ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ଶନିବାର ସକାଳେ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡ଼ିଙ୍କ ପୁଅ ମୁନା ଦିହୁଡ଼ି ଯାହାର ବୟସ ୩୦ ବର୍ଷ, କଂସାରି ନଈରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଡିଜେଲ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣ ବଶତଃ କଳିଯୁଗେଶ୍ୱର ନିକଟ ଚିଲିକାରେ ଭାରସାମ୍ୟ ହରାଇ ଫସି ଯାଇଥିଲେ। ମଧ୍ୟାହ୍ନରେ କୌଣସି ଲୋକ ନଥିବା ବେଳେ ଡଙ୍ଗାଟି ଚିଲିକାରେ ଭାସୁଥିବା କିଛି ମସ୍ୟଜୀବୀ ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେବାପରେ ବାଲୁଗାଁ ଅଗ୍ନିଶମ ବାହିନୀ ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ସହ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରିଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ତାଙ୍କୁ…
Author: Samikhsya Bureau
ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ପ୍ରତି ସ୍ୱତନ୍ତ୍ର ରୁଚି ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପଠନ ଆନ୍ଦୋଳନ ସୃଷ୍ଟି କରାଯିବ। ସମ୍ମିଳନୀ ସ୍ଥଳର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ବ୍ୟବସ୍ଥା କରାଯିବ। ଏଥିସହ ଏକ ବସ ମଧ୍ୟରେ ଉପାଦେୟ ପୁସ୍ତକ ମାନ ରଖାଯାଇ ଏକ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ। ସେହିଭଳି ସମ୍ମିଳନୀ ସ୍ଥାନରେ ୫ଟି ପାଠାଗାର ଗାଡି ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ପକ୍ଷରୁ ବୈଷୟିକ ସହଯୋଗ ପ୍ରଦାନ କରାଯିବ। ସେହିଭଳି ମହାପୁରୁଷଙ୍କ ପଠନ ସମ୍ପର୍କିତ କାଳଜୟୀ ବାର୍ତ୍ତା ଥାଇ ବୁକମାର୍କ ପ୍ରତ୍ୟେକ ପୁସ୍ତକରେ ରହିବ। ତିନିଦିନ ଧରି ଆଗନ୍ତୁକ ମାନେ ଏହା ପାଖରୁ ଦେଖୁବା ସହ ପଢ଼ିବାର ସୁଯୋଗ ପାଇବେ। ସେହିଭଳି ପଠନ ଅଭ୍ୟାସ ବୃଦ୍ଧି, ରାଜ୍ୟର ଭାଷା, କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏକ ପକେଟ…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୪୧ ଲକ୍ଷ ୫୮ ହଜାର ୨୯୮ ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଲାଭାଂଶ ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପାନୀୟ ନିଗମର ଆର୍ଥିକ କାରବାର ୭୪୫୬.୬୪ କୋଟି ଟଙ୍କା ହୋଇଥିବାବେଳେ କର ପଇଠ ପରେ ୩୧.୩୮ କୋଟି ଟଙ୍କା ଲାଭ ହୋଇଥିଲା। ଏହା ସହିତ ପାନୀୟ ନିଗମ ଅବକାରୀ କର ବାବଦରେ ୫୨୬୭.୬୯ କୋଟି ଟଙ୍କା ଏବଂ ଭାଟ୍ ବାବଦରେ ୨୫୧୨.୮୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସଫଳତା ଉଲ୍ଲେଖନୀୟ ହୋଇପାରେ ବୋଲି ଅବକାରୀ…
ଭୁବନେଶ୍ବର: ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜାରି ହେଲା ଶୀତଲହରୀ ଚେତାବନୀ। ଏହି ଚେତାବନୀ ଜାରୀ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶା ର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି ଏହି ସବୁ ଅଞ୍ଚଳରେ ଆଜି ମଧ୍ୟ ରାତ୍ରି ରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି। ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ପରବର୍ତୀ ସମୟରେ ଏଥିରେ ୨…
ପୁରୀ: 75 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସୁଦର୍ଶନ ଦୁଇଜଣ ବାଳିକାଙ୍କୁ ତାଙ୍କର ସ୍ଥାପତ୍ୟରେ ସାମିଲ କରି ମେରା ଭାରତ ମହାନ ବାର୍ତ୍ତା ପ୍ରେରଣ କରିଛନ୍ତି। ସବୁବେଳେ ବାଲୁକା କଳା କରି ଚର୍ଚ୍ଚାରେ ରହୁଥିବା ସୁଦର୍ଶନଙ୍କ ଏହି କଳା ବେଶ ସୁନ୍ଦର ହୋଇଛି। ନିକଟରେ ସୁଦର୍ଶନ ନୂଆଦିଲ୍ଲୀରେ ପରାକ୍ରମ ଦିବସ ଉପଲକ୍ଷେ ଏକ ବାଲୁକା କଳା ନିର୍ମାଣ କରିଥିଲେ। ଯାହାକୁ ଦେଖିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଥିଲେ। କିଛି ସମୟ ତାଙ୍କପ ବାଲୁକା କଳା ଦେଖିବା ସହିତ ସୁଦର୍ଶନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବର୍ତ୍ତମାନ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।
ନୂଆଦିଲ୍ଲୀ: ଦୁଇଜଣ ନୁହଁନ୍ତି ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗତକାଲି ଘୋଷଣା କରାଯାଇଛି। ଓଡିଶାରୁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଗୁରୁ ଗୋପୀନାଥ ସ୍ବାଇଁ, ଗୁରୁ ଭାଗବତ ପ୍ରଧାନ, ବିନୋଦ ପଶାୟତ ଏବଂ ବିନୋଦ ମହାରଣା। ଗଂଜାମ ଜିଲ୍ଲାର ଗୁରୁ ଗୋପୀନାଥ ସ୍ବାଇଁ ହେଉଛନ୍ତି ଜଣେ କୃଷ୍ଣଲୀଳା ଗାୟକ। ସେ ବର୍ତ୍ତମାନ 105 ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେହିପରି ବରଗଡ ଜିଲ୍ଲାର ଭାଗବତ ପ୍ରଧାନ ଶଦ୍ଦନୃତ୍ୟର ପ୍ରଚାର ପ୍ରସାରରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ 85 ବର୍ଷ ବୟସ ହୋଇଛି। ସମ୍ବଲପୁର ବାସିନ୍ଦା ବିନୋଦ ପଶାୟତ ଜଣେ ନାଟ୍ୟକାର ତଥା ଗୀତିକାର ଭାବେ ମଧ୍ୟ ବେଶ ପରିଚୟ ରହିଛି। ସେ ସମ୍ବଲପୁରୀ ଭାଷାରେ ବହୁ ନାଟକ ଓ ଗୀତ ରଚନା କରି ବେଶ ପ୍ରଶଂସା ହାସଲ କରିଛନ୍ତି। ସେହିପରି ଭୁବନେଶ୍ବର ବାସିନ୍ଦା ବିନୋଦ ମହାରଣା…
ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଦୀପକ ବିଶ୍ୱାଳ, ସତ୍ୟରଞ୍ଜନ ନାୟକ, କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ବରାଡ, ବଟକୃଷ୍ଣ ବରାଡ, ପ୍ରଦୀପ ସାହୁ, ଅନନ୍ତ ସାହୁ, ଗଗନ ବିଶ୍ୱାଳ, ସୁନୀଲ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପରିଡା, ନିରଞ୍ଜନ ବିଶ୍ୱାଳ, ବିକ୍ରମ ସାହୁ, ସତୀଶ ଶର୍ମା, ରମାକାନ୍ତ ପଟ୍ଟନାୟକ, ପୁଲିନ ବରାଳ, ବ୍ରଜବନ୍ଦୂ ସେନାପତି ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱମୋହନ ମିଶ୍ର, ସୁନୀଲ ସାହୁ, ଦେବ ରାୟ, ପୂର୍ବତନ ସେନାଧିକାରୀ କର୍ଣ୍ଣେଲ ଅରୁଣ ରାଉତରାୟ, ରମାକାନ୍ତ ମିଶ୍ର, ଅମିତ ସିଂହ, ତୁଷାରକାନ୍ତ ଜେନା, ଅସିତ ପାଣିଗ୍ରାହୀ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ଉତ୍ତର ଭୁବନେଶ୍ୱର ନିର୍ବାଚନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ । ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ସବୁ ଗାଁ, ୫୧୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ…
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଯାହା କହିଛନ୍ତି ତାହା ହେଲା.. ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି…
ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ବିଜେଡି ସହିତ ବିଜେପିର ବାହାଘର କରାଇଛି। ବିଜେଡିକୁ କନ୍ୟା କରାଯାଇଥିବା ବେଳେ ବିଜେପିକୁ ବର କରାଯାଇଛି। ଆଉ ବେଦୀରେ ପଣ୍ଡିତ ମନ୍ତ୍ରପାଠ କରି ହୋମ ମଧ୍ୟ କରୁଛନ୍ତି। ସେହି ବେଦୀରେ ବିଜେଡି ବିଜେପିର ହାତଗଣ୍ଠି ପକାଉଛନ୍ତି। ଏହିପରି ଏକ ଦୃଶ୍ୟ ଭୁବନେଶ୍ବରର ମାଷ୍ଟରକ୍ୟାଟିନରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ଛାତ୍ର କଂଗ୍ରେସ ଏହାକୁ ଆୟୋଜନ କରିଥିଲା। ଏଥିରେ ଉପସ୍ଥିତ ଥିଲେ ଖୋଦ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ପୂର୍ବତନ ସଭାପତି ଜୟଦେବ ଜେନା, ବିଧାୟକ ସୁର ରାଉତରାୟ ପ୍ରମୁଖ ବହୁ ନେତା। ଏହି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ଜଣେ ଉଭୟ ବରକନ୍ୟାଙ୍କ ଉପରେ ଚାଉଳ ପକାଉଥିଲା। ସେତିକି ନୁହେଁ, ଏହା ପୂର୍ବରୁ ଛାତ୍ର କଂଗ୍ରେସ ତରଫରୁ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ବଣ୍ଟନ କରାଯାଇଥିଲା। ଏଥିରେ ବିଜେଡି ସହିତ ବିଜେପିର ବାହାଘର ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଆଜି ତାରିଖ…
ପୁରୀ: ଆଜି ପବିତ୍ର ପୌଷ ପୂର୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କି ରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ। ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ୟ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ବର ଶ୍ରୀମଜଗଦ୍ରୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିବା ତୀର୍ଥରାଜ ମହୋଦଧୂଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୮ତମ ବର୍ଷ ପୂର୍ତି ମହୋତ୍ସବ ଆଜି ଗୁରୁବାର ପବିତ୍ର ପୌଷ ପୂର୍ଣିମା ତିଥିରେ ସମ୍ପନ୍ନ ହେବ । ସେଥିପାଇଁ ଶଙ୍କରାଚାର୍ଯ୍ୟ ମଠ ତରଫରୁ କାର୍ଯ୍ୟନିର୍ଘଣ୍ଟ କରାଯାଇଛି। ତା ୨୫.୦୧.୨୦୨୪ (ଗୁରୁବାର)- ପ୍ରାତଃ ୬ ଘଟିକା – ଅଭିଷେକ ଓ ନଗର କୀର୍ତନ ଦିବା ୧୧ ଘଟିକା – ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତନ ଅପରାହ୍ନ ୪ ଘଟିକା – ଧର୍ମସଭା ସନ୍ଧ୍ୟା ୬.00 ମି – ଗୁରୁଜୀ ମହାରାଜାଙ୍କ ଆର୍ଶୀବଚନ ସନ୍ଧ୍ୟା ୬.୩୦ ମି – ମହୋଦଧୀ ପୂଜନ ଓ ଆଳତୀ
ଭୁବନେଶ୍ବର: ଆଜି ଘୋଷଣା ହେବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର। ପ୍ରତି ବର୍ଷ ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଥାଏ। ଏଥିରେ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା କରାଯାଇଥାଏ। ଏଥିରେ ଶିକ୍ଷା , ସଂସ୍କୃତି, ସମାଜସେବା ପ୍ରଭୃତି କ୍ଷେତ୍ରରେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ମନୋନିତ କରାଯାଇଥାଏ। ଏହି ପୁରସ୍କାର ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ଘୋଷଣା କରିସାରି ଛନ୍ତି। ଏଥର ଏହି ସର୍ବୋଚ୍ଚ ସମ୍ମାନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ନାମ ମନୋନିତ କରାଯାଇଛି। ସେ ମରଣୋତ୍ତର ଭାବେ ଏହି ପୁରସ୍କାର ପାଇବେ। ସବୁ ବର୍ଷ ଏହି ଜାନୁୟାରୀ 25 ତାରିଖରେ ପଦ୍ମଶ୍ରୀ ଘୋଷଣା ହେଉଥିବାରୁ ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ରହିଥାଏ।
ଭୁବନେଶ୍ବର: ଆଜି ବିଜେପିରେ ମିଶିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ଯଦି ସବୁକିଛି ଠିକଠାକ ଚାଲେ ତେବେ ଆଜି ଅପରାହ୍ନରେ ସେ ବିଜେପିରେ ସାମିଲ ହେବେ। ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ସେ ବିଜେଡିରୁ ବହିସ୍କୃତ ହେବା ପରେ ବର୍ତ୍ତମାନ ସୁଦ୍ଧା କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି। ସେହିପରି ଆଜି ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ବଡ ଖବର ନ୍ୟୁଜ ଚାନେଲର ସଂପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି। ସେ ବହୁ ପୂର୍ବରୁ କୌଣସି ଦଳରେ ମିଶିବା ପାଇଁ ଚାହୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ସେ ଜଟଣୀ ନିର୍ବାଚନ ମଣ୍ଡଳିରେ ହୋଇଥିବାରୁ ସେଠାରୁ ଲଢେଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରକାଶ କରିପାରିବେ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ 27 ତାରିଖ ଦିନ ସାରା ରାଜ୍ୟ ର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି।
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂ5Tପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ସେହି ଅନୁସାରେ କଟକ ଭୁବନେଶ୍ବର ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶିଙ୍କର ବଦଳି ହୋଇଛି। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ବଦଳରେ ସଂଜୀବ ପଣ୍ଡାଙ୍କୁ ପୋଲିସ କମିଶନର କରାଯାଇଛି। ସେହିପରି ଅନ୍ୟ ବରିଷ୍ଠ ସ୍ତରରେ ଯେଉଁ ବଦଳି ହୋଇଛି ତାହା ହେଲା ୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର ୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ ୩) ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ୪) ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି ୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ୬) ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଂଜ ଆଇଜି ୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି ୮) ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍ପି ୯) ମଡକର ସନ୍ଦୀପ ସଂପଦ-…
ଭୁବନେଶ୍ଵର: କେରଳର କୋଝିକୋଡ଼ିଠାରେ ଭାରତୀୟ ଶ୍ରମ ସମ୍ମିଳନୀ-୨୦୨୪ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଭାରତର ବିଭିନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନୀତି ରଞ୍ଜନ ସେନ,ସମ୍ମାନିତ ବକ୍ତା ଭାବରେ ସମ୍ମିଳନୀରେ ଯୋଗ ଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ ଓଡ଼ିଶା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରମ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରଭାରୀ ଡ଼. ଅଜୟ କୁମାର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ସହିତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ବିଜେଡି ଛାଡି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ। ତାଙ୍କୁ ଅଜୟ କୁମାର କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ପର୍ବରେ ବିଧାୟକ ତାରାବାହିନୀ ପତି ବଳଭଦ୍ରଙ୍କୁ ଖୁସିରେ ଚୁମା ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ। ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମାବେଶରେ ବିଭିନ୍ନ…

