ଭୁବନେଶ୍ୱର: ପ୍ରାକ ଔପନିବେଶିକ ଭାବେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଇତିହାସ, ପ୍ରାରମ୍ଭିକ ରାଜ୍ୟ ଗଠନ ଏବଂ ଇତିହାସ ଲିଖନ, ଓଡ଼ିଶା ଉପରେ ଗୁରୁତ୍ୱ ସହିତ ଭାରତର ଆଞ୍ଚଳିକ ସଂସ୍କୃତି; ଦକ୍ଷିଣପୂର୍ବ ଏସିଆ ଏବଂ ଭାରତ ମହାସାଗର ଉପରେ ଅଧ୍ୟୟନ ଜାରି ରଖିବାରେ ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲ୍କେଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅନ୍ତର୍ଜାତୀୟ ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲକେଙ୍କ ସ୍ମୃତି ଉପଲକ୍ଷେ ୧୪ ମାର୍ଚ୍ଚ ୨୦୨୬ ଶନିବାର ସନ୍ଧ୍ୟା ୬.୦୦ ଘଟିକାରେ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନଠାରେ ଆମନ୍ତ୍ରିତ ଅତିଥି ଓ ବକ୍ତାମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା। ବିଶିଷ୍ଟ ଅନୁବାଦକ ଓ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପ ସଭାପତି ଡକ୍ଟର ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ବିଶିଷ୍ଟ ଅତିଥି ଭାବେ କଥାକାର ଓ ସ୍ତମ୍ଭକାର ଡକ୍ଟର ଗୌରହରି ଦାସ ଯୋଗଦାନ କରି ହର୍ମାନ…
Author: Samikhsya Bureau
ଭୁବନେଶ୍ବର: ଓଡିଶାର ରାଜ୍ୟସଭା ନିର୍ବାଚନ ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। କିଏ ବିକ୍ରି ହେବ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କଂଗ୍ରେସର ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ପତ୍ତା ମିଳୁ ନାହିଁ। ଦୁଇଦିନ ଧରି ଦଳ ତରଫରୁ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ। ଫଳରେ ତାଙ୍କୁ ନେଇ ଦଳ ବଡ ଚିନ୍ତାରେ ପଡିଯାଇଛି। ବାରମ୍ବାର ଯୋଗାଯୋଗ ପରେ କୌଣସି ଖୋଜ ଖବର ନ ମିଳିବା ପରେ ଆଜି ଦଳ କାରଣ ଦର୍ଶା ନୋଟିସ ଜାରୀ କରିଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ବରରେ ରହିବା ପାଇଁ ଦଳ ତରଫରୁ ହ୍ବଇପ୍ ଜାରୀ କରାଯାଇଛି। ହେଲେ ଆପଣ ଦୀର୍ଘ ଦିନ ଧରି ଭୁବନେଶ୍ବରରେ ନାହାଁନ୍ତି କି କୌଣସି ଯୋଗାଯୋଗ କରୁ ନାହାଁନ୍ତି। ଏପରିକି ଦଳର ପ୍ରଭାରୀ ଓ ସଭାପତି ଆପଣଙ୍କୁ ବାରମ୍ବାର ଯୋଗାଯୋଗ କରି ବିଫଳ ହୋଇଛନ୍ତି। ଆପଣ ଦଳିୟ ହ୍ବଇପ ଅବମାନନା କରିଥିବାରୁ…
ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ’ ଉଦ୍ଘାଟିତ ହୋଇଯାଇଛି। କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ ଆସନ୍ତା ମାର୍ଚ୍ଚ ୧୬, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିରର ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତହୋଇ, ଏହି ପ୍ରଦର୍ଶନୀରେ ୬୪ ଯୋଗିନୀଙ୍କର ଏକ ଶକ୍ତିଶାଳୀ ସମସାମୟିକ ଚିତ୍ରଣ ପ୍ରଦର୍ଶିତ କରାଯାଇଛି, ଯେଉଁମାନେକି ଜ୍ଞାନ, ଅର୍ନ୍ତଜ୍ଞାନ, ସାହସ ଏବଂ ରୂପାନ୍ତରର ବିଭିନ୍ନ ଦିଗକୁ ପ୍ରତିନିଧିତ୍ୱ କରୁଥିବା ‘ଶକ୍ତି’ଙ୍କର ପବିତ୍ର ସ୍ୱରୂପ ଅଟନ୍ତି। ଏହି ପ୍ରଦର୍ଶନୀର ବିଶେଷତ୍ୱ ହେଉଛିଯେ ଏଥିରେ ପ୍ରଥମ ଥର ପାଇଁ ଜଣେ ମାତ୍ର ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସମସ୍ତ ୬୪ ଯୋଗିନୀଙ୍କର ଏକ ସମ୍ପୂର୍ଣ୍ଣ ସମସାମୟିକ ସଂଗ୍ରହ ସ୍ଥାନ ପାଇଛି, ଯାହା ଏହାକୁ ଏକ ଅନନ୍ୟ କଳାତ୍ମକ ତଥା ସାଂସ୍କୃତିକ ମାଇଲଖୁଂଟରେ…
ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ “ପ୍ରମ୍ପ୍ଟ ଇଞ୍ଜିନିୟରିଂ, ଡାଟା ଆନାଲିଟିକ୍ସ ଏବଂ ଏଆଇ (AI) ମାଧ୍ୟମରେ ପିପିଟି (PPT) ପ୍ରସ୍ତୁତି, ବିଭିନ୍ନ ଏଆଇ ମଡେଲ ବ୍ୟବହାର କରି ଗଭୀର ଅନୁସନ୍ଧାନ” ଶୀର୍ଷକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲକ୍ଷ୍ମୀସାଗର, ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (SIWC) ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ପ୍ରାୟ ୧୦୦ ଜଣ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣରେ ପ୍ରମ୍ପ୍ଟ ଇଞ୍ଜିନିୟରିଂ, ନିଷ୍ପତ୍ତି ଗ୍ରହଣ ପାଇଁ ଡାଟା ଆନାଲିଟିକ୍ସ ଏବଂ ଏଆଇ ଟୁଲ୍ସ ବ୍ୟବହାର କରି ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ପରି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଅଧିବେଶନରେ ବିଭିନ୍ନ ଏଆଇ ପ୍ଲାଟଫର୍ମ ବ୍ୟବହାରର ପ୍ରାୟୋଗିକ ଅଭିଜ୍ଞତା ପ୍ରଦାନ କରାଯାଇଥିଲା ଏବଂ କିପରି ଏହି ଜ୍ଞାନକୌଶଳ ଅଧିକାରୀମାନଙ୍କୁ…
ଭୁବନେଶ୍ବର: ରବିନ୍ଦ୍ର ଜେନା ବିଜେପିରେ ମିଶିବା ପରେ ବାଲେଶ୍ବର ଜିଲ୍ଲା ରାଜନୀତିରେ ଦେଖାଦେଇଛି ଅସନ୍ତୋଷ। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଆଜି ସେ ସାମ୍ବାଦିକ ସମ୍ମିଳନୀ କରି ବିଜେପିରୁ ଇସ୍ତଫା ଦେଲି ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ବିଜେପି ଶାସନ କ୍ଷମତାକୁ ଆସିବା ପରେ ତାହାର ନୈତିକତା ପତନ ଘଟିଛି। କାରଣ ଚିଟ ଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି କେବେ କୋଳେଇ ନ ଥାଆନ୍ତା। ଜୀବନ ୨୦୦୦-୨୦୦୫ ବାଲେଶ୍ୱରରରୁ ବିଜେପିରୁ ବିଧାୟକ ଥିଲେ। ପରେ ବିଜେଡିରୁ ୨୦୦୯-୧୪ ଓ ୨୦୧୪-୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପି ବିଧାୟକ ସ୍ବର୍ଗତ ମଦନମୋହନ ଦତ୍ତଙ୍କ ଠାରୁ ପରାଜିତ ହୋଇଥିଲେ। ସେତେବେଳେ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ଅସନ୍ତୁଷ୍ଠ ହୋଇ ଉପନିର୍ବାଚନରେ ସାହାର୍ଯ୍ୟ କରି ନ ଥିଲେ। ଫଳରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ଏହାପରେ…
ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ (ଆସୋଚାମ୍) ପକ୍ଷରୁ ସ୍ୱସ୍ତି ପ୍ରିମିୟମ୍ ଠାରେ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆୟୋଜନ କରାଯାଇଛି । “ନୀତି ସଂସ୍କାର, ସ୍ଥାୟୀତ୍ୱ ଏବଂ ରଣନୈତିକ ସୁରକ୍ଷା ମାଧ୍ୟମରେ ରୂପାନ୍ତରକୁ ଆକାର ଦେବା’ ବିଷୟବସ୍ତୁ ଉପରେ ଆଧାରିତ ଏହି କନକ୍ଲେଭରେ ଭାରତର ଖଣି ଏବଂ ଖଣିଜ କ୍ଷେତ୍ରର ଭବିଷ୍ୟତ ଉପରେ ବିଚାର ବିମର୍ଶ କରିବା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପ ନେତା, ନିୟାମକ ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ଭାବକମାନେ ଏକତ୍ରୀତ ହୋଇଛନ୍ତି । ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ଖଣି ବ୍ୟୁରୋର ଆଂଚଳିକ ଖଣି ନିୟନ୍ତ୍ରକ ଶ୍ରୀ ଅରୁଣ କୁମାର କହିଛନ୍ତି, ଯେ ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଆକାଂକ୍ଷା ଖଣିଜ ପଦାର୍ଥର ଚାହିଦାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ବିଶେଷକରି ସ୍ୱଚ୍ଛ ଶକ୍ତି ଏବଂ ଶିଳ୍ପ ଅଭିବୃଦ୍ଧି ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ।…
Crude Oil:ସାଉଦି ଅଶୋଧିତ ତୈଳ ବୋଝେଇ ଲାଇବେରିଆ ପତାକା ବିଶିଷ୍ଟ ଟ୍ୟାଙ୍କର୍ ସେନଲଙ୍ଗ ସୁଏଜମାକ୍ସ ମୁମ୍ବାଇ ବନ୍ଦରରେ ପହଞ୍ଚିଛି। ଇରାନ-ଆମେରିକା ବିବାଦ ଆରମ୍ଭ ହେବା ପରେ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଅଭିମୁଖେ ଆସିଥିବା ଏହା ହେଉଛି ପ୍ରଥମ ଜାହାଜ। ମାର୍ଚ୍ଚ ୧ ତାରିଖରେ ଟ୍ୟାଙ୍କର୍ ସାଉଦି ଆରବର ରାସ୍ ଟାନୁରା ବନ୍ଦରରୁ ଅଶୋଧିତ ତୈଳ ଭର୍ତ୍ତି କରି ମାର୍ଚ୍ଚ ୩ ତାରିଖରେ ବାହାରିଥିଲା। ସାମୁଦ୍ରିକ ଟ୍ରାକିଂ ତଥ୍ୟ ଦର୍ଶାଉଛି ଯେ ଜାହାଜଟି ମାର୍ଚ୍ଚ ୮ ତାରିଖରେ ହର୍ମୁଜ୍ ପ୍ରଣାଳୀରେ ଥିଲା ଏବଂ ଏହା ଅସ୍ଥାୟୀ ଭାବରେ ତାହାର ଟ୍ରାକିଂ ସିଷ୍ଟମ ବନ୍ଦ ହୋଇଯାଇଥିଲା। ହେଲେ ମାର୍ଚ୍ଚ ୯ ତାରିଖରେ ଟ୍ରାକିଂ ସିଷ୍ଟମରେ ପୁଣି ଦେଖାଯାଇଥିଲା। ଟ୍ରାନ୍ସପଣ୍ଡର୍ ଏକ ବାଧ୍ୟତାମୂଳକ ସାମୁଦ୍ରିକ VHF ରେଡିଓ ସିଷ୍ଟମ୍ ଯାହା ସ୍ବୟଂଚାଳିତ ଭାବେ ଜାହାଜର ପରିଚୟ, ସ୍ଥିତି ଏବଂ ଗତିକୁ କୂଳ ଷ୍ଟେସନଗୁଡ଼ିକୁ ପ୍ରେରଣ କରିଥାଏ। ବୁଧବାର ଦିନ ଅପରାହ୍ନ ୧ଟାରେ ମୁମ୍ବାଇ ବନ୍ଦରରେ ଜାହାଜଟି…
ଭୁବନେଶ୍ବର: ପାଖେଇଲାଣି ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି ବିଜେଡି ତାଙ୍କ ଦଳିୟ ବିଧାୟକ ଉପରେ ହୁଇପ ଜାରୀ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ହୁଇପ ଜାରୀ କରିଛନ୍ତି। ଏଥିରେ କୁହାଯାଇଛି ଯେ, ବିଜେଡି ବିଧାୟକମାନେ 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଛାଡି ଯାଇପାରିବେ ନାହିଁ। ଫଳରେ ବିଧାୟକମାନେ ବର୍ତ୍ତମାନ ଦଳୀୟ ଆଦେଶକୁ ମାନି ଭୁବନେଶ୍ବରରେ ରହିବାକୁ ବାଧ୍ୟ ହେବେ। ଏଥିସହିତ ସେମାନେ ରାଜ୍ୟସଭା ପାଇଁ ନବୀନ ଦେଇଥିବା ଚତୁର୍ଥ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେବେ। ମୁଖ୍ୟତଃ ଘୋଡା ବେପାର ରୋକିବା ପାଇଁ ନବୀନ ଏପରି ନିଷ୍ପତି ନେଇଛନ୍ତି। ଏଥିସହିତ ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ କାଳେ ଗଣିତ ଭୁଲ ହୋଇଯିବ…
ଭୁବନେଶ୍ୱର: କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ମହାମିଶ୍ରଣ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ନିମାପଡାର ବିଶିଷ୍ଟ ନେତା ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ଓ କଂଗ୍ରେସ ସଭ୍ୟ ଫର୍ମ ପୂରଣ କରି ଦଳରେ ସଭ୍ୟ ଭାବରେ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ସତ୍ୟବ୍ରତ ପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଅଭିଭକ୍ତ ପୁରୀ ଜିଲ୍ଲାର କଂଗ୍ରେସ ବିଧାୟକ ସ୍ୱର୍ଗତ ବୃନ୍ଦାବନ ପାତ୍ରଙ୍କ ପୁତ୍ର ଅଟନ୍ତି । ଶ୍ରୀ ପାତ୍ର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଛି ମତାନ୍ତର ଘଟିବାରୁ ସିଏ ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଆଜି ହଜାର ହଜାର ସମର୍ଥକଙ୍କ ସହ ଶ୍ରୀ ପାତ୍ର କଂଗ୍ରେସକୁ ବାହୁଡ଼ି ଆସିବାରୁ ପୁରୀ ଜିଲ୍ଲା…
30 Years of Nifty50: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି। ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମୁମ୍ବାଇସ୍ଥିତ ଏନଏସଇର ଏକ୍ସଚେଞ୍ଜ ପ୍ଲାଜାରେ ଆୟୋଜିତ ହୋଇଥିଲା ଯାହା ମାର୍କେଟ ଲିଡର, ନିଫ୍ଟି ୫୦ କମ୍ପାନୀଗୁଡିକର ପ୍ରତିନିଧି, ନିୟାମକ ଓ ଭାରତର ପୁଞ୍ଜି ବଜାର ଇକୋସିଷ୍ଟମର ଅଂଶଗ୍ରହଣକାରୀଙ୍କୁ ଏକତ୍ରିକ କରିଥିଲା । ସାଧାରଣ ଭାଷାରେ ‘ସ୍କୋରବୋର୍ଡ ଅଫ୍ ଇଣ୍ଡିଆନ ଷ୍ଟକ୍ ମାର୍କେଟ’ କୁହାଯାଉଥିବା ନିଫ୍ଟି ୫୦, ଏନଏସଇରେ ତାଲିକାଭୁକ୍ତ ୫୦ଟି ସର୍ବବୃହତ ଓ ସର୍ବାଧିକ ସକ୍ରିୟ ଟ୍ରେଡେଡ କମ୍ପାନୀର ପ୍ରଦର୍ଶନକୁ ଟ୍ରାକ କରିଥାଏ । ଏହି କାର୍ଯ୍ୟକ୍ରମରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଏବଂ…
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବିନ୍ଦ୍ର ଜେନା। ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡିଲି। ହେଲେ ଏହାପଛରେ ଉଦ୍ଦେଶ୍ୟ ଭିନ୍ନ ରହିଥିବାର ଜଣାପଡିଛି। ବିଶେଷ ସୁତ୍ର ଅନୁସାରେ ରବିନ୍ଦ ଜେନା ବିଜେଡି ଛାଡି ଖୁବ ଶିଘ୍ର ବିଜେପିରେ ସାମିଲ ହେବେ। ଏ ନେଇ ଦିଲ୍ଲୀରେ ଉଚ୍ଚ ନେତୃତ୍ବ ସହିତ ଆଲୋଚନା କରିଥିବାର ଜଣାପଡିଛି। ଏକଦା ବିଜେଡିର ଜଣେ ବରିଷ୍ଠ ନେତା ଥିଲେ ରବିନ୍ଦ୍ର। ତାଙ୍କର ବାଲେଶ୍ବର ଜିଲ୍ଲାରେ ବେଶ ଦବଦବା ରହିଛି।ହେଲେ ଗତ ନିର୍ବାଚନ ପରେ ରବିନ୍ଦ୍ର ଦଳୀୟ କାର୍ଯ୍ୟରେ ଆଉ ସେମିତି ସକ୍ରିୟ ନ ଥିଲେ। ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ…
Budget Session Resumes:ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ ଏବଂ ଏହା ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ବହିଷ୍କାର କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ନୋଟିସ୍ ତିନି ଜଣ କଂଗ୍ରେସ ସଦସ୍ୟ ମହମ୍ମଦ ଜାୱେଦ୍, କେ ସୁରେଶ ଏବଂ ମଲ୍ଲୁ ରବି ଆଗତ କରିବେ। ଯଦି ଲୋକସଭାରେ ଏହି ପ୍ରସ୍ତାବ ଗୃହୀତ ହୁଏ, ତେବେ ଶ୍ରୀ ବିର୍ଲା କାର୍ଯ୍ୟ ପରିଚାଳନା କରିବେ ନାହିଁ ଏବଂ ଏହା ବଦଳରେ ସେ ସଦସ୍ୟମାନଙ୍କ ମଧ୍ୟରେ ବସିବେ। ଗତ ମାସରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ, ବିରୋଧୀ ଦଳ ଲୋକସଭାର ମହାସଚିବଙ୍କୁ ବାଚସ୍ପତିଙ୍କୁ ବହିଷ୍କାର କରିବା ପାଇଁ ଏକ ଅନାସ୍ଥା ନୋଟିସ୍ ଦାଖଲ କରିଥିଲେ। ନୋଟିସ୍ରେ, ସେମାନେ ଶ୍ରୀ ବିର୍ଲାଙ୍କୁ ଦଳୀୟ ଭାବରେ କାର୍ଯ୍ୟ କରିବାର ଅଭିଯୋଗ ଆଣିଛନ୍ତି। ଏଥିରେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ବାମପନ୍ଥୀ…
ରିପୋର୍ଟ- ଶରତ ପାଇକାରୟ ଭୁବନେଶ୍ବର: ଖୁବ ଶିଘ୍ର ବାଲୁଗାଁ ଏନଏସି ଓ ବାଣପୁର ଏନଏସକୁ ମିଶାଇ କରାଯିବ ଏକ ମ୍ୟୁନିସିପାଲିଟି। ଆଜି ବାଣପୁରରେ ଏହି ଘୋଷଣା କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବାଣପୁର ପଲଟନ ପଡିଆ ନିକଟରେ ଆୟୋଜିତ ବାଣପୁର ଏନଏସର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମ୍ୟୁନିସିପାଲିଟି କରିବାକୁ ହେଲେ 30 ହଜାରରୁ ଅଧିକ ଜନସଂଖ୍ୟାର ଆବଶ୍ୟକତା ରହିଛି। ବର୍ତ୍ତମାନ ବାଣପୁର ଏନଏସିର ଜନସଂଖ୍ୟା 15 ହଜାରରୁ ଉର୍ଦ୍ଧ ରହିଛି। ଯଦି ବାଣପୁର ଏନଏସ ସହିତ ପାଖରେ ଥିବା ପଞ୍ଚାୟତକୁ ମିଶାଇଲେ ଏହି ଜନସଂଖ୍ୟା ହୋଇଯିବ ତେବେ ବାଲୁଗାଁ ଏନଏସି କୁ ମିଶାଯିବ ନାହିଁ। ହେଲେ ସେହି ନିର୍ଦ୍ଧାରିତ ଜନସଂଖ୍ୟା ନ ହୁଏ ତେବେ ବାଲୁଗାଁ ବାଣପୁର ଏନଏସି ଓ ପାଖ ପଞ୍ଚାୟତକୁ ମିଶାଇ ଏକ ବଡ ମ୍ୟୁନିସିପାଲିଟି କରିପାରିବା ବୋଲି…
ଭୁବନେଶ୍ବର: ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଉପମୁଖ୍ୟମନ୍ତ୍ରୀ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସ୍ବାଗତ କରିଛନ୍ତି। ସମସ୍ତେ ଫୁଲ ତୋଡା ସହିତ ଉତ୍ତରୀୟ ପିନ୍ଧାଇ ଓଡିଶା ମାଟିକୁ ତାଙ୍କୁ ସ୍ବାଗତ କରିଛନ୍ତି। ଏଥିସହିତ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ବାବୁ ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ବହୁ ସାଂସଦ ଓ ନେତା ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଶାହ ବିମାନ ବନ୍ଦରରୁ ସିଧା କଟକ ମୁଣ୍ଡୁଳି ଗସ୍ତରେ ଯାଇଥିଲେ। ସେଠାରେ ସେ ସିଆଇଏସଏଫ ଦିବସରେ ଯୋଗଦେଇଛନ୍ତି। ଏଥିସହିତ ସେ ପାରାଦ୍ବୀପ ଯାଇ ସେଠାରେ ଇଫକୋ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟକୁ ଉଦଘାଟନ କରିବେ। ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍ଏଫ୍ଏସ୍ୟୁ) ଓ କେନ୍ଦ୍ରୀୟ ଫରେନ୍ସିକ୍…
ଭୁବନେଶ୍ବର: ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ବିମାନ ବନ୍ଦରରେ ସ୍ବାଗତ ଜଣାଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରୁ ସେ ସିଧା କଟକ ମୁଣ୍ଡୁଳିରେ ଆୟୋଜିତ ସିଆଇଏସଏଫ କାର୍ଯ୍ୟକ୍ରମରେ ଯୋଗଦେବା ଗସ୍ତ କରିଛନ୍ତି। ଏହାପରେ ସେ ପାରାଦ୍ବୀପ ଯାଇ ସେଠାରେ ଇଫକୋ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟକୁ ଉଦଘାଟନ କରିବେ। ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍ଏଫ୍ଏସ୍ୟୁ) ଓ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍ଏସ୍ଏଲ୍)ର ଶିଳାନ୍ୟାସ କରିବେ। ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ କରିବେ। ସେଠାରେ ସେ ଅଭିଭାଷଣ ରଖିବା…
ଭୁବନେଶ୍ବର: ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଓଡ଼ିଶାର ବିକାଶ ପାଇଁ ବ୍ରତୀ ଥିଲେ । ବିଜୁ ବାବୁ ଯେଉଁ କ୍ଷେତ୍ରରେ ହାତ ରଖୁଥିଲେ, ତାହା ସୁନା ପାଲଟି ଯାଉଥିଲା । ଅତୀତର ନାୟକ ନୁହେଁ, ବରଂ ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ବିଜୁ ବାବୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନୁହେଁ, ସେ ଥିଲେ ଏକ ଅନୁଷ୍ଠାନ ଓ ଏକ ବିଚାରଧାରା। ସାହସ, ଦୂରଦୃଷ୍ଟି ଓ…
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆଜି ଅପରାହ୍ନରେ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚିଙ୍କ ସହ କଥା ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଉପରେ ଓମାନର ବୈଦେଶିକ ମନ୍ତ୍ରୀ ସୟଦ ବଦର ବିନ୍ ହମାଦ ବିନ୍ ହମୁଦ ଆଲବୁସାଇଦିଙ୍କ ସହ ମଧ୍ୟ କଥା ହୋଇଛନ୍ତି। ତେବେ ସେ କଣ ଆଲୋଚନା କଲେ ତାହା ଜଣାପଡି ନାହିଁ।
ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପ୍ରକ୍ରିୟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ଜିତନ ରାମ ମାଞ୍ଝି, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସକାଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ ଯେ ସେ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ, ବିହାର ବିଧାନସଭା ଏବଂ ଲୋକସଭାର ଉଭୟ ଗୃହର ସଦସ୍ୟ ହେବା ପରେ, ସେ ଉଚ୍ଚ ସଦନର ସଦସ୍ୟ ହେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ସେ ବିହାରର ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟ ସହିତ ତାଙ୍କର ସମ୍ପର୍କ ଭବିଷ୍ୟତରେ ମଧ୍ୟ ଜାରି ରହିବ। ମୁଖ୍ୟମନ୍ତ୍ରୀ ଏହା…
ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଶେଷ ତାରିଖ ଥିବାରୁ ବିଧାନସଭା ପ୍ରକୋଷ୍ଠରେ ନାମାଙ୍କନ ଭରିଛନ୍ତି ବିଜେପିର ଦୁଇ ପ୍ରାର୍ଥୀ। ସେମାନେ ହେଲେ ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ଉଭୟ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ରାମମନ୍ଦିରରେ ପୂଜାଅର୍ଚ୍ଚନା କରିଥିଲେ। ଏହାପରେ ସେମାନେ ବିଧାନସଭା ଅଭିମୁଖେ ଯାତ୍ରା କରିଥିଲେ। ବିଧାନସଭାରେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୋଷ୍ଠରେ ବସି କିଛି ଆଲୋଚନା କରିଥିଲେ। ଏହାପରେ ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସେଠାରେ ଉପସ୍ଥିତ ହେଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଦଳୀୟ ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇ ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ମନମୋହନ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ସୁଜିତ କୁମାର ଦ୍ବିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଚତୁର୍ଥ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଧ୍ୟ ପ୍ରାର୍ଥୀପତ୍ର ଦଖଲ କରିଥିଲେ।…
ଭୁବନେଶ୍ବର: ତାଙ୍କ ଭିତରେ ଅହି ନକୂଳ ସଂପର୍କ। ଜଣେ ପୂର୍ବକୁ ଅନେଇଲେ ଅନ୍ୟଜଣେ ପଶ୍ଚିମକୁ। ହେଲେ ସେମାନେ ଯେ, ଦିନେ ଏକାଠି ହେବେ ତାହା କେହି ଭାବି ନ ଥିଲେ। ଆମେ କହୁଛୁ କଂଗ୍ରେସ ଓ ବିଜେଡି କଥା। ରାଜ୍ୟସଭା ନିର୍ବାଚନ ପାଇଁ ଉଭୟ ଦଳର ସଭାପତି ଏକାଠି ଲାଗିଲାଗି ବସିଛନ୍ତି। ଏହିପରି ଏକ ବିରଳ ଦୃଶ୍ୟ ଆଜି ବିଧାନସଭାର ପ୍ରକୋଷ୍ଠରେ ଦେଖିବାକୁ ମିଳିଥିଲା। ଆଜି ଅର୍ଥାତ ଗୁରୁବାର ଥିଲା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଫଳରେ ଆଜି କଂଗ୍ରେସ ଓ ବିଜେଡି ଦେଇଥିବା ମିଳିତ ପ୍ରାର୍ଥୀ ପାଇଁ ଦୁଇ ଦଳର ସଭାପତି ଏକାଠି ହୋଇଥିଲେ। ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ଏହି ଦୁଇ ସଭାପତି ଏକାଠି ବସିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କେବଳ ଭକ୍ତ ନୁହଁନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ…
ଭୁବନେଶ୍ବର: ଆଜି ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ। ସେଥିପାଇଁ ଆଜି ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଧାନସଭାରେ ପ୍ରକୋଷ୍ଠରେ ଖୋଲା ଯାଇଥିବା ରିଟର୍ଣ୍ଣି ଅଫିସରେ ପ୍ରଥମେ ବିଜେଡି ନାମାଙ୍କନ ଦାଖଲ କରିଥିଲା। ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦୁଇ ସେଟ ନାମାଙ୍କନ ଦାଖଲ କରିଥିଲେ। ସାଥୀରେ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେଓ ବହୁ ବିଧାୟକ। ସନ୍ତୃପ୍ତଙ୍କ ନାମାଙ୍କନରେ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଥିଲେ। ସେହିପରି ଡାକ୍ତର ଦତ୍ତେଶ୍ବର ହୋତା ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ନବୀନ ପଟ୍ଟନାୟକଙ୍କ ସହିତ ଉପସ୍ଥିତ ଥିଲେ କଂଗ୍ରେସ ସଭାପତି ଭକ୍ତ ଦାସ। ଦତ୍ତେଶ୍ବରଙ୍କୁ ଉଭୟ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଛନ୍ତି। ନାମାଙ୍କନ ବେଳେ ଡାକ୍ତର ଦତ୍ତେଶ୍ବରଙ୍କ ନାମାଙ୍କନ ପତ୍ରରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ରସ୍ତାବକ…

