Author: Samikhsya Bureau

ଭୁବନେଶ୍ଵର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ…

Read More

ଭୁବନେଶ୍ୱର: ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଯୋଗାଯୋଗ ବ୍ୟବସ୍ଥା ବିଫଳ ହେଲେ ସରକାର ଓ ପ୍ରଶାସନକୁ କଠିନ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ ଯାହା ଫଳରେ ଜରୁରୀ ଓ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା କଷ୍ଟକର ହୋଇପଡ଼େ। ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ-୨୦୨୩ରେ ନିଜର “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା”କୁ ପ୍ରଦର୍ଶିତ କରାଯାଇଛି ଯାହା ଜୀବନ ବଂଚାଇବାରେ ସହାୟକ ହୋଇପାରିବ। ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା” ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ। ସ୍ଥାନୀୟ ଟେଲିକମ୍ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ି ହୋଇଥିବା ଟାୱାର ଅନ୍ ହ୍ୱିଲ୍ କାମ କରିବ ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୂତୟନ କରାଯାଇପାରିବ। ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ୍ ସେଂଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ…

Read More

ଖୋର୍ଦ୍ଧା: ଆଜି ସକାଳ ୮.୦୦ ଟା ରେ ଖୋର୍ଦ୍ଧା ବି.ଜେ.ଵି. ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ସବୁଜ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ରାଲିରେ ଏନ୍.ସି.ସି/ସ୍କାଉଟ ଛାତ୍ର ଛାତ୍ରୀ,‌ବିଭାଗୀୟ ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି , ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମକ ଡ୍ରିଲ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କରାଯିବାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି ଉପଲକ୍ଷେ ଏକ ବୈଠକ ସକାଳ ୧୦.୩୦ ମିନିଟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

Read More

ଶ୍ରୀନଗର: ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ଶ୍ରୀନଗର ଇଦଗାହ ​​ଠାରେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସୂଚନାନୁସାରେ, ଆହତ ଅଧିକାରୀଙ୍କ ମୃତ୍ୟୁ ଘଟିଛି, କିନ୍ତୁ ପୋଲିସଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ପୋଲିସ ଦ୍ୱାରା ନିଶ୍ଚିତ ହୋଇନାହିଁ। ଏହି ପୋଲିସ ଅଧିକାରୀ ଅଲି ମହମ୍ମଦ ୱାନୀ ବୋଲି ଜଣାପଡିଛି। ସେ ଶ୍ରୀନଗରର ୟେଚିପୋରା ଇଦଗାହର ବାସିନ୍ଦା ଥିଲେ। ପୋଲିସ ଗୁଳି ଚଳାଇବା ପରେ ଶ୍ରୀନଗରର ଇଦଗାହ ଠାରେ ସୁରକ୍ଷା କଡାକଡି କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ସେ ଗ୍ରାଉଣ୍ଡରେ ସ୍ଥାନୀୟ ବାଳକମାନଙ୍କ ସହ କ୍ରିକେଟ୍ ଖେଳୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କାଶ୍ମୀର ଜୋନ୍ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛି ଯେ, ଏହି ଆତଙ୍କବାଦୀ ଆକ୍ରମଣରେ ପିସ୍ତଲ ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ଏକ ମାମଲା ରୁଜୁ ହୋଇଛି।

Read More

ରଣପୁର: ପହିଲି କାର୍ତ୍ତିକ ଅବସରରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପ୍ରଗ୍ୟାମଣ୍ଡଳ ବୃନ୍ଦାବନପୁର ଠାରେ ସନାତନ ଧର୍ମର ପ୍ରଚାର ପାଇଁ ଯୁଗ ନିର୍ମାଣ ଯୋଜନା, ବିଚାର କ୍ରାନ୍ତି ଅଭିଯାନ ଶାନ୍ତି କୁଞ୍ଜ ହରିଦ୍ଵାର ତରଫରୁ ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଉଦ୍ୟୋକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଚନ୍ଦ୍ର ରଥ ସମ୍ମୀଳନୀର ଆୟୋଜନ କରିଥିଲେ। ଶାନ୍ତି କୁଞ୍ଜ ପ୍ରତିନିଧି ଭାବେ ରମ୍ଭା ଗାୟତ୍ରୀ ଶକ୍ତି ପୀଠ ବରିଷ୍ଠ କାର୍ଯ୍ୟ କର୍ତ୍ତା ଗୋକୁଳ ଚନ୍ଦ୍ର ନାହାକ, ଯୁଗ ଶକ୍ତି ଗାୟତ୍ରୀ ଭବନ ଭୁବନେଶ୍ୱର ଭାରତୀୟ ସଂସ୍କୃତି ଗ୍ୟାନ ପରୀକ୍ଷା ରାଜ୍ୟ ସ°ଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସକ୍ରୀୟ କର୍ମକର୍ତ୍ତା ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ମନୁଷ୍ୟ ଅନ୍ତଃକରଣରେ ଦେବତ୍ୱର ଉଦୟ ଓ ଧରା ପୃଷ୍ଠରେ ସ୍ୱର୍ଗର ଅବତରଣ ଉପରେ ଆଲୋଚନା ହୋଇଥିଲା। ସମସ୍ତ ବକ୍ତାମାନେ ପଥଭ୍ରଷ୍ଟ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ (୫୩) ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ଆଜି ଭଡ଼ାଘର ବାଣପୁରରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ।  ତେବେ ଅପରାହ୍ନରେ ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବା ବେଳେ କବାଟ କେହି ଖୋଳିନଥିଲେ। ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ। ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନୁରୂପ ଭାବେ…

Read More

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ୪୮ ତମ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତ ପାଇଁ ୧୮ ହଜାର ରନ୍ ସ୍କୋର କରିଥିବା ରୋହିତ ଶର୍ମା ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ତେନ୍ଦୁଲକର ପ୍ରଥମେ ଏହି କୀର୍ତ୍ତିମାନ କରିଥିଲେ। ଏହା ପରେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ୧୮ ହଜାର ରନ୍ ଛୁଇଁଥିଲେ। ଏଥି ସହିତ ବର୍ତ୍ତମାନ ରୋହିତ ଶର୍ମା ଏହି ସ୍ୱତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ୪୭୭ ଇନିଂସରେ ୧୮ ହଜାର ରନ୍ ସ୍କୋର କରି ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି। ODI ଫର୍ମାଟରେ ରୋହିତ ଶର୍ମା ୧୦ ହଜାର ୪୭୦ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନାମ ଯଥାକ୍ରମେ ଟେଷ୍ଟ ଏବଂ ଟି -୨୦ ଫର୍ମାଟରେ…

Read More

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ନୋଏଡାଠାରେ ୨୩ ବର୍ଷର ଡେଲିଭରି ବାଳକକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ମୋବାଇଲ୍ ଆପରୁ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିଲେ। ଏହି ଆପ୍ ମାଧ୍ୟମରେ ଅର୍ଡର ପ୍ରଦାନ କରିବାକୁ ସୁମିତ ସିଂ ନାମକ ଏକ ଡେଲିଭରି ବାଳକ ପଠାଯାଇଥିଲା। ଯେତେବେଳେ ସେ ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ବିତରଣ ସ୍ଥାନରେ ପହଞ୍ଚିଲେ, ସେତେବେଳେ ସେ ଅନୁଭବ କଲେ ଯେ ମହିଳା ଜଣକ ଘରେ ଏକୁଟିଆ ଅଛନ୍ତି। ଏହା ପରେ ସେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରି ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଶୁକ୍ରବାର ଦିନ ଏହି ଘଟଣା ଘଟିଛି ଏବଂ ମହିଳା ଜଣକ ଉକ୍ତ ଦିନ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅନେକ ଟିମ୍ ଗଠନ କରିଥିଲା। ଶେଷରେ ତାଙ୍କୁ ଗ୍ରେଟର ନୋଏଡାର ଏକ…

Read More

ନୂଆଦିଲ୍ଲୀ: ଜବଲପୁରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାରାଥନ ବୈଠକର ଠିକ ଗୋଟିଏ ଦିନ ପରେ ବିଜେପିର ମହାନଗର ସଭାପତି ପ୍ରଭାତ ସାହୁ ଇସ୍ତଫା ଦେଇ ମଧ୍ୟପ୍ରଦେଶ ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି। ଶ୍ରୀ ସାହୁ ତାଙ୍କ ଇସ୍ତଫା ରାଜ୍ୟ ସଭାପତି ବିଷ୍ଣୁଦତ୍ତ ଶର୍ମାଙ୍କ ନିକଟକୁ ପଠାଇ ଜବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ନିକଟରେ ବିଜେପି ବିଭାଗୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ମାମଲାରେ ପ୍ରଭାସ ସାହୁଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଆଜି ଇସ୍ତଫା ଘୋଷଣା କରିବାବେଳେ ପ୍ରଭାତ ସାହୁ ଏହି ଘଟଣାରେ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଏବଂ ଦଳର ନେତୃତ୍ଵଙ୍କ ମନୋଭାବ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ଶ୍ରୀ ସାହୁ ଦୁଃଖର ସହ କହିଛନ୍ତି ଯେ, ମୁଁ ୧୯୮୦ ମସିହାରୁ ଦଳ ସହ ଜଡିତ ଅଛି। ମୋର ୪୩ ବର୍ଷର ଯାତ୍ରା ସମୟରେ ମୁଁ ଅନେକ ଉତ୍ଥାନ-ପତନ ଦେଖିଛି। ଯେତେବେଳେ ମୁଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ୍ ବାସୀଙ୍କ ପାଇଁ ଭାରତର ବିକାଶ ଭାଗିଦାରୀ ଏବଂ ମାନବୀୟ ସହାୟତା ଉପରେ ଆଲୋକପାତ କରିଥିଲେ। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ମାନବିକ ସହାୟତା ଯୋଗାଇ ଦେବା ଉପରେ ଉଭୟ ନେତା ସହମତ ହୋଇଥିଲେ।

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ ଅଭିଭାଷଣର ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” ର ସଂପୂର୍ଣ୍ଣ ଅଭିଭାଷଣ ପଢିବା…. ମୋର ପ୍ରିୟ ପରିବାରଜନ, ନମସ୍କାର। ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି। ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ। ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ ‘ମନ୍ କି ବାତ୍’କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ ର ମାତ୍ର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ମୁତାବକ ଉକ୍ତ ଗ୍ରାମର ବ୍ରଜ ସାହୁଙ୍କ ପୁତ୍ର ଧର୍ମେନ୍ଦ୍ର ସାହୁ (୪୦) ବେକରେ ଲୁଗା ଗୁଡ଼ାଇ ଫ୍ୟାନରେ ଝୁଲି ପଡ଼ିଛନ୍ତି। ପରିବାର ଲୋକ ଏହା ଦେଖି ବାଣପୁର ପୋଲିସକୁ ଖବର ଦେବାରୁ ପୋଲିସ ୧୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ଧର୍ମେନ୍ଦ୍ର ଅନଲାଇନ ଗେମରେ ବହୁ ଟଙ୍କାର କ୍ଷତି ସହିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଧର୍ମେନ୍ଦ୍ରଙ୍କ ବଡଭାଇ ଗତ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକ ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Read More

ନୂଆଦିଲ୍ଲୀ: ଦିୱାଲୀ ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ କ୍ରିକେଟର ତଥା ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଆଜି ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବରେ ଏମଏସ ଧୋନି ମାର୍କେଟିଂ ଏବଂ ବିଜ୍ଞାପନର ଭୂମିକା ଗ୍ରହଣ କରିବେ। ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ଏମଏସ ଧୋନିଙ୍କୁ ଅନ୍ତର୍ଭୁକ୍ତ କରି ଆମେ ବହୁତ ଖୁସି। ଏସବିଆଇ ସହିତ ଧୋନିଙ୍କ ଯୋଡି ହେବା ଆମ ବ୍ରାଣ୍ଡକୁ ଏକ ନୂଆ ଅବତାର ଦେବ। ଏହି ନିଷ୍ପତ୍ତି ହେଉଛି ଏକ ସହଭାଗୀତା, ଆମର ଲକ୍ଷ୍ୟ ହେଉଛି ବିଶ୍ୱାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କୁ ସେବା କରିବା ପାଇଁ ଆମର…

Read More

କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳରେ ନୂଆକରି ଗଢି ଉଠିଥିବା ଏକ ଚୋର ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ କୁଜଙ୍ଗ ପୋଲିସ ଗିରଫ କରି ଆଜି ଜେଲ ପଠାଇ ଥିବର ଜଣା ପଡିଛି। ଚୋରି ହୋଇଥିବା ସମଗ୍ର ସାମଗ୍ରିକୁ ପୋଲିସ ଜବତ କରିଛି। ମାଳହୁଙ୍କା ଗ୍ରାମର ଗନ୍ଧର୍ବ ମାଝିଙ୍କ ପୁଅ ସୂର୍ଯ୍ୟକାନ୍ତ ମାଝିଙ୍କ ଅଭିଯୋଗ ଅନୁଯାଇ ସୂର୍ଯ୍ୟକାନ୍ତ ପିପିଏଲରେ କାର୍ଯ୍ୟ କରନ୍ତି। ଏବଂ ପରିବାର ସହ ସେ ସେଠାରେ ରହୁନ୍ତି। କିଛି ସମୟ ପାଇଲେ ସେ ଘରକୁ ବୁଲିବାକୁ ଆସନ୍ତି। ମାତ୍ର ୨୦ ତାରିଖ ଦିନ ପରିବାର ସହ ଗାଁକୁ ଆସିଥିବା ବେଳେ ଦେଖିବାକୁ ପାଇଲେ ଘର ଗ୍ରିଲ ଏବଂ କବାଟ ତାଡି ଘର ଭିତରୁ ଲୁମିନସ ଇନ୍‌ଭର୍ଟର, ମେସିନ, ଷ୍ଟାଣ୍ଡଫ୍ୟାନ, ଗ୍ରାଇଣ୍ଡର ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ, ନଗଦ ୪୦ହଜାର ଟଙ୍କା ଚୋରକରି ନେଇଥିଲେ। ଫଳରେ ସୂର୍ଯ୍ୟକାନ୍ତ ତାଙ୍କ ଘର ନିକଟରେ ଥିବା ଜନୈକ ଯୁବକକୁ ପଚାରିବାରୁ ସେ ପ୍ରତିସୃତି ଦେଇଥିଲା ଚୋରି…

Read More

କୁଜଙ୍ଗ: ରାତିଅଧରେ ଘରେ ପଶି ମହିଳା ଓ ଝିଅ ମାନଙ୍କୁ ବଳପୂର୍ବକଭାବେ ଅସଦାଚରଣ କରିବା ଘଟଣାର ଜଣାଶୁଣା ଅସାମାଜିକ ଯୁବକ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ଜଣାଶୁଣା ଅସାମାଜିକ ଯୁବକ ଅଜୟ ପରିଡା ଓରଫ କାହ୍ନୁ ଗତ ୨୩ ତାରିଖ ରାତି ୨ଟାରେ ସେହି ଗ୍ରାମର ପବିତ୍ର ପରିଡାଙ୍କ ଘରେ ପଶିଯାଇ ତାଙ୍କ ବୋହୁ, ଝିଅ ଓ ଭାଣିଜିକୁ ବଳ ପୂର୍ବକଭାବେ ଅସଦାଚରଣ କରିଥିଲେ। ବୋହି ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ଶ୍ୱଶୁର ପବିତ୍ର କାହ୍ନୁକୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅଭିଯୁକ୍ତ ଜଣକ ପବିତ୍ରକୁ ଧକ୍‌କା ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ପବିତ୍ର କୁଜଙ୍ଗ ଥାନାରେ ଅଭିଯୋଗ କରିବାପରେ କୁଜଙ୍ଗ ପୋଲିସ ୪୬୪/୨୩ ରେ ମାମଲା ରୁଜୁକରି ତଦନ୍ତ ଯାରି ରଖିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ରାହାମା ଅଂଚଳରେ ଲୁଚିକରି ରହିଥିବାର…

Read More

ନୂଆଦିଲ୍ଲୀ: କେରଳର କଂଭେସନାଲ ସେଣ୍ଟରର ଖ୍ରୀଷ୍ଟିଆନ ସମାବେଶରେ ହୋଇଥିବା ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟଙ୍କ ସହ କଥା ହୋଇଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୨୫୦୦ ଲୋକ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ। ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ…

Read More

ନୂଆଦିଲ୍ଲୀ: ଆଜି ବିଶ୍ୱକପର ୨୯ ତମ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ, ଯେତେବେଳେ କି ଇଂଲଣ୍ଡ କେବଳ ଗୋଟିଏ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତ ବିପକ୍ଷ ମ୍ୟାଚ୍ ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ୍ ହେବ। ପଏଣ୍ଟ ଟେବୁଲରେ ଇଂଲଣ୍ଡ ୯ମ ସ୍ଥାନରେ ଥିବାବେଳେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଭାରତ ବନାମ ଇଂଲଣ୍ଡ: ODI ରେ ଦୁଇ ଦଳ ମଧ୍ୟରେ ମୋଟ ୧୦୬ ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତୀୟ ଦଳ ମୋଟ ୫୭ ଟି ମ୍ୟାଚ…

Read More

ଭୁବନେଶ୍ୱର: ଦେଶରେ ଗୋଟିଏ ବର୍ଷ ପୂର୍ବରୁ ୫ଜିର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅଳ୍ପ ସମୟ ଭିତରେ ରିଲାଏନ୍ସ ଜିଓ ମାଧ୍ୟମରେ ୫ଜି ମାମଲାରେ ସାରା ଦୁନିଆରେ ଭାରତ ତୃତୀୟ ସ୍ଥାନରେ ପହଂଚିପାରିଛି। ପ୍ରତି ସେକେଣ୍ଡ୍‌ରେ ଗୋଟିଏ ଲେଖାଏଁ ହାରରେ ବର୍ଷକ ଭିତରେ ରିଲାଏନ୍ସ ଜିଓ ସାରା ଦେଶରେ ୧୦ ଲକ୍ଷ ପାଖାପାଖି ୫ଜି ସେଲ୍ ସ୍ଥାପନ କରିଛି। ଦେଶର ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ରିଲାଏନ୍ସ ଜିଓ ସ୍ଥାପନ କରିଛି। ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତକୁ ହାଇଟେକ୍ ମାଧ୍ୟମରେ ଆତ୍ମନିର୍ଭର କରିବାକୁ ଆପଣ ଆମକୁ କହିଥିଲେ। ଆମେ ସେହି ଉପରେ କାମ କରିଛୁ। ଜିଓର ୧୦୦ ପ୍ରତିଶତ ୫ଜି ନେଟୱର୍କ ନିଜସ୍ୱ ୫ଜି ଷ୍ଟାକ୍‌ରେ କାର୍ଯ୍ୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଠାରୁ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। ସଂରକ୍ଷିତ ରବି ଋତୁ ୨୦୨୩ରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତା ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ମେଟ୍ରିକ୍ ଟନ୍ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋ ଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ଅଟେ। ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ୍ ପିଆଜ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା…

Read More

ଭୁବନେଶ୍ଵର: କାର୍ତ୍ତିକ ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ହଜାଇ ଥିବା ମାନସମ୍ମାନକୁ କିପରି ପାଇବେ ? – ହଜାଇଥିବା ମାନସମ୍ମାନ ପ୍ରାପ୍ତି ପାଇଁ…

Read More