Author: Samikhsya Bureau

ଜନ୍‌ ଆବ୍ରାହମ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ଘୋଷିତ ହୋଇଥିବା ବେଳେ ଏହି ଫିଲ୍ମର ସିକ୍ବେଲ୍‌ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି। ଜନ୍‌ ଆବ୍ରାହାମ୍‌ଙ୍କ ଫିଲ୍ମ ବାଟ୍‌ଲା ହାଉସ୍‌ର ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ନିକଟରେ ଫିଲ୍ମର ନିର୍ଦ୍ଦେଶକ ମିଲାପ ମିଲନ ଜାଭେରୀ ସତ୍ୟମେବ ଜୟତେର ଦ୍ବିତୀୟ ଭାଗ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ମିଲାପ୍‌ ବର୍ତ୍ତମାନ ମରଜାଓ୍ବାଁର ସୁଟିଂରେ ବ୍ୟସ୍ତ ଅଛନ୍ତି। ନଭେମ୍ବରରେ ମରଜାଓ୍ବାଁର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ଜନ୍‌ଙ୍କ ଫିଲ୍ମ ବାଟ୍‌ଲା ହାଉସ୍‌ ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏହାପରେ ଜନ୍‌ ଆଟାକ୍‌ର ସୁଟିଂ ଆରମ୍ଭ କରିଛନ୍ତି।

Read More

କ୍ରିକେଟ ମହାକୁମ୍ଭ ବିଶ୍ଵକପର ଅନ୍ତିମ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ । ରବିବାର ଲର୍ଡ୍ସରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କାଗଜ କଲମରେ ଇଂଲଣ୍ଡ ଅଧିକ ଶକ୍ତିଶାଳୀ ମନେ ହେଉଥିଲେ ହେଁ କିଓ୍ବି ବ୍ୟାଟ୍ଦମ୍ୟାନ୍‌ ତଥା ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ମ୍ୟାଚ୍‌ ଓଲଟପାଲଟ କରିବାର କ୍ଷମତା ରଖନ୍ତି । ଉଭୟ ଦଳ ନିଜ ନିଜର ସେମିଫାଇନାଲ୍‌ର ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ ଆଦୌ ବିଶ୍ଵକପ ଜିତି ନାହାନ୍ତି । ତେଣୁ ଚଳିତ ବିଶ୍ଵକପରେ ଏକ ନୂଆ ଟିମ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିବ।

Read More

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ ରବିବାର ସକାଳ ୬ଟା ୫୧ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆଜି ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତ୍‌କ୍ଷେପଣ କରାଯିବ। ପ୍ରାୟ ହଜାର କୋଟି ଖର୍ଚ୍ଚରେ ହେଉଥିବା ଏହି ମିଶନରେ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରାଯିବ। ଏଥିରେ ୩ଟି ମଡ୍ୟୁଲ ଆର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ରହିବେ। ଇସ୍ରୋ ସୂଚନା ମୁତାବକ, ଅଭିଯାନ ସମୟରେ ଆର୍ବିଟରଟି ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ। ଚନ୍ଦ୍ରପୃଷ୍ଠରେ ଏହା ପହଞ୍ଚିବା ପରେ ରୋଭର ପ୍ରଜ୍ଞାନକୁ ମୁତୟନ କରାଯିବ। ଚନ୍ଦ୍ରଯାନ-୨ ଜରିଆରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ପ୍ରକାଶ କରିଛନ୍ତି। ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ରେକର୍ଡ ହାସଲ କରିବାକୁ ଯାଉଛି।

Read More

ଭାରତ ଏବଂ ପାକ ମଧ୍ୟରେ କର୍ତ୍ତାରପୁର କରିଡରକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ କର୍ତ୍ତାରପୁର ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ପାଇଁ ଇଚ୍ଛୁକ ଥିବା ସମ୍ପର୍କରେ ପାକ୍‌ ପକ୍ଷରୁ ପ୍ରକାଶ ପାଇଛି । ରବିବାର ସକାଳୁ ଭାରତର ଏକ ପ୍ରତିନିଧି ଦଳ ପହଞ୍ଚି ପାକିସ୍ତାନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗୁରୁ ନାନକଙ୍କ 550 ତମ ଜନ୍ମ ଦିବସ ଅବସରରେ କର୍ତ୍ତାରପୁର ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ପକ୍ଷରୁ ଏହି ରାସ୍ତା ଖୋଲାଯାଇଛି । ଯାତ୍ରୀଙ୍କ ପାଇଁ ଭାରତ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଇଥିବା ବେଳେ ପାକିସ୍ତାନ ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ନିମନ୍ତେ ସମାନ ବ୍ୟବସ୍ଥା କରାଯିବ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କରେ ଆଲୋଚନା କରୁଥିଲେ ହେଁ ଏଥିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Read More

ପାଣାଜୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତିକ ଭାରତୀୟ ଫିଲ୍ମ ଫେଷ୍ଟିଭାଲର ଅଧ୍ୟକ୍ଷତା କରିବେ ଓସ୍କାର କମିଟି ଅଧ୍ୟକ୍ଷ ଜନ୍‌ ବେଲୀ। ରବିବାର ଆଇଏଫଏଫ୍‌ଆଇ ୨୦୧୯ର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ପାଣାଜୀରେ ଅନୁଷ୍ଠିତ ଏହି ବୈଠକରେ ଜାଭଡେକରଙ୍କ ସହିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଧ୍ୟ ଉପସ୍ଥିତ ଥିଲେ। ଆଇଏଫଏଫ୍‌ଆଇ ୨୦୧୯ର ବିଚାରକ କମିଟିରେ ପ୍ରଥମ ଥର ପାଇଁ ଓସ୍କାର କମିଟିର ମୁଖ୍ୟ ଜନ୍‌ ବେଲୀ ଅଧ୍ୟକ୍ଷ ଭାବରେ ରହିବେ। ଏହି ଚଳଚିତ୍ର ମହୋତ୍ସବରେ ପ୍ରଥମ ଥର ଭାରତ ଋଷିଆ ସହିତ ମିଳିତ ଭାବରେ ଆୟୋଜନ କରୁଛନ୍ତି। ଅନ୍ୟ ଜୁରୀ ସଦସ୍ୟଙ୍କ ମଧ୍ୟେରେ ରହିଛନ୍ତି ମଧୁର ଭଣ୍ଡାରକର, ସାଜି ଏନ୍‌ କରୁଣ, ରାହୁଲ ରଓ୍ବାଲୀ ଏବଂ ମଞ୍ଜୁ ଭୋରା ପ୍ରମୁଖ।

Read More

ଛତିଶଗଡରେ ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଦାନ୍ତେଓ୍ବାଡେରେ ରବିବାର ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବେଳେ ନିହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ରାୟପୁରରୁ ୪୦୦ କିମି ଦୂର ଗୁମିୟାପଲ୍ଳୀ ଗ୍ରାମରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା। ଏହି ଏନକାଉଣ୍ଟରରେ କୌଣସି ପୋଲିସ୍‌ କର୍ମୀ ନିହତ କିମ୍ବା ଆହତ ହୋଇ ନାହାନ୍ତି ବୋଲି ଡିସିପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ରବିବାର ଭୋର ୫ଟା ସମୟରେ ସର୍ଚ୍ଚ ଅପରେସନ୍‌ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଏ-୩୦୩ ରାଇଫଲ୍‌ ଏବଂ ଗୋଟିଏ ମଜଲ୍‌ ଲୋଡିଂ ବନ୍ଧୁକ ଜବତ କରିଛି। ଦୁଇ ମୃତକଙ୍କୁ ଦେବା ଏବଂ ମମଗଲି ବୋଲି ଚିହ୍ନଟ କରାଯାଇଥିବା ବେଳେ ଉଭୟଙ୍କ ନାମରେ ୫ ଲକ୍ଷର ପୁରସ୍କାର ରାଶି ରହିଥିଲା। କୋସି ନାମକ ଜନୈକ ମହିଳା ନକ୍ସଲଙ୍କୁ ଗିରଫ…

Read More

କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂ ସିଦ୍ଧୁ ଶେଷରେ ପଞ୍ଜାବ କ୍ୟାବିନେଟ୍‌ରୁ  ଇସ୍ତଫା ପ୍ରଦାନ କରିଛନ୍ତି। ରବିବାର ନିଜର ଇସ୍ତଫାପତ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି ସିଦ୍ଧୁ। ଏହା ସହିତ ଇସ୍ତଫାପତ୍ରର ଏକ ଫଟୋ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି ସିଦ୍ଧୁ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମରୁ ବିଜେପି ସାଂସଦ ରହିଥିବା ସିଦ୍ଧୁଙ୍କୁ ଟିକଟ ନ ମିଳିବାରୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହିତ ସିଦ୍ଧୁଙ୍କ ମତଭେଦ ଘଟିଥିଲା। ପରିଶେଷରେ ରବିବାର ପଞ୍ଜାବ କ୍ୟାବିନେଟ୍‌ରୁ ଇସ୍ତଫା ପ୍ରଦାନ କରିଛନ୍ତି ନଭଜୋତ ସିଂ ସିଦ୍ଧୁ।

Read More

ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଜାତୀୟ ଦଳର ମୁଖ୍ୟ ହୁସେନ୍‌ ମହମ୍ମଦ ଇର୍ସାଦ ରବିବାର ଦିନ ପ୍ରାଣ ହରାଇଛନ୍ତି। ରବିବାର ଦିନ ଏକ ସାମରିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଇର୍ସାଦ ପ୍ରାଣ ହରାଇଛନ୍ତି। ଦେଶର ପୂର୍ବତନ ସେନାଧ୍ୟକ୍ଷ ରହିଥିବା ଇର୍ସାଦ ୧୯୮୨ ମସିହାରେ କ୍ଷମତା ଅକ୍ତିଆର କରିବା ସହିତ ୧୯୮୩ ମସିହାରେ ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ। ଏହାପରେ ୧୯୮୩ରୁ ୧୯୮୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବା ପରେ ୧୯୮୬ରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ। ଏହାପରେ ୧୯୯୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବା ପରେ ୧୯୯୧ ଠାରୁ ରଙ୍ଗପୁର ଆସନରୁ ସାଂସଦ ରହିଥିଲେ।

Read More

ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ବରଗଡ ପୋଲିସ୍‌। ବରଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ୩ ନକଲି ମାଓବାଦୀଙ୍କୁ ଅଟକ ରଖିଛି ଭଟଲି ଥାନା ପୋଲିସ। ୩ ଜଣ ନକଲି ମାଓବାଦୀଙ୍କ ମଧ୍ୟରେ ଜଣେ ଫରେଷ୍ଟର ଥିବା ସୂଚନା ମିଳିଛି। ଏହି ତିନ ଜଣ ମାଓବାଦୀଙ୍କ ନାଁରେ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଠିକାଦାର ଏବଂ ସାଧାରଣ ଜନତାଙ୍କ ନିକଟରୁ ଏମାନେ ଧମକାଇ ଅର୍ଥ ଆଦାୟ କରୁଥିବା ଜଣାପଡିଛି। ପୋଲିସ୍‌ ପକ୍ଷରୁ ତିନି ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି।

Read More

ତାଇଓ୍ବାନ ଏବଂ ହାଇତି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ହାଇତି ଗସ୍ତରେ ଯାଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍‌ ନିଜର ୧୨ ଦିନିଆ ବିଦେଶ ଗସ୍ତରେ ବିଭିନ୍ନ କାରିବିଆନ୍‌ ରାଷ୍ଟ୍ର ଭ୍ରମଣ କରିବେ। ଗତବର୍ଷ ତାଇଓ୍ବାନର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିବା ଓ୍ବେନ୍‌ ୧୨ ଦିନ ମଧ୍ୟରେ ହାଇତି ସମେତ ସେଣ୍ଟ ଲୁସିଆ, ସେଣ୍ଟ କିଟ୍‌ସ ଆଣ୍ଡ ନେଭିସ୍‌ ଗସ୍ତ କରିବେ। ଏହି ରାଷ୍ଟ୍ର ଭ୍ରମଣ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏବଂ ବ୍ୟବସାୟର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଓ୍ବେଙ୍ଗ ପ୍ରକାଶ କରିଛନ୍ତି। ଏହି ଅବସରରେ ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଏଜ୍‌ଙ୍କୁ ମଧ୍ୟ ଭେଟିଛନ୍ତି ସାଇ ଇଙ୍ଗ ଓ୍ବେନ୍‌।

Read More

ମୁମ୍ବାଇ କଂଗ୍ରେସର ମୁଖ୍ୟ ଭାବରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ସଭାପତି ଅଶୋକ ଚଭନଙ୍କ ସ୍ଥାନରେ ଶନିବାର ରାତିରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀ ପରିବାରରୁ ଆସିଥିବା ଥୋରାଟଙ୍କୁ ନିଯୁକ୍ତି ଦିଆଯିବା ଦ୍ବାରା ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀ ସମୁଦାୟକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ସାଧାରଣ ସଚିବ କେ ସି ଭେନୁଗୋପାଳ ମୁମ୍ବାଇ କଂଗ୍ରେସ ସଭାପତି ଭାବରେ ଥୋରାଟଙ୍କ ନାମ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଇସ୍ତଫ ପ୍ରଦାନ କରିଥିବା ବେଳେ କିଛିଦିନ ତଳେ ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲିନ୍ଦ ଦେଓରା ଇସ୍ତଫା ପ୍ରଦାନ କରିଥିଲେ।

Read More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି ଆଜି ଅନୁଷ୍ଠିତ ହେବ। ରଥ ଉପରେ ଏହି ନୀତି ରାତି ୮ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିବ। ତିନି ଠାକୁରଙ୍କଠାରେ ୯ ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ରଥରେ ମାଉସୀଙ୍କ ପାଖକୁ ଯିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା ମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ଶାନ୍ତି କରିବା ପାଇଁ ରଥ ଉପରେ ବିରାଜମାନ ଶ୍ରୀଜିଉ ମାନଙ୍କ ସମ୍ମୁଖରେ ଅଧରପଣା ପୂଜା କରାଯାଇଥାଏ। ମହାପ୍ରଭୁଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହେବ। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଭୋଗ କରାଯିବ। ରଥ…

Read More

ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଆ ଏକ ନୂଆ ବିଶ୍ବ ଚାମ୍ପିୟନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍‌ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତକରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ ଚତୁର୍ଥ ଥର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟ ଦଳ କଦାପି ବିଶ୍ବକପ୍‌ ଜିତିନଥିବାରୁ ଏଥର ନୂଆ ବିଶ୍ବ ଚମ୍ପିଆନ୍‌ଙ୍କୁ ଦେଖିବାକୁ ମିଳିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ଅପେକ୍ଷା ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଅଛି। ହେଲେ ନିର୍ଦ୍ଦିଷ୍ଠ ମ୍ୟାଚ୍‌​‌‌ରେ ଉଭୟ ଦଳଙ୍କ ମଧ୍ୟରୁ ଯିଏ ଭଲ ପ୍ରଦର୍ଶନ କରିବ ସେ ହିଁ ବିଜୟୀହେବ ବୋଲି କୁହାଯାଉଛି।

Read More

ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି। ନେପାଳ ପୋଲିସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ , ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ୨୦ ଜଣ ଲୋକ ନିଖୋଜ ଥିବା ବେଳେ ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି। ହିମାଳୟରେ ବର୍ଷା ଯୋଗୁଁ ଉଭୟ ଭାରତ ଓ ନେପାଳରେ ବର୍ଷା ଓ ଭୂସ୍ଖଳନ ହୋଇଛି। ଲଲିତପୁରରେ ୫ ଜଣ, କାଠମାଣ୍ଡୁ, କୋଠାଙ୍ଗ, ଭୋଜପୁର, କାଭରେ ଓ ମକୱାନପୁରରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିନ୍ଧୁଲି ଓ ଧାଡିଙ୍ଗରେ ୨ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଇଲାମ, ଝପା, ଓଖାଳଡୁଙ୍ଗା, ସୁନସାରି, ବାରା, ପାର୍ସା, ରାମଛପ ଏବଂ ଚିତୱାନ ଜିଲ୍ଲାରେ ଜଣେ ଲୋକଙ୍କର ପ୍ରାଣହାନି ଘଟିଛି। ବିଭିନ୍ନ ସ୍ଥାନରେ ପ୍ରାୟ ୫୦…

Read More

କେଦାର ମିଶ୍ର  ପଦ୍ମ ପୁରସ୍କାର ତ ମିଳିଲା ହେଲେ ସେ ପଦ୍ମ ପୁରସ୍କାରକୁ ନେଇ କରିବି କଣ? ଓଡିଶାରୁ ପଦ୍ମ ପୁରସ୍କାର ପାଇଥିବା ଅନେକ ଶିଳ୍ପୀ ଓ ସମାଜସେବୀଙ୍କର ଏହା ହେଉଛି ସାଧାରଣ ପ୍ରତିକ୍ରିୟା। ସେ ଲୋକକବି ହଳଧର ନାଗ ହୁଅନ୍ତୁ ଅଥବା ସମାଜସେବୀ ଦୈତାରୀ ନାୟକ, ସେ ପ୍ରାକୃତିକ ବିହନ ସଂଗ୍ରହରେ ବିରଳ ରେକର୍ଡ ପ୍ରତିଷ୍ଠା କରିଥିବା କମଳା ପୂଜାରୀ ହୁଅନ୍ତୁ ଅଥବା ରଙ୍ଗବତୀ ଗୀତର ପ୍ରସିଦ୍ଧ ଗାୟକ ଜିତେନ୍ଦ୍ର ହରିପାଲ, ଏମାନଙ୍କ ଭିତରେ ଅସାଧାରଣ ପ୍ରତିଭା ଅଛି, ହେଲେ ଆର୍ଥିକ ଦୃଷ୍ଟିରୁ ଏମାନେ ସମସ୍ତେ ଦୁର୍ବଳ। ସମାଜର ସବୁଠୁ ପଛଧାଡିରୁ ଆଗକୁ ଆଣି ଆମେ ସେମାନଙ୍କ ପ୍ରତିଭାକୁ ସମ୍ମାନୀତ କରିଛୁ, ହେଲେ ସେମାନଙ୍କ ପଦ୍ମଶ୍ରୀ ପଦକ ଝୁଲିବା ଲାଗି କାନ୍ଥ ଇ ନାହିଁ। ସମ୍ମାନ ଅଛି ହେଲେ ପେଟ ପୋଡିଯାଉଛି। ଏମିତି କିଛି ଖବର ଆସିବା ପରେ ଓଡିଶା ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଏହାକୁ ବିଚାର କରି…

Read More

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରୀ ମଦ ଦୋକାନୀ ଏଣିକି ଅଧିକ ମଦ ବିକିଲେ ସେମାନଙ୍କୁ ପୁରସ୍କାର କରାଯିବ। ଏପରି ଏକ ନିୟମ କରାଯାଉ ବୋଲି ବିଧାନସଭା ଅବକାରୀ ସ୍ଥାୟୀ କମିଟ ସୁପାରିଶ କରିଛି। ଆଉ ଏହା ଆଉ କେଉଁଠି ନୁହେଁ ଓଡିଶା ବିଧାନସଭାର ଅବକାରୀ ସ୍ଥାୟୀ ଗୃହ କମିଟ ଏପରି ସୁପାରିଶ କରିଛି। କମିଟ କହିଛି ଯେ, ସରକାର ସରକାରୀ ମଦ ଦୋକାନୀକୁ ମଦ ବିକ୍ରୀ କରିବା ପାଇଁ ଏକ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରିବାକୁ କୁହାଯାଇଛି। ହେଲେ ଯେଉଁ ମଦ ଦୋକାନୀ ଧର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ମଦ ବିକିବ ତାଙ୍କୁ ଅବକାରୀ ବିଭାଗ ପୁରସ୍କାର ଦେଉ ବୋଲି କମିଟ ସୁପାରିଶ କରିଛି। କମିଟର ରିପୋର୍ଟକୁ ଗୃହରେ ଉପସ୍ଥାପିତ ହେବା ପରେ ତାହା ପାଶ୍ ହେଲେ ସରକାର ଏହି ନିୟମ ଲାଗୁ କରିବେ। ତେବେ ବିରୋଧୀ କଂଗ୍ରେସ ଏହାକୁ ନେଇ ସମାଲୋଚନା କରିସାରିଲେଣି। କଂଗ୍ରେସ କହିଛି ଏହା ଏକ ଦୁର୍ଭାଗ୍ୟଜନକ…

Read More

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ ନାମଲେଖାଯିବ। ବିଜ୍ଞାନରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ସର୍ବାଧିକ ୮୯.୨ ପ୍ରତିଶତ ସହିତ ଆଗରେ ରହିଥିବାବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ବିତୀୟ, ବ୍ରହ୍ମପୁର ସରସ୍ବତୀ ବିଦ୍ୟାମନ୍ଦିର ଜୁନିଅର କଲେଜ ୮୭.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । କଳା ପାଠ୍ୟକ୍ରମରେ ବିଜେବି କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ କଟ୍ଅଫ୍ ମାର୍କ ଚଳିତ ବର୍ଷ ସର୍ବାଧିକ ୭୦.୪ ପ୍ରତିଶତ, ୭୦ପ୍ରତିଶତ ସହ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ ଓ ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ବାଣିଜ୍ୟରେ ତାଳଚେର ଜୁନିଅର କଲେଜ ୭୫.୮୩ ପ୍ରତିଶତ ସହ ଆଗରେ ରହିଥିଲାବେଳେ ରେଭନ୍ସୋ ହାୟର ସେକେଣ୍ଡାରୀ ସ୍କୁଲ ୭୫.୫ ପ୍ରତିଶତ ସହ ଦ୍ବିତୀୟ, ଶୈଳବାଳା କଲେଜ ୭୪.୪ପ୍ରତିଶତ ସହ ତୃତୀୟ ସ୍ଥାନରେ…

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ଅନୁଷ୍ଠିତ ହେବ। ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଥମ ପର୍ଯ୍ୟାୟର ଆଲୋଚନା ପୂର୍ବରୁ ବିଫଳ ହୋଇଛି । ଗତ ବର୍ଷ ଏହି କରିଡରକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉଭୟ ଦେଶ ସହମତି ଦେଇଥିଲେ। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଏହି କାମ ଶେଷ କରାଯିବାକୁ ଉଦ୍ୟମ ରଖାଯାଇଛି। ପ୍ରଥମ ବୈଠକ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରତ ଦିନକୁ ୫୦୦୦ ଶ୍ରଦ୍ଧାଳୁକୁ କରତାରପୁର ପଠାଇବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର ପାକିସ୍ତାନ ମାତ୍ର ୭୦୦ ଜଣଙ୍କ ଆଗମନକୁ ଅନୁମତି ଦେଇଥିଲା । ଭାରତୀୟ ପାସପୋର୍ଟ ପରିଚୟ ଭାବେ ସ୍ୱୀକାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବରୁ କରତାରପୁର କରିଡର…

Read More

ଚକ୍ରଧର ବିଶ୍ବଶ୍ରୀ ପ୍ରକୃତରେ ବାସ୍ତୁଶାସ୍ତ୍ର କାହିଁ କେଉଁ ପୁରୁଣା ଯୁଗରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଅନେକ ବିଶ୍ବାସ କରୁ ନ ଥିଲେ ମଧ୍ୟ ଏଥିରେ ଯେ ସତ୍ୟତା ଲୁଚି ରହିଛି ତାହାକୁ ଅସ୍ବୀକାର କରି ହେବ ନାହିଁ। ଅନେକ ଅନୁଭବ କରିଥିବେ ଯେ ଜଣଜଣଙ୍କ ଘରେ ଅଶାନ୍ତି ଲାଗି ରହେ। ହେଲେ ସେହି ପାଖ ଘରେ ସେପରି କିଛି ପରିଲକ୍ଷିତ ହୁଏ ନାହିଁ। ସେହିପରି କେତେକଙ୍କ ଘରେ ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କୁ ରୋଗ ମାଡି ବସେ, ହେଲେ ପାଖ ଘରେ ସେପରି ହୁଏ ନାହିଁ। ଏସବୁ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ ସମସ୍ତେ ବାସ୍ତୁ ଶାସ୍ତ୍ରର ଉପକାରିତାକୁ ଉପଲବ୍ଭ କରିଛନ୍ତି। ସେତେକି ନୁହେଁ ଏପରିକି ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହି ବାସ୍ତୁ ଶାସ୍ତ୍ରର ନିୟମ ନିର୍ଭର କରେ। ସେଥିପାଇଁ ଘରଟି ବାସ୍ତୁ ଶାସ୍ତ୍ର ଅନୁସାରେ ରହିଲେ ପରିବାର ମଧ୍ୟରେ ସୁଖଶାନ୍ତି ଲାଗିରହେ। ଘରର ବିଭିନ୍ନ ସ୍ଥାନ ପାଇଁ…

Read More

କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ସଂକଟରେ  ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର ଗୃହରେ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯଦି ସରକାର ବିଶ୍ବାସ ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି, ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ୟେଦୁରପ୍ପା । ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ, ଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ତାଙ୍କ ପାଖରେ ଦମ ରହିଛି। ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମୟ ସ୍ଥିର କରିବାକୁ ସେ ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ । ୟେଦୁରପ୍ପା କହିଛନ୍ତି ଯେ, ସେ ବାଗୀ କଂଗ୍ରେସ ବିଧାୟକଙ୍କ ସଂପର୍କରେ ରହିଛନ୍ତି । ତେଣୁ ଏଚ୍‌.ଡ଼ି କୁମାରସ୍ବାମୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଦରକାର  ନୂଆ ସରକାର ଗଠନ ହେବା ଦରକାର ବୋଲି କହିଛନ୍ତି ୟେଦୁରପ୍ପା । ଅପରପକ୍ଷରେ ବିଦ୍ରୋହୀ ପାଞ୍ଚ ବିଧାୟକ…

Read More

ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀ, ମହାନାଟୀ, ଗୀତା ଗୋବିନ୍ଦମ ଏବଂ ନୋଟାର ସଫଳତା ପରେ ବିଜୟ ଦେବରକୋଣ୍ଡାଙ୍କ ଡିଅର କମ୍ରେଡ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରଟି 4ଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍‌ ହୋଇଛି । ଟ୍ରେଲରଟିକୁ ସମସ୍ତ ବର୍ଗର ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଫିଲ୍ମରେ ବିଜୟ ଜଣେ କଲେଜ୍‌ ଛାତ୍ର ଭୂମିକାରେ ନଜର ଆସିଥିବା ବେଳେ ରଶ୍ମିକା ମନ୍ଦାନା ଜଣେ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ବିଭିନ୍ନ କଳାକାର ପସନ୍ଦ କରିଥିବା ବେଳେ କନ୍ନଡ ଅଭିନେତା ୟଶ୍‌ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ପ୍ରଚାର କରିଛନ୍ତି । ଫିଲ୍ମର ଏକ ଡାଏଲଗ୍‌ କହିବା ସହିତ ବିଜୟଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଗୀତା ଗୋବିନ୍ଦମ ପରେ ବିଜୟ ଏବଂ ରଶ୍ମିକାଙ୍କର ଏହା ଦ୍ବିତୀୟ ଫିଲ୍ମ ।

Read More