Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗତକାଲି ସଂସଦର ଅଧିବେସନ ଶେଷ ହେବା ପରେ ଅନୁଭବ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଫଟୋ ମଧ୍ୟ ଉଠାଇଛନ୍ତି। ଜଣେ ସାଂସଦ ହିସାବରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବା କିଛି ଅସୁବିଧା ନାହିଁ। ଅନ୍ୟପକ୍ଷରେ ସଂସଦ ଅଧିବେସନ ଶେଷ ହେଉଥିବାରୁ ପରବର୍ତ୍ତି ସମୟରେ ସେ ନିର୍ବାଚତ ହୋଇ ଆସିବେ କି ନାହିଁ ଜଣା ନାହିଁ। ସେଥିପାଇଁ ସେ ସବୁଦିନ ସାଇତି ରଖିବା ପାଇଁ ଫଟୋଟିଏ ଉଠାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା କିମ୍ବା ଫଟୋ ଉଠାଇବା ତାଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ହୋଇପାରିବ ନାହିଁ। ସେଥିପାଇଁ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଅନୁଭବଙ୍କୁ  ନିଶ୍ଚିତ ଅନୁମତି ରହିଥିବ। ତେବେ ରାଜନୀତିରେ ଏହି ଭେଟଘାଟ ନିଶ୍ଚିତ ଚର୍ଚ୍ଚାର ପରିସରକୁ ଆସିବ। କାରଣ ବିଜେଡିର ଅନ୍ୟ ସାଂସଦ କେହି ଭେଟି ନ ଥିବା ବେଳେ ଅନୁଭବଙ୍କ ପକ୍ଷରେ ଏହା କାହିଁକି ହେଲା।…

Read More

ଭୁବନେଶ୍ୱର: ଆଜି କଟକ ସଦର ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ, ନଖରା ସରପଂଚ ମଧୁଛନ୍ଦା ଉପାଧ୍ୟାୟ ଓ ବରିଷ୍ଠ ନେତା ଜୟନ୍ତ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢ଼ୀ, ଯୁବମୋର୍ଜା ରାଜ୍ୟ ସମ୍ପାଦକ ଗଗନ ଓଝା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନଳିନୀ…

Read More

ଖୋର୍ଦ୍ଧା: ରାଷ୍ଟ୍ରୀୟ ମହିଳା ଦିବସ ସପ୍ତାହ ଅବସରରେ ଭାରତ ବିକାଶ ପରିଷଦ ଖୋର୍ଦ୍ଧା ବରୁଣେଇ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ବାଲ ଓ ମହିଳା ବିକାଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଷଦ ସଭାପତି ଡ.ଅଜୟ ମିଶ୍ର ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜିବୀ ଅଜିତ ପଟ୍ଟନାୟକ ମୁଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଭାରତବର୍ଷ ଝାନସୀରାଣୀ, ଲକ୍ଷ୍ମୀବାଇ, ଜିଜାବାଈ ଙ୍କ ଭଳି ମହିୟସୀ ମହିଳାଙ୍କ ଦେଶ। ଏକ ସୁସ୍ଥ ସମାଜ ଗଠନ ରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି। ମହିଳାଙ୍କ ସମୃଦ୍ଧିରେ ହେବ ବିକଶିତ ଭାରତ। ସଭାପତିତ୍ବ ଭାଷଣରେ ମିଶ୍ର କହିଲେ ମହିଳାଙ୍କ ମଧ୍ଯରେ ଶକ୍ତି ଓ ସାମର୍ଥ୍ଯ ରହିଛି। ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ଲାଗି ପରାମର୍ଶ ଦେଇଥିଲେ। ପରିଷଦ ସଚିବ ଅଧ୍ୟାପିକା ପ୍ରବୀଣା ପଟ୍ଟନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ରେ ଏହି ଦିବସ ଆଭିମୁଖ୍ଯ କହିଥିଲେ। ସର୍ବ…

Read More

ଭୁବନେଶ୍ବର: ବିଶିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଜଣେ ପ୍ରତିଷ୍ଠିତ ତଥା ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଭାବେ ସାତକୋଡି ହୋତାଙ୍କ ସୁନାମ ରହିଥିଲା। ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା ମାଧ୍ଯମରେ ଓଡିଆ ସାହିତ୍ୟ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି। ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ୟ ତାଙ୍କର ସୁନାମ ରହିଥିଲା। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।…

Read More

ମୁମ୍ବାଇ: ଭାଲେନ୍ଟାଇନ୍ ଦିବସ ଅବସରରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିଶ୍ୱସ୍ତ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର କଲେକ୍ସନର ଶୁଭାରମ୍ଭ କରିଛି । ଏହି ଅବସରରେ ସମଗ୍ର ବିଶ୍ୱରେ ସାଥୀଙ୍କ ସହିତ ଉତ୍ସବ ପାଳନ କରାଯାଏ । ଭାଲେଂଟାଇନ୍ ଦିବସର ପ୍ରକୃତ ଭାବନାକୁ ପାଳନ କରି ରିଲାଏନ୍ସ ଜୁଏଲ୍ସ ୧୪ କ୍ୟାରେଟ୍ ୟେଲୋ ଗୋଲ୍ଡ, ରୋଜ୍ ଗୋଲ୍ଡ ଓ ହୀରାରେ ନିର୍ମିତ ଚମତ୍କାର ଭାବରେ ପ୍ରସ୍ତୁତ ମୁଦି, କପଲ ବ୍ୟାଣ୍ଡ ଓ ପେଂଡେଟର ଏକ ସ୍ୱତନ୍ତ୍ର କଲେକ୍ସନ ଶୁଭାରମ୍ଭ କରିଛି, ଯାହା ଦମ୍ପତିଙ୍କ ମଧ୍ୟରେ ପ୍ରେମର ନିରନ୍ତର ସ୍ମରଣ କରାଇଥାଏ । ଏହି କଳେକ୍ସନରେ ରିଲାଏନ୍ସ ଜୁଏଲ୍ସର ଭିନ୍ନ ଭିନ୍ନ ଡିଜାଇନ୍ ଦୈନନ୍ଦିନ ଲୁକକୁ ଉନ୍ନତ କରିବା ପାଇଁ ଷ୍ଟାଇଲ ଓ ଆରାମକୁ ପ୍ରତିଫଳିତ କରିଥାଏ। ଜଣେ ନାରୀଙ୍କ ଯାତ୍ରା ପଥରେ ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ଭାବନାକୁ ଗ୍ରହଣ କରିବା ପାଇଁ ଏହି କଲେକ୍ସନଟି ଅତ୍ୟନ୍ତ ଯତ୍ନର ସହିତ…

Read More

ଭୁବନେଶ୍ଵର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ incentive ର ବ୍ୟବସ୍ଥା କରାଯାଇଛି। ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବ. ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ 1 ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଚାଳିଶ ପତ୍ର…

Read More

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରେ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ। ଫେବ୍ରୁଆରି ୨୦ ରୁ ମାର୍ଚ୍ଚ ୭, ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ ଟି ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁଆରୀ ୧ରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ସିଏପିଏଫରେ ନିଯୁକ୍ତି ପାଇଁ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ଏବଂ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା…

Read More

ଭୁବନେଶ୍ବର: କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ। ଅନଲାଇନରେ ଏହି ଆବେଦନ କରାଯାଉଛି। ଏଥିରେ ଓଡିଶାର 147 ଟି ବିଧାନସଭା ଏବଂ 21 ଟି ଲୋକସଭା ଆସନ ପାଇଁ ଏହି ଆବେଦ କରାଯାଉଛି। ଚଳିତ ନିର୍ବାଚନ ପାଇଁ ଦଳ ଏକ ନୂଆ ପଦ୍ଧତି ପ୍ରୟୋଗ କରିଛି। ପ୍ରଗମନ ନାମିତ ଏକ ୱେବସାଇଟରେ ଏହି ଆବେଦନ କରିବାକୁ କୁହାଯାଇଛି। ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଯେଉଁମାନେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ସେମାନେ www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ।

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ସାତକୋଡି ହୋତାଙ୍କର ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗରେ ସାରା ଓଡିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ ସାତକୋଡିଙ୍କ କୃତିତ୍ବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, “ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ସ୍ୱନାମଧନ୍ୟ ସୁସାହିତ୍ୟିକ, ପ୍ରଶାସକ ଓ ସମ୍ପାଦକ ଭାବେ ସଫଳତା ହିଁ ତାଙ୍କ ପ୍ରତିଭାର ଅନନ୍ୟ ପରିଚୟ। ଓଡ଼ିଆ ସାରସ୍ଵତ ଜଗତକୁ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

Read More

ଭୁବନେଶ୍ବର: ଓଡିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ ସାତୋକଡି ହୋତାଙ୍କ ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହେଉଛନ୍ତି ସାତକୋଡି ହୋତା। ସେ ଏକାଧାରରେ ସାହିତ୍ୟିକ, ସାହିତ୍ୟ ସଂଗଠକ ଏବଂ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ଦୈନିକ ସମୟ ଖବର କାଗଜର ସଂପାଦକ ମଧ୍ୟ ଥିଲେ। ସେ ଅଦ୍ୟାବଧି ୨୭ଟି ଗଳ୍ପ ଏବଂ ୨୧ଟି ଉପନ୍ୟାସ ରଚନା କରିଛନ୍ତି। ସେ ଭୁବନେଶ୍ବର ପୁସ୍ତକ ମେଳାର ମୁଖ୍ୟ ପୁରଧା ଥିଲେ। ଏଥି ସହିତ ସେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଅଶାନ୍ତ ଅରଣ୍ୟ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ମୁକ୍ତିମନ୍ତ୍ର ଏବଂ ଜନନୀ ଜନଭୂମି ପାଇଁ ସାରଳା ପୁରସ୍କାର…

Read More

ଆଲେଖ୍ୟ:- ସୂର୍ଯ୍ୟ ଦେଓ ପ୍ରାୟ ପଚାଶ ବର୍ଷ ପାଖାପାଖି ହେବ, ଏକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସାଧୁ ମେହରଙ୍କ ସାଧନା ଓ ଅଭିସାର କିମ୍ବଦନ୍ତୀ ହୋଇଗଲା। ପାଖାପାଖି ପଚାଶ ବର୍ଷ ତଳର ସେ ସାଧନା ଆଜି ବି ଉଦାହରଣ। ଅଭିନୟ ପାଇଁ ସେ ଉପଲକ୍ଷ ଆଜି ବି ଦୃଷ୍ଟାନ୍ତ। ହୁଏତ ଆପଣଙ୍କୁ ଅବାକ୍ ଲାଗିପାରେ ବତୀଘର ଚଳଚ୍ଚିତ୍ର ପାଇଁ ସାଧୁ ମେହର ନୋଳିଆ ବସ୍ତିରେ ନୋଳିଆ ପରି ରହି ଅଭିନୟ ଶିଖିଥିଲେ। ୧୯୭୬ର ଓଡ଼ିଆ ଚଳଚ୍ଚିତ୍ର ବତୀଘର। ସାଧୁମେହରଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ବତୀଘର। ବତୀଘରରେ ଅଭିନୟ ବେଳକୁ ସେ ହିନ୍ଦୀ କଥାଚିତ୍ର ‘ଅଙ୍କୁର୍‌’ରେ ଶ୍ରେଷ୍ଠ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇସାରିଥିଲେ। ବତୀଘରର ନର୍ଦ୍ଦେଶକ ଥିଲେ ଅଭିଯାତ୍ରୀକ। ଅଭିଯାତ୍ରୀକ ଏକ ଦଳର ନାମ। ଦଳରେ ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦ ଥିଲେ ଏବଂ ଆଶୁ ଦତ୍ତଙ୍କ ବ୍ୟତୀତ ଅନ୍ୟମାନେ ବତୀଘର…

Read More

ବ୍ରହ୍ମପୁର: ଆଜି ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷ କୃତ୍ୟ। ବର୍ତ୍ତମାନ ଖଲ୍ଲିକୋଟ ନିର୍ମଳଝରସ୍ଥିତ ରାଣୀ ମାଙ୍କ ବାସଭବନରେ ଶେଷ ଦର୍ଶନ ଚାଲିଛି। ଏଥିରେ ଗଂଜାମ ଜିଲ୍ଲାର ନେତା, ବିଧାୟକ ଓ ସାଂସଦ ଶେଷ ଦର୍ଶନ କରୁଛନ୍ତି। ଗତକାଲି ରାତିରେ ତାଙ୍କର ମର ଶରୀର ଚେନ୍ନାଇରୁ ଆସିବା ପରେ ଭୁବନେଶ୍ବରରେ ଶେଷ ଦର୍ଶନ କରାଯାଇଥିଲା। ଆଜି ଅପରାହ୍ନରେ ତାଙ୍କର ଶେଷ ଶୋଭାଯାତ୍ରା କରାଯାଇ ଖଲ୍ଲିକୋଟ ଡାକ୍ତରଖାନା ପଛପଟେ ଥିବା ରାଜପରିବାର ସ୍ବତନ୍ତ୍ର ଶ୍ମଶାନ ସମାଧୀ ମଠରେ ସତ୍କାର କରାଯିବ। ତାଙ୍କର ପୋଶ୍ୟ ପୁତ୍ର ଡାକ୍ତର ସାକେତ ରାମା ରାଓ ମୁଖାଗ୍ନି ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି କନ୍ଧମାଳ ଜିଲ୍ଲାର ନୂଆ ସଭାପତି ଭାବେ ବିଜୁ ଜନତା ଦଳ ଘୋଷଣା କରିଛି। ସେ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଅଙ୍ଗଦଙ୍କୁ ସଭାପତି କରାଯାଇଛି। ବିଜେଡି କିଛି ମାସ ତଳେ ଜିଲ୍ଲା ସଭାପତି ପଦରୁ ସରୋଜ କର୍ଣ୍ଣଙ୍କୁ ବାହାର କରି ତାଙ୍କ ସ୍ଥାନରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ନିଯୁକ୍ତ କରାଯାଇଥିଲା। ସାଲୁଗା ବର୍ତ୍ତମାନ ଉପବାଚସ୍ପତି ଅଛନ୍ତି।

Read More

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି। ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା…

Read More

ଭୁବନେଶ୍ବର: ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦୁର୍ଗାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି। ରମେଶ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ। ଘରକୁ ଆସୁଥିବା ସମୟରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗାତ ଭିତରକୁ ପଶି ଯାଇଥିଲା। ଗାଡିରେ ଥିବା ସାଂସଦ ରମେଶ ଚନ୍ଦ୍ର ମାଝି ସାମାନ୍ୟ ଆହତ ହୋଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲକୁ ପଠାଯାଇଥିଲେ। ସେଠାରେ ଚିକିତ୍ସା ପରେ ସାଂସଦ ଘରକୁ ଫେରିଛନ୍ତି।

Read More

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର…

Read More

ଭୁବନେଶ୍ବର: ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଜନ କଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି। କାରଣ ଆଉ ଅଳ୍ପ ଦିନ କେଇଟା ପରେ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ କିପରି ମୁକାବିଲା କରିବେ ସେ ନେଇ ସେମାନେ ରାସ୍ତା ପାଉ ନାହାଁନ୍ତି। ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ତାଙ୍କ ପାଖରେ ଆଉ କିଛି କହିବାକୁ କଥା ନାହିଁ। ଗତକାଲି ବଡ ମାଷ୍ଟରଷ୍ଟ୍ରୋକ ଖେଳି ଦେଲେ ନବୀନ ପଟ୍ଟନାୟକ। ରାଜ୍ୟର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରିଦେଇଛନ୍ତି। ଏକା ଥରେ ଡବଲ କରିଛନ୍ତି। ଯେଉଁମାନେ ୫୦୦ ଟଙ୍କା ପାଉଥିଲେ ସେମାନେ ଏବେ ୧୦୦୦ ଟଙ୍କା ପାଇବେ। ସେହିପରି ଯେଉଁମାନେ ୭୦୦ ସେମାନେ ୧୨୦୦ ଏବଂ ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ୧୪୦୦ ଟଙ୍କା ପାଇବେ। ରାଜ୍ୟରେ ବର୍ତ୍ତମାନ ଏହି ପେନସନ ଭୋଗୀଙ୍କ ସଂଖ୍ୟା ହେଲା ୩୬…

Read More

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ। ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ…

Read More

ଭୁବନେଶ୍ୱର: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି। ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ…

Read More

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l ଏହି ମହା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ…

Read More

କଟକ: ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଂଜନ ଅତି। ସେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଆଜି ସକାଳେ ଭିଜିଲାନ୍ସ ଲାଞ୍ଚ ନେଲା ବେଳ ଟଙ୍କା ସହ ଧରିଥିଲା। ତନାଘନା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ପ୍ରଧାନ ଶିକ୍ଷକ ଶ୍ରୀ ଅତି ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବିତୀୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବିତୀୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଥିଲା।

Read More