Author: Samikhsya Bureau

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ ପ୍ରକୋଷ୍ଠ ବା ସେଲ୍ ର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ ୦୧. ବୁଦ୍ଧିଜୀବୀ ପ୍ରକୋଷ୍ଠ – ଶ୍ରୀ ସୁଦର୍ଶନ ନାୟକ ୦୨. ଶିକ୍ଷକ ପ୍ରକୋଷ୍ଠ – ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ୦୩. ଆଇନଜୀବି ପ୍ରକୋଷ୍ଠ – ଶ୍ରୀ ସୌର ଚନ୍ଦ୍ର ମହାପାତ୍ର ୦୪. ସମବାୟ ପ୍ରକୋଷ୍ଠ – ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ୦୫. ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ଶ୍ରୀ ପ୍ରଭାତ କେଶରୀ ମିଶ୍ର ୦୬.ବ୍ୟବସାୟୀ ପ୍ରକୋଷ୍ଠ – ଶ୍ରୀ ଗୋବିନ୍ଦ ଅଗ୍ରୱାଲ ୦୭. ସି.ଏ ପ୍ରକୋଷ୍ଠ – ଶ୍ରୀ ମିହିର ସାହୁ ୦୮. ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ ୦୯. ନଗରାଚଂଳ ପ୍ରକୋଷ୍ଠ – ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ) ୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା ୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ ୧୨.…

Read More

ଭୁବନେଶ୍ବର: ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବର୍ତ୍ତମାନ ବିଜେଡି ଦୁଇଜଣଙ୍କ ନାମ ଘୋଷଣା କରିସାରିଛି। ସେମାନେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ହେଲେ ତୃତୀୟ ପ୍ରାର୍ଥୀ କିଏ ହେବ ଏ ପର୍ଯ୍ୟନ୍ତ ବିଜେଡି ଘୋଷଣା କରି ନାହିଁ। ତିନୋଟି ଆସନ ବିଜେଡି ଜିତିବାର କ୍ଷମତା ଥିଲେ ମଧ୍ୟ କଣ ପାଇଁ ଗୋଟିଏ ଆସନ ସସପେନସ ରଖାଗଲା ତାହା ଜଣାପଡି ନାହିଁ। ଅନ୍ୟପଟେ ଓଡିଶା ଗସ୍ତରେ ବୁଧବାର ଦିନ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କେତେକ ରେଳ ପ୍ରକଳ୍ପର ସମୀକ୍ଷା ସହିତ ଟେଲି ଯୋଗାଯୋଗର ବୈଠକ ଅଛି। ଏଥିସହିତ ସେ ବିଜେପି ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦୁଇଦିନ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନାମାଙ୍କନ ସମୟ ଦୁଇ ଦିନରେ ଅର୍ଥାତ 15 ତାରିଖରେ ଶେଷ ହେବ। ତେବେ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ…

Read More

ଭୁବନେଶ୍ବର: ଆଜି ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଆଜି ଦଳିୟ ନେତାଙ୍କ ଗହଣରେ ବିଧାନସଭା ଯାଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା ଏବଂ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବିଜେଡି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇ ନାହିଁ। ଦୁଇ ଜଣଙ୍କ ନାମ ଘୋଷଣା ହେବା ପରେ କଣ ପାଇଁ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ସେ ନେଇ ସସପେନସ ଜାରୀ ରହିଛି।

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ। ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର…

Read More

ଭୁବନେଶ୍ୱର: ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୈାହାନ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଚୈାହାନ ଆଜି ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ । ଏହା ପରେ ସେ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୈାହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ।

Read More

ଭୁବନେଶ୍ବର: ଓଡିଶାରୁ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରୁ ଗତକାଲି ଦୁଇଜଣଙ୍କ ନାମ ଘୋଷଣା ହୋଇଛି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ତେବେ ସକ୍ରିୟ ରାଜନୀତିରେ ଥିବା ଦେବାଶିଷ ରାଜ୍ୟସଭାକୁ ଯିବା ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ବିଧାନସଭାରୁ ରାଜ୍ୟସଭାକୁ ଯିବା ଏକ ପ୍ରମୋସନ। ମୋତେ ମୁଖ୍ୟମନ୍ତ୍ରୀ ଏହି ପ୍ରମୋସନ ଦେଇଥିବାରୁ ବହୁତ ଧନ୍ୟବାଦ ଦେଉଛି। ସେ ଯେପରି ନିର୍ଦ୍ଦେଶ ଦେବେ ସେହି ଅନୁସାରେ ମୁଁ କାମ କରିବି। ଦିଲ୍ଲୀ ଦରବାରରେ ଓଡିଶାର ବିକାଶର ପ୍ରସଂଗ ଉତଥାପନ କରିବି ବୋଲି ଦେବାଶିଷ କହିଛନ୍ତି। ତେବେ କଟକ ବାରବାଟୀକୁ ନେଇ ଦେବାଶିଷ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏହି ଆସନ ପାଇଁ ଏକ ସରପ୍ରାଇଜ ଦେବେ। କଟକ ହେଉଛି ତାଙ୍କର ଜନ୍ମମାଟି, ସେଥିପାଇଁ ସେ ଏହି ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଦେବେ ବୋଲି ଦେବାଶିଷ କହିଛନ୍ତି।

Read More

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ତେବେ ଏହି ଗରମ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ବିଜେପିର ହେଭି ୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ଲଢେଇ କରିବେ। ତାଙ୍କର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ସେ ସମ୍ବଲପୁକୁ ହି ନିଜର ମଇଦାନ ଭାବେ ବାଛିଛନ୍ତି। ତେବେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବଡ ସମର ସଜା ଆରମ୍ଭ କରିଦେଇଛି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ବିଜେଡି ନିଶ୍ଚିତ ବଡ ଗେମ କରିବ ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। କାରଣ ସେହି ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବାରମ୍ବାର ଗସ୍ତ କରି ବିଜେଡିର ପ୍ରଚାର ଆରମ୍ଭ କରିଦେଲେଣି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ସେ ବାହାରେ ଯେତିକି ପରିଶ୍ରମ କରୁଛନ୍ତି ଭିତିରିଆ ମଧ୍ୟ ଆହୁରି ଅଧିକ କାମ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସମାନ୍ତରାୟ। ସେହିପରି ଆଉ ଜଣେ ହେଲେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ। ଦେବାଶିଷ ହେଉଛନ୍ତି ପୁରୁଖା ନେତା। ସେ କଟକ ବାରବାଟୀରୁ ବିଧାୟକ ଥିଲେ। ସେହିପରି ଶୁଭାଶିଷ ହେଉଛନ୍ତି ପୁରୀ ନେତା ଏବଂ ସେ ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି ଅଛନ୍ତି।ତେବେ ତିନୋଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ଦଳ ଦୁଇଜଣଙ୍କ ନାମ ଘୋଷଣା କରିଛି। ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ନବୀନ ଘୋଷଣା କରି ନାହାଁନ୍ତି। ତେବେ ନିକଟରେ ବିର୍ଲା କଂପାନୀରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କ ନାମ ଘୋଷଣା କରାଯାଇ ନାହିଁ। ସେ ପୁରୀ ଜିଲ୍ଲାର ହୋଇଥିବା…

Read More

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟିପର୍ଯ୍ୟାୟରେ ରାଜ୍ୟରେ ସ୍କୁଲ ରୂପାନ୍ତରିତ ହୋଇଛି । ଆଜି ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୮୧ଟି ସ୍କୁଲ ରୂପାନ୍ତରିତ ହେଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା,…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧…

Read More

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଛନ୍ତି ସେମାନଙ୍କୁ ଏଣିକି ୧  ହଜାର ଟଙ୍କା ଲେଖାଏଁ ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ଚାଉଳ ଗହମ ନେବା ପାଇଁ ସେମାନଙ୍କୁ ଦୁଇଟି ଭଲ ଝୋଟ ବ୍ୟାଗ ମଧ୍ୟ ପ୍ରଦାନ କରାଯିବ। କେବଳ ସେତିକି ନୁହେଁ ଏହି ଶ୍ରେଣୀ ପରିବାରର ଯୁବ ଉଦ୍ୟୋଗୀଙ୍କୁ ନବୀନ ସରକାର ବ୍ୟବସାୟ କରିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦେବେ।  ଏହାଦ୍ୱାରା ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ। ଆଜି ରାଜ୍ୟ କ୍ୟାବିନେଟର ୭୨ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ…

Read More

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ପ୍ରସ୍ତୁତି କରାଯାଇଛି। ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି। ଏ ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥି…

Read More

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି। ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି । ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା…

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ଶେଷରେ ଏନଡିଏରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା। କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ ଜୟନ୍ତ ଚୌଧୁରୀ ଇଣ୍ଡି ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେବେ ବୋଲି ଜଣାପଡିଥିଲା। ଶେଷରେ ସେହି ଚର୍ଚ୍ଚା ସତରେ ପରିଣତ ହୋଇଛି। ଏ ସମ୍ପର୍କରେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି। ପରିସ୍ଥିତି ଏପରି ଥିବାରୁ ଆମକୁ ଅଳ୍ପ ସମୟ ମଧ୍ୟରେ ଏହି ନିଷ୍ପତ୍ତି ନେବାକୁ ପଡିଲା। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ଆମର ସମସ୍ତ ବିଧାୟକ ଏବଂ କର୍ମୀଙ୍କର ସମର୍ଥନ ରହିଛି।

Read More

ଭୁବନେଶ୍ୱର: ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୈାହାନ ଆସନ୍ତା କାଲି ୧୩ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ଚୈାହାନ ଆସନ୍ତା କାଲି ମଧ୍ୟାହ୍ନ ୧୨ ଟାରେ ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ଏହା ପରେ ଶ୍ରୀ ଚୈାହାନ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ। କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୈାହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି। 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା । ଆଜି…

Read More

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ଟିକେଟ ପାଇଁ ଆପଣେଇଛି ଅନ ଲାଇନ ବ୍ୟବସ୍ଥା ବା ଅନ ଲାଇନ ଆବେଦନ। ଏହି ଫର୍ମୁଲା ମାଧ୍ୟମରେ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। କାରଣ ଏଥିରେ ୧୪୭ ବିଧାନସଭା କ୍ଷେତ୍ରରୁ ୨୫୦୦ରୁ ଅଧିକ ଓ ୨୧ ଲୋକସଭା ଆସନ ପାଇଁଁ ୬୭୦ ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ୨୦୧୯ ନିର୍ବାଚନରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ। କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ବାଛିବା ଓ ଟିକେଟରେ ସ୍ୱଚ୍ଛତା ଆଣିବା ପାଇଁ ଗତ ଫେବୃୟାରୀ ୦୪ ତାରିଖରେ ପ୍ରଗମନ ଦ୍ୱାରା ଅନ ଲାଇନ ଟିକେଟ ଆବେଦନ କରିବା ଲାଗି ଆହ୍ବାନ କରିଥିଲା। ଏଥିରେ ବହୁ ଆଶାୟୀ ବିନା କୌଣସି ନେତାଙ୍କ ସୁପାରିଶରେ ସିଧା ଆବେଦନ କରିଛନ୍ତି। ତେବେ କଂଗ୍ରେସ ପୂର୍ବରୁ ବ୍ଲକ ସଭାପତି ଓ ଜିଲ୍ଲା ସଭାପତିଙ୍କ ଜରିଆରେ ଆଶାୟୀଙ୍କ…

Read More

ଭୁବନେଶ୍ୱର: ଦିନ ଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ରାଜାମାନେ ରାଜ୍ୟର ରାଜନୀତିକୁ ଚଳାଉଥିଲେ। ଏହି ରାଜାମାନଙ୍କ ନର୍ଦ୍ଦେଶରେ ମତଦାତାମାନେ ପ୍ରାର୍ଥୀଙ୍କୁ ଭୋଟ ଦେଉଥିଲେ।ଏବେ କିନ୍ତୁ ପରିସ୍ଥିତି ବଦଳିବା ସହିତ ରାଜ୍ୟ ରାଜନୀତିରେ ରାଜାମାନଙ୍କର ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଏପରିକି ଏହି ରାଜପରିବାରର ସଦସ୍ୟମାନଙ୍କୁ ପ୍ରାର୍ଥୀ କରି ସମଗ୍ର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କ ନିକଟରେ ଲାଇନ ଲଗାଉଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ରାଜ ପରିବାରର ସଦସ୍ୟମାନଙ୍କୁ କୌଣସି ରାଜନୈତିକ ଦଳ ପ୍ରାର୍ଥୀ କରିବା ଦିଗରେ ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ରାଜନୀତିରେ ସର୍ବାଧିକ ପ୍ରଭାବ ରଖିଥିବା ପାଟଣା ରାଜପରିବାର କଥା ପ୍ରଥମେ ଆଲୋଚନା କରିବା। ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରଥମେ ଗଣତନ୍ତ୍ର ପରିଷଦର ପ୍ରର୍ଥୀଭାବେ ୧୯୫୧ରେ କଳାହାଣ୍ଡି-ବଲାଙ୍ଗୀର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୧୯୫୭ରେ ସେ ଟିଟିଲାଗଡ଼ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ କଣ୍ଟାବାଞ୍ଝି…

Read More

ଭୁବନେଶ୍ୱର: ବିଶ୍ଵର ଅନ୍ୟତମଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀର ଭୁବନେଶ୍ଵର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନୀ ସମାରୋହରେ କଗ୍ନିଜେଣ୍ଟର ସିଇଓ ଶ୍ରୀ ରବି କୁମାର, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ, ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ କମ୍ପାନୀର ବରିଷ୍ଠ ନେତୃତ୍ୱ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଓଡ଼ିଶାର ପ୍ରଗତି ଯାତ୍ରାର ଏହା ଆଉ ଏକ ସଫଳ କାହାଣୀ”, ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟର ଅଧିକାରୀକଗ୍ନିଜେଣ୍ଟ ଏବେ ରାଜ୍ୟର କ୍ରମବର୍ଦ୍ଧମାନ…

Read More

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ 2 ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗତକାଲି ସଂସଦର ଅଧିବେସନ ଶେଷ ହେବା ପରେ ଅନୁଭବ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଫଟୋ ମଧ୍ୟ ଉଠାଇଛନ୍ତି। ଜଣେ ସାଂସଦ ହିସାବରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା କିଛି ଅସୁବିଧା ନାହିଁ। ଅନ୍ୟପକ୍ଷରେ ସଂସଦ ଅଧିବେସନ ଶେଷ ହେଉଥିବାରୁ ପରବର୍ତ୍ତି ସମୟରେ ସେ ନିର୍ବାଚତ ହୋଇ ଆସିବେ କି ନାହିଁ ଜଣା ନାହିଁ। ସେଥିପାଇଁ ସେ ସବୁଦିନ ସାଇତି ରଖିବା ପାଇଁ ଫଟୋଟିଏ ଉଠାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କିମ୍ବା ଫଟୋ ଉଠାଇବା ତାଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ହୋଇପାରିବ ନାହିଁ। ସେଥିପାଇଁ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଅନୁଭବଙ୍କୁ  ନିଶ୍ଚିତ ଅନୁମତି ରହିଥିବ। ତେବେ ରାଜନୀତିରେ ଏହି ଭେଟଘାଟ ନିଶ୍ଚିତ ଚର୍ଚ୍ଚାର ପରିସରକୁ ଆସିବ। କାରଣ ବିଜେଡିର ଅନ୍ୟ ସାଂସଦ କେହି ଭେଟି ନ ଥିବା ବେଳେ ଅନୁଭବଙ୍କ ପକ୍ଷରେ ଏହା କାହିଁକି ହେଲା।…

Read More