Author: Samikhsya Bureau

ଭୁବନେଶ୍ୱର : ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି ତେରଛା ବାଣ ମାରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି। ରୂପାନ୍ତରଣର ଅର୍ଥ ବୁଝାଇବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଆଗକୁ ବଢ଼ିଛି ତା’ର ସବୁ ଉଦାହରଣ ଦେଇଥିଲେ ପାଣ୍ଡିଆନ। ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଥିଲେ। ତେବେ ଏଭଳି ରୂପାନ୍ତକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ । ସେମାନେ ଆଖି ଥାଇ ଅନ୍ଧ। ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରିଥାଆନ୍ତି ଆଉ ଯେତେ ଉଠାଇଲେ ଉଠନ୍ତି…

Read More

ଭୁବନେଶ୍ବର: ଚଳିତ 2023 ବର୍ଷ ଥିଲା ରାଜ୍ୟ ସରକାରଙ୍କ ପାଇଁ ନୂଆ ଯୋଜନା ଘୋଷଣାର ବର୍ଷା। ସରକାର ଲାଗୁ କଲେ ମୋ ଘର ଯୋଜନା। ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା। Look Back 2023: ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା…

Read More

ଭୁବନେଶ୍ଵର: ଡିସେମ୍ବର ୧୫ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବାର ଦିନବ୍ୟାପୀ ଜାତୀୟ ସ୍ତରୀୟ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ତୃତୀୟ ସନ୍ଧ୍ୟାକୁ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ମନୋରଞ୍ଜନ ମଲ୍ଲିକ, ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର ସାଂସ୍କୃତିକ ସନ୍ଧ୍ୟାର ଶୁଭ ଉଦଘାଟନ କରିଥିଲେ। ଶ୍ରୀ ମଲ୍ଲିକଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା, ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ମଞ୍ଚ ଉପରେ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ମେଳା ପରିସରରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଯାଇଛି। ‘ଶ୍ରୀଙ୍ଗାର’ ଶୀର୍ଷକରେ ଆୟୋଜିତ ଏହି ଫ୍ୟାସନ ଶୋ…

Read More

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗରେ ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତ୍ରୁଟିକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଏହାର ଗଭୀର ତଦନ୍ତ କଥା କହିଛନ୍ତି। ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଜାଣିବା ଜରୁରୀ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ପ୍ରକାଶ କରାଯିବା ଉଚିତ। ଏହା ପଛରେ କିଏ ଅଛି ? ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ତ୍ରୁଟିର ଗଭୀର ତଦନ୍ତ କରାଯିବା ଉଚିତ ଯାହାଦ୍ୱାରା ଏହି ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟ ଏବଂ ଏହା ପଛରେ କାହାର ହାତ ଅଛି ତାହା ଜଣାପଡ଼ିବ । ଏକ ସାକ୍ଷାତ୍‍କାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ…

Read More

ଭୁବନେଶ୍ବର: ଆଜି ସୁନ୍ଦରଗଡ ଜିଲ୍ଲାର ଟାଙ୍ଗର ମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ 5 ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତାହତ ସମସ୍ତ ବ୍ୟକ୍ତି ସୁନ୍ଦରଗଡ଼ ଜିଲ୍ଲା ର ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ରାଜନୈତିକ ମଞ୍ଚରେ ପଦାର୍ପଣ କରି ପୁରା ନେତାଙ୍କ ପରି ଭାଷଣ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦୁଇଦିନିଆ ଗଂଜାମ ଗସ୍ତ କାଳରେ ସେ ଆଜି ଛତ୍ରପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ସିଧା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ବିରୋଧୀ ବୋଲି ନାଁ ନ ନେଇ କହିଛନ୍ତି ଯେ, ଓଡିଶାର ଯେଉଁ ରୂପାନ୍ତରିକରଣ ହେଉଛି ତାହା କେତେକଙ୍କ ଆଖିକୁ ଦେଖାଯାଉ ନାହିଁ। ସେମାନେ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ, ଓଡିଶା କିପରି ବିକାଶ ହେଉଛି। ସେ କହିଥିଲେ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ ଦେଖନ୍ତୁ, କିପରି ଦେଖାଯାଉଛି ନିଜେ ହୃଦୟଙ୍ଗମ କରନ୍ତୁ। ମା ସମଲେଶ୍ବରୀ, ମା ତାରାତାରିଣୀ, ମା ଚଣ୍ଡି ମନ୍ଦିରର କିପରି ରୂପାନ୍ତରିକରଣ ହୋଇଛି ତାହା ଗୋଟିଏ ଗୋଟିଏ ପ୍ରମାଣ ବୋଲି ସେ କହିଥିଲେ। ଏଥିସହିତ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନଶକ୍ତି, ଆହାର ଏବଂ ସ୍କୁଲ ରୂପାନ୍ତରିକରଣ ଆଜି ଓଡିଶା ବିକାଶର ଏକ ଏକ…

Read More

ଭୁବନେଶ୍ବର: ଆଉ କିଛିଦିନ ପରେ ଶେଷ ହେବ 2023 ମସିହା। ତେବେ ଏହି ପୁରୁଣା ବର୍ଷଟି ମଧ୍ୟ ଥିଲା ବେଶ ଘଟଣା ବହୁଳ। ଏହି ବର୍ଷ ଫେବୃୟାରୀ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ ବୋଲି ଘୋଷଣା ହୋଇଥିଲା। ସମୀକ୍ଷା 2023 ରେ ପ୍ରକାଶ ପାଇଥିବା ରିପୋର୍ଟ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ ୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ଜେନା ସେତେବେଳେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଥିଲେ। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା ହୋଇଥିଲା।

Read More

ଭୁବନେଶ୍ବର: ଆଉ କିଛି ଦିନ ପରେ ଶେଷ ହେବ 2023 ମସିହା, ପ୍ରବେଶ କରିବ 2024। ତେବେ ଏହି 2023 ମସିହାର ପ୍ରାରମ୍ଭରେ ଘଟିଥିଲା ଏକ ବଡ ଘଟଣା। ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା। ଜାନୁୟାରୀ 29 ତାରିଖରେ ସମୀକ୍ଷା ରେ ପ୍ରକାଶ ପାଇଥିବା ଏହି ଖବରକୁ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ ଜାନୁୟାରୀ 29 ତାରିଖରେ ଝାରସୁଗୁଡାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧିଛକ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ଗାଡିରୁ ବାହାରି ଏକ ସଭାକୁ ଯାଉଥିବା ବେଳେ ଜଣେ ସୁରକ୍ଷା କର୍ମିଙ୍କ ଗୁଳି ମାଡରେ ତାଙ୍କର ପରଲୋକ ଘଟିଥିଲା।

Read More

ବିସ୍ପୋରଣ: ମହାରାଷ୍ଟ୍ର ନାଗପୁରର ଏକ ସୋଲାର୍ ଏକ୍ସପ୍ଲୋସିଭ୍ କମ୍ପାନୀରେ ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିସହ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ନବ ନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର ଶୁଭାରମ୍ଭ କରି ନବ ନିଯୁକ୍ତ ଶ୍ରମ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଥିଲୋ ମନ୍ତ୍ରୀ ଶ୍ରୀନାୟକ କହିଥିଲେ ଯେ ଯେତେବେଳେ ଉତ୍ତରାଖଣ୍ଡର ଟନେଲରେ ଶ୍ରମିକମାନେ ଫସିଥିଲେ ସେହି ସମୟରେ ଆମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ବିଭାଗ ତରଫରୁ ସେ ନିଜେ ବ୍ୟକ୍ତିଗତ ଭାବେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେହି ସ୍ଥାନକୁ ଯାଇ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲୋ ମୁଖ୍ୟମନ୍ତ୍ରୀ ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଆୟୋଜିତ ଜନସଂପର୍କ ପଦ ଯାତ୍ରାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅଡୁଆରେ ପକାଇ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା। କାରଣ ସେ ଏକ ଜନସମାବେଶକୁ ଉଦବୋଧନ ଦେବା ବେଳେ ଶ୍ରୀମୟୀ ହେଉଛନ୍ତି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା କରିଦେଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ କର୍ମୀମାନେ ତାଳି ବାଡେଇ ସ୍ବାଗତ କଲେ ସତ ହେଲେ ଅଡୁଆର ପଡିଗଲେ ଶ୍ରୀମୟୀ। ଅଶୋକ ପଣ୍ଡା କହିଥିଲେ ଯେ, ଆପଣମାନଙ୍କ ପାଖରେ ଯେ ଛିଡା ହୋଇଛନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିବେ ବୋଲି ନିଷ୍ପତି କରିଛନ୍ତି। ତାଙ୍କ ନିଷ୍ପତିକୁ ଆମେ ସ୍ବାଗତ କରିବା କି ନାହିଁ ? ଏପରି କହି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ପୁଣି ଅଶୋକ କହିଥିଲେ ଯେ, ତାଙ୍କୁ ଜିତାଇବା କି ନାହିଁ ? ସମସ୍ତେ ହଁ କରି ଥିଲେ। ଶେଷରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ। ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ଠାରେ…

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ସାଂସ୍କୃତିକ ସନ୍ଧ୍ୟା ‘ମଲ୍‌ ରୁ ମ୍ୟୁଜିୟମ୍‌’ ଆୟୋଜିତ ହୋଇଯାଇଛି। ଯୁବଗୋଷ୍ଠୀଙ୍କୁ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ପ୍ରାଚୀନ କଳାକୃତି ଓ ଇତିହାସର ପ୍ରତୀକ ଭାବେ ପରିଚିତ। ଏହାର ମହାନତା ସଂପର୍କରେ ଜାଣିବାର ଆବଶ୍ୟକତା ଥିବାରୁ ଯୁବଗୋଷ୍ଠୀଙ୍କୁ ରାଜ୍ୟ ସଂଗ୍ରହାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ନିଜର ସଂସ୍କୃତି ଓ ଇତିହାସ ଜାଣିବା ସହ ଭବିଷ୍ୟତ ପିଢ଼ି ସୁରକ୍ଷିତ ହୋଇପାରିବେ। ଆଜିର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

Read More

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କୁ ଏକ ସମାବେଶୀ ଓ ସଶକ୍ତ ସ୍ୱପ୍ନ ସାକାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଅର୍ବାନ ଏକାଡେମୀରେ ନବନିଯୁକ୍ତ ପିଡି, ଓଇଓଙ୍କ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଥିଭାଥନନ ଏହା କହିଛନ୍ତି। ଅଧିକାରୀମାନଙ୍କୁ ସ୍ୱାଗତ କରି ଶ୍ରୀ ମାଥିଭାଥାନନ କହିଲେ, “ଆପଣଙ୍କ ଯାତ୍ରା ଆରମ୍ଭ ହୋଇଛି, କଠିନ ପରିଶ୍ରମ କରନ୍ତୁ, ପ୍ରତିଶ୍ରୁତିବଦ୍ଧ ରୁହନ୍ତୁ। ଆପଣମାନେ ସମସ୍ତେ ଏବେ ଆମର ସାମୂହିକ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ମୁଁ ତୁମ ଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଶା କରୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାର କେନ୍ଦ୍ରରେ ଜନତା ଅଛନ୍ତି ବୋଲି କହି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଆପଣମାନଙ୍କର…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଆଉ ମାତ୍ର ୨-୩ ମାସ ବାକି ଅଛି । ଏହା ପୂର୍ବରୁ ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ସାମ୍ନାକୁ ଆସିଛି । ସଦ୍ୟତମ ଅଡିଟ୍ ରିପୋର୍ଟ ଅନୁଯାୟୀ, ଇଲେକ୍ଟୋରାଲ ବଣ୍ଡ ଜରିଆରେ ୫ଟି ଆଞ୍ଚଳିକ ଦଳମୋଟ ୧୨୪୩ କୋଟି ଟଙ୍କା ପାଇଛନ୍ତି। ଏହି ଦଳଗୁଡ଼ିକ ମଧ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ), ତୃଣମୂଳ କଂଗ୍ରେସ, ଡିଏମକେ, ବିଜୁ ଜନତା ଦଳ (ବିଜେଡି) ଏବଂ ଓ୍ଵାଇଏସ୍ଆର୍ ରହିଛନ୍ତି । ଏହା ୨୦୨୧-୨୨ରେ ସଂଗ୍ରହ କରାଯାଇଥିବା ୧୩୩୮ କୋଟି ଟଙ୍କା ତୁଳନାରେ କମ୍ ହୋଇଥିବାବେଳେ ବିଆରଏସ ଏହି ସମୟ ମଧ୍ୟରେ ବଣ୍ଡ ତୁଳନାରେ ୩.୪ ଗୁଣ ଅଧିକ ସଂଗ୍ରହ କରିଛି। ଇଲେକ୍ଟୋରାଲ ବଣ୍ଡରୁ କେଉଁ ଦଳକୁ କେତେ ଫାଇଦା ଇଲେକ୍ଟୋରାଲ ବଣ୍ଡ ସହାୟତାରେ ୨୦୨୨-୨୩ରେ ତୃଣମୂଳ କଂଗ୍ରେସ ୯୭%, ଡିଏମକେର ୮୬%, ବିଜେଡି ୮୪%, ୱାଇଏସଆର କଂଗ୍ରେସର…

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ। କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶ ବିଦେଶରେ ଗୌରବ ବୃଦ୍ଧି କରିଛି ଏବଂ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏହି ମାଟିର କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କୁ ସ୍ୱାଗତ…

Read More

ଭୁବନେଶ୍ବର: ଆଜି ଓଡିଶାରୁ ଜଣେ କାଶ୍ମୀରରୁ ଆସିଥିବା ଠକକୁ ଏସଟିଏଫ ଗିରଫ କରିଛି। ତାହାର ନାମ ହେଲା ସୟଦ ଇଶାନ ବୁଖାରୀ। ତାକୁ ଏସଟିଏଫ ଯାଜପୁର ଧର୍ମଶାଳାରୁ ଗିରଫ କରିଛି। ସେ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ କହି ଠକୁଥିବା ବେଳେ ଗିରଫ ହୋଇଛି। ଏପରିକି ସେ ଏନଆଇଏ ସହିତ ସଂପର୍କରେ ଅଛି ବୋଲି ଲୋକଙ୍କୁ କହି ଆସୁଥିଲା। ଅଭିଯୁକ୍ତ ଠାରୁ ୧୦୦ରୁ ଅଧିକ କାଗଜପତ୍ର ଜବତ କରାଯାଇଛି। ବହୁ ଲୋକଙ୍କୁ ସେ ଡାକ୍ତର ପରିଚୟ ଦେଉଥିଲା। ଅଭିଯୁକ୍ତ ବୁଖାରୀ ୬/୭ ଜଣ ଯୁବତୀଙ୍କୁ ବିବାହ କରିଥିବାର ମଧ୍ୟ ସୂଚନା ମିଳିଛି। କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡ଼ିଶାର ଯୁବତୀଙ୍କୁ ସେ ବିବାହ କରିଛି। ବିଭିନ୍ନ ୱେବସାଇଟ ଓ ଆପରେ ମଧ୍ୟ ସେ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା। କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ସେ ଯୋଗାଯୋଗରେ ଅଛି। ଠକେଇ ମାମଲାରେ ବୁଖାରୀ କାଶ୍ମୀର ପୁଲିସର ୱାଣ୍ଟେଡ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମଆଇ) ପକ୍ଷରୁ ଇଜିଏଡିଇ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଡିସେମ୍ବର   ୧୫-୧୬ ଦୁଇଦିନ ଧରି ‘ଗ୍ଲୋବାଲ ବିଜନେସ ଏନଭାର୍ନମେଂଟ’ ସମ୍ପର୍କିତ ୯ତମ ଅନ୍ତର୍ଜାତୀୟ ସମ୍ମିଳନୀଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀର ଶୀର୍ଷକ “କର୍ପୋରେଟ ଡେମୋକ୍ରାସି, ଓପନ ଇନୋଭେଶନ ଆଣ୍ଡ ଗ୍ରୋଥ ଇନ ଡେଭଲପିଙ୍ଗ୍ ଇକୋନୋମିସ୍‌ ଥିଲା। ପ୍ରଫେସର ରମେଶ ବେହଲ, ନିର୍ଦ୍ଦେଶକ, ଆଇଏମଆଇ, ଭୁବନେଶ୍ୱର; ପ୍ରଫେସର ରାଜାଗୋପାଲ, ପ୍ରଫେସର ତଥା ନ୍ୟାଶନାଲ ରିସର୍ଚ୍ଚର, ଇଜିଏଡିଇ ବିଜନେସ ସ୍କୁଲ, ମେକ୍ସିକୋ; ପ୍ରଫେସର ରଣଜିତ ରୟ ଘାଟକ, ଆସୋସିଏଟ ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ଏବଂ ପ୍ରଫେସର ସୌରଭ ଶର୍ମା, ପ୍ରଫେସର, ଆଇଏମଆଇ, ଭୁବନେଶ୍ୱର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଫେସର ରମେଶ ବେହଲ ଏହି ସମ୍ମିଳନୀ ପାଇଁ ଲକ୍ଷ୍ୟ ସ୍ଥିର କରିବା ସହ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ୧୨୦ ରୁ ଅଧିକ ସବମିସନ ଗ୍ରହଣ କରାଯାଇଛି ଏବଂ ଭାରତ ତଥା ବିଶ୍ୱର ୨୦୦ ରୁ ଅଧିକ…

Read More

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟର ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ଫଳରେ ସଂଧ୍ୟା ହେଲେ ଚଳପ୍ରଚଳ କରିବା କଷ୍ଟ ସାଧ୍ୟ ହୋଇପଡିଛି। ଗ୍ରାମାଞ୍ଚଳରେ ସଂଧ୍ୟା ପରେ ପରେ ତାଟିକବାଟ ବନ୍ଦ ହୋଇଯାଇଛି। ସାରା ଓଡିଶାରେ ବର୍ତ୍ତମାନ ଶୀତର ଲହରୀ ଚାଲିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ରାତିରେ ୧୧ ଟି ସହରର ତାପମାତ୍ର ୧୦ ଡିଗ୍ରୀକୁ ହ୍ରାସ ପାଇଛି। ସେଥିମଧ୍ୟରୁ ୬ ଟି ସହରର ତାପମାତ୍ର ୯ ଡିଗ୍ରୀକୁ ଖସିଛି। ଗତକାଲି ରାତିରେ ସୁନ୍ଦରଗଡର କିରେଇରେ ତାପମାତ୍ର ସବୁଠାରୁ ସର୍ବନିମ୍ନ ଥିଲା। କିରେଇରେ ଗତକାଲି ୮. ୩ ଡିଗ୍ରୀକୁ ତାପମାତ୍ର ଖସିଥିଲା।

Read More

ଭୁବନେଶ୍ବର: ଚଳିତ ବର୍ଷର ଶୀତ ଋତୁରେ କଟକ ଭୁବନେଶ୍ବର ସହରର ପାରଦ ୧୩ ଡ଼ିଗ୍ରୀକୁ ଖସିଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭୁବନେଶ୍ୱରର ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ କଟକରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଗତକାଲି ରାତିରେ ଦୁଇ ସହରର ତାପମାତ୍ର ବେଶ ହ୍ରାସ ପାଇଥିବାର ଅନୁଭବ କରାଯାଇଥିଲା। କାରଣ ରାତି ଆରମ୍ଭ ହେବା ମାତ୍ରେ ବେଶ ଶୀତ ଅନୁଭବ କରାଯାଉଥିଲା। ଫଳରେ ଗତକାଲି ରାତିରେ ଅନେକ ଦୋକାନ ବଜାର ବହୁପୂର୍ବରୁ ବନ୍ଦ କରିଦେଇଥିଲେ। ତେବେ ଏହି ତାପମାତ୍ରା ଆଗକୁ ଆହୁରି ହ୍ରାସ ପାଇବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର…

Read More