ୍ 4ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ କରାଯାଉଛି । ସୂଚନାଯୋଗ୍ୟ, ଗତକାଲି ହୀରାକୁଦର ଜଳସ୍ତର 623.43 ଫୁଟ ରହିଥିଲା । ଏହାସହ 10 ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା ।
ଜମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ଗାନ୍ଧୀ ପରିବାର ଦାୟୀ ବୋଲି ମାୟାବତୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହାରଲାଲ ନେହେରୁ ଜମ୍ମୁ କାଶ୍ମୀର ସମସ୍ୟାର ମୂଳ କାରଣ ବୋଲି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି । ଯଦି କଂଗ୍ରେସ ଦଳ ସ୍ବାଧୀନତା ପରେ ଯଦି ଧାରା 370 ଉଚ୍ଛେଦ ନେଇ ସଠିକ୍ ନିଷ୍ପତ୍ତି ନେଇଥାନ୍ତା ତେବେ ଆଜିର ସମୟରେ ବିଜେପି ଏହି ପ୍ରସଙ୍ଗରେ ରାଜନୈତିକ ଫାଇଦା ଉଠାଇବାର ପ୍ରୟାସ କରିନଥାନ୍ତା ବୋଲି ମାୟାବତୀ କହିଛନ୍ତି । ଏହା ସହିତ ବୁଧବାର ଦିନ ମାୟାବତୀ ଧାରା 370 ଉଚ୍ଛେଦ ପରେ ବିରୋଧୀ ଦଳ ନେତାଙ୍କ ଜମ୍ମୁ କାଶ୍ମୀର ଗସ୍ତକୁ ସମାଲୋଚନା କରିଛନ୍ତି । ବିଏସ୍ପିର ସର୍ବଦଳୀୟ ବୈଠକରେ ଦଳର ମୁଖ୍ୟ ଭାବରେ ନିର୍ବାଚିତ ହେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ମାୟାବତୀ ।
କେଦାର ମିଶ୍ର ମୁମ୍ବାଇ ର ପିଟିଆଇ ପ୍ରତିନିଧି ଆୟେଶା ଅରବିନ୍ଦ ୨୮, ଅଗଷ୍ଟ ଦିନ ୪ ଟା ବେଳେ ଗୋଟେ ଟୁଇଟ କରି ଜଣାଇଲେ ଯେ, ମୁମ୍ବାଇ ହାଇ କୋର୍ଟରେ ଭୀମା କୋରେଗାଓଁ ମାମଲାରେ ଗିରଫ ହୋଇଥିବା ଭର୍ଣ୍ଣନ ଗନସାଲଭିସ, ସୁଧା ଭାରଦ୍ଵାଜ ପ୍ରମୁଖଙ୍କୁ ଜାମିନ ଦେବା ପାଇଁ ଶୁଣାଣି ଚାଲିଥିବା ବେଳେ ସରକାରୀ ପକ୍ଷର ଓକିଲ କହିଲେ, ଭର୍ଣ୍ଣନ ଗନ୍ସାଲଭିସଙ୍କ ଘରୁ ଲିଓ ଟଲଷ୍ଟୟଙ୍କ ପୁସ୍ତକ “ୱାର ଆଣ୍ଡ ପିସ” ଓ “ମାର୍କସିଷ୍ଟ ଆର୍କାଇଭ” ମିଳିଛି। ଏକଥା ଶୁଣିଲା କ୍ଷଣି ମାନ୍ୟବର ହାଇକୋର୍ଟ ବିଚାରପତି ପଚାରିଲେ- ୱାର ଆଣ୍ଡ ପିସ, ଅନ୍ୟ ଦେଶର ଯୁଦ୍ଧ ଉପରେ ଲେଖା ଯାଇଥିବା ବହି, ତାକୁ ଆସାମୀ ନିଜ ଘରେ ରଖିଥିଲେ କାହିଁକି? ଏହା କଣ ସତରେ ଜଣେ ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ପ୍ରଶ୍ନ? ଟୁଇଟର ଉପରେ ସ୍ଵାଭାବିକ ଭାବେ ସନ୍ଦେହ ପ୍ରକଟ କରୁଥିବା ମୋ ପରି ଜଣେ ଲୋକ, ଏ ଖବରର ସତ୍ୟାସତ୍ୟ…
କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଏକ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଫଳରେ ଗୁହାଳରେ ଥିବା 20ଟି ଗୃହ ପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ନାହାଙ୍ଗ ଗ୍ରାମରେ ଜଣଙ୍କ ଗୁହାଳରେ ମଶା ଧୂପ ଦିଆଯାଇଥିଲା । ମୃତ ଗୃହ ପାଳିତ ପଶୁଙ୍କ ମଧ୍ୟରେ 12 ଗାଈ, 4 ଛେଳି ଓ 4 ବାଛୁରୀ ରହିଛନ୍ତି । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି । ମଶା ଘଉଡାଇବା ପାଇଁ ଦିଆଯାଇଥିବାରୁ ଧୂପରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସମାକ୍ଷା ବ୍ୟୁରୋ ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ବର୍ତ୍ତମାନ ସରକାରଙ୍କ ସମସ୍ତ ଗଣମାଧ୍ୟମ ଓ ଲୋକ ସଂପର୍କ ସଂପର୍କିତ ବିଷୟରେ ସେ ଉପଦେଶ ଦେବେ। ଏନେଇ ମାନସଙ୍କୁ ଲୋକସେବକ ଭବନରେ ଏକ ଅଫିସ ମଧ୍ୟ ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର 11 ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତ କରିଛନ୍ତି। ହେଲେ ସେମାନଙ୍କର କାର୍ଯ୍ୟଧାରା କଣ ରହିବ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। ଫଳରେ ଏହି ଉପଦେଷ୍ଠାମାନେ ଏ ପର୍ଯ୍ୟନ୍ତ ତାଙ୍କ ପଦବୀରେ ଯୋଗ ଦେଇ ନାହିଁନ୍ତି। ସମସ୍ତ ଉପଦେଷ୍ଠାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ଦିଆଯିବ। ସେହିପରି ମାନସଙ୍କୁ ମଧ୍ୟ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ ବୋଲି ଜଣାପଡିଛି।
କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସାହାଯ୍ୟ ନ ମିଳିବା ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଏନଓଟିଏଏମ ଏବଂ ନୌସେନାକୁ ଆଲର୍ଟ ଜାରି କରିଛି । ପାକିସ୍ତାନର କରାଚୀ ପାଖରେ ଥିବା ସୋନମିୟାନୀ ପରୀକ୍ଷଣ ରେଞ୍ଜରୁ ସମ୍ଭାବିତ ମିସାଇଲ ପରୀକ୍ଷଣକୁ ନଜରରେ ରଖି ଏହି ନୋଟିସ ଜାରି କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପରମାଣୁ ଧମକ ଦେଇଥିବା ବେଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଯୁଦ୍ଧ ପରସ୍ଥିତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ଏତେ ତାଙ୍କ ମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ ମଧ୍ୟ ଯୁଦ୍ଧ ନେଇ ପୂର୍ବାନୂମାନ ଲଗାଇଛନ୍ତି ।

