ଚଳିତ ସଂସଦର ପ୍ରଥମ ବଜେଟ୍ ଆସନ୍ତା ଜୁଲାଇ ୫ରେ ଉପସ୍ଥାପନ କରିବାକୁ ଯାଉଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ସ୍ବାଧୀନ ମହିଳା ଅର୍ଥନୀତି ଭାବରେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଶପଥ ଗ୍ରହଣର ଗୋଟିଏ ଦିନ ପରେ ପଦବୀ ବଣ୍ଟନ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ପ୍ରଦାନ କରିଛନ୍ତି । ୧୭ ଜୁନ୍ରେ ଚଳିତ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ୨୬ ତାରିଖରେ ଶେଷ ହେବାକୁ ଯାଉଛି । ସଂସଦର ଏହି ନିମ୍ନ ସଦନର ବାଚସ୍ପତି ଚୟନ ଚଳିତ ୧୯ ତାରିଖରେ ହେବାର ଥିବା ବେଳେ ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଏବଂ ଜୁଲାଇ ୫ ତାରିଖରେ ବଜେଟ୍ ଉପସ୍ଥାପିତ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନର ଅଧିବେଶନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିବେ । ପ୍ରଥମ ଦିନ…
Author: Samikhsya Bureau
ସପ୍ତଦଶ ଲୋକସଭା ନିର୍ବାଚନରେ ବହୁମତ ନେଇ ବିଜେପି ସରକାର ଗଠନ କରିଛି । ସଂସଦରେ ବିଜେପିର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍ ରହିବ ବୋଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରକାଶ କରିଛନ୍ତି। ଶନିବାର ସଂସଦର କେନ୍ଦ୍ରୀୟ ହଲ୍ରେ କଂଗ୍ରେସ ସଂସଦୀୟ ଦଳ ନେତା ଚୟନ ସମୟରେ ରାହୁଲ ଏଭଳି କହି ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ଯଦି ସେମାନେ ଆକ୍ରାମଣାତ୍ମକ ତଥା ସଚେତନ ରହିବେ, ତେବେ ସରକାର ଭୁଲ୍ ପଦକ୍ଷେପ ନେଇପାରିବେ ନାହିଁ ବୋଲି ରାହୁଲ କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ଓ ସ୍ବାର୍ଥ ପାଇଁ ଲଢ଼େଇ ପୂର୍ବଭଳି ଜାରି ରଖିବାକୁ ରାହୁଲ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ସଂସୀଦୟ ଦଳର ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି ।…
ବିଶ୍ବର ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବ ରେକର୍ଡ କରିଛନ୍ତି ରୋଜର ଫେଡେରର । ପ୍ରଥମ ଖେଳାଳି ଭାବରେ 400 ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍ ଖେଳିବାର ରେକର୍ଡ ହାସଲ କରିଛନ୍ତି ଫେଡେରର । ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡ ମ୍ୟାଚ୍ ଖେଳିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି 37 ବର୍ଷୀୟ ଫେଡେରର । ନିଜର ତୃତୀୟ ରାଉଣ୍ଡ ମୁକାବିଲାରେ ଫେଡେରର ନରଓ୍ବେର 20 ବର୍ଷୀୟ ଖେଳାଳି କାସ୍ପର ରୁଡ୍ଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଫେଡେରର । ରୁଡ୍ଙ୍କୁ 6-3, 6-1, 7-6(10-8) ସେଟ୍ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ରୁଡ୍ । 2 ଘଣ୍ଟା 11 ମିନିଟ୍ରେ ଏହି ମ୍ୟାଚ୍ଟି ଶେଷ ହୋଇଥିଲା । 14 ଥର ପାଇଁ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଫେଡେରର ।
ଆସନ୍ତା ୩ରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରଥମେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ରେଜଲ୍ଟ ପ୍ରକାଶ ବିଳମ୍ବ ହେବା ନେଇ ବିଭିନ୍ନ ଅଭିଯୋଗ ମଧ୍ୟ ଆସିଥିଲା । ଆସନ୍ତା ୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଭୁବନେଶ୍ୱର ଗୀତାଗୋବିନ୍ଦ ଭବନରେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ୱେବସାଇଟରେ ଉପଲବ୍ଧ ହେବ ।
ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ ରମ୍ଜାନର ଭିଡ ଟ୍ରାଫିକ୍ର ପରିଚାଳନା ଦାୟିତ୍ବ ନିର୍ବାହ କରିଛନ୍ତି। ଟ୍ରାଫିକ୍ ପରିଚାଳନା କରିବା ଏବଂ ଟ୍ରାଫିକ୍ ଖାଲି ହେବା ପରେ ଓଓ୍ବେସୀ ନିଜ କାର୍ରେ ଚାଲି ଯାଇଥିଲେ। ଫତେହ ଦରଓ୍ବାଜା ରୋଡରେ ଭୟଙ୍କର ଟ୍ରାଫିକ୍ ଖାଲି କରିଥିଲେ ଓଓ୍ବେସୀ। ସନ୍ଧ୍ୟା ସମୟରେ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ଓଓ୍ବେସୀ ଭୟଙ୍କର ଭିଡ ଦେଖି କାର୍ରୁ ଓହ୍ଲାଇ ଲୋକଙ୍କ ସହାୟତା କରିଥିଲେ। ରମ୍ଜାନ୍ ମାସର ଅନ୍ତିମ ଶୁକ୍ରବାର ହୋଇଥିବାରୁ ଅନେକ ମୁସ୍ଲିମ୍ ଭକ୍ତ ନମାଜ ପାଇଁ ଯାଇଥିଲେ ଯାହା ଦ୍ବାରା ଭୟଙ୍କର ଟ୍ରାଫିକ୍ ସୃଷ୍ଟି ହୋଇଥିଲା। ହାଇଦ୍ରାବାଦର ଏହି ଚାରି ଥର ସାଂସଦ ଟ୍ରାଫିକ୍ ଜାମ୍ରେ ଫସିବା ପରେ ଟ୍ରାଫିକ୍ ଖାଲି କରିଥିଲେ। ଓଓ୍ବେସୀଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଥିଲା।
ପୂର୍ବତନ ଭାରତୀୟ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ମେକ୍ସିକୋ ସରକାର ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡେନ୍ ମେକ୍ସିକାନ୍ ଡେଲ୍ ଅଗୁଲିଆ ଆଜ୍ଟେକା’ରେ ସମ୍ମାନରେ ସମ୍ମାନିତ କରାଯାଇଛି । ବିଦେଶୀଙ୍କୁ ପ୍ରଦାନ କରାଯାଉଥିବା ମେକ୍ସିକୋର ଏହି ସର୍ବୋଚ୍ଚ ସମ୍ମାନରେ ଶନିବାର ଦିନ ସମ୍ମାନିତ କରାଯାଇଛି । ଭାରତରେ ଅବସ୍ଥାପିତ ମେକ୍ସିକୋ ରାଷ୍ଟ୍ରଦୂତ ମେଲବା ପାରିଆ ଶ୍ରୀମତି ପାଟିଲଙ୍କୁଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ପୁନେର ଏମ୍ସିସିଆଇଏ ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି (2007-2012) ପ୍ରତିଭା ପାଟିଲଙ୍କୁ ସମ୍ମାନିତ କରାଯାଇଛି । 85 ବର୍ଷୀୟ ପାଟିଲ ଦ୍ବିତୀୟ ଭାରତୀୟ ଭାବରେ ଏହି ସମ୍ମାନ ହାସଲ କରିଛନ୍ତି । ପୂର୍ବରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏହି ପୁରସ୍କାର ହାସଲର ଗୌରବ ହାସଲ କରିଥିଲେ ।
କର୍ଣ୍ଣାଟକର ରାଜ୍ୟ ବିଜେପି ଅଧ୍ୟକ୍ଷ ବି.ଏସ. ୟେଦୁରପ୍ପାଙ୍କୁ ବିଜେପି କଡା ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକରେ ସେ ବାରମ୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ ସରକାରକୁ ଅସ୍ଥିର କରିବା ଲାଗି ପ୍ରୟାସ କରୁଥିବା ନେଇ ତାଙ୍କ ବିରୋଧରେ ଅନେକ ଥର ଅଭିଯୋଗ ଆସିଛି। ରାଜ୍ୟରେ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ ନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ୟେଦୁରପ୍ପାଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି। ଅପରପକ୍ଷେ ୟେଦୁରପ୍ପା ମେଣ୍ଟ ସରକାରର ସହଯୋଗୀ ଦଳଗୁଡ଼ିକୁ ରାଜ୍ୟର ବିକାଶ ଉପରେ ଧ୍ୟାନ ଦେବାକୁ କହିବା ସହ ତାଙ୍କ ଦଳ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି, ଦଳ କ୍ଷମତାକୁ ଆସିବା ଲାଗି ବ୍ୟସ୍ତ ହେଉନାହିଁ। ବିରୋଧୀ ଦଳ ଭାବେ କାର୍ଯ୍ୟ କରିବା ଲାଗି ତାଙ୍କ ନିକଟରେ କ୍ଷମତା ରହିଛି।
ପାକିସ୍ତାନର ଏକ କୋର୍ଟ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତିନି ଜୈସ୍ ଏ ମହମ୍ମଦ ଆତଙ୍କବାଦୀଙ୍କୁ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ମାସୁଦ୍ ଆଝାର ଦ୍ବାରା ପରିଚାଳିତ ଜେଇଏମ୍ର ତିନି ସଦସ୍ୟଙ୍କୁ ଏହି କାରାଦଣ୍ଡ ସହିତ ଅର୍ଥ ଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯାଇଛି । ତିନି ଜେଇଏମ୍ ସଦସ୍ୟ ଏମ୍ ଇଫ୍ତିକାର, ମହମ୍ମଦ ଆଜ୍ମଲ୍ ଏବଂ ବିଲାଲଙ୍କୁ ପାକିସ୍ତାନର ଆତଙ୍କୀ ନିବାରଣ ବିଭାଗ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଇଫତିକାରଙ୍କୁ 45 ହଜାର, ଆଜମଲ୍ଙ୍କୁ 40 ହଜାର ଏବଂ ବିଲାଲକୁ 40 ହଜାର ଟଙ୍କାର ଅର୍ଥ ଦଣ୍ଡରେ ମଧ୍ୟଦଣ୍ଡିତ କରାଯାଇଛି । ବୁଧବାର ଆତଙ୍କୀ ନିବାରଣ ବିଭାଗ ପକ୍ଷରୁ 6 ଜେଇଏମ୍ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଏହା ମଧ୍ୟରୁ ତିନି ଆତଙ୍କୀ ଆଇଏସ୍ ଏବଂ ଲସ୍କର ଏ ଝାଙ୍ଗଭୀ ସଙ୍ଗଠନର ସଦସ୍ୟ ରହିଛନ୍ତି ।
ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୬ ତାରିଖରୁ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀମାନେ ବିଭିନ୍ନ ଜୁନିଅର କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ । ଉଭୟ ସରକାରୀ ଏବଂ ପ୍ରାଇଭେଟ କଲେଜରେ ନାମଲେଖା ପାଇଁ ପ୍ରକ୍ରିୟା ସମାନ ରହିଛି । ନାମଲେଖା ଆବେଦନ ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫିସ୍ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତିନି ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଅନ୍ଲାଇନ୍ ଆବେଦନ ପାଇଁ www.samsodisha.gov.in ୱେବସାଇଟ୍କୁ ଯିବାକୁ ପଡ଼ିବ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ହେଉଛି ଜୁନ୍ ୨୦। ଅଫଲାଇନ ପାଇଁ…
ପ୍ୟାର୍ କା ପଞ୍ଚନାମା ଷ୍ଟାର ସନ୍ନି ସିଂ ଏବଂ ସୋନାଲି ସାଇଗଲ୍ଙ୍କ ଅପ୍କମିଙ୍ଗ ଫିଲ୍ମ ଜୟ ମମ୍ମି ଦିର ରିଲିଜ୍ ତାରିଖ ଘୁଞ୍ଚାଯାଇଛି। ଫିଲ୍ମର ସୁଟିଂ ଶେଷ ହୋଇଥିବା ବେଳେ ଜୁଲାଇ ୧୨ରେ ଏହା ରିଲିଜ୍ ହେବାର ଥିଲା। ମାତ୍ର ସମାନ ତାରିଖରେ ହ୍ରିତିକ୍ ରୋଶନ୍ଙ୍କ ସୁପର ୩୦ ରିଲିଜ୍ ହେବାକୁ ଯାଉଥିବାରୁ ଏହି ଫିଲ୍ମର ପ୍ରଯୋଜକ ରିଲିଜ୍ ତାରିଖ ଘୁଞ୍ଚାଇ ଦିଆାଯାଇଛି। ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରା ଯାଇ ନାହିଁ। ଫିଲ୍ମରେ ସନ୍ନି ଏବଂ ସୋନାଲି ପ୍ରେମୀ ଯୁଗଳ ଭୂମିକାରେ ରହିଥିବା ବେଳେ ସୁପ୍ରିୟା ପାଠକ ଏବଂ ପୁନମ ଧୀଲୋନ ଉଭୟଙ୍କ ମା ଚରିତ୍ରରେ ନଜର ଆସୁଛନ୍ତି। ସୋନୁ କେ ଟିଟ୍ଟୁ କେ ସ୍ବିଟ୍ଟି ଏବଂ ବଧାଇ ହୋ ପରି ଫିଲ୍ମ ବିଗତ ବର୍ଷରେ ସଫଳ ହୋଇଥିବାରୁ ଏହି ଫିଲ୍ମର ସଫଳତା ନେଇ ଆଶାବାଦୀ ରହିଛି ବୋଲି ଫିଲ୍ମର ନିର୍ଦ୍ଦେଶକ ଲଭ୍ ରଞ୍ଜନ କହିଛନ୍ତି।
ନିକଟରେ ବିଜେପି ସରକାରରେ କେନ୍ଦ୍ରମନ୍ତ୍ରୀ ପାହ୍ୟା ହାସଲ କରିଥିବା ଦେବଶ୍ରୀ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକର ଫାଇଦା ଜନସାଧାରଣଙ୍କ ନିକଟରେ ନ ପହଞ୍ଚାଇବାର ଅପଚେଷ୍ଟା କଲେ ଜନସାଧାରଣଙ୍କ ନିକଟରୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚୌଧୁରୀ କହିଛନ୍ତି । ଚଳିତ ଥର ମୋଦି କ୍ୟାବିନେଟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ଚୌଧୁରୀ କହିଛନ୍ତି ଶାସନ ବ୍ୟବସ୍ଥା ପରସ୍ପର ଉପରେ ବିଶ୍ବାସରେ ଚାଲିଥାଏ । ମାତ୍ର ମମତା କେନ୍ଦ୍ରୀୟ ଫାଇଦା ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉ ନାହାନ୍ତି ଯାହାର ଫଳାଫଳ ତାଙ୍କୁ ଆଗାମୀ ନିର୍ବାଚନରେ ଭୋଟ ମାଧ୍ୟମରେ ଭୋଗିବାକୁ ପଡିବ । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ରାଜଗଞ୍ଜରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଦେବଶ୍ରୀ ଚୌଧୁରୀ ।
ଟିଭି ଅଭିନେତ୍ରୀ ତଥା ’ନାଗିନ୍’ ଫେମ୍ ମୌନି ରାୟ ଏବେ ବିବାଦରେ ଅଛନ୍ତି । କିଛି ଦିନ ପୂର୍ବରୁ ମୌନି ରାୟ ନଓ୍ବାଜଉଦ୍ଦିନ୍ ସିଦ୍ଧିକଙ୍କ ଅପ୍କମିଙ୍ଗ ଫିଲ୍ମ ‘ବୋଲେ ଚୁଡିଆ’ରେ କାଷ୍ଟ କରାଯାଇଥିଲା । ଏପରିକି ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ରିଲିଜ୍ ହୋଇଥିଲା । ତେବେ ମୌନିଙ୍କୁ ଏହି ଫିଲ୍ମରୁ ବାଦ୍ ଦିଆଯାଇଛି । ନିର୍ମାତା ମୌନିଙ୍କ ଦାୟିତ୍ବହୀନତା ପାଇଁ ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଛି ବୋଲି କହିଛନ୍ତି । ମୌନିଙ୍କୁ ଡେଟ୍ସ୍ କୁ ନେଇ ବହୁତ ହଇରାଣ କରୁଥିଲେ ବୋଲି ନିର୍ମାତା କହିଛନ୍ତି । ମୌନି ଆଲିଆ-ରଣବୀର ଷ୍ଟାରର୍ ‘ବ୍ରହ୍ମାସ୍ତ୍ର’ରେ ବି ନଜର ଆସିବେ । ଏହି ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ । ଏହା ବ୍ୟତୀତ ରାଜକୁମାର ରାଓଙ୍କ ସହିତ ‘ମେଡ ଇନ୍ ଚାଇନା୍’ରେ ମଧ୍ୟ ନଜର ଆସିବେ ।
ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିବା ୫କାଶ୍ମୀର ଯୁବକ ଆତ୍ମ ସମର୍ପଣ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ୍ ପକ୍ଷରୁ ଆତ୍ମସମର୍ପଣକାରୀଙ୍କ ନାମ ଗୋପନ ରଖାଯାଇଛି। ଆତ୍ମସମର୍ପଣ ପରେ ଉକ୍ତ ଯୁବକମାନେ ନିଜ ନିଜ ଘରକୁ ଫେରି ଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ଜମ୍ମୁ କାଶ୍ମୀରର କୁଲଗାମ ଥାନାରେ ଏହି ଯୁବକ ମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ୨୦୧୭ ରେ ମଧ୍ୟ କାଶ୍ମୀର ଉପତ୍ୟାକାରେ ୧୫ରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରିବା ସହିତ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ନିଜ ପରିବାର ନିକଟକୁ ଫେରିଥିଲେ। ଏପରିକି କିଛି ଆତଙ୍କୀ ସୁରକ୍ଷାବଳଙ୍କ ସହିତ ଏନ୍କାଉଣ୍ଟର ସମୟରେ ମଧ୍ୟ ଆତ୍ମସମର୍ପଣ କରିଥିଲେ।
ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାର ୨୨ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିଥିଲେ। ତା’ପରେ ବାଚନିକ ଭୋଟ୍ରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା। ତେବେ ବାଚସ୍ପତି ନିର୍ବାଚନ ବେଳେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ। ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୋଟ ୭ଥର ନିର୍ବାଚିତ ହୋଇଛନ୍ତି । ଚଳିତ ଥର ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ସେ ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଥର ମନ୍ତ୍ରୀ ମଧ୍ୟ ରହି ଥିଲେ। ସେ ଗଂଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ବେଶ୍ ପରିଚିତ।
ଶନିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ନାମ ସୁପାରିଶ କରିଥିଲେ । ସଂସଦର କେନ୍ଦ୍ରୀୟ ହଲ୍ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସୋନିଆ ନିର୍ବାଚିତ ହୋଇଥିଲେ ବୋଲି ଦଳର ମିଡିଆ ମୁଖ ପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି । ନିର୍ବାଚିତ ହେବା ପରେ ଏଆଇସିସି ଉପରେ ଆସ୍ଥା ପ୍ରକଟ କରିଥିବା 12.13 କୋଟି ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ସୋନିଆ ଗାନ୍ଧୀ । ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଭୋଟରଙ୍କୁ ଦେଶ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଆସନ୍ତା ଜୁନ୍ 17 ତାରିଖରେ ସଂସଦ ଅଧିବେଶନ ପୂର୍ବରୁ କଂଗ୍ରେସର ବୈଠକ ବସିବ…
ଚଳିତ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ କରିବ ଗୁଲ୍ବଦିନ୍ ନାଇବ୍ଙ୍କ ଆଫଗାନିସ୍ତାନ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଶେଷ ସ୍ଥାନରେ ରହିଥିବା ଆଫଗାନିସ୍ତାନ। ସର୍ବଦା ବିପର୍ଯ୍ୟୟ ସୃଷ୍ଟି ପାଇଁ ପ୍ରସିଦ୍ଧ ଆଫଗାନ ଦଳ ଆରୋନ ଫିଞ୍ଚଙ୍କ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଶନିବାର ଅପରାହ୍ନ 2.30ରେ ଖେଳାଯିବ। ସ୍ମିଥ୍ ଏବଂ ଓ୍ବାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆ ଅତ୍ୟନ୍ତ ଶକ୍ତିଶାଳୀ ତଥା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଫେବ୍ରିଟ୍ ଦଳ ରହିଥିଲେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରି ପାରିବ ଆଫଗାନିସ୍ତାନ। ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ଓ୍ବାର୍ଣ୍ଣର ଜଙ୍ଘରେ ଆଘାତ ଯୋଗୁଁ ଏହି ମ୍ୟାଚ୍ରେ ଓପନ୍ ନ କରିବାର ସମ୍ଭାବନା ରହିଛି। ଆଫଗାନିସ୍ତାନ ନିଜର ଅଭ୍ୟାସ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା। ରଶିଦ୍ ଖାନ୍ ଏବଂ ଗୁଲବଦିନ୍ ନାଇବଙ୍କ ପ୍ରଦର୍ଶନ ଉପରେ…
ଭାରତ ସହିତ ରହିଥିବା ବାଣିଜ୍ୟ ଅଗ୍ରାଧିକାର ଚୁକ୍ତି ଶେଷ କରିବ ଆମେରିକା। ଜୁନ୍ 5ରେ ଏହି ଚୁକ୍ତିର ସମୟସୀମା ଶେଷ ହୋଇଥିବା ବେଳେ ଏହି ଚୁକ୍ତିକୁ ଶେଷ କରିବା ନେଇ ସୂଚନା ଦେଇଛନ୍ତି ଟ୍ରମ୍ପ। ହ୍ବାଇଟ୍ ହାଉସ୍ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦୁଇ ରାଷ୍ଟ୍ର ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି 1974କୁ ଆସନ୍ତା ଜୁନ୍ 5, 2019ରେ ଶେଷ ହେବାକୁ ଯାଉଛି। ଆମେରିକୀୟ ବଜାରକୁ ପ୍ରାଧାନ୍ୟ ଦେବା ପାଇଁ ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ର ସହିତ ସମ୍ପର୍କ ଛିନ୍ନ କରାଯାଉଛି ବୋଲି ଟ୍ରମ୍ପ କହିଛନ୍ତି। ମାର୍ଚ୍ଚ ପ୍ରାରମ୍ଭରେ ଆମେରିକୀୟ ବାଣିଜ୍ୟିକ ଦଳ (ୟୁଏସ୍ଟିଅର୍) ଭାରତ ଏବଂ ତୁର୍କୀ ପରି ବିକାଶଶୀଳ ରାଷ୍ଟ୍ର ସହ ଏହି ବାଣିଜ୍ୟିକ ଚୁକ୍ତି ଶେଷ କରିବା ପାଇଁ ଘୋଷଣା କରିଥିଲା। ନଭେମ୍ବର 1975ରେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। 2017ରେ ଉଭୟ ରାଷ୍ଟ୍ର ମଧ୍ୟରେ 5.6 ବିଲିୟନ୍ ଡଲାରର ଆୟକର…
ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ସ୍ବଚ୍ଛ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସିୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ…
ଆମେରିକାର ଭର୍ଜିନିଆ ବିଚ୍ର ଏକ ମୁନିସିପାଲିଟି କାର୍ଯ୍ୟାଳୟରେ ଗୁଳିମାଡରେ ୧୨ ଜଣ ନିହତ ହୋଇଛନ୍ତି। ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ନିଜର ୧୨ ଜଣ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ଏହି ଗୁଳିମାଡ଼ରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ଭର୍ଜିନିଆ ମ୍ୟୁନିସିପାଲ ସେଣ୍ଟରରେ ଏହି ଘଟଣା ଘଟିଛି। ଏହି କର୍ମଚାରୀ ଜଣକ ଏକ ପିସ୍ତଲରେ ସାଇଲେନ୍ସର ଲଗାଇ ଏହି ଆକ୍ରମଣ କରିଥିଲେ। ଗୁଳିମାଡ଼ ସମୟରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଶୁକ୍ରବାର ଅପରାହ୍ନରେ ସେ ଅଫିସରେ କାର୍ଯ୍ୟ କରୁଥିବାବେଳେ ହଠାତ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ।
କେଦାର ମିଶ୍ର ସେ ଯେ ଆଜି ରାଜନୀତିକୁ ଆସିଲେ, ସେୟା ନୁହଁ। ଗତ କୋଡିଏ ବର୍ଷ ଧରି ଓଡିଶାର ରାଜନୈତିକ ଜୀବନରେ ତାଙ୍କର ଚଳ ପ୍ରଚଳ ରହିଛି। ତାଙ୍କୁ ଅନେକ ସମୟରେ ଜଣେ ଉଗ୍ରବାଦୀ ଧାର୍ମିକ ନେତା ଭାବରେ ଆମେ ଟେଲିଭିଜନ ପରଦାରେ ଯୁକ୍ତି ତର୍କ କରୁଥିବାର ଦେଖିଛୁ। ଭୋପାଳରୁ ଜିତିଥିବା ଲୋକସଭା ସାଂସଦ ପ୍ରଜ୍ଞା ସିଂ କହିବାର ବହୁ ଆଗରୁ, ସେ ଗାନ୍ଧୀଙ୍କ ହତ୍ୟାକାରୀକୁ ଜଣେ ଦେଶଭକ୍ତ ବୋଲି କହିବାର ଆମେ ଶୁଣିଛୁ। ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ଅନେକ ଟିଭି ବିତର୍କରେ ମୁଁ ତାଙ୍କର ପ୍ରତିପକ୍ଷ ହୋଇ ଛିଡା ହୋଇଛି। ସାଧାସିଧା ଲାଗୁଥିବା ଏ ବ୍ୟକ୍ତି ଜଣକ ୨୦ ବର୍ଷ ଧରି ଆମ ରାଜନୀତିରେ ଥିଲେ ବି, କାଇଁ ତାଙ୍କୁ ତ କେବେ ଆମେ ସନ୍ଥ କି ମହାପୁରୁଷ ବୋଲି କହୁନଥିଲୁ। ଏପରିକି ଏଥର ନିର୍ବାଚନ ଲଢିବା ବେଳେ ମଧ୍ୟ ସେ ଅନ୍ୟ ସାଧାରଣ ବିଜେପି ପ୍ରାର୍ଥୀଙ୍କ ପରି…
ସମୀକ୍ଷା ବ୍ୟୁରୋ ଗତକାଲି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବା ପରେ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ଉପହାର ସହିଦ ପରିବାରଙ୍କୁ ଦେଇଛନ୍ତି। ସହିଦ ପରିବାରଙ୍କ ପାଇଁ ‘ପିଏମ ଛାତ୍ରବୃତ୍ତି’ର ସହାୟତା ରାଶି ବୃଦ୍ଧି କରାଯାଇଛି। ସହିଦଙ୍କ ପରିବାରର ପୁଅଙ୍କ ପାଇଁ ପୂର୍ବରୁ ରଖାଯାଇଥିବା ଛାତ୍ରବୃତ୍ତି ରାଶିକୁ ୨୦୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଝିଅଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ଟଙ୍କାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ବିଟର ମାଧ୍ୟମରେ ମଧ୍ୟ ଏହା ସୂଚନା ଦେଇଛନ୍ତି। ସେହିପରି କ୍ୟାବିନେଟର ଦ୍ଵିତୀୟ ବଡ ଘୋଷଣା କୃଷକ ପରିବାରଙ୍କ ପାଇଁ କରାଯାଇଛି। ପୂର୍ବରୁ କୃଷକଙ୍କ ପାଇଁ କରାଯାଇଥିବା ‘ପିଏମ କିଷାନ ସମ୍ମାନ ଯୋଜନା’ରେ ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଥର ଭୂମିହୀନ କୃଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେଣୁ ଏହା ଦ୍ଵାରା…

