ଭୁବନେଶ୍ବର: ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୧ ମାସରେ ସଂଗ୍ରହ ହୋଇଛି ୪ଲକ୍ଷ ୟୁନିଟ୍ ରକ୍ତ। କେବଳ ଚଳିତ ବର୍ଷ ୧ଲକ୍ଷ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ଏହି ରକ୍ତ ସଂଗ୍ରହ ହୋଇଛି। ଯେପରି ରକ୍ତ ବିନା ଓଡ଼ିଶାବାସୀଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଓଡ଼ିଶା-ମୋ ପରିବାର ଅଧୀନରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କର…
Author: Samikhsya Bureau
ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସଏସ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା,ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ…
ଭୁବନେଶ୍ବର: ଆଜି କଂଗ୍ରେସରୁ ତିନିଜଣ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନିଆଯାଇଛି। ସେମାନେ ହେଲେ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ। ଆଜି କଂଗ୍ରେସ ଭବନରେ ଏହି ଘୋଷଣା କରିଛନ୍ତି ପ୍ରଭାରୀ ଡ ଅଜୟ କୁମାର। ଅଜୟ କୁମାର ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ପରେ ଦ୍ବିତୀୟ ଥର ପାଇଁ ସେ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଗତକାଲି ଦୀର୍ଘ ସମୟ ଧରି ଏହି ତିନି ନେତାଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ଜଣାପଡିଥିଲା ଯେ ଏହି ତିନି ନେତା ପୁଣି ଥରେ କଂଗ୍ରେସରେ ସାମିଲ ହେବେ।
ଭୁବନେଶ୍ବର: ଧିରେଧିରେ କଂଗ୍ରେସ ନିଜକୁ ଶକ୍ତିଶାଳି କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁରା ପରିବାର ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ କଂଗ୍ରେସକୁ ଫେରିବେ। ଏ ନେଇ ନୂଆ ଦିଲ୍ଲୀରେ ନୂଆ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଏହି ତିନିଜଣ ଦୀର୍ଘ ଆଲୋଚନା କରିଛନ୍ତି। ସେମାନଙ୍କୁ କଣ ପାଇଁ ଦଳରୁ ନିଳମ୍ବନ କରାଗଲା ସେ ସେ ଅଜୟ କୁମାର ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହାପରେ ସେ ଏହି ତିନି ନେତାଙ୍କୁ ପୁଣି ଥରେ ଦଳକୁ ଫେରିବା ବା ନିଲମ୍ବନ ହଟାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେହି ଅନୁସାରେ ଏହି ତିନିଜଣଙ୍କ ଉପରୁ ଖୁବ ଶିଘ୍ର ନିଲମ୍ବନ ହଟାଯିବ ବୋଲି ଜଣାପଡିଛି। ଗତବର୍ଷ ଜୁଲାଇ ମାସରେ କଂଗ୍ରେସ ମହମ୍ମଦ ମୋକିମ…
ଭୁବନେଶ୍ବର: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୫୦ରେ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ବ୍ୟାଟିର ଗାଡିରେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ। ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ କରିଥିଲେ। ଏହାପରେ ସେ ଆଜି ପୁଣି ଥରେ ଏହି ପ୍ରକଳ୍ପ ଦେଖିବା ସହିତ ଜଗନ୍ନାଥ ପ୍ରଦର୍ଶନୀ ବୁଲିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରିଛନ୍ତି।
ପ୍ରଦୀପ ସେନାପତି ୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍ସାଇଟ୍ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି। ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତି ବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି। ୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍ସାଇଟ୍ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ…
ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ରାଲି ଅପରାହ୍ନରେ ବାହାରି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯିବା ସହ ମାଷ୍ଟରକ୍ୟାଂଟିନ ଛକକୁ ଏକ ଘଂଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ…
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ୭୦ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ। ସୂଚନା ଅନୁସାରେ ଆସନ୍ତା ୧୦ବର୍ଷ ମଧ୍ୟରେ ଏକ ଲକ୍ଷ ଏକର ଜମିରେ କଫି ଚାଷ କରାଯିବ। ଏଥିପାଇଁ ରାଜ୍ୟର ୬ଟି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଜଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଅଧୀନରେ କଫି ନର୍ସରୀ ପ୍ରସ୍ତୁତ କରିବା ନିମନ୍ତେ ମହିଳା…
କଟକ: ଓଡିଶାର ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଆଜି ତାଙ୍କର କଟକ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଶେଷରେ ଆଜି ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ଅରୁଣ ପଣ୍ଡା ଓଡିଶା ସାମ୍ବାଦିକ ତଥା ସାହିତ୍ୟ କ୍ଷେତ୍ରରେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ଶେଷ ସମୟ ପର୍ଯ୍ୟନ୍ତ ବିଭିନ୍ନ ସମ୍ବାଦପତ୍ରରେ ସମ୍ଭକାର ଭାବେ ଲେଖି ଆସୁଥିଲେ। ନିକଟରେ ତାଙ୍କର ଏକ ଲେଖା ‘ମୃତ୍ୟୁ ପରେ କଣ’ ବୋଲି ଦୈନିକ ପ୍ରଗତିବାଦୀରେ ପ୍ରକାଶିତ ହୋଇଥିଲା। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ଜିଲ୍ଲାପାଳ ପ୍ରାୟ ତିନିବର୍ଷ ପାଖାପାଖି ଗୋଟିଏ ସ୍ଥାନରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଇଛି। ଏପରିକି ତିନିବର୍ଷ ପୁରିବାକୁ କେତେମାସ ବାକି ଥିବା ଜିଲ୍ଲାପାଳଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। କେ ସୁଦର୍ଶନ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଜୁନ 2022 ମସିହାରେ ଯୋଗ ଦେଇଥିଲେ। ଯୋଗ ଦେବାଠାରୁ ସେ ଜଣେ ଦକ୍ଷ ଅଫିସର ଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲାର କୋଣ ଅନୁକୋଣକୁ ସେ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। ତେବେ ତାଙ୍କ ବଦଳରେ ବର୍ତ୍ତମାନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାପାଳ ଅଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଏଥିରେ ପୁର ଖୋର୍ଦ୍ଧା ଜିଲ୍ଲାପାଳ ସହିତ …ଜଣଙ୍କୁ ବଦଳି କରିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ 1- ତେମଜେନୱାପଙ୍ଗ ଆଓ- ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ 2- ରଞ୍ଜନ ଦାସ- କେନ୍ଦ୍ରାଞ୍ଚଳ ଆରଡିସି 3- ଶ୍ରୀକାନ୍ତ ପୃଷ୍ଟି- ଉତ୍ତରାଞ୍ଚଳ ଆରଡିସି, 4- ସମର୍ଥ ବର୍ମା- ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ 5-ଆଶିଷ ଠାକରେ- ମୟୁରଭଞ୍ଜ ଜିଲ୍ଲାପାଳ 6- କେ ସୁଦର୍ଶନ ଚକ୍ରବର୍ତ୍ତୀ- ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ 7- ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ 8- ନିଖିଳ ପବନ କଲ୍ୟାଣ- ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ 9- ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ 10- ମୋନିସା ବାନାର୍ଜୀ- ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା 11- ଚଞ୍ଚଳ ରଣା- ଖୋର୍ଦ୍ଧା ଜିଲ୍ଲାପାଳ 12-…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ ବଦଳି କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ଆରଡିସି କରାଯାଇଛି। ନିକଟରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରି ଦେଖାଇଥିଲେ। ହେଲେ ହଠାତ ତାଙ୍କୁ ବଦଳି କରିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦବୀକୁ ରାଜ୍ୟର ଅତିରିକ୍ତ ସଚିବ ପ୍ୟାହାର ଯାହା ଦାୟିତ୍ବ ତାହା ଏହି ପଦବୀକୁ ପ୍ରଦାନ କରାଯାଇଛି। ଫଳରେ ସେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ନିଷ୍ପତି ନେଇପାରିବେ। ସେହିପରି ପୁରୀ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।
ନୂଆଦିଲ୍ଲୀ: ଅଯୋଦ୍ଧା ରାମମନ୍ଦିରରେ ରାମଲଲା ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ଉପବାସ ରହିଥିଲେ। ଏହିପରି ଏକ ଖବର ଆଜି ପ୍ରତିଷ୍ଠା ଉତ୍ସବରେ କହିଛନ୍ତି ରାମମନ୍ଦିରର ସେବକ ଗୋବିନ୍ଦ ଦେବ ଗିରି। ସେ କହିଛନ୍ତି ଯେ, ମୋଦିଙ୍କୁ ୩ ଦିନ ଉପବାସ ରହିବା ପାଇଁ କୁହାଯାଇଥିଲା। ହେଲେ ସେ ପୁରା ୧୧ ଦିନ ଧରି ନିଷ୍ଠାର ସହ ଉପବାସ ରହିଲେ। ରାମଲଲା ପ୍ରାଣ ପ୍ରତିଷ୍ଠା ପରେ ଆୟୋଜିତ ଏକ ସଭାରେ ଗିରି କହିଛନ୍ତି ଯେ, ଏହି ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ଠା ରହିଛି। ସେ ୨୦ ଦିନ ପୂର୍ବରୁ ପ୍ରାଣପ୍ରତିଷ୍ଠା ପାଇଁ କଣ ବ୍ରତ କରିବାକୁ ପଡିବ ତାହାର ତାଲିକା ଦେବାକୁ ଆମକୁ କହିଥିଲେ। ସେହି ଅନୁସାରେ ଆମେ ତାଙ୍କୁ ଏକ ତାଲିକା ପ୍ରଦାନ କରିଥିଲୁ। ସେଥିପେ ୧୧ ଦିନ ଧରି ବ୍ରତ ପାଳନ କରିବାକୁ ପଡିବ ବୋଲି କୁହାଯାଇଥିଲା। ଏଥିରେ ୧୧…
ଭୁବନେଶ୍ବର: ଆଜି ଅଯୋଦ୍ଧାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଯୋଗୁଁ ସାରା ଦେଶ ରାମମୟ ହୋଇପଡିଛି। ଅଯୋଦ୍ଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ପୂଜା ଅର୍ଚ୍ଚନା କରି ରାମ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ଏହି ଉତ୍ସବ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ହେଲେ ବହୁ ଭକ୍ତ ଟିଭି ସିଧାପ୍ରସାରଣ ଦେଖି ସେମାନଙ୍କର ଇଚ୍ଛାକୁ ପୂରଣ କରିଛନ୍ତି। ସେହିପରି ଜଗନ୍ନାଥଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଟିଭିରୁ ସିଧା ପ୍ରସାରଣ ଦେଖିଛନ୍ତି। ଉଭୟ ଏକ ହିନ୍ଦି ଚ୍ୟାନେଲରୁ ଅଯୋଦ୍ଧାରେ ହେଉଥିବା ଏହି ମହାସମାରୋହକୁ ଦର୍ଶନ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମୟରେ ଉଭୟ ନବୀନ ଏବଂ କାର୍ତ୍ତିକ ରାମଲାଲାଙ୍କୁ ହାତ ଯୋଡି ମୁଣ୍ଡିଆ ମାରିଥିଲେ।
RamLala Pran Pratistha: ଆଯୋଦ୍ଧା ରାମମନ୍ଦିରରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମନ୍ଦିର ପରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପାରଂପାରିକ ହିନ୍ଦୁ ପୋଷାକ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିଛନ୍ତି। ସେ ସିଂହଦ୍ବାର ଦେଇ ମନ୍ଦିରରେ ପ୍ରବେଶ ପରେ ତାଙ୍କୁ ପୂଜାରୀମାନେ ପାଛୋଟି ନେଇଛନ୍ତି। ମନ୍ଦିର ମଧ୍ୟରେ ପ୍ରବେଶ ବେଳେ ମୋଦି ହାତରେ ଚାନ୍ଦିର ମୁକୁଟ ସହ ରାମଲାଲଙ୍କ ପୋଷାକ ଧରିଥିଲେ। ସେ ମନ୍ଦିରରେ ପ୍ରଥମେ ସଂକଳ୍ପ ଗ୍ରହଣ କରିଥିଲେ। ଏହାପରେ ଗର୍ଭଗୃହରେ ପ୍ରବେଶ କରି ସେ ପୂଜାପାଠ ଆରମ୍ଭ କରିଛନ୍ତି। ପାଖରେ ଅଛନ୍ତି ଆରଏସଏର ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ।
ଭୁବନେଶ୍ୱର: ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ଦାସ ଟୁଇଟ୍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍ ଭୁଲ୍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜ ଗତ ସେପେଫମ୍ବର ମାସଠାରୁ ଆଭାସୀ ମାଧ୍ୟମରେ ଆୟୋଜନ କରାଯାଉଅଛି। ଏହି କାର୍ଯ୍ୟକ୍ରମ ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୩୧ଟି ଧନ୍ଦାମୂଳକ ଓ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଗ୍ଦର୍ଶନ ଦିଆଯାଉଛି। ଏହି ଅଧିବେଶନରେ ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହିତ କଥାବାର୍ତ୍ତା ଶୀର୍ଷକ ଆଲୋଚନା କରାଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସମୀର ଜେନା ଓ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ – ଦୁଇଜଣ ନବନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗ ଦେଇଥିଲେ। ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର ଆମନ୍ତ୍ରିତ…
ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଆସନ୍ତା ଜାନୁୟାରୀ ୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସୁପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଅନୁମୋଦନ କରିଛନ୍ତି। ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ରହିଛନ୍ତି। ସେହିଭଳି ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ତଥା ପିସିସି କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଅଛନ୍ତି। ସେହିପରି ପୂବର୍ତନ ଅର୍ଥମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଲୋଗୋର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ସୂଚନାଯୋଗ୍ୟ ଯେ ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏତଦବ୍ୟତୀତ ସମସ୍ତ ସରକାରୀ ଗାଡିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ…
ନୂଆଦିଲ୍ଲୀ: ବଡ ଖବର ହିମାଚଳ ପ୍ରଦେଶରୁ ଆସିଛି ଯେଉଁଠାରେ ଜାନୁଆରୀ ୨୨ କୁ ରାଜ୍ୟରେ ପୁରା ଛୁଟି ଘୋଷଣା କରାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଜାନୁଆରୀ ୨୨ କୁ ଦେଶର ଅନେକ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ହେଲେ ବିଶେଷ କଥା ହେଉଛି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଅଛି, ତଥାପି ସେଠାକାର ସରକାର ୨୨ ଜାନୁଆରୀରେ ଛୁଟି ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂ ସୁଖୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ଏବଂ ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ ରେ ରାଜ୍ୟବାସୀଙ୍କୁ ନିଜ ଘରେ ଦୀପ ଜାଳିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖୁ ମଧ୍ୟ ରାମ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଆଜି ସିମିଲାସ୍ଥିତ ଶ୍ରୀ ରାମ ମନ୍ଦିରରେ ମର୍ଯ୍ୟଦାପୁରୁଷ ଭଗବାନ ପ୍ରଭୁ ଶ୍ରୀ ରାମ ଜୀ ଙ୍କ ପାଦତଳେ ମୁଣ୍ଡ ନୁଆଁଇ ପ୍ରାର୍ଥନା…
କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାକାର ବସନ୍ତ କାର ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ କାର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ସୁଧାକାରଙ୍କୁ କାର ଡୋର କାଟି ଭିତରୁ ବାହାର କରାଯାଇଥିଲା। ତାଙ୍କୁ ତୁରନ୍ତ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଭଲ ନାହିଁ ବୋଲି ଜଣାପଡିଛି। ସେହିପରି ଡ୍ରାଇଭର ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ସେ ଟାଙ୍ଗିରୁ ଫେରୁଥିବା ବେଳେ ମଙ୍ଗୁଳି ଛକରେ ଏକ ଟ୍ରକ ପଛକୁ ତାଙ୍କ କାର ପିଟିଦେଲା। ଫଳରେ ଘଟଣା ସ୍ଥଳରେ ତାଙ୍କ କାର ଭାଙ୍ଗି ଚୁରମାର ହୋଇଯାଇଛି। ତେବେ କାର ଭିତରୁ ତାଙ୍କୁ ବାହାର କରିବା ସମ୍ଭବ ହୋଇ ନ ଥିଲା। ଟାଙ୍ଗି ଚୌଦ୍ବାର ଦମକଳ ବାହିନୀ ଆସିବା ପରେ କଟର ସାହାଯ୍ୟରେ କାରକୁ କାଟି ସୁଧାକରଙ୍କୁ ଭିତରୁ ବାହାର କରିଥିଲେ।

