Rich tributes paid to Special Police Officer (SPO) of Jammu and Kashmir police who attained martyrdom when unidentified gunmen shot him in south Kashmir district of Pulwama on Tuesday. SPO Sameer Ahmad Mir was critically injured when some unidentified gunmen fired at him from close range at Hanjan, Pulwama last evening. The injured was rushed to hospital where he was declared dead.
Author: Samikhsya Bureau
The shocking disclosures made by Goa health minister Vishwajeet Rane that in a meeting of the state cabinet last week, chief minister Manohar Parrikar said nobody can remove him as chief minister as he is in possession of the files on Rafale deal confimed all’the allegations made by the Congress of corruption in the deal.
Major currencies down
(UNI) Following were the indicative currency rates and travellers’ cheques buying and selling rates per unit on Wednesday.
CURRENCY NAME BUY SALE
UAE DIRHAM 17.2416 20.1476
AUSTRALIAN DOLLAR 44.4239 51.3952
BANGLADESH TAKA 0.763526 0.896972
BAHRAIN DINAR 171.4728 196.1881
CANADIAN DOLLAR 46.4201 54.0597
SWISS FRANC 64.4105 75.6851
(UNI) Accusing Congress of delaying the judicial process on the Ram Temple, PM Narendra Modi on Tuesday made it clear that an Ordinance on the Temple can be considered only after legal process on the issue is completed.
He said, ‘I want to appeal to the Congress not to use their lawyers to delay the judicial process on the Ram Temple.’
Listing out the ‘broken promises’ made by Prime Minister Narendra Modi, the Congress party on Tuesday came out with sharp criticism and said the Prime Minister have only ‘peddled lies’ through his ‘staged interview’. Addressing media persons the Congress spokesperson Randeep Singh Surjewala said India wanted to know the progress of 10 top promises by the Prime Minister.
Mali attack: 37 killed in Mopti region
(UNI) As many as 37 people were killed in an attack on a village in central Mopti region of Mali, local officials said.
According to the officials, many homes were burned in Koulogon village. The incident happened at about 05:00 GMT on Tuesday, a statement said. The attackers were believed to be traditional hunters.
An investigation to nab the accused have been launched.
Last year, hundreds of people died in clashes between Dogon hunters and members of the largely nomadic Fula ethnic group. The clashes are often over access to land and water.
The Cabinet of UK Prime Minister Theresa May is expected to cut short their Christmas break and hold a meeting on January 2 in order to discuss a no-deal Brexit scenario.
May reportedly decided to hold an extraordinary meeting as her Brexit agreement is still pending approval in the UK Parliament.
Today the much debated Tripple Talaq bill is likely to be tabled in the Rajya Sabha today amid the opposition putting its foot firmly for a joint parliamentary select committee review , mainly the Congress. While few other parties in the opposition camp gang up to oppose in which case the NDA may depend on few small parties.

କେଦାର ମିଶ୍ର
ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଆପାତତଃ ପ୍ରଧାନମନ୍ତ୍ରୀଙ୍କ କଥାରେ କୌଣସି ନୂଆ କଥା ନଥିଲା। ସେ ନିଜ ଭାଷଣର ପୁନରାବୃତ୍ତି ହିଁ କରିଥିଲେ। ଆତ୍ମା ପ୍ରଶସ୍ତି ଓ ବିରୋଧୀ ନିନ୍ଦା ଛଡା ଏ ଭାଷଣରେ ଅଧିକ କିଛି ଥିଲା ଭଳି ମାନେ ହେଲାନାହିଁ। ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡକୁ ବିରୋଧ କରିଛନ୍ତି। କାହିଁକି, ସେକଥା ବୁଝା ପଡୁନାହିଁ। ନିଜେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୁଲି ବୁଲି କୃଷି ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସାକ୍ଷାତକାର କରୁଥିବା ସାମ୍ବାଦିକ ଜଣକ ଏ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ଉଚିତ ହୋଇଥାନ୍ତା। ତେବେ କ୍ଷମତାରେ ବଡ ମୁଣ୍ଡଙ୍କୁ ପ୍ରଶ୍ନ ପଚାରିବାକୁ କଲିଜା ଥିବା ଦରକାର। ସେ କଲିଜା ଏଏନଆଇର ଯେ ନାହିଁ, ଏକଥା ବୁଝା ପଡୁଛି।
ନିଜକୁ ପୀଡିତ ଭାବରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ଭଲ ପାଆନ୍ତି। ତାଙ୍କୁ ଲାଗେ, ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି, ଅଥଚ, ତାଙ୍କ ନିଜ ରାଜନୀତି ହେଉଛି ଗାଳି ଓ ଘୃଣାର ରାଜନୀତି। ଆଜିର ସାକ୍ଷାତକାରରେ କଂଗ୍ରେସ ପ୍ରତି ପୁଣି ଥରେ ଗୁଡାଏ ବିଷ ଉଦଗାର ହୋଇଛି। ୨୦୧୪ ନିର୍ବାଚନରେ କଂଗ୍ରେସ କୁ ଆଲୋଚନା କରିବାର କିଛି କାରଣ ଥିଲା। ହେଲେ ଆଜି ବି କଂଗ୍ରେସ ବିରୋଧରେ ଖୋଦ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଅର୍ଥ ହେଉଛି, ମୋଦୀ ଏବେ କଂଗ୍ରେସକୁ ଡରିବା ଆରମ୍ଭ କରିଛନ୍ତି।
ମୋଦୀ ତେଲେଙ୍ଗାନାରେ ମେଣ୍ଟ ବିଫଳ ହୋଇଛି ବୋଲି କହିଛନ୍ତି। ତେଲେଙ୍ଗାନାରେ କେଉଁ ମେଣ୍ଟ ଓ କାହା ମେଣ୍ଟ କଥା ସେ କହୁଛନ୍ତି? ତେଲୁଗୁ ଦେଶମ ଓ କଂଗ୍ରେସର ମେଣ୍ଟ ବିରୋଧରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଜିତିଲା। ବିଜେପି ସେଠି ମାତ୍ର ଗୋଟିଏ ଆସନ ପାଇଲା। ଚନ୍ଦ୍ରଶେଖର ରାଓଙ୍କ ସଫଳତା ବିଜେପିର ସଫଳତା ବୋଲି ମୋଦୀ କହିବାର ମାନେ କଣ? ପରୋକ୍ଷରେ ୨୦୧୯ ପାଇଁ ଏହା ଟିଆରଏସ, ବିଜେଡି ଓ ଟିଏମସି କୁ ଖୋଲା ଆମନ୍ତ୍ରଣ ନୁହେଁ ତ?
ପ୍ରଧାନମନ୍ତ୍ରୀ ନିଜେ ଏ ସାକ୍ଷାତକାର ପ୍ରସଙ୍ଗରେ ୪୦ ଟି ଟୁଇଟ କରିଛନ୍ତି। ୪୦ ଟୁଇଟ ରୁ ମାତ୍ର ଦୁଇଟି ଟୁଇଟ ରେ ସେ ନିଜ ସରକାରର ସଫଳତା କଥା କହିଛନ୍ତି। କଣ ସେ ସଫଳତା, ଦେଖାଯାଉ। ମୁଦ୍ରାସ୍ଫୀତି ସବୁଠୁ କମ। ଦେଶରେ ନୂଆ କିଛି ଆଇଆଇଟି ଓ ଆଇଆଇଏମ ଖୋଲା ହୋଇଛି। ଉତ୍ତମ ଓ ସହଜ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆ ଯାଇଛି ଏବଂ ଉଡାଜାହାଜରେ ଉଡିବା ଶସ୍ତା ହୋଇଛି। ବିକାଶ କହିଲେ ଏତିକି ମାତ୍ର! ମୁଦ୍ରାସ୍ଫୀତି କମ ରହିଛି ହେଲେ, ଦରଦାମ କମୁନାହିଁ, ଏହାର କାରଣ କେବଳ ପ୍ରଧାନମନ୍ତ୍ରୀଙ୍କୁ ଜଣା! ଆଇଆଇଟି ଓ ଆଇଆଇଏମ ସବୁ ସରକାର ଖୋଲି ଚାଲିଛନ୍ତି, ନୂଆ କଣ? ଆୟୁଷ୍ମାନ ଭାରତ କେବଳ କାଗଜ କଲମରେ ଚାଲିଛି। ଆଉ ଉଡାଜାହାଜରେ ଉଡିବା ଲାଗି ଏ ଦେଶର ୯୯% ଲୋକଙ୍କ ସମ୍ବଳ ନାଇଁ। ଏଥିରୁ ବୁଝା ପଡୁଛି, ପ୍ରଧାନମନ୍ତ୍ରୀ କାହାର ବିକାଶ କରିଛନ୍ତି।
ନିର୍ବାଚନ ଆଗରୁ ଏବେବି ବିଜେପି ରାମ ମନ୍ଦିର, ତିନି ତଲାକ, କଂଗ୍ରେସ ବିରୋଧ ଭଳି ପୁରୁଣା ପ୍ରସଙ୍ଗରେ ରହିଛି। ସରକାର ସଫଳତା ଓ ବିକାଶର ଅନୁଭବ ବିଷୟରେ ପ୍ରଧାନମନ୍ତ୍ରୀଙ୍କର କିଛି କହିବାର ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାଖରେ ଗାନ୍ଧୀ ପରିବାର ଓ ମନମୋହନ ସିଂଙ୍କୁ ଗାଳି କରିବା ଛଡା, ଦେଶକୁ ବାର୍ତ୍ତା ଦେବା ପାଇଁ ଆଉ ଅଧିକ କିଛି ନାହିଁ।
ଶେଷରେ ଆମେ କହିବୁ ଯେ, ପ୍ରଧାନମନ୍ତ୍ରୀ କେବେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ? ପ୍ରାୟୋଜିତ ପ୍ରଶ୍ନର ଉତ୍ତର ନଦେଇ ଖୋଲାଖୋଲି ସାମ୍ବାଦିକଙ୍କୁ ସାମ୍ନା ନ କଲା ଯାଏ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଅନୁରକ୍ତ ବୋଲି ପ୍ରମାଣିତ ହୋଇପାରିବେ ନାହିଁ।

କେଦାର ମିଶ୍ର
ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ ଋତ୍ଵିକ ଘଟକ, ସତ୍ୟଜିତ ରାୟ ଓ ମୃଣାଳ ସେନ, ଶେଷତମ ମହାନାୟକ ଚାଲିଗଲେ। ‘ଭୁବନ ସୋମ'(୧୯୬୯) ଠୁ ଆରମ୍ଭ କରି ‘ଅମର ଭୁବନ'(୨୦୦୨), କୋଡିଏ ରୁ ଅଧିକ ସିନେମା ସେ କରିଛନ୍ତି। ତାରି ଭିତରେ ରହିଛି ଭୁବନ ସୋମ, ପଦାତିକ, ଅକାଲେର ସନ୍ଧାନେ, ମୃଗୟା ଭଳି କ୍ଲାସିକ। ଚିତ୍ର ନିର୍ମାଣରେ ନୂଆ ପୃଥିବୀର ସ୍ଵପ୍ନ ଓ ସାଧାରଣ ମଣିଷର ଶ୍ରମକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶିଳ୍ପୀଙ୍କ ଭିତରେ ସେ ଥିଲେ ଅଗ୍ରଣୀ। କହିବାରେ ଦ୍ଵିଧା ନାହିଁ, ଚିନ୍ତନରେ ଓ କଳାକର୍ମରେ ସେ ଥିଲେ ସାମ୍ୟବାଦୀ। ମାର୍କ୍ସ ତାଙ୍କୁ ପ୍ରଭାବିତ କରିଥିଲେ, କିନ୍ତୁ ବିଂଶ ଶତକରେ ଏମିତି କିଏ ନଥିଲା, ଯିଏ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ନଥିଲା। ଏପରିକି ଘୋର ଦକ୍ଷିଣପନ୍ଥୀ ଚିନ୍ତକ ଦୀନଦୟାଲ ଉପାଧ୍ୟାୟ, ଗୋଟେ ସମୟରେ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ହୋଇଯାଇଥିଲେ। ତେଣୁ, ସାମ୍ୟବାଦ ବିଂଶ ଶତାବ୍ଦୀର କଳା ଚିନ୍ତନର ମହାଭୂମି ଥିଲା ଓ ସେଥିରେ ମୃଣାଳ ସେନ ସାମ୍ୟବାଦୀ ହେବାରେ କୌଣସି ବ୍ୟତିକ୍ରମ ନଥିଲା। ହଁ, ବ୍ୟତିକ୍ରମ ହେଉଛି, ସାମ୍ୟବାଦ ଭିତରେ ଭାରତୀୟ ଜୀବନର ଚମତ୍କାର ଚିତ୍ରାୟନ।
ଓଡିଶା ସହିତ ମୃଣାଳ ସେନଙ୍କ ସମ୍ପର୍କ ଥିଲା ବେଶ ନିବିଡ। ୧୯୬୬ ରେ ବାବୁଲାଲ ଦୋଷୀଙ୍କ ପ୍ରଯୋଜନାରେ ସେ ନିର୍ମାଣ କରିଥିଲେ ପ୍ରସିଦ୍ଧ ଓଡିଆ ସିନେମା ‘ମାଟିର ମଣିଷ’। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କ୍ଲାସିକ ଉପନ୍ୟାସ ‘ମାଟିର ମଣିଷ’ ଆଧାରରେ ନିର୍ମିତ ଏହି ସିନେମାଟି ସେ ବର୍ଷ ଜାତୀୟ ପୁରଷ୍କାର ପାଇଥିଲା। ତେବେ ‘ମାଟିର ମଣିଷ’ କୁ ନେଇ ସେତେବେଳେ ବି କିଛି ଆଲୋଚନା ହୋଇଥିଲା, ଆଜି ବି ହେଉଛି। ଉପନ୍ୟାସର ପଟ୍ଟଭୂମିକୁ ମୃଣାଳ ସେନ ବଦଳାଇ ଦେଇଥିଲେ ବୋଲି କିଛି ଲୋକ ଆଜି ବି ନାକ ଟେକନ୍ତି। ତେବେ ଏ ପ୍ରକାର ଚର୍ଚ୍ଚା କରୁଥିବା ଲୋକ ବୁଝିବା ଉଚିତ ଯେ, ସିନେମା ଉପନ୍ୟାସର ଦୃଶ୍ୟ ଅନୁବାଦ ନୁହେଁ। ଉପନ୍ୟାସରୁ ହୁଏତ କାହାଣୀ ଟି ଆସେ, କିନ୍ତୁ ସିନେମା ଏକ ମୌଳିକ ମାଧ୍ୟମ ଓ ସେଇ ମାଧ୍ୟମରେ ନିର୍ଦ୍ଦେଶକ ନିଜର ସୃଜନଶୀଳତାକୁ ଦେଖାଏ। ଯେଉଁ ଦର୍ଶକ ସିନେମାରେ ଉପନ୍ୟାସ ଖୋଜିବ, ସେ ନିରାଶ ହେବ, ସେ ନିରାଶ ହେବା ଉଚିତ ମଧ୍ୟ। ଅନେକ ଲେଖକ ଭାବନ୍ତି, ତାଙ୍କ ଲେଖାଟି ଦୃଶ୍ୟରେ ଅବିକଳ ରୂପାନ୍ତରିତ ହେଉ। ସେଇଟା କଦାପି ହେବନାହିଁ। ଉପନ୍ୟାସ ଓ ସିନେମାର ଭିନ୍ନ ଗତିପଥ ରହିଛି। ସେ ଦୃଷ୍ଟିରୁ ‘ମାଟିର ମଣିଷ’ କୁ ଦେଖିବାକୁ ପଡିବ।
ଯଦିଓ ‘ମାଟିର ମଣିଷ’ ମୃଣାଳ ସେନଙ୍କ ‘ଭୁବନ ସୋମ’ ବା ‘ପଦାତିକ’ ସ୍ତରର ସିନେମା ନୁହେଁ, ତଥାପି ଓଡିଆରେ ତିଆରି ହୋଇଥିବା, ବହୁତ ଅଳ୍ପ ଭଲ ସିନେମା ଭିତରୁ ଏହା ଅନ୍ୟତମ।ଚରିତ୍ର ଚିତ୍ରଣ, ସଂଳାପ, ପୃଷ୍ଠଭୂମି, ସଙ୍ଗୀତ ଓ ଦୃଶ୍ୟାୟନ ରେ ‘ମାଟିର ମଣିଷ’ର ଯେଉଁ ଉଚ୍ଚତା, ସେ ସ୍ତରକୁ ଖୁବ କମ ଓଡିଆ ସିନେମା ଯାଇପାରିଛି। ସେଥିଲାଗି ଓଡିଆ ସିନେମା ମୃଣାଳ ସେନଙ୍କ ପାଖରେ ଋଣ ସ୍ଵୀକାର କରିବାକୁ ବାଧ୍ୟ।ସିନେମାର ଦୃଷ୍ଟିକୋଣରେ ମୃଣାଳ ସାମ୍ୟବାଦୀ କି ଗାନ୍ଧୀବାଦୀ ନୁହନ୍ତି, ସେ ପୂରାପୂରି ମାନବବାଦୀ। ଛକଡି ଆଉ ବରଜୁ ପ୍ରଧାନ ଭିତରେ ପାରିବାରିକ ସଂଘର୍ଷ ଭିତରେ ସମୟ ଓ ସମାଜକୁ ସେ ପ୍ରତୀକିତ କରିଛନ୍ତି। ଏହା ଅନେକାଂଶରେ ମୂଳ ଉପନ୍ୟାସର ସଂପ୍ରସାରଣ ବୋଲି କୁହାଯାଇପାରେ। ତେଣୁ ଆଜି ୪୩ ବର୍ଷ ପରେ ବି ‘ମାଟିର ମଣିଷ’ ଓଡିଆ ସିନେମାର ସଫଳ କାହାଣୀ ହୋଇ ସମୟକୁ ଅତିକ୍ରମ କରି ଠିଆ ହୋଇଛି।
ମୃଣାଳ ସେନଙ୍କ ଆଉ ଏକ ଓଡିଆ ସଂଯୋଗ ହେଉଛି ‘ମୃଗୟା’। ୧୯୭୬ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ସିନେମାରେ ପ୍ରଥମ ସୁଯୋଗ ଦେଇଥିଲେ ମୃଣାଳ ସେନ। ସିନେମାଟିର ମୂଳ କାହାଣୀ ଥିଲା, ଓଡିଶା ପ୍ରଗତିବାଦୀ ସାହିତ୍ୟର ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଚର୍ଚ୍ଚିତ ଗଳ୍ପ ‘ଶିକାର’ । ଓଡିଶାର ଆଦିବାସୀ ଜୀବନର ପୃଷ୍ଠଭୂମିରେ ‘ଘିନୁଆ’ ଚରିତ୍ରର ନବ ଚିତ୍ରାୟନ ଘଟିଥିଲା। ଓଡିଶାର ଜୀବନ ଓ ଜୀବନବୋଧକୁ ନେଇ ମୃଣାଳ ସେନଙ୍କ ସିନେମାରେ ସବୁବେଳେ କିଛି ଗୋଟେ ଆକର୍ଷଣ ଥିଲା। ସେଥିପାଇଁ ବୋଧେ ତାଙ୍କର ପ୍ରିୟ ଅଭିନେତା ଥିଲେ ସାଧୁ ମେହେର।
ମୃଣାଳ ସେନଙ୍କ ଅବର୍ତ୍ତମାନରେ ଗୋଟେ ଯୁଗର ସମାପ୍ତି ଘଟିଛି। ତାହା ସହିତ ଆମେ ଜଣେ ଓଡିଆ-ପ୍ରାଣ ବଙ୍ଗାଳୀଙ୍କୁ ସବୁଦିନ ପାଇଁ ଆମ ଭିତରୁ ହରାଇଛୁ।

କେଦାର ମିଶ୍ର
ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ ଆମେ ଯେତିକି ଆନନ୍ଦିତ, ସେତିକି ଆତ୍ମମନସ୍କ ମଧ୍ୟ। ଆମ ସମୟ ଓ ସମାଜକୁ ନେଇ ଏମିତି ଏକ କ୍ଷଣରେ ଅନେକ କିଛି ଚିନ୍ତା କରାଯାଇପାରେ। ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ଆସନ୍ତା କାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀ ର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି ଦେଖୁଛୁ, ତାରି ଉପରେ ଆମର ଭବିଷ୍ୟତ ତିଆରି ହେବ। ଗୋଟେ ନୂଆ ସମୟର କଥା କହିବାବେଳେ ଇତିହାସର ଗୋଟେ କଥା ଆମକୁ ଆଜି ଅଧିକ ପ୍ରାସଙ୍ଗିକ ମନେହେଉଛି। ଆଜିର ରାଜନୀତିରେ ଯେତେପ୍ରକାର ବିଭେଦ, ବିଭାଜନ, ହିଂସା, ଅସହିଷ୍ଣୁତା ଓ ବିଷକଥା ଭାରି ରହିଛି, ସେତେବେଳେ ଇତିହାସର ଛୋଟିଆ ଉଦାହରଣ ଟିଏ ହୁଏତ ଆମଲାଗି ନୂଆ ବାର୍ତ୍ତା ଦେଇପାରେ ।
୧୯୦୪ ମସିହାରେ ମୋହନଦାସ କରମଚାନ୍ଦ ଗାନ୍ଧୀ, ଗୋଟେ ଲମ୍ବା ଟ୍ରେନ ଯାତ୍ରାରେ ବାହାରିଥାନ୍ତି। ବାଟରେ ପଢିବାଲାଗି ତାଙ୍କୁ ଗୋଟେ ବହି ମିଳିଥିଲା। ବହିଟି ଥିଲା ବ୍ରିଟିଶ ଦାର୍ଶନିକ ଜନ ରସ୍କିନଙ୍କର “ଅନ ଟୁ ଦିସ ଲାଷ୍ଟ” ଓ ବହିଟି ଗାନ୍ଧୀଙ୍କ ପାଖକୁ ଆସିଥିଲା ଦକ୍ଷିଣ ଆଫ୍ରିକାର ସାମ୍ବାଦିକ ହେନେରୀ ପୋଲକଙ୍କ ସୌଜନ୍ୟରୁ। ବାଟ ସାରା ବହିଟି ପଢିଲାପରେ ଗାନ୍ଧୀଙ୍କ ନିଦ ହଜିଯାଇଥିଲା। ସତେକି ସେ ନିଜ ରାଜନୈତିକ ଲକ୍ଷ୍ୟ ବିନ୍ଦୁକୁ ସେ ବହିରେ ପାଇ ଯାଇଥିଲେ। ଗାନ୍ଧୀ ପରବର୍ତ୍ତୀ ସମୟରେ ଏ ବହିର ମର୍ମାନୁବାଦ ପ୍ରସ୍ତୁତ କଲେ ଓ ବହିର ନାଁ ରଖିଲେ “ସର୍ବୋଦୟ”। ଜୀବନ ଓ ସଭ୍ୟତାର ବିକାଶର ଲାଭ ପ୍ରତ୍ୟେକ ମଣିଷ ପାଖରେ ପହଞ୍ଚୁ ଓ ପ୍ରତ୍ୟେକ ଶ୍ରମଜୀବୀ ମଣିଷ ସମାନ ସାମାଜିକ ସମ୍ମାନ ପାଉ ବୋଲି ରଷ୍କିନ ଚାହୁଁଥିଲେ। ଗାନ୍ଧୀ ଏହି ଦାର୍ଶନ ର ମୂଳ ସକ୍ରେଟିସଙ୍କ ପାଖରେ ଦେଖିଥିଲେ ଓ ସେଥିରେ ଉପନିଷଦ ବିଚାରର ସର୍ବଜନ ହିତାୟ, ସର୍ବ ଜନ ସୁଖାୟ କୁ ସାମିଲ କରିଥିଲେ। ଗୁଜୁରାଟୀରେ ଗାନ୍ଧୀ ଏହାର ନାଁ ରଖିଥିଲେ “ସର୍ବୋଦୟ”।
ସବୁ ମଣିଷକୁ ସମାନ ଭାବରେ ସଭ୍ୟତାର ଲାଭ ଦେବା ପାଇଁ ଉଦ୍ଦିଷ୍ଟ ବିଚାର ହେଉଛି ସର୍ବୋଦୟ। ସେତେବେଳେ ପୁଞ୍ଜିବାଦର ଲାଭଖୋର ମନୋବୃତ୍ତି ବିରୋଧରେ ଏହା ଥିଲା ଏକ ସଶକ୍ତ ପ୍ରତିବାଦ। ତେବେ ଆଜିର ବଜାରତନ୍ତ୍ର ଆଗରେ ସର୍ବୋଦୟର ଗୁରୁତ୍ଵ ଅଛି କି?
- ଆମ ସମୟର ରାଜନୀତିରେ ବୈଷମ୍ୟ ବିରୋଧରେ ଠିଆ ହେବାର ସାହସ କେତେଜଣ ରାଜନେତାଙ୍କର ରହିଛି?
- ଆମ ରାଜନୀତି ବିକାଶକୁ ସମସ୍ତଙ୍କର ପ୍ରାପ୍ୟ ବୋଲି ଭାବୁଛି କି?
- ଆମ ରାଜନୀତି କ୍ଷମତା ଦଖଲ ଲାଗି ମଣିଷ ସମାଜ ଭିତରେ ଧର୍ମ, ଜାତି ଓ ଗୋଷ୍ଠୀ ଭିତ୍ତିରେ ବିଭାଜିତ କରୁନାହିଁ କି?
- ଆମ ରାଜନୀତିରେ ମିଛ ପ୍ରଚାର କୌଶଳ ଏକ ସର୍ବଗ୍ରାସୀ ଭିଡତନ୍ତ୍ରକୁ ଜନ୍ମ ଦେଇନାହିଁ କି?
ଏସବୁ ପ୍ରଶ୍ନର ଉତ୍ତର ଗାନ୍ଧୀଙ୍କ ସର୍ବୋଦୟରେ ରହିଛି। ତେବେ ଗାନ୍ଧୀଙ୍କୁ ପଢିବ କିଏ? ଆଜିର ତାରିଖରେ ଗାନ୍ଧୀ କେବଳ ଏକ ଛବି ଓ ଗାନ୍ଧୀଙ୍କ ଚଷମା କେବଳ ବିଜ୍ଞାପନ ର ଏକ ପ୍ରତୀକ। ଗାଈ ଓ ମଣିଷ ର ତୁଳନା କରି ଆମେ ଆଜି ମଣିଷମରା କୁ ନ୍ୟାୟ ସଙ୍ଗତ ବୋଲି କହୁଛୁ। ଆମର ଭିଡ ଏଠି ଶକ୍ତିଶାଳୀ ହୋଇ ଚାଲିଛି। ବୈଚାରିକ ସହିଷ୍ଣୁତା ରାଜନୀତିରେ ମରିସାରିଛି। ସେତେବେଳେ ଆଉଥରେ ଆମେ ସର୍ବୋଦୟର କଥା ଭାବି ପାରିବା କି?
ଆଜି ନୂଆ ବର୍ଷ ଅବସରରେ ଆମେ ଆଶା କରିବା ଆମ ରାଜନୀତିରେ ନବୋଦୟ ହେଉ। ବିଭାଜନ ଓ ଘୃଣାର ଭାଷାରୁ ଆମର ରାଜନୀତି ଓ ସମାଜ ମୁକ୍ତି ପାଉ। ଭଲପାଇବାର ଭାଷା ଆମର ରାଜନେତାମାନେ ଶିଖନ୍ତୁ। ପ୍ରତି କଥାରେ ବିଷ ଉଦଗାରୁଥିବା ନେତାମାନେ ଅନ୍ତତଃ ଥରେ ମଣିଷକୁ ଭଲପାଇବାର କଥା କୁହନ୍ତୁ। ସମୟ ଓ ସମାଜରେ ଶାନ୍ତିର ଫୁଲ ଟି ଫୁଟୁ।
ଆପଣମାନଙ୍କୁ ସମସ୍ତଙ୍କୁ ସମୀକ୍ଷା ପରିବାର ତରଫରୁ ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା।
ଭାରତ ରାଜନୀତିରେ ୨୦୧୮; ଏକ ଦୃଷ୍ଟିପାତ

ସମୀକ୍ଷା ବ୍ୟୁରୋ
ଚଳିତ ବର୍ଷ ମୋଦୀ ଲହରକୁ ଏକ ଶକ୍ତ ଧକ୍କା ଦେଇଛି ରାହୁଲଙ୍କ ନେତୃତ୍ଵ। ହିନ୍ଦୀ ଅଞ୍ଚଳର ୫ଟି ମୁଖ୍ୟ ରାଜ୍ୟରେ ବିଜେପିର ପରାଜୟ ଓ କଂଗ୍ରେସ ଓ ଆଞ୍ଚଳିକ ଦଳର ବିଜୟ ୨୦୧୮ ରାଜନୀତି ପରିବେଶକୁ ବେଶ ଉଷ୍ମ କରି ରଖିଥିଲା। ନିଶ୍ଚିତ ଭାବରେ ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ମୋଡ ଆସିବ ବୋଲି କୁହାଯାଉଛି। ସେହିପରି ଦେଶରେ ଆଞ୍ଚଳିକ ଦଳର ଦୃଢତା ଯେ ଆଗାମୀ ସମୟରେ ବିଜେପିର ମୁଣ୍ଡବିନ୍ଧାର କାରଣ ହେବ ତାହା ସ୍ପଷ୍ଟ ପ୍ରତୀୟମାନ। ଭୁପେଶ ବଘେଲ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ରାଜସ୍ଥାନରେ ଅଶୋକ ଗେହେଲଟ ଓ ମଧ୍ୟପ୍ରଦେଶରେ କମଳା ନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ତେଲେଙ୍ଗନାରେ କେ ଚନ୍ଦ୍ରଶେଖର ରାଓ ଓ ମିଜୋରାମର ଜୋରମ ଥାଙ୍ଗା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ନ୍ୟାୟପାଳିକା ଓ ରାୟ ଦୃଷ୍ଟିକୋଣରୁ ୨୦୧୮ ମସିହା ଏକ ଗୁରୁତ୍ବପୂର୍ଣ ବର୍ଷ ରହିଥିଲା। ପ୍ରଥମ ଥର ପାଇଁ ସ୍ଵାଧୀନ ଭାରତର ନ୍ୟାୟିକ ଇତିହାସରେ ସୁପ୍ରିମ କୋର୍ଟର ୪ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ବିରୋଧ କରିଥିଲେ। ସୁପ୍ରିମ କୋର୍ଟର ନ୍ୟାୟିକ ପ୍ରଶାସନରେ ଅନେକ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ।
ଏହି ବର୍ଷ ସୁପ୍ରିମ୍କୋର୍ଟ ଏମିତି ଅନେକ ଐତିହାସିକ ରାୟ ଦେଇଛନ୍ତି । ଧାରା ୩୭୭ (ସମଲିଙ୍ଗୀ) ରାୟ : ଚଳିତବର୍ଷ ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମ୍କୋର୍ଟ ସମଲିଙ୍ଗୀଙ୍କ ସପକ୍ଷରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଚଳିତବର୍ଷ ସୁପ୍ରିମ୍କୋର୍ଟ ସମଲିଙ୍ଗୀ ସଂପର୍କକୁ ସବୁଜ ସଂକେତ ଦେଇ ଧାରା ୩୭୭କୁ ରଦ୍ଦ କରି ଦେଇଛନ୍ତି। ୨୦୧୮ ମସିହାରେ ହିଁ ଧାରା ୩୭୭କୁ ଅସମ୍ବିଧାନିକ ଘୋଷଣା କରାଯାଇଛି। ଏହି ରାୟ ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ୍ ଓ କିନ୍ନରମାନଙ୍କ ପାଇଁ ବଡ଼ ବିଜୟ ଆଣିଛି।
ଆଧାରକାର୍ଡ ରାୟ : ଆଧାରକାର୍ଡ ସାମ୍ବିଧାନିକ ହେଲେ ମଧ୍ୟ ଏହା ବ୍ୟାଙ୍କ୍, ବେସରକାରୀ କମ୍ପାନି, ଶିକ୍ଷାନୁଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନୁହେଁ। ମାତ୍ର ପ୍ୟାନ୍ ଓ ଆୟକର ରିଟର୍ଣ୍ଣ ସକାଶେ ଆଧାର ଜରୁରୀ ।
ସବରିମାଲା ମନ୍ଦିର ରାୟ : ଏ ବର୍ଷର ସୁପ୍ରିମ୍କୋର୍ଟ ଦେଇଥିବା ସବୁଠାରୁ ବଡ଼ ଓ ଐତିହାସିକ ରାୟ ହେଉଛି ସବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ରାୟ। କେରଳର ଆୟାପ୍ପା ଭଗବାନଙ୍କ ମନ୍ଦିର ସବରିମାଳା ଭିତରକୁ ୧୦ରୁ ୫୦ ବର୍ଷ ମଧ୍ୟରେ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ପରମ୍ପରା ରହିଥିଲା। ତାହାକୁ ସୁପ୍ରିମ୍କୋର୍ଟ ସେପ୍ଟେମ୍ବର ୨୮ ତାରିଖରେ ଅସମ୍ବିଧାନିକ ଘୋଷଣା କରି ସବୁ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଛନ୍ତି।
ଧାରା ୪୯୭ (ବ୍ୟଭିଚାର)ରାୟ : ଚଳିତବର୍ଷ ସେପ୍ଟେମ୍ବରରେ ମହିଳାମାନଙ୍କ ସପକ୍ଷରେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି।
ଚଳିତ ବର୍ଷ ଆମ ରାଜନୀତିର ଦୁଇ ଲୋକପ୍ରିୟ ଜନନେତା ଆମଠୁ ବିଦାୟ ନେଇଛନ୍ତି। ଅଗଷ୍ଟ ମାସର ୭ ତାରିଖରେ ତାମିଲନାଡୁ ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଏମ. କରୁଣାନିଧିଙ୍କ ଦେହାନ୍ତ ହୋଇଥିଲା। ସେହିପରି ଅଗଷ୍ଟ ୧୬ ତାରିଖରେ ଆମଠୁ ବିଦାୟ ନେଇଛନ୍ତି ଲୋକପ୍ରିୟ ନେତା ତଥା ସୁନାମଧନ୍ୟ କବି ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ।
- ଚଳିତ ବର୍ଷ ମୋଦୀ ସରକାର ଗୁଜୁରାଟର ନର୍ମଦା ସରୋବର ଡ୍ୟାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶାଳ ପ୍ରତିମୂର୍ତ୍ତି ‘ ଷ୍ଟାଚ୍ୟୁ ଅଫ ୟୁନିଟି’ ନିର୍ମାଣ ‘ କରାଯାଇଛି। ଏହାକୁ ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ମାନ୍ୟତା ମିଳିଛି।
- ଲୋକପ୍ରିୟ ଜନନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଅଟଳବିହାରୀ ବାଜପେୟୀଙ୍କ ସ୍ମୃତି ଉଦେଶ୍ୟରେ କେନ୍ଦ୍ର ସରକାର ତାଙ୍କ ନାମରେ ୧୦୦ ଟଙ୍କିଆ ମୁଦ୍ରା ର ପ୍ରଚଳନ କରିଛନ୍ତି।
- ଚଳିତ ବର୍ଷ ଡିସେମ୍ବର ୨୫ ତାରିଖରେ ଦେଶର ସବୁଠୁ ଲମ୍ବା ରେଳ ଓ ସଡକ ପଥ ବୋଗିବିଲର ଉଦ୍ଘାଟନ ହୋଇଯାଇଛି। ଆସାମକୁ ଅରୁଣାଚଳ ପ୍ରଦେଶ ସହ ଯୋଡିଥିବା ଏହି ବ୍ରିଜ ଗୌହାଟୀ ଠାରୁ ପ୍ରାୟ ୪ଶହ କିମି ଦୂରରେ ନିର୍ମିତ ହୋଇଛି । ଏହି ବ୍ରିଜର ଲମ୍ବା ରହିଛି ପାଖାପାଖି ୪.୯୪କିଲୋମିଟର ।
– ଆଣ୍ଡାମାନ ଦ୍ଵୀପରେ ଥିବା ତିନୋଟି ଦ୍ଵୀପ ଯଥାକ୍ରମେ ରସ୍ ଆଇଲ୍ୟାଣ୍ଡର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ନୀଲ୍ ଆଇଲ୍ୟାଣ୍ଡ ସହିଦ ଦ୍ୱୀପ ଏବଂ ହେଭଲକ୍ ଆଇଲ୍ୟାଣ୍ଡ ସ୍ୱରାଜ ଦ୍ୱୀପ ନାମରେ ନାମିତ ହୋଇଛି। ଏହା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ କରାଯାଇଛି।
ଚର୍ଚ୍ଚିତ ଘଟଣା
- ଦଶହରାରେ ପଞ୍ଜାବର ଅମୃତସରରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ପ୍ରାୟ ୬୧ ଲୋକ ପ୍ରାଣ ହରାଇଥିଲେ।
- ଦିଲ୍ଲୀର ବୁରାଡିରେ ଜୁଲାଇ ୧ ତାରିଖରେ ଗୋଟିଏ ପରିବାର ର ୧୧ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଦେଶ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅନ୍ଧବିଶ୍ଵାସ ଜନିତ ଏହି ଗଣ ଆତ୍ମହତ୍ୟା ରହସ୍ୟ ହୋଇ ରହି ଯାଇଥିଲା।
- ଜାନୁୟାରୀ ମାସରେ ଜମ୍ମୁ କାଶ୍ମୀରରେ କାଠୁଆ ନିକଟରେ ୮ ବର୍ଷର କନ୍ୟାକୁ ଦୁଷ୍କ୍ରମ ଓ ହତ୍ୟା ଘଟଣା ଆମ ବର୍ବରତା ସୀମାକୁ ପାର କରିଦେଇଥିଲା। ଏହି ଜାତିଭେଦପୃଷ୍ଠଭୂମିକୁ ନେଇ ଏହି ଘଟଣା ଘଟିଥିଲା।
- ଡିସେମ୍ବର ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଦୀର୍ଘ ୩୪ ବର୍ଷ ପରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀସାବ୍ୟସ୍ତ ହୋଇଛନ୍ତି।
- ପ୍ରଥମଥର ପାଇଁ ଆରବିଆଇର ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ କାର୍ଯ୍ୟକାଳ ପୂରଣ ହେବାର ଯଥେଷ୍ଟ ପୂର୍ବରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଓଡିଶାର ଶକ୍ତିକାନ୍ତ ଦାସ ପରବର୍ତ୍ତୀ ଗଭର୍ଣ୍ଣର ହୋଇଛନ୍ତି।

ସମୀକ୍ଷା ବ୍ୟୁରୋ
ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳା ଭୂମିରେ ୨୦୧୯କୁ ନିଜର ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି। ପୁରୀସ୍ଥିତ ମାନସ ସାହୁ ବାଲୁକା କଳା ପାର୍କରେ ସେ ନିର୍ମାଣ କରିଛନ୍ତି ନୂଆ ବର୍ଷର ଏକ ଭିନ୍ନ କଳାକୃତି। ଏଥିରେ ମାନସ ବିଶ୍ବବାସୀଙ୍କୁ ଶାନ୍ତି ଓ ଭଲପାଇବାର ବାର୍ତ୍ତା ଦେଇଛନ୍ତି। ସେଥିପାଇଁ ସେ ବିଷୟ ରଖିଛନ୍ତି ” ବିଶ୍ବ ସଂହତି “। ଏହି ସ୍ଥାପତ୍ୟରେ ସେ ବିଶ୍ବର ଭିନ୍ ଭିନ୍ନ ପ୍ରସିଦ୍ଧ ସ୍ଥାପତ୍ୟକୁ ସ୍ଥାନିତ କରିଛନ୍ତି। ଏଥିରେ ରହିଛି ଇଟାଲୀର ବକ୍ର ସ୍ତମ୍ଭ, ଲଣ୍ଡନର ବିଗ୍ ବେନ୍, ପ୍ୟାରିସର ଇଫେଲ ଟାୱାର, ରୋମର କୋଲୋସିୟମ, ମସ୍କୋର ସ୍ୟାଣ୍ଡ ଭ୍ୟାଲି କ୍ୟାଥଡ୍ରାଲ ଏବଂ ଭାରତର ତାଜମହଲ ପ୍ରଭୁତି। ଏହି ଭିନ୍ନ ସ୍ଥାପତ୍ୟ ଦେଶ ଦେଶ ମଧ୍ୟରେ ଭାତୃତ୍ୟ ଏବଂ ଭଲପାଇବାର ନିଦର୍ଶନ ଭାବେ ପରିଚିତ ହେବ ବୋଲି ମାନସ କହିଛନ୍ତି। ବିଶ୍ବର ସମସ୍ତ ଦେଶରେ ରହିଛି ଧର୍ମର ଭିନ୍ନତା, ଜାତିର ଭିନ୍ନତା। ତଥାପି ସମସ୍ତେ କିପରି ଏକ ତାହା ଏହି କଳା ମାଧ୍ୟମରେ ପରିପ୍ରକାଶ କରାଯାଇଛି। ଗୋଟିଏ ଫୁଲମାଳରେ ସମସ୍ତେ ଗୁନ୍ଥି ହୋଇ ରହିଛନ୍ତି , ତାହା ହିଁ ଏହି ସ୍ଥାପତ୍ୟରେ ପରିପ୍ରକାଶ ହୋଇଛି। ପ୍ରାୟ ୧୨ ଫୁଟ ଉଚ୍ଚତା ଏବଂ ୧୫ ଫୁଟ ଓସାର ବିଶିଷ୍ଠ ଏହି ବାଲୁକା ସ୍ଥାପତ୍ୟ ନିର୍ମାଣ କରିବାକୁ ମାନସଙ୍କୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା। ଏଥିରେ ମାନସଙ୍କ ଛାତ୍ରଛାତ୍ରୀ ମଧ୍ୟ ସାହାଯ୍ୟ କରିଥିଲେ। ନୂଆବର୍ଷରେ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ବାଲୁକା କଳା ବେଶ୍ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।


ସମୀକ୍ଷା ବ୍ୟୁରୋ
ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ବରର ଚେହେରା ହଠାତ ବଦଳିଗଲା। ରାସ୍ତା ନୂଆ ଓ ଚକ ଚକ, ସବୁଠି ନୂଆ ଗଛ ଓ ସବୁଜିମା, କଳାତ୍ମକ ଅନେକ ପରିବର୍ତ୍ତନ- ରାଜଧାନୀକୁ ବେଶ ସୁନ୍ଦର କରିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମ ଆନ୍ତର୍ଜାତିକ ସ୍ତରର କଳେବର ଧାରଣ କରିଥିଲା। ଏହି ଷ୍ଟାଡିୟମକୁ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ ବୋଲି ସମସ୍ତେ ଏବେ ସ୍ଵୀକାର କରୁଛନ୍ତି। ବିଶ୍ଵର ଅଳ୍ପ କେତୋଟି ବଡ ହକି ଷ୍ଟାଡିୟମ ଭିତରୁ କଳିଙ୍ଗ ଷ୍ଟାଡିୟମ ଏବେ ଅନ୍ୟତମ।ପୁରୁଷ ବିଶ୍ଵକପ ହକି ଆୟୋଜନ ଅବସରରେ ଓଡିଶା ଗୋଟେ ବଡ ସୁଯୋଗ ନିଜ ପାଇଁ ତିଆରି କରିଥିଲା। କେବଳ ଓଡିଶାର ବ୍ରାଣ୍ଡ ଯେ ପୃଥିବୀରେ ଚର୍ଚ୍ଚା ରେ ଥିଲା ତା ନୁହେଁ, ଗୋଟେ ରାଜ୍ୟର ଜଣ ସାଧାରଣ କ୍ରୀଡାକୁ ନେଇ କି ପ୍ରକାର ଉତ୍ସାହ ପ୍ରଦର୍ଶନ କରିପାରନ୍ତି, ତାହା ବି ଚର୍ଚ୍ଚା ରେ ଥିଲା। ଜାତୀୟତାର ପ୍ରସଙ୍ଗ ସହିତ ଜାତୀୟ କ୍ରୀଡା ହକି କୁ ଜଡିତ କରିବାର ଏକ ସଫଳ ପ୍ରୟାସ ଓଡିଶା ସରକାର କରିଥିଲେ। ପ୍ରାଥମିକ ଆକଳନ ଅନୁସାରେ ହକି ଯେ ଓଡିଆ ଜାତୀୟତାର ଏକ ସଫଳ ପ୍ରତୀକ ହୋଇପାରିବ ଏ ବିଶ୍ଵାସ ଆୟୋଜକମାନଙ୍କର ମଧ୍ୟ ନଥିଲା। ସମୟକ୍ରମେ ଏହି ସଫଳ ଆୟୋଜନ ଓଡିଶା ର ଗୌରବ ପାଇଁ ଏକ ଆହ୍ଵାନ ପାଲଟିଯାଇଥିଲା।
ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏତେ ବଡ ଆୟୋଜନକୁ ନେଇ ବିରୋଧୀ ଦଳ ଗୁଡିକ ଭୟ କରିବା ସ୍ଵାଭାବିକ। ଏହି ରାଜନୈତିକ ଭୟ ଅନେକ ସମୟରେ ବିରୋଧୀଙ୍କୁ ଉଗ୍ର କରିଥିଲା ଓ ହକି ବିଶ୍ଵକପ ଆୟୋଜନକୁ ମାତ୍ରାଧିକ ସମାଲୋଚନା କରି ବିରୋଧିଦଳ ଗୁଡିକ ଲୋକଙ୍କ ପାଖରେ ନିନ୍ଦିତ ହୋଇଥିଲେ। ଏକ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାକୁ ନେଇ ବିରୋଧୀ ଦଳ, ବିଶେଷ କରି ବିଜେପି ସାମାନ୍ୟ ସତର୍କ ରହିବା ଉଚିତ ହୋଇଥାନ୍ତା। ବିଜେପି ପ୍ରବକ୍ତାମାନଙ୍କ ଦାୟିତ୍ଵହୀନ ସମାଲୋଚନା, ଦଳକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। କଂଗ୍ରେସ ବରଂ ଏ କ୍ଷେତ୍ରରେ ବେଶ ମପାଚୁପା ପ୍ରତିକ୍ରିୟା ରଖିଥିଲା।
ତେବେ ସବୁଠୁ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି ହୋଇଥିଲା ଗଣମାଧ୍ୟମରେ ହକି ର ପ୍ରସାର କୁ ନେଇ। ଓଡିଶାର ସବୁ ଗଣମାଧ୍ୟମ ଏହାକୁ ନେଇ ଉତ୍ସାହିତ ଥିବାବେଳେ, ନିକଟରେ ବିଜେଡ଼ିରୁ ବହିଷ୍କୃତ ହୋଇଥିବା ଜେନ ନେତାଙ୍କ ମାଲିକାନାରେ ଥିବା ଟେଲିଭିଜନ ସଂସ୍ଥା ହକିର ଆୟୋଜନରେ ବାରମ୍ବାର ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ଏହି ସଂସ୍ଥା ସହ ଜଡିତ କିଛି ସାମ୍ବାଦିକ ନିୟମିତ ଭାବରେ ହକି ଆୟୋଜନ ଛୋଟ ଛୋଟ କଥାରେ ବିରୋଧ କରୁଥିଲେ। ନିହାତି ନିମ୍ନ ସ୍ତରର ରାଜନୀତି ଓ ଅପରିଣାମଦର୍ଶୀ ସାମ୍ବାଦିକତାର ଏହା ଥିଲା ଚରମ ଉଦାହରଣ। ରାଜନୀତି କରିବା ଲାଗି ପୁରୁଷ ହକି ବିଶ୍ଵ କପ କୁ ରାଜନେତାମାନେ ବାଛିବାରେ ଆଶ୍ଚର୍ୟ ହେବାର କିଛି ନାହିଁ, କିନ୍ତୁ ଏହାକୁ ନେଇ ସାମ୍ବାଦିକମାନେ ବିରୋଧୀଙ୍କ ହାତବାରିସି ସାଜିବା ଦୁଃଖଦାୟକ ନିଶ୍ଚୟ। ଏହି ସମୟରେ ହକିକୁ ନେଇ ସଂପୃକ୍ତ ସଂସ୍ଥା ତରଫରୁ ଯେତେ ପ୍ରକାର ନକାରାତ୍ମକ ପ୍ରଚାର ହୋଇଥିଲେ ମଧ୍ୟ ତାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡିନଥିଲା।
ଲୋକେ ହକି କୁ ମନଭରି ଉପଭୋଗ କରିଥିଲେ। ଖେଳାଳି ଓ ଆୟୋଜକ ଏହାର ଭୂରି ଭୂରି ପ୍ରଶଂସା କରିଥିଲେ। କ୍ରୀଡା ଓ ସିନେମା ଜଗତର ବହୁ ତାରକା ଓଡିଶାର ଜୟଗାନ କରିଥିଲେ। ସେଇଟା ଓଡିଶାଲାଗି ସବୁଠୁ ସୁଖଦ ଅନୁଭବ ଥିଲା।

ଜ୍ୟୋତି ନନ୍ଦ
ଏଠାରେ ଦୁଇଟି ତଥ୍ୟ ଉପସ୍ଥାପନ କରାଯିବ ଆଉ ସେହି ଦୁଇଟି ତଥ୍ୟ ସହିତ ସାଂପ୍ରତିକ ରାଜନୀତିକୁ ଯୋଡାଯିବ। ଏହା ମୂଖ୍ୟତଃ ଏଇ ରମ୍ୟଲେଖର ସାମଗ୍ରିକ ରୂପରେଖ।ତେଣୁ ବିଚିତ୍ର ତଥ୍ୟ ପ୍ରତି ଆଗ୍ରହ ଥିବା ଲୋକେ ଏଥିରେ ତଥ୍ୟର ବୈଚିତ୍ର୍ୟକୁ ଉପଭୋଗ କରିପାରନ୍ତି ଆଉ ଯେଉଁମାନେ ସବୁକଥାରେ ତୁଣ୍ଡ ସୁଆଦ ପାଇଁ ରାଜନୀତିର ଛୁଙ୍କ ରହିବା ଦରକାର ବୋଲି ଭାବନ୍ତି ତାଙ୍କ ପାଇଁ ରାଜନୀତି ବି ଯଥାସ୍ଥାନରେ ରହିଛି।
ଏବେ ପ୍ରସଙ୍ଗକୁ ଆସିବା।
ଦୁଇ ରାତି ତଳର କଥା।
ଦୁଇ ରାତି ତଳେ ମାନେ କାଳଟି ହେଉଛି ଡିସେମ୍ବର ମାସର ୨୯ ତାରିଖ ମାତ୍ର, ସାଲଟିକୁ ଗଣିଥାନ୍ତୁ ୧୬୭୫ ଖ୍ରୀ॰ଅ॰।ଦେଶଟିର ନାଆଁ ଇଂଲଣ୍ଡ ଆଉ ପାତ୍ର ସେଇ ଇଂଲଣ୍ଡର ସମ୍ରାଟ ଚାର୍ଲସ୍ ଦ୍ୱିତୀୟ।
ସେଦିନ ରାତିରେ ରାଜା ଚାର୍ଲସ୍ ଦ୍ବିତୀୟ ଙ୍କ ମୁଣ୍ଡକୁ ଗୋଟିଏ ଅଜବ ଖିଆଲ୍ ଜୁଟିଗଲା।
ପ୍ରାୟ ବର୍ଷକ ତଳେ ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଯେମିତି ହଠାତ୍ କୌଣସି ସୁପରମ୍ୟାନ୍ ଭଳି ରାତି ଆଠଟା ବେଳକୁ ଘୋଷଣା କରିଥିଲେ ଯେ ଆଜି ରାତି ନଅଟା ପରଠୁ ପାଆଁଶ ଆଉ ହଜାର ଟଂକିଆ ନୋଟମାନ ଅଚଳ,ଖାଲି କାଗଜ। । ତାହା ପରଠାରୁ ରାତିରେ ଦୁରଦର୍ଶନରେ ଆମର ପ୍ରିୟ ପ୍ରଧାନସେବକଙ୍କୁ ଦେଖିଲେ ଭାରି ଡର ମାଡେ। ତାଙ୍କର ମୁହଁରୁ ଆମ ଦେଶର ସଦ୍ୟ ଆଉ କିଛି ଅଚଳ ହେବାର ବିଜ୍ଞପ୍ତି କାଳେ ବାହାରି ପଡିବ କି ?କାରଣ ଈଶ୍ୱରଙ୍କ ପରେ ସବୁକିଛିକୁ ଅଚଳ କରିଦେବାର କ୍ଷମତା ତାଙ୍କର ରହିଛି ବୋଲି ଆମେ ସମସ୍ତଙ୍କର ଏହା ଭିତରେ ବିଶ୍ୱାସ।
ସେ ଯାହା ହେଉ ଏଠାରେ ପ୍ରସଂଗଟିରେ ଚା’କଫିର କଥା ରହିଛି।
ଆମର ପ୍ରିୟ ପ୍ରଧାନସେବକ ଙ୍କ ଆଦ୍ୟଜୀବନଟି ଏକ ଚା’ବିକ୍ରେତା ଭାବରେ କଟିଥିବାର ତଥ୍ୟ ଆମମାନଙ୍କର ସମସ୍ତଙ୍କର ଗୋଚରରେ ଅଛି। ଅବଶ୍ୟ ଏହି ତଥ୍ୟଟି ୨୦୧୪ ମସିହାର ଲୋକସଭା ନିର୍ବାଚନ ପୂର୍ବରୁ ସଂପୂର୍ଣ୍ଣ ଅଂଧକାରରେ ଥିଲା।ରବି ଠାକୁରଙ୍କ “ଆଜି ଏ ପ୍ରଭାତେ ରବିର କର, କେମନ୍ତେ ପଡିଲା ପ୍ରାଣର ପର” ଭଳି ନିର୍ବାଚନର କିରଣ ସ୍ପର୍ଶରେ ଏହି ଚା’ବାଲା ସଦୃଶ ତଥ୍ୟ-ନିର୍ଝରର ସ୍ୱପ୍ନଭଂଗ ହୋଇଥିଲା।
ତାହା ପରଠାରୁ ଚା’କପରେ ଝଡ ଉଠେ। ସୁବିଧା ଅସୁବିଧାରେ ଝଡ ତିଆରି କରାଯାଏ। ଚା’କପ୍ ରେ ଢେର୍ ଚର୍ଚ୍ଚା ହୁଏ।ଗୋଟିଏ ସହରର ଏକ ବିଶିଷ୍ଟ ଛକରେ ବିରାଟକାୟ କେଟିଲି ଟିଏର ସ୍ଥାପତ୍ୟ ଚିରକାଳ ଚା’ ତଥା ଚା’ବାଲାର ମହିମାମଣ୍ଡନକୁ ଲୋକସ୍ମୃତିରେ ଚିରସ୍ଥାୟୀ କରିବାପାଇଁ ପ୍ରତୀକାକୃତିରେ ରଖାଯିବାର ଉପକ୍ରମ ହୁଏ।କେହିକେହି ରାଜନେତା ବି ଅତ୍ୟୁତ୍ସାହୀ ହୋଇ ନିଜର ରାଜନୈତିକ ବୈଜୟନ୍ତ ପତାକା କୁ ଚା’ପାନ ସହିତ ଚା’ଖଟିରୁ ଫରଫର ହୋଇ ଉଡାଇବାର ପ୍ରଚେଷ୍ଟା କରନ୍ତି।
୧୬୭୫ ଡିସେମ୍ବର ୨୯ତାରିଖ ଦିନ ରାତିରେ ଇଂଲଣ୍ଡର ରାଜା ଚାର୍ଲସ୍ ଦ୍ୱିତୀୟ ହଠାତ୍ ଅନୁଭବ କରନ୍ତି ଯେ ଯେତେସବୁ କଫିହାଉସ୍ ଅଛି ସେଇଠେ ଯେତେଯେତେ ଲୋକ ଏକାଠି ହୋଇ କଫିପାନ କରିବାକୁ ଆସୁଛନ୍ତି ସେମାନଙ୍କର ଏକାଠି ହୋଇଥିବାର ସମୟଟି ଶାସନଦୃଷ୍ଟିରୁ ଶୁଭଙ୍କର ନୁହଁ।ସେମାନେ ଏକାଠି ହେବାର ଅବସରଟିକୁ ରାଜାଙ୍କର ସମାଲୋଚନାରେ ବ୍ୟବହାର କରୁଛନ୍ତି। କଫିହାଉସ୍ ରୁ ରାଜା ତଥା ତାଙ୍କର ଶାସନର ବିରୂପ ଆଲୋଚନା ସର୍ବତ୍ର ପ୍ରସାରିତ ହେବା ଯୋଗୁ ରାଜାଙ୍କ ଜନପ୍ରିୟତା ହ୍ରାସ ହେବାରେ ଲାଗିଛି। ଏହା ଏକ ପ୍ରକାର ରାଜଦ୍ରୋହ। ତେଣୁ ଇଂଲଣ୍ଡର ରାଜା ଦ୍ୱିତୀୟ ଚାର୍ଲସ୍ ଘୋଷଣା କଲେ ଯେ ,ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳଯାଏଁ ଦେଶର ସମସ୍ତ କଫିହାଉସ୍ ବନ୍ଦ ରହିବ।
ସେଇ ଘୋଷଣାନାମା ସଂକ୍ରାନ୍ତର ଛବି ଏଇଠି ସଂଲଗ୍ନ କରାଯାଇଛି।
ସଂପ୍ରତି କେତେଗୁଡିଏ ରାଜ୍ୟରେ ପରାଜୟ ପରେ ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଯଦି ରାତିରେ ଦୁରଦର୍ଶନରେ ଆସନ୍ତି ତେବେ ହଠାତ୍ ଏପରି ଆଶଙ୍କା ମନକୁ ଆସେ ଯେ ସମ୍ଭବତଃ ସେ ଘୋଷଣା କରିପାରନ୍ତି,ଆସନ୍ତା କାଲିଠାରୁ ଦେଶର ସବୁ ଚା’ଦୋକାନ ବଂଦ।ଚା’ଦୋକାନ ଥିଲେ ସିନା ଲୋକେ ଅବସର ସମୟ ଟିକିଏ ବାହାର କରିପାରିବେ ଆଉ ସେହି ଅବସର ସମୟରେ ଯେ ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକଙ୍କର ମୁକ୍ତକଂଠରେ ପ୍ରଶଂସା ହେବ,ଏକଥା ନୁହଁ।
ଏବେ ଦ୍ୱିତୀୟ ତଥ୍ୟ।
ଗଲାକାଲି ଅର୍ଥାତ୍ ସେହି ଡିସେମ୍ବର ମାସର ୨୯ ତାରିଖ ମାତ୍ର ସାଲଟି ହେଉଛି ୧୭୬୬ ଖ୍ରୀଅ। ସେଦିନ ଇଂଲଣ୍ଡର ଗ୍ଲାସଗୋ ସହରରେ ଜନ୍ମଗ୍ରହଣ କରିଥିଲେ ଆଉଜଣେ ଚାର୍ଲସ୍।ତାଙ୍କର ପୁରାନାଆଁଟି ହେଉଛି ଚାର୍ଲସ୍ ମାକିନଟୋସ୍।ମାକିନଟୋସ୍ ଙ୍କ କୃତିତ୍ୱ ହେଉଛି ଯେ ସେ ପୃଥିବୀରେ ସର୍ବପ୍ରଥମେ ୱାଟରପ୍ରୁଫ୍ କପଡାର ଉଭାବନ କରିଥିଲେ।ତାଙ୍କଦ୍ୱାରା ନିର୍ମିତ “ମାକିନଟୋସ୍ ରେନକୋଟ୍”ବା ବର୍ଷାତି ବେଶ୍ ଜନପ୍ରିୟତା ଅର୍ଜନ କରିଥିଲା।
ଚାର୍ଲସ ମାକିନଟୋସ୍ ଙ୍କ ବର୍ଷାତି ସହ ଆମେ କେଉଁ ରାଜନୀତିକୁ ଯୋଡିପାରିବା ?
ଆପଣଙ୍କର ସ୍ମରଣରେ ଥାଇପାରେ, ଆମର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ଷାତି ପିନ୍ଧି ନିଜ ଗାଧୁଆଘରକୁ ଯାଇଥାନ୍ତି ବୋଲି ଆମର ପୋଷାକପ୍ରିୟ ପ୍ରଧାନସେବକଙ୍କର ଏକ ବକ୍ତବ୍ୟ ଏକଦା ବହୁତ ଚର୍ଚ୍ଚାରେ ଥିଲା।ସେ ଦୃଷ୍ଟିରୁ ଯଦି ଚାର୍ଲସ୍ ମାକିନଟୋସ୍ ୱାଟରପ୍ରୁଫ୍ କପଡା ତଥା ବର୍ଷାତିର ଉଦ୍ଭାବନ କରିନଥାନ୍ତେ ତେବେ ଆମର ପ୍ରଧାନସେବକ ଏପରି ବକ୍ତବ୍ୟ କଦାପି ପ୍ରଦାନ କରିବା ଆଦୌ ସମ୍ଭବ ହୋଇନଥାନ୍ତା।ତେଣୁ ସେତେବେଳେ ଯାହାଯାହା ବିବାଦ ଘଟିଥିଲା ତାହା ମାକିନଟୋସଙ୍କ କୃତ ।ସେଥିରେ ଆମ୍ଭର ଲୋକପ୍ରିୟ ପ୍ରଧାନ ସେବକଙ୍କର କିଛି ବି ଭୂମୀକା ନାହିଁ।
ଶେଷରେ ଉପସଂହାର ରେ ଏତିକି କୁହାଯାଇପାରେ ଯେ ସମସ୍ତ ତଥ୍ୟ ରାଜନୀତି କରିବା ପାଇଁ ଉନ୍ମୁକ୍ତ ରହିଛନ୍ତି ଖାଲି ଆପଣମାନଙ୍କ ଦୃଷ୍ଟି ସେଥିପ୍ରତି ରହିଥିଲେ ତାହା ସମ୍ଭବ ହେବ।

ଅସିତ ମହାନ୍ତି
ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର।
କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ?
ପ୍ରାୟ ୩୭ ବର୍ଷ ତଳର କଥା। ତେଣୁ ମାସଟି ଠିକ୍ ମନେ ନାହିଁ। ତେବେ ୧୯୮୧ ମସିହାର କୈାଣସି ଏକ ମାସ ହେବ।
ସେତେବେଳେ ଭୁବନେଶ୍ୱର ୩ ନମ୍ବର ୟୁନିଟ ଶିଳ୍ପାଞ୍ଚଳର କ୍ବାଲିଟି ପ୍ରେସ୍ କେବଳ ଭୁବନେଶ୍ୱରର ନୁହେଁ, ଓଡ଼ିଶାର ଏକ ସଂଭ୍ରାନ୍ତ ପ୍ରେସ୍। ‘ସମାବେଶ’ ସେଇଠୁ ଛାପା ହେଉଥିଲା ଏବଂ ଭଲ ଛାପା ପାଇଁ ପ୍ରେସ୍ ର ନାଆଁ ଥିଲା। ସରୋଜ ଭଟ୍ଟାଚାର୍ଯ୍ୟ ଥାଆନ୍ତି ପ୍ରେସ୍ ର ମ୍ୟାନେଜର। ଆଉ ଜଣେ ଥାଆନ୍ତି ବିଷ୍ଣୁପଦ ମାଇତି- ଏକଦା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ଘନିଷ୍ଠ। ଜଗଦୀଶ ପାଣିଙ୍କର ବି ବ୍ୟକ୍ତିଗତ ବନ୍ଧୁ। ସେ ଚିଠିପତ୍ର ଆଦିର ଚମତ୍କାର ଡ୍ରାଫ୍ଟ ଇଂରାଜୀରେ କରନ୍ତି। ଦେବେନ୍ ବାବୁ ବୋଲି ବଙ୍ଗାଳି ଟ୍ରେଡଲ୍ ମେସିନମ୍ୟାନ୍, ମୃଦୁଲ୍ ପୁରକାୟସ୍ଥ ବୋଲି ଆଉ ଜଣେ ଫ୍ଲାଟ୍ ବେଡ୍ ମେସିନ୍ ଅପରେଟର, ଓ ବଡୁଆ ସାଙ୍ଗିଆ ର ଜଣେ ଅସମୀୟା-ବଙ୍ଗାଳି ଦପ୍ତରୀ (ବାଇଣ୍ଡର) ଏବଂ ବାକି ମୁଖ୍ୟ ଭାଗ କର୍ମଚାରୀ ଓଡିଆ। ଏମିତି ଗୋଟିଏ ଛୋଟିଆ ପୂର୍ବ-ପୂର୍ବୋତ୍ତର ଭାରତ ସେଠି ସଦା ମହଜୁଦ ଥାଏ।
ସେଇଠି ଆସି ସେଦିନ ପହଞ୍ଚିଥିଲେ ଦିଲୀପ ପଟ୍ଟନାୟକ, ଗୋଟିଏ ଲେଟର୍-ହେଡ୍ ପ୍ୟାଡ୍ ଛାପିବା ପାଇଁ।
ଲେଟର୍ ହେଡ୍ ଟି ଥିଲା ‘ଲୋଟସ୍ ପ୍ରଡକ୍ସନ୍’ ର। ଏମିତିରେ ତ କ୍ବାଲିଟି ପ୍ରେସ୍ ରେ ପ୍ରତିମାସରେ ଶହ ଶହ ଅନୁଷ୍ଠାନର ଲେଟର୍ ହେଡ୍ ପ୍ୟାଡ୍ ଛାପା ହୁଏ। ଯେମିତି ‘ସ୍ବସ୍ତି ହୋଟେଲ୍’ ଓ ‘କଳା ମନ୍ଦିର’ ଆଦି ସେତେବେଳର ପ୍ରାୟ ସବୁ ନୂଆ ନୂଆ ଅନୁଷ୍ଠାନର ପ୍ରାୟ ସବୁ ଛାପା କାମ ବି ସେଠି ହେଉଥିଲା। ବମ୍ବେରୁ ଆସି ଓଡ଼ିଶାରେ ସିଲ୍କ ସ୍କ୍ରିନ୍ ଛାପା ଆରମ୍ଭ କରିଥିବା, ନୀଳମଣି ସେନାପତିଙ୍କ ପୁଅ ବାବୁଲା ସେନାପତି ବି ସେତେବେଳେ ସ୍ବସ୍ତି ହୋଟେଲ୍ ଲେଟର୍ ହେଡ୍ ଡିଜାଇନ୍ କରିବା ସହିତ ତାହାକୁ ସେଇଠି ଛାପାଉଥିଲେ।
ଦିଲୀପବାବୁ ଲୋଟସ୍ ପ୍ରଡକ୍ସନ୍ ର ଲେଟର୍ ହେଡ୍ ଡିଜାଇନ୍ ର ନକ୍ସା ଆଣି ଆସି, ସେଇଠି ତାହା ତିଆରି କରାଇ ଛାପାଇଥିଲେ। କିନ୍ତୁ ଛାପା ହେଲା ମାତ୍ର ଚାରି-ପାଞ୍ଚ ଖଣ୍ଡ। ତାହା ଥିଲା ଛାପା ପ୍ରୁଫ୍। ତାହା ଅନୁମୋଦିତ ହେଲେ ଯାଇ ଚୂଡାନ୍ତ ଛାପା ଛାପାହେବ।
କିନ୍ତୁ ସପ୍ତାହକୁ ଥରେ, ଦୁଇଥର ସେମିତି ବାରମ୍ବାର ଛାପା ପ୍ରୁଫ୍ ଗଲା ଆଉ ଆସିଲା ଏବଂ ପୁଣି ଗଲା। ପ୍ରାୟ ଛଅମାସରୁ ବେଶୀ ବିତିଗଲା। ହେଲେ ଲୋଟସ୍ ପ୍ରଡକ୍ସନ୍ ର ଲେଟର୍ ହେଡ୍ ଡିଜାଇନ୍ ଫାଇନାଲ ହୋଇପାରିଲାନି। ଦିଲୀପ ବାବୁ ବାରମ୍ବାର ଆମକୁ ପ୍ରବୋଧନା ଦେଉଥିଲେ- ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଆପଣଙ୍କର ସବୁ ସମୟ ଓ ପରିଶ୍ରମର ବିଲ୍ ପାଇବେ। କିନ୍ତୁ କାମଟି ଯେମିତି ହେବାକଥା, ସେମିତି ନହେଲେ ହେବ କେମିତି !
ଶେଷସୁଦ୍ଧା ଲେଟର୍ ହେଡ୍ ଟି ଫାଇନାଲ ହୋଇ ଛାପା ହେଲା ଏବଂ ଆମେ ବିଲ୍ ପାଇବା ପରେ ସେ କଥାକୁ ଭୁଲିଗଲୁ।
ତେବେ ସେତେବେଳେ କୈ।ତୂହଳ ବଶତଃ ଏତିକି ଅନ୍ତତଃ ପଚାରି ବୁଝିନେଇଥିଲି ଯେ ଜଣେ କିଏ ନିରଦ ମହାପାତ୍ର ଅଛନ୍ତି। ସିଏ ପୁନାରୁ ସିନେମା ପାଠ ପଢି ଆସିଛନ୍ତି। ଗୋଟିଏ ଓଡ଼ିଆ ସିନେମା କରୁଛନ୍ତି। ତାଙ୍କରି ସେଇ ଅନୁଷ୍ଠାନ ହେଉଛି ଲୋଟସ୍ ପ୍ରଡକ୍ସନ୍।
ପରେ ୧୯୮୪ରେ ‘ମାୟା ମିରିଗ’ ଯେତେବେଳେ ଭାରତବର୍ଷର ଶ୍ରେଷ୍ଠ ଫିଚର୍ ଫିଲ୍ମ ବିବେଚିତ ହୋଇ ଜାତୀୟ ପୁରସ୍କାର ପାଇଲା, ସେତେବେଳେ ଯାଇ ବୁଝିଲି ଯେ ଲେଟର୍ ହେଡ୍ ପ୍ୟାଡ୍ ଛାପା ବେଳର ସେଇ ନିଷ୍ଠା କେମିତି ସେଇ ଚଳଚ୍ଚିତ୍ରକୁ ବି ସଫଳ କରିଥିଲା। ଦିଲୀପ ବାବୁ ଥିଲେ ‘ମାୟା ମିରିଗ’ର ସହକାରୀ ମୁଖ୍ୟ ନିର୍ଦ୍ଦେଶକ।
ପରେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତର ବିଖ୍ୟାତ ଶିଳ୍ପୀ ଓ ସାଧିକା ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର କଲେ ଓ ତାହା ମଧ୍ୟ ଜାତୀୟ ପୁରସ୍କାର ପାଇଲା। ଦକ୍ଷ ଓ ସୃଜନଶୀଳ ବନ୍ଧୁ ପ୍ରଶାନ୍ତନୁ ଥିଲେ ତା’ର ସିନେମାଟୋଗ୍ରାଫର। ସେଇ ଜୀବନୀ ସମ୍ବଳିତ, ପ୍ରାମାଣିକ ଚଳଚ୍ଚିତ୍ରର ନାଆଁ ଥିଲା ‘ନୀଳମାଧବ’। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ନୀଳମାଧବ’ ହେଉଛି ସୁନନ୍ଦା ପଟ୍ଟନାୟକ ସୃଷ୍ଟି କରିଥିବା ଗୋଟିଏ ରାଗ।
‘ପ୍ରଜାତନ୍ତ୍ର’ରେ ଥିବାବେଳେ ଥରେ ସୁନନ୍ଦା ପଟ୍ଟନାୟକ ଓଡ଼ିଶା ଆସି ପୁରୀରେ ରହୁଥିଲେ। ସେତେବେଳେ ସେ ପୁରୀରେ ଗୋଟିଏ ସଂଗୀତ ଅନୁଷ୍ଠାନ ଗଢୁଥିଲେ। ମୁଁ ପୁରୀ ଯାଇ, ସେଠାରେ ତାଙ୍କୁ ଭେଟି, ତାଙ୍କର ଏକ ସାକ୍ଷାତକାର କରିଥିଲି। ତାହା ସେତେବେଳେ ‘ପ୍ରଜାତନ୍ତ୍ର’ରେ ଛାପା ହୋଇଥିଲା। ପରେ ତାହାର ଆଧାରରେ ‘ସୁନନ୍ଦା- ସଂଗୀତର ସରସ୍ବତୀ’ ଶୀର୍ଷକରେ ଗୋଟିଏ ବର୍ଣ୍ଣନାତ୍ମକ ଆଲେଖ୍ୟ ବି ମୁଁ ପ୍ରସ୍ତୁତ କରିଥିଲି। ତାଙ୍କର ପାରିବାରିକ ସଂପର୍କୀୟ, କବି ଅମରେଶ ପଟ୍ଟନାୟକ ‘ନବଲିପି’ ପତ୍ରିକାର ସଂପାଦନା ଦାୟିତ୍ଵରେ ଥିବାବେଳେ ତାହାକୁ ସେଥିରେ ଛାପିଥିଲେ। ପରେ ସଂଗ୍ରାମ ଜେନା ତାହାକୁ ‘ନିଶାନ୍ତ’ରେ ପ୍ରକାଶ କରିବା ସହ ‘ସ୍ମୃତିସତ୍ତ୍ବା’ ପୁସ୍ତକରେ ସଂକଳିତ କରିଛନ୍ତି। ମୋ ‘ଜୀବନ ଓ ସୃଜନ’ ପୁସ୍ତକରେ ମଧ୍ୟ ତାହା ସଂକଳିତ ହୋଇଛି।
ସୁନନ୍ଦା ପଟ୍ଟନାୟକଙ୍କ ପ୍ରତି ମୋର ଭକ୍ତି ଓ ଅନୁରକ୍ତି ଯୋଗୁଁ ଦିଲୀପ ବାବୁଙ୍କ ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ବଢ଼ିଯାଇଥିଲା। ତାଙ୍କ ସହ କଥା ହୋଇ ଜାଣିଥିଲି ଯେ ‘ନୀଳମାଧବ’ରେ ସୁଟିଂର ଯେତିକି ଅଂଶ ବ୍ୟବହାର ହୋଇଛି, ତା’ ଅପେକ୍ଷା ବହୁ ଅଧିକ କଥା ଓ ତଥ୍ୟ ବ୍ୟବହାର ହୋଇନଥିବା ଅଂଶରେ ଅଛି। ସେ ତାହାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି ମୋତେ କହିଥିଲେ।
କିନ୍ତୁ କିଛି ବର୍ଷ ବିତିଯିବା ପରେ ମନେହେଲା, ସେଇ ଚଳଚ୍ଚିତ୍ରଟି ବୋଧହୁଏ ଆଉ ହେବନାହିଁ। ସେତେବେଳେ ତାଙ୍କୁ କହିଥିଲି, ସେହିସବୁ ତଥ୍ୟକୁ ନେଇ ଓ ତା’ ସହ ବାକି ତଥ୍ୟ ମିଶାଇ ସୁନନ୍ଦା ପଟ୍ଟନାୟକଙ୍କର ଗୋଟିଏ ପୂର୍ଣ୍ଣାଙ୍ଗ ଜୀବନୀ ବା ଆତ୍ମଜୀବନୀ ପୁସ୍ତକ ପ୍ରସ୍ତୁତ କରାଯାଉ ! ସେ ଚାହିଁଲେ ମୁଁ ସେଥିରେ ସହଯୋଗ କରିବି ବୋଲି ମଧ୍ୟ ତାଙ୍କୁ କହିଥିଲି। ସୁନନ୍ଦା ପଟ୍ଟନାୟକଙ୍କ ସହ ଅତି ଘନିଷ୍ଠ ସଂପର୍କ ଥିବା, ରେଭେନ୍ସା ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଗୈାରାଙ୍ଗ ଚରଣ ଦାସଙ୍କୁ ମଧ୍ୟ ଏ ପ୍ରସ୍ତାବ ଦେଇଛି। କିନ୍ତୁ ଆଜି ଦିଲୀପ ବାବୁ ଲୋକାନ୍ତରିତ ହୋଇଗଲେ ସିନା, ତାହା ସମ୍ଭବ ହୋଇନାହିଁ। କେବେ ସମ୍ଭବ ହେବ କି ନା ଜଣାନାହିଁ। ସେ ତାଙ୍କ ଶେଷ ଜୀବନରେ ଯେଉଁ ଚଳଚ୍ଚିତ୍ରଟି ନିର୍ମାଣ କରିବାକୁ ଚାହୁଁଥିଲେ, ତା’ର ନାଆଁ ଥିଲା ‘ଚନ୍ଦ୍ରଗ୍ରହଣ’। ଶେଷକୁ କିନ୍ତୁ ତାଙ୍କର ସ୍ବପ୍ନରେ ଗ୍ରହଣ ଲାଗିଗଲା। ମୃତ୍ୟୁ ଦ୍ବାରା ସେ ଗ୍ରସ୍ତ ହୋଇଗଲେ।
ଏଇଥି ପାଇଁ ତ ତାଙ୍କ ବିୟୋଗ ସମ୍ବାଦ ଶୁଣି ମୋ ମନକୁ ଆସିଥିଲା, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର !
London, Dec 30 (UNI) The UK will spend more than €118 million to charter extra ferries in the event of a no-deal Brexit to ensure vital goods continue to enter the country.
The contracts, awarded to France’s Brittany Ferries, Denmark’s DFDS and Britain’s Seaborne Freight, plan for an extra 3,700 lorries a week to travel between the UK and the continent in the event the UK leaves the European Union on March 29, 2019, without a deal in place, an Euronews report said.
This extra capacity — equivalent to 10pc of the existing Dover Strait traffic — will be provided on a variety of routes to ease pressure on the port of Dover. These additional ferries will also travel in and out of the southern port cities of Poole, Portsmouth, Plymouth and Felixstowe as well as Immingham, in the north-east of England.
(UNI) The year 2018 will enter into the annals of Bihar’s history as one of the most happening periods for the state.
The year witnessed expose of sexual abuse of minor girls at Muzaffarpur`s short stay home, aggressive posturing by ruling JD (U) and BJP following conviction of RJD chief Lalu Prasad in fodder scam case, communal flare ups in Darbhanga and Muzaffarpur and Rashtriya Lok Samata Party (RLSP) chief and former union minister Upendra Kushwaha shifting his loyalty to grand alliance after quitting NDA.
On one hand, the official residence of RJD chief Mr Prasad presented a deserted look even on the first day of 2018 (January 01) following his incarceration in a Ranchi based jailed due to his conviction in fodder scam, JD (U) and BJP lapping the opportunity intensified their attack on Mr Prasad and his family members.
Senior BJP leader and deputy chief minister Sushil Kumar Modi taking forward his party`s resolve of ‘Congress-mukta Bharat’ affirmed that people of the state would soon get rid of ‘lantern’ (RJD`s election symbol).
Going one step further, Mr Modi also accused RJD chief Mr Prasad of being a habitual criminal and a regular visitor to jail adding that RJD chief amassed benami properties worth crores of rupees even after his first conviction in the fodder scam.
(UNI) Naseeruddin Shah, is a great nationalist not a pseudo nationalist like certain members of ‘Sangh Parivar’ and that’s why he expressed concern on the ‘prevailing’ situation in the country, Telangana Pradesh Congress Committee (TPCC) official spokesperson said on Sunday.
In a statement here, spokesperson Shujath Ali while referring to the statement of Union Minister Ravi Shankar Prasad that Nasseruddin’s comment on law and order in the country was unfortunate, claimed that the actor’s opinion was ‘voice’ of the nation except few members of ‘BJP’ or ‘Sangh Parivar’.
“Naseeruddin made very plain observation without blaming any organisation for this scenario then why Sangh Parivar is raising objections? This has to be understood by every Indian,” the statement added.
(UNI) The US Treasury Department latest data shows that US sovereign debt has totaled $1.37 trillion year on year.
The US treasury department data shows that the national debt reportedly rose to $21,863,635,176,724.12 as of December 20 of the current year compared to $20,492,874,492,282.58 on December 25, 2017.
The current US population stands at 328,082,386 according to the December statistics produced by the Census Bureau, a unit of the US Department of Commerce. Rough calculations show that Christmas-to-Christmas growth in the federal debt equals approximately $4,178.10 per average US citizen, Mehr news agency reported.
According to Census Bureau estimates, there were 127,586,000 households in the country in 2018, which means that an average American family owes some $10,743.82.
Moreover, since the end of the last fiscal year through December 20, the federal government added some $340 billion to the country’s sovereign debt. That means the debt had been skyrocketing at around $3.8 billion per day, or nearly $44,000 per second.
US debt is expected to hit $22 trillion in the near future and the ongoing government spending will drive the debt to $33 trillion within a decade.