Author: Samikhsya Bureau

ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ରାଜନାଥ ସିଂ ସୋମବାର ଦିନ ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ରହିଛନ୍ତି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍‌ ଗ୍ଲାସିୟରରୁ ସେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହିତ ପାକିସ୍ତାନ ସୀମାକୁ ଲାଗିରହିଥିବା ଭାରତର ବିଭିନ୍ନ ଅଂଶରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନଜର ପକାଇଛନ୍ତି ରାଜନାଥ।

Read More

ହିନ୍ଦି ଭାଷାକୁ ଦେଶର ସବୁଆଡେ ପ୍ରଚଳିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଧକ୍କା ପହଞ୍ଚିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଶିକ୍ଷା କରୁଥିବା ତିନି ଭାଷା ମଧ୍ୟରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ କରିଥିଲେ। ମାତ୍ର ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହାକୁ ଦୃଢ ବିରୋଧ ପ୍ରଦର୍ଶନ କରାଯିବା ପରେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। କିଛି ରାଜନୈତିକ ନେତୃବୃନ୍ଦ ମଧ୍ୟ ଏହାକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ନିୟମରେ ସାମାନ୍ୟ ସଂଶୋଧନ କରିଛନ୍ତି ସରକାର। ପ୍ରାରମ୍ଭିକ ଭାବରେ ହିନ୍ଦି ଏବଂ ଇଂରାଜୀକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ବିଷୟ ଭାବରେ ରଖିଛନ୍ତି। ଇଚ୍ଛାଧୀନ ରହିଥିବା ତିନି ଭାଷାକୁ ଛାତ୍ରଛାତ୍ରୀ କୌଣସି ସମୟରେ ମଧ୍ୟ ବଦଳାଇ ପାରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଭାରତରେ କେନ୍ଦ୍ର ସରକାରଙ୍କ ନେତା ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କରଙ୍କ…

Read More

ମନି ଲଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି ଲୋଡିଥିଲେ। କୋର୍ଟ ପକ୍ଷରୁ ତାଙ୍କ ଆବେଦନର ବିଚାର କରାଯାଇ ଏଭଳି ରାୟ ଦିଆଯାଇଛି। ତେବେ ତାଙ୍କୁ ଆମେରିକା ଏବଂ ନେଦରଲାଣ୍ଡ ଯିବାକୁ ଅନୁମତି ମିଳିଛି। ୬ ସପ୍ତାହ ପାଇଁ ସେ ବିଦେଶ ଯାଇପାରିବେ। ଏହି ସମୟ ମଧ୍ୟରେ କୌଣସି ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହେଲେ ତାହା ଲାଗୁ ହେବ ନାହିଁ ବୋଲି କୋର୍ଟ ସୂଚନା ଦେଇଛନ୍ତି।

Read More

ପୂର୍ବତନ ବିଜେପି ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ନେତା ଉପେନ୍ଦ୍ର କୁଶଓ୍ବାହା ବିଜେପି ଜେଡିୟୁ ବିବାଦରେ ମୁହଁ ଖୋଲିଛନ୍ତି। ବିଜେପି ନୀତିଶ କୁମାରଙ୍କ ଧୋକା ନମ୍ବର ଦୁଇ ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ବୋଲି କୁଶଓ୍ବାହା ମତ ଦେଇଛନ୍ତି। ଜନାଦେଶକୁ ଅପମାନିତ କରିବାରେ ନୀତିଶ ସିଦ୍ଧହସ୍ତ ଏବଂ ପୂର୍ବରୁ ଅନେକ ବାର ସେ ଏପରି କରି ସାରିଛନ୍ତି ତେଣୁ ବିଜେପି ନୀତିଶଙ୍କ ଧୋକା ନମ୍ବର ୨ ପାଇଁ ପ୍ରସ୍ତୁତ ରହିବା ଉଚିତ। ଏମିତି କୌଣସି ବ୍ୟକ୍ତି ବିଶେଷ ବା ରାଜନୈତିକ ଦଳ ନାହିଁ ଯାହାକୁ ନୀତିଶ ଠକି ନାହାନ୍ତି ତେଣୁ ବିଜେପି ସାବଧାନ ରହିବା ଉଚିତ୍‌। କୁଶଓ୍ବାହା କହିଛନ୍ତି, ଜେଡିୟୁ ନେତା ଜୁନ୍‌ ୨୦୧୩ରେ ବିଜେପି ସହିତ ମେଣ୍ଟ କରିଥିଲେ। ପରେ ଆରଜେଡି ଏବଂ କଂଗ୍ରେସ ସହିତ ମିଶି ବିହାରରେ ମହାମେଣ୍ଟ ଗଠନ କରିଥିଲେ ଯାହାକୁ ୨୦୧୭ରେ ଛାଡି ପୁନର୍ବାର ବିଜେପି ସହିତ ହାତ ମିଶାଇଥିଲେ। ମାତ୍ର ଚଳିତ…

Read More

କୌଣସି ରାଜ୍ୟ ଉପରେ ହିନ୍ଦି ଭାଷାକୁ ଲଦା ଯାଇ ପାରିବ ନାହିଁ ବୋଲି ରବିବାର ବିଭିନ୍ନ ନେତା ମତ ଦେଇଛନ୍ତି । ଜାତୀୟ ଶିକ୍ଷାନୀତି ୨୦୧୯କୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ବିଜେପିର ବିଭିନ୍ନ ନେତା ମାନେ ମନ୍ତବ୍ୟ ଦେଇଛନ୍ତି । ବିଭିନ୍ନ ଦକ୍ଷିଣ ଭାରତୀୟ ନେତୃବୃନ୍ଦ ଏହାକୁ ନେଇ ପୁନଃସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି । ମୋଦିଙ୍କ କ୍ୟାବିନେଟ୍‌ରେ ରହିଥିବା ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଏସ୍‌ ଜୟଶଙ୍କର ଏହି ମାମଲା ନେଇ ଟ୍ବିଟ୍ଟର ଜରିଆରେ ମତ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ମଧ୍ୟ ସରକାରଙ୍କ ସମାଲୋଚନାକୁ ନିନ୍ଦା କରିଛନ୍ତି । ତାମିଲନାଡୁରୁ ଆସିଥିବା ଦୁଇ ନେତା ଜୟଶଙ୍କର ଏବଂ ସୀତାରମଣ ତାମିଲରେ ନିଜ ନିଜର ଟ୍ବିଟ୍‌ କରିଥିଲେ । ସାଧାରଣ ଜନତାଙ୍କ ମତାମତ ପରେ ଏହା ଉପରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି…

Read More

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ଗୀତାଗୋବିନ୍ଦ ଭବନରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣ ଶିକ୍ଷାମନ୍ତ୍ରୀ।  ପିଲାମାନେ ନିଜ ନିଜର ରେଜଲ୍ଟ ବୋର୍ଡର ୱେବସାଇଟ www.odisharesult.nic.in ଏବଂ www.chscodisha.nic.inରୁ ଜାଣିପାରିବେ। ଚଳିତ ଥର ରାଜ୍ୟର ପ୍ରାୟ ୯୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଥମେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପରୀକ୍ଷା ଫଳ ବିଳମ୍ବ ନେଇ ବିଭିନ୍ନ ଅଭିଯୋଗ ହୋଇଥବା ବେଳେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। ମୋଟ୍‌ ପାସ୍‌ ହାର ୭୨.୩୩% ରହିଛି । ସମୁଦାୟ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ରହିଛନ୍ତି ୭୦ହଜାର ୭୦୬ ଜଣ ।  ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ୨୦ହଜାର ୮୦୬ଜଣ, ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି  ୨୩ହଜାର ୯୦୪ ଜଣ, ତୃତୀୟ ଶ୍ରେଣୀରେ ୨୫ହଜାର…

Read More

ରବିବାର ଦିନ ସିରିୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୨୮ ଜଣ ଗୁରୁତର ହୋଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ସହର ଆଜାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଏକ କାର ଫୁଟିବାର ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୮ ଜଣ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି।

Read More

ପ୍ରାରମ୍ଭିକ ଟ୍ରେଡ୍‌ରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୩୧ ପଇସା ଶକ୍ତିଶାଳୀ ହୋଇଛି। ସୋମବାର ଦିନର ପ୍ରାରମ୍ଭିକ ପର୍ଯ୍ୟାୟର ବ୍ୟବସାୟରେ ଏହି ସୂଚନା ମିଳିଛି। ଏହି ସମୟରେ ଡଲାରର ବିନିମୟ ମୂଲ୍ୟ ୬୯ ଟଙ୍କା ୩୯ ପଇସା ରହିଛି। ଶୁକ୍ରବାର ଦିନ ଡଲାରର ବିନିମୟ ମୂଲ୍ୟ ୬୯.୭୦ ପଇସା ରହିଥିଲା। ଫୋରେକ୍ସ ଡିଲରଙ୍କ ସୂଚନାନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ସମୀକ୍ଷା ବୈଠକ ଏଥି ନିମନ୍ତେ ଦାୟୀ ରହିଛି। ଜୁନ୍‌ ୩, ୪ ଏବଂ ୬ରେ ଆରବିଆଇର ଅର୍ଥନୈତିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

Read More

ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ, ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍‌।

Read More

କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ…

Read More

ସମୀକ୍ଷା ବ୍ୟୁରୋ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର…

Read More

ଚତୁଃରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଆୟାର୍ଲ୍ୟାଣ୍ଡକୁ ପରାସ୍ତ କରିଛି। ୨-୧ରେ ପରାସ୍ତ କରିବା ସହିତ ଭାରତୀୟ ଦଳ ଏହି ୨୧ ବର୍ଷରୁ କମ୍‌ ମୁକାବିଲାରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ମ୍ୟାଚ୍‌ର ଦଶମ ମିନିଟ୍‌ରେ ଆୟାର୍ଲ୍ୟାଣ୍ଡ ଲୌରା ଫୋଲେଙ୍କ ଜରିଆରେ ପ୍ରଥମ ଗୋଲ ସ୍କୋର କରି ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଭାରତ ପକ୍ଷରୁ ରୀତ୍‌ ମ୍ୟାଚ୍‌ର ୩୫ତମ ମିନିଟ୍‌ ଏବଂ ଶର୍ମିଳା ଦେବୀ ମ୍ୟାଚ୍‌ର ୫୩ ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରି ଦଳକୁ ବିଜୟ ପ୍ରଦାନ କରିଥିଲେ। ମ୍ୟାଚ୍‌ର ୫୬ ତମ ମିନିଟ୍‌ରେ ଭାରତର ଇଶିକା ଚୌଧୁରୀଙ୍କୁ ହଳଦିଆ କାର୍ଡ ମିଳିଥିଲା ମାତ୍ର ଦଳର ଡିଫେଣ୍ଡର ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ହାତରୁ ଖସିବାକୁ ଦେଇନଥିଲେ। ଆସନ୍ତା କାଲି ଭାରତୀୟ ଦଳ ସ୍କଟଲ୍ୟାଣ୍ଡକୁ ଭେଟିବ।

Read More

ପ୍ରଖ୍ୟାତ ଲୋକଗୀତ ନୃତ୍ୟଶିଳ୍ପୀ ହରିଶ କୁମାର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରବିବାର ରାଜସ୍ଥାନର ଜୋଧପୁରରେ ସଙ୍ଗଠିତ ଏହି ଦୁର୍ଘଟଣାରେ କୁମାରଙ୍କ ସମେତ ଅନ୍ୟ ତିନି ଜଣ ଲୋକଗୀତ ଶିଳ୍ପୀ ମଧ୍ୟ ପ୍ରାଣ ହରାଇଛନ୍ତି। କଳାକାରଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଏକ ଟ୍ରକ୍‌ରେ ପିଟି ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଅନ୍ୟାନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଜୈସଲମେରର ବାସିନ୍ଦା କୁମାର ଯିଏକି କ୍ବିନ୍‌ ହରିଶ୍‌ ନାମରେ ବିଖ୍ୟାତ ‘ଘୁମର୍‌ ଏବଂ କଲ୍‌ବେଲା’ ପରି ନୃତ୍ୟ ଶୈଳୀକୁ ସେ ଲୋକ ଗୀତ ସହ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ।

Read More

ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଦିଲ୍ଲୀ ସରକାର ମହିଳାମାନଙ୍କୁ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯାତ୍ରା ସୁବିଧା ଦେବାର ଯୋଜନା କରୁଥିବା ଜଣାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ହେଉଛନ୍ତି ମହିଳା। ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ ସହିତ ଯୋଗାଯୋଗ ଚାଲିଛି। ମହିଳାମାନଙ୍କୁ ନିଃଶୁକ୍ଳ ଯାତ୍ରା ପାଇଁ କିଭଳି ପାସ୍‌ ବ୍ୟବସ୍ଥା କରାଯିବ ବା ଏହାର ଅନ୍ୟ କୌଣସି ବିକଳ୍ପ ଅଛି, ସେ ବିଷୟରେ ତର୍ଜମା କରାଯାଉଛି। ଅନୁମାନ କରାଯାଉଛି ଯେ ଏହି ଯୋଜନାକୁ ଦିଲ୍ଲୀ ମେଟ୍ରୋ ଓ ଡ଼ିଟିସିର ବସରେ ମଧ୍ୟ ଲାଗୁ କରାଯିବ। ଏହା ବାବଦରେ ଦିଲ୍ଲୀ ସରକାରଙ୍କ ଉପରେ ଅତିରିକ୍ତ ୧୨୦୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଜଣାଯାଇଛି। ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲୋତ୍‌ ମେଟ୍ରୋର ଅଧିକାରୀମାନଙ୍କୁ କହିଛନ୍ତି…

Read More

ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ସାଗରପୁର ଷ୍ଟେସନ ନିକଟରେ ଥିବା ଏକ ଆବର୍ଜନାସ୍ଥଳୀରେ ଶନିବାର ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ଅଧିକ କାର୍ ଜଳିଯାଇଥିବା ସୂଚନା ମିଳିଛି। ଏନେଇ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୀର୍ଘ ସମୟ ପରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଯେ, ନିଆଁ ଏତେ ମାତ୍ରାରେ ବ୍ୟାପିଯାଇଥିଲା ଯେ, ଏହାକୁ ଆୟତ୍ତ କରିବାକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Read More

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଣାସରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଲ ତୋଳିବାକୁ ଯିବା ସମୟରେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ, କଣାସ ଅଂଚଳରେ ଆଜି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଫୁଲ ତୋଳିବାକୁ ଯାଇଥିଲେ। ବାତ୍ୟା ଫୋନି ପରେ ସମସ୍ତ ବିଦ୍ୟୁତ ତାରର ଅବସ୍ଥା ଶୋଚନୀୟ ରହିଛି। ତେବେ ଫୁଲ ଗଛ ଉପରେ ଏକ ବିଦ୍ୟୁତ ତାର ପଡିଥିଲା କିନ୍ତୁ ଦମ୍ପତି ତାହା ଦେଖିପାରି ନଥିଲେ। ଫୁଲ ତୋଳିବାକୁ ଯାଇ ଦମ୍ପତ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପ୍ରାଣ ହରାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମୃତଦେହକୁ ଉଦ୍ଧାର କରି ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରିଛି।

Read More

ଆର୍ଟିକିଲ୍‌ ୧୫ର ଟ୍ରେଲର ରିଲିଜ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ଆୟୁଷ୍ମାନ ଖୁରାନାଙ୍କ ଅପକମିଙ୍ଗ ଫିଲ୍ମ ବାଲାକୁ ନେଇ ଏକ ନୂତନ ବିବାଦ ଦେଖା ଦେଇଛି। କାହାଣୀ ଚୋରି ଅଭିଯୋଗରେ ଜନୈକ ସହକାରୀ ନିର୍ଦ୍ଦେଶକ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସହକାରୀ ନିର୍ଦ୍ଦେଶକ କମଲ କାନ୍ତ ଚନ୍ଦ୍ରା ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌଶିକ୍‌ ଏବଂ ପ୍ରଯୋଜକ ଦୀନେଶ ଭିଜନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସମାନ କାହାଣୀକୁ ନେଇ କମଲ କାନ୍ତ ରେଜିଷ୍ଟର କରିଥିବାରୁ ବାଲାର ନିର୍ମାତାଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କମଲ କାନ୍ତ ଧାରା ୪୨୦(ଠକେଇ) ଏବଂ ଧାରା ୪୦୬ (ବିଶ୍ବାସ ଭଙ୍ଗ)ରେ ଅଭିଯୋଗ ଆଣି ଏହି ମାମଲା ରୁଜୁ କରିଛନ୍ତି।

Read More

ଆମେରିକା ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର ୫ ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାବ୍ୟତୀତ ନିଜ ଇ-ମେଲ ଏବଂ ଫୋନ ନମ୍ବର ବି ଦେବାକୁ ପଡ଼ିବ। ଫଳରେ ପ୍ରଶାସନ ଯେତେବେ​‌ଳେ ଚାହିଁବ ଆବେଦନକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବ। ସେହିପରି ଆବେଦନକାରୀଙ୍କୁ ବିଗତ ୧୫ ବର୍ଷ ଭିତରେ ତାଙ୍କ ଜୀବନ ଏବଂ ଶରୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ବି ପଚରା ଯାଇପାରିବ। ଏହି ନିୟମଗୁଡ଼ିକର ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା। କିନ୍ତୁ ଏହା ଦ୍ବାରା ୧୪ କୋଟି ୭୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରି ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହି ନୂଆ ନିୟମରୁ କିଛି କୁଟନୈତିକ ଏବଂ ଅଫିସିଆଲ ଭିସା ଆବେଦନକାରୀଙ୍କୁ ବାଦ ଦିଆଯିବ। ନିୟମ ସମ୍ପର୍କରେ ଆମେରିକା…

Read More

୨୦୨୦ ସୁଦ୍ଧା ଦେଶର ୮୪ଟି ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଶରୀର ସ୍କାନିଂ ବ୍ୟବସ୍ଥା ପରିଚାଳନା କରିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶର ବିଭିନ୍ନ ବିମାନ ବନ୍ଦରରେ ମେଟାଲ ଡିଟେକ୍ଟର ଏବଂ ହାତର ସ୍କାନର ବ୍ୟବସ୍ଥା ରହିଥିବା ବେଳେ ୨୦୨୦ ସୁଦ୍ଧା ଏହି ବ୍ୟବସ୍ଥାକୁ ବଦଳାଇ ସମ୍ପୂର୍ଣ୍ଣ ଶରୀର ସ୍କାନର ବ୍ୟବସ୍ଥା ଲାଗୁ କରାଯିବ। ପୁରାତନ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ନନ୍‌ ମେଟାଲିକ୍‌ ବିସ୍ଫୋରକ ପଦାର୍ଥ ଧରା ପଡୁ ନାହିଁ। ବିମାନ ଚଳାଚଳ ସୁରକ୍ଷା ପରିଷଦ (ବିସିଏଏସ୍‌) ପକ୍ଷରୁ ବସିଥିବା ସଚିବ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ ସମୁଦାୟ ୧୦୫ ବିମାନ ବନ୍ଦର ରହିଥିବା ବେଳେ ୨୮ଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ୫୬ ସମ୍ବେଦନଶୀଳ ବିମାନବନ୍ଦରରେ ମାର୍ଚ୍ଚ ୨୦୨୦ ସୁଦ୍ଧା ଏବଂ ଅନ୍ୟାନ୍ୟ ସମସ୍ତ ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।

Read More

ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପରେ କଳ୍ପନାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଢେଙ୍କାନାଳ କାଞ୍ଚନବଜାର କୁମ୍ଭାର ସାହିକୁ ନିଆଯାଇଥିଲା। ଏଠାରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ କଳ୍ପନାଙ୍କ ମରଶରୀର ସ୍ୱର୍ଗଦ୍ୱାରକୁ ନିଆଯିବ। ଗତ ଶୁକ୍ରବାରକାଲି ଏଭେରେଷ୍ଟରୁ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ ଆଜି କାଠମାଣ୍ଡୁରୁ ଓଡିଶା ଅଣାଯାଇଛି। କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା। ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଓଡିଶାର ଏକମାତ୍ର ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ଗୁରୁବାର ଦିନ ପରଲୋକ ଘଟିଥିଲା। ୫୨ ବର୍ଷ ବୟସରେ ସେ ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଢେଙ୍କାନାଳର କାଞ୍ଚନ ବଜାରର…

Read More

ବ୍ରାଜିଲ ଫୁଟବଲ୍‌ ଷ୍ଟାର୍‌ ତଥା ପୂର୍ବତନ ଅଧିନାୟକ ନେମ୍ୟାର ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତମାସରେ ବ୍ରାଜିଲ୍‌ର ଅଧିନାୟକ ପଦରୁ ବାହାରିଥିବା ନେମ୍ୟାର ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ତାଙ୍କୁ ବଦନାମ କରିବା ପାଇଁ ଏହି ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି। ପ୍ୟାରିସ୍‌ର ଏକ ହୋଟେଲ୍‌ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ବାଢିଥିଲେ ମହିଳା ଜଣକ। ପ୍ୟାରିସ୍‌ ସେଣ୍ଟ ଜର୍ମାନ ପକ୍ଷରୁ ଖେଳୁଥିବା ନେମ୍ୟାର ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ମହିଳାଙ୍କ ଓକିଲ। ଏନେଇ ରବିବାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି ୨୭ ବର୍ଷୀୟ ନେମ୍ୟାର। ନେମ୍ୟାର କହିଛନ୍ତି, ଏପରି ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ। କିଛି ଦିନ ପୂର୍ବରୁ ସାଓ ପାଓଲୋରେ ଜନୈକ ଓକିଲ ତାଙ୍କୁ କ୍ଷତିପୂରଣ ମାଗିଥିବା ନେଇ ସୂଚନା ଦେଇଛନ୍ତି ନେମ୍ୟାର। ଗଣମାଧ୍ୟମ ଏହାକୁ ନକରାତ୍ମକ ଢଙ୍ଗରେ ପ୍ରସାରଣ…

Read More