Author: Samikhsya Bureau

ସିରିଆରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ବିଜୟ ଘୋଷଣା କରିଛି ସିରିଆନ୍‌ ଡେମେକ୍ରାଟିକ୍‌ ଫୋର୍ସ। ଆମେରିକା ସହାୟତାରେ ଯୁଦ୍ଧ ଲଢୁଥିବା ଏହି ବାହିନୀ ଦୀର୍ଘ ୪ ବର୍ଷର ଲଢେଇ ପରେ ବିଜୟ ହାସଲ କରିବା ନେଇ ସୂଚନା ମିଳିଛି। ସିରିଆ ଏବଂ ଇରାକ୍‌ର ଏକ ତୃତୀୟଂଶ ଅଞ୍ଚଳ ଅଧିକାର କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ଦ ଲେଭାଣ୍ଟ (ଆଇଏସ୍‌ଆଇଏଲ୍‌) ପରାଜୟ ବରଣ କରିବା ସହିତ ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହୋଇଥିବା ଏସ୍‌ଡିଏଫ୍‌ ପକ୍ଷରୁ କୁହାଯାଇଛି। ଏସ୍‌ଡିଏଫ୍‌ର ମୁଖପାତ୍ର ମୁସ୍ତାଫା ବାଲି ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିବା ସହିତ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇସ୍‌ଲାମିକ୍‌ ଷ୍ଟେଟ୍‌ ବିପକ୍ଷରେ ଏହା ଦଳର ଦ୍ବିତୀୟ ବିଜୟ। ପୂର୍ବରୁ ଦକ୍ଷିଣ ପୂର୍ବ ଇଲାକାର ବାଘୌଜ୍‌ରେ ମଧ୍ୟ ଏସ୍‌ଡିଏଫ୍‌ ବିଜୟ ହାସଲ କରିଥିଲା।

Read More

ଭାଇସ୍‌ ଆଡ୍‌ମିରାଲ୍‌ କରମବୀର ସିଂ ଆସନ୍ତା ନୌସେନା ମୁଖ୍ୟ ହେବେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୋଦି ସରକାର ଦ୍ବାରା ଶ୍ରୀ ସିଂ ଆସନ୍ତା ନୌସେନା ମୁଖ୍ୟ ଭାବେ ଚୟନ ହାେଇଛନ୍ତି। ବର୍ତ୍ତମାନର ନୌସେନା ମୁଖ୍ୟ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଆସନ୍ତା ମେ ୩୧, ୨୦୧୯ରେ ଶେଷ ହେବାକୁ ଯାଉଛି। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଥିଲେ ମଧ୍ୟ ଚୀନ ନିକଟରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା ନୌସେନା ପାଇଁ ବଡ ଚ୍ୟାଲେ୍ଞ୍ଜ ରହିବ ବୋଲି ବର୍ତ୍ତମାନର ମୁଖ୍ୟ ଲାମ୍ବା ପ୍ରକାଶ କରିଛନ୍ତି। ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରୁ ପାଶ୍‌ କରିଥିବା କରମବୀର ସିଂ ୧୯୮୦ରେ ନୌସେନାରେ ଯୋଗ ଦେଇଥିଲେ।  ୧୯୮୨ରେ ହେଲିକପ୍ଟର ପାଇଲଟ୍‌ ଭାବରେ କାର୍ଯ୍ୟ କରିଛନ୍ତି କରମବୀର।

Read More

ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍‌ଲର୍‌ଙ୍କ  ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍‌ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍‌ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍‌ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।

Read More

ଚଳିତ ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିଛି। ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିହାର ୪୦ଟି ଲୋକସଭା ସିଟ୍‌ ମଧ୍ୟରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଓ ଶାହାନବାଜ ହୁସେନ୍‌ଙ୍କ ଟିକେଟ୍‌ କଟାଯାଇଥିବାବେଳେ ଗିରିରାଜ ସିଂହ ଆସନ ପରିବର୍ତ୍ତନ ହୋଇଛି।  ଶତ୍ରୁଘ୍ନଙ୍କ ସିଟ୍‌ ପାଟାନାସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଗିରିରାଜ ସିଂହ ନବାଦା ଆସନରୁ ଲଢ଼ିବାକୁ ପୂର୍ବରୁ ଦାବି କରି ଆସୁଥିବାବେଳେ ତାଙ୍କୁ ବେଗସରାୟରୁ ପ୍ରାର୍ଥୀ କରାଯାଇଛି। ବିଜେପି ପକ୍ଷରୁ ପାଟନା ସାହିବରୁ ରବିଶଙ୍କର ପ୍ରସାଦ, ପାଟଳୀପୁତ୍ରରୁ ରାମକୃପାଳ ଯାଦବ, ଆାରାରୁ ରାଜକୁମାର ସିଂହ, ବକସାରରୁ ଅଶ୍ବିନୀ କୁମାର ଚୌବେ,  ସାସାରାମରୁ ଛେଦି ପାଶଓ୍ବାନ, ପଶ୍ଚିମ ଚମ୍ପାରଣରୁ ସଂଜୟ ଜୟସଓ୍ବାଲ, ପୂର୍ବ ଚମ୍ପାରଣରୁ ରାଧାମୋହନ ସିଂ, ଶିବହରରୁ ରମା ଦେବୀ, ମଧୁବନୀରୁ ଅଶୋକ କୁମାର ଯାଦବ, ଅରରିଆରୁ ପ୍ରଦୀପ ସିଂ, ଦରଭଙ୍ଗାରୁ ଗୋପାଲଜୀ…

Read More

ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଆଜି ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ନେଇଛନ୍ତି।  ମଙ୍ଗଳବାର ଦିନ ପିନାକୀ ଘୋଷଙ୍କୁ ଭାରତର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରିଚାଳନା କରିଥିଲେ । ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ। ୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି। ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍‌ ଜୁଡିସିଆଲ ସଦସ୍ୟ ରହିଛନ୍ତି।

Read More

ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍‌ ଏ ଇନ୍‌ସାଫ୍‌ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍‌ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍‌। ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ।…

Read More

କଂଗ୍ରେସ ତରଫରୁ ଏଥର ରଣପୁରର ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ରେ ଶୁଭଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ‘ଆମ ଓଡ଼ିଶା‘ ପାର୍ଟି ତରଫରୁ ନିର୍ବାଚନ ଲଢିଥିବାବେଳେ ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଥର ରଣପୁରରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

Read More

ବିଜେପିରେ ଯୋଗ ଦେଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ । ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଥିଲେ । ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ଏବଂ ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଥିଲେ । ତେବେ ସେ ସବୁ ଚର୍ଚ୍ଚାର ଅବସାନ ଘଟାଇ  ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ି କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଏଥର ଟିକେଟ ଦେଇଛି । ପ୍ରତ୍ୟୁଷା ବିଜେଡ଼ିରୁ ନୟାଗଡ଼ ଆସନରୁ ଟିକେଟ ପାଇବା ନେଇ ମଧ୍ୟ ଆଶାୟୀ ଥିଲେ । କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ପ୍ରତ୍ୟୁଷା ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି ।

Read More

ନିକଟରେ ବଲିଉଡ୍‌ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍‌ ହୋଇଛି। ସେ ହେଉଛନ୍ତି ତାମିଲ୍‌ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍‌ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’…

Read More

ନିଜ ଦଳର ଲୋଗୋରୁ କଂଗ୍ରେସର ନାମ ହଟାଇଛି ତୃଣମୂଳ କଂଗ୍ରେସ। କଂଗ୍ରେସରୁ ଅଲଗା ହେବାର ୨୧ ବର୍ଷ ପରେ ମମତା ବାନାର୍ଜୀଙ୍କ ଏହି ଦଳ ନିଜର ଲୋଗୋରୁ ହଟାଇଛି କଂଗ୍ରେସର ନାମ। ବର୍ତ୍ତମାନ ତୃଣମୂଳ କଂଗ୍ରେସର ନୂତନ ନାମ ତୃଳମୂଳ ରହିଛି। ଏକ ସପ୍ତାହ ଧରି ଏହି ଲୋଗୋ ପରିବର୍ତ୍ତନ ହୋଇଥିବା ତୃଣମୂଳ ପକ୍ଷରୁ ସୂଚନା ମିଳିଛି। ୧୯୯୮ରେ ପରସ୍ପର ଠାରୁ ଅଲଗା ହାେଇଥିଲେ ଏହି ଦୁଇ ଦଳ। ୨୧ବର୍ଷ ପରେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ତୃଣମୂଳର ଜନୈକ ବରିଷ୍ଠ ନେତା କହିଛନ୍ତି। ନିଜର ସମସ୍ତ ପୋଷ୍ଟର, ବ୍ୟାନରରୁ କଂଗ୍ରେସର ନାମ ପ୍ରତ୍ୟାହାର କରି ନେଇଛି ତୃଣମୂଳ। କଂଗ୍ରେସର ନାମ ହଟାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ନାମରେ ପଞ୍ଜୀକୃତ ରହିବ। ଦଳର ଫେସ୍‌ବୁକ୍‌, ଟ୍ବିଟ୍ଟର ପେଜ୍‌, ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ୍‌ ଓ ବ୍ରାଏନ୍‌ ଏହି ନୂତନ…

Read More

ବିଜେପି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୨୧ଟି  ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ଖାସ୍ କରି ଦଳରେ ଅନ୍ୟ  ଦଳର ନେତାମାନେ  ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ବିଜେପିର ଅସନ୍ତୋଷ ଉଗ୍ରରୂପ ନେଇଛି। ଭୁବନେଶ୍ବର ଏକାମ୍ର ଆସନରୁ ଟିକଟ୍‌ ନମିଳିବାରୁ ଅମୀୟ ଦାଶଙ୍କ ସମର୍ଥକ ମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଆନ୍ଦୋଳନରେ ବସିଛନ୍ତି। ବାବୁ ସିଂହଙ୍କୁ ଭୁବନେଶ୍ବର ଏକାମ୍ର ଟିକେଟ୍ ମିଳିବା ପରେ  ଆଶାୟୀ ଅମୀୟ ଦାସଙ୍କ ସମର୍ଥକ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ବାବୁ ସିଂହ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଥିଲେ। ଗତଥର ଏକାମ୍ର ଆସନରୁ ଅମୀୟ ଦାଶ  ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।

Read More

ବେଙ୍ଗାଲୁରୁରେ କାର୍‌ ଏବଂ ବାଇକ୍‌ ସେବା ଯୋଗାଉଥିବା କମ୍ପାନୀ ଓଲା ଉପରେ ୬ମାସ ପାଇଁ ବନ୍ଦ ଆଦେଶ ଦିଆଯାଇଛି। ବେଙ୍ଗାଲୁରୁର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରୀ କରାଯାଇଛି। ଅନୈତିକ ଭାବରେ ବାଇକ୍‌ ଟ୍ୟାକ୍ସି ସେବା ପ୍ରଦାନ କରିବା ଅଭିଯୋଗ ପରେ ଓଲା ଉପରେ ଏହି ପଦକ୍ଷେପ ନିଆଯାଇଥିବାର ସ୍ଥାନୀୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୦୧୬ରେ ପାସ୍‌ ହାେଇଥିବା ପରିବହନ ନିୟମ ଅନୁଯାୟୀ ବେଙ୍ଗାଲୁରୁରେ ବାଇକ୍‌ ଟ୍ୟାକ୍ସି ସୁବିଧା ପ୍ରଚଳନ କରାଯାଇପାରିବ ନାହିଁ। ମାତ୍ର ଅନୁମତି ନଥିବା ସତ୍ତ୍ବେ ଓଲା ଏହି ସେବା ଯୋଗାଇଥିବାରୁ ଏହି ବାସନ୍ଦାଦେଶ ଲଗାଯାଇଛି। ଏହି ବାସନ୍ଦାଦେଶ ପରେ ଓଲା ବେଙ୍ଗାଲୁରୁରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଟ୍ୟାକ୍ସି, କାର୍‌, ଅଟୋ ଏବଂ ବାଇକ୍‌ ସେବା ପ୍ରଦାନ କରିପାରିବ ନାହିଁ।

Read More

ସମୀକ୍ଷା ବ୍ୟୁରୋ ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ବା ଶୁଭଶ୍ରୀ ପଣ୍ଡା। ସେ ରଣପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଉରକେଲାରୁ ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ବରର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର ଏବଂ ଢେଙ୍କାନାଳରୁ ନବୀନ ନନ୍ଦଙ୍କୁ ଟିକେଟ ଦିଆଯାଇଛି।  କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ହେଲା… ବିଜେପୁର: ରିପୁନାଥ ସେଠ ଭଟଲି: ସରୋଜ ମହାପାତ୍ର ଝାରସୁଗୁଡ଼ା: ମହେନ୍ଦ୍ର ନାୟକ ତଲସରା: ଡ. ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼: ଅମିତା ବିଶ୍ୱାଳ ରଘୁନାଥପାଲି: ପ୍ରଶାନ୍ତ ସେଠୀ ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ କୁଚିଣ୍ଡା: ଶୋଭାରାମ ପ୍ରଧାନ ରେଙ୍ଗାଲି: ବାଳକୃଷ୍ଣ ରେହୀଦାସ ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ ରେଢ଼ାଖୋଳ: ଆସରଫ ଅଲି ଖାନ…

Read More

ସମୀକ୍ଷା ବ୍ୟୁରୋ ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଯେଉଁ ୫ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ ପୁରୀ-ସମ୍ବିତ ପାତ୍ର ବରଗଡ-ସୁରେଶ ପୂଜାରୀ କଳାହାଣ୍ଡି-ବସନ୍ତ କୁମାର ପଣ୍ଡା ସମ୍ବଲପୁର-ନିତେଶ ଗଙ୍ଗଦେବ କୋରାପୁଟ-ଜୟରାମ ପାଙ୍ଗୀ ଯେଉଁ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିଛି ସେଗୁଡିକ ହେଲା ଭଟଲୀ ସାଧାରଣ ଇରାଶୀଷ ଆଚାର୍ଯ୍ୟ ଦେବଗଡ଼ ସାଧାରଣ ସୁବାସ ପାଣିଗ୍ରାହୀ ବୀରମହାରାଜପୁର ଦଳିତ ରଘୁନାଥ ଜଗଲ ସୋନପୁର ସାଧାରଣ ଅଶୋକ ପୂଜାର ବଲାଙ୍ଗୀର ସାଧାରଣ ଅନନ୍ତ ଦାସ ନୂଆପଡ଼ା ସାଧାରଣ ହୋମସିଂହ ମାଝି ଝରିଗ୍ରାମ ଆଦିବାସୀ ପର୍ଶୁରାମ ମାଝି ଡାବୁଗାଁ ଆଦିବାସୀ ପଦ୍ମନ ନାୟକ ଭବାନୀପାଟଣା ଦଳିତ ପ୍ରଦୀପ…

Read More

ସମୀକ୍ଷା ବ୍ୟୁରୋ ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ…

Read More

ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର…

Read More

‌’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ଶୀର୍ଷକ ରହିଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ମଧ୍ୟ ନଜର ଆସିବେ।

Read More

ଆଦିତ୍ୟନାଥ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି। ସେ ଗୁଗୁଲ ଟ୍ରେଣ୍ଡରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହାସହ ତାଙ୍କର ବ୍ୟକ୍ତିଗତ ୱେବସାଇଟ୍ ମଧ୍ୟ ଦେଶର ଏକ ପ୍ରମୁଖ  ୱେବସାଇଟ୍ ଭାବେ ଉଭା ହୋଇଛି। ଗତ ମଙ୍ଗଳବାର ଦିନ ଯୋଗୀ ଆଦିତ୍ୟନାଥ ନିଜ ସରକାରର ୨ବର୍ଷର ଉପଲବ୍ଧି ବାବଦରେ ରିପୋର୍ଟ କାର୍ଡ ରଖିଥିଲେ। ଏହାପରେ ସେ ଗୁଗୁଲ ଟ୍ରେଣ୍ଡରେ ଦେଶର ବହୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଏବଂ ଚତୁର୍ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ତେବେ ଯୋଗୀଙ୍କ  ୱେବସାଇଟ୍ ଦେଶର ସବୁଠାରୁ ଲୋକପ୍ରିୟ ୫ଟି ସାଇଟ୍ ମଧ୍ୟରେ ସ୍ଥାନ ପାଇଛି। ଏହି ସାଇଟକୁ ଦୈନିକ ୯୭.୬ ପ୍ରତିଶତ ୟୁଜର୍ ଭିଜିଟ୍ କରିଥାନ୍ତି।

Read More

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତା ଅରୁଣ ଜେଟଲୀ, ରବିଶଙ୍କର ପ୍ରସାଦ ପ୍ରମୁଖଙ୍କ ଉପସ୍ଥିତରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବରୁ ଗମ୍ଭୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ ସାକ୍ଷାତ କରି କିଛି ସମୟ ପାଇଁ ଆଲୋଚନା କରିଥିଲେ। ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟାଳୟର ମିଟିଂ ହଲରେ ସେ ବିଜେପି ଟୋପି ଏବଂ ଉତ୍ତରୀୟ ପିନ୍ଧି ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଗୌତମ ଭାରତୀୟ କ୍ରିକେଟ ଜଗତରେ ଜଣେ ପରିଚିତ ନାମ। ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ସେ 58ଟି ଟେଷ୍ଟମ୍ୟାଚ ଖେଳିଛନ୍ତି। ତାଙ୍କୁ ଭାରତର ଲୋକେ ବେଶ୍ ପସନ୍ଦ କରନ୍ତି। ତାଙ୍କର ଯୋଗଦାନ ବିଜେପି ପାଇଁ ବେଶ୍ ସହାୟକ ହେବ ବୋଲି ସେଠାରେ ବରିଷ୍ଠ ନେତା ଅରୁଣ ଜେଟଲୀ ଏବଂ ରବି ଶଙ୍କର ପ୍ରସାଦ କହିଥିଲେ। ତେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ସେ…

Read More

ସାରା ରାଜ୍ୟରେ ରଂଗର ପର୍ବ ହୋଲି ବେଶ ଧୂମଧାମରେ ପାଳିତ ହୋଇଛି। ସକାଳୁ ସକାଳୁ ଲୋକେ ହାତରେ ରଂଗ ଧରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ବର୍ଷକୁ ଥରେ ଏହି ପର୍ବ ଆସୁଥିବାରୁ ଲୋକମାନେ ଏହାକୁ ପାଳନ କରିବାରେ ହାତଛଡା କରି ନାହାଁନ୍ତି। ରାଜଧାନୀ ଭୁବନେଶ୍ବର ମଧ୍ୟ ଲୋକେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି। ପୂର୍ବରୁ ରାଜଧାନୀର ଦୋକାନ ବଜାରରେ ରଂଗର ପସରା ମେଲିଯାଇଥିଲା। ବିଭିନ୍ନ ପ୍ରକାରର ରଂଗ ସହିତ ପିଚକାରୀ ମଧ୍ୟ ବିକ୍ରି କରାଯାଇଥିଲା। ତେବେ ଏଥର ଲୋକମାନେ ପ୍ରାକୃତିକ ରଂଗ ବ୍ୟବହାର କରିବାକୁ ବେଶି ପସନ୍ଦ କରିଥିଲେ। ଅନେକ ସ୍ଥାନରେ କେବଳ ପ୍ରାକୃତିକ ରଂଗରେ ହୋଲି ଖେଳାଯାଇଥିବାର ପରିଲକ୍ଷିତ ହୋଇଥିଲା। କେଉଁଠାରେ କିଛି ଅଘଟଣ ଘଟିବ ସେ ନେଇ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ନଦୀତଟ ଗୁଡିକରେ ମଧ୍ୟ ଅଗ୍ନଶମ ବିଭାଗ ତରଫରୁ ପଇଁତରା ମାରିବାର ବ୍ୟବସ୍ଥା ମଧ୍ୟ…

Read More

ଗତକାଲି ବିଜେପିର ଲୋକସଭା ଏବଂ ବିଳମ୍ବିତ ରାତିରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବର୍ତ୍ତମାନ ଦଳ ଭିତରେ ଆରମ୍ଭ ହୋଇଯାଇଛି ଅସନ୍ତୋଷ। ଗତକାଲି ରାତିରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାସଙ୍କ ସମର୍ଥକମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡିକୁ ଭଂଗାରୁଜା କରିଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି ବିଜେପି ଗଡକୁ ସମ୍ଭାଳିଥିଲେ ଅମୀୟ ଦାସ। ହେଲେ ବିଜେଡିରୁ ଡେଇଁ ବିଜେପିରେ ମିଶିଥିବା ବାବୁ ସିଂଙ୍କୁ ଦଳ ଟିକେଟ ଦେଇଛି। ଏହାକୁ ନେଇ ଅମୀୟ ଦାସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ସକାଳୁ ତାଙ୍କ ସମର୍ଥକମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। କେବଳ ଅମୀୟ ନୁହଁନ୍ତି, ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରାର୍ଥି ଘୋଷଣା ନେଇ ନେତାମାନେ ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି।…

Read More