ବାଲାଟ ପେପର ନୁହେଁ ଇଭିଏମ୍ରେ ନିଜାମାବାଦରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଦୁଇଟି ଇଭିଏମ ଲଗାଇ ୧୮୫ ପ୍ରାର୍ଥୀଙ୍କୁ ନିଜମାବାଦ ସଂସଦୀୟ କ୍ଷେତ୍ରର ଭୋଟର ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଜାତୀୟ ନିର୍ବାଚନ କମିଶନ ଏ ନେଇ ତେଲେଙ୍ଗାନା ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ତେଲେଙ୍ଗାନା ନିର୍ବାଚନ ଅଧିକାରୀ ରଜତ କୁମାର ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ।ନିଜାମାବାଦ ଲୋକସଭା ଆସନରେ ମତଦାନ ପାଇଁ ଏମ-୩ ଇଭିଏମ ଲାଗିବ। ଇସିଆଇଏଲକୁ ଏଥିପାଇଁ ୨୬ ହଜାର ୮୨୦ ବ୍ୟାଲଟ ୟୁନିଟ, ୨୨୪୦ କଣ୍ଟ୍ରୋଲ ୟୁନିଟ ଏବଂ ଏମ ୩ କ୍ୟାଟୋଗରୀର ୨୬ଶହ ଭିଭିପ୍ୟାଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ସୂଚନାଯୋଗ୍ୟ ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା…
Author: Samikhsya Bureau
ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାର ଆରମ୍ଭ ହେବା ପରେ ଏହା ୩୩୦ ପଏଣ୍ଟ ବୃଦ୍ଧି ପାଇ ୩୯୦୦୦ ପଏଣ୍ଟ ଅତିକ୍ରମ କରିବା ସହ ୩୯୦୨୮.୬୭ ପଏଣ୍ଟରେ ପହଞ୍ଚିଛି। ଏହା ସହିତ ନିଫ୍ଟୀ ମଧ୍ୟ ୫୦ ପଏଣ୍ଟ ବୃଦ୍ଧି ପାଇ ୧୧୭୧୫ରେ ପହଞ୍ଚିଛି । ନିଫ୍ଟୀର ସର୍ବକାଳୀନ ରେକର୍ଡ ୧୧୭୬୦ ରହିଥିବା ବେଳେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବାନୂମାନ ଲଗାଇଛନ୍ତି। ବିଶେଷକରି ମେଟାଲ, ଯାନବାହନ ଏବଂ ଅର୍ଥନୈତିକ ଷ୍ଟକ୍ କାରବାରରେ ବୃଦ୍ଧି ଯୋଗୁ ସେନସେକ୍ସରେ ବୃଦ୍ଧି ଘଟିଛି। ଗତବର୍ଷ ଅଗଷ୍ଟରେ ସେନସେକ୍ସ ୩୮୯୮୯ ପଏଣ୍ଟ ଛୁଇଁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୋମବାର ସେନସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠାରୁ…
୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ବାଗୀର ତୃତୀୟ ସିରିଜ୍ ନିମନ୍ତେ ପୁଣି ଥରେ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର୍। ଫିଲ୍ମର ପ୍ରଥମ ଭାଗରେ ଉଭୟ ରହିଥିବା ବେଳେ ଦ୍ବିତୀୟ ଭାଗରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟାନୀ ନଜର ଆସିଥିଲେ। ଫିଲ୍ମଟିର ସୁଟିଂ ଆସନ୍ତା ମେ ୨୦୧୯ରୁ ଆରମ୍ଭ ହେବ ବୋଲି ଫିଲ୍ମର ପ୍ରଯୋଜକ ସାଜିଦ୍ ନାଦିଓ୍ବାଦଓ୍ବାଲା ସୂଚନା ଦେଇଛନ୍ତି। ଫିଲ୍ମଟିକୁ ୪ଟି ବିଦେଶୀ ଲୋକେସନ୍ରେ ସୁଟିଂ କରାଯିବ ବୋଲି ଜଣାପଡିଛି। ମରକ୍କୋ, ଇଜିପ୍ଟ, ସର୍ବିଆ ଏବଂ ତୁର୍କୀରେ ଫିଲ୍ମଟିର ସୁଟିଂ ହେବ ବୋଲି ପ୍ରଯୋଜକ କହିଛନ୍ତି। ଏହା ସହିତ ପ୍ରଥମ ଭାଗର ନିର୍ଦ୍ଦେଶକ ଅହମଦ୍ ଖାନ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫକ୍ସ ଷ୍ଟାର ସହିତ ସହ ପ୍ରଯୋଜନାରେ ଚଳଚିତ୍ରର ନିର୍ମାଣ କରୁଥିବା ସାଜିଦ୍ ଫିଲ୍ମଟି ମାର୍ଚ୍ଚ୬, ୨୦୨୦ରେ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି।
ବଲିଉଡ୍ର ଭର୍ସାଟାଇଲ୍ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଆୟୁସ୍ମାନ। ଫିଲ୍ମଟି ଉତ୍ତର ପ୍ରଦେଶ ପୃଷ୍ଠଭୂମି ଉପରେ ଆଧାରିତ ରହିଥିବାରୁ ଉର୍ଦ୍ଦୁ ଶିଖିବା ନିମନ୍ତେ ଆୟୁସ୍ମାନ ଜଣେ ଉତ୍ତରପ୍ରଦେଶ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଉର୍ଦ୍ଦୁ ଶିଖିବା ମୋର କବିତା ପାଇଁ ମଧ୍ୟ ଉପକୃତ ସାବ୍ୟସ୍ତ ହେବ ବୋଲି ଆୟୁସ୍ମାନ କହିଛନ୍ତି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଇଶା ତଲଓ୍ବାର, ମନୋଜ ପାହ୍ବା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା ଏବଂ ମହମ୍ମଦ ଜୀଶାନ ଆୟୁବ୍ ନଜର ଆସିବେ। ପୂର୍ବରୁ ସିହ୍ନା ମୁଲ୍କର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଉଭୟ ଦର୍ଶକ ଏବଂ ସମାଲୋଚକ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୯ ଶେଷ ଭାଗରେ ରିଲିଜ ୍ ହେବାକୁ ଯାଉଛି।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା ୧୪ ମିନିଟରେ ଅନୁଭୂତ ହୋଇଥିଲା। ପ୍ରଥମ ଝଟକାର ତୀବ୍ରତା ଥିଲା ୪.୯। ଏହାର କିଛି ମିନିଟ୍ ମଧ୍ୟରେ ୫ ତୀବ୍ରତା ଥିବା ଅନ୍ୟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଶେଷ ଝଟକା ସକାଳ ୬ ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ଥିଲା ୫.୨। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ସେଠରେ ଦୈନିକ ଦୁଇ ତିନୋଟି ଭୂକମ୍ପନ ଅନୁଭୂତ ହେବା କିଛି ଅସ୍ୱାଭାବିକ ନୁହେଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସ୍କୁଲ କେବଳ ପାଠ ପଢିବା ପାଇଁ ନୁହେଁ, ଦେଶ ନିର୍ମାଣରେ ଏହାର ମୁଖ୍ୟ ଭୂମିକା ହେବା ଉଚିତ। ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁ ଆମ ଇତିହାସ ପାଠ୍ୟକ୍ରମ ବଦଳିଛି- ଚିନ୍ତା ବଦଳିଛି। ଆମ ସଂସ୍କୃତି ଓ ଐତିହ୍ୟକୁ ଆମ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ। ଶେୟାର ଆଣ୍ଡ କେୟାର ଭାରତର ସଂସ୍କୃତି ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।। ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି। ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ।ଛାତ୍ରଛାତ୍ରୀଙ୍କୁ…
ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ନାମ ନନେଇ ମୋଦି କହିଛନ୍ତି, ଜଣେ ଲୋକ ୯ ହଜାର କୋଟିର ଅର୍ଥରାଶି ନେଇ ବିଦେଶ ପଳାୟନ କଲେ ସରକାର ତାଙ୍କଠାରୁ ୧୪ ହଜାର କୋଟିର ଅର୍ଥରାଶି ଆଦାୟ କରିନେଲେ। ମୋଦିଙ୍କ ଏହି ମନ୍ତବ୍ୟ ପରେ ମାଲ୍ୟା ଟ୍ବିଟ୍ କରି କହିଛନ୍ତି, ମୁଁ ମୋର ସମସ୍ତ ଅର୍ଥରାଶି ଫେରସ୍ତ କରିଥିବା ସତ୍ତ୍ବେ ବିଜେପି ନେତାମାନେ ମୋତେ କାହିଁକି ଟାର୍ଗେଟ୍ କରୁଛନ୍ତି ମୁଁ ବୁଝି ପାରୁନାହିଁ। ନିଜ ସରକାରର ପ୍ରଶଂସା କରି ମୋଦି କହିଛନ୍ତି, ଚଳିତ ସରକାର ଏକ ନିୟମ ଆଣିଛନ୍ତି ଯାହାଦ୍ବାରା କେବଳ ଦେଶରେ ନୁହେଁ ବିଦଶରେ ଥିବା ସମସ୍ତ ସମ୍ପତ୍ତି ଏବଂ ଅର୍ଥରାଶିକୁ ବାଜ୍ୟାପ୍ତ କରି ପାରିବେ ସରକାର। ମାଲ୍ୟା ଅନ୍ୟ ଏକ ଟ୍ବିଟ୍ରେ କହିଛନ୍ତି,…
ନେପାଳରେ ଭୟଙ୍କର ଝଡତୋଫାନ ହେବା ସହିତ ଅତିକମ୍ରେ ୨୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଦୁଇ ଜିଲ୍ଲା ବାରା ଏବଂ ପାର୍ସାରେ ଭୟଙ୍କର ରୂପ ନଇଥିଲା ଏହି ଘୂର୍ଣ୍ଣିଝଡ। ୧୨୦ କିମି ବେଗରେ ପବନ ବହିବା ସହିତ ଭୟଙ୍କର ଝଡବର୍ଷାରେ ବାରା ଜିଲ୍ଲାରେ ୨୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପର୍ସା ଜିଲ୍ଲାରେ ୨ ଜଣ ମୃତାହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରେମ୍ କୁମାର ରାଏ ସୂଚନା ଦେଇଛନ୍ତି। ଆହତଙ୍କ ସଂଖ୍ୟା ୪୦୦ରୁ ଅଧିକ ରହିଥିବା ବେଳେ ଭୟଙ୍କର ବର୍ଷାଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାାର ସମ୍ଭାବନା ରହିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ଖଡ୍ଗ ପ୍ରସାଦ ଓଲି ଏହିଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଦେଇଛନ୍ତି। ଶ୍ରୀ ଓଲି କହିଛନ୍ତି ଯେ, ଝଡତୋଫାନରେ ନିହତ ବ୍ୟକ୍ତିଙ୍କ ନିମନ୍ତେ ମୁଁ ଗମୀର ଭାବରେ ଦୁଃଖିତ।…
ବିଜେପି ନିଜର ବଳକା ୩ ଲୋକସଭା ଏବଂ ୧୧ଟି ବିଧାନସଭା ନିମନ୍ତେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଲୋକସଭା ପାଇଁ ବିଜେପି ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୟୂରଭଞ୍ଜରୁ ବିଶେଶ୍ଵର ତୁଡୁ ପ୍ରାର୍ଥୀ ରହିଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ଶେଠୀ ଏବଂ ଅମିୟ ମଲ୍ଲିକ ଯାଜପୁରରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଧାନସଭା ପ୍ରାର୍ଥୀ- ୧-ମହାକାଳପଡା : ବିଜୟ ପ୍ରଧାନ ୨-ପୁରୀ : ଜୟନ୍ତ ଷଡଙ୍ଗୀ ୩-ଭୁବନେଶ୍ବର ଉତ୍ତର : ଅପରାଜିତା ମହାନ୍ତି ୪-ଆଠମଲ୍ଲିକ : ଭାଗୀରଥି ପ୍ରଧାନ ୫-ଆନନ୍ଦପୁର :: ଆଲୋକ ସେଠୀ ୬-ପାଟକୁରା : ବିଜୟ ମହାପାତ୍ର ୭-ନିଳଗିରି : ସୁକାନ୍ତ ନାୟକ ୮-ଆଠଗଡ : :ବ୍ରଜେନ୍ଦ୍ର ରାୟ ୯-ରାଇରଙ୍ଗପୁର :ନବଚରଣ ମାଝି ୧୦-ମୋରଡା : କୃଷ୍ଣଚନ୍ଦ୍ର ମହାପାତ୍ର ୧୧-ବାଙ୍କି : ଶୁଭ୍ରାଂଶୁ ଶେଖର ପାଢୀ
ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଠିକ୍ ସକାଳ ୯ଟା ୨୭ ମିନିଟ୍ରେ ବିଦେଶର ୨୮ଟି ଉପଗ୍ରହ ସହିତ ଏମିସାଟ୍କୁ ପିଏସଏଲଭି-ସି୪୫ ମହାକାଶ ଯାନରେ ଉତକ୍ଷେପଣ କରାଯାଇଥିଲା। ଇସ୍ରୋ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ଉପଗ୍ରହ ଏମିସାଟ। ଶତ୍ରୁପକ୍ଷ ଉପରେ ନଜର ରଖିବ ଏମିସାଟ୍। ଇସ୍ରୋ ଓ ଡିଆରଡିଓ ମିଳିତ ଭାବେ ଏହି ଉପଗ୍ରହକୁ ତିଆରି କରିଛନ୍ତି। ଏହାଦ୍ୱାରା ସୀମାରେ ପାକିସ୍ତାନ ଦ୍ୱାରା ଇଲେକ୍ଟ୍ରୋନିକ ଓ ମାନବିକ ଗତିବିଧି ଉପରେ ନଜର ରଖିବ। ଅର୍ଥାତ ସୀମାରେ ରାଡାର ଓ ସେନସର ଉପରେ ଏହି ଉପଗ୍ରହ ନଜର ରଖିବ। ଏମିସାଟ ମହାକାଶରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ଣ ନଜର ରଖିବ। ଏମିସାଟ୍…
ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୨ଟି ଏକେ-୪୭, ଗୋଟିଏ ଏସଏଲଆର ଏବଂ ଏକ ପିସ୍ତଲ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯିବା ସହ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି। ଏହି ଆକ୍ରମଣରେ ଜଣେ ଲସ୍କର କମାଣ୍ଡର ନିହତ ହାେଇଥିବାର ସୂଚନା ମିଳିଛି। ଏନ୍କାଉଣ୍ଟର ସମାପ୍ତ ହୋଇଥିଲେ ମଧ୍ୟ ସୋମବାର ସକାଳୁ କିଛି ସ୍ଥାନରେ ଝଗଡା ଚାଲିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ପୁଲଓ୍ବାମାର ଲସ୍ସିପାେରାରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନା ପକ୍ଷରୁ ରାଷ୍ଟ୍ରୀୟ ରାଇଫଲ୍ସ, ଏବଂ ଜମ୍ମୁ କାଶ୍ମୀର ପୁଲିସର ଏସ୍ଓଜି ଗ୍ରୁପ୍ ସହିତ ରାତି ପ୍ରାୟ ୨ଟାରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି…
ସମୀକ୍ଷା ବ୍ୟୁରୋ ଏବେ ନିର୍ବାଚନ ଓ ନିର୍ବାଚନ ସର୍ବେକ୍ଷଣର ଋତୁ ଚାଲିଛି। ଭିନ୍ନ ଭିନ୍ନ ପ୍ରକାରର ସର୍ବେକ୍ଷଣ ଚାଲିଛି। ନିର୍ବାଚନ ସମୟରେ ଏ ସବୁ କରିବା ଆଦୌ ନୈତିକ ନୁହେଁ ଜାଣି ମଧ୍ୟ ଗଣମାଧ୍ୟମରେ ଏ ପ୍ରକାର ତାମସା ଚାଲିଛି। ଦଶ ହଜାର କି କୋଡିଏ ହଜାର ଲୋକଙ୍କ ମତ ଆଧାରରେ ଶହେ କୋଟି ଭୋଟରଙ୍କ ମତ ନିର୍ଣ୍ଣୟ କରାଯାଉଛି। ତେବେ ଏ ସଙ୍କ୍ରାନ୍ତରେ ନିର୍ବାଚନ କମିଶନଙ୍କ ମତ ବଡ ଅସ୍ପଷ୍ଟ । ଗୋଟେ ସମୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲାପରେ ଆଉ ଜନମତ ସର୍ବେକ୍ଷଣ କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶ ଥିଲା। ହେଲେ ସେ ନିର୍ଦ୍ଦେଶନାମାର ଭାଗ୍ୟ କଣ ସେକଥା କାହାକୁ ଜଣା ନାଇଁ। ଏବେ ଖୋଲାଖୋଲି ଜନମତକୁ ପ୍ରଭାବିତ କଲାପରି ବିଭିନ୍ନ ଟେଲିଭିଜନରେ ଜନମତ ସର୍ବେକ୍ଷଣ ପ୍ରକାଶିତ ହେଉଛି। ଗତ ସପ୍ତାହରେ ଏବିପି ଟେଲିଭିଜନ ତରଫରୁ ପତ୍ରକାରଙ୍କ ସର୍ଭେ ନାଁରେ ଏକ ସର୍ବେକ୍ଷଣ ପ୍ରକାଶ ପାଇଲା,…
ଶେଷରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ତାଙ୍କୁ ପିପିଲିର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 9 ଟି ବିଧାନ ସଭାର ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ 1-ପିପିଲି-ପ୍ରଦୀପ ମହାରଥୀ 2-ଆନନ୍ଦପୁର-ଭାଗୀରଥୀ ସେଠୀ 3-ନୀଳଗିରି-ସନ୍ତୋଷ ଖଟୁଆ 4-ଧାମନଗର-ରାଜେନ୍ଦ୍ର କୁମାର ଦାସ 5-ବାଲିକୁଦା ଏରସମା-ରଘୁନନ୍ଦନ ଦାସ 6-ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି 7-ନିମାପଡା-ସମୀର ରଂଜନ ଦାସ 8-କାକଟପୁର-ସୁରେନ୍ଦ୍ର ସେଠୀ 9-ନିଆଳି-ପ୍ରମୋଦ ମଲ୍ଲିକ ( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )
ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ ଅନ୍ତର୍ଗତରେ ସାରା ଦେଶର ପାଞ୍ଚଶହ ଜାଗାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଗତ ପାଞ୍ଚ ବର୍ଷର ସଫଳତାରେ ଜନତାଙ୍କ ଭାଗିଦାରୀ ରହିଛି ବୋଲି କହିଛନ୍ତି। ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜନତା ଚୌକିଦାର ହୋଇଛନ୍ତି ସେଥିପାଇଁ ସ୍ୱଚ୍ଛତା ଆନ୍ଦୋଳନ ଆଜି ସାରା ଦେଶରେ ବ୍ୟାପିଛି। କର୍ତ୍ତବ୍ୟ ଏବଂ ଅଧୀକାର ମଧ୍ୟରେ ସନ୍ତୁଳନ ରହିବା ଦରକାର। ପିଏମ ମୋଦୀ କହିଛନ୍ତି ଚୌକିଦାର ଅର୍ଥ ଟୋପୀ ପିନ୍ଧି ୱିସିଲ ବଜାଇବା ନୁହେଁ। କିନ୍ତୁ କଂଗ୍ରେସର କେତେକ ନେତା ନିଜର ମନ୍ଦ ବୁଦ୍ଧି ପାଇଁ ଏହା ଭାବୁଛନ୍ତି। ୨୦୧୯ ରେ ଯେତେବେଳେ ସେ ଶପଥ ଗ୍ରହଣ କରିବେ, ସେହି ସମୟରେ ସେ ଏକାକୀ ଶପଥ ଗ୍ରହଣ କରିବେନି,୧୩୦କୋଟି ଭାରତୀୟ ସେହି ଶପଥ ନେବେ ବୋଲି ମୋଦି କହିଛନ୍ତି।
ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡ଼ି କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ମହେଶ୍ବର ମହାନ୍ତିଙ୍କ ଏକାଚାଟିଆ ଅଧିକାର ପାଇଁ ସେ ଅସନ୍ତୁଷ୍ଟ ରହିଥିଲେ। ବିଜେପିର ରାଜ୍ୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ଆଜି ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓ, ଉଦଳା ବ୍ଲକର ଅଧ୍ୟକ୍ଷା ଶ୍ରୀମତି କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ଶ୍ରୀ ପରେଶ କୁମାର ବେହେରା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।
ନିର୍ବାଚନ ଯେତିକି ପାଖଉଛି, ଟିକେଟକୁ ନେଇ ଅସନ୍ତୋଷ ସେତିକି ବଢିବାର ଲାଗିଛି। ଏପରିକି ଟିକେଟ ନ ପାଇ ଅନେକ ନେତା ଦଳ ଛାଡ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି। ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ ଧାରଣାରେ ବସଛନ୍ତି ମହିଳାମାନେ। ଟିକଟ ଦାବି କରୁଥିବା ମହିଳା କଂଗ୍ରେସ କର୍ମୀ , ପିସିସି ସଭାପତିଙ୍କୁ ଚେତାବନୀ ଦେଇ ଟିକେଟ ନ ମିଳିଲେ, ଭୋଟ୍ ବର୍ଜନ କରିବାର ଚେତାବନୀ ଦେଇଛନ୍ତି। ବିଶେଷ କରି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ମହିଳାଙ୍କ ମଧ୍ୟରେ ଟିକେଟ ପାଇବାକୁ ନେଇ ଉତ୍କଣ୍ଠା ବଢିଥିବା ପରିଲକ୍ଷିତ ହୋଇଛି। ଚଳିତ ଥର ବିଜୁ ଜନତା ଦଳ ପକ୍ଷରୁ…
ଆଜି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପ୍ରଚାରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଉପରେ ଗୁରୁତ୍ବ ଦେଇଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, ଯଦି କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରେ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯିବ। ରାଜ୍ୟରେ ଥିବା ରାଜନୈତିକ ଦଳଗୁଡିକ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନେଇ ଦୃଢ଼ ଭାବେ ଦାବୀ କରିପାରିନଥିବା ସେ କହିଛନ୍ତି। ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ପାଇଁ କଂଗ୍ରେସ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଏହା ଅହିଂସା ଅସ୍ତ୍ର ଭଳି କାର୍ଯ୍ୟ କରିବ ବୋଲି ରାହୁଲ କହିଛନ୍ତି। ଗରିବୀ ଉପରେ ଏହା ସର୍ଜିକାଲ ଷ୍ଟ୍ରାଇକ୍ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ମୋଦୀ ମନରେଗାର ମୂଳ ନୀତିକୁ ସମ୍ପୂର୍ଣ ନଷ୍ଟ କରିଛନ୍ତି। ମୋଦି ଭାରତରେ ଦୁଇପ୍ରକାରର ଭାରତ ଗଢୁଛନ୍ତି। ସେହିପରି ଆନ୍ଧ୍ରରେ ସକ୍ରିୟ ଥିବା ବିଭିନ୍ନ ଦଳକୁ ସମାଲୋଚନା କରି କହିଥିଲେ, ଏହି ଦଳଗୁଡ଼ିକ ରାଜ୍ୟରେ…
ଆଜି ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା। ସକାଳ ପ୍ରାୟ ୭ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। କାରଖାନାରୁ ବାହାରୁଥିବା ବଳକା ସାମଗ୍ରୀ ରଖାଯାଇଥିବା ଷ୍ଟୋରରେ ବିସ୍ଫୋରଣ ଘଟିବା ଫଳରେ ଆହତ ୫ଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୨୧ରେ ଜୀୟାଙ୍ଗସୁ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭୮ଜଣଙ୍କ ମୃତ୍ୟୁ ହୋଇଥିଲା।
ଭାରତୀୟ ଜନତା ପାର୍ଟି ତରଫରୁ ଗୁଜୁରାଟର ଚାରି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ରବିବାର ଦିନ ୧୩ତମ ସୂଚି ଜାରି କରି ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ନିର୍ବାଚନ ସମିତି ପ୍ରଭାରୀ ଜେ.ପି. ନଡ୍ଡା ଆଜି ୪ଟି ଲୋକସଭା ପ୍ରାର୍ଥୀଙ୍କ ସହ ଗୋଟିଏ ବିଧାନସଭା ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଭାରତ ସିଂହ ଡାବିଙ୍କୁ ପାଟନ, ମିତେଶ ଭାଇ ପଟେଲଙ୍କୁ ଆଣନ୍ଦ, ରାଜେଶ ଭାଇ ଚୁଡାମ୍ସାଙ୍କୁ ଜୁନାଗଡ଼, ଗୀତା ବେନ୍ ରାଠ୍ବାଙ୍କୁ ଛୋଟା ଉଦୟପୁରର ପ୍ରାର୍ଥୀ ଘୋଷଣା କରିଛନ୍ତି। ଜସ୍ଭାଇ ବରାଡ଼ଙ୍କୁ ତଲାଲା ବିଧାନସଭା ଆସନରୁ ପ୍ରାର୍ଥୀ ଟିକେଟ ଦିଆଯାଇଛି।
ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଘଟଣାରେ ଅଭିଯୁକ୍ତ ଅଶୋକ ପ୍ରଧାନଙ୍କୁ ଆରଫିଏଫ୍ ଗିରଫ କରିଛି ଗତ ୨୨ତାରିଖରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଟ୍ରେନର ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍ରେ ନିଆଁ ଲାଗିଥିବା ବେଳେ ଏସ/୪ କୋଚ୍ ସଂପୂର୍ଣ୍ଣ ଜଳି ଯାଇଥିଲା। ଟ୍ରେନରେ କୌଣସି ଯାତ୍ରୀ ନଥିଲେ ଏବଂ ସବୁ ବଗି ଖାଲିଥିଲା।
ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍କା ଲାଗିଛି। ୧୦ ଏମଏଲ୍ଏ ଟିଆରଏସ୍ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ପି. ସୁଧାକର ରେଡ୍ଡି ଆଜି ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ତେଲେଙ୍ଗାନା ବିଧାନ ପରିଷଦର ପୂର୍ବ ସଦସ୍ୟ ସୁଧାକର ରେଡ୍ଡି ପରିଷଦର ସଦସ୍ୟ ରୂପେ ନିଜ କାର୍ଯ୍ୟକାଳ ସମାପ୍ତ ହେବାର ଦୁଇ ଦିନ ପରେ ଏହି ନିର୍ଣ୍ଣୟ ନେଇଛନ୍ତି। ସେ ରାଜ୍ୟର ନେତାମାନଙ୍କର କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବାବେଳେ ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି ବୋଲି କହିଛନ୍ତି ସୁଧାକର। ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି ସୁଧାକର। “କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ…

