ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା ପାଇଁ ଅନୁରୋଧ କରିଛନ୍ତି। ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି ଯେ, ସାଧାରଣ ଜନତା ମୋଦିଜୀ-ଅମିତ୍ଜୀଙ୍କ ଯାେଡ଼ିକୁ ହରାଇବାକୁ ଚାହୁଁଛନ୍ତି। ଏହି ଯୋଡ଼ିଙ୍କୁ ହଟାଇବାକୁ ହେଲେ ମିଳିତ ଭାବରେ ଲଢେଇ କରିବା ଦରକାର। ହରିୟାଣାରେ ଜେଜିପି, ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିଲେ ହରିୟାଣାରେ ଥିବା ୧୦ଟି ସିଟ୍ରେ ବିଜେପିକୁ ମାତ୍ ଦେଇ ହେବ। ଅରବିନ୍ଦ କେଜ୍ରୀଓ୍ବାଲ ଏହି ବିଷୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ବିଚାର କରିବା ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା, କିନ୍ତୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରିଥିଲା।…
Author: Samikhsya Bureau
ବଲିଉଡ୍ ଅଭିନେତା ତଥା ଭାରତୀୟ କ୍ରିକେଟିଅର ହରଭଜନ୍ ସିଂହଙ୍କ ପତ୍ନୀ ଗୀତା ବାସ୍ରାଙ୍କର ଆଜି ହେଉଛି ୩୫ତମ ଜନ୍ମଦିବସ। ୧୯୮୪ ମାର୍ଚ୍ଚ ୧୩ ତାରିଖରେ ଇଂଲଣ୍ଡରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଇଂଲଣ୍ଡରେ ପାଠ ପଢା ସାରି ସେ ଭାରତକୁ ଫେରିଥିଲେ। ପ୍ରଥମରୁ ସେ ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟରରେ ଶିକ୍ଷାଲାଭ କରିବାପରେ ମୁମ୍ବାଇର ଏକ ଆକ୍ଟିଂ ସ୍କୁଲରେ ଅଭିନୟ ଶିଖିଥିଲେ। ପରେ ବଲିଉଡ୍ରେ ବ୍ରେକ୍ ପାଇଥିଲେ। ଗୀତା ବଲିଉଡ୍କୁ ଆସିବା ପୂର୍ବରୁ ଜଣେ ଭଲ ମଡେଲ୍ ଭାବରେ ନିଜର ପରିଚୟ ତିଆରି କରିପାରିଥିଲେ। ସେ ପ୍ରଥମେ ଇମ୍ରାନ ହାସ୍ମୀଙ୍କ ସହ ‘ଦିଲ୍ ଦିୟା ହୈ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମରେ ବେଶ୍ ହଟ୍ ଅନ୍ଦାଜ୍ରେ ନଜର ଆସିଥିଲେ ଗୀତା। ‘ଦ ଟ୍ରେନ୍’ ଫିଲ୍ମରେ ଇମ୍ରାନ୍ଙ୍କ ସହ ତାଙ୍କର କିସିଂ ଓ ବୋଲ୍ଡ ସିନ୍ ବେଶ୍ ଚର୍ଚ୍ଚାରେ ରହିଥିଲା। ତେବେ ବଲିଉଡ୍ରେ ଏହି ଅଭିନେତ୍ରୀଙ୍କର ଜଲ୍ଓ୍ବା ବେଶିଦିନ…
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ କୋର୍ଟ ଦ୍ବାରା ନିଯୁକ୍ତ ମଧ୍ୟସ୍ଥତା କମିଟି ନିକଟରେ ୨୫ଜଣ ପକ୍ଷ ଓ ପ୍ରତିପକ୍ଷ ସେମାନଙ୍କ ଓକିଲମାନଙ୍କ ସହ ଆଜି ହାଜର ହୋଇଛନ୍ତି । ଫୈଜାବାଦ ପ୍ରଶାସନ ପକ୍ଷରୁ ଏମାନଙ୍କୁ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । ମଧ୍ୟସ୍ଥତା ଚାଲିଥିବା ଅବଧ ବିଶ୍ବବିଦ୍ୟାଳୟ ପରିସରକୁ ଏମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଛଡାଯାଉନାହି ଁ । ବିଶ୍ବବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଫୈଜାବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି । ଏହି ତିନିଜଣିଆ କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଅଛନ୍ତି ।
ଓଡିଶାରେ କଂଗ୍ରେସ ବାମଦଳ ଓ ଜେଏମଏମ ସହ ମେଣ୍ଟ କରିବ । ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ଜେଏମଏମକୁ ସମର୍ଥନ କରିବ । ସେହିପରି ଭୁବନେଶ୍ବର ଲୋକସଭା ଆସନ ସିପିଏମକୁ ଓ ଆସିକା ଲୋକସଭା ଆସନ ସିପିଆଇକୁ କଂଗ୍ରେସ ଛାଡି ଦେବ । ତେବେ ବିଧାନସଭା ଆସନ ବଣ୍ଟନ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ । କେଉଁ କେଉଁ ଆସନ ମେଣ୍ଟ ଦଳଗୁଡିକୁ ଦିଆଯିବ, ସେ ନେଇ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯିବ । ଯେଉଁ ଯେଉଁ ଆସନରେ ବାମଦଳ ଓ ଜେଏମଏମର ସଂଗଠନ ମଜବୁତ ଅଛି, ସେହି ସବୁ ଆସନ ସେମାନଙ୍କୁୁ ଛାଡିଦିଆଯିବ । ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗଦେଇଛନ୍ତି । ବାମଦଳ ସହ ମେଣ୍ଟ କଂଗ୍ରେସକୁ ଫାଇଦା ଦେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲଢିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କର ପ୍ରାର୍ଥୀତ୍ଵ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ପିସିସି ସଭାପତିଙ୍କ ମନ୍ତବ୍ୟ ପୃଥ୍ଵୀବଲ୍ଲଭ ପ୍ରାର୍ଥୀତ୍ଵ ସମ୍ପର୍କରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ଗତକାଲି ପୃଥ୍ଵୀବଲ୍ଲଭ ନିର୍ବାଚନରେ ବେଗୁନିଆ ଆସନରୁ ଲଢିବାକୁ ଚାହୁଁଥିବା କହିଥିଲେ । ପୃଥ୍ବୀବଲ୍ଲଭ ଗତ କିଛିଦିନ ମଧ୍ୟରେ ବହୁବାର ବେଗୁନିଆ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରତି ଜନସମର୍ଥନ ରହିଛି ବୋଲି ସେ ମଧ୍ୟ ପରୋକ୍ଷରେ କହିଥିଲେ । ତେବେ ପିସିସି ସଭାପତି ପୃଥ୍ବୀବଲ୍ଲଭଙ୍କ ପ୍ରାର୍ଥୀତ୍ଵ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି । ଯଦି ପୃଥ୍ଵୀ ଚାହିଁବେ, ତା’ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ତେବେ ପୃଥ୍ଵୀଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ…
ଜାତିଆଣ ଆକ୍ଷେପ ମନ୍ତବ୍ୟ ମାମଲାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୨୦୧୦ ମସିହାରେ ଦାମୋଦର ରାଉତ ଜଗତସିଂହପୁର ଜିଲ୍ଲାରେ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସଭାରେ ସେ ବିଜେଡ଼ି ନେତା ବିଷ୍ଣୁ ଦାସ ଓ ଜିଲ୍ଲାର ଦୁଇଜଣ ଅନୁସୂଚିତ ଜାତି ବର୍ଗର ଅଧିକାରୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଏହି ଘଟଣାରେ ଜଗତସିଂହପୁର ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ଦାମୋଦର ରାଉତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଦାମୋଦାର ରାଉତ ଦେଇଥିବା ଭାଷଣର ଭିଡ଼ିଓ ରେକର୍ଡିଂ କୁଜଙ୍ଗ ଥାନାରେ ଦାଖଲ କରାଯାଇଥିଲା । ଏପରିକି ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଦାମୋଦର…
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀର କୋଟଲାଠାରେ ଅନ୍ତିମ ଦିନିକିଆ ଖେଳାଯିବା। ଏହି ମ୍ୟାଚ ଉଭୟଦଳଙ୍କ ପାଇଁ କର ବା ମର ପରିସ୍ଥିତିରେ ପହଞ୍ଚିଛି। ଚଳିତ ପେଟିଏମ ଅନ୍ତର୍ଜାତୀୟ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଯେଉଁ ଦଳ ବିଜୟଲାଭ କରିବ ସେହି ଦଳ ଶୃଙ୍ଖଳା ହାତେଇବ। ତେଣୁ ଦୁଇଦଳଙ୍କ ପାଇଁ ଆଜିର ମ୍ୟାଚ ବଡ ମହତ୍ବପୂର୍ଣ୍ଣ। ଉଭୟଦଳ ନିଜନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ପଡିଆରେ ଖେଳ ପ୍ରଦର୍ଶନ କରି ଶୃଙ୍ଖଳାକୁ ହାସଲ କରିବା ପାଇଁ ଚେଷ୍ଟା କରିବେ। ବିରାଟ ବାହିନୀ ଘରୋଇ ପିଚରେ ନିଜର ଭଲ ଖେଳ ପ୍ରଦର୍ଶନ କରିବାପାଇଁ ଆଶା ରଖିଥିବା ବେଳେ, ସେପଟେ ଫିଞ୍ଚଙ୍କ ବାହିନୀ ମଧ୍ୟ ନିଜର ଭଲ ପ୍ରଦର୍ଶନକୁ ବଜାୟ ରଖିବ ବୋଲି ସଂକେତ ଦେଇଛି। ପୂର୍ବ ମ୍ୟାଚ ତଥା ଚତୁର୍ଥ ମ୍ୟାଚରେ ଯେଉଁଭଳି ଭାବରେ ଭ୍ରମଣକାରୀ ଦଳ ନିଜର ଖେଳ ପ୍ରଦର୍ଶନ କରି ଘରୋଇ ଦଳର ବିଶାଳ ସ୍କୋରକୁ ଅତିକ୍ରମ…
ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍ ସମୟ ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ ଅଧିକ ସମୟ ଥିଲେ ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣୀ କରି ରାୟ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ଗତମାସରେ ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।
ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଂ ୭୩୭ ମାକ୍ସ ୮ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସମସ୍ତ ବୋଇଂ ବିମାନର ଯାତ୍ରାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାଇରୋକ୍ଟରେଟ୍ ଜେନରାଲ୍ ଅଫ୍ ସିଭିଲ୍ ଆଭିଏଶନ(ଡିଜିସିଏ)। ଏହାର ସିଧାସଳଖ ପ୍ରଭାବ ଜେଟ୍ ଏୟାର୍ଓ୍ବେଜ ଓ ସ୍ପାଇସ୍ ଜେଟ୍ ଉପରେ ପଡିବ ବୋଲି କୁହାଯାଉଛି। ଫଳରେ ଯାତ୍ରୀଙ୍କ ଭଡାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଇଥିଓପିଆର ବୋଇଂ ୭୩୭ ଉଡାଣ ଭରିବାର ମାତ୍ର କିଛି ମିନିଟ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫୭ ଯାତ୍ରୀ ନିହତ ହୋଇଥିଲା। ବାରମ୍ବାର ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଅଧିକାଂଶ ଦେଶ ଏହି ବିମାନ ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭାବେ ବିପଦମୁକ୍ତ ହେବା ପରେ…
ବିଜେପିନେତା ଓ.ପି.ଶର୍ମାଙ୍କୁ ନିର୍ବାଚନ କମିଶନ ଦେଇଛନ୍ତି ଝଟକା। ତାଙ୍କ ଫେସ୍ବୁକ୍ରେ ଥିବା ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ହଟାଇବା ପାଇଁ ଶର୍ମାଙ୍କୁ ତାଗିଦ୍ କରାଯାଇଛି। ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନିର୍ବାଚନ କମିଶନ ସୂଚିତ କରିଛନ୍ତି। ଏଥି ସହିତ ଫେସ୍ବୁକ୍ ଏବଂ ଟୁଇଟରକୁ ମଧ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆୟୋଗ ଏନେଇ ଖୁବ୍ କଡ଼ା ପଦେକ୍ଷପ ନେଉଛନ୍ତି। ରାଲି ଏବଂ ଭାଷଣ ସହ ଏଥର ସୋସିଆଲ୍ ମିଡିଆକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି ନିର୍ବାଚନ ଆୟୋଗ। ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜନୀତିକ ଦଳଙ୍କୁ କୌଣସି ବି ପାର୍ଟି ନିଜର ବ୍ୟାନର,ପୋଷ୍ଟରରେ ସେନା ତଥା ଯବାନଙ୍କ ଫଟୋକୁ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖ ଘୋଷଣା କରିବାପରେ ଆଚାର ସଂହିତା ଲାଗୁ ହୋଇଯାଇଛି।
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରି କହିଛନ୍ତି କି, ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାରଙ୍କ କହିବାନୁସାରେ, ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବନି। ତାଙ୍କୁ ବହୁମତରୁ କମ୍ ସିଟ୍ ମିଳିବ। ବିଜେପି ସବୁଠାରୁ ବଡ ଦଳ ହୋଇପାରେ। କିନ୍ତୁ ସବୁଠାରୁ ବଡ ଦଳ ହେବା ପରେ ସେ ନିଜ ମୁତାବକ ପ୍ରଧାନମନ୍ତ୍ରୀ ବନାଇପାରିବ ନାହିଁ। ତାଙ୍କୁ ଅନ୍ୟ ଦଳର ସହାୟତା ନେବାକୁ ପଡିବ ଏବଂ ଏହା ଯଦି ହେବ, ତେବେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଖୋଜିବାକୁ ପଡିବ। ଏନ୍ସିପି ଓ କଂଗ୍ରେସ ସହ ଆସନ ବୁଝାମଣା ନେଇ ନିଷ୍ପତ୍ତି ହୋଇସାରିଛି। ବହୁତ ଶୀଘ୍ର ଏହା ଔପଚାରିକ ଘୋଷଣା ହେବ। ନିର୍ବାଚନ ଲଢ଼ିବା ସମ୍ଭାବନା ଉପରେ ବିରାମ ଦେଇ ପାୱାର କହିଛନ୍ତି କି, “ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ଲୋକସଭା ନିର୍ବାଚନ ଲଢୁଥିବାରୁ ସେ ନିର୍ବାଚନ…
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ ତା’ର ପୁରୁଣା ସହଯୋଗୀର ସାଥ୍ ପାଇପାରିଛି। ଆସାମ ଗଣ ପରିଷଦ ସହ ବିଜେପି ମିଳିତ ଭାବରେ ନିର୍ବାଚନ ଲଢିବାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହା ସହିତ ବୋଡୋଲ୍ୟାଣ୍ଡ ପିପୁଲସ ଫ୍ରଣ୍ଟ ଏହି ମେଣ୍ଟରେ ତୃତୀୟ ସହଯୋଗୀ ରହିବେ ବୋଲି ସୂଚନା ମିଳିଛି। ଭାଜାପା ମହାସଚିବ ଏହି ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରିଛନ୍ତି –‘ଚର୍ଚ୍ଚା ପରେ ଭାଜାପା ଓ ଆସାମ ଗଣ ପରିଷଦ ଆଗାମୀ ଲୋକସଭା ନିର୍ବାଚନରେ ଆସାମରେ କଂଗ୍ରେସକୁ ହରାଇବା ପାଇଁ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୌହ୍ବାଟୀରେ ଅନୁଷ୍ଠିତ ଏହି ବୈଠକରେ ଭାଜାପାର ହିମନ୍ତ ବିସ୍ବା ଶର୍ମା, ଅତୁଲ ବୋରା ଓ କେଶବ ମହନ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ। ସିଟିଜେନ୍ସିପ୍ ସଂଶୋଧନ ବିଲ୍କୁ ନେଇ ବିଜେପି ନେତୃତ୍ବ ସରକାରରୁ ଆସାମ ଗଣପରିଷଦର ୩ ଜଣ ମନ୍ତ୍ରୀ ଅତୁଲ ବୋରା, କେଶବ ମହାନ୍ତ ଓ…
କେଦାର ମିଶ୍ର ଗତ ପାଞ୍ଚବର୍ଷ ଶାସନରେ ରହିଥିବା ବିଜେପି ସରକାର ଭାରତୀୟ ଇତିହାସରେ ଅନ୍ତତଃ ଦୁଇଟି କଥା ପାଇଁ ମନେ ରହିବେ ଓ ଦୁଇଟି ଯାକ କଥା ଆଦୌ ଭଲ ନୁହେଁ। ପ୍ରଥମ କଥାଟି ହେଲା, ନରେନ୍ଦ୍ର ମୋଦୀ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ନିଜର ଶାସନକାଳରେ ଗୋଟିଏ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି । ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ପାଇଁ ଏହା ବୋଧହୁଏ ସବୁଠୁ ଲଜ୍ଜାକର ଘଟଣା। ସେହିପରି ଦ୍ଵିତୀୟ କଥାଟି ଆହୁରି ନୈରାଶ୍ୟଜନକ। ଗତ ପାଞ୍ଚ ବର୍ଷ ଭିତରେ ନିର୍ବାଚନ ସଂସ୍କାର ଲାଗି ବିଜେପି ସରକାର ଗୋଟିଏ ବି ବୈଧାନିକ ପଦକ୍ଷେପ ନେଇ ନାହାନ୍ତି। ବରଂ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଉଥିବା କର୍ପୋରେଟ ମାନଙ୍କୁ ସୁରକ୍ଷା ଦେବାଲାଗି ନିର୍ବାଚନ ବଣ୍ଡ ଜରିଆରେ ଅନୈତିକ ଚାନ୍ଦା ଉଠାଇବା ବ୍ୟବସ୍ଥାକୁ ବୈଧାନିକତା ପ୍ରଦାନ କରାଯାଇଛି। ସରକାରଙ୍କ ଉଦାସୀନତାର ଫଳ ସ୍ଵରୂପ ଦେଶର ନିର୍ବାଚନ ପ୍ରକ୍ରିୟା ଏବେ ପଇସାବଳ ଓ ଗୁଣ୍ଡାବଳଙ୍କ…
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ଲୋକସଭାର ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ତୃଣମଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଲିଷ୍ଟ୍ରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ସୂଚୀରେ ସୌଗତ ରାୟ, ଅଭିନେତ୍ରୀ ଶତାବ୍ଦୀ ରାୟ, ମୁନମୁନ୍ ସେନ୍ ପ୍ରମୁଖଙ୍କ ନାମ ରହିଛି। ଜାରି କରିଥିବା ସୂଚୀରେ ଯେଉଁ ନାମଗୁଡ଼ିକୁ ଅଗ୍ରାଧିକାର ଦିଆଯାଇନାହିଁ, ସେମାନଙ୍କୁ ସେ ପାର୍ଟି କାମରେ ଲଗାଇବେ ବୋଲି ମମତା କହିଛନ୍ତି। ଏହି ଅବସରରେ ରାଫେଲ୍, କୃଷି ସଂକଟ ଓ ରୋଜଗାର ସହ ବିଭିନ୍ନ ମୁଦ୍ଦାକୁ ନେଇ ମମତା ମୋଦି ସରକାର ଓ ବିଜେପି ଉପରେ ବରଷିବା ସହିତ ବିଜେପି ଭିଭିଆଇପି ମତଦାନ ପାଇଁ ଲାଞ୍ଚ ସ୍ବରୂପ ଧନକୁ ହେଲିକ୍ୟାପ୍ଟର ଓ ଚାଟାର୍ଡ ବିମାନ ଦ୍ବାରା ପହଞ୍ଚାଯାଉଛି ବୋଲି କହିଛନ୍ତି। ଚଳିତ ନିର୍ବାଚନରେ ଟିଏମ୍ସି ଓଡ଼ିଶା, କଂଗ୍ରେସ, ଝାରଖଣ୍ଡ, ବିହାର ଓ ଆଣ୍ଡାମାନ୍ର କେତେକ ଆସନର ନିର୍ବାଚନ…
ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଜାତୀୟସ୍ତରରେ ଭାଷଣ ଦେଇଛନ୍ତି। ଗୁଜୁରାଟର ଗାନ୍ଧିନଗରର କଂଗ୍ରେସ କାର୍ଯ୍ୟ ସମିତି ପରେ ଆୟୋଜିତ ରାଲିରେ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି। ପ୍ରିୟଙ୍କା ମୋଦି ସରକାରଙ୍କୁ କଟାକ୍ଷ କରି କାଠଗଡ଼ାରେ ଠିଆ କରାଇଦେଇଛନ୍ତି। ଦେଶର ଯୁବକଙ୍କୁ ଦେଇଥିବା ୨ କୋଟି ରୋଜଗାରର ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିନାହାନ୍ତି ବୋଲି ସମାଲୋଚନା କରିଥିଲେ ପ୍ରିୟଙ୍କା। ସେ ତାଙ୍କ ଭାଷଣରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସଚେତନତାଠାରୁ ବଡ଼ ଦେଶଭକ୍ତି ଆଉ କିଛି ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ଆଉ ସଚେତନତା ହିଁ ଜନତାଙ୍କର ଅସ୍ତ୍ର। ଏବଂ ଭୋଟ ହେଉଛି ଅମୋଘ ଅସ୍ତ୍ର। ତେଣୁ ଜନସାଧାରଣ ସଚେତନ ସହକାରେ ଭୋଟ୍ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍ ବୋଲି ସେ କହିଛନ୍ତି। ଭାଷଣ ଆରମ୍ଭ ପୂର୍ବରୁ ପ୍ରିୟଙ୍କା…
ହାଇଦ୍ରାବାଦରେ ପୋଲିସ ୯୦.୫ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ଏକ ହାୱାଲା ରାକେଟ ଠାବ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବେନାମୀ ଟଙ୍କା ଜବତ କରାଯାଇଛି। ଅର୍ଥାତ ଜବତ ଟଙ୍କାର କେହି ଦାବିଦାର ନାହାନ୍ତି। ଗତ ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ବେଳେ ପୋଲିସ ୨୯ କୋଟି ଟଙ୍କା ଜବତ କରିଥିଲା। ୯କୋଟି ଟଙ୍କାର ସୁନା ଗହଣା ମଧ୍ୟ ଜବତ ହୋଇଥିଲା। ଗତ ନିର୍ବାଚନ ବେଳେ ତେଲେଙ୍ଗାନାରେ ୧୩୭କୋଟି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା। ବେଆଇନ ଟଙ୍କା ଚାଲାଣ ଉପରେ ନଜର ରଖିବା ଲାଗି ୪୫ଟି ସ୍କ୍ବାଡ ଗଠନ କରାଯାଇଛି ବୋଲି ଜଣେ ଆଇପିଏସ ଅଧିକାରୀ କହିଛନ୍ତି।
ଆଜିକାଲି ପ୍ରାୟ ଫିଲ୍ମରେ ପୁରୁଣା ହିଟ୍ ଗୀତକୁ ରିଭାଇଜ୍ କରାଯାଉଛି । କେତେକାଂଶରେ ରିମେକ୍ ମଧ୍ୟ କରାଯାଉଛି । ନଓ୍ବାଜ୍ଉଦ୍ଦିନ୍ ସିଦ୍ଧିକି ଓ ସାନ୍ୟା ମାଲାହୋତ୍ରାଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଫଟୋଗ୍ରାଫ୍’ରେ ଲୋକପ୍ରିୟ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ତୁମ୍ନେ ମୁଝେ ଦେଖା’ ଗୀତକୁ ମୂଳ ରୂପରେ ରଖାଯିବ ବୋଲି ସୂଚନା ରହିଛି । ‘ତିସ୍ରୀ ମଞ୍ଜିଲ୍’ର ଏହି ଲୋକପ୍ରିୟ ଗୀତ ଆଜି ବି ଶ୍ରୋତାଙ୍କର ପ୍ରିୟ । ଏହି ଫିଲ୍ମରେ ଏହି ଗୀତଟିକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସାନ୍ୟା । ଏହି ଫିଲ୍ମରେ ନଓ୍ବାଜଙ୍କ ନାମ ରଫି ରହିଛି । ଏହା ପୂର୍ବରୁ ନିର୍ମାତା ଏକ ଭିଡ଼ିଓ ଜାରି କରି ଚରିତ୍ରଙ୍କ ଅବତାରଣା କରିଥିଲେ । ଏହି ଫିଲ୍ମର ପ୍ରିମିୟର୍ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ହୋଇଯାଇଛି । ଫିଲ୍ମରେ ନଓ୍ବାଜଙ୍କ ସହ ସାନ୍ୟାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଛି । ରିତେଶ ବାତ୍ରାଙ୍କ ଦ୍ବାରା ଲିଖିତ ତଥା ନିର୍ଦ୍ଦେଶିତ…
ସୈଫ୍ ତନୟା ସାରା ଅଲ୍ଲୀ ପୁଣି ଏବେ ଚର୍ଚ୍ଚାରେ । ‘କେଦାରନାଥ’ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିବା ସାରା ଫିଲ୍ମରେ ଭଲ ଅଭିନୟ କରି ସଫଳତା ସାଉଁଟିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁଶାନ୍ତ ସିଂହ ରାଜପୁତ୍ । ପରବର୍ତ୍ତୀ ସମୟରେ ଅଭିନେତା ରଣବୀର ସିଂଙ୍କ ସହ ‘ଶିମ୍ବା’ ଫିଲ୍ମରେ ନଜର ଆସିଥିଲେ । ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍ରେ ବେଶ୍ ସଫଳ ରହିଥିଲା । ସାରା ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ଇମ୍ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍ ଆଜକଲ୍’ର ସ୍ବିକେଲ୍ରେ କାମ କରିବେ ବୋଲି ସୂଚନା ରହିଛି । ସାରାଙ୍କୁ ଉଦ୍ଦାମ ସିଂଙ୍କ ବାୟୋପିକ୍ରେ ଅଭିନୟ କରିବା ପାଇଁ ଅଫର୍ ମିଳିଥିଲା । ଏହି ଫିଲ୍ମରେ ଅଭିନେତା ଭିକି କୌଶଲ୍ ଲିଡ୍ ନାୟକ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ସୁଜିତ୍ ସିର୍କାର ନେଇଛନ୍ତି । ଏହି ଫିଲ୍ମ ପାଇଁ ସାରା ମନା କରିଥିବାର ଜଣାପଡିଛି ।…
ପୂର୍ବତନ ବିଜେଡ଼ି ନେତା ବାବୁ ସିଂହ ବିଜେପିରେ ଯୋଗଦେଇଛନ୍ତି । ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ ସେ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ଶତାଧିକ ବିଜେଡି କର୍ମି ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବହୁତ ଦିନ ଧରି ସେ ବିଜେଡ଼ିରେ ରହି ସଂଗଠନ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ଟିକେଟ ନ ମିଳିବାର ଆଶଙ୍କା କରି ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ବିଜେଡିର ଭୁବନେଶ୍ୱରର କାର୍ଯ୍ୟକାରୀ ସଭାପତି ଥିଲେ। ବିଜେଡି ଟିକେଟରେ ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବିଜେପିର ଯୋଗଦେବା ପରେ ବାବୁ ସିଂ ଟିକେଟ ପାଇବାକୁ ନେଇ ଚର୍ଚ୍ଚା ଚାଲିଛି।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକମାନେ ପଶି ଆଜି ଭଙ୍ଗାରୁଜା କରିଛନ୍ତି। ବାଘମାରୀ ନିକଟସ୍ଥ ଗୋଡିପୋଖରୀ ଗାଁରେ ଜବରଦଖଲ ହୋଇଥିବା ଏକ ସରକାରୀ ଜମି ଉଚ୍ଛେଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସତ୍ତ୍ବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗୋଟିଏ ଗୋଷ୍ଠୀର ଲୋକ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି। ବେଗୁନିଆ ଥାନାରେ ଏକ କେସ ରୁଜୁ ହୋଇଛି।
କଂଗ୍ରେସ ନେତା ପ୍ରଦୀପ ଦିସାରି ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ସମର୍ଥକମାନଙ୍କ ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସେ ଗତ ନିର୍ବାଚନରେ ଲାଞ୍ଜିଗଡ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ପ୍ରଦୀପଙ୍କ ଯୋଗଦାନ କଳାହାଣ୍ଡି ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି କହିଛନ୍ତି। ସେହିପରି ଗତକାଲି ବାଲେଶ୍ବର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସୁଷମା ବିଶ୍ବାଳ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।

