Author: Samikhsya Bureau

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର। ରାଜଭବନରେ ଆୟୋଜିତ ଶପଥପାଠ ଉତ୍ସବରେ ତାଙ୍କୁ ରାଜ୍ୟପାଳ ଶପଥ କରାଇଥିଲେ। ନୀତିଶଙ୍କ ସହିତ 9 ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୀତିଶ ଆରଜେଡିଠାରୁ ସଂପର୍କ ଛିନ୍ନ କରି ବିଜେପି ସହିତ ନୂଆ ସରକାର ଗଠନ କରିଛନ୍ତି। ଏହି ଶପଥପାଠରେ ବିଜେପିର ଦୁଇ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି। ସେମାନେ ହେଲେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା। ଏହି ଶପଥପାଠ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ ଯୋଗଦେଇଥିଲେ। ନୀତିଶ ନଅଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେଣି।

Read More

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବେ। ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଶ୍ରୀଯୁକ୍ତ ଖଡ୍‌ଗେ ତଳସ୍ତରରୁ ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ଜୀବନ ଆରମ୍ଭ କରି ନିଜର ଚେଷ୍ଟା, ନିଷ୍ଠା ଓ ସମର୍ପଣ ପାଇଁ ଏବେ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରିଛନ୍ତି। ସେ ଜଣେ ଅନୁଭବୀ ନେତା ଭାବେ ଦେଶକୁ ଅତି ନିକଟରୁ ଦେଖିଥିବାବେଳେ ଓଡ଼ିଶାର ଅବସ୍ଥାକୁ ମଧ୍ୟ ଭଲଭାବେ ବୁଝିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ୫୨% ଲୋକ ଆଜିବି ଗରିବ। ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ…

Read More

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ବିଜେପି ବେଶ ଉତ୍ସାହିତ। କାରଣ ସାରା ଦେଶରେ ଚାଲିଛି ମୋଦି ଲହର। ସେଥିପାଇଁ ତାଙ୍କୁ ଭରସା କରି ଓଡିଶା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚାହୁଛି ରାଜ୍ୟ ବିଜେପି। ପ୍ରଥମ ଗସ୍ତ ପଶ୍ଚିମ ଓଡିଶା ଥିବାରୁ ସେଠାରେ ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି। ଫେବୃୟାରୀ ୩ ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଆସନ୍ତା ଫେବୃୟାରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ। ସେଦିନ ସେ ସମ୍ବଲପୁରର ଗସ୍ତ କରି ସେଠାରେ ଥିବା ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବର୍ତ୍ତମାନ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେବାର ସମ୍ଭାବନା ଥିବାରୁ ତାଙ୍କ ଶିବିର ବେଶ ଉତ୍ସାହିତ ହୋଇପଡିଛି। ସେଦିନ ମୋଦି ଭୁବନେଶ୍ବର ନ ଆସି ସିଧା ସମ୍ବଲପୁର ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି। ପ୍ରଥମେ ସେ ଆଇଆଇଏମ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ। ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଦିଗନ୍ତ ଆଣିଦେବ ବୋଲି ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ୱାଳ, ଧୃତିମାନ୍‌ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି। ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁUକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି।…

Read More

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନା ସତ ହୋଲା। ଶେଷରେ ବିହାରରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର। ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଜିଠୁ ବିହାରରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର। ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ସନ୍ଧ୍ୟା ୫ଟାରେ ନୀତିଶ କୁମାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଇସ୍ତଫା ପରେ ନୀତିଶ କୁମାର କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି। ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି। ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି। ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି।

Read More

ଭୁବନେଶ୍ୱର: ବିଧାନସଭାର ବିଶ୍ୱସନୀୟତା ଏହାର ସଦସ୍ୟମାନଙ୍କ ଶୃଙ୍ଖଳା ଓ ଆଚରଣ ସଂହିତା ପାଳନ ଉପରେ ନିର୍ଭର କରେ। ବିଧାନସଭାର ମୁଖ୍ୟ କାର୍ଯ୍ୟ ଆଇନ ପ୍ରଣୟନ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ବିଭିନ୍ନ କାର୍ଯ୍ୟର ଯାଞ୍ଚ ଓ ତର୍ଜମା କରିଥାଏ। ତେବେ ଗତ କିଛି ବର୍ଷ ମଧ୍ୟରେ ବିଧାୟକଙ୍କ ବିଶୃଙ୍ଖଳିତ ଆଚରଣ ବୃଦ୍ଧି ହେତୁ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଅଧିବେଶନ କାର୍ଯ୍ୟବିଧି ସମୟରେ ଗୃହକାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଅର୍ଥପୂର୍ଣ୍ଣ ଏବଂ ଫଳପ୍ରଦ ଆଲୋଚନାକୁ ବ୍ୟାହାତ କରିଥାଏ ଓ ଅନୁଷ୍ଠାନର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ବାରମ୍ବାର ସ୍ଥଗିତାଦେଶ ଏବଂ ବାଧା ଯୋଗୁ ଗୃହକାର୍ଯ୍ୟର ବହୁ ସମୟ ମଧ୍ୟ ନଷ୍ଟ ହୁଏ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ୮୪ତମ ସର୍ବଭାରତୀୟ ପ୍ରଜାଇଡିଂ ଅଫିସରଙ୍କ ସମ୍ମିଳନୀ ଓ ଆଇନ ପ୍ରଣୟନ ସଂସ୍ଥାର ସଚିବମାନଙ୍କର ୬୦ତମ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଲେ ଯେ…

Read More

ଭୁବନେଶ୍ବର: ଏଥର ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବେ ନାହିଁ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଅବଶ୍ୟ ସେ ଏ ନେଇ ସେମିିତି କିଛି ଘୋଷଣା କରି ନାହାଁନ୍ତି। ହେଲେ ଗତକାଲି ତାଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଏହି ସନ୍ଦେହ ବଢିଛି। ଦେଶର ଉତ୍ତର ପ୍ରଦେଶ ହେଉଛି ଅଧିକ ଲୋକସଭା ଆସନ ଥିବା ରାଜ୍ୟ। ସେହି ରାଜ୍ୟରେ ଏଥର ବିଜେପି କିପରି ଅଧିକ ଆସନରେ ଜିତିବ ସେ ଦାୟିତ୍ବ ବର୍ତ୍ତମାନ ମୋଦୀଶାହା ଖୋଦ ପଣ୍ଡାଙ୍କ ଉପରେ ଲଦି ଦେଲେ। ତେଣୁ ସେଠାରେ ଦଳକୁ ଆହୁରି ସୁଦୃଢ କରିବାକୁ ହେଲେ ତାଙ୍କୁ ସେଠାରେ ରହିବାକୁ ପଡିବ। ସେଥିପାଇଁ ସେ ଏଥର ନିର୍ବାଚନରେ ନିଜେ ଛିଡା ହେବେ ନାହିଁ କି ପ୍ରଚାରକୁ ମଧ୍ୟ ଆସିପାରିବେ ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ବୈଜୟନ୍ତ ନିର୍ବାଚନ ରଣାଙ୍ଗନରେ ସାମିଲ ହେବେ ନାହିଁ ବୋଲି ଅନୁମାନ ମଧ୍ୟ କରାଯାଇଛି। କାରଣ…

Read More

ଭୁବନେଶ୍ବର: ଶନିବାର ଦିନ ବେଶ ଭକ୍ତିପୂର୍ଣ୍ଣ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ମା ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପ୍ରକଳ୍ପ ସ୍ଥାନ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ବୃଦ୍ଧି ପାଇଥିଲା। ଏହି ପ୍ରକଳ୍ପ ହେଉଛି ମୁଖ୍ୟମନ୍ତ୍ରୀ ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ସ୍ବପ୍ନର ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପରେ ମା ସମଲେଇ ପ୍ରକଳ୍ପ ହେଉଛି ଉଭୟଙ୍କର ଦ୍ବିତୀୟ ସ୍ବପ୍ନର ପ୍ରକଳ୍ପ। ତେବେ ଏହି ପ୍ରକଳ୍ପକୁ ନେଇ ଖୋଦ କାର୍ତ୍ତିକ ପାଣ୍ଡିଆନ କେତେ ଉତ୍ସାହିତ ଏବଂ ଖୁସି ସେହି ପ୍ରକଳ୍ପ ସ୍ଥାନରେ ତାହାର ପ୍ରମାଣ ମିଳିଥିଲା। ପ୍ରକଳ୍ପ ଫଳକ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଚଉକିରେ ବସି ପୂଜିବିଧିକୁ ଅନୁଧ୍ୟାନ କରୁଥିଲେ। ସେ ଏକ ଚଉକିରେ ବସି ଥିବା ବେଳେ ପାଣ୍ଡିଆନ ତାଙ୍କ ପାଖରେ ଛିଡା ହୋଇଥିଲେ। ସେ ପୁରା ଭାବ…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ପାଇଁ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବାବେଳେ ଶ୍ରୀମତୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ତୋମାର ଉତର ପ୍ରଦେଶରୁ ସାଂସଦ ଏବଂ ଶ୍ରୀମତୀ ଉସେଣ୍ଡି ଛତିଶଗଡରେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ରାଜ୍ୟରେ ବିଜେପି ସରକାର ଗଠନରେ ଶ୍ରୀ ତୋମାର ଓ ଶ୍ରୀମତୀ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ୨ ଜଣଙ୍କ ରାଜନୈତିକ ଏବଂ ସାଂଗଠନିକ ଦକ୍ଷତା ଓଡିଶାରେ ବିଜେପି ସରକାର ଗଠନ କରିବାର ବେଶ୍ ସହାୟକ ହେବ। ଓଡିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା…

Read More

ଭୁବନେଶ୍ଵର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନ ର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧିନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବାଧିନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ସେ କହିଛନ୍ତି। ସ୍ବର୍ଗତ ନାୟକଙ୍କ ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର…

Read More

କଟକ: ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇଥିବାରୁ କଟକ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଦେଖାରଖା କରୁଥିଲେ। ହେଲେ ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ମରଶରୀରକୁ କଟକ ରୁ ନିଜ ଜନ୍ମମାଟି ଯାଜପୁରର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ସେ ସର୍ବଭାରତୀ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ଥିଲେ। ସ୍ବୀଧୀନତା ସଂଗ୍ରାମ ବେଳେ ସେ 3 ବର୍ଷ ଜେଲଦଣ୍ଡ ଭୋଗ କରିଥିଲେ।

Read More

ଭୁବନେଶ୍ବର: ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ, ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ସମଲେଇ ପ୍ରକଳ୍ପ ହେଉଛି Samaleswari Temple Area Management and Local Economic Initiative. ୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ…

Read More

ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ। ଏହି ସମୟରେ ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ…

Read More

ଭୁବନେଶ୍ବର: ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ। ଏ ନେଇ ସମ୍ବଲପୁରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ମା ସମଲେଶ୍ବରୀ ପ୍ରକଳ୍ପ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ସ୍ବପ୍ନର ପ୍ରକଳ୍ପ। ଏହି ପ୍ରକଳ୍ପରେ ମା ସମଲେଶ୍ବରୀ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଯେଉଁଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ। ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତି ଆଗକୁ ବଢାଇବ। ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି। ଯେଉଁଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତି ଦେଖିପାରିବେ।

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ। ରାଜ୍ୟପାଳ ଶ୍ରୀ ରଘୁବର ଦାସ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଶ୍ରୀ ରଘୁବର ଦାସ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ…

Read More

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ ଏବଂ ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଛି। ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯିବା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି…

Read More

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଆମ ପୂର୍ବସୂରୀ ଯେଉଁମାନେ କି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି। ଭାରତର ସମ୍ବିଧାନ ହିଁ ଦେଶର ଆତ୍ମା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କୁ ଏ ଜାତି ଭୁଲିପାରିବ ନାହିଁ। କିନ୍ତୁ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ।ବିଜେଡ଼ି ଓ ବିଜେପି ଧର୍ମ ନାମରେ ରାଜନୀତି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଅଧ୍ୟକ୍ଷ…

Read More

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ କୃଷିର ମୁଖ୍ୟ ଭୂମିକା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି। ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଡ. ପାଢ଼ୀ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦର୍ଶୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯେଉଁମାନେ ସ୍ୱାଧୀନ ଭାରତବର୍ଷକୁ ଏକ ପ୍ରଜାତନ୍ତ୍ରର ରୂପ ଦେଇଛନ୍ତି। ଡ. ପାଢ଼ୀ ସାର୍ବଜନୀନ ଭ୍ରାତୃତ୍ୱ, ଅହିଂସା ଏବଂ ଶାନ୍ତିର ଆଲୋକବର୍ତ୍ତିକା ଭାବରେ ଭାରତବର୍ଷର ଅଦ୍ୱିତୀୟ ସ୍ଥିତି ଉପରେ ଆଲୋଚନା କରି ସମସ୍ତଙ୍କୁ ସମ୍ବିଧାନର ଆଦର୍ଶ ଓ ଚେତନାକୁ ସମ୍ମାନ ଓ ଅନୁପାଳନ କରିବାକୁ କହିଥିଲେ। କୃଷି ଓ…

Read More

ଭୁବନେଶ୍ବର: ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-୨୦୨୪। ଚଳିତ ବର୍ଷ ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି। ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ ୫ ଯାଏଁ ଚାଲିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ ରୁ ରାତି ୯ ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାରହିବ। ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଯୋଗ ଦେଇଥିଲେ।…

Read More

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ଶ୍ରୀ ରଘୁବର ଦାସ ୨୦୨୩ ମସିହା ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି। ଆଜି ସ୍ଥାନୀୟ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧି ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ଦୁଇଜଣ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ୧୧…

Read More

ଭୁବନେଶ୍ବର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Read More