Author: Samikhsya Bureau

ସମୀକ୍ଷା ବ୍ୟୁରୋ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ…

Read More

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଉଭୟ ବିଜେଡ଼ି ଓ ବିଜେପି ତରଫରୁ ପ୍ରାର୍ଥୀ ରୂପେ ଅଶ୍ବିନୀଙ୍କ ନାମ ଘୋଷଣା ପରେ ରାଜନୈତିକ ହଟଚମଟ ବେଶ୍‌ ବଢିଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘାେଷଣା କରିଥିଲେ। ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ବିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ତା’ ଅଫିସିଆଲ୍‌ ଟୁଇଟର୍‌ ପେଜ୍‌ରେ ଅଶ୍ବିନୀଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ତେବେ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ନବୀନ ପଟ୍ଟନାୟକ ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଅଶ୍ବିନୀ ବିଜେପି ପ୍ରାର୍ଥୀ ଏବଂ ତାଙ୍କୁ ଆମେ ସମର୍ଥନ କରିବୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏନେଇ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିବାର କହିଛନ୍ତି ନବୀନ। ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ବିନୀ ବୈଷ୍ଣବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ…

Read More

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘାେଷଣା କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ବିନୀ ବୈଷ୍ଣବ ପ୍ରମୁଖ ରାଜ୍ୟସଭାକୁ ଯିବେ। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍‌ର ମୁଖ୍ୟ ରହିଥିବାବେଳେ ସସ୍ମିତ ପାତ୍ର ବିଜେଡ଼ିର ମୁଖପାତ୍ର ଦାୟିତ୍ବରେ ରହିଛନ୍ତି। ପୂର୍ବତନ ଆଇଏସ୍‌ ଅଫିସର୍‌ ହେଉଛନ୍ତି ଅଶ୍ବିନୀ ବୈଷ୍ଣବ। ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଅଶ୍ବିନୀ ବୈଷ୍ଣବ। ରାଜ୍ୟସଭାରେ ବିଜେଡ଼ିର ତିନୋଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି। ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଅମର ପଟ୍ଟନାୟକ, ରବୀନ୍ଦ୍ର ଜେନା, କଳିକେଶ ସିଂହଦେଓ, ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଥିଲା।

Read More

ଟ୍ରିପଲ୍‌ ତଲାକ୍‌କୁ ନେଇ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌। ସମାଜବାଦୀ ପାର୍ଟି କୋରାନ୍‌ରେ ଲିଖିତ ନିୟମକୁ ସମର୍ଥନ କରିବ ବୋଲି କହିଛନ୍ତି ଆଜମ୍‌ ଖାନ୍‌। ଆଜି ସଂସଦର ଲୋକସଭାରେ ତିନି ତଲାକ୍‌ ବିଲ୍ ଆଗତ ହୋଇଥିଲା। ୧୫୦୦ବର୍ଷ ପୂର୍ବରୁ ଇସ୍‌ଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମ ମହିଳାଙ୍କୁ ସ୍ବାଧୀନତା ପ୍ରଦାନ କରିନଥିଲା। ତେଣୁ କୋରାନ୍‌ରେ ଲିଖିତ ନିୟମକୁ ସମାଜବାଦୀ ପାର୍ଟି ସଦାସର୍ବଦା ସମର୍ଥନ କରିବ। ଆଜିର ଦିନରେ ଛାଡପତ୍ର ହାର ଏବଂ ମହିଳାଙ୍କ ବିପକ୍ଷରେ ହିଂସାର ହାର ଅପେକ୍ଷାକୃତ କମ ରହିଛି। ଇସ୍‌ଲାମରେ ମହିଳାଙ୍କୁ ଜଳାଇ ଦିଆଯାଉନାହିଁ କିମ୍ବା ହତ୍ୟା କରାଯାଉନାହିଁ ବୋଲି ଉତ୍ତର ପ୍ରଦେଶର ଏହି ସାଂସଦ ପ୍ରକାଶ କରିଛନ୍ତି। ଟ୍ରିପଲ୍‌ ତଲାକ୍‌ ଏକ ଧାର୍ମିକ ସମସ୍ୟା ଏହାକୁ ଅଯଥାରେ ରାଜନୀତି ସହିତ ସମ୍ବନ୍ଧିତ କରାଯାଉଛି ବୋଲି କହିଥିଲେ ଆଜମ୍‌ ଖାନ୍‌।

Read More

କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ମତାନ୍ତର ଏବେ ସାମ୍ନାକୁ ଆସିଛି। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ଭୁଶୁଡିବାର ଆଶଙ୍କା କରିବା ସହ କର୍ଣ୍ଣାଟକରେ ଖୁବ୍‌ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମେ ସେ ରାଜ୍ୟରେ ଜେଡିଏସ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ସମର୍ଥନରେ ନଥିଲେ। କଂଗ୍ରେସ ତାଙ୍କୁ ମେଣ୍ଟ କରିବା ପାଇଁ ନିବେଦନ କରିଥିଲେ, ଯାହା ପରେ ସେ ସହମତି ପ୍ରକାଶ କରିଥିଲେ। ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଥମ ଥର ମେଣ୍ଟକୁ ନେଇ ଦେବଗୌଡ଼ା କଂଗ୍ରେସ ଉପରେ କଡ଼ା ସମାଲୋଚନା କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଜେଡିଏସ୍‌ ଗୋଟିଏ ଲେଖାଏ…

Read More

ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ୱରଠାରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। କଳାରେ ୬୫.୮୯% ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ % ପାସ୍ କରିଛନ୍ତି। ଚଳିତ ଥର କଳାରେ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। କଳାରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ପାସ୍‌ ହାର (୭୫.୬୭%) ରହିଛି। ନବରଙ୍ଗପୁରରେ ସର୍ବନିମ୍ନ ପାସ୍‌ ହାର (୪୭.୪୬%) ରହିଛି। କଳାରେ ଦୁଇଟି କଲେଜର ଫଳାଫଳ ଶୂନ୍ୟ ରହିଛି। ସେହିପରି ବାଣିଜ୍ୟରେ ୨୬,୭୯୪…

Read More

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନ୍ଏଚ୍‌ଏଆଇଏକୁ ଏକ ପତ୍ର ଲେଖାଯାଇଛି। ଜାତୀୟ ରାଜପଥ କାମ ସମୟରେ ପ୍ରଦୂଷଣ ପ୍ରତି ଧ୍ୟାନ ରଖାଯାଉନଥିବାରୁ ଏହି ପତ୍ର ଲେଖାଯାଇଛି। ଆଗାମୀ ଦିନରେ ଯଦି ଜାତୀୟ ରାଜପଥ ନିର୍ମାଣ ସମୟରେ ଏସବୁ ଜିନିଷକୁ ଧ୍ୟାନ ନ ଦିଆଯାଏ ତେବେ ଆଗାମୀ ଦିନରେ ଏନ୍‌ଏଚ୍ଏଆଇଏକୁ ୧ କୋଟିର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଦିଲ୍ଳୀ ମିରଟ୍‌ ଏକ୍ସପ୍ରେସ୍‌ ଓ୍ବେରେ ଜାତୀୟ ରାଜପଥ କାମ ସମୟରେ ପରିବେଶ ପ୍ରଦୂଷଣ ହେଉଥିବାର ଅଭିଯୋଗ ଆସିବା ପରେ ଜୁନ୍‌ ୧୧ ତାରିଖରେ ଏହି ପତ୍ର ଲେଖାଯାଇଥିବା ଜଣାପଡିଛି।

Read More

ବିଗ୍‌ ବି ଅମିତାଭ ବଚ୍ଚନ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇତି ମଧ୍ୟରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏଥିରେ ଅମିତାଭ ବଚ୍ଚନ ଜଣେ ବୁଢା ଲୋକ ଭୂମିକାରେ ନଜର ଆସିଛନ୍ତି ।  ଏଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ସେ ମୋଟା ଚଷମା ପିନ୍ଧିବା ସାଙ୍ଗକୁ ଲମ୍ବା ଦାଢ଼ି ରଖିଛନ୍ତି। ତାଙ୍କ ନାକ ମୋଟା ହୋଇଥିବା ବେଳେ ମୁଣ୍ଡରେ ଏକ ଗାମୁଛା ମଧ୍ୟ ଗୁଡ଼ାଇଛନ୍ତି। ବିଗ୍‌ ବିଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମର ନିର୍ଦ୍ଦେଶନା ଭାର ସୁଜିତ୍‌ ସିରକାର୍‌ ଗ୍ରହଣ କରିଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଜୁହୀ ଚର୍ତୁବେଦୀ । ‘ପିଙ୍କ୍‌’ ପରେ  ଅମିତାଭ ଓ ସୁଜିତ୍‌ଙ୍କ ଏହା ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମରେ ଅମିତାଭଙ୍କ ସହ ପ୍ରଥମଥର ପାଇଁ ଅଭିନେତା ଆୟୁଷ୍ମାନ ଖୁରାନା ନଜର ଆସିବେ । ଫିଲ୍ମଟି ୨୦୨୦ ମସିହା ଏପ୍ରିଲ୍‌…

Read More

ମାଲେଗାଓଁ ବିସ୍ଫୋରଣ ମାମଲାରେ ନବ ନିର୍ବାଚିତ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏକ ସପ୍ତାହର ରିହାତି ପ୍ରଦାନ କରାଯାଇଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କୋର୍ଟରେ ହାଜର ନହେବା ପାଇଁ ପ୍ରଜ୍ଞାଙ୍କ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭୋପାଳରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ପ୍ରଜ୍ଞା ସଂସଦ ଅଧିବେଶନରେ ଯୋଗ ଦେବା ପାଇଁ କୋର୍ଟରେ ହାଜର ନହେବା ପାଇଁ ଆବେଦନ କରିଥିଲେ । ପ୍ରଜ୍ଞାଙ୍କୁ କୋର୍ଟ ଏକ ସପ୍ତାହର ରିହାତି ପ୍ରଦାନ କରିଥିଲେ ମଧ୍ୟ ଏକ ସପ୍ତାହ ପରେ ପୁନର୍ବାର ହାଜର ହେବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ କୋର୍ଟରେ ହାଜର ନହେବାର ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ 3 ତାରିଖରେ ପ୍ରଜ୍ଞାଙ୍କ ସମେତ ସମସ୍ତ ଆରୋପୀଙ୍କୁ ପ୍ରତ୍ୟେକ ସପ୍ତାହରେ କୋର୍ଟରେ ହାଜର ହେବା…

Read More

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି କାଳେଶ୍ବରମ୍‌ ଜଳ ଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ମଧ୍ୟ ଉପସ୍ଥିତ ଥିଲେ । କୃଷି ପାଇଁ ଏହି  ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନାର ୭୦ ପ୍ରତିଶତ ଅଞ୍ଚଳକୁ ଜଳଯୋଗାଣ ସମ୍ଭବ ହୋଇପାରିବ ବୋଲି ଜଣାପଡିଛି । ଏହି ପ୍ରକଳ୍ପରୁ ଜଳଯୋଗାଣ କୃଷି, ପାନୀୟ ଜଳ ଏବଂ ଶିଳ୍ପ ସଂସ୍ଥାନ ଗୁଡିକୁ ଜଳ ଯୋଗାଣ ସମ୍ଭବ ହେବ ବୋଲି ଜଣାପଡିଛି । ଏହି ପ୍ରକଳ୍ପର ଉଦ୍‌ଘାଟନରେ ତେଲେଙ୍ଗାନା ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହା ମଧ୍ୟ ଯୋଗ ଦେଇଥିଲେ । ୨୦୧୬ ମସିହାରେ ଏହି ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ।

Read More

ଜ୍ୟୋତି ନନ୍ଦ ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ କରିଦେଇଥିଲା। ଗୁମ୍ଫା ଭିତରେ ପାଣି ଭରିରହିଥିବାରୁ ପୃଥିବୀ ର ସବୁଠୁ ଦକ୍ଷ ବୁଡାଳି ମାନଙ୍କୁ ଆଣି କୋଟି କୋଟି ଟଙ୍କା ବିନିମୟରେ ସେମାନଙ୍କୁ ପରିଶେଷରେ ଉଦ୍ଧାର କରାଯାଇଥିଲା। ଏହା ଥାଇଲାଣ୍ଡ ଭଳି ଗୋଟିଏ ଛୋଟ ଦେଶର କଥା।ଛୋଟଦେଶରେ ସଂଭବତଃ ଗୋଟିଏ ଗୋଟିଏ ଜୀବନ ଅଧିକ ମୂଲ୍ୟବାନ। ଆମର ଦେଶ ବିରାଟ ଦେଶ।ତେଣୁ ଏଠି ସବୁ କାମ ବିରାଟ ।ଏଠି ଷାଠିଏ ହଜାର କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୁଏ।ଆମର ସେଥିରେ ଅପାର ଆନନ୍ଦ।ଆମେ ବିଜୟୀ। କିନ୍ତୁ ଗୋଟିଏ ବେମାରୀ ହଠାତ୍ ୧୧୪ ଜଣ ଶିଶୁଙ୍କୁ ପୋଛିନିଏ ଆଉ ଆମେ ବା ଆମ ସରକାର ଯେହେତୁ ବିରାଟ ଦେଶର ସରକାର ତେଣୁ ବିଭିନ୍ନ ବିରାଟ କାମରେ ଲାଗିଥାଉ ଏବଂ ଏହି ସବୁ ଶିଶୁ ମୃତ୍ୟୁ…

Read More

ପୁଣି ଥରେ ଲୋକସଭାରେ ବହୁଚର୍ଚ୍ଚିତ  ‘ତିନ୍‌ ତଲାକ୍‌ ବିଲ୍‌’ ଗୃହୀତ ହୋଇଛି । ଲୋକସଭାରେ  ଏହି ବିଲ୍‌ ସପକ୍ଷରେ ୧୮୬ ଭୋଟ୍‌ ମିଳିଥିବାବେଳେ ବିରୋଧରେ ୭୪ଟି ଭୋଟ୍‌ ମିଳିଛି । ଏହି ବିଲ୍‌କୁ ଏନ୍‌ଡିଏର ସହଯୋଗୀ ଦଳ ଜେଡିୟୁ ବିରୋଧ କରିଛି । ସେହିପରି ବିରୋଧୀ ଦଳ ମାନେ ମଧ୍ୟ  ବିଲ୍‌କୁ ବିରୋଧ କରିଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଲୋକସଭାର ପ୍ରଥମ ଅଧିବେଶନ୍‌ରେ ପ୍ରଥମ୍‌ ବିଲ୍‌ ଭାବେ ‘ତିନ ତଲାକ୍‌ ବିଲ୍‌’ ଉପସ୍ଥାପନ କରାଯାଇଛି । ଲୋକସଭାରେ ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌କୁ ପେଶ୍‌ କରିଥିଲେ ।  ଉଭୟ ଗୃହରେ ବିଲ୍‌ ପାଶ୍‌ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନ୍‌ରେ ପରିଣତ ହେବ । ତେବେ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ନେଇ ସଂଶୟ ରହିଛି । ବିରୋଧୀ ଦଳ ସରକାରଙ୍କ ଏହି ବିଲ୍‌କୁ…

Read More

ଓଡ଼ିଶା ଛୁଇଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୭୨ ଘଣ୍ଟା ଭିତରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାୟ ସପ୍ତାହେରୁ ଅଧିକ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ । ତେବେ ପ୍ରାକ୍‌ ମୌସୁମୀ ଯୋଗୁଁ ରାଜ୍ୟରେ ପାଗ ଟିକେ ପରିବର୍ତ୍ତନ ହୋଇଥିଲା । ଚଳିତଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ରାଜ୍ୟରେ ଚାଲିଥିବା ହିଟ୍‌ଓ୍ବେଭ୍‌ରୁ ଟିକେ ଶାନ୍ତି ମିଳିଛି । କିନ୍ତୁ ମୌସୁମୀର ବିଳମ୍ବ ଓ ଗତିଧାରା ଟିକେ ମନ୍ଥର ଥିବାରୁ ଦେଶର ଅଧିକାଂଶ ସ୍ଥାନରେ ହିଟ୍ଓ୍ବେଭ୍‌ ଲାଗି ରହିଛି । ବିହାରରେ ଲୁ ପ୍ରଭାବରେ ୧୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଜୁନ୍‌ ୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁଥିଲା ।

Read More

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌ ଉପରେ ଆକ୍ରମଣ ଯୋଜନାରୁ ନିବୃତ ରହିଛନ୍ତି। ଗତକାଲି ହେରମୁଜ୍‌ରେ ଏକ ଆମେରିକୀୟ ଡ୍ରୋନ୍‌କୁ ଇରାନ୍‌ ନଷ୍ଟ କରିଦେବା ପରେ ଇରାନ୍‌ ଉପରେ ଆକ୍ରମଣର ନିଷ୍ପତ୍ତି ନେଇଥିଲା ଆମେରିକା। ମାତ୍ର ଆକ୍ରମଣର ଏକ ଘଣ୍ଟା ପୂର୍ବରୁ ଟ୍ରମ୍ପ ଆକ୍ରମଣ ନ କରିବାର ନିଷ୍ପତ୍ତି ନେଇଥିଲେ ବୋଲି ପେଣ୍ଟାଗନ୍‌ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଇରାନ୍‌ର ଦକ୍ଷିଣ ତଟରେ ଆମେରିକୀୟ ନୌସେନାର ଆରକ୍ୟୁ-୪ ଡ୍ରୋନ୍‌କୁ ଇସ୍‌ଲାମିକ୍‌ ରିଭଲ୍ୟୁସନାରୀ ଗାର୍ଡ କପ୍‌ସ ପକ୍ଷରୁ ନଷ୍ଟ କରି ଦିଆଯାଇଥିଲା। ଏହାକୁ ଇରାନ୍‌ର ଏକ ବଡ ଭୁଲ୍‌ ବୋଲି ଅଭିହିତ କରି ଟ୍ରମ୍ପ ଆକ୍ରମଣର ଘୋଷଣା କରିଥିଲେ। ଆମେରିକୀୟ ଡ୍ରୋନ୍‌ର ଉପସ୍ଥିତି ଗୁପ୍ତଚର କାର୍ଯ୍ୟରେ ଉପଲବ୍ଧ ବୋଲି ତେହେରାନ୍‌ ପକ୍ଷରୁ କୁହାଯାଇଛି।

Read More

ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ବିଜୁ ଜନତା ଦଳର ଦଳୀୟ ପତାକା ରଖାଯିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସହିଦ୍‌ଙ୍କ ଭାଇ ପରମେଶ୍ବର ସାହୁ  କହିଛନ୍ତି ଯେ, ଖୁଣ୍ଟୁଣୀରେ ବିଜେଡ଼ି କର୍ମୀ  ସହିଦ୍‌ଙ୍କ ପାର୍ଥିବ ଶରୀର ଉପରେ ଦଳୀୟ ପତାକା ପକାଇଥିଲେ, ଯାହା ତାଙ୍କୁ ଭଲ ଲାଗିନଥିଲା।  ଅଳ୍ପ ସମୟ ମଧ୍ୟରେ ସେ ଏହି ପତାକକୁ କାଢି ଦେଇଥିଲେ। ଦେଶ ପାଇଁ ତାଙ୍କ ଭାଇ ସହିଦ୍‌ ହୋଇଛନ୍ତି, କୌଣସି ଦଳ ପାଇଁ ନୁହେଁ ବୋଲି କହିଛନ୍ତି ପରମେଶ୍ବର। ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏହି ଘଟଣା ପାଇଁ ବିଜେଡ଼ିକୁ କଟାକ୍ଷ କରିବା ସହିତ ସହିଦକୁ ନେଇ ବିଜେଡ଼ି ରାଜନୀତି କରୁଛି ବୋଲି କହିଛନ୍ତି। ଏହି ଘଟଣା ପାଇଁ ବିଜେଡ଼ି ସଭାପତି କ୍ଷମା ମାଗନ୍ତୁ ବୋଲି ପୂର୍ବତନ ସୈନିକ ସେଲ୍‌ ଦାବି କରିଛି। ତେବେ ଏହି ଘଟଣାରେ ବିଜେଡ଼ି ନିଜର ପ୍ରତିକ୍ରିୟା ରଖି…

Read More

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଛି ଅଭିନେତା ଶାହିଦ୍‌ କପୁର୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂ’ । ତେଲୁଗୁ ବ୍ଲକ୍‌ବଷ୍ଟର ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡି’ର ରିମେକ୍‌ ହେଉଛି ଏହି ଫିଲ୍ମ । ସନ୍ଦୀପ ଭାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହିଦ୍‌ଙ୍କ ବ୍ୟତୀତ କିଆରା ଆଡଭାନୀ, ସୁରେଶ୍‌ ଓବରୟେ, ନିକିତା ଦତ୍ତ, ଅର୍ଜନ ବାଜ୍‌ଓ୍ବା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କ ଜଣେ ବିଫଳ ପ୍ରେମିକ ତଥା ମଦ୍ୟପ ଭୂମିକାରେ ଦେଖିବାକୁ ମିଳିଥିବାବେଳେ କିଆରାଙ୍କୁ ଜଣେ ସାଧାସିଧା ଝିଅର ଚରିତ୍ରରେ ଦେଖିବାକୁ ମିଳିଛି । ଏଥିରେ ପୁଣି ଦିଓ୍ବାନଗୀର କାହାଣୀ ନଜର ଆସିଛି। ମୋଟ ଉପରେ କହିବାକୁ ଗଲେ ଏହି ରୋମାଣ୍ଟିକ୍‌ ଫିଲ୍ମଟି ଟୁଇଷ୍ଟ୍‌ ଓ ଟର୍ଣ୍ଣରେ ଭରପୂର ରହିଛି । ବହୁତ ଦିନ ପରେ ଏହିପରି ଏକ ଲଭ୍‌ଷ୍ଟୋରୀ ବଡ଼ପରଦାକୁ ଆସିଛି । ଫିଲ୍ମର ଗୀତଗୁଡ଼ିକ ବେଶ୍‌ ମନଛୁଆଁ ରହିଛି । ତେବେ ‘ଅର୍ଜୁନ୍‌ ରେଡ୍ଡି’…

Read More

ସପ୍ତଦଶ ଲୋକସଭାରେ ମୋଦି ସରକାରଙ୍କ ପକ୍ଷରୁ ଜୁନ ୨୧ ଶୁକ୍ରବାର ଦିନ ଆସିବ ’ତିନ୍‌ ତଲାକ୍‌ ବିଲ୍। ‘ତିନ୍‌ ତଲାକ’ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ ବିଧେୟକ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭ମ ଲୋକସଭାର ପ୍ରଥମ ଅଧିବେଶନରେ ଏହା ପ୍ରଥମ ବିଲ ହେବ। ରାଜ୍ୟସଭାରେ ଏହି ବିଲ୍‌ ପାରିତ୍‌ ହେବା ପାଇଁ ବିଜେପି ପାଖରେ ଆବଶ୍ୟକୀୟ ସାଂସଦ ନଥିବା ଥିବାରୁ ସରକାରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଅଧିବେଶନ। ଜୁନ ୧୭ରୁ ଆରମ୍ଭ ହୋଇଥିବା ଅଧିବେଶନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ।

Read More

ବିହାରରେ ଲୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିବା ପରେ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟର ବିପର୍ଯ୍ୟୟ ପରିଚାଳନା କମିଟି ସହିତ ନୀତିଶ କୁମାର ଏହି ବୈଠକ କରିଥିଲେ। ବର୍ତ୍ତମାନ ସୁଦ୍ଧା ଔରଙ୍ଗାବାଦରେ ୫୮ ଜଣ ପ୍ରାଣ ହରାଇଥିବା ବେଳେ ଗୟାରେ ୩୯ ଏବଂ ନଓ୍ବାଡାରେ ୧୪ ଜଣ ଲୁ ପ୍ରଭାବରେ ପ୍ରାଣ ହରାଇଛନ୍ତି। ବିହାର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଲୁର ପ୍ରଭାବ ଆହୁରି ଦୁଇ ଦିନ ରହିବ। କେଉଁ ଅଞ୍ଚଳରେ କଣ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି ତା ଉପରେ ଅଧିକାରୀଙ୍କ ନିକଟରୁ ବୁଝିଥିଲେ ନୀତିଶ କୁମାର।

Read More

ଇରାନ୍‌ ପକ୍ଷରୁ ଏକ ଆମେରିକୀୟ ଡ୍ରୋନ୍‌କୁ ଖସାଇ ଦେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି। ଚଳିତ ସପ୍ତାହର ଶେଷ ଅର୍ଥନୈତିକ କାର୍ଯ୍ୟଦିବସରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୨୮ ପଇସା ଦୁର୍ବଳ ହୋଇଛି। ୨୮ ପଇସା ଦୁର୍ବଳ ହେବା ସହିତ ଡଲାରର ବିନିମୟ ମୂଲ୍ୟ ୬୯.୭୨ ଟଙ୍କାରେ ପହଞ୍ଚିଛି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଗୁରୁବାର ଡଲାରର ବିନିମୟ ମୂଲ୍ୟ ୬୯.୨୫ ପଇସା ରହିଥିଲା।

Read More

ସିକ୍କିମ୍‌ରେ ପ୍ରବଳ ବର୍ଷା ଯୋଗୁଁ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ରାସ୍ତା ଖମରାପ ଯୋଗୁଁ ତିନି ଦିନ ଧରି ଏହି ବିଦେଶୀ ନାଗରିକ ମାନେ ସିକ୍କିମ୍‌ରେ ଫସି ରହିଥିଲେ। ଶେଷରେ ସିକ୍କିମ୍‌ ସରକାର ଏବଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ୪୨୭ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ସିକ୍କିମ୍‌ର ରାଜଧାନୀ ଗାଙ୍ଗଟକରେ ଏହି ୪୨୭ ବିଦେଶୀ ପର୍ଯ୍ୟଟକ ଫସି ରହିଥିଲେ। ସେନା ବାହିନୀ ଏବଂ କିଛି ବ୍ୟକ୍ତିଗତ ଟ୍ୟାକ୍ସି ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥଲେ। ବାଦଲ ଫଟା ବର୍ଷା ଯୋଗୁଁ ଚାରି ଦିନ ପୂର୍ବରୁ ଏହି ପର୍ଯ୍ୟଟକଙ୍କ ୬୦ଟି ଗାଡି ଭାସି ଯାଇଥିଲା। ଉତ୍ତର ସିକ୍କିମ୍‌ର ଲାଚେନ୍‌ ଏବଂ ଜେମା ଅଞ୍ଚଳେ ଏହି ବାଦଲ ଫଟା ବର୍ଷା ହୋଇଥିଲା।

Read More

କେଦାର ମିଶ୍ର ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ…

Read More