ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି ଜାତିପ୍ରଥା ଉପରେ ଆଧାରିତ ଫିଲ୍ମ ଆର୍ଟିକିଲ୍ ୧୫। ଏହି ଫିଲ୍ମଟିର ପ୍ରିମିୟରକୁ ଫିଲ୍ମ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଏହାକୁ ୫ରୁ ୪ ଷ୍ଟାର ପ୍ରଦାନ କରିଛନ୍ତି। ଏହି ଫିଲ୍ମରେ ଉତ୍ତରପ୍ରଦେଶର ଜାତିପ୍ରଥାକୁ ନେଇ ଏକ ସମ୍ପୂର୍ଣ୍ଣ ବାସ୍ତବିକ ଚିତ୍ର ଦେଖାଇଛନ୍ତି ଅନୁଭବ ସିହ୍ନା । ଫିଲ୍ମରେ ଆୟୁଷ୍ମାନ ଖୁରାନା, କୁମୁଦ ମିଶ୍ରା, ସାୟାନୀ ଗୁପ୍ତା ଏବଂ ମହମ୍ମଦ ଜୀଶାନ ଆୟୁବ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଆୟୁଷ୍ମାନ ଜଣେ ପୋଲିସ୍ ଅଫିସର ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ଚରିତ୍ରଟି ଅତ୍ୟନ୍ତ ଜୀବନ୍ତ ଲାଗୁଛି। ପ୍ରଥମ ଥର ପାଇଁ ହିନ୍ଦି ସିନେମାରେ ଜାତିପ୍ରଥାକୁ ବାସ୍ତବିକ୍ ଢଙ୍ଗରେ ଦେଖାଯାଇଥିବାରୁ ଫିଲ୍ମକୁ ସମାଲୋଚକମାନେ ବହୁତ ପସନ୍ଦ କରିଛନ୍ତି। ଆୟୁଷ୍ମାନଙ୍କ ପୂର୍ବ ଫିଲ୍ମ ବଧାଇ ହୋ ବକ୍ସ ଅଫିସ୍ରେ ୨୦୦ କୋଟି ଅତିକ୍ରମ କରିଥିବା ବେଳେ ଏହି ଫିଲ୍ମର ପ୍ରଥମ ଦିନ ବ୍ୟବସାୟ ୧୫ କୋଟି…
Author: Samikhsya Bureau
ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ। ରଜନୀକାନ୍ତ ସିଂଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ପ୍ରସ୍ତାବକୁ ସମର୍ଥନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ସମର୍ଥନ କରିଛନ୍ତି। ଅନୁଗୁଳ ଆସନରୁ ଲଗାତାର ୪ ଥର ବିଧାୟକ ହୋଇଛନ୍ତି ରଜନୀକାନ୍ତ ସିଂ। ପୂର୍ବରୁ ଖଣି ଓ ଇସ୍ବାତ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଅନ୍ୟ କେହି ପ୍ରତିଦ୍ବନ୍ଦିତା କରି ନଥିବାରୁ ରଜନୀକାନ୍ତଙ୍କୁ ଉପ ବାଚସ୍ପତି ଭାବରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଗତକାଲି ଉପବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପ୍ରସ୍ତାବ ପାଇଁ ବିଜ୍ଞପ୍ତି ଘୋଷଣା ହୋଇଥିଲା।
ଗୁରୁବାର ହରିୟାଣାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସକାଳ ୯.୩୦ରେ କିଛି ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଛନ୍ତି କଂଗ୍ରେସ ନେତା। ସେକ୍ଟର-୯ର ଏକ ଜିମ୍ରୁ ବାହାରୁଥିବା ବେଳେ ଚୌଧୁରୀଙ୍କୁ ଗୁଳି କରାଯାଇଥିଲା। ଚୌଧୁରୀଙ୍କ ଉପରକୁ ୯ରୁ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିସିପି ନିକିତା ଗେହଲଟ୍ ପ୍ରକାଶ କରିଛନ୍ତି। ଜିମ୍ର ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଉଛି ଏବଂ ଦେଖିବା ପରେ ତଦନ୍ତ କରାଯିବ ବୋଲି ଗେହଲଟ୍ ପ୍ରକାଶ କରିଛନ୍ତି।
ଜି-୨୦ ଶିଖର ସମ୍ମିଳନୀର ପ୍ରଭାବରେ ଭାରତୀୟ ସେୟାର ବଜାର ଉର୍ଦ୍ଧ୍ବମୁଖୀ ରହିଛି। ୧୦୦.୦୭ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୩୯୬୮୦.୧୫ ପଏଣ୍ଟରେ ପହଞ୍ଚିଥିବା ବେଳେ ୨୫.୨୦ ପଏଣ୍ଟ ବୃଦ୍ଧି ସହିତ ନିଫ୍ଟି ୧୧୮୭୨.୭୫ ପଏଣ୍ଟରେ ପହଞ୍ଚିଛି। ସେନ୍ସେକ୍ସର ଅଭିବୃଦ୍ଧି ହାର ୦.୨୨ ପ୍ରତିଶତ ରହିଥିବା ବେଳେ ନିଫ୍ଟୀର ଅଭିବୃଦ୍ଧିର ହାର ୦.୨୧ ପ୍ରତିଶତ ରହିଛି। ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଓଏନ୍ଜିସି, ଆକ୍ସିସ୍ ବ୍ୟାଙ୍କ, ଏମ୍ ଆଣ୍ଡ ଏମ୍, ଏଲ୍ ଆଣ୍ଡ ଟି, ଏନ୍ଟିପିସି, ମାରୁତି ଏବଂ ଏଚୟୁଏଲ୍ର ଅଂଶଧନ ମୂଲ୍ୟ ୧.୪୩ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟରେ ଟେକ୍ ମହିନ୍ଦ୍ରା, ସନ୍ ଫାର୍ମା, ଏଚ୍ସିଏଲ୍ ଟେକ୍, ପାଓ୍ବାର ଗ୍ରୀଡ୍, ବଜାଜ ଅଟୋ, ଆରଆଇଏଲ, ଏଚ୍ଡିଏଫ୍ସି ଏବଂ ଭାରତୀ ଏୟାରଟେଲର ଅଂଶଧନ ମୂଲ୍ୟରେ ୧.୧୪ ପ୍ରତିଶତ ହ୍ରାସ ପାଇଛି।
ବିଜୟ ସେଥୁପତିଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ତାମିଲ ଫିଲ୍ମ ସିନ୍ଧୁବାଦର ପ୍ରଥମ ଶୋ’କୁ ବନ୍ଦ କରି ଦିଆଯାଇଛି। ଫିଲ୍ମର ପ୍ରଯୋଜକ ଏବଂ ବିତରକଙ୍କ ମଧ୍ୟରେ ବିବାଦ ଯୋଗୁଁ ଫିଲ୍ମର ପ୍ରଥମ ଦିନର ଶୋ’କୁ ବାତିଲ କରି ଦିଆଯାଇଛି। ବିଜୟ ସେଥୁପତି ଏବଂ ଅଞ୍ଜଳିଙ୍କ ଅଭିନୀତ ଏହି ଫିଲ୍ମ ପୂର୍ବରୁ ଜୁନ୍ ୨୧ ତାରିଖରେ ରିଲିଜ୍ ହେବାର ଥିଲା। ଫିଲ୍ମଟିକୁ ବୁଧବାର ଦିନ ରିଲିଜ୍ ହେବାର ଅନୁମତି ମିଳିଥିବା ବେଳେ କିଛି ବୈଷୟିକ ଅନୁମତି ହାସଲ ବାକି ରହିଥିବାରୁ ଏହାର ରିଲିଜ୍ ରୋକାଯାଇଥିବା ଜଣାପଡିଛି। ଆଜିର ଦିନରେ ଫିଲ୍ମଟି ୧୨ଟା ପରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି। ଏସ୍ ୟୁ ଅରୁଣ କୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ରିଲିଜ୍ ବିଳମ୍ବିତ ହୋଇଥିବାରୁ ବିଜୟଙ୍କ ଶହ ଶହ ଫ୍ୟାନ୍ ନିରାଶ ହୋଇଛନ୍ତି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ଜାପାନର ଓସାକାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ବିଟ୍ କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଭାରତ ପକ୍ଷରୁ ଆମଦାନୀ କରାଯାଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଥିଲା। ଏହା ଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ। ସୂଚନାଯୋଗ୍ୟ ଯେ ପୂର୍ବ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ମିଲିୟନ୍ ଡଲାର ରହିଥିଲା। ଏହି ସମୟରେ ୨୬.୭ ମିଲିୟନ୍ ଡଲାରର ଆମଦାନୀ ହୋଇଥିଲା। ଏବେ ଏହି ନିଷ୍ପତ୍ତି ଫଳରେ ଦେଶକୁ ୨୧.୭ ମିଲିୟନ୍ ଡଲାରର ଅତିରିକ୍ତ ରାଜସ୍ୱ ମିଳିବ। ଏହା ସହିତ ଭାରତର ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିବା ସହିତ ଏହି ଦୁଇ ସମସ୍ୟା ନେଇ ମୋଦିଙ୍କ ସହିତ…
ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନରେ ପହଞ୍ଚିଛନ୍ତି। ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ମୋଦି ଷଷ୍ଠ ଥର ପାଇଁ ଯୋଗଦେବେ। ଏହାବ୍ୟତୀତ ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ। ଜାପାନ ଗସ୍ତ ପୂର୍ବରୁ ମୋଦି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହିଳା ସଶକ୍ତୀକରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପରିବେଶ ପ୍ରଦୂଷଣ ଏବଂ ଆତଙ୍କବାଦ ଭଳି ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମୟରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ। ସମ୍ମିଳନୀ ପରେ ମୋଦି ରୁଷ-ଭାରତ-ଚାଇନା(ଆରଆଇସି) ଏବଂ ଜାପାନ-ଆମେରିକା-ଭାରତ(ଜେଏଆଇ) ମଧ୍ୟରେ ହେବାକୁ ଥିବା ତ୍ରିପାକ୍ଷିକ ଆଲୋଚନାରେ ଭାଗନେବେ। ଏହାବ୍ୟତୀତ ୧୦ଟି ଦ୍ବିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସମୀକ୍ଷା ବ୍ୟୁରୋ ବିଜେପିର ଘୋଷାପାଠ ହେଉଛି- ବିଜେଡି ଆମକୁ କାହିଁକି ସମର୍ଥନ କଲା, ତାର କାରଣ ସେମାନେ ଦିଅନ୍ତୁ। ବିଜେଡି ଏ ମାମଲାରେ ପୂରାପୂରି ଚୁପ। ଏଇ କିଛିଦିନ ହେଲା ବିଜେଡି ମୁଖପାତ୍ରମାନେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖୁଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ମନୋନୟନ ଉଭୟ ବିଜେପି ଓ ବିଜେଡି ପାଇଁ ଗୋଟେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରାର୍ଥୀ ଭାବରେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଜେପି ନେତାଏ ଏ ବିଷୟରେ କିଛି କୁଳ କିନାରା ପାଉନାହାନ୍ତି। ଗତ ଦୁଇ ଦିନ ହେଲା ବିଧାନସଭାରେ ବିଜେପି ବିଧାୟକମାନେ କାଠ ପିତୁଳି ଭଳି କେବଳ ବସୁଛନ୍ତି। ସରକାରକୁ ବିରୋଧ କରି କଂଗ୍ରେସର ବିଧାୟକମାନେ ଗୋଟେ ଉତ୍ତେଜକ ପରିବେଶ ତିଆରି କରୁଥିବା ବେଳେ ବିଜେପି ବିଧାୟକମାନେ କଣ କରିବେ କିଛି ଭାବି ପାରୁନାହାନ୍ତି।…
ଆଇସିସି କ୍ରିକେଟ ବିଶ୍ୱକପ୍ର ୩୪ ତମ ମ୍ୟାଚ ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ବିଶ୍ୱକପରେ ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା ସର୍ବଦା ଅଭୁଲା ହୋଇ ରହିଆସିଛି। ଏକମାତ୍ର ଟିମ୍ ଭାବରେ ଭାରତ ବର୍ତ୍ତମାନ ସୁଦ୍ଧା ତାର ସମସ୍ତ ମ୍ୟାଚ ଜିତିବା ସହିତ ଦମଦାର ଫର୍ମରେ ରହିଛି, କିନ୍ତୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ମ୍ୟାଚ୍ ପାଲଟେଇବାର କ୍ଷମତା ରଖିଛି। ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇ ନିଜର ଅପରାଜେୟ ଧାରା ବଳବତ୍ତର ରଖିବାକୁ ଚାହିଁବ। ଏହି ମ୍ୟାଚ ଏମିତିରେ ବେଷ୍ଟଇଣ୍ଡିଜକୁ ହାଲୁକାରେ ନେଲେ ଭାରତ ପାଇଁ ବିପଦ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ପକ୍ଷରୁ ରୋହିତ ଶର୍ମା, କେଏଲ୍ ରାହୁଲ ଏବଂ କୋହ୍ଲିଙ୍କ ଉପରେ ନଜର ରହିବ। ସେହିପରି ଭୁବନେଶ୍ବର କୁମାର ଫିଟ୍ ହୋଇଥିବା ବେଳେ ମହମ୍ମଦ ସାମିଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ଓ୍ବିଣ୍ଡିଜ୍ ଟିମ୍ ମଧ୍ୟ ସାଏ ହୋପ୍, କ୍ରିସ୍ ଗେଲ୍ ପ୍ରମୁଖଙ୍କ ଉପରେ…
ଜମ୍ମୁ କଶ୍ମୀରର ଅନନ୍ତନାଗରେ ଦୁଇଟି ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ କଶ୍ମୀରର ବିଜାବେହାରା ଅଂଚଳର ସିରହାମା ଗାଁରେ ଏହି ଗୁଳି ବିନିମୟ ହୋଇଥିବା ଶୁଣାଯାଇଛି। ପୋଲିସ ସୂତ୍ର ଅନୁସାରେ ଆତଙ୍କବାଦୀ ଗୋଷ୍ଠୀଙ୍କର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ହିଜବୁଲ ମୁଜାହୀଦିନ ଓ ଆଇଏସଜେକେ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଦୁଇଟି ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହେବା ଏହା ହେଉଛି ପ୍ରଥମ ଘଟଣା। ଜାକିର ମୁସାର ସଙ୍ଗଠନ ଆଇଏସ୍ଜେକେ ଏବଂ ମୁଜାହିଦ୍ଦିନି ମଧ୍ୟରେ ଗୁଳି ବିନିମୟର ଏହା ପ୍ରଥମ ଘଟଣା।
ନିତି ଆୟୋଗ ସିଇଓ ଭାବରେ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରାଯାଇଛି। ଚଳିତ ମାସ ୩୦ ତାରିଖରେ କାନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଆଜି ଏହା ବୃଦ୍ଧି କରାଯାଇଛି। ବୁଧବାର ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକାଳକୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବୃୟାରୀ ୧୭, ୨୦୧୬ରେ କାନ୍ତଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୩୦ ଜୁନ୍ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଇନକ୍ରେଡେବଲ୍ ଇଣ୍ଡିଆ ଏବଂ ଗଡ୍ସ ଓନ୍ କଣ୍ଟ୍ରି ପରି ମିଶନକୁ ସଫଳତାର ସହିତ ପରିଚାଳନା କରିଛନ୍ତି।
ସୁଜିତ୍ ସରକାରଙ୍କ ନିର୍ଦ୍ଦେଶିତ ଏବଂ ପ୍ରଭାସଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋର ବିତରଣ ଦାୟିତ୍ବ ନେଇଛି ୟଶରାଜ ଫିଲ୍ମସ୍ ଏବଂ ଫର୍ସ ଫିଲ୍ମସ୍। ଫର୍ସ ଫିଲ୍ମସ୍ ଆରବ, ଦକ୍ଷିଣ ଭାରତ ଏବଂ ବିଭିନ୍ନ ବିଦେଶୀ ରାଷ୍ଟ୍ରରେ ଫିଲ୍ମର ବିତରଣ ଦାୟିତ୍ବ ନେଇଥିବା ବେଳେ ଭାରତର ଅନ୍ୟ ପ୍ରାନ୍ତ ଗୁଡିକରେ ୟଶରାଜ ଫିଲ୍ମସ ଏହି ଫିଲ୍ମର ବିତରଣ କରିବ। ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଏକ ସମୟରେ ତେଲୁଗୁ, ତାମିଲ, ହିନ୍ଦୀ ଏବଂ ମାଲାୟଲମରେ ରିଲିଜ୍ ହେବାକୁ ଯାଉଛି। ପ୍ରଭାସଙ୍କ ବ୍ୟତିତ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନିତିନ ମୁକେଶ ଏବଂ ଅରୁଣ ବିଜୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ବାହୁବଲୀ-୨ ପରେ ପ୍ରଭାସଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ଫ୍ୟାନ୍ ମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି।
ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଏସିଆ-ପାସିଫିକ ଗୋଷ୍ଠୀର ୨୦୨୧-୨୨ ପାଇଁ ୨ ବର୍ଷର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ୫୫ ଦେଶଙ୍କ ସମର୍ଥନ ମିଳିଛି। ଏହି ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ମଧ୍ୟ ସାମିଲ୍ ରହିଛି। ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୨୦୨୧-୨୨ବର୍ଷର ୫ଟି ଅସ୍ଥାୟୀ ସଦସ୍ୟ ପାଇଁ ଆସନ୍ତା ବର୍ଷ ଜୁନରେ ନିର୍ବାଚନ ହେବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ ଟ୍ୱିଟ୍ କରି କହିଛନ୍ତି ଯେ ଏସିଆ-ପାସିଫିକ ଗୋଷ୍ଠୀରେ ୟୁଏନଏସସିର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସର୍ବସମ୍ମତିରେ ସମର୍ଥନ ମିଳିଛି। ସମର୍ଥନ ପାଇଁ ଆକବରୁଦ୍ଦିନ ସମସ୍ତ ୫୫ ରାଷ୍ଟ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭାରତର ସଦସ୍ୟତାକୁ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚୀନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏତ, କିର୍ଗିଜସ୍ତାନ, ମାଲେସିଆ, ମାଲଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, କ୍ୱାତର, ସାଉଦି ଆରବ, ସିରିଆ,…
ବିଜେପି ସାଂସଦ ତଥା ଟେଲିକମ୍ ମନ୍ତ୍ରାଳୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଦଳୀୟ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ବିରୋଧ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍ ସଂସ୍ଥା ମାଗଣା ସେବା ପ୍ରଦାନ କରାଯିବା ଉଚିତ୍ କି ନାହିଁ ବୋଲି ଏକ ପ୍ରଶ୍ନ ଉପରେ ପ୍ରସାଦଙ୍କ ଉତ୍ତରକୁ ରୁଡ୍ଡୀ ସମାଲୋଚନା କରିଥିଲେ। ପ୍ରଶ୍ନକାଳ ସମୟରେ ପ୍ରସାଦ କହିଥିଲେ କି ବନ୍ୟା ଏବଂ ବାତ୍ୟା ସମୟରେ କେବଳ ସରକାରଙ୍କ ଦ୍ବାରା ପରିଚାଳିତ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ମାଗଣା ସେବା ପ୍ରଦାନ କରିପାରିବେ। ତୁରନ୍ତ ରାଜୀବ ପ୍ରତାପ ରୁଡ୍ଡୀ ଏହାକୁ ସମାଲୋଚନା କରିଥିଲେ ଏବଂ ଘରୋଇ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ମଧ୍ୟ ମାଗଣା ସେବା ଯୋଗାଇବାକୁ ବାଧ୍ୟ ବୋଲି କହିଥିଲେ। ଏହାର ଉତ୍ତରରେ ପ୍ରସାଦ କହିଥିଲେ କି ଘରୋଇ କମ୍ପାନୀ ଗୁଡିକ କିଛି ଦିନ ପାଇଁ ମାଗଣା ସେବା ପ୍ରଦାନ କରିବେ ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଶେଷ ନହେବା ପର୍ଯ୍ୟନ୍ତ ସରକାରୀ ସଂସ୍ଥାନ ଗୁଡିକ…
ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ତଥା ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟାଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ବିଧାୟକ ଆକାଶ ବିଜୟବର୍ଗୀୟା ବ୍ୟାଟରେ ନଗର ନିଗମ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରରେ ଚିହ୍ନଟ ହୋଇଥିବା ୨୬ଟି ବିପଦ ଜନକ ଘରକୁ ଭାଙ୍ଗା କାର୍ଯ୍ୟ ଜାରି ରହିଥିଲା। ଏହାକୁ ବିରୋଧ କରି ଏହି ଦବଙ୍ଗଗିରି ଦେଖାଇଛନ୍ତି ନବ ନିର୍ବାଚିତ ବିଧାୟକ। ବୁଧବାର ଦିନ ଗଞ୍ଜି କମ୍ପାଉଣ୍ଡ ସ୍ଥିତ ଏକ ଘରକୁ ଭାଙ୍ଗିବା ପାଇଁ ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଟିମ ସେଠାରେ ପହଞ୍ଚିଥିଲା। ସେଠାରେ ବିଧାୟକ ଆକାଶ ବିଜୟବର୍ଗୀୟାଙ୍କ ସହ କର୍ତ୍ତୃପକ୍ଷଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ବିଧାୟକ ଜଣଙ୍କ ଆଇନକୁ ହାତକୁ ନେଇ ନଗର ଉନ୍ନୟନର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଧମକ ଦେଇ ସେଠାରୁ ୧୦ ମିନିଟରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।…
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ଏବଂ ବିଜେଡିର ତିନିଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଅନ୍ୟତମ ପ୍ରାର୍ଥୀ ନରେନ୍ଦ୍ରନାଥ ମିଶ୍ରଙ୍କ ନାମାଙ୍କନ ପତ୍ରକୁ ଯାଞ୍ଚ ବେଳେ ନାକଚ କରାଯାଇଛି। ଗତ ୨୪ ତାରିଖରେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିଜର ନାମାଙ୍କନ ଭରିଥିଲେ। ସେହିଦିନ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା। ଏହି ତିନଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ଜଣାପଡିଛି। ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନରେନ୍ଦ୍ରନାଥ ମିଶ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଆବଶ୍ୟକ ଦସ୍ତାବିଜ ଅଭାବରୁ ନରେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡିଛି।
ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି। ମାମଲାର ସାକ୍ଷୀ ରାଜୀବ ସକ୍ସେନାଙ୍କ ବିଦେଶରେ ଚିକିତ୍ସା ଅନୁମତିକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବି ଆର୍ ଗଭାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି। ରକ୍ତ କର୍କଟରେ ପୀଡିତ ଥିବାରୁ ବିଦେଶରେ ଚିକିତ୍ସାର ଆବେଦନ କରିଥିବା ସକ୍ସେନାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଏକ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କ ନୂତନ ଅଭିଯୋଗ ଅନୁଯାୟୀ ସକ୍ସେନାଙ୍କ ବିରୋଧରେ ନୂତନ ଅର୍ଥ ହେରଫେରର ଅଭିଯୋଗ ଆସିଛି। ଏହି ନୂତନ ମାମଲାର ବିଚାର ଶେଷ ନହେବା ପର୍ଯ୍ୟନ୍ତ ସକ୍ସେନାଙ୍କୁ ବିଦେଶରେ ଚିକିତ୍ସାର ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଖଣ୍ଡପୀଠଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ମୋଦି ସରକାରର ଦ୍ବିତୀୟ ଥର କାର୍ଯ୍ୟକାଳରେ ଦୁଇ ଗୁଇନ୍ଦା ବିଭାଗ ଆଇବି ଏବଂ ‘ର’ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଅରବିନ୍ଦ କୁମାରଙ୍କ ନାମ ଆଇବିର ମୁଖ୍ୟ ଭାବରେ ଘୋଷଣା କରାଯାଇଥିବା ବେଳେ ‘ର’ର ମୁଖ୍ୟ ଭାବରେ ସାମନ୍ତ ଗୋଏଲଙ୍କୁ ନିଯୁକ୍ତ କରାଯାଇଛି। ୧୯୮୪ ବ୍ୟାଚ୍ର ଆଇପିଏସ୍ ଅଫିସର ଅରବିନ୍ଦ କୁମାର ରାଜୀବ ଜୈନ୍ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ। ସେହିପରି ଅନ୍ୟତମ ୧୯୮୪ ବ୍ୟାଚ୍ର ଆଇପିଏସ୍ ଅଫିସର୍ ସାମନ୍ତ ଗୋଏଲ୍ଙ୍କୁ ‘ର’ର ମୁଖ୍ୟ ଭାବରେ ଘୋଷଣା କରାଯାଇଛି। ଅନୀଲ ଧସମାନାଙ୍କ ସ୍ଥାନରେ ସାମନ୍ତ ଗୋଏଲଙ୍କ ନାମ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ରହିଥିବା କ୍ୟାବିନେଟ୍ କମିଟି ଉଭୟଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି।
ଆସନ୍ତା ଦୁଇ ମାସ ପାଇଁ ତାମିଲନାଡୁ କୁ ୧୦୦୦ ମିଲିୟନ୍ କ୍ୟୁବିକ୍ ଫୁଟ୍ର ଜଳ ପ୍ରଦାନ କରିବ କର୍ଣ୍ଣାଟକ। କାବେରୀ ଜଳ ପରିଚାଳନା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଜୁନ୍ ଏବଂ ଜୁଲାଇ ମାସ ପାଇଁ କର୍ଣ୍ଣାଟକକୁ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ବର୍ତ୍ତମାନ ମରୁଡି ଦ୍ବାରା ପ୍ରଭାବିତ ହୋଇଥିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କାବେରୀ ଜଳ ପରିଚାଳନା ବୋର୍ଡ। କର୍ଣ୍ଣାଟକ ସରକାରଙ୍କ ସହିତ ଆଲୋଚନା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଜଳସଙ୍କଟ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ବାମୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବା ପରେ ଏହି ମଞ୍ଜୁରୀ ମିଳିଛି। ଏହା ସହିତ କାବେରୀ ନଦୀରେ କର୍ଣ୍ଣାଟକ ନିର୍ମାଣ କରିବାକୁ ଯାଉଥିବା ମେକୋଦାଟୁ ପ୍ରକଳ୍ପ ରୋକିବା ପାଇଁ ମଧ୍ୟ ପଲାନିସ୍ବାମୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ କୃପାସିନ୍ଧୁ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀ ମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ଏଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ବବୋଧ ଉପରେ ଗୁରୁତ୍ବ ଦେଇ ବିଭାଗକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଛନ୍ତି କୃପାସିନ୍ଧୁ। ମଙ୍ଗଳବାର ପୂର୍ବାହ୍ନରେ ଲୋକସମ୍ପର୍କ ଭବନରେ ଦାୟିତ୍ବ ଗ୍ରହଣ କରିବା ଅବସରରେ ତାଙ୍କୁ ବିଭାଗୀୟ ବରିଷ୍ଠ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ମଙ୍ଗମଳବାର ଅପରାହ୍ନରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅଧିକାରୀ ମାନେ ସ୍ବଚ୍ଛତା, ସାଧୁତା ଏବଂ ଦକ୍ଷତା ବଳରେ ଉତ୍ତମ ପ୍ରଶାସନର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସେ ଆହ୍ବାନ କରିଥିଲେ। ଲୋକସମ୍ପର୍କ ବିଭାଗରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ବାଗତ ଜଣାଇବା ସହିତ…
ଚଳିତ ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଘୋଷଣା କରାଯାଇଛି। ରଥଯାତ୍ରାରେ ଯାତ୍ରୀଙ୍କ ଗମନାଗମନର ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଘୋଷଣା ବୁଧବାର ଦିନ କରାଯାଇିଛି। ୧୯୪ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଯାତ୍ରୀ ମାନଙ୍କୁ ସୁଗମରେ ଟିକଟ ମିଳିବା ପାଇଁ ୬୦ଟି ଟିକଟ କାଉଣ୍ଟର ମଧ୍ୟ ସ୍ଥାପନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ଡିଆରଏମ ଶଶିକାନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ୫୩୮ ଜଣ ଆରପିଏଫ ଏବଂ ୫୫୦ ଜଣ ଜିଆରପି ମୁତୟନ ହେବେ। ସେହିପରି ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯିବ। ପୁରୀରେ ୭୩ଟି, ଭୁବନେଶ୍ୱରରେ ୩୮ଟି ଏବଂ କଟକରେ ୩୧ଟି ଅତିରିକ୍ତ ସିସିଟିଭି ଲଗାଯିବ।

