ପାଟକୁରା ନିର୍ବାଚନ ପାଇଁ ରାଜ୍ୟରେ ଦଳମାନଙ୍କର କଡା କସରତ ଚାଲିଛି। ବିଜେଡ଼ି ଓ ବିଜେପି ତାଙ୍କର ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବାବେଳେ ଆଜି କଂଗ୍ରେସ ମଧ୍ୟ ତା’ର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ସହ ପ୍ରଭାରୀ ଟି.ଏସ୍. ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝି, ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର, ତାରାବାହିନୀ ପତି, ଭକ୍ତଚରଣ ଦାସ, ସୁର ରାଉତରାୟ ପ୍ରମୁଖ ରହିଛନ୍ତି। ପାଟକୁରା ନିର୍ବାଚନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ଓ କଂଗ୍ରେସ ତରଫରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଦୁଇ ଦୁଇଥର ପାଟକୁରା ନିର୍ବାଚନ ଘୁଞ୍ଚାଯାଇଥିବେଳେ ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
Author: Samikhsya Bureau
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ୍ ଆରମ୍ଭ ହେବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି। ସାଧାରଣ ଜନତାଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟାକୁ ବୁଝି ବ୍ୟକ୍ତିଗତ ସ୍ତରରେ ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ସେହିପରି ଅଚାନକ ଗ୍ରସ୍ତ କରି ବିଭାଗୀୟ କାର୍ଯ୍ୟର ତଦାରଖ କରିବା ତଥା ସରକାରୀ ଜନକଲ୍ୟାଣ ଯୋଜନା ତୃଣମୂଳସ୍ତରରେ ଲୋକମାନଙ୍କଠାରୁ ପଚାରି ବୁଝ। ନିଜ ବିଭାଗର ବିଭିନ୍ନ ଅଫିସକୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସିଧାସଳଖ ନଜର ରଖ। ଏଥିସହିତ ମୁଖ୍ୟମନ୍ତ୍ରୀ ୫-ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ଓ୍ବର୍କ, ଟ୍ରାନ୍ସଫର୍ମୋଶନ ଏବଂ ଟାଇମ୍) ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କଠିନ ପରିଶ୍ରମ ଅତ୍ୟନ୍ତ ଜରୁରୀ। ନିଜ ବିଭାଗର କାମ…
ଆଜି ମହାପ୍ରଭୁଙ୍କର ଶ୍ରୀନବମୀ ସନ୍ଧ୍ୟା ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରିନଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ବୁଧବାର ପୂର୍ବାହ୍ନ ୮ଟା ୪୦ରେ ଟଣାଯାଇ ବଡ଼ଶଙ୍ଖଠାରେ ଦକ୍ଷିଣ ମୋଡ଼ କରାଯାଇଥିଲା। ପୂର୍ବାହ୍ନ ୯ଟା ୫୦ରେ ଏହି ରଥ ନାକଚଣା ଦ୍ୱାରରେ ଲାଗିଥିଲା। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଧାବିଗ୍ରହ ଶୁକ୍ରବାର ବାହୁଡ଼ାରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଗୁରୁବାର ସନ୍ଧ୍ୟା ୭ଟାରୁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।
ରଙ୍ଗାଚରଣ ପ୍ରଧାନ ଗତ କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବର୍ଷକୁ ଦେଢ କୋଟିରୁ କମ୍ ଟଙ୍କାର ବିକ୍ରୀ କରୁଥିବା ବ୍ୟବସାୟୀମାନଙ୍କୁ ଏଣିକି ମାସକୁ ୩୦୦୦ ଟଙ୍କାର ପେନସନ୍ ମିଳିବ। କିନ୍ତୁ ସେମାନଙ୍କୁ ୬୦ ବର୍ଷ ବୟସ ହେବା ପରେ ମିଳିବ। ବହୁତ ବଢିଆ ଖବର ନା ? ଏହି ଯୋଜନାର ନାମକରଣ ବି ସୁନ୍ଦର ରଖାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା। ଯୋଜନାର ଟ୍ରେଲର୍ ବି ବହୁତ ଶୀଘ୍ର ଟିଭି ଚ୍ୟାନେଲମାନଙ୍କରେ ଖୁବ ଶୀଘ୍ର ଆସି ଯାଇ ପାରେ। ଆଗକୁ କେତୋଟି ରାଜ୍ୟରେ ନିର୍ବାଚନ ଅଛି। ତେବେ ଚାଲନ୍ତୁ ଦେଖିବା ଫିଲ୍ମଟି କିପରି ହୋଇଥିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କହିଛନ୍ତି ଯେ ୩ କୋଟି ଛୋଟ ବ୍ୟବସାୟୀଙ୍କୁ ଏଥିରୁ ଫାଇଦା ମିଳିବ। ଦେଶରେ ପ୍ରାୟ ଏକ କୋଟି ବ୍ୟବସାୟ ପ୍ରତିଷ୍ଠାନ ଜିଏସଟି ଅନ୍ତର୍ଗତ ପଞ୍ଜିକରଣ କରିଛନ୍ତି। ତା’ହେଲେ ସରକାର ୩ କୋଟି ବ୍ୟବସାୟୀ ପାଇବେ କେଉଁଠାରୁ? ସରକାର କ’ଣ…
କର୍ଣ୍ଣାଟକ ଓ ଗୋଆରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ସାରା ଦେଶ ଏବେ ପୂରା ସରଗରମ। ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ଘେରିଛନ୍ତି। ନିକଟରେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ୍ କରିଛନ୍ତି। ବିଜେପି ଧନବଳ ଦ୍ବାରା ବିଧାୟକଙ୍କ ଗଡ଼ ଭଙ୍ଗ କରୁଥିବାର ଆରୋପ ଲଗାଇଛନ୍ତି ମାୟାବତୀ। ଏଥିପାଇଁ ଏକ ଦୃଢ ଆଇନ୍ ପାଇଁ ଦାବି କରିଛନ୍ତି ମାୟାବତୀ। ମାୟାବତୀ ଟୁଇଟ୍ କରି କହିଛନ୍ତି ଯେ, ବିଜେପି ପୁଣି ଥରେ କର୍ଣ୍ଣାଟକ ଓ ଗୋଆରେ ଯେଉଁ ପ୍ରକାରର ଧନବଳ ଓ ଶକ୍ତିର ଦୁରୁପ୍ରୟୋଗ କରି ବିଧାୟକଙ୍କ ଦଳ ଭାଙ୍ଗୁଛନ୍ତି, ତାହା ଲୋକତନ୍ତ୍ରକୁ କଳଙ୍କିତ କରୁଛି। ତେବେ ଏପରି ସମୟରେ ଦଳବଦଳ କରୁଥିବା ସଦସ୍ୟଙ୍କ ପ୍ରତି କଡା ଆଇନ୍ ହେବା ଉଚିତ୍ ବୋଲି ମାୟା କହିଛନ୍ତି। ଏହା ପୂର୍ବରୁ ବିଏସ୍ପି ସଂସଦରେ କର୍ଣ୍ଣାଟକ ଓ ଗୋଆ ବିଷୟକୁ…
ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି। ଜୁଲାଇ ୧୮ରେ ତିନିଜଣିଆ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମଧ୍ୟସ୍ଥତା ଉପରେ ରୋକ୍ ଲଗାଇବା ପାଇଁ ଏହି ଆବେଦନ କରାଯାଇଥିଲା। ତେବେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ମଧ୍ୟସ୍ଥଙ୍କୁ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାର ରିପୋର୍ଟ ଜୁଲାଇ ୧୮ରେ ଦାଖଲ କରାଯିବ। ଏହାପରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାକୁ ମଧ୍ୟସ୍ଥତା ଭିତ୍ତିରେ ସମାଧାନ କରିବା ପାଇଁ ସୁପ୍ରିମ୍କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
ପାଟକୁରା ନିର୍ବାଚନ ପାଇଁ ଦୁଇ ଦଳ ବିଜେଡ଼ି ଓ ବିଜେପି ମଧ୍ୟରେ କଡା କସରତ ଚାଲିଛି। ଦଳର ବହୁ ହେଭିୱେଟ୍ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଛି। ଇତିବ୍ୟସରରେ ବିଜେଡ଼ି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଷ୍ଟ୍ରାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ସେହିପରି ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅନୁଭବ ମହାନ୍ତି, ଅନନ୍ତନାରାୟଣ ଜେନା ପ୍ରମୁଖ ଅଛନ୍ତି। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ’ କରିବେ ବୋଲି ଜଣାପଡିଛି।
କର୍ଣ୍ଣାଟକ ରାଜନୀତିକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍ ସରଗରମ। ଏହି ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣୀ କରିଛନ୍ତି। କଂଗ୍ରେସ- ଜେଡିଏସର ଇସ୍ତଫା ଦେଇଥିବା ୧୦ବିଧାୟକଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ଭେଟି ତାଙ୍କୁ ଇସ୍ତଫା ପତ୍ର ଦେଇପାରିବେ। ସେହିପରି ଏହି ସମସ୍ତ ବିଧାୟକଙ୍କ ଯଥେଷ୍ଟ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲିକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। କର୍ଣ୍ଣାଟକରେ କଂଗ୍ରେସ ଜେଡିୟୁର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ନାକଚ କରିଦେଇଥିଲେ।
ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଓ ଆନନ୍ଦ ଗ୍ରୋଭରଙ୍କ ଘର ଏବଂ ଅଫିସ୍ରେ ସିବିଆଇ ଚଢାଉ କରିଛି। ‘ଲୟର୍ସ କଲେକ୍ଟିଭ୍’ ଫାଉଣ୍ଡେସନ୍ ଉପରେ ବିଦେଶ ଫଣ୍ଡିଂ ନେଇ ଏହି ଚଢାଉ କରାଯାଇଛି। ଆଜି ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ତାଙ୍କ ଘରେ ରେଡ କରାଯାଉଛି। ଦୁହିଁଙ୍କ ଉପରେ ଏଫସିଆରଏ୍ର ଉଲ୍ଲଂଘନ ଅଭିଯୋଗ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳାୟ ଏମାନଙ୍କ ଲାଇସେନ୍ସ ରଦ୍ଦ କରିଦେବା ସହିତ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକି ପ୍ରତିକ୍ରିୟା ମଧ୍ୟ ଆସିଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ଏହି ଚଢାଉକୁ ନିନ୍ଦା କରି ଟୁଇଟ୍ କରି କହିଛନ୍ତି –‘ଆଇନ୍କୁ କାମ କରିବାକୁ ଦେବା ଉଚିତ୍। କିନ୍ତୁ ଯେଉଁ ଲୋକ ଆଇନକୁ ବଞ୍ଚାଇକୁ ଚାହୁଁଛନ୍ତି, ସେମାନଙ୍କୁ ଏପରି ଭାବରେ ହଇରାଣ କରିବା ଉଚିତ୍ ନୁହେଁ। ’
କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ପୁଣି ଥରେ ରାଜ୍ୟ ରାଜନୀତି ପାଣିପାଗକୁ ସରଗରମ କରି ଦେଇଛି। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିସାରିଲେଣି। ଗତକାଲି ବିଜେଡ଼ି ମନ୍ତ୍ରୀ ସୁଶାନ୍ତ ସିଂ ନବୀନ ପଟ୍ଟନାୟକ ପାଟକୁରାରେ ୧୭ ତାରିଖରେ ରୋଡ୍ ଶୋ’ କରିବେ ବୋଲି ସୂଚନା ଦେଇଥିବାବେଳେ ଆଜି ବିଜେପି ପାଟକୁରା ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିଛି। ବିଜେପି ବହୁ ହେଭିୱେଟ୍ ନେତାଙ୍କୁ ବିଜୟ ମହାପାତ୍ରଙ୍କ ପାଇଁ ମଇଦାନକୁ ପଠାଉଛି। ବିଜେପିର ୪୦ ଜଣିଆ ତାଲିକାରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀ ଓ ପିଙ୍କି…
କର୍ଣ୍ଣାଟକ ପରେ ଏବେ ଗୋଆ ରେ କଂଗ୍ରେସକୁ ଝଟକା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର ୧୫ ଜଣ ବିଧାୟକ ରହିଛନ୍ତି। ତେଣୁ ୧୦ ଜଣ ବିଧାୟକ ଇସ୍ତଫା ନିଷ୍ପତ୍ତି ନେଇଥିବାରୁ ଏମାନଙ୍କ ବିରୋଧରେ ଦଳ ବଦଳ ଆଇନ୍ ଲାଗୁ ହେବ ନାହିଁ। କାରଣ ସମୁଦାୟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ବିଧାୟକ ସମାନ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବିଧାୟକ ବିଜେପିରେ ମିଶିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ସମସ୍ତ ବାଗୀ ବିଧାୟକ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଗୃହ…
ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ମନ୍ତ୍ରିପରିଷଦ ବୈଠକର ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। କେବଳ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଟେବୁଲ ଉପରେ ହିଁ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ଦିଆଯିବ ବୋଲି କୁହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟାରେ ରାଜ୍ୟ ସୂଚନା କମିଶନର ଚୟନ ବୈଠକରେ ଯୋଗ ଦେବା ପାଇଁ ରାଜ୍ୟ ଅତିଥି ଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି।
କେଦାର ମିଶ୍ର ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଯେଉଁ ବଜେଟ ଉପସ୍ଥାପନ କାଲେ ତାକୁ ଗାଁ, ଗରୀବ ଓ କୃଷକଙ୍କ ବଜେଟ ବୋଲି କୁହାଗଲା। ତେବେ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ବଜେଟ ଥିଲା ଯହିଁରେ ସବୁ କିଛି ଅସ୍ପଷ୍ଟ ଓ ରହସ୍ୟମୟ। ଏପରିକି କେଉଁ ବିଭାଗର ବ୍ୟୟ ଅଟକଳ କେତେ ତାକୁ ଜାଣିବା ମଧ୍ୟ ଏଯାଏ ସମ୍ଭବପର ହୋଇନାହିଁ। ବଜେଟ ଯେହେତୁ ସରକାରୀ ହିସାବ କିତାବର ବାର୍ଷିକ ଚିଠା, ତେଣୁ ଏହାରି ଆଧାରରେ ଦେଶର ଅର୍ଥନୈତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଏ।ଯଦି ବଜେଟରେ ବାସ୍ତବ ତଥ୍ୟ ରହୁନାହିଁ, ତାହେଲେ ସରକାର ଅର୍ଥନୀତିର କିଛି ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି…
୨୦୧୯ ଆଇସିସି ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ହରାଇ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। କିନ୍ତୁ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୨୩୯ ରନ କରିବାରେ ସକ୍ଷମ ହୋଇଥିଲା। ବର୍ଷା କାରଣରୁ ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ଦଳ ୪୬.୨ ଓଭର ଖେଳି ୨୨୧ ରନ କରିଥିଲା। ଆଜି ନ୍ୟୁଜିଲାଣ୍ଡ ୪୬.୨ ଓଭରରୁ ଖେଳ ଆରମ୍ଭ କରି ନିର୍ଦ୍ଧାରିତ ଓଭରରେ ୨୩୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ୱିଲିୟମସନ ୬୭ ରନ, ରସ ଟେଲର ୭୪ ରନର ଉପଯୋଗୀ ପାଳି ଖେଳିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୧୦ ଓଭରରେ ୪୩ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ସେହିପରି ଯଶପ୍ରିତ ବୁମରାହ ୧୦ ଓଭରରେ ୩୯ ରନ ଦେଇ ୧ଟି ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୧୦…
ସମୀକ୍ଷା ବ୍ୟୁରୋ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳ ଭାରତର ଆଇକନ ସ୍ଥଳ ଭାବେ କେନ୍ଦ୍ର ସରକାର ବାଛି ନ ଥିବାରୁ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ନବୀନ ଏହି ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଭାରତର 17ଟି ପର୍ଯ୍ୟଟନ ସ୍ଥଳକୁ ଆଇକନ ସ୍ଥଳ ଭାବେ ଘୋଷଣା କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଏହି 17ଟି ତାଲିକାରେ ଓଡିଶାର କୌଣସି ନାମ ନାହିଁ। ପ୍ରାଚୀନ ଯୁଗରୁ ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ସାରା ବିଶ୍ବରେ ପରିଚିତ। ହେଲେ ଅର୍ଥମନ୍ତ୍ରୀ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳର ନାମ ସାମିଲ ନ କରିବା ଦୁଃଖଦାୟକ ଘଟଣା। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଓଡିଶାର 5ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳର ନାମ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସେଗୁଡିକ…
ସମୀକ୍ଷା ବ୍ୟୁରୋ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ରେଳ ବଜେଟରେ ଓଡିଶା ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ଓଭରବ୍ରିଜ୍ ନିର୍ମାଣ, ରେଲ୍ଓ୍ବେ ଟ୍ରାକ୍ର ପୁନର୍ନିମାଣ, ଇଲେକ୍ଟ୍ରିକରଣ ତଥା କର୍ମଚାରୀଙ୍କ ସୁବିଧା ଉପରେ ପ୍ରାଧାନ୍ୟ ଦିଆଯାଇଛି । ବଜେଟ୍ରେ ରେଳ ଧାରଣା ଲାଗି ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପାଇଁ ୩୫୦କୋଟି ଅନୁଗୋଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟ ହରିଦାସପୁର-ପାରାଦୀପ ଲାଇନ ପାଇଁ ୪୦୦ କୋଟି ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିଭଳି ରେଳଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଭୁବନେଶ୍ୱର କୋଚ୍ ଡିପୋରେ ୨ଟି ଅଟୋମେଟିକ୍ ଓ୍ବାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେଶନରେ ଫ୍ଲାଇଓଭର ଏବଂ ଅନ୍ୟ…
କର୍ଣ୍ଣାଟକ ରାଜନୈତିକ ଯୁଦ୍ଧକୁ ନେଇ ଏବେ ଭାରତୀୟ ରାଜନୀତି ପୂରା ସରଗରମ । ଏହି ମାମଲା ଏବେ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ ରହିଛି । ଏହି ମାମଲାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା ବିଜେପିକୁ ଟାର୍ଗେଟ କରିବା ସହ ଆଗାମୀ ସମୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି । ବାନାର୍ଜୀ କହିଛନ୍ତି ଯେ, ‘ମିଡ଼ିଆ ଦ୍ବାରା ଖବର ମିଳିଲା ଯେ, କଂଗ୍ରେସ ବିଧାୟକଙ୍କୁ ବନ୍ଦ କରିଦିଆଯାଇଛି । ଭାରତୀୟ ଜନତା ପାର୍ଟି ବିଧାୟକଙ୍କୁ କିଣାବିକା କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ଜିତିଛି । ଦେଶର ଦେଖାରଖା କରିବା ଦରକାର, କିନ୍ତୁ ବିଜେପି ସ୍ବାର୍ଥପର ହୋଇ ଏବେ ଖରାପ ରାଜନୀତି କରୁଛି । ଆଜି କିଏ ସତ୍ତାରେ ଅଛି, କାଲି କିଏ ସତ୍ତାରେ । ଏବେ ସଂକଟର ସମୟ । ଆମେ ସମସ୍ତ ଆଞ୍ଚଳିକ…
ବିଜେପି ଉପରେ କଂଗ୍ରେସ ହିନ୍ଦୁ ଧର୍ମର ଅପମାନ କରୁଥିବାର ଆରୋପ ଲଗାଉଥିବାବେଳେ କଂଗ୍ରେସ ନେତାମାନେ ମଧ୍ୟ ଦଳୀୟ ନିର୍ବାଚନରେ ହୋଇଥିବା କ୍ଷତି ପରେ ‘ସପ୍ଟ ହିନ୍ଦୁତ୍ବ’ର ରାସ୍ତାକୁ ବାଛିନେଇଛନ୍ତି। ଏହାର ଛାପ ରାଜସ୍ଥାନ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବଜେଟ୍ର ଦେଖିବାକୁ ମିଳିଛି। ଏହି ଦୁଇ ରାଜ୍ୟ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ଚାଷୀ, ମହିଳା, ଯୁବକଙ୍କ ଅଧିକ ଫୋକସ୍ କରିଛନ୍ତି। ଏହି ବଜେଟ୍ରେ ‘ସ୍ଫଟ ହିନ୍ଦୁତ୍ବ’ର ଛାପ ଦେଖାଯାଇଛି। ରାଜସ୍ଥାନର ଗେହଲଟ୍ ସକାରର ପ୍ରତି ପଞ୍ଚାୟତ ସମିତିରେ ନନ୍ଦୀ ଗୋଶଳା ସ୍ଥାପନାର କଥା କହିଥିବାବେଳେ ଉତ୍ତରପ୍ରଦେଶର କମଲନାଥ ସରକାର ମଧ୍ୟ ଗୋଶଳାର ନିର୍ମାଣ ପାଇଁ ବିଶେଷ ପରିଯୋଜନାର କଥା ଉଠାଇଛନ୍ତି। ଏହା ସହିତ ପୂଜାରୀ କଲ୍ୟାଣ କୋଷ ଓ ଆଧ୍ୟାତ୍ମ ବିଭାଗର ଗଠନ ପାଇଁ ମଧ୍ୟ ଯୋଜନା କରାଯାଇଛି। ମଧ୍ୟପ୍ରଦେଶର ଅର୍ଥମନ୍ତ୍ରୀ ତରୁଣ ଭାନୋଟ୍ ଗୋଶାଳାରେ ତିନି ମଡେଲ ବନାଇବା ପାଇଁ ୧୩୨ କୋଟି ଟଙ୍କା…
ପୁରୀରେ ବସ୍ ଭିତରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସଂପୃକ୍ତ ବସର ରୁଟ୍ ପରମିଟ୍ ବାତିଲ ପାଇଁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବସ୍ ମାଲିକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ୧୫ ଦିନ ଭିତରେ ଉତ୍ତର ଦେବାକୁ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତ ହେଲପର୍କୁ ଗିରଫ କରାଯାଇଛି । ରଥଯାତ୍ରା ସମୟରେ କଡ଼ା ସୁରକ୍ଷାବଳୟ ଥିବା ସତ୍ତ୍ବେ ବସ୍ ଭିତରେ ଜଣେ ନାବାଳିକାକୁ ବଳାତ୍କାର କରିବା ରାଜ୍ୟ ପାଇଁ ଲଜ୍ଜାଜନକ।
କର୍ଣ୍ଣାଟକରେ ରାଜନୖେତିକ ଡ୍ରାମା ବନ୍ଦ ହେବାର ନା’ ନେଉନାହିଁ । କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ଆଜିକଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର ରମେଶଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ପୂର୍ବରୁ ଇସ୍ତଫା ଦେଇଥିବା ୧୪ ଜଣ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୮ ଜଣଙ୍କ ଇସ୍ତଫାପତ୍ର ନାକଚ କରିଦେଇ ଥିଲେ। ଏହି ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର ଚିନ୍ତାରେ ରହିଥିବାବେଳେ କର୍ଣ୍ଣାଟକରେ ରାଜନୈତିକ ପରିସ୍ଥିତି ବେଶ୍ ଚର୍ଚ୍ଚାରେ ରହିଛି ।
ଚର୍ଚ୍ଚିତ ଏନ୍କାଉଣ୍ଟର ବାଟଲା ହାଉସ୍ ଏନକାଉଣ୍ଟରକୁ ନେଇ ଜନ୍ ଆବ୍ରାହମ୍ଙ୍କ ‘ବାଟଲା ହାଉସ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ୩ ମିନିଟ୍ର ଏହି ଟ୍ରେଲରରେ ଜନ୍ ନିଜକୁ ନିର୍ଦ୍ଦୋଷୀ ତଥା ବଟ୍ଲା ହାଉସ୍ ଏନ୍କାଉଣ୍ଟରକୁ ସତ୍ୟ ସାବ୍ୟସ୍ତ କରିବା ଦିଗରେ ଚେଷ୍ଟିତ କରୁଥିବାର ନଜର ଆସିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟିରେ ଜନ୍ଙ୍କ ବ୍ୟତୀତ ମୃଣାଳ ଠାକୁର, ନୋରା ଫତେହୀ ପ୍ରମୁଖ ନଜର ଆସିଛନ୍ତି । ନିଖିଲ୍ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅଗଷ୍ଟ ୧୫ ତାରିଖ ଦିନ ଫିଲ୍ମଟି ପରଦା ଉପରକୁ ଆସିବ ।

