Author: Samikhsya Bureau

ଭୁବନେଶ୍ବର: ଲୋକସେବା ଭବନରେ ଆନ୍ତଃ ମନ୍ତ୍ରୀ କମିଟି ସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ପୂର୍ବରୁ ଦୁଇ ଦୁଇ ଥର ବାତିଲ ପରେ ଏହି ବୈଠକ ଗତକାଲି ଅପରାହ୍ନରେ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଆୟୁଷଡାକ୍ତର ଛାତ୍ର ସଂସଦକୁ ସେମାନଙ୍କ ପ୍ରାରମ୍ଭିକ ଅଭିଯୋଗ ରଖିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡା ରାଜେଶ ମିଶ୍ର ଓ ସମ୍ପାଦକ ଡା ଲୋପାମୁଦ୍ରା ଖଟୋଇ ରାଜ୍ୟରେ ବିଗତ୨୧ବର୍ଷ ଧରି ଆୟୁଷ କ୍ଷେତ୍ରରେ ନୂତନ ଦିସ୍ପେନସାରି ସୃଷ୍ଟି ହୋଇନଥିବା ଏବଂ ଆୟୁଷ କ୍ଷେତ୍ରରେ ନୂତନ ଡାକ୍ତର ନିଯୁକ୍ତିପଦବୀ ପାଇଁ ଦାବୀ ରଖିଥିଲେ। ରାଜ୍ୟ ସରକାର ସରକାରୀ ଭାବେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତର ଙ୍କ କ୍ୟାଡର ଓ ଦରମାର ସଂଶୋଧନ କରିବା ଦ୍ୱାରା ଆଗକୁ ଶୂନ୍ୟସ୍ଥାନ ପଦବୀ ସ୍ୱରୂପ ବର୍ତ୍ତମାନ ୧୯୬ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଓ୨୨୮ଟି ଆୟୁର୍ବେଦିକ ମେଡ଼ିକାଲ ଅଫିସର ପୋଷ୍ଟ ପ୍ରସ୍ତୁତି ନିଶ୍ଚିତ…

Read More

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା…

Read More

ନୂଆଦିଲ୍ଲୀ: ପୁଣି ଥରେ ଉଦଜୀବିତ ହୋଇଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିବାଦ। କାରଣ ପୂର୍ବରୁ ସୁପ୍ରିମକୋର୍ଟ ବର୍ତ୍ତମାନ ହାଇଟେକ ଯୁଗରେ ଆଉ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକ ନାହିଁ ବୋଲି କହିବା ପରେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଲଦି ନିଜେ ଖସିଯିବାକୁ ଉଦ୍ୟମ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ତରଫରୁ ଏକ ଲମ୍ବା ସ୍ପଷ୍ଟିକରଣ ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ● ‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଥିବା ଓଡ଼ିଶାର କେତେକ ଗଣମାଧ୍ୟମରେ ଏକ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ପାଇଛି। ତେବେ କେନ୍ଦ୍ର ମନ୍ତ୍ରୀ ପ୍ରକୃତରେ କହିଥିଲେ ଯେ, ଭାରତ ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଭର୍ଚୁଆଲ୍ ବେଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ…

Read More

ଭୁବନେଶ୍ବର: ନୂଆବର୍ଷରୁ ବର୍ତ୍ତମାନ ସବୁଦଳର ନିର୍ବାଚନ ପ୍ରସ୍ତୁତି ଜୋରଜାର ଆରମ୍ଭ ହୋଇଯାଇଛି। ତେବେ ସୁତ୍ର ଅନୁସାରେ ସବୁ ଦଳ ପ୍ରଥମେ ଲୋକସଭା ପ୍ରାର୍ଥୀ ନିର୍ଦ୍ଧାରିତ କରିବା ଆରମ୍ଭ କରିଛନ୍ତି। କାରଣ 21 ଟି ଆସନ ଜଞ୍ଜାଳ ଶେଷ କରିଦେଲେ ଏହାପରେ ବିଧାନସଭା ଆସନ କଥା ଚିନ୍ତା କରାଯିବ। କାରଣ ସବୁ ଦଳ ପାଇଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବା ସବୁଠାରୁ କଷ୍ଟଦାୟକ। ତେବେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ବିଜୁ ଜନତା ଦଳ ଏଥର ଲୋକସଭା ପାଇଁ ରଣନୀତି ତଥା ପ୍ରାର୍ଥୀ ଚୟନ ଆରମ୍ଭ କରିଦେଇଛି। ଏଥର ପ୍ରାର୍ଥୀ ଚୟନରେ ଖୋଦ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସିଧା ହସ୍ତକ୍ଷେପ ରହିବ। ଏଥିସହିତ ସାଂଗଠାନିକ ସଂପାଦନ ପ୍ରଣବ ପ୍ରକାଶ ଦାସଙ୍କର ଭୂମିକା ମଧ୍ୟ ରହିବ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଲେ ତାହା ଘୋଷଣା କରାଯିବ। ବିଜେଡିର ଭିତିରିଆ ସୁତ୍ର ଅନୁସାରେ ଦଳ ଏଥର ବହୁ ସାଂସଦଙ୍କ ଟିକେଟ କାଟିବ ବୋଲି…

Read More

ଭୁବନେଶ୍ବର: ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଦଳୀୟ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଆଜି ବିଜେଡି ଦୁଇ ଜଣ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି। ସେହି ଅନୁସାରେ ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କୁ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେଗୁଡିକ ହେଲା ତେଲକୋଇ ଏବଂ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ। ସେହିପରି ବାଲିଆପାଳର ନେତା ଦେବ କୁମାର ଦେ ଙ୍କୁ ବାଲେଶ୍ବର ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି।

Read More

ଭୁବନେଶ୍ୱର: ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବହୁଦିନର ଦାବିକୁ ବିଚାରକୁ ନେଇ ସରକାର ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବିଦ୍ୟାଳୟ ଜମିକୁ ନେଇ ଥିବା ବିବାଦ ସମାଧାନ ହୋଇପାରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସେହିଭଳି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର…

Read More

ଭୁବନେଶ୍ୱର:ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଏକ ସଭାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ସେ ସମ୍ବଲପୁରରୁ ଛିଡା ହେବେ। ସେହିପରି ପୂର୍ବରୁ ସେ କହିଥିଲେ ଯେ, ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ସେ ସମ୍ବଲପୁର ଆସନକୁ କାହିଁକି ବାଛିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି। ଏପରି ହେବାର କାରଣ…

Read More

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ। ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ। ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି । ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଡ଼ିସେମ୍ବର ୧୧, ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ…

Read More

ଭୁବନେଶ୍ବର: ଆସନ୍ତାକାଲି ବୁଧବାର ୪ ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ବନକଲାଗି ନୀତି ଆରମ୍ଭ ହେବ। ତେବେ ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜିୟୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବରେଣ୍ୟ ବ୍ୟକ୍ତିତ୍ବ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ମରଣ କରିଛନ୍ତି। ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟକୁ ବ୍ୟାପକ କରିବା ସହ ରାଜ୍ୟ ପ୍ରଗତିରେ ତାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ମନେ ପକାଇଛନ୍ତି।

Read More

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଟାଙ୍ଗୀ: ନୂଆ ବର୍ଷ ପାଳନ ବେଳେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରତନ ପୁର ପଞ୍ଚାୟତ ନରହରି ସାହିରେ କୂଅରେ ବୁଡି ଶିଶୁ ପୁତ୍ର ମୃତ ହୋଇଥିବାର ଜଣାପଡିଛି। ମୃତ ଶିଶୁ ପୁତ୍ରର ନାମ ଆକାଶ ବେହେରା ଏବଂ ବୟସ 10 ବର୍ଷ ବୋଲି ଜଣା ପଡିଛି। ଗତ କାଲି ନୂଆବର୍ଷରେ ଆକାଶ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କୌଣସି କାରଣ ବଶତଃ ସେ ଏକ କୂଅରେ ଖସି ପଡ଼ିଥିଲା। ତେବେ ଏହାକୁ କେହି ଜାଣିନପାରିନଥିଲେ। ତେବେ ଆକାଶ ଘରକୁ ଫେରିବାରେ ବହୁ ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ପରବର୍ତ୍ତି ସମୟରେ ସେ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ। ଆକାଶକୁ କୂଅରୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆକାଶକୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଟାଙ୍ଗୀ ପୋଲିସ ନାବାଳକ ଶିଶୁର ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି।

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇ ପଡିଥିବା 8 ଜଣ ମହିଳା ଆଶା କର୍ମୀ ବୋଲି ଜଣା ପଡିଛି। ସମସ୍ତେ ବୁଲା ବୁଲି ସାରି କୋରାପୁଟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ଆଞ୍ଚଳରେ ବୋଲି ଜଣାପଡିଛି। ଗୁରୁତର ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।

Read More

କଟକ: ନୂଆବର୍ଷ ସକାଳୁ ସକାଳୁ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା। ଏହା କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ବସ୍ ଭିତରେ ଥିବା…

Read More

ଭୁବନେଶ୍ବର: ଆଜି ନୂଆବର୍ଷ ଉପଲକ୍ଷେ ରାଜ୍ୟର ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜି ସମସ୍ତେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ପ୍ରଦାନ କରି 2024ର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ବରେ ଏହି ଆଇଏଏସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଯେଉଁମାନେ ଥିଲେ ସେମାନେ ହେଲେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଡି କେ ସିଂ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପଞ୍ଚାୟତ ବିଭାଗର ସୁଶୀଲ ଲୋହାନୀ ପ୍ରମୁଖ ଥିଲେ। ସେହିପରି ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଭୁବନେଶ୍ବର କମିଶନରେଟ ପୋଲିସର ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି।

Read More

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦ୍‌‌ଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି। ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ମଧ୍ୟ ଭକ୍ତମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ପୋଲିସ ଡିଜି ଅରୁଣ ଷଡଙ୍ଗୀ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷ ଅଭିନନ୍ଦନ ଦେବା ସହିତ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ନୂଆ କାର୍ଯ୍ୟକାରୀ ଡିଜିପି ଭାବେ ଗତକାଲି ଅରୁଣ ଷଡଙ୍ଗୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଡିସେମ୍ବର 31 ତାରିଖରେ ଡିଜିପି ସୁନୀଲ ବଂଶଲ ଅବସର ଗ୍ରହଣ କଲେ। ତାଙ୍କ ସ୍ଥାନରେ ଜଣେ ସ୍ଥାୟୀ ଡିଜିପି ଯୋଗ ଦେବା କଥା। ହେଲେ ତାହା ନିର୍ଦ୍ଧାରିତ ହୋଇ ନ ପାରିବାରୁ ଅରୁଣ ଷଡଙ୍ଗୀଙ୍କୁ ନୂଆ ଡିଜିପି ଆସିବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

Read More

ଭୁବନେଶ୍ବର: ଆଜି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ନବୀନ ନିବାସରେ ଲାଗିଥିଲା ପ୍ରବଳ ଭିଡ। ବିଭିନ୍ନ ବର୍ଗର ଲୋକେ ଆସି ତାଙ୍କୁ ଫୁଲତୋଡା ଦେବା ସହିତ ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ। ପୂର୍ବରୁ ସେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ହେବା ପରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ହେଲେ ଆଜି ନୂଆବର୍ଷ ଥିବାରୁ ଏହି ଅଭିନନ୍ଦନ ବା ଶୁଭେଚ୍ଛା ପରିମାଣ ବେଶ ବଢିଯାଇଥିଲା। ନବୀନ ନିବାସରେ ପୋଲସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାରେ ନାକେଦନ ହୋଇପଡିଥିଲେ।

Read More

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କିଟ ପରିସରରୁ ଏକ ୱାକଥନ ବାହାରି ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ଯାଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସର୍ବଦା ଟ୍ରାଫିକ ନୀୟମ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥି ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ସଚେତନ ଓ ସତର୍କ ରହିଲେ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗଦେଇ ଜୀବନର ପ୍ରତ୍ୟେକଟି ସ୍ତରରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ଅନେକ ବିପତ୍ତିରୁ ଜଣେ ବର୍ତ୍ତି ଯାଇପାରିବ ବୋଲି ସେ କହିଥିଲେ। ସେହିଭଳି ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ଦେଇଥିଲେ। ‘ସଡ଼କ ସୁରକ୍ଷା,…

Read More

ଭୁବନେଶ୍ବର: ଶେଷରେ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୨୦୧୮ ମସିହାରେ ଦଳ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ୨୦୧୯ ରେ ବାଲିକୂଦା ଏରସମାରୁ ନିର୍ବାଚନ ଲଢି ହାରି ଯାଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦାମୋଦର ରାଉତଙ୍କ ଉପରୁ ବହିସ୍କାର ଆଦେଶ ଉଠାଇ ଦେଲେ ସେ କଣ ବିଜେଡି ହୋଇଯିବେ କି? ଏପରି ଏକ ସାଧାରଣ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାଧାରଣତଃ ଦଳୀୟ ନିୟମ ଅନୁସାରେ ଜଣଙ୍କ ଉପରୁ ବହିସ୍କାର ଉଠାଇ ଦେଲେ ସେ ସେହି ଦଳକୁ ପୁଣି ଫେରି ଆସେ। ହେଲେ ଯଦି ସେହି ବ୍ୟକ୍ତି ବା ନେତା ଅନ୍ୟ କୌଣସି ଦଳକୁ ଯାଇ ନ ଥିବେ ତେବେ ସେ ପୂର୍ବପରି ସେହି ଦଳରେ ରହିବେ। ହେଲେ ଦାମୋଦର…

Read More