Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇ ବର୍ଷରେ ତିନୋଟି ନିର୍ବାଚନ- ବିଜେପୁର ଭୋଟରଙ୍କ ପାଇଁ ବିକାଶର ବର୍ଷା ନା ଅଦୃଶ୍ୟ ମନସ୍ତାତ୍ତ୍ଵିକ ଚାପ
ବିଶେଷ ଖବର

ଦୁଇ ବର୍ଷରେ ତିନୋଟି ନିର୍ବାଚନ- ବିଜେପୁର ଭୋଟରଙ୍କ ପାଇଁ ବିକାଶର ବର୍ଷା ନା ଅଦୃଶ୍ୟ ମନସ୍ତାତ୍ତ୍ଵିକ ଚାପ

June 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bijepur will face another bye election
Bijepur will face another bye election

କେଦାର ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ ମିଶାଇ ଗତ ଦୁଇ ବର୍ଷରେ ବିଜେପୁରରେ ଏହା ହେବ ତୃତୀୟ ନିର୍ବାଚନ। ଓଡିଶାର ନିର୍ବାଚନୀ ଇତିହାସରେ ଲଗାତାର ଏମିତି ତିନୋଟି ନିର୍ବାଚନ ହେବାରେ ବିଜେପୁର ବୋଧେ ପ୍ରଥମ ଇତିହାସ ସୃଷ୍ଟି କରିବ।

ଐତିହାସିକ ଦୃଷ୍ଟିରୁ ବିଜେପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବରେ ରହି ଆସିଛି। ବିଶେଷ କରି କଂଗ୍ରେସ ରାଜନୀତିରେ ବିଜେପୁରର ସ୍ଥାନ ସ୍ଵତନ୍ତ୍ର। ୧୯୬୧ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠୁ ଏଠାରୁ ୮ ଥର କଂଗ୍ରେସ ପ୍ରାର୍ଥୀ ମାନେ ଜିତି ଆସିଛନ୍ତି। ୨୦୦୪ ରୁ ୨୦୧୪ ପର୍ୟନ୍ତ ବିଜେଡି ହାୱାକୁ ପ୍ରତିହତ କରି ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନିଥର ନିର୍ବାଚିତ ହୋଇଥିଲେ। ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ବର୍ଷ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ପାରମ୍ପରିକ ସଂଘର୍ଷ ଭିତରକୁ ବିଜେପି ଧସେଇ ପଶିଥିଲା ଓ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଗଲା। ତେବେ ସେଇ ସେମିଫାଇନାଲରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିପୁଳ ଭୋଟରେ ସେଠାରୁ ନିର୍ବାଚନ ଜିଣିଥିଲେ।

୨୦୧୯ ନିର୍ବାଚନ ବେଳକୁ ବିଜେପୁର ପୁଣି ଇତିହାସ ରଚନା କଲା। ନିଜର ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଏକା ସାଙ୍ଗରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ହିଂଜିଳି ଓ ବିଜେପୁର ରୁ ନବୀନ ବାବୁ ନିର୍ବାଚନ ଲଢିଥିଲେ ଓ ସ୍ଵାଭାବିକ ଭାବରେ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ବିଜେପୁରରେ ପୁଣି ନିର୍ବାଚନ ହେବ।

ହାରା ହାରି ପ୍ରତି ୮ ମାସରେ ଗୋଟିଏ ନିର୍ବାଚନର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଏହାର କି ପ୍ରକାର ମନସ୍ତାତ୍ତ୍ଵିକ ପ୍ରଭାବ ପଡିବ, ସେ ବିଷୟରେ ଆମେ କ୍ଵଚିତ ଭାବିଥାଉ। ସାଧାରଣ ଭାବରେ ଦେଖିଲେ ନିର୍ବାଚନକୁ ଆଖି ଆଗରେ ରଖି, ଏ ଅଞ୍ଚଳ ଲାଗି ସ୍ଵତନ୍ତ୍ର ପ୍ୟାକେଜ ମିଳୁଛି। ବିକାଶର ଗତି ସହିତ ରାଜନୈତିକ ଚାପ କୁ ଆମେ କେବେ ତୁଳନା କରି ଦେଖିଛୁ କି?

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ସମୟରେ ଅନ୍ତତଃ ଲୋକଙ୍କର ଏଇ ମାନସିକ ଚାପ ବିଷୟରେ ଭାବିବା ଉଚିତ ଥିଲା। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତିଛନ୍ତି। ସେଠାରେ ହୁଏତ ଏକ ଉପ ନିର୍ବାଚନ ନୂଆ ଅନୁଭବ ହୋଇଥାନ୍ତା। ବିଜେପୁର ଲାଗି ଆସନ୍ତା ତିନିମାସ ପୁଣି ରାଜନୈତିକ ଉନ୍ମାଦନାର ପରିବେଶ ରହିବ। ସାଧାରଣ ନିର୍ବାଚନ ତୁଳନାରେ ଉପ ନିର୍ବାଚନର ରାଜନୈତିକ ଚାପ ବହୁତ ବେଶୀ। ଏବେ ଉଭୟ ବିଜେପି ଓ ବିଜେଡି ବିଜେପୁରକୁ ନିଜ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବେ। ଲୋକଙ୍କ ଭିତରେ ରାଜନୀତିକୁ ନେଇ ପ୍ରବଳ ମାନସିକ ଚାପ ରହିବ। ଭୋଟ ଦେବାର ଚାପ, ପ୍ରଲୋଭନ ଓ ପ୍ରଭାବର ଚାପ, ରାଜନୈତିକ ହିଂସାର ଚାପ ଓ ସର୍ବୋପରି ଜୀବନ ରାଜନୀତି ସର୍ବସ୍ଵ ହୋଇଯିବାର ଚାପରୁ ବିଜେପୁର ଜନତା ମୁକ୍ତି ପାଇବା ଉଚିତ। ଏ ଉପ ନିର୍ବାଚନ ବିଜେପୁର ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଅତ୍ୟାଚାର ବୋଲି କୁହା ଯାଇପାରେ।

( Download SANKHIPTA app to read short news on your mobile )

bijepur BJD BJP byeelection odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.