ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍ଗ୍ରାଉଣ୍ଡରେ ଭାଇଜାନ୍ଙ୍କ ଭଏସ୍ରେ ଫିଲ୍ମର ଷ୍ଟୋରୀ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଏହି ଟ୍ରେଲ୍ରରେ ସଲମାନ୍ଙ୍କୁ ପ୍ରଥମେ ମିଡିଲ୍ କ୍ଲାସ୍ର ଜଣେ ମଧ୍ୟବୟସ୍କ ଭାବେ ଦେଖିବାକୁ ମିଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନୀକୁ ଦେଖାଯାଇଛି। ଏହି ଫିଲ୍ମରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ସଂଳାପ ଦେଖାଯାଇଛି। ପ୍ରଥମରୁ ସଲମାନ୍ଙ୍କୁ ଷ୍ଟଣ୍ଟମ୍ୟାନ୍ ରୂପେ ଉଭା ହୋଇଥିବାବେଳେ ତାଙ୍କୁ ନୌସେନା ଅଧିକାରୀ ରୂପେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତ ନାମକୁ ନେଇ ସଲମନ୍ଙ୍କ ଜବଦରସ୍ତ ସଂଳାପ ରହିଛି ଭାରତ ନାମକୁ ନେଇ। ଭାରତ ଦେଶକୁ ଭଲ ପାଉଥିବାରୁ ତାଙ୍କ ପିତା ତାଙ୍କ ନାମ ଭାରତ ରଖିଥିଲେ। ଏତେ ବଡ଼ ନାମ ଆଗରେ ପଛରେ ସରନେମ୍ ଲଗାଇ ତାକୁ ଛୋଟ କରିବାକୁ ଚାହିଁନଥିବାର…
Author: Samikhsya Bureau
୨୦୧୯ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ ଏହାର ଦଳ ଘୋଷଣା କରିଛି। ଗୁଲବଦିନ୍ ନାଏବ ଦଳର ଅଧିନାୟକ ରହିଥିବା ବେଳେ ୩୧ ବର୍ଷୀୟ ଦ୍ରୁତ ବୋଲର ହମିଦ୍ ହସନ୍ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଅଧିନାୟକ ପଦରୁ ହଟା ଯାଇଥିବା ଅସଘର ଆଫଗାନ ନିଜର ସ୍ଥାନ ବଜାୟ ରଖିଛନ୍ତି। ରଶିଦ ଖାନ ଏବଂ ମହମ୍ମଦ ନବି ମଧ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି। ଦଳ : ଗୁଲବାଦିନ ନାଏବ (ଅଧିନାୟକ), ମହମ୍ମଦ ଶେହଜାଦ, ନୁର୍ ଅଲୀ ଜାର୍ଡାନ, ହଜରତ୍ ଉଲ୍ଲା ଜଜାଇ, ରେହମତ ଶାହ, ଅସଘର ଆଫଗାନ, ହସମତୁଲ୍ଲା ଶାହିଦି, ନଜିବୁଲ୍ଲା ଜାର୍ଡାନ, ସମିଉଲ୍ଲା ସେନାଓ୍ବାରୀ, ମହମ୍ମଦ ନବି, ରଶିଦ ଖାନ, ଦଓ୍ବଲତ୍ ଜାର୍ଦାନ, ଆଫତାବ ଆଲାମ, ହମିଦ ହାସାନ, ମୁଜିବ ଉର ରେହମାନ ।
ଜନନାୟକ ଜନତା ପାର୍ଟି ପକ୍ଷରୁ ସୋମବାର ଏହାର ବାକି ତିନି ଆସନ ପାଇଁ ହରିୟାଣାରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ପକ୍ଷରୁ ଯୁବ ଶାଖା ସଭାପତି ଦିଗ୍ବିଜୟ ସିଂ ଚୌତାଲାଙ୍କୁ ସୋନୀପତରେ ପ୍ରାର୍ଥୀ କରାଯାଇଛି। ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୁପିନ୍ଦର ସିଂ ହୁଡାଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ। ଦଳର ଅନ୍ୟତମ ପ୍ରାର୍ଥୀ ମେହମୁଦ ଖାନ୍ଙ୍କୁ ଦଳ ଗୁରୁଗ୍ରାମରୁ ପ୍ରାର୍ଥୀ କରିଥିବା ବେଳେ ଡିଡି ଶର୍ମାଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ କରିଛି। ଦଳର ପ୍ରାର୍ଥୀ ତାଲିକାରେ ଏକମାତ୍ର ସଂଖ୍ୟାଲଘୁ ପ୍ରାର୍ଥୀ ମେହମୁଦ ଖାନ୍ ଆଇଆଇଏମ୍ ଅହମ୍ମଦାବାଦରୁ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି। ଚୌତାଲା ପ୍ରତିଦ୍ବନ୍ଦିତା କରୁଥିବା ସୋନୀପତ ଜାଟ୍ ବହୁଳ ଆସନ ହୋଇଥିବାରୁ ଏହା ଚୌତାଲାଙ୍କ ପାଇଁ ଫାଇଦା ଜନକ ରହିବ ବୋଲି ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି।
ପୁରୀ ପିପିଲିରେ ଫ୍ଲାଇଂ ସ୍କ୍ବାଡ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ପିପିଲି ପୋଲିସ ଗିରଫ କରିଛି। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି। ମହାରଥୀଙ୍କ ନାଁରେ ବହୁ ସଙ୍ଗୀନ ଦଫା ଲଗାଇଛି। ମହାରଥୀ ନିଜେ ଗୋଡେଇ ଗୋଡେଇ ପିଟିଥିବା ଗତକାଲି ରାତିରେ ପ୍ରଦୀପ ମହାରଥୀ ମାଜିଷ୍ରେଟ୍ ଅଭିଯୋଗ କରିଥିଲେ। ତାଙ୍କ ବୟାନକୁ ଆଧାର କରି ମହାରଥୀଙ୍କୁ ଗିରଫ କରାଯାଇଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ନାମାଙ୍କନ ଖାରଜ ପାଇଁ ଯେଉଁସବୁ ଆବେଦନ ହୋଇଥିଲା ତାହା ଖାରଜ ହୋଇଯାଇଛି। ଆମେଠି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଡିଏମ୍ କୋର୍ଟରେ ରିଟର୍ଣ୍ଣିଂ ଅଫିସର ଏହି ନିଷତ୍ତି ନେଇଛନ୍ତି। ସୋମବାର ଦିନ ଆମେଠି ରିଟର୍ଣ୍ଣିଂ ଅଫିସର ରାମ ମନୋହର ମିଶ୍ର ଶୁଣାଣୀ କରି ରାହୁଲଙ୍କ ନାମାଙ୍କନ ପତ୍ର ବୈଧ ବୋଲି ଘୋଷଣା କରିଛନ୍ତି। ଆମେଠି ଲୋକସଭା ଆସନ ପାଇଁ ରାହୁଲ ଗତ ୧୦ ତାରିଖରେ ୪ଟି ସେଟ୍ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତ ଶନିବାର ନାମାଙ୍କନପତ୍ର ଯାଞ୍ଚ ସମୟରେ ବହୁଜନ ମୁକ୍ତି ପାର୍ଟିର ଅଫଜାଲ ୱାରିସ, ସ୍ବାଧୀନ ନେତା ଧ୍ରୁବଲାଲ, ସୁରେଶ କୁମାର କୁକ୍ଳ ଏବଂ ସୁରେଶ ଚନ୍ଦ୍ର ଯାଦବ ପ୍ରମୁଖ ରାହୁଲ ପ୍ରାର୍ଥିପତ୍ରର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ନିଜ ନିଜ ଓକିଲଙ୍କ ଜରିଆରେ ରିଟର୍ନିଂ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ତାଙ୍କ ନାମାଙ୍କନପତ୍ର ରଦ୍ଦ କରିବାକୁ ଦାବି…
ରାଜ୍ୟରେ ଚାଲିଛି ନିର୍ବାଚନ ମତଦାନ। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରଚାର ଜୋରସୋରରେ କରୁଛନ୍ତି। ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ନିର୍ବାଚନ ପାଇଁ ନିୟମିତ ସବୁ ରାଜନୈତିକ ଦଳର ନେତାମାନେ ଓଡ଼ିଶା ଗସ୍ତ କରୁଛନ୍ତି। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ ସହ ସାମ୍ରାଜ୍ୟ ବିସ୍ତାର କରିବାକୁ ପୁଣି ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସେ ପୂର୍ବରୁ ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତ କରିଛନ୍ତି। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ରହିଛି। ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବାରୁ ଆସନ୍ତା ୨୬ରେ ଓଡ଼ିଶା ଆସି ରାହୁଲ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବା କାର୍ଯ୍ୟକ୍ରମ ରହିଛି।
ମାରୁତି ସୁଜୁକିର ସ୍ପୋର୍ଟସ୍ ମଡେଲ୍ ବାଲେନୋର ସ୍ମାର୍ଟ ହାଇବ୍ରିଡ୍ ଭାରତୀୟ ବଜାରରେ ଲଞ୍ଚ ହୋଇଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ୭.୨୫ ଲକ୍ଷ ରହିଥିବା ବେଳେ ଏଥିରେ ୧.୨ ଲି. ଡୁଆଲ ଜେଟ୍ ଏବଂ ଡୁଆଲ ଭିଭିଟି ଇଞ୍ଜିନ୍ ବ୍ୟବହୃତ ହୋଇଛି। ପୂର୍ବ ମଡେଲ ଗୁଡିକ ତୁଳନାରେ ଏହାର ମାଇଲେଜ୍ ମଧ୍ୟ ବଢିଆ ରହିଛି। ଏହି କାର୍ଟିର ମାଇଲେଜ୍ ୨୩.୮୭ କି.ମି/ଲିଟର ରହିଛି। ୨୦୧୫ ରେ ଲଞ୍ଚ ହୋଇଥିବା ଏହି କାର୍ର ୫.୫ ଲକ୍ଷ ଉପଭୋକ୍ତା ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ୨ଲକ୍ଷ କାର୍ ବିକ୍ରି ହୋଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର ଏସ୍ କଲସୀ। ସ୍ମାର୍ଟ ହାଇବ୍ରିଡ୍ ସହିତ ଜେଟା ଏବଂ ଆଲ୍ଫା ମଡେଲ୍ର ଦୁଇଟି ଲେଖାଏଁ କାର୍ ଲଞ୍ଚ କରାଯାଇଛି। ଜେଟାର ସାଧାରଣ ମଡେଲର ମୂଲ୍ୟ ୭.୮୬ ଲକ୍ଷ ଟଙ୍କା ରହିଥିବା ବେଳେ ଜେଟା ସିଭିଟିର ମୂଲ୍ୟ ୮.୨୯ ଲକ୍ଷ ଟଙ୍କା ରହିଛି।…
ଥାନେର ଭିଓ୍ବାଣ୍ଡିରେ ଏକ ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭିଓ୍ବାଣ୍ଡୀର କାଲ୍ହେର ବଜାରରେ ଥିବା ଜୟ ମାତା ଦି କମ୍ପାଉଣ୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡ ଦୀର୍ଘ ୬ ଘଣ୍ଟା ଧରି ଲାଗି ରହିଥିଲା। ଗୋଦାମ ଗୃହରେ ପ୍ଲାଷ୍ଟିକ୍ ବ୍ରସ୍ ରହିଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲେ। ସକାଳ ୫.୪୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ଯାଇଥିବା ନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳକୁ ନିଜାମପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିବା ବେଳେ ଥାନେର ଦୁଇଟି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ଭୋପାଳରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନକୁ ନେଇ ନିର୍ବାଚନ କମିଶନର ନୋଟିସ୍ ଜାରି କରିଥିବାବେଳେ ଏହାକୁ ନେଇ ସୁଶ୍ରୀ ମାୟାବତୀ ଟୁଇଟ୍ କରି ତାଙ୍କ ନାମାଙ୍କନ ପତ୍ର ରଦ୍ଦ କରବାକୁ ଇସିଙ୍କୁ ଅନୁରୋଧ କରିଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି ଯେ, ‘ଭୋପାଳରେ ବିଜେପି ପ୍ରତ୍ୟାଶୀ ତଥା ମାଲେଗାଁ ବ୍ଲାଷ୍ଟ ଆରୋପୀ ସାଧ୍ବୀ ପ୍ରଜ୍ଞାର ଧର୍ମକୁ ନେଇ ଯୁଦ୍ଧ କରୁଛନ୍ତି। ଏହା ହେଉଛି ବିଜେପି ଆରଏସଏସ୍ଙ୍କ ଅସଲି ଚେହେରା। କିନ୍ତୁ ଆୟୋଗ ପ୍ରଜ୍ଞାଙ୍କ ବିବାଦୀୟ ବୟାନ ପାଇଁ ନୋଟିସ୍ ଜାରି କରିଥିବାବେଳେ, ତାଙ୍କ ନାମାଙ୍କନ ରଦ୍ଦ କ’ଣ ପାଇଁ କରୁନାହାନ୍ତି ବୋଲି ମାୟାବତୀ ଇସିଙ୍କୁ ପ୍ରଶ୍ନ କରିବା ସହିତ ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କରିଛନ୍ତି। ମାୟାବତୀ ନିର୍ବାଚନ ଆୟୋଗ ନିଷ୍ପକ୍ଷତା ସହ କାମ କରୁନଥିବା ଲୋକତନ୍ତ୍ର ପାଇଁ ବଡ ଚିନ୍ତାର କାରଣ ହୋଇଛି ବୋଲି କହିବା ସହିତ ଏଥିପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ରାଫାଲେ ମାମଲାରେ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ପାଇଥିବା ରାହୁଲ ଗାନ୍ଧୀ ନିରାଶ ବ୍ୟକ୍ତ କରିବା ସହିତ ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରକାଶ କରାଯାଇଛି ବୋଲି ସୁପ୍ରିମକୋର୍ଟଙ୍କୁ ନିଜ ମନ୍ତବ୍ୟରେ କହିଛନ୍ତି। ରାଫାଲେ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପ୍ରକାଶ ପରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ମୁଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମୋର ଧନ୍ୟବାଦ ଜଣାଉଛି କାରଣ କୋର୍ଟ ଆଜି ଘୋଷଣା କରିଛନ୍ତି କି ଚୌକିଦାର ହିଁ ଚୋର ଅଟେ’। ଏହି ମାମଲାକୁ ନେଇ ରାହୁଲ କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟକୁ ବିପକ୍ଷ ଦଳର ନେତା ମାନେ କଦର୍ଥ କରି ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସର୍ବୋଚ୍ଚ କୋର୍ଟ ତରଫରୁ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ରାହୁଲଙ୍କ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ଏହା ପରେ ରାହୁଲଙ୍କୁ ନୋଟିସ୍ ଦେଇଥିଲେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ। ଖଣ୍ଡପୀଠ ରାହୁଲଙ୍କୁ…
ଆଜି ହେଉଛି ‘ଆର୍ଥ ଡେ’ ବା ପୃଥିବୀ ଦିବସ। ଆଜିର ଥିମ୍ ରହିଛ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା’। ପୃଥିବୀକୁ ପ୍ରଦୂଷଣ ମୁକ୍ତ ରଖିବା ହେଉଛି ଆଜି ଦିନର ମହତ୍ତ୍ବ। ଏହି ଅବସରରେ ଗୁଗୁଲ୍ ଡୁଡୁଲ୍ ପ୍ରସ୍ତୁତ କରିଛି ସ୍ପେଶାଲ୍ ଆର୍ଥ ଡେ’। ଏଥିରେ ୬ ଭିନ୍ନ ପ୍ରଜାତିକୁ ଦେଖାଯାଇଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଜାତିଙ୍କର ଏକ ଶୃଙ୍ଖଳକୁ ଦର୍ଶାଯାଇଛି। ଜୀବଜନ୍ତୁ ଏବଂ ବୃକ୍ଷଲତା ପ୍ରଭୃତି ଥିବା ଏକ ଆନିମେଟେଡ୍ ଭିଡିଓ ଜରିଆରେ ଭିନ୍ନ ଭିନ୍ନ ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ଦେଖାଯାଇଛି। ପୃଥିବୀର ସୁରକ୍ଷା ଏବଂ ଏହାର ଦୀର୍ଘାୟୁ କାମନା କରି ଆମେରିକୀୟ ସିନେଟର ଜେରାଲ୍ଡ ନେଲସନଙ୍କ ଦ୍ୱାରା ୧୯୭୦ରେ ପ୍ରଥମେ ‘ପୃଥିବୀ ଦିବସ’ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ୨୨କୁ ‘ପୃଥିବୀ ଦିବସ’ ବା ‘ଆର୍ଥ ଡେ’ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ଦ୍ରୁତ ଅବକ୍ଷୟ, ପ୍ରଦୂଷଣ ଏବଂ ବେଆଇନ ପଶୁ ଶିକାର ଯୋଗୁ ବିପଦରେ ଥିବା…
ଦିଲ୍ଳୀର ୭ ବିଧାନସଭା ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ରହିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍ ମଧ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଥିବା ବେଳେ ଅଜୟ ମାକେନ୍ ନୂଆଦିଲ୍ଲୀ ସିଟ୍ରୁ ନିର୍ବାଚନ ଲଢିବେ। ପୂର୍ବତନ ସାଂସଦ ଜେ.ପି ଅଗ୍ରଓ୍ବାଲ ଚାନ୍ଦନୀ ଚୌକ୍ରୁ ନିର୍ବାଚନ ଲଢୁଥିବା ବେଳେ ମହାବଳ ମିଶ୍ରା ପଶ୍ଚିମ ଦିଲ୍ଲୀରୁ ଦଳର ପ୍ରାର୍ଥୀ ରହିଛନ୍ତି। ୧. ଚାନ୍ଦନୀଚୌକ : ଜେପି ଅଗ୍ରଓ୍ବାଲ ୨. ଉତ୍ତର ପୂର୍ବ ଦିଲ୍ଲୀ : ଶୀଲା ଦୀକ୍ଷିତ ୩. ପୂର୍ବ ଦିଲ୍ଲୀ : ଅରବିନ୍ଦର ସିଂ ଲଭ୍ଲୀ ୪. ନୂଆଦିଲ୍ଳୀ : ଅଜୟ ମାକେନ ୫. ଉତ୍ତର ପଶ୍ଚିମ ଦିଲ୍ଲୀ : ରାଜେଶ ଲିଲୋଥିଆ ୬. ପଶ୍ଚିମ ଦିଲ୍ଲୀ : ମହାବଳ ମିଶ୍ରା
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆମେଥିରୁ ବିଦାୟ ଦେବା ପାଇଁ ଆମେଥି ବାସୀଙ୍କୁ ନିବେଦନ କରିଛନ୍ତି। ସ୍ମୃତି କହିଛନ୍ତି, ପାଞ୍ଚ ବର୍ଷରେ ଥରେ ଦେଖା ଦେଉଥିବା ନିଖୋଜ ସାଂସଦଙ୍କୁ ବିଦାୟ ଦେବାର ସମୟ ଉପନୀତ ହୋଇଛି। ନିଖୋଜ ସାଂସଦଙ୍କୁ ବିଦାୟ ଦେବା ସହିତ ପ୍ରଥମ ଥର ପାଇଁ ଆମେଥିରୁ ଏକ ପଦ୍ମ ଫୁଲ ଦିଲ୍ଲୀ ପଠାନ୍ତୁ ବୋଲି ଆମେଥିବାସୀଙ୍କୁ ନିବେଦନ କରିଛନ୍ତି ସ୍ମୃତି। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାହୁଲ ପାଞ୍ଚ ବର୍ଷରେ ଥରେ ଏହି ନିର୍ବାଚନୀ କ୍ଷେତ୍ରକୁ ଆସିଥାନ୍ତି। ଯଦି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ହୋଇ ନଥାନ୍ତା ତେବେ ରାହୁଲଙ୍କ ଦେଖା ମିଳୁ ନଥାନ୍ତା ବୋଲି କହିଛନ୍ତି ସ୍ମୃତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପାଇଁ ନିବେଦନ କରିଛନ୍ତି। ସେହିପରି ବିଗତ ୧୫ବର୍ଷ ମଧ୍ୟରେ ସାଂସଦ ପାଣ୍ଠିର ଅର୍ଥ ଖର୍ଚ୍ଚ ହୋଇନାହିଁ ବୋଲି ମଧ୍ୟ ଅଭିଯୋଗ…
ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ଶକ୍ତିଶାଳୀ ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ପାନ୍ ଆମେରିକାନ ଜାତୀୟ ରାଜପଥ ଆଂଶିକ ଭାବରେ ବନ୍ଦ ହୋଇ ପହିଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଠାରୁ ଲଗାତାର ବର୍ଷା ଫଳରେ ଦକ୍ଷିଣ ପଶ୍ଚିମ କଲମ୍ବିଆର କାଉକା ଅଞ୍ଚଳରେ ଏହି ଅଘଟଣ ଘଟିଛି। ରବିବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪ ରହିଥିବା ବେଳେ ସୋମବାର ମିଳିଥିବା ସୂଚନା ଅନୁଯାୟୀ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନରେ ୮ ଟି ଘର ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍ର ଡ୍ରାଇଭର୍ ମାତ୍ର କାର୍ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ…
ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ପାଞ୍ଚୋଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ପ୍ରମଖ ରାଜେନୖତିକ ଦଳମାନେ କସରତ ଆରମ୍ଭ କରିଦେଇଛନ୍ତି। ତେବେ ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ରାଜନୈତିକ ଦଳ ୟୁପିଏ ଓ ଏନ୍ଡିଏ ମଧ୍ୟରେ ବେଶ ଟକ୍କର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ କିଏ ହେବେ ସେନେଇ ଏବେ ରାଜନୀତି ବେଶ୍ ସରଗରମ ରହିଛି। ଏହି ନିର୍ବାଚନ ମଣ୍ଡଳୀ ବାରଣାସୀ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରିନାହିଁ। ତେବେ ନିକଟରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ସଂଶୟ ଲାଗି ରହିଛି। ତେବେ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ତାଙ୍କୁ ବାରଣାସୀ ଆସନରୁ…
ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର ପୋଲିସ୍ ଡାମ୍ବୁଲାରୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମେସିଂଘେ କହିଛନ୍ତି। ସୋମବାର ଦିନ କଲମ୍ବୋ ବିମାନ ବନ୍ଦରରୁ ୯ଟି ଜୀବନ୍ତ ବୋମାକୁ ନିଷ୍କ୍ରିୟ କରାଯାଇଛି। ଏହା ମଧ୍ୟରେ ୬ ଫୁଟ ଲମ୍ବର ଏକ ଆଇଇଡି ବୋମା ରହିଥିଲା। ବିଦେଶ ଗସ୍ତରେ ରହିଥିବା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜର ଗସ୍ତ ବାତିଲ କରିବା ସହିତ ସୁରକ୍ଷା ପରିଷଦ ସହିତ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି। ଏହି ସମୟରେ ଶ୍ରୀଲଙ୍କାରେ ଇଣ୍ଟରନେଟ୍…
ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ହିଂସାକାଣ୍ଡ ଘଟି ନ ଥିଲା। ହେଲେ ତୃତୀୟ ପର୍ଯ୍ୟାୟରେ ରାଡନୈତିକ ହିଂସାକାଣ୍ଡ ଜୋରଧରିଛି। ଗତକାଲି ରାତିରେ ପିପିଲିରେ ପ୍ରଦୀପ ମହାରାଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡ ଚଢଉ କରିବା ପରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ସେହିପରି ଭୁବନେଶ୍ବରର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗତକାଲି ଅପରାହ୍ନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ ଆସିଛି। ପରେ ପରେ ରାତିରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ଫିଙ୍ଗା ଯାଇଛି। ଫଳରେ ଅନନ୍ତ ଏବଂ ତାଙ୍କର ସମର୍ଥକମାନେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି କେଉଁଝର ଘଷିପୁରା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିବାର ଜଣାପଡିଛି। ସେଠାରେ ବଦ୍ରିପାତ୍ରଙ୍କ ପୁଅ ଓ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।
କେଦାର ମିଶ୍ର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ତୁଳନାରେ ଅଧିକ ଭଲ ଫଳ ପାଇବା ବୋଲି ଆଶା କରା ଯାଉଛି। ବିଭିନ୍ନ ଗୁଇନ୍ଦା ସୂତ୍ର ଓ କ୍ଷେତ୍ର ଅଧ୍ୟୟନରୁ ଯାହା ଜଣାପଡୁଛି, କେବଳ ବଲାଙ୍ଗୀର ଲୋକସଭା ଆସନକୁ ବାଦ ଦେଲେ ବାକି ସବୁ କ୍ଷେତ୍ରରେ ବିଜେଡ଼ିର ପଲା ଭାରି ରହିଥିବାର ସୂଚନା ମିଳୁଛି। ପ୍ରଥମଥର ଲାଗି ଓଡିଶାରେ ଭୋଟରଙ୍କ ମୁହଁରୁ “ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ଫୁଲ’’ ର କଥା ଶୁଣି କେହି କେହି ଏହା ବିଜେପି ପାଇଁ ଲାଭଜନକ ହେବ ବୋଲି ବିଶ୍ଵାସ କରୁଛନ୍ତି। କିନ୍ତୁ ସମାନ୍ତରାଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏ ପ୍ରକାର ଭୋଟ ବିଭାଜନ ଅତି ବେଶୀରେ ୧୦% ରୁ ଅଧିକ ହୁଏ ନାହିଁ। ଗୋଟିଏ ଚିହ୍ନ ଓ ଗୋଟିଏ ନେତା ର ଧାରା ଠୁ ଦୁଇ ଚିହ୍ନ ଓ ଦୁଇ ନେତାଙ୍କ ଆଡକୁ ସଚେତନ ଭାବରେ ଯାଇ ପାରିବାର…
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ପାଟନାରେ ଏକ ରାଲିରେ ପ୍ରଚାର କରି ୨୦୧୪ ଭଳି ୨୦୧୯ରେ ପୁଣି ୨୬ ଆସନରୁ ୨୬ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ୍ କରିଛନ୍ତି। ନିଜ ମାଟିର ପୁଅ ଯେତେବେଳେ ପ୍ରଧାନମନ୍ତ୍ରୀ ରହିଛି ସେତେବେଳେ ଅନ୍ୟ କାହା ପାଇଁ ଭୋଟ ଦେବା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଗୁଜରାଟରୁ ଯଦି ଗୋଟିଏ ଆସନ ବି କମିଯିବ ତାହେଲେ ତାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ। ଏମିତିକି ଅନ୍ୟ ରାଜ୍ୟରୁ ବିଜେପିକୁ ସମର୍ଥନ ମିଳୁଥିବା ବେଳେ ଯଦି ଗୁଜରାଟରୁ ୨୦୧୪ ପରି ସମର୍ଥନ ନମିଳିବ, ତାହେଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ନାହିଁ ବୋଲି କହିଥିଲେ ମୋଦି। ତେଣୁ ୨୦୧୪ ଭଳି ଚଳିତଥର ମଧ୍ୟ ୨୬ରୁ ୨୬ ସାଂସଦ ଆସନରେ ତାଙ୍କ ପାଇଁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି। ଏପ୍ରିଲ…
ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି।


