Author: Samikhsya Bureau

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଜୁନ ୨୯ ତାରିଖରେ ଓଡିଶା ଛୁଇଁବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖରୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାରେ ଆସନ୍ତା ୨୯ ରୁ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ତାରିଖରେ କୋରାପୁଟ, ନବରଙ୍ଗପୁର ସହିତ ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ବର୍ଷାର ପରିମାଣ ବଢିବା ସହିତ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହିତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।

Read More

ଜାପାନର ଓସାକାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବୈଠକ ଆରମ୍ଭ ହୋଇଛି। ବ୍ରିକ୍‌ସ ରାଷ୍ଟ୍ର ସମୂହଙ୍କ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ଆତଙ୍କବାଦକୁ ମାନବତ୍ବର ସବୁଠୁ ବଡ ଶତ୍ରୁ ଭାବରେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦ ଏବଂ ଜାତିବାଦ ମାନବ ସମାଜର ସବୁଠୁ ବଡ ଶତ୍ରୁ ବୋଲି ଅଭିହିତ କରିଛନ୍ତି ମୋଦି। ଆତଙ୍କବାଦ କେବଳ ସାଧାରଣ ଜନତାଙ୍କ ପ୍ରାଣ ନେଇନଥାଏ ବରଂ ଏହା ଏକ ରାଷ୍ଟ୍ରର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ବୋଲି ମୋଦି ଅଭିହିତ କରିଛନ୍ତି। ଆତଙ୍କବାଦ ଏବଂ ଜାତିବାଦକୁ ସହାୟତା କରୁଥିବା ସମସ୍ତ ମାଧ୍ୟମକୁ ବନ୍ଦ କରାଯିବା ଉଚିତ୍‌ ବୋଲି ମୋଦି କହିଛନ୍ତି। ଏହା ସହିତ ଜି-୨୦ ସମ୍ମିଳନୀ ଅବସରରେ ବ୍ରାଜିଲ୍‌ର ନବ ନିର୍ବାଚିତ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସନାରୋଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାର ବିଗତ ବର୍ଷରେ ୧.୩ ଟ୍ରିଲିୟନ୍‌ ଡ଼ଲାର ନିବେଶର ଲକ୍ଷ୍ୟ ରଖିଥିବା ବେଳେ ଚଳିତ ବର୍ଷ ଏହି ଲକ୍ଷ୍ୟ ହାସଲ କରାଯିବ…

Read More

ଶୁକ୍ରବାର ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀର ପ୍ରାଣହାନି ଘଟିଛି । ଆତଙ୍କବାଦୀ ଜଣକ ନିହତ ହେବା ପରେ ବଡଗାମ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଶୁକ୍ରବାର ସୁରକ୍ଷା ବଳଙ୍କ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା । ମଧ୍ୟ କାଶ୍ମୀରର ବଡଗାମରେ ସୁରକ୍ଷା ବଳଙ୍କ ଉପରକୁ ଆତଙ୍କୀ ଗୁଳି ଚାଳନା କରିବା ପରେ ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କୀ ନିହତ ହୋଇଥିଲେ । ଖବର ପ୍ରସ୍ତୁତ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି । ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବଳ ଏବଂ ପୋଲିସ ମୁତୟନ କରାଯାଇଛି ।

Read More

କେଦାର ମିଶ୍ର  ୨୦୦୩ ମସିହାର ସୁପରହିଟ ସିନେମା ମୁନ୍ନାଭାଇ ଏମବିବିଏସର ନାୟକ କିଏ, ମୁନ୍ନାଭାଇ ନା ଡାକ୍ତର ଆସ୍ଥାନା? ଡାକ୍ତର ଆସ୍ଥାନା ଚାହୁଁଥିଲା- ଶ୍ରୂଙ୍ଖଳା ହେଲେ ମୁନ୍ନାଭାଇ ଭାଇ ଚାହୁଁଥିଲା ଉଦ୍ଦାମ ଜୀବନ। ଗୋଟେ ହା ହୁତାସର ପରିବେଶ ଭିତରେ ରୋଗୀସେବା କରିବା ଅପେକ୍ଷା ଗୋଟେ ଆନନ୍ଦମୟ ପରିବେଶରେ ଜୀବନ ଯୁଦ୍ଧ ଲଢିହେବ ନାହିଁ କାହିଁକି? ରାଜକୁମାର ହିରାନୀଙ୍କ ଏଇ ସିନେମା ଭାରତୀୟ ସମାଜ ଜୀବନରେ ଗୋଟେ ଭିନ୍ନ ବାର୍ତ୍ତା ନେଇ ଆସିଥିଲା। ଆଜି ଯେତେବେଳେ ସାରା ଓଡିଶାର ଗଣମାଧ୍ୟମ ଓ ନୀତିବାଦୀ ସୋସିଆଲ ମିଡିଆ ମାଲକାନଗିରି ଡାକ୍ତରଖାନାର ଚାରିଜଣ ନର୍ସଙ୍କ ଚାକିରି ପଛରେ ପଡିଛନ୍ତି, ସେତେବେଳେ ମୁନାଭାଇ ସିନେମା କଥା ବାରମ୍ବାର ମନେପଡୁଛି। ମୋତେ ଲାଗୁଛି ଓଡିଶା ସାରା ଏବେ ଶହ ଶହ ଡାକ୍ତର ଆସ୍ଥାନା  ଛାଟ ଧରି ଠିଆ ହୋଇଛନ୍ତି। ଗୋଟେ ଟିକଟକ ଭିଡିଓ ଯୋଗୁଁ ଆଜି ଚାରୋଟି ପରିବାରର ଜୀବନ ଜୀବିକା ଉଜୁଡି ଯିବାକୁ ବସିଛି। ଖବରର…

Read More

ସମୀକ୍ଷା ବ୍ୟୁରୋ ୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ…

Read More

ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିଛନ୍ତି ।  ଏହି ଅବସରରେ ସେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ, ୭ମାସ ପରେ ଏଠାକୁ ଆସି ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ଆଜି ଯଦି ସେ ଏଠାରେ ଅଛନ୍ତି ତେବେ ଏହା କେବଳ ଲୋକତନ୍ତ୍ର କାରଣରୁ ଏବଂ ଲୋକଙ୍କ ବିଶ୍ୱାସ ଭରସା କାରଣରୁ ହୋଇ ପାରିଛି । ୧୩୦ କୋଟି ଭାରତୀୟ ମଜବୁତ ସରକାର ଗଠନ କରିଛନ୍ତି । ତିନି ଦଶକ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ଦ୍ୱିତୀୟ ଥର ପାଇଁ ଆମେ ସରକାର ଗଠନ କରି ପାରିଛୁ । ଆମେ ଏହି ମନ୍ତ୍ର ସହ ଆଗକୁ ବଢିବୁ । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଦୁନିଆ ସହ ଭାରତର ସମ୍ବନ୍ଧ ବିଷୟରେ ବାର୍ତ୍ତାଳାପ…

Read More

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଐତିହାସିକ ମୋଗଲ ରୋଡରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୯ଜଣ ଛାତ୍ରଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଏକ ଟେମ୍ପୋ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଥିଲା। ଖବର ପାଇ ପୋଲିସ ଏବଂ ଏନଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡିରେ ମୋଟ ୧୮ ଜଣ ଯାତ୍ରୀ ଥିଲେ। ଆହତ ୭ ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Read More

ସମୀକ୍ଷା ବ୍ୟୁରୋ ସାରା ବିଶ୍ବରେ ଜଗନ୍ନାଥଙ୍କ ସଂସ୍କୃତି ଓ ଜଗନ୍ନାଥଙ୍କୁ ନେଇ ବେଶ୍‌ ଚର୍ଚ୍ଚା । ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ତଥା ସଂସ୍କୃତି ବେଶ୍‌ ନିଆରା । ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଭିତରେ ରଥଯାତ୍ରାକୁ ନେଇ ସାରା ବିଶ୍ବବାସୀ ବେଶ୍‌ ଆଗ୍ରହୀ । ଏହି ରଥଯାତ୍ରାରେ ବ୍ୟବହୃତ ରଥ ସବୁ କାଠରେ ନିର୍ମିତ ହୋଇଥାଏ । ପ୍ରତିବର୍ଷ ନୂଆ କାଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣ କରାଯାଇଥାଏ । ଓଡ଼ିଶାରେ ଦ୍ରୁତ ବେଗରେ ଜଙ୍ଗଲ ହ୍ରାସ ପାଉଥିବାବେଳେ ରଥ ନିର୍ମାଣକୁ ନେଇ ଏବେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଯଦି କ୍ଷୟ ହୁଏ, ତେବେ ଶ୍ରୀଜଗନ୍ନାଥ ଆଗକୁ କେଉଁ ରଥରେ ଯାତ୍ରା କରିବେ, ତାହା ଏକ ବିରାଟ ପ୍ରଶ୍ନ । ଜଙ୍ଗଲ ସୃଷ୍ଟି କରିବା ଆଜିର ସମୟ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି । ଜଗନ୍ନାଥ ମନ୍ଦିରର ଅଧିକାରୀଙ୍କ ସୂତ୍ରରୁ…

Read More

ସରକାରୀ ଚାକିରି ତଥା ଶୈକ୍ଷିକ ସଂସ୍ଥାଗୁଡ଼ିକରେ ମରାଠୀ ସମୁଦାୟଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ଦେବା ନେଇ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି । ମରାଠୀ ସଂରକ୍ଷଣ ବିଲ୍‌ର ବୈଧତାକୁ ଗ୍ରହଣ କରିବା ସହ ଏହା ଶିକ୍ଷଣ ସଂସ୍ଥାରେ ୧୨ପ୍ରତିଶତ ଓ ସରକାରୀ ଚାକିରିରେ ୧୩ ପ୍ରତିଶତ ସଂରକ୍ଷଣ ରହିବା ନେଇ ନିଷ୍ପତ୍ତି ଦେଇଛନ୍ତି । ସରକାର ୧୬ ପ୍ରତିଶତ ସଂରକ୍ଷଣ ଦେଇଥିବାବେଳେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟଙ୍କ ମତରେ ଗାଏକ୍ବେଡ଼ା କମିଶନ ରିପୋର୍ଟ ଅନୁସାରେ ୧୨ରୁ ୧୩ ପ୍ରତିଶତ ସଂରକ୍ଷଣ ରହିବା ଜରୁରୀ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।  ଏହା ସହିତ କୋର୍ଟ ଏସିଇବିସି କମିଶନଙ୍କ ରିପୋର୍ଟକୁ ମଧ୍ୟ ଗ୍ରହଣ କରିଛନ୍ତି । କୋର୍ଟ ୫୦ ପ୍ରତିଶତ  ଅଧିକ ସଂରକ୍ଷଣ ଦେବା ଉପରେ ଏହା ସମ୍ବିଧାନ ଅନ୍ତର୍ଗତ ବୋଲି  କହିଛନ୍ତି । ସଂରକ୍ଷଣ ଦେବା ରାଜ୍ୟର ଅଧିକାର ଅଟେ ବୋଲି କୋର୍ଟ କହିଛନ୍ତି…

Read More

ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୪ ମସିହାର ଦୀର୍ଘଦିନରୁ ଚାଲିଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାର ଆଜି ଶୁଣାଣୀ ହୋଇଛି। ଏହି ମାମଲାର ଶୁଣାଣି କରିଛନ୍ତି ଖଲ୍ଲିକୋଟ ଏଡିଜେ କୋର୍ଟ। ୫ ବର୍ଷ ପରେ ଏଡିଜେ କୋର୍ଟରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଦୀର୍ଘ ଦିନରୁ ଗିରଫ ହୋଇ ଜାମିନ ଆବେଦନ କରୁଥିବା ବେଳେ ତାହା ଖାରଜ ହେଉଥିଲା। ତେବେ ଏହି ଅଭିଯୁକ୍ତମଧ୍ୟରୁ ଜଣେ ଫେରାର୍‌ ଅଛି।  ଗଞ୍ଜାମ ଜିଲ୍ଲାରେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ୨୦୧୪ ମସିହା ମେ ମାସ ୨୬ତାରିଖରେ ହତ୍ୟା କରାଯାଇଥିଲା।

Read More

ମହଙ୍ଗା ପଡ଼ିଲା ଟିକ୍‌ଟକ୍‌ ଭିଡିଓ କରିବା। ମାଲକାନାଗିରି ମେଡ଼ିକାଲ୍‌ ଏସ୍‌ଏନ୍‌ସିୟୁରେ ୪ ନର୍ସଙ୍କ ଟିକ୍‌ଟକ୍‌ ଭିଡ଼ିଓ ପ୍ରସଙ୍ଗରେ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି ସିଡିଏମ୍‌ଓ। ତଦନ୍ତ ନ ତଦନ୍ତ ନ ସରିବା ଯାଏଁ କାର୍ଯ୍ୟରେ ଯୋଗନଦେବାକୁ ନିର୍ଦ୍ଦେଶ ରହିଛି। ଶିଶୁ ବିଭାଗ ଏସ୍‌ଏନ୍‌ସିୟୁରେ ଏହି ନର୍ସମାନେ କାର୍ଯ୍ୟରତ ଥିଲେ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି ଏସ୍‌ଏନ୍‌ସିୟୁ ଶିଶୁବିଭାଗ ଭିତରେ ଫୁଲ ମସ୍ତି କରିଥିଲେ କାର୍ଯ୍ୟରତ ନର୍ସ। ଏହା ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Read More

ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ପୁଣି ଏକ ବଡ ଝଟକା ଲାଗିଛି। ନିରବ ମୋଦି ଏବଂ ତାଙ୍କ ଭଉଣୀଙ୍କ ଚାରୋଟି ବ୍ୟାଙ୍କ ଆକାଉଣ୍ଟକୁ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରିଦିଆଯାଇଛି। ଏହି ଆକାଉଣ୍ଟ ଗୁଡିକରେ ପ୍ରାୟ ୨୮୩.୧୬ କୋଟି ଟଙ୍କା ଜମା ରହିଛି। ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ସ୍ୱିଜରଲାଣ୍ଡର ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଆକାଉଣ୍ଟ ଗୁଡିକରେ ଥିବା ଟଙ୍କାକୁ ଅବୈଧ ଭାବେ ଭାରତୀୟ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି। ଏହି ମାମଲାରେ ସୁଇସ୍‌ ବ୍ୟାଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ଅନୁରୋଧ ପରେ ବ୍ୟାଙ୍କ ପକ୍ଷରୁ ନୀରବ ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ୪ଟି ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ଦିଅଯାଇଛି, ଯାହାକୁ ଅଚଳ କରାଯାଇଛି।

Read More

ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଚେନ୍ନାଇ ଜିଲ୍ଲା ସଭାପତି କରାଟେ ଆର ଥିଗରାଜନଙ୍କୁ ନିଲମ୍ବନ କରାଯାଇଛି । ପି ଚିଦାମ୍ବରମଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବରେ ପରିଚିତ ଥିଗରାଜନ୍‌ଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ତାମିଲନାଡୁ ଏଆଇସିସିର ସାଧାରଣ ସଚିବଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିଏମ୍‌କେ ସହିତ ମେଣ୍ଟ କରିବା ନେଇ ଥିଗରାଜନ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ଆସିଥିଲା । କିଛି ସପ୍ତାହ ପୂର୍ବରୁ ଏଆଇସିସି ବରିଷ୍ଠ କଂଗ୍ରେସ ନେତା କେ ସି ଭେନୁଗୋପାଳଙ୍କୁ ମଧ୍ୟ ନିଲମ୍ବନ କରିଥିଲା ।

Read More

ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉତ୍ତର ରଖିଛନ୍ତି – ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ।  ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ। ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା ୪୦୭ ଟଙ୍କା।  ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା  ୪୯୭ ଟଙ୍କା ।  ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା ଥିଲା। ତେବେ ୨୦୧୧-୧୨ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୮୬୧ ଟଙ୍କା ରହିଥିଲା ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ।  ୧୧ଟି ଯୋଜନାରେ ଗରିବଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି । ଆଜି ବିଧାନସଭାର ପ୍ରଶ୍ନକାଳରେ ମୋହନ ମାଝୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

Read More

ବଲିଉଡ୍‌ ଅଭିନେତା ଭିକି କୌଶଲ ଫିଲ୍‌ଡ ମାର୍ଶାଲ ସାମ୍‌ ମାନେକ୍‌ସାଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ଭିକି କୌଶଲ୍‌। ମାନେକ୍‌ସାଙ୍କ ଗେଟ୍‌ଅପ୍‌ରେ ଭିକି ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି। ଏହି ଚରିତ୍ର ନିମନ୍ତେ ଭିକି ନିଶ ମଧ୍ୟ ରଖିଛନ୍ତି। ପୂର୍ବରୁ ମେଘନା ଗୁଲଜାରଙ୍କ ରାଜିରେ ଜଣେ ପାକିସ୍ତାନୀ ମେଜର ଭୂମିକାରେ ନଜର ଆସିଥିବା ବେଳେ ଉରିରେ ଭାରତୀୟ ମେଜର ଭୂମିକାରେ ନଜର ଆସିଥିଲେ। ସାମ୍‌ ମାନେକ୍‌ସାଙ୍କ ପୂଣ୍ୟତିଥିରେ ଏହି ଫଟୋ ସେୟାର କରି ଏହି ଭାରତୀୟ ଫିଲ୍ଡ ମାର୍ଶାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଫିଲ୍ମର ନାମ୍‌ ସାମ୍‌ ରଖାଯାଇଥିବା ନେଇ ମେଘନା ଗୁଲ୍‌ଜାର ସୂଚନା ଦେଇଛନ୍ତି। 1971 ଭାରତ ପାକିସ୍ତାନ ଯୁଦ୍ଧରେ ମାନେକ୍‌ସା ଭାରତୀୟ ସେନାବାହିନୀର ନେତୃତ୍ବ ନେଇଥିଲେ । ଏହି ଫିଲ୍ମ ବ୍ୟତୀତ ଭିକି କରଣ ଜୋହରଙ୍କ ହରର୍‌ ଫିଲ୍ମ “ଭୂତ- ପାର୍ଟ ଓ୍ବାନ୍‌” ଏବଂ ସୁଜିତ୍‌ ସର୍କାରଙ୍କ ସହିତ…

Read More

ସାଗରିକା ବିଗତ କିଛି ବର୍ଷ ହେଲା ଭାରତରେ ମବ ଲିଞ୍ଚିଙ୍ଗ ବା ସଂଘବଦ୍ଧ ଆକ୍ରମଣ ବ୍ୟାପକ ପରିମାଣରେ ବଢି ଚାଲିଛି । ଘୃଣା ଜନିତ ଅପରାଧର ଏକ ନୂଆ ସଂଜ୍ଞା ପାଲଟିଛି ଏହି ଗୋଷ୍ଠୀବଦ୍ଧ ଆକ୍ରମଣ । ପ୍ରାୟତଃ ଧାର୍ମିକ ଉନ୍ମାଦନା  ତଥା ସମ୍ପ୍ରଦାୟିକତାକୁ ନେଇ ଏହି ସଂଘବଦ୍ଧ ଆକ୍ରମଣ କରାଯାଉଛି । ସବୁଦିନ କୌଣସି ନା କୌଣସି ଜାଗାରେ କେହି ନା କେହି ସତ୍ୟାସତ୍ୟ ନ ଜାଣି ଉତକ୍ଷିପ୍ତ ହୋଇ ଆକ୍ରୋଶ ମୂଳକ ଭାବେ ସଙ୍ଘବଦ୍ଧ ଆକ୍ରମଣ କରୁଛନ୍ତି । ସତ୍ୟାସତ୍ୟ ନ ଜାଣି ଜଣଙ୍କ ଉପରେ ମିଥ୍ୟାଭିଯୋଗ କରାଯାଉଛି । ଯେପରିକି ପିଲା ଚୋର, ଗୋରୁ ଚାଲାଣକାରୀ ଗୋଷ୍ଠୀ ଇତ୍ୟାଦି ।  ଆଜିକାଲି ଟେକ୍ନୋଲଜିର ବହୁଳ ପ୍ରସାର ଯୋଗୁ କିଛି ଗୁଜବ ଖବର ହେଉ ଅବା ଏକପାଖିଆ ଖବର ହେଉ ତାହା ତ୍ଵରିତ ବେଗରେ ବ୍ୟାପି ଯାଉଛି ଏବଂ ଏହିଭଳି ଅର୍ଦ୍ଧ ସତ୍ୟ ଖବରକୁ ଆମମାନଙ୍କ ଭିତରେ ଥିବା…

Read More

ଗୁରୁବାର ଭାରତୀୟ ବଜାରରେ ପ୍ରବେଶ କରିଛି ମୋରିସ୍‌ ଗ୍ୟାରେଜ୍‌ର ନୂତନ ଏସ୍‌ୟୁଭି କାର୍‌ ଏମ୍‌ଜି ହେକ୍ଟର । କମ୍ପାନୀ ପକ୍ଷରୁ କାର୍‌ର ଭାରତୀୟ ବଜାର ମୂଲ୍ୟ 12.18 ଲକ୍ଷ ଟଙ୍କା ରହିଥିବା ବେଳେ ଏହା 16.88 ଲକ୍ଷ ପର୍ଯ୍ୟନ୍ତ ସର୍ବାଧିକ ମୂଲ୍ୟ ରହିଛି । ହେକ୍ଟରର 4ଟି ମଡେଲ ଭାରତୀୟ ବଜାରରେ ପ୍ରବେଶ କରିଛି । ଷ୍ଟାଇଲ୍‌, ସୁପର୍‌, ସ୍ମାର୍ଟ ଏବଂ ସାର୍ପ ନାମକ 4ଟି ମଡେଲରେ ଏହି କାର ଉପଲବ୍ଧ ହେବ ବୋଲି ଜଣାପଡିଛି । ପୂର୍ବରୁ 120ଟି କାର୍‌ର ବୁକିଂ ସରିଥିବା ବେଳେ ଆସନ୍ତା ମାସ ସୁଦ୍ଧା ଏହା 250 ଅତିକ୍ରମ କରିବ ବୋଲି ମୋରିସ୍‌ ଗ୍ୟାରେଜ୍‌ ପକ୍ଷରୁ ଆକଳନ କରାଯାଇଛି । କାର୍‌ର ତିନୋଟି ପେଟ୍ରୋଲ ମଡେଲ ରହିଥିବା ବେଳେ ଗୋଟିଏ ଡିଜେଲ ମଡେଲ ରହିଛି ।

Read More

ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ରାଜ୍ୟସଭାରେ ଦଳୀୟ ସାଂସଦ ନୀରଜ ଶେଖରଙ୍କ ବ୍ୟବହାର ପାଇଁ ଯାଦବ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ବୁଧବାର ଦିନ ନୀରଜ ଶେଖର ସଂସଦର ଉପର ସଦନରେ ହଙ୍ଗାମା କରିଥିଲେ । ଏହି ସମୟରେ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ ଅନୁପସ୍ଥିତ ଥିଲେ । ଗୁରୁବାର ଦଳୀୟ ସାଂସଦଙ୍କ ବ୍ୟବହାର ପାଇଁ ବାଚସ୍ପତି ଏମ୍‌ ଭେଙ୍କିୟା ନାଇଡୁଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଶେଖରଙ୍କ ବ୍ୟବହାର ଏବଂ ରାମ ଗୋପାଳଙ୍କ କ୍ଷମା ପ୍ରାର୍ଥନାକୁ ଗୃହର କାର୍ଯ୍ୟକ୍ରମରେ ଯୋଗ କରାଯାଇନଥିବା ବେଳେ ଗୃହର ସମ୍ମାନ ବଜାୟ ରଖିବା ପାଇଁ ସଦସ୍ୟ ମାନେ ତତ୍ପର ରହିବା ଉଚିତ୍‌ ବୋଲି ନାଇଡୁ ମତ ଦେଇଥିଲେ ।

Read More

ପଞ୍ଚମ ପାଳିରେ ସରକାରରେ ନବୀନ ସରକାରଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତିକୁ ନେଇ ଏକ ବଡ଼ ଚ୍ୟାଲେଞ୍ଜ ରହିଛି । ରାଜ୍ୟର ଶିକ୍ଷାବ୍ୟବସ୍ଥା ସୁଦୃଢକରଣ କରିବା ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯାଉଛି । ନିକଟରେ କମ୍‌ ପିଲା ଥିବା ବିଦ୍ୟାଳୟଗୁଡ଼ିକର ଏକକୀକରଣ କରାଯାଉଛି । ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କର ସ୍ଥାନାନ୍ତର ଯୋଗୁଁ ଏହାର ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ବର ୟୁନିଟ୍‌୮ ସ୍ଥିତ ବିଇଓ ଅଫିସ୍‌ ପରିଦର୍ଶନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କର୍ମଚାରୀଙ୍କ ଉପସ୍ଥାନ ଓ କାର୍ଯ୍ୟଶୈଳୀ ପରଖିଛନ୍ତି । ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କୁ ଅନୁପସ୍ଥିତ ରହିବାର କାରଣ ଦର୍ଶାଅ ନୋଟିସ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ…

Read More

ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରାହମ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଦୋସ୍ତାନା’ ରିଲିଜ୍‌ ହେବାର ୧୧ ବର୍ଷ ପରେ ଏହାର ସିକ୍ବେଲ୍‌ ହେବା ନେଇ ସୂଚନା ମିଳିଛି । କରନ୍‌ ଜୋହର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଏ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ଏହି ସିକ୍ବେଲରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ ଓ ଜାହ୍ନବୀ କପୁର୍‌ ନଜର ଆସିବେ । ତେବେ ଏହି ଫିଲ୍ମର ତୃତୀୟ ଚରିତ୍ରରେ ଅର୍ଥାତ୍‌ ତୃତୀୟ ଅଭିନେତାଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ତୃତୀୟ ଅଭିନେତା ଜଣକ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିବେ । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ହିଟ୍‌ ସାବ୍ୟସ୍ତ ହୋଇଥିଲା । ତେବେ ସିକ୍ବେଲ୍‌ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ କୋଲିନ୍‌ ଡି କୁହ୍ନା ।  କରନ୍‌ ଜୋହରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଧର୍ମା ଫିଲ୍ମସ୍‌…

Read More

ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସି ହଠାତ୍‌ ଉଦ୍ଭାନ୍‌ ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ। ଖରା ତାତି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଆଉ ଦୁଇ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ। ଓଡ଼ିଶାର ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ଆସନ୍ତା ୩୦ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି। ମୌସୁମୀ ବାୟୁ ପ୍ରଭାବରେ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Read More