ଜୁଲାଇ ମାସ ସୁଦ୍ଧା ୫/୧୦ଟି ଖଣି ନିଲାମ ହେବ ବୋଲି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲ ଅଭାବ ନପଡ଼ିବ ତାପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିବେ। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ଜୁଲାଇ ସୁଦ୍ଧା ୩୬ ଭିତରୁ ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି।
Author: Samikhsya Bureau
ନିକଟରେ ବିବାହ କରିଥିବା ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଫିଲ୍ମ ଅଭିନେତ୍ରୀ ନୁସରତ ଜହାଁଙ୍କ ବିରୋଧରେ ବୁର୍ଖା ନ ପିନ୍ଧିବା ନେଇ ତଥା ଅନ୍ୟ ଧର୍ମରେ ବିବାହ କରିଥିବା ନେଇ ଫତ୍ଓ୍ବା ଜାରି କରାଯାଇଛି । ଦେଓବନ୍ଦର ଏକ ମୁସ୍ଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଫତ୍ଓ୍ବା ଜାରି କରାଯାଇଛି । ମାତ୍ର ଏହି ମାମଲାରେ ନୁସରତ୍ଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା । ମୁଫ୍ତି ଅସଦ ଓ୍ବାସ୍ମୀ ଅନ୍ୟଧର୍ମରେ ବିବାହ କରିଥିବା ନେଇ ଏହି ଫତ୍ଓ୍ବା ଜାରି କରିଥିଲେ । ନୁସରତ୍ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପିନ୍ଧି ଆସିଥିବାରୁ ଏହାକୁ ସମାଲୋଚନା କରିଛନ୍ତି ଓ୍ବାସ୍ମୀ । ଭୋପାଳରୁ ବିଜେପି ସାଂସଦ ରହିଥିବା ପ୍ରଜ୍ଞା ସିଂ ଠାକୁର ନୁସରତଙ୍କ ସମର୍ଥନରେ ବାହାରିଛନ୍ତି । ଯଦି ମୁସ୍ଲିମ୍ ଯୁବକଙ୍କୁ ବିବାହ କଲେ ହିନ୍ଦୁ ଯୁବତୀ ବୁର୍ଖା ପିନ୍ଧି ପାରିବେ ତେବେ ସମାନ ନିୟମରେ ନୁୁସରତ୍ କିଛି ବି ଭୁଲ କରି…
ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ କରିଛନ୍ତି ରାଜନାଥ ସିଂ। ରାଜନାଥ ନିଜର ବିଶାଖାପାଟଣା ଗସ୍ତ ସମୟରେ ନୌସେନାର ପୂର୍ବୀୟ ଶାଖା ସହିତ ଏକ ବୈଠକରେ ଯୋଗ ଦେଇଛନ୍ତି। ଆଇଏନ୍ଏସ୍ ଡେଗା ବିମାନବନ୍ଦରରୁ ଓହ୍ଲାଇବା ପରେ ନୌସେନା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ନୌସେନାର ପୂର୍ବତଟ କାର୍ଯ୍ୟାଳୟରେ ଆଡମିରାଲ କରମବୀର ସିଂ, ଭାଇସ୍ ଆଡମିରାଲ ଅତୁଲ କୁମାର ଜୈନ୍, ପର୍ଯ୍ୟଟନ ମନ୍ତ୍ରୀ ମୁତ୍ଥାମସେଟ୍ଟୀ ଶ୍ରୀନିବାସ ରାଓ, ଆନ୍ଧ୍ରପ୍ରଦେଶ କମିଶନର ରାଜୀବ କୁମାର ମୀନା, ଜିଲ୍ଲାପାଳ ଭି ବିନୟ ଚାନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବିଶାଖାପାଟଣାରେ ଅବସ୍ଥାନ କରିବା ସହିତ ନୌସେନା ସମ୍ପର୍କରେ ଆଲୋଚନା କରି ଆସନ୍ତା କାଲି ପ୍ରତ୍ୟାବର୍ତ୍ତନ କରିବେ ରାଜନାଥ ସିଂ।
ଉତ୍ତରପ୍ରଦେଶରେ ଦଳିତଙ୍କ ସମାନ ପରି ସାମାଜିକ ସଂରଚନା ରଖୁଥିବା ୧୭ଟି ଅତି ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ୍ କରିବା ନେଇ ଦଶକ ଦଶକ ଧରି ଦାବି ରହିଥିଲା । ସମୟେ ସମୟେ ସରକାର ଏହା ଉପରେ କିଛି କରିବା ନେଇ ପ୍ରୟାସ କରୁଥିବାବେଳେ ମଉକା ଦେଖି ଯୋଗୀ ସରକାର ଏହି ପ୍ରୟାସକୁ ନିଜ ପକ୍ଷଭୁକ୍ତ କରିନେଇଛନ୍ତି । ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍ସି ବର୍ଗରେ ସାମିଲ୍ କରିଛନ୍ତି। ଏହି ବର୍ଗରେ ରହିଛନ୍ତି କହାର, କେବଟ, ମଲ୍ଲାହ, ନିଷାଦ, କୁମହାର, କଶ୍ୟପ, ବିନ୍ଦ, ପ୍ରଜାପତି, ଧୀବର, ଭର, ରାଜଭର, ଢୀମର, ଓ୍ବାଥମ୍, ତୁରହା, ମାଁଝୀ, ମଛୁଆ ଓ ଗୋଡ଼ିଆ ପ୍ରମୁଖ । ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍ସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମାଣପତ୍ର ହାସଲ କରିପାରିବେ। ଏହାପୂର୍ବରୁ ମୁଲାୟମ୍ ସିଂ ଯାଦବ, ମାୟାବତୀ ଏବଂ ଅଖିଳେଶ ଯାଦବ ଏସବୁ ପଛୁଆ ବର୍ଗଙ୍କୁ…
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ନୂଆଦିଲ୍ଲୀଠାରେ ୮ ସଫଦରଜଙ୍ଗସ୍ଥିତ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଟୁଇଟ୍ କରିଛନ୍ତି ଯେ, ତାଙ୍କର ପୁରୁଣା ଠିକଣାରେ ଏଣିକି କେହି ତାଙ୍କୁ ଯୋଗାଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଥର ସୁଷମା ନିର୍ବାଚନ ନ ଲଢ଼ିବାକୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଚଳିତ ଥର ଏସ୍. ଜୟଶଙ୍କର ବୈଦେଶିକ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ସୁଷମା ବିଦେଶ ମନ୍ତ୍ରୀ ଥିବା ସମୟରେ ଟୁଇଟ୍ରେ ବହୁତ ସକ୍ରିୟ ରହିଥିଲେ । ବିଦେଶରେ ରହିଥିଲେ ବି ଟୁଇଟର୍ ଜରିଆରେ ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିଲେ । ତାଙ୍କର ନିଆରା କାର୍ଯ୍ୟଶୈଳୀ ଯୋଗୁଁ ପ୍ରବାସୀ ଭାରତୀୟଙ୍କ ଭିତରେ ବହୁ ଲୋକପ୍ରିୟ ଥିଲେ…
ଜୁଲାଇ 1 ତାରିଖରୁ ସୁପ୍ରିମ୍କୋର୍ଟ ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ଖୋଲିବା ପରେ ବିଭିନ୍ନ ସ୍ପର୍ଶକାତର ମାମଲା ଗୁଡିକର ବିଚାର କରାଯିବ ବୋଲି କୁହାଯାଇଛି । 6 ସପ୍ତାହର ଛୁଟି ପରେ ଖୋଲିବାକୁ ଯାଉଥିବା ସୁପ୍ରିମ୍କୋର୍ଟ ବର୍ତ୍ତମାନ ଏହାର ସମସ୍ତ 31 ବିଚାରପତିଙ୍କ ସହିତ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ କାର୍ଯ୍ୟ କରିବ । ଜୁଲାଇ 1 ପରେ ସୁପ୍ରିମ୍କୋର୍ଟ ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ, ଅଯୋଧ୍ୟା ମାମଲା ଏବଂ ରାଫାଲେ ମାମଲାର ବିଚାର କରାଯିବ ବୋଲି ସୂଚନା ମିଳିଛି । ୟଶଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଦାୟର କରାଯାଇଥିବା ରାଫାଲେ ମାମଲାର ବିଚାର ଏକ ତିନି ଜଣିଆ ଖଣ୍ଡପୀଠ କରିବ । ମୀନାକ୍ଷୀ ଲେଖିଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମାମଲାର ବିଚାର କରିବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେହିପରି ଅଗଷ୍ଟ 15 ପୂର୍ବରୁ ଅଯୋଧ୍ୟା ମାମଲାରବିଚାର କରାଯିବ ଏବଂ…
ଅଭୟ ସିଂ (କିଶନ ପଟ୍ଟନାୟକ, କେବଳ ରାଜନେତା ବା ରାଜନୈତିକ ଚିନ୍ତକ ନଥିଲେ, ସେ ଥିଲେ ତାଙ୍କ ସମୟ ଓ ସମାଜର ଜାଗ୍ରତ ବିବେକ। ଓଡିଶାର ବୌଦ୍ଧିକ ଇତିହାସରେ କିଶନ ପଟ୍ଟନାୟକ ସବୁଦିନ ପ୍ରଚ୍ଛଦପଟର ନାୟକ ହୋଇ ରହିଗଲେ କାରଣ ସେ କ୍ଷମତା ରାଜନୀତି ତୁଳନାରେ ବୈଚାରିକ ରାଜନୀତିକୁ ସର୍ବାଧିକ ଗୁରୁତ୍ଵ ଦେଲେ। କିଶନ ବାବୁଙ୍କ ବିଚାର ଅନେକାଂଶରେ ଜଣେ “ପ୍ରଫେଟ” ର। ଭାରତର ରାଜନୈତିକ ଭବିଷ୍ୟତକୁ ନେଇ ସେ ଯେଉଁ ଟୀକା ଟିପ୍ପଣୀ କରିଥିଲେ, ଆଜି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି। ଭାରତୀୟ ରାଜନୀତିକୁ ମୌଳିକ ଦୃଷ୍ଟିରେ ଦେଖିବାର ଓ ପରଖିବାର ବିରଳ ଦକ୍ଷତା ତାଙ୍କର ରହିଥିଲା। ଓଡିଶାର ଇତିହାସରେ କିଶନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ। ଏହାହିଁ ଆମ ସମୟର ବିଡମ୍ବନା। “ଦୁନିଆ ବିକଳ୍ପହୀନ ନୁହେଁ” ବୋଲି ଦୃପ୍ତ ଭାବରେ ଘୋଷଣା କରିଥିବା କିଶନ ପଟ୍ଟନାୟକ ଆଜି ନିର୍ବିକଳ୍ପ। ତାଙ୍କର ବିଚାର, ବ୍ୟକ୍ତିତ୍ବ ଓ ଜୀବନ ପ୍ରତ୍ୟେକ ଓଡିଆ…
ଭାରତୀୟ ଜନତା ପାର୍ଟିର ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟ ସଚେତକ ଭାବରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର । ଚଳିତ ଥର ଓଡ଼ିଶାରେ ୨୩ଟି ବିଧାନସଭା ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି ବିଜେପି ।
ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ଆଇପିଏସ ଜଳଦ କର ତ୍ରିପାଠୀ। ଜୁଲାଇ ଆରମ୍ଭରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ଜେଏନ୍ୟୁରେ ଜଳଦ ୧୯୮୫ ବ୍ୟାଚ୍ର ଆଇପିଏସ୍ ଅଫିସର । ତାମିଲନାଡୁ କ୍ୟାଡରର ଏହି ଆଇପିଏସ ଅଫିସରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ରହିଛି। ଏବେ ଏହି ଓଡ଼ିଆ ପୁଅ ତାମିଲନାଡୁ ୟୁନିଫର୍ମ ସର୍ଭିସ ନିଯୁକ୍ତି ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ୟୁପିଏସସି ଏହି ନିଯୁକ୍ତି ଦେଇଛି। ୨୦୧୨ରେ ଜଲଦ କେ ତ୍ରିପାଠୀ ଚେନ୍ନାଇ ପୁଲିସ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିଲେ। ଘଟଣାସ୍ଥଳରେ ୫ ଡକାୟତକୁ ଏନକାଉଣ୍ଟର କରି ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ରାଜ୍ୟର ଡିଜିପି ରହିଛନ୍ତି ଟି.କେ ରାଜେନ୍ଦ୍ରନ। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପୂର୍ବରୁ ଶେଷ ହୋଇଥିଲା କିନ୍ତୁ ରାଜ୍ୟ ସରକାର ଆଉ ଦୁଇ ବର୍ଷ ବଢ଼ାଇଥିଲେ। ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ଶେଷ…
ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜୁନ ୩୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏବେ ଓଜେଇଇ ପାଇଁ ନାମଲେଖା ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। କେତେକ କଲେଜରେ ସ୍ପଟ ଆଡମିସନ ମଧ୍ୟ ଜାରି ରହିଛି। ତେବେ ବିଭିନ୍ନ କଲେଜରେ ଅନେକ ପାଠ୍ୟକ୍ରମ ପାଇଁ ଶତାଧିକ ସିଟ୍ ଖାଲି ରହିଛି। ଯାହା କଲେଜ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି। ଯାହାକୁ ନଜରରେ ରଖି ସ୍ୱତନ୍ତ୍ର ଓଜେଇଇ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣରୁ ପ୍ରଥମ ଓଜେଇଇରେ ଭାଗ ନେଇ ନାହାନ୍ତି କିମ୍ବା କାଉନସେଲିଂରେ ସାମିଲ ହୋଇପାରି ନାହାନ୍ତି ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ଦେଇପାରିବେ। ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ତାରିଖ ଜୁନ ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ଜୁଲାଇ ୭ରେ ସରିବ। ଜୁଲାଇ ୧୫ରେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…
ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ନେବାକୁ ଉଭୟ ରାଜ୍ୟ ସରକାରଙ୍କୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଓଡ଼ିଶାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ସୋନପୁର, ବୌଦ୍ଧ ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
କାଲିଫର୍ଣ୍ଣିଆ, ମେକ୍ସିକୋ ଏବଂ ଆରିଜୋନା ସୀମାରେ ପ୍ରାଚୀର ନିର୍ମାଣ ନେଇ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଜନୈକ ଫେଡେରାଲ ଜଜ୍ । 2.5 ବିଲିୟନ୍ ଡଲାର ସାମରିକ ବଜେଟ୍କୁ ଟ୍ରମ୍ପ ଏହି ତିନି ରାଷ୍ଟ୍ର ସହିତ ପ୍ରାଚୀର ନିର୍ମାଣରେ ଖର୍ଚ୍ଚ କରିବାକୁ ଚାହୁଁଥିବା ବେଳେ ଫେଡେରାଲ୍ ଜଜ୍ ହେଉଡ୍ ଏସ୍ ଗିଲିଆମ୍ ଏହାକୁ ବିରୋଧ କରିଛନ୍ତି । ବିଭିନ୍ନ ସାମାଜିକ କର୍ମୀଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକାର ବିଚାର କରି ଶୁକ୍ରବାର ଏହି ଆଦେଶ ଦେଇଛନ୍ତି ଗିଲିଆମ୍ । ଏହି ପ୍ରାଚୀର ନିର୍ମାଣ ଦ୍ବାରା ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡିବ ଏବଂ ସାମରିକ ବଜେଟ୍ ଖର୍ଚ୍ଚ ହେବା ଦ୍ବାରା ସାମରିକ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଗିଲିଆମ୍ । ଏହି ପ୍ରାଚୀର ମଧ୍ୟରୁ ମେକ୍ସିକୋ ସୀମାରେ 74 କିମିର ପ୍ରାଚୀର ରହିଥିବା ବେଳେ ୟୁମା, ଆରିଜୋନାରେ 8 କିମି ପ୍ରାଚୀର ରହିବ ।
ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗାକାଳିଆ। ନୂଆଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ଜଗା-କାଳିଆ ଓଡ଼ିଶା ଫେରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ବୈଠକ ପରେ ଏନ୍ଏଚ୍ଏମ୍ ଏମ୍ଡି ଶାଳିନୀ ପଣ୍ଡିତ୍ ସୂଚନା ଦେଇଛନ୍ତି। ଜଗାକାଳିଆ ଓଡ଼ିଶା ଫେରିବା ନେଇ ଆଡଭାଇଜାରୀ ଜାରି କରିବା ଏମ୍ସ୍ ନୂଆଦିଲ୍ଲୀ। ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏମ୍ସ କର୍ତ୍ତୃପକ୍ଷଙ୍କ ଆଲୋଚନା ଭୁବନେଶ୍ବର ଏମ୍ସ୍ କିମ୍ବା ଏସ୍ବିରେ ରହି ଚିକିତ୍ସିତ ହେବେ ଜଗା-ବଳିଆ। ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଛି। କନ୍ଧମାଳର ଏହି ଦୁଇ ଭାଇଙ୍କ ଅସ୍ତ୍ରୋପଚାର ସାରା ବିଶ୍ୱରେ ବିରଳ ଥିଲା। ଏହା ମେଡିକାଲ ସାଇନ୍ସ ପାଇଁ ମଧ୍ୟ ଚ୍ୟାଲେଂଜ ସୃଷ୍ଟି କରିଥିଲା। ଅସ୍ତ୍ରୋପଚାର ସଫଳ ହୋଇ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ବର୍ତ୍ତମାନ ଉଭୟ ଶିଶୁ ସୁସ୍ଥ ଅଛନ୍ତି।
ଆଫଗାନିସ୍ତାନରେ ତାଲିବାନର ଆକ୍ରମଣରେ ୨୫ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ଉତ୍ତର ଭାଗରେ ରହିଥିବା ବାଘଲାନ ପ୍ରଦେଶରେ ଏହି ବିସ୍ଫୋରଣ ଘଟିଛି। ଜିଲ୍ଲା ମୁଖ୍ୟ ଫଜେଲୁଦ୍ଦିନ ମୁରାଦି ଆକ୍ରମଣ ସମ୍ପର୍କରେ ସୂଚନା ଦେବା ସହିତ ୨୫ ସୁରକ୍ଷା ଅଧିକାରୀ ନିହତ ହୋଇଥିବା ବିଷୟକୁ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ନାହରିନ୍ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଆଜିଠାରୁ ତାଲିବାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ହେବାର ଥିବାରୁ ଏହି ଆକ୍ରମଣ ଆଲୋଚନାକୁ ପ୍ରଭାବିତ କରି ପାରିବ ବୋଲି କୁହାଯାଇଛି। ପ୍ରାରମ୍ଭିକ ଭାବରେ ତାଲିବାନ ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ସ୍ବୀକାର କରିନଥିଲେ ମଧ୍ୟ ଶନିବାର ସକାଳୁ ଏକ ଭିଡିଓ ଜରିଆରେ ନିଜ ସମ୍ପୃକ୍ତି ସ୍ପଷ୍ଟ କରିଥିଲା।
ପରୀକ୍ଷାମୂଳକ ଭାବରେ କେନ୍ଦ୍ରାପଡାରେ ଗଡିଲା ଟ୍ରେନ୍। ପ୍ରଥମ ଥର ପାଇଁ କେନ୍ଦ୍ରାପଡା ରେଳଧାରଣାରେ ଗଡିଲା ଇଞ୍ଜିନ୍। ଶନିବାର ହରିଦାସପୁରରୁ ଗୋପ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ଏକ ଇଞ୍ଜିନ୍ ଚଳାଯାଇଛି। ଦୀର୍ଘଦିନ ଧରି ରେଳ ଧାରଣା ନିର୍ମାଣ ସରିଥିଲେ ମଧ୍ୟ ଏଠାରେ ଟ୍ରେନ୍ ଚଳାଚଳ କରିନାହିଁ। ପରୀକ୍ଷଣ ପରେ ଖୁବ୍ ଶୀଘ୍ର ଟ୍ରନ୍ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ହରିଦାସପୁରରୁ ପାରାଦୀପ ମଧ୍ୟରେ ରହିଥିବା ଏହି 82 କିମି ରେଳପଥ ଖୁବ୍ଶୀଘ୍ର ସାଧାରଣ ଲୋକଙ୍କ ନିମନ୍ତେ କାର୍ଯ୍ୟକାରୀ ହେବାର ସମ୍ଭାବନା ଦେଖାଦେଇଛି।
ଦିଲ୍ଳୀ ମିରଟ ଏକ୍ସପ୍ରେସ ଓ୍ବେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ଜଣଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉତ୍ତମ ନଗରରେ ରହୁଥିବା ଏକ ପରିବାର ନୈନିତାଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ୍ କମିଶନର ଜସ୍ମିତ୍ ସିଂ ସୂଚନା ଦେଇଛନ୍ତି। ରାତି ୧୨ ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ପୋଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍କୁ ଜବତ କରିବା ସହିତ ଆହତ ମାନଙ୍କୁ ଡାକ୍ତରଖାନା ପଠାଇଥିଲା। ମୃତକଙ୍କ ମଧ୍ୟରେ ମୁକେଶ ଜୈନ୍, ନିଶାନ୍ ସିଂ ଏବଂ ମୋନୁ ଜୈନ୍ ରହିଥିବା ନେଇ ପୋଲିସ୍ ସ୍ପଷ୍ଟ କରିଛି। ଅନ୍ୟ ଗୁରୁତର ଆହତ ମାନେ ହେଉଛନ୍ତି ମୁକେଶଙ୍କ ପତ୍ନୀ ପୁନମ, ଅନୁରାଗ ଏବଂ ଖୁସ୍ବୁ।
ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ କଳସ ପାଣିରେ ଗାଧୋଇ ଭୀଷଣ ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହେଉଛନ୍ତି। ଫୁଲରୀ ତେଲ ଲାଗି ହେବା ପରେ ମଧ୍ୟ ଶ୍ରୀଜୀଉଙ୍କ ଜ୍ୱର ଉପଶମ ହୋଇନାହିଁ। ସାଥିପାଇଁ ଆଜି ଦଶମୂଳ ମୋଦକ ଲାଗି କରାଯିବ। ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ମହାପ୍ରଭୁ। ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି। ପଞ୍ଚମୀରେ ଫୁଲରୀ ତେଲ ଓ ଷଷ୍ଠୀରୁ ନବମୀ ଯାଏଁ ଔଷଧ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଏକାଦଶୀରେ ଦଶମୂଳ ମୋଦକ ସେବନ କରିବେ ମହାପ୍ରଭୁ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା ପୁଷ୍ପରେ ସେବା ପାଉଥିବା ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବେ।
ଉତ୍ତର ପ୍ରଦେଶର କାନପୁରର କଂଗ୍ରେସ କର୍ମୀମାନେ ଆଜିଠାରୁ ଅନଶନରେ ବସିବାକୁ ଯାଉଛନ୍ତି। ଇସ୍ତଫା ପ୍ରଦାନ କରିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କର୍ମୀମାନେ ଆନ୍ଦୋଳନରେ ବସିବା ସୂଚନା ମିଳିଛି। ଜୁନ୍ ୨୯ ତାରିଖ ଦିନ ୧୧ଟାରୁ କାନପୁର କଂଗ୍ରେସ କର୍ମୀ ଏହି ଅନଶନରେ ବସିବେ। ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନୁଷ୍ଠିତ ଏହି ଅନଶନକୁ କଂଗ୍ରେସ କର୍ମୀ ସଦ୍ଭାବନା ଅନଶନ ବୋଲି ଅଭିହିତ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ କଂଗ୍ରେସ କର୍ମୀଙ୍କ ସମେତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ। ୨୦୧୭ରେ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିବା ରାହୁଲ ଗତ ମେ ୨୫ ତାରିଖରେ ଦଳର ସିଡବ୍ଲ୍ୟୁସି ବୈଠକରେ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଏହା ପରେ ବିଭିନ୍ନ ନେତୃବୃନ୍ଦ ରାହୁଲଙ୍କୁ ଇସ୍ତଫା ପ୍ରତ୍ୟାହାରର ଅନୁରୋଧ କରିଥିଲେ ମଧ୍ୟ ରାହୁଲ ପ୍ରତ୍ୟାବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।…
ଜାପାନର ଓସାକାରେ ଅନୁଷ୍ଠିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଦିବସରେ ବୈଠକରେ ବ୍ରାଜିଲ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି। ବାଣିଜ୍ୟ ଏବଂ ନିବେଶ ନେଇ ମଧ୍ୟ ଉଭୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ପୃଥକ ଆଲୋଚନାରେ ଭାଗ ନେଇଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ୍ ଅନୁଯାୟୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋଙ୍କ ସହିତ ଦ୍ବିପାକ୍ଷିକ ସହଯୋଗ, ବାଣିଜ୍ୟ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପୁଞ୍ଜିନିବେଶ, ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଷୟ ନେଇ ଆଲୋଚନା ହୋଇଥିଲା। ଏହାପରେ ମୋଦି ବ୍ରାଜିଲ ରାଷ୍ଟ୍ରପତି ଜେର୍ ବୋଲସୋନାରୋଙ୍କୁ ଭେଟିଥିଲେ। ଦ୍ବିପାକ୍ଷିକ ସମ୍ପର୍କ ସହିତ, ପ୍ରତ୍ୟକ୍ଷ ଓ ପରୋକ୍ଷ ପୁଞ୍ଜିନିବେଶ, କୃଷି କୌଶଳ ଏବଂ ପ୍ରାକୃତିକ ଗ୍ୟାସ୍ର ବିନିମୟ ଉପରେ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍ କୁମାର ସୂଚନା ଦେଇଛନ୍ତି।
କେଦାର ମିଶ୍ର ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ।…
କେନ୍ଦ୍ରାପଡ଼ା ନିକିରାଇ ଥାନା ଅଂଚଳରେ ଲଜ୍ଜା ଜନକ ଘଟଣା ଘଟିଛି। ସ୍ୱାମୀର ଆଖି ସାମ୍ନାରେ କିଛି ଦୁର୍ବୃତ୍ତ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଜଣକ ଘରେ ପଶି ପ୍ରଥମେ ସ୍ୱାମୀ ଏବଂ ପିଲାଙ୍କୁ ମାଡ଼ ମାରିଥିଲେ। ଏହା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଫଳରେ ମହିଳା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିକିରାଇ ଥାନାରେ ଅଭିଯୋଗ କରାଯାଇନଥିଲେ ମଧ୍ୟ ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କାହିଁକି ଘରେ ପଶି ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

