ଭୁବନେଶ୍ବର: ପ୍ରଥମ ବିଶ୍ଵଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି (5T) ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ୧୮ଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି (5T) ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଯେଉଁ ନିଷ୍ପତି ନିଆଗଲା ସେଗୁଡିକ ହେଲା.. ୧. ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ। ୨. ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ଵିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍ମାନଙ୍କୁ ଏକାଠି କରାଯିବ। ୩. କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ (Standardisation)…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଉଦ୍ଘାଟିତ ହୋଇଥିବା ୨୫ ଏକର ପରିମିତ ନୂତନ କ୍ୟାମ୍ପସରେ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆକାଡେମିକ୍ ବ୍ଲକ, ପ୍ରତ୍ୟେକ ୫୪୪ କ୍ଷମତା ବିଶିଷ୍ଟ ୨ଟି ଛାତ୍ରାବାସ ଓ ଛାତ୍ରୀନିବାସ, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ ବ୍ୟବସ୍ଥା, ଷ୍ଟାଫ କ୍ୱାର୍ଟର୍ସ, ଡର୍ମିଟୋରୀ ଏବଂ ପାର୍କିଂ ଓ ବଗିଚା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ…
ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦଦେଶରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ। ଏହା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବ ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବର ପ୍ରଥମ ଦିନ ଓଡିଶୀ ସଂଗୀତ ଓ ନୃତ୍ୟ ସହିତ ରାୟବନସେ ନୃତ୍ୟ ପରିବେଷଣ କରାଯିବ। ଏଥିରେ କଣ୍ଠଶିଳ୍ପୀ ରୂପକ କୁମାର ପରିଡା ଓଡିଶୀ ସଂଗୀତ ପରିବେଷଣ କରିବେ। ସେହିପରି ଆୟୋଜକ ସଂସ୍ଥା ଓଡିଶୀ ଡ୍ୟାନସ ଏକାଡେମୀ ଓଡିଶୀ ନୃତ୍ୟ ପରିବେଷଣ କରିବେ। ସେହିପରି ଅନ୍ୟଦିନଗୁଡିକରେ କଥକ ନୃତ୍ୟ, ମିରା ଦାସଙ୍କ ଓଡିଶୀ ନୃତ୍ୟ, ମୟୁରଭଂଜ ଛଉ ଏବଂ ଭାରତନାଟ୍ୟମ ପରିବେଷଣ କରାଯିବ। ଏ ନେଇ ଆଜି ସଂସ୍କୃତି ବିଭାଗ ଓ ଓଡିଏ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ,…
ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍ସିପ୍ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। କୃଷି ଭବନଠାରେ ଆୟୋଜିତ ସମନ୍ୱୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଲେ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉଦ୍ଧ୍ୱର୍ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ।…
ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ଲିଭ୍-ଇନ୍ ରିଲେସନ୍ ସିପରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଓ ଉତ୍ତରାଖଣ୍ଡରେ ରହୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ସେମାନେ ନୂଆ ଆଇନ ଆସିବା ପରେ ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ନିଜକୁ ପଞ୍ଜୀକୃତ କରିବା ଉଚିତ। ନିୟମ ନ ମାନିଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ଧର୍ମମତ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରଣୟନ କରୁଥିବା ୟୁସିସି ଉପରେ ଏକ ବିଲ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ମଧ୍ୟରେ ଉପସ୍ଥାପିତ ହୋଇଛି। ଉତ୍ତରାଖଣ୍ଡ ୟୁସିସି ଅଧୀନରେ ଥିବା ଅନ୍ୟ ନିୟମ ଉତ୍ତରାଖଣ୍ଡରେ ପ୍ରସ୍ତାବିତ ୟୁସିସି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କୌଣସି ବିବୃତ୍ତି ଦାଖଲ ନ କରି ଏକ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇଛି। ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ତାଙ୍କ ନିଷ୍ପତ୍ତିରେ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ଭାବେ ବିବେଚନା କରିଛନ୍ତି। ୨୪ ବର୍ଷ ପୁରୁଣା ଦଳ ସହିତ ଚିହ୍ନ ହରାଇବା ପରେ ଶରଦ ପାୱାର ଏବେ କ’ଣ କରିବେ ? ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ୨୦୧୯ରେ ଯେତେବେଳେ ସେ ମହାରାଷ୍ଟ୍ରରେ ମହାବିକାଶ ଆଘାଡ଼ି (ଏମଭିଏ) ଗଠନ କରିଥିଲେ, ସେତେବେଳେ ତାଙ୍କର ରାଜନୈତିକ ଦକ୍ଷତା ପ୍ରଶଂସିତ ହୋଇଥିଲା, କିନ୍ତୁ ପାଞ୍ଚବର୍ଷ ପୂରିବା ପୂର୍ବରୁ ତାଙ୍କ ନିଜ ଦଳ ତାଙ୍କ ହାତରୁ ବାହାରି ଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ଏନସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଏବେ କେବଳ ଏକ ଔପଚାରିକତା। ଶିବସେନାର ଝଗଡ଼ା ଭଳି ଏନସିପିର ଲଢ଼େଇ ଆଗକୁ ବଢ଼ିଥିଲା…
ଭୁବନେଶ୍ବର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩…
ଭୁବନେଶ୍ବର: ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାଳରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାରକୁ ସମାଲୋଚନା କରିବା ପରିବର୍ତ୍ତେ ଏହାର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଓଡ଼ିଶାରେ ବିଜଦ ଓ ଭାଜପା ମଧ୍ୟରେ ପୁଣିଥରେ ମେଣ୍ଟ ହୋଇଗଲା କି ବୋଲି ପ୍ରଶ୍ନ ପଚରା ଯାଇଛି। ଏଭଳି ଖବର ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ନବଭାରତ ଟାଇମ୍ସରେ ପ୍ରମୁଖ ଖବର ପାଲଟିବା ସହିତ ଟ୍ରେଣ୍ଡ୍ ହେବାରେ ଲାଗିଛି। ଏହି ଖବରକାଗଜରେ ଯାହା ପ୍ରକାଶ ପାଇଛି ତାହା ହେଉଛି ଏପରି। ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦିନ ଓଡ଼ିଶା ଆସିଥିଲେ। ମୋଦିଙ୍କର ଏହି ଗସ୍ତକାଳରେ ଆଶା କରାଯାଉଥିଲା ଯେ ସେ ଦଳୀୟ କର୍ମୀଙ୍କର ମନୋବଳକୁ ବଢ଼ାଇବା ପାଇଁ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାର ଓ ତା’ର ମୁଖିଆଙ୍କୁ…
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ। ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି । ମିଥୁନ- ଆଜି…
ଭୁବନେଶ୍ୱର: ନାବାଳିକା ପରୀର ନିଖୋଜ ଓ ହତ୍ୟାଘଟଣା ଅତ୍ୟନ୍ତ ଦୁଃଖଦ ଥିଲା, ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ ଓ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ତଦନ୍ତକୁ ତଦାରଖ କରିବା ପାଇଁ। ନିୟମିତବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା। ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣଜୁଟାଇଥିଲା। ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି, ପରୀକୁ ନ୍ୟାୟମିଳିଛି ।ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାମାନଙ୍କ ଅସଲ ମୁଖା ଖୋଲିଯାଇଛି ବୋଲି କହିଛନ୍ତି ବିଧାୟିକା ତଥା ବିଜୁଜନତା ଦଳ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ। ଶ୍ରୀମତୀ ଛୁରିଆ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ…
ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା। ଜିଲ୍ଲାରେ ବାତ୍ୟା ସମୟରେ ଭୂସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ୍ ସଂପର୍କରେ ଏହା ବିଶେଷ କରି ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ। “ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍” ବିଶ୍ୱ ବିଦ୍ୟାଳୟ, କେରଳ ତରଫରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସଂପର୍କରେ ଓଡିଶା ସରକାରଙ୍କ ସହିତ ଆଲୋଚନା କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ମନିଷା ଭି. ରମେଶ, ସ୍କୁଲ ଫର ସଷ୍ଟେନେବଲ ଡେଭଲପମେଣ୍ଟ ତଥା ନିର୍ଦ୍ଦେଶକ, ଅମ୍ରିତା ସେଣ୍ଟର ଫର ଓ୍ୱେରଲେସ୍ ନେଟଓ୍ୱର୍କ ଆଣ୍ଡ ଆପ୍ଲିକେସନସ୍ ଏବଂ ଡଃ. ସୁଦେଶ କେ.ଓ୍ୱାଧାଓ୍ୱାନ୍ , ଏହି କେନ୍ଦ୍ରର ଭୁ ବିଜ୍ଞାନ ପରାମର୍ଶଦାତା ତଥା ଅଧ୍ୟାପକ ଆଜି ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସେମାନେ ଗଜପତି ଜିଲ୍ଲା ପରିଦର୍ଶନରେ ଯାଇଥିଲେ।…
ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଜି ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚୁ୍ୟଟ୍ ଫର ୱିମେନ୍ ଆଣ୍ଡ ଚିଲଡ୍ରେନ ପରିସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନ (ଏସ୍ଆଇଆର୍ଡି), ୱାସନ ଭଳି ବିଭିନ୍ନ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ସହଯୋଗରେ ଷ୍ଟେଟ୍ ଇନ୍ଷ୍ଟିଚୁ୍ୟଟ୍ ଫର ୱିମେନ୍ ଆଣ୍ଡ ଚିଲଡ୍ରେନ ଏକ ଉତ୍କର୍ଷ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି । ସେ ଆହୁରି ମଧ୍ୟ କହିଲେ ଯେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ପାଇଁ ଆମକୁ ସହଭାଗିତାରେ କାର୍ଯ୍ୟ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ତିରିଶ ହଜାର କଳାକାର ଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ ଛନ୍ତି। ଏହି ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା (ବାର ଶହ ଟଙ୍କା) ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଯୋଜନା ର ହିତାଧିକାରୀ ଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି। ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ରେଳ ଷ୍ଟେସନରେ ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ଖବର ମୁତାବକ ଆଜି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ନସମ ପ୍ରଭାକର(୪୭) ଭୁବନେଶ୍ୱରରୁ ବିଜୟୱାଡା ଯାଉଥିବାବେଳେ ବାଲୁଗାଁ ଷ୍ଟେସନ ଠାରେ ଅସୁସ୍ଥତା ଅନୁଭବ କରିବାରୁ ଜିଆରପି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ଚିକିତ୍ସା କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା କହିଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।ଆଜି ଅପରାହ୍ନରେ କୌଣସି କାମ ନେଇ ସ୍ତ୍ରୀ ଓ ଝିଅ ସହ ବିଜୟୱାଡା ଯାଉଥିଲେ। ମୃତ ବ୍ୟକ୍ତି ଜଣକ ତେଲେଙ୍ଗାନା ଖମାମ ଅଞ୍ଚଳର ନସମ ସାମାଇହାଙ୍କ ପୁଅ ନସମ ପ୍ରଭାକର ଯିଏକି ଭୂଷଣ କମ୍ପାନୀରେ କାର୍ଯ୍ୟରତ ଥିବା ସ୍ତ୍ରୀ କହିଛନ୍ତି।
ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ (RTI PMU) ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଭାସି ମାଧ୍ୟମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୂଚନା ଅଧିକାର ଆଇନ ଅନିୟମ,୨୦୦୫ ର ଧାରା ୪ (୧) (ଖ ) ଅଧୀନରେ ପ୍ରୋ ଆକ୍ଟିଭ disclosure ବାଧ୍ୟତାମୂଳକ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ସୂଚନା ଅଧିକାର ଆଇନ ର ଡୋମେନ ଏକ୍ସପର୍ଟ ଶ୍ରୀହର୍ଷ ପରିଛା ଆଭାଷୀ…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଜାତୀୟ ମହିଳା ସମ୍ମେଳନ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମହିଳା ହିଂସା ବିଲୋପ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣରେ ଉତ୍ତରାୟଣୀ ମନ୍ଦିର ନିକଟରୁ ମହିଳାମାନଙ୍କର ଏକ ବିରାଟ ଶୋଭାଯାତ୍ରା ବଜାର ପରିକ୍ରମା କରି ଅଶୋକ ନଗର ବଣିକ ସଙ୍ଘ ପର୍ଯ୍ୟନ୍ତ ଆସିବା ପରେ ସମ୍ମେଳନ ଆରମ୍ଭ ହୋଇଥିଲା। ଆୟୋଜିତ ସମ୍ମିଳନୀରେ ସଭାପତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ ମାନସୀ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଧ୍ୟାପିକା ସୁଜାତା ପ୍ରଧାନ କହିଲେ ଯେ ସାମ୍ପ୍ରତିକ ସମୟରେ ଭାରତରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ନାରୀମାନଙ୍କ ଅଧିକାର ସମ୍ପର୍କରେ ସମାଜର ଅଧିକାଂଶ ବ୍ୟକ୍ତି ସଚେତନ ନୁହନ୍ତି। ତେଣୁ ପ୍ରତ୍ୟେକ ପୁରୁଷ ନାରୀମାନଙ୍କ ଅଧିକାର ସମ୍ପର୍କରେ…
ଭୁବନେଶ୍ୱର: ଓଡିଶାର ୩୦ ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା- ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ ଓ ରାୟଗଡା ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ (ଏମ୍ଡିଏ) କାର୍ଯ୍ୟକ୍ରମ ଆସନ୍ତା ୧୦-୧୯ ଫେବୃଆରୀ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉପରୋକ୍ତ ୭ଟି ଜିଲ୍ଲାରେ ୫୬ଟି ବ୍ଲକ ତଥା ସହରାଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ୱରର ଅଧିକ ପ୍ରଭାବ ରହିଛି, ସେହି ସ୍ଥାନମାନଙ୍କରେ ହେବ। ୩ଟି ଜିଲ୍ଲା ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡାରେ ତିନି ପ୍ରକାର ବଟିକା ଯଥା (ଡି.ଇ.ସି, ଆଲବେଣ୍ଡାଜୋଲ ଓ ଆଇଭରମେକcିନ) ଖାଇବାକୁ ଦିଆଯିବ ଏବଂ ୪ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ନୟାଗଡ ଓ କନ୍ଧମାଳରେ ଦୁଇ ପ୍ରକାରର ଔଷଧ (ଡି.ଇ.ସି ଓ ଆଲବେଣ୍ଡାଜୋଲ) ଖାଇବାକୁ ଦିଆଯିବ। ଉପରୋକ୍ତ ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବା…
ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀ ଠାରେ ବିମ୍ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନସିପ୍ ୨୦୨୪ର ଶୁଭାରମ୍ଭ କରିଛନ୍ତି । ବିମ୍ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିୟନଶିପ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି । ଏହି ଅବସରରେ ଶ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ , ବିଶ୍ୱର ୨୫% ଜନସଂଖ୍ୟା ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ବସବାସ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୭ଟି ବିମ୍ଷ୍ଟେକ୍ ଦେଶ ଏକାଠି ହେବା ପରେ ବଙ୍ଗୋପସାଗର ଅଞ୍ଚଳ କେବଳ ଯାତ୍ରା ଓ ପରିବହନ ପାଇଁ ବ୍ୟବହୃତ ଅଞ୍ଚଳରେ ପରିଣତ ହେବ ନାହିଁ ବରଂ ପ୍ରଗତି, ବିକାଶ ଏବଂ ସହଯୋଗର କ୍ଷେତ୍ରରେ ପରିଣତ ହେବ। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଏହା କେବଳ ଗଭୀର ବନ୍ଧୁତା ନୁହେଁ ବରଂ ଏକ ଗଭୀର କ୍ରୀଡ଼ା ସଂସ୍କୃତି ଗଠନରେ…
ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଦାସ ଓ ଶ୍ରୀ ପଣ୍ଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଶ୍ରୀ ପଣ୍ଡା କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ…
ନୂଆଦିଲ୍ଲୀ: ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଆଜି ସୁଦ୍ଧା ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଆୟୋଜିତ ୨,୩୪,୨୫୯ ଟି ସ୍ୱାସ୍ଥ୍ୟ ଶିବିରରେ ସମୁଦାୟ ୭,୨୨,୬୯,୦୧୪ ରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ସ୍ୱାସ୍ଥ୍ୟ ଶିବିରରେ ନିମ୍ନଲିଖିତ କାର୍ଯ୍ୟ କରାଯାଉଛି: ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା: ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ୍ କାର୍ଡ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୧,୦୩,୯୪୨ ଫିଜିକାଲ କାର୍ଡ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୭୮,୮୬,୪୬୦ ଟି କାର୍ଡ ତିଆରି କରାଯାଇଛି । ଯକ୍ଷ୍ମା (ଟିବି): ଯକ୍ଷ୍ମା ରୋଗୀଙ୍କ ସ୍କ୍ରିନିଂ, ସ୍ପୁଟମ୍ ପରୀକ୍ଷା ଏବଂ ଉପଲବ୍ଧ ସ୍ଥାନରେ ଏନଏଏଟି ମେସିନ୍ ବ୍ୟବହାର କରି କରାଯାଏ । ଯକ୍ଷ୍ମା ଥିବା ସନ୍ଦେହ ହେଲେ ଉଚ୍ଚ କେନ୍ଦ୍ରକୁ…

