ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିରକରଙ୍କୁ ବାଲୁକା କଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶିଳ୍ପୀ ମାନସ ସାହୁ। ମାନସ ପୁରୀ ବେଳାଭୂମିରେ ପ୍ରା ୧୦ଫୁଟ ଓସାରର ଏକ ବାଲୁକା କଳା କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏଥିରେ ମନୋହରଙ୍କ ପ୍ରତିକୃତି ନିର୍ମାଣ କରିବା ସହ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ବୋଲି ଲେଖିଛନ୍ତି। ଏହି ବାଲୁକାକଳା କରିବା ପାଇଁ ମାନସଙ୍କୁ ପ୍ରାୟ 8 ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ ୧୦ ଟନର ବାଲି ବ୍ୟବହାର କରିଛନ୍ତି। ବର୍ତ୍ତମାନ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏଥିରେ ଶ୍ରଦ୍ଧାଞ୍ଜଳୀ ଦେଉଥିବାର ଦେଖାଯାଇଛି। ମାନସ ପୂର୍ବରୁ ବିଭିନ୍ନ ବାଲୁକାକଳା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ବିଭିନ୍ନ ବାଲୁକା ରଂଗ ବ୍ୟବହାର କରିଥିବା ଏହି କଳା ମଧ୍ୟ ବେଶ୍ ଆକର୍ଷଣୀୟ ହୋଇପାରିଛି।
Author: Samikhsya Bureau
ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗୋଆର ବାଚସ୍ପତି ରହିଥିଲେ ପ୍ରମୋଦ। ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ ଦଳଙ୍କ ମଧ୍ୟରେ ସହମତି ହୋଇଥିବା ଜଣାଯାଇଛି। ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ସରଦେଶାଇ ଓ ଏମଜିପି ର ସୁଦିନ ଦାଓ୍ଵଲିକର ନାମ ରହିଛି। ଗତକାଲି ମନୋହର ପାରିକରଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ହଲ୍ଚଲ୍ ସୃଷ୍ଟି ହୋଇଥିଲା। କଂଗ୍ରେସ ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଥିଲା। ତେବେ ବିଜେପି ପକ୍ଷରୁ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ପ୍ରମୋଦଙ୍କ ନାମରେ ମୋହର ବାଜିବା ନେଇ ସ୍ପଷ୍ଟ ସୂଚନା ରହିଛି। ଏ ନେଇ ଦଳ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି। ରାତି ୯ଟାରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ରହିଛି।
ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଙ୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ତା’ର ନିର୍ବାଚନୀ ନାରା ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ‘ମୋଦି ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି। ପ୍ରିୟଙ୍କା ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ, ଗତକାଲି ସେ କୃଷକମାନଙ୍କୁ ଭେଟିଥିଲି। ସେମାନେ କହିଥିଲେ, ଯେ ଧନୀ ଲୋକମାନେ ତାଙ୍କ ଘର ଜଗିବାକୁ ଚୌକିଦାର ରଖନ୍ତି। କୃଷକ ତ ନିଜ ପାଇଁ ନିଜେ ଚୌକିଦାର। ରାଫେଲ୍ ବିମାନ ଦୁର୍ନୀତି ମାମଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ‘ଚୌକିଦାର ଚୋର୍ ହୈ’ କହି କଟାକ୍ଷ କରିଥିଲେ। ଏହାର ଜବାବ…
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଉଚ୍ଚତର ଗବେଷଣା କରି ପିଏଚ୍ଡି ଡିଗ୍ରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମେହୁଲ ଚୋକ୍ସୀ। ‘ଲିଡରସିପ୍ ଅଣ୍ଡର ଗଭର୍ଣ୍ଣମେଣ୍ଟ- କେସ୍ ଷ୍ଟଡି ଅଫ୍ ନରେନ୍ଦ୍ର ମୋଦି’ ଶୀର୍ଷକରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭଟି ପରୀକ୍ଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଏଥିପାଇଁ ମେହୁଲ ଚୋକ୍ସୀଙ୍କୁ ମିଳିଛି ଡକ୍ଟରେଟ ଉପାଧି। ତେବେ, ଡକ୍ଟରେ୍ଟ୍ ପାଇଥିବା ମେହୁଲ୍ ଚୋକସୀ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସୀ ନୁହଁନ୍ତି ବରଂ ଜଣେ ମେଧାବୀ ଛାତ୍ର। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର (ଏମ୍ଏ) ଡିଗ୍ରି ହାସଲ କରିବା ପରେ ସେ ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି ଉପାଧି ପାଇଁ ଉଚ୍ଚତର ଗବେଷଣା କରୁଥିଲେ।୨୦୧୦ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ଏହି ଗବେଷଣା ଆରମ୍ଭ କରିଥିଲେ।
ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ(ସିଆର୍ପିଏଫ୍) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।
ଆଜି ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ଟି ବିଧାନସଭା ପାଇଁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଲୋକସଭା ପାଇଁ ପ୍ରଥମ ଦିନରେ କେହି ପ୍ରାର୍ଥି ପତ୍ର ଦାଖଲ କରି ନାହାଁନ୍ତି। ୪ଟି ବିଧାନସଭା ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେଗୁଡିକ ହେଲା ନର୍ଲା, ନବରଂଗପୁର, ବ୍ରହ୍ମପୁର ଏବଂ ମାଲକାନାଗିରି। ଏହି ନାମାଙ୍କନ ପକ୍ରିୟା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୮ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବଲିଉଡ୍ ଲୋକପ୍ରିୟ ଅଭିନେତା ବିବେକ୍ ଓବରୟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍ ହୋଇଥିଲା। ଆଜି ଫିଲ୍ମରେ ମୋଦିଙ୍କର ବିଭିନ୍ନ ପ୍ରକାର ଲୁକ୍ ଦେଖିବାକୁ ମିଳିଛି। ଏପ୍ରିଲ୍ ୧୨ରେ ଏହି ଫିଲ୍କକୁ ରିଲିଜ୍ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଏହି ପିଲ୍ମକୁ ଅମଙ୍ଗ୍ କୁମାର ଡାଇରେକ୍ଟ କରିଛନ୍ତି। ସୁରେଶ୍ ଓବରୟେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି। ଅଭିନେତା ବୋମନ୍ ଇରାନି ଲୋକପ୍ରିୟ ବିଜ୍ନେସ୍ ମ୍ୟାନ୍ ରତନ୍ ଟାଟାଙ୍କ ଭୂମିକାରେ ଦେଖାଦେବେ। ମୋଦିଙ୍କ ମା’ ଭୂମିକାରେ…
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଗୋଆରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍ ଆରମ୍ଭ ହୋଇଯାଇଛି। ଉତ୍ତର ଗୋଆର ଏମ୍ପି ଶ୍ରୀପଦ ନାଏକ, ରାଜ୍ୟସଭା ସଦସ୍ୟ ବିନୟ ତେନ୍ଦୁଲକର, ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେ ପ୍ରମୁଖ ଏହି ରେସ୍ରେ ରହିଛନ୍ତି। ତେବେ ଏହି ଦୌଡ଼ରେ ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଆଗରେ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ଗୋଟିଏ ପଟେ କଂଗ୍ରେସ ସରକାର ଗଠନ କରିବାକୁ ନିଜକୁ ଦାବିଦାର କରୁଥିବାବେଳେ ବିଜେପିର ସହଯୋଗୀ ଦଳଗୁଡ଼ିକୁ ହାତେଇବାକୁ ଉଦ୍ୟମ ଜାରି ରଖିଛି। ସହଯୋଗୀ ଦଳଗୁଡ଼ିକ ଅଣବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ସପକ୍ଷରେ ୧୨ ବିଧାୟକ ରହିଛନ୍ତି।
ସର୍ବଦା କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅପମାନ ଦେଲାଭଳି ଶବ୍ଦ ବ୍ୟବହାର କରିଛନ୍ତି। ଗତ ଜାନୁଆରୀ ମାସରେ ଶ୍ରୀ ଶର୍ମା ନିଜେ କହିଥିଲେ ବିଜେପି କମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ମହିଳା କିମ୍ବା ଝିଅଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ପ୍ରୟୋଗକୁ ସହ୍ୟ କରିବେ ନାହିଁ। କିନ୍ତୁ ଏବେ ନିଜେ ମହେଶ ଶର୍ମା ପ୍ରିୟଙ୍କା ଗାନ୍ଧିଙ୍କୁ ‘ପପୁଙ୍କ ପପ୍ପି’ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହିଛନ୍ତି। ସେ କହିଛନ୍ତି, “ପପୁ କହୁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ତେବେ ବିରୋଧୀରେ ମାୟାବତୀ, ଅଖିଲେଶ ଯାଦବ ରହିଛନ୍ତି। ଏବେ ପୁଣି ପପୁଙ୍କ ପପ୍ପି ଆସିଗଲେଣି।
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ପ୍ରଫୁଲ୍ଲ ଘଡ଼ାଇ ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଶେଷରେ ୨୦୧୪ ସେପ୍ଟେମ୍ୱର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ହଠାତ୍ ବିଜେଡ଼ି ହାଇକମାଣ୍ଡଙ୍କ ଏପରି ନିଷ୍ପତ୍ତିକୁ ନେଇ ବିଜେଡି ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଉଛି।
ସମୀକ୍ଷା ବ୍ୟୁରୋ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନବୀନ ନିବାସରେ ଏହି ତାଲିକାକୁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି। ୯ଟି ଲୋକସଭା ଆସନରେ ଏଥର ୮ଟି ଆସନରେ ନୂଆମୁହଁକୁ ଛିଡ଼ା କରାଇଥିବାବେଳେ କେବଳ ବଲାଙ୍ଗୀର ଲୋକସଭା ଆସନରେ କଳିକେଶ ସିଂହଙ୍କୁ ପୁନରାବୃତ୍ତି କରାଯାଇଛି। କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ…
ପ୍ରଥମ ପର୍ଯ୍ୟାୟରେ ବିଜେଡି ତରଫରୁ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବ୍ରହ୍ମପୁର ରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ରୁ ରମେଶ ଚନ୍ଦ୍ର ମାଝି, କଳାହାଣ୍ଡି ରୁ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ କୋରାପୁଟ ରୁ କୌଶଲ୍ୟା ହିକକାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ କରି ଶିକ୍ଷା, ବେକାରି ସମସ୍ୟା ଓ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।…
ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ୟୁପିରେ ମହାମେଣ୍ଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ କଂଗ୍ରେସ ରାଜ୍ୟର ୭ଟି ଆସନରେ ପ୍ରାର୍ଥୀ ନଓହ୍ଲାଇବା ପାଇଁ ଘୋଷଣା କରିଥିଲା। ତେବେ ବିଏସପି ସୁପ୍ରିମୋ ମାୟାବତୀ ଏବେ କଂଗ୍ରେସକୁ ଜୋରଦାର ଝଟକା ଦେଇଛନ୍ତି। କଂଗ୍ରେସ ୭ଟି ଆସନ ଛାଡିବା ଭ୍ରମରେ ନରହୁ, ଦଳ ରାଜ୍ୟର ୮୦ଟି ଆସନରୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇବ ତେଣୁ କଂଗ୍ରେସ ଭ୍ରମରେ ନରହୁ ବୋଲି ମାୟାବତୀ କହିଛନ୍ତି। ବିଏସପି କଂଗ୍ରେସ ସହ କୌଣସୀ ମହାମେଣ୍ଟ କରିବ ନାହିଁ। ରାଜ୍ୟରେ ବିଜେପିକୁ ପରାଜିତ କରିବା ପାଇଁ ତାଙ୍କ ଦଳ ଏକା ସକ୍ଷମ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଜୋର ଜବରଦସ୍ତ ୟୁପିରେ ମହାମେଣ୍ଟ କରିବା ପାଇଁ ୭ଟି ଆସନ ଛାଡିବାର ଭ୍ରମ ସୃଷ୍ଟି କରୁଛି। ୟୁପି ସହିତ ସମ୍ପୂର୍ଣ୍ଣ ପ୍ରଦେଶରେ କଂଗ୍ରେସ ସହ କୌଣସି ସମ୍ପର୍କ…
ଫିଲ୍ମ ନିର୍ମାତା କରନ୍ ଜୋହର୍ଙ୍କ ମୋଷ୍ଟ ଓ୍ବାଣ୍ଟେଡ୍ ଫିଲ୍ମ ‘କଲଙ୍କ୍’ର ପ୍ରଥମ ଗୀତ ‘ଘର ମୋରେ ପରଦେସିଆ’ର ରିଲିଜ୍ ହୋଇଛି। ଏହି ଗୀତରେ ଆଲିଆ ଭଟ୍ଟ ଓ ମାଧୁରୀ ଦୀକ୍ଷିତଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଏହି ଗୀତରେ ବରୁଣ ଧାଓ୍ବନ୍ ମଧ୍ୟ ନଜର ଆସିଛନ୍ତି। କଲଙ୍କର ଏହି ଗୀତଟି ରିଲିଜ୍ ହୋଇଯିବା ପରେ ସୋସିଆଲ୍ ମିଡ଼ିଆରେ ଜୋର୍ସୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତରେ ଶ୍ରେୟା ଘୋଷାଲ୍ ଓ ବୈଶାଳୀ କଣ୍ଠଦାନ କରିଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟାଚାର୍ଯ୍ୟ ରଚନା କରିଥିବାବେଳେ ପ୍ରୀତମ୍ ସଙ୍ଗୀତରେସ୍ବରବଦ୍ଧ କରିଛନ୍ତି। ଏହି ଗୀତରେ ନୃତ୍ୟକୁ ରେମେଡିସୁଜା କୋରିଓଗ୍ରାଫ୍ କରିଛନ୍ତି। ଏହି ଫିଲ୍ମକୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଉଥିବାବେଳେ ଏଥିରେ ଆଦିତ୍ୟ ରୟ କପୁର୍, ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରୁଛନ୍ତି। ଫିଲ୍ମଟି ଏପ୍ରିଲ୍ ୧୯ରେ ରିଲିଜ୍ ହେବାକୁ ରହିଛି।
ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଇସ୍ତଫା କାରଣ ଦର୍ଶାଇ ତ୍ରିନାଥ କହିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବରେ ତାଙ୍କ ସାମିଲ୍ କରାନଯିବା ନେଇ ମର୍ମାହତ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ୨୦୦୯ରେ ତ୍ରିନାଥ ଦଳରେ ସାମିଲ୍ ହୋଇଥିବାବେଳେ ୨୦୧୪ରେ ଗୁଣୁପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ତେବେ ଇସ୍ତଫା ଦେବେ ପରେ କେଉଁଦଳରେ ଯୋଗଦେବେ ସେନେଇ କିଛି ସ୍ଥିର କରିନାହାନ୍ତି ବୋଲି କହିଛନ୍ତି ତ୍ରିନାଥ ।
କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ୩୦ଜଣରୁ ଅଧିକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, କଳାହାଣ୍ଡି ଜିଲ୍ଳା ଭବାନୀପାଟଣାସ୍ଥିତ ବେଦାନ୍ତ ଆଲୁମିନିଅମ ବେଦାନ୍ତ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ। ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଉଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସ ଲାଠି ଚାଳନା କରିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ସହ ପ୍ରାୟ ୩୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଅସମ୍ଭାଳ ହେବାରୁ କମ୍ପାନୀ ଆଗରେ ପୋଲିସ ୧୪୪ ଧାରା ଜାରି କରିଛି।
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ…
ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ୍ ଅଥରିଟି (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍ଟିନ୍ୟାସନାଲ୍ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସ୍ଡିଏର ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଥିଲେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୫। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ବିଜେଡ଼ି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ…
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ସୋମବାର ସନ୍ଧ୍ୟା ମିରାମର ଠାରେ ହେବ। ଗତକାଲି ସନ୍ଧ୍ୟା ୬ଟା ୪୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କଳା ଏକାଡେମିରେ ପାରିକରଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସାଧାରଣ ଲୋକ ଯାଇପାରିବେ। ପାରିକରଙ୍କ ଅନ୍ତିମ ଯାତ୍ରା ସନ୍ଧ୍ୟା ୪ଟା ପରେ ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ମିରାମର ଠାରେ ଅନ୍ତିମ ସଂସ୍କାର କରାଯିବ। ଗୃହମନ୍ତ୍ରୀ ରାଜନାଥ ସିଂହ ମନୋହରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। କେନ୍ଦ୍ର ସରକାର ପାରିକରଙ୍କ ପରଲୋକରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ, କେନ୍ଦ୍ର ଶାସିତ ରାଜ୍ୟ ଏବଂ ରାଜ୍ୟର ରାଜଧାନୀ ଗୁଡ଼ିକରେ ଜାତୀୟ ପତାକା ଗୁଡ଼ିକୁ ଅର୍ଦ୍ଧନମିତ କରାଯିବ। ପାରିକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଅନ୍ତିମ ସଂସ୍କାର କରାଯିବ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଚାରି ଥରର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର…

