Author: Samikhsya Bureau

ଭୁବନେଶ୍ଵର: 20835 ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନର ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଏବଂ ବୁଢ଼ାପଙ୍କ ମଧ୍ୟରେ ପଥର ଫିଙ୍ଗିବା ଘଟଣା ଯୋଗୁଁ ଏହାର ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍ ର ଝରକା ଖରାପ ହୋଇଯାଇଛି। ଦେଶରେ ଏହା ପ୍ରଥମ ନୁହେଁ ଯେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରାଯାଇଛି।  ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ଘଟିଛି। ତେବେ ଏପର୍ଯ୍ୟନ୍ତ କୌଣସି ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନାହିଁ। କର୍ତ୍ତବ୍ୟରତ ଆରପିଏଫ୍ ଏସକର୍ଟିଂ ଷ୍ଟାଫ୍ ଦ୍ୱାରା ଏହି ଘଟଣା ଜଣାଯାଇଛି। ପୂର୍ବ ତଟ ରେଳପଥ ର ସୁରକ୍ଷା ୱିଙ୍ଗ ଏହାକୁ ଗୁରୁତର ସହ ନେଇ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କୁ ସତର୍କ କରାଇଛି। କଟକରୁ ଆରପିଏଫର ସହକାରୀ ସୁରକ୍ଷା ଆୟୁକ୍ତଙ୍କୁ ଘଟଣାସ୍ଥଳକୁ ପଠା ଯାଇଛି। ଭାରତୀୟ ରେଳ, ବିଶେଷକରି ପୂର୍ବ ତଟ ରେଳପଥର କ୍ରମାଗତ…

Read More

ଭୁବନେଶ୍ବର: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ। ଆସନ୍ତୁ ଜାଣିବା କାର୍ତ୍ତକ ପୂର୍ଣ୍ଣିମାର ଲୁକ୍କାୟିତ କାରଣ ଏବଂ ଧାର୍ମିକ ମହତ୍ତ୍ବ ୧- କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ପୂଜନର ଧାର୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ। ୨- କାର୍ତ୍ତିକ ମାସର ଏକାଦଶୀ ଦିନ ତୁଳସୀ, ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପରେ ବିବାହ କରିଥିଲେ। ୩- କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା ମଧ୍ୟ କରାଯାଇଥାଏ କାରଣ ବିଶ୍ୱାସ ଅନୁଯାୟୀ ତୁଳସୀ ଏହି ଦିନ ପୃଥିବୀକୁ ଆସିଥିଲେ। ୪- ଏହା ସ୍ବୀକୃତ ହୋଇଛି ଯେ ଏହି ଦିନ ତୁଳସୀ ଗଛ ସମ୍ମୁଖରେ ଦୀପ ଜାଳି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ମା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି। ତୁଳସୀ ପୂଜନ ପଛରେ ଲୁକ୍କାୟିତ କାରଣ ଶାସ୍ତ୍ର ଅନୁଯାୟୀ,…

Read More

ନୂଆଦିଲ୍ଲୀ: ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ ଲୋଗୋ ଏବଂ ମାସ୍କଟ ଉଜ୍ଜ୍ୱଳାକୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବହୁ ବିଶିଷ୍ଟ ଆଥଲେଟ୍ ଏବଂ ପାରା ଆଥଲେଟ୍ ଉନ୍ମୋଚନ କରିଛନ୍ତି। ଖେଲୋ ଇଣ୍ଡିଆ- ପାରା ଗେମ୍ସ ୨୦୨୩ର ଅଫିସିଆଲ୍ ମାସ୍କଟ୍ ଭାବେ ଘର ଚଟିଆ- ‘ଉଜ୍ଜ୍ୱଳା’କୁ ଉନ୍ମୋଚନ କରାଯାଇଛି। ଛୋଟ ଘର ଚଟିଆ ଦିଲ୍ଲୀର ଗୌରବର ପ୍ରତୀକ ଏବଂ ଏହାର ଭିନ୍ନତା ସଂକଳ୍ପ ଏବଂ ସହାନୁଭୂତିକୁ ଦର୍ଶାଏ। ଖେଲୋ ଇଣ୍ଡିଆ – ପାରା ଗେମ୍ସ ୨୦୨୩ର ମାସ୍କଟ୍ ଭାବରେ ଉଜ୍ଜ୍ୱଳା ସ୍ମରଣ କରାଇ ଦେଉଛି ଯେ ଶକ୍ତି ଅନେକ ରୂପରେ ଆସିଥାଏ ଏବଂ ମାନବିକ ଭାବନା ଅତୁଟ ରହିଥାଏ। ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ, ଭାରତୀୟ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ତଥା ଅଲିମ୍ପିଆନ୍ ବ୍ରୋଞ୍ଜ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଭାରତୀୟ ପେସାଦାର କୁସ୍ତିଯୋଦ୍ଧା ସରିତା ମୋର, ଭାରତୀୟ ପେସାଦାର ବକ୍ସର ଅଖିଳ କୁମାର…

Read More

ମେଷ:– ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: – ଆପଣ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶାଖା ତରଫରୁ ଆଜି ଏନ୍ ସି ସି ଦିବସ ପାଳିତ ହୋଇଯାଇଛି। କ୍ୟାପଟେନ ଡ଼ ଗୁରୁକିଶୋର ନାୟକଙ୍କ ନେତୃତ୍ୱରେ ପରିଚାଳିତ ଏହି ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ପତାକା ଉତ୍ତୋଳନ କରି କ୍ୟାଡେଟମାନଙ୍କୁ ଆଜି ଦିବସର ଗୁରୁତ୍ୱ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ୍ ବର୍ମା, ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା ମଧ୍ୟ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର କ୍ୟାଡେଟ ମାନଙ୍କ ଦ୍ଵାରା ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଅନୁରୂପ ଭାବେ ଆଜି ବାଲୁଗାଁ କଲେଜ ପରିସରରେ ମଧ୍ୟ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି।

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମରାଳମାଳିନୀ ନିଳାମ୍ବୁ ଚିଲିକା କୂଳଠାରେ ଆଜି ସନ୍ଧ୍ୟାରେ ଚିଲିକା ବୋଇତବନ୍ଦାଣ ମହୋତ୍ସବ ପାଳିତ ହୋଇଯାଇଛି। ଅତୀତରେ ସାଧବପୁଅମାନେ ଚିଲିକାଦେଇ ସାତଦରିଆ ପାରହୋଇ ଦେଶବିଦେଶକୁ ଯାଇ ବଣିଜକରି ବହୁ ଧନସମ୍ପତ୍ତି ଅର୍ଜନ କରି ଆସୁଥିଲେ। ଏହାକୁ ମନେରଖିବା ପାଇଁ ପ୍ରତିବର୍ଷ ବୋଇତବନ୍ଦାଣ ମହୋତ୍ସବ ପାଳନ କରାଯାଉଛି। ସର୍ବପ୍ରଥମେ ମା’ କାଳିଜାଇଙ୍କ ନିକଟରୁ ଏକ ମଶାଲ ଆସିଥିଲା ଏବଂ ସନ୍ଧ୍ୟାରେ ଏହି ବୋଇତ ବନ୍ଦାଣ ମହୋତ୍ସବ ପାଳନ ହୋଇଥିଲା। ଏହି ଉତ୍ସବରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସ ର ସଭାପତି ସୁକାନ୍ତି ପାଇକରା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ସାଂସଦ ସସ୍ମିତ ପତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସକାଳ ଖବରକାଗଜ ପ୍ରକାଶକ ଅମିତ ମଲ୍ଲିକ, ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମନସିଂହ, ଖୋର୍ଦ୍ଧା ଜିଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି…

Read More

ଭୁବନେଶ୍ଵର: କାର୍ତ୍ତିକ ମାସର ପୂର୍ଣ୍ଣିମା ବ୍ରତ ନଭେମ୍ବର ୮ ତାରିଖରେ ରଖାଯିବ। କାର୍ତ୍ତିକ ପୂର୍ଣ୍ଣିମା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ, କାରଣ ଏହି ମାସଟି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ଦିନ ପବିତ୍ର ନଦୀ, ପୋଖରୀରେ ସ୍ନାନ କରିବା ପରେ ଭଗବାନ ଶ୍ରୀ ହରିଙ୍କୁ ଜପ, ଧ୍ୟାନ, ଦାନ ପୂଜା ଇତ୍ୟାଦିରେ ପୂଜା କରାଯାଏ। ବିଶ୍ବାସ କରାଯାଏ ଯେ, ଏହା ଦ୍ୱାରା ଜୀବନର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୁଏ। ଯଦି ନଦୀରେ ଗାଧୋଇବା ସମ୍ଭବ ନୁହେଁ, ତେବେ ଘରର ଏକ ପବିତ୍ର ନଦୀରୁ ପାଣି ମିଶାନ୍ତୁ। ଏହା ସହିତ, ଶାସ୍ତ୍ର ଅନୁଯାୟୀ, ଏହି ଦିନ ସ୍ନାନ ପାଣିରେ କିଛି ବିଶେଷ ଜିନିଷ ମିଶ୍ରଣ କରି ଗାଧୋଇବା ସମସ୍ତ ତ୍ରୁଟି ଦୂର କରିଥାଏ ଏବଂ ସଫଳତା ସହିତ ଆର୍ଥିକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ? ଗୁଜୁରାତି-କେଶର: ଯଦି କୌଣସି କାର୍ଯ୍ୟ ଦୀର୍ଘ…

Read More

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିଧବଧ ଭାବେ ବିଜେଡିରେ ଯୋଗ ଦେବେ ଭି କେ ପାଣ୍ଡିଆନ। ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ଶଙ୍ଖ ଭବନ ଆୟୋଜନରୁ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ଏ ନେଇ ବେଶ ଚର୍ଚ୍ଚା ଜାରୀ ରହିଥିଲା। ସେ ଖୁବ ଶିଘ୍ର ବିଜେଡିରେ ଯୋଗଦେଇ ପ୍ରତ୍ୟେକ୍ଷ ରାଜନୀତି କରିବେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଭି କେ ପାଣ୍ଡିଆନ୍ ଗତ ମହାନବମୀରେ ଆଇଏଏସ ଚାକିରୀ ଛାଡିଥିଲେ। ଏହା ପରେ ଦଶମୀ ବା ଦଶହରାରେ ସେ 5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ସେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ସାମିଲେ ହେଲେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Read More

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫପିଓ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ କନକ୍ଲେଭ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଠାରେ ନାବାର୍ଡ ପକ୍ଷରୁ କୃଷକ ଉତ୍ପାଦ ସଂଗଠନ (ଏଫପିଓ) ଓ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦକ୍ଷତା ବୃଦ୍ଧି କରି ସଶକ୍ତିକରଣ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି । ଓଡ଼ିଶାରେ ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସାୟ ପାଇଁ ବ୍ୟୟବରାଦ ୨୦୧୪ରେ ୧୩ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହି ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିଛି…

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଦୂର ସାଉଥ୍‌ କୋରିଆର ବିିଭିନ୍ନ ଚିତ୍ରଶିଳ୍ପୀଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ସହ ୨୨ ଜଣ କୋରିଆନ୍‌ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ଉଦ୍ୟାନରେ ପ୍ରଦର୍ଶନ କରିଛନ୍ତି। ଏହା ଦ୍ୱାରା ପାରସ୍ପରିକ ସଦ୍‌ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ  ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ…

Read More

ଭୁବନେଶ୍ୱର: ଜନଗଣର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ବର୍ଗତ ମିତ୍ରଙ୍କ ସ୍ମୃତିଚାରଣ କରିଥିଲେ। ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା,ବୀରେନ ମିତ୍ର ଫାଉଣ୍ଡେସନର ସୁଧାଂଶୁ ତ୍ରିପାଠୀ, ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Read More

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଛି। ସମସ୍ତ ଜିଲ୍ଲାର ଦୁଗ୍ଧ ଚାଷୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଶେ୍ୱତ ବିପ୍ଳବର ଜନକ ଭର୍ଗିସ୍‌ କୁରିଏନଙ୍କ ସମ୍ମାନାର୍ଥେ ୨୬ ନଭେମ୍ବରରେ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ। ଭର୍ଗିସ୍‌ କୁରିଏନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ପିଲାମାନଙ୍କ ପାଇଁ କ୍ଷୀର ଅତ୍ୟନ୍ତ ଜରୁରୀ ଏବଂ ଏହା ଏକ ପୁଷ୍ଟିକର ଖାଦ୍ୟ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଦୁU ବିକାଶ କ୍ଷେତ୍ରରେ ଉଦ୍ୟୋଗ ବିକାଶ ପାଇଁ ରାଜ୍ୟ ସରକାର…

Read More

ରେଢାଖୋଲ( କନ୍ଦର୍ପ ବେହେରା): ତମ ସ୍ବାମୀ ଭଲ ଅଛନ୍ତି। ତମେ ଟେନ୍ ସନ୍ ନିଅ ନାଇଁ। ସେ ହରିପୁରରେ ଭୋଜି କରୁଥିଲେ। କିଛି ସମୟ ପରେ ପୁଣି ଅଜଣା ନମ୍ବରରୁ କଲ୍ ଆସିଲା, ତମ ସ୍ବାମୀଙ୍କର ଦୁର୍ଘଟଣା ହୋଇଛି, କିନ୍ତୁ କିଛି ବି ହେଇ ନାହାନ୍ତି। ଗୋଡ ହାତ ଛିଡି ଯାଇଛି। ଏପରି ଫୋନ୍ କଲ୍ ଶୁଣି ମୃତକ ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସଙ୍କ ପତ୍ନୀ ହତବାକ୍ ହୋଇଯାଇଥିଲେ। ତାଙ୍କର ସନ୍ଦେହ ହୋଇଥିଲା ଅଜଣା ନମ୍ବରରୁ କଲ୍ କରିଥିବା ବ୍ୟକ୍ତିକୁ।  ହେଲେ ଜିଆର୍ ଏସ୍ ଙ୍କ ମୃତ୍ୟୁର ପ୍ରକୃତ ହତ୍ୟାକାରୀକୁ ପୋଲିସ୍ ଏ ଯାଏଁ ଗିରଫ କରି ପାରି ନ ଥିବାରୁ ପରିବାର ଲୋକେ ପୋଲିସ୍ ପ୍ରତି ଆସ୍ଥା ତୁଟାଇଛନ୍ତି। ମୃତକର ପତ୍ନୀ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମୋ ସ୍ବାମୀଙ୍କୁ ଶ୍ବାସରୁଦ୍ଧ କରି ମାରିଦେଇଥିବା ପ୍ରକାଶ କରିଛନ୍ତି। ସେପଟେ ପୋଲିସ୍ ଏହାର ତଦନ୍ତ କରୁଛି…

Read More

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଆଇପିଏଲ-୨୦୨୪ ପାଇଁ ନିଲାମ ହେବାକୁ ଯାଉଛି। ଏହାପୂର୍ବରୁ, ଫ୍ରାଞ୍ଚାଇଜ୍ ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିଛି, ଯେଉଁମାନଙ୍କୁ ଫ୍ରାଞ୍ଚାଇଜ୍ ଦ୍ଵାରା ସଂରକ୍ଷିତ ଏବଂ ମୁକ୍ତ କରାଯାଇଛି। ପ୍ରକାଶ ଯେ, ଗୋଟିଏ ଦଳରେ ସର୍ବନିମ୍ନ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ। ଯେଉଁଥିରେ ୮ ଖେଳାଳି ବିଦେଶୀ ହେବା ଜରୁରୀ। ମୁମ୍ବାଇ ଇଣ୍ଡିଆନ୍ସର ସଂରକ୍ଷିତ ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ସ୍କାଏ, ଇଶାନ କିଶନ, ତିଲକ ବର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, କ୍ୟାମ ଗ୍ରୀନ୍, ଶ୍ୟାଶାମ୍ସ ମୁଲାନି, ନେହଲ ୱାଡେରା, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମଧୱାଲ, ଜାସନ ବେହରେନଡୋର୍ଫ, ରୋମାରିଓ ଶେଫର୍ଡ। ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ୍ ଖେଳାଳି ତାଲିକା: ଅର୍ଶଦ ଖାନ ରମଣଦୀପ ସିଂ ହ୍ରିତିକ୍ ଶୌକିନ୍ ରାଘବ ଗୋୟଲ ଜୋଫ୍ରା ଆର୍ଚର ଟ୍ରିଷ୍ଟାନ୍ ଷ୍ଟବ୍ସ୍ ଡୁଆନ ଜାନସନ

Read More

ବାଲୁଗାଁ: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ଶେଷ ହୋଇଛି। ଆଜି ଭୋରରୁ ନାମଜପ ଶେଷ ହେବା ପରେ ନଗର କୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିରେ କୁନି କଳାକାରମାନେ ବିଭିନ୍ନ ବେଶ ହୋଇ ନଗର ପରିକ୍ରମା କରିଥିଲେ। ଏହାପରେ କଳସ ବିସର୍ଜନ କରାଯାଇଥିଲା। ଏହି ଉପଲକ୍ଷେ ଚାଷଙ୍ଗରା ଗ୍ରାମ ତରଫରୁ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଗତ ଶୁକ୍ରବାରଠାରୁ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ସେଦିନ ଅଧିବାସ କରାଯାଇ ଭୋରରୁ ନାମ ଧରାଯାଇଥିଲା। ଏଥିରେ ଚାଷଙ୍ଗରା ଗ୍ରାମରୁ ଦୁଇଟି ଦଳ ସହିତ ମୋଟ ଆଠଟି ଦଳ ନାମ ସଂକୀର୍ତ୍ତିନ ପରିବେଷଣ କରିଥିଲେ। ଚାଷଙ୍ଗରା ଗ୍ରାମରେ ଦୀର୍ଘ ବର୍ଷ ଧରି ଏହି ଅଷ୍ଟପ୍ରହରୀ ନାମଯଜ୍ଞ କରାଯାଇ ଆସୁଛି।

Read More

ନୂଆଦିଲ୍ଲୀ: ଚେନ୍ନାଇ ଦ୍ଵାରା ଆଇପିଏଲ ୨୦୨୪ ପାଇଁ ମୁକ୍ତ ଏବଂ ସଂରକ୍ଷିତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଦଳର ରଖାଯାଇଥିବା ତାଲିକାରେ ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ମହେନ୍ଦ୍ର ସିଂ ଧୋନିଙ୍କ ରୂପରେ ହେବ। ଧୋନିଙ୍କୁ ଚେନ୍ନାଇ ସଂରକ୍ଷିତ ରଖଛି, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଯେ ସେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସିଜନରେ ଦଳର ଦାୟିତ୍ୱ ଗ୍ରହଣ କରିବେ। କିନ୍ତୁ ସେପଟେ ଓଡିଶାର ଏକମାତ୍ର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ମୁକ୍ତ କରିଛି। ଯାହାକୁ ନେଇ ଓଡିଶାର କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। ଏହା ବ୍ୟତୀତ ଚେନ୍ନାଇ କିଛି କଠୋର ନିଷ୍ପତ୍ତି ନେଇଛି ଏବଂ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମୁକ୍ତ କରିଛି। ସଂରକ୍ଷିତ ଥିବା ଖେଳାଳିଙ୍କ ତାଲିକା: ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ଡିଭନ୍ କନୱେ, ରୁତୁରାଜ ଗାଇକ୍ଵାଡ, ମୋଇନ ଅଲି, ଶିବମ ଦୁବେ, ରାଜବର୍ଦ୍ଦନ ହଙ୍ଗରଗେକର, ମିଚେଲ ସାଣ୍ଟନର୍, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମଥିଶା…

Read More

ଟାଙ୍ଗୀ/ବାଣପୁର (ସୀତାରାମ ଅଗ୍ରୱାଲ): ଟାଙ୍ଗୀ-ଚାନ୍ଦପୁର ବାଇପାସ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅଟୋ ରିକ୍ସା ଯୋଗେ ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ଅଧ୍ୟାପିକାଙ୍କ ଜୀବନ ଚାଲିଯାଇଛି। ଘଟଣାରୁ ପ୍ରକାଶ ଯେ, ବାଣପୁର ଥାନା ବାଲେଡିହ ଗ୍ରାମର ବିଭୁଦତ୍ତ ପଟ୍ଟନାୟକ, ତାଙ୍କ ପତ୍ନୀ ପଙ୍କଜିନୀ ପଟ୍ଟନାୟକ ଏବଂ ଭଉଣୀ ରାଜ ଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ। ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ ଠାରେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭଉଣୀ ରାଜଲକ୍ଷ୍ମୀ ପଟ୍ଟନାୟକ ମୃତ୍ୟୁ ବରଣ କରିଥିଲେ। ପଙ୍କଜିନୀ ପଟ୍ଟନାୟକ ସାମାନ୍ୟ ଆହାତ ହୋଇଥିବାବେଳେ ବିଭୁଦତ୍ତ ଗୁରୁତର ଭାବେ ଆହତ ହୋଇ ଚାନ୍ଦପୁର ବସନ୍ତମଞ୍ଜରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଅଛି।…

Read More

ଭୁବନେଶ୍ବର: ସଠିକ୍ ଗବେଷଣା ଓ ତଥ୍ୟ ପ୍ରମାଣ ଅଭାବରୁ ଓଡ଼ିଶାର ସମୃଦ୍ଧ ଓ ଗୌରବମୟ ଇତିହାସ କେବଳ ଲୋକକଥାରେ ସୀମିତ ରହିଯାଇଛି। ବର୍ତ୍ତମାନ ସମୟରେ ଗବେଷଣା ଆଧାରରେ ଓଡ଼ିଆ ସମାଜର ମୂଳ ସତ୍ୟତାକୁ ତଥ୍ୟ ଆଧାରରେ ପ୍ରମାଣିତ କରି ପ୍ରକୃତ ସତ୍ୟତାର ଉନ୍ମୋଚନ କରିବା ପାଇଁ ହେବ। ଏ ଦିଗରେ ଆଜି ଉଦଘାଟିତ ‘ଓଡ଼ିଶା ଗବେଷଣା କେନ୍ଦ୍ର’ (ଓଆରସି) ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ଲୋକକଥାକୁ ଲୋକଲୋଚନକୁ ଆଣିବ ତଥା ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅନୁସନ୍ଧାନ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବିଧାନ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ…

Read More

ନୂଆଦିଲ୍ଲୀ: ପଞ୍ଜାବରେ ରେଳ ଟ୍ରାକ୍ ଅବରୋଧ କରୁଥିବା ଚାଷୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନଭେମ୍ବର ୨୪ ତାରିଖ ଦିନ ରେଲୱେ ଟ୍ରାକରେ ବିରୋଧ ଯୋଗୁଁ ୧୮୨ ଟ୍ରେନ୍ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ରେଳ ବିଭାଗ ଆରପିଏଫ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଆଣିଛି, ଯେଉଁଥିରେ ୩୫୦ ଜଣ ଚାଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି। କୃଷକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଆଇପିସିର ଧାରା ୧୪୭ ଏବଂ ୧୭୪-ଏ ଯୋଗ କରାଯାଇଛି। ଯେଉଁ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବଲୱିନ୍ଦର ସିଂ ରାଜୁ ଔଲଖ ଏବଂ ମାଝା କିସାନ ସଂଘର୍ଷ କମିଟି ସଭାପତି ବଲଜିନ୍ଦର ସିଂଙ୍କ ନାମ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଜଲନ୍ଧରରେ କୃଷକମାନେ ଆଖୁ ମୂଲ୍ୟ ବୃଦ୍ଧି ପାଇଁ ଜମ୍ମୁ-ଜାତୀୟ ରାଜପଥ ଏବଂ ରେଳ ଟ୍ରାକ୍ ଅବରୋଧ କରିଥିଲେ। ପ୍ରାୟ ୮୪ ଘଣ୍ଟା ଧରି ନୂଆଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥ…

Read More

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା (ପ୍ରିୟାମ୍ବୁଲ) ପଢିଥିଲେ। ଏହା ବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଦୂର ଉପାନ୍ତ ସ୍ଥାନ ମାନଙ୍କରେ ଥିବା ରେଳବାଇ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପଠନ କରିଥିଲେ। ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ସିଦ୍ଧାର୍ଥ କାଟି ଏବଂ…

Read More

ଛତ୍ରପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନରେ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ସହ ସ୍ବଚ୍ଛ ସର୍ବେକ୍ଷଣ ଓ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସହକାରୀ ଡାକ ଅଧ୍ୟକ୍ଷ ସଂଜୟ କୁମାର ଦୋରା, ପଷ୍ଟ ମାଷ୍ଟର ଲଳିତ ଚନ୍ଦ୍ର ବେହେରା, ସହକାରୀ ପୋଷ୍ଟ ମାଷ୍ଟର ରାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ବାଇଁ, ବଜାର ସବ୍ ପୋଷ୍ଟ ମାଷ୍ଟର ସନ୍ତୋଷ କୁମାର ପାତ୍ର, ପଷ୍ଟମେନ୍ ଏନ୍ ଲିଙ୍ଗରାଜ ସେଠୀ, ହେଡ୍ ପଷ୍ଟ ମେନ୍ ରାମ ଚନ୍ଦ୍ର ପଟ୍ଟନାୟକ ସମେତ ସମସ୍ତ ଡକ କର୍ମଚାରୀ ଯଗୋ ଦେଇଥିଲେ। ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Read More