ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ୍ ସୁଇଚ୍’ ପାଇଛନ୍ତି। ଯାହା କର୍କଟ କୋଷକୁ ମାରିବାରେ ସଫଳ ହେବ। ସୈକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ୍ କମ୍ପେରେସିଭ୍ କ୍ୟାନସର ସେଣ୍ଟରର କାଲିଫର୍ନିଆ ବିଶେଷଜ୍ଞମାନେ କହିଛନ୍ତି ଯେ, ସେମାନେ ଏକ ପ୍ରୋଟିନ୍ ଚିହ୍ନଟ କରିଛନ୍ତି ଯାହା ଏକ ରିସେପ୍ଟରକୁ ଅନୁକରଣ କରେ ଯାହା କର୍କଟ କୋଷକୁ ମାରିବା ପାଇଁ ଡିଜାଇନ୍ ହୋଇପାରିବ। ଏଗୁଡ଼ିକ ହେଉଛି CD95 ରିସେପ୍ଟର ଯାହା ଫାସ୍ (Fas) ଭାବରେ ମଧ୍ୟ ଜଣାଶୁଣା। ଏମାନଙ୍କୁ ଦେଥ ରିସେପ୍ଟର କୁହାଯାଏ। ଏହି ପ୍ରୋଟିନ୍ ରିସେପ୍ଟରଗୁଡ଼ିକ କୋଷ ଝିଲି ଉପରେ ରହିଥାଏ। ଯେତେବେଳେ କର୍କଟ କୋଷଗୁଡ଼ିକ ସକ୍ରିୟ ହୋଇଯାଏ ଏବଂ ସଙ୍କେତ ଦିଏ, ଏହି ରିସେପ୍ଟରଗୁଡ଼ିକ ସେମାନଙ୍କୁ ହତ୍ୟା କରନ୍ତି କିମ୍ବା ରିସେପ୍ଟରମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ନିଜେ ମରିଯାନ୍ତି। ଥେରାପି କିପରି ଦିଆଯିବ?: ଅନୁସନ୍ଧାନକାରୀମାନେ ଏହାକୁ CAR ଟି-ସେଲ୍ ଥେରାପି…
Author: Samikhsya Bureau
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିଶ୍ୱକପରେ ଭଲ ପ୍ରଦର୍ଶନ ପରେ ମହମ୍ମଦ ଶାମି ସମ୍ବାଦରେ ଅଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ହସିନ ଜହାଁ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର, ହେଲେ ଭଲ ମଣିଷ ହୋଇଥାନ୍ତେ କି। ସେ କହିଛନ୍ତି, ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ଜାଣନ୍ତି ଯେ ମୋ ସହିତ ଭୁଲ ହୋଇଛି। ମୁଁ, ମୋ ଝିଅ ଏବଂ ସେ ଏକାଠି ମିଶି ଭଲ ଜୀବନ ବିତାଇପାରିଥାନ୍ତୁ। ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମ ଦେଶ ଫାଇନାଲ ଜିତୁ ଏବଂ ବିଶ୍ୱକପ ଆମ ପାଖକୁ ଆସୁ। ହସିନ ଜହାଁ କହିଛନ୍ତି ଯେ, ତାଙ୍କର ଏବଂ ଶାମିଙ୍କ ସମ୍ପର୍କ ତାଙ୍କ କ୍ୟାରିୟର ସହିତ ଯୋଡ଼ିବା ଉଚିତ ନୁହେଁ। କାରଣ ତାଙ୍କର କ୍ୟାରିୟର ଅଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନରେ ଥିବା ସମ୍ପର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥାତ୍ ମୋର ଏବଂ ଶାମ୍ୟଙ୍କ ମଧ୍ୟରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଅବସ୍ଥିତ ପଶୁ ଚିକିତ୍ସା ଅନୁଷ୍ଠାନ ର ନୀରିକ୍ଷକ ପ୍ରମୋଦ କୁମାର ମହାଙ୍କୁଡ ଙ୍କ ଶବ ଉକ୍ତ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ଯେ, ମୃତ ପ୍ରମୋଦଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଓ ସେ ଏହି ୩ ବର୍ଷ ହେଲା ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ସେହି କାର୍ଯ୍ୟାଳୟ ମଧ୍ୟରେ ହିଁ ରହୁଥିଲେ। ସକାଳୁ ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳି କବାଟ ବନ୍ଦ କରି ଭିତରକୁ ଯିବା ଜଣାପଡିଛି। କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଛେଳି କୁ ଚିକିତ୍ସା ପାଇଁ ଜଣେ ଲୋକ ଆସି ଭିତରପଟୁ କବାଟ ବନ୍ଦ ହୋଇଥିବା ଦେଖି ଝରକା ପଟେ ଦେଖିଲା ବେଳକୁ ଅଚେତ ଅବସ୍ଥାରେ ପ୍ରମୋଦକୁ ଦେଖି ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ…
ନୂଆଦିଲ୍ଲୀ: ଗୁରୁବାର ଠାରୁ ଭାରତୀୟ ସେନା ଏବଂ କୁଲଗାମରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। କାଶ୍ମୀର ଆଇଜିପି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେସନ୍ ବର୍ତ୍ତମାନ ସୁଦ୍ଧା ଶେଷ ପର୍ଯ୍ୟାୟରେ ଅଛି। ଗୁରୁବାର ଠାରୁ କୁଲଗାମରେ ସର୍ଚ୍ଚ ଅପରେସନ୍ ଚାଲିଛି। ନିହତ ସମସ୍ତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଅଟନ୍ତି। ଏହା ହେଉଛି ସେହି ଲଶ୍କର-ଏ-ତୋଇବା, ଯାହାର ମୁଖ୍ୟ ହେଉଛନ୍ତି ହାଫିଜ ସଇଦ।
ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ଆଦିବାସୀ ଜମିକୁ ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ପ୍ରସ୍ତାବକୁ ସ୍ଥଗିତ ରଖିଛନ୍ତି। ଏ ନେଇ ଆଜି ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିପାରିବା ନିୟମକୁ କ୍ୟାବିନେଟ ମଂଜୁରୀ କରିଛନ୍ତି। ହେଲେ ତାହା ସ୍ଥଗିତ ରହିଲା ବୋଲି ମନ୍ତ୍ରୀ କହିଛନ୍ତି। ଗତ 14 ତାରିଖ କ୍ୟାବିନେଟ ବୈଠକରେ ଆଦିବାସୀ ଜମି ନିୟନ୍ତ୍ରଣ ବିଲ 1956 ଧାରା 2 କୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ମଂଜୁରୀ ପାଇଥିଲା। ଏହା ସଂଶୋଧନ ହେଲେ ଆଦିବାସୀମାନେ ସେମାନଙ୍କର ଜମି ସାଧାରଣ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଗଲା। ଫଳରେ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିଛନ୍ତି।
କୁଜଙ୍ଗ: କଟକ ପାରାଦ୍ଵୀପ ରାଜ୍ୟ ରାଜପଥ କୁଜଙ୍ଗ ଥାନା ଅଧୀନ ୧୫ ନମ୍ବର୍ ଠାରେ ରାତି ୧୦ ଘଟିକା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହି ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଚାଳକ କିଶନ ନଗର ମଙ୍ଗଦେଇପୁର ଗ୍ରାମର କ୍ରୀତି ରଞ୍ଜନ ବେହେରା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ କେନ୍ଦୁଝର ଜିଲ୍ଲା କଣେଟା ଅଞ୍ଚଳର ବିଶ୍ଵଜିତ୍ ନାୟକ ଓ ଅନ୍ୟ ଜଣେ ହେଲା ସେହି ଗ୍ରାମର କୈବଲ୍ୟ ବୋଲି ପରିଚୟ ପତ୍ରରୁ ଜଣାପଡିଛି। ସୂଚନା ମୁତାବକ କୁଜଙ୍ଗ ରୁ ପାରାଦ୍ଵୀପ ଅଭିମୁଖେ ଆଗ ପଛ ହୋଇ ଏକ ବୋଲେରୋ ନମ୍ବର୍ (ଓଡି ୦୨ ବିୟୁ ୬୮୮୪)ଏବଂ ମଟର ସାଇକେଲ(ଓଡି ୦୯ ଏମ ୪୨୮୨) ରେ ବିଶ୍ୱଜିତ୍ ଓ କୈବଲ୍ୟ ଯାଉଥିବା ବେଳେ ୧୫ ନମ୍ବର୍ ଠାରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଓ ଧୋବାଡି ପାଟପୁର ମଧ୍ୟରେ ଏକ ମୋଟରସାଇକେଲ (ଓଡି୩୨ ଏଫ୍ ୮୩୯୪) ସହ ଏକ କୋର୍ଟ ଭ୍ୟାନ୍ ମୁହାଁମୁହିଁ ଧକ୍କା ଫଳରେ ଆସ୍କା ଅଞ୍ଚଳର କାହ୍ନୁଚରଣ ଦାସ ନାମରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଦୀପକ କୁମାର ପ୍ରଧାନ ନାମକ ଜଣେ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଉଭୟେ ଛାତ୍ର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମ ରେ ଅବସ୍ଥିତ ଜି ଆଇ ଟି ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଅଟନ୍ତି। ସେମାନେ ମୋଟରସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ଗ୍ରାମରେ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାହ୍ନୁ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶେଷରେ ବାତ୍ୟାରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ବାତ୍ୟା ବଙ୍ଗୋପସାଗରର ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି 20 କିଲୋମିଟର ବେଗରେ ଗତି କରୁଛି। ଏହି ବାତ୍ୟାର ନାମ ମିଧିଲି ରଖାଯାଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ମିଧିଲି ବର୍ତ୍ତମାନ ପାରାଦ୍ବୀପଠାରୁ 250 କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଏହା 180 କିଲୋମିଟର ଦୂରରେ ରହିଛି। ଏହି ବାତ୍ୟା ବର୍ତ୍ତମାନ ବାଙ୍ଗାଲଦେଶ ଆଡକୁ ମୁହାଁଉଛି। ଫଳରେ ଓଡିଶା ପ୍ରତି କୌଣସି ବିପଦ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ୍ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନ ଅପେକ୍ଷା କରିବା ଆରମ୍ଭ କରିଛନ୍ତି। ବାସ୍ତବରେ, ଏହି ଅପେକ୍ଷା ବିଶ୍ୱକପ୍ ଫାଇନାଲରେ ପ୍ରଦର୍ଶନ କରିବାକୁ ଆସୁଥିବା ଦୁଆ ଲିପାଙ୍କ ପାଇଁ। ଭାରତରେ ଲିପାଙ୍କ ଆଗମନ ଘୋଷଣା ହେବା ପରଠାରୁ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ପ୍ରବେଶ ବିଶ୍ୱକପ ପାଇଁ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଦୁଆ ଲିପାଙ୍କୁ ମାତ୍ର ୨୮ ବର୍ଷ ବୟସ କିନ୍ତୁ ସାରା ବିଶ୍ୱରେ ତାଙ୍କର ଅସଂଖ୍ୟ ପ୍ରଶଂସକ ଅଛନ୍ତି। ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ସେ ମଞ୍ଚ ମଧ୍ୟ ନେଇଛନ୍ତି। ସେ ପ୍ରଥମ…
ଭୁବନେଶ୍ବର: ଆଇଏଏସ ରୁ ଅବସର ନେବା ପରେ ବର୍ତ୍ତମାନ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେବେ। ସେଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। ତାଙ୍କୁ ନବୀନ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ସଭ୍ୟ ଭାବେ ଗ୍ରହଣ କରିବେ। ସେ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଚାକିରୀ ଛାଡିବାର କିଛି ଘଣ୍ଟା ପରେ ତାଙ୍କୁ ନବୀନ କ୍ୟାବିନେଟ ପ୍ୟାହାରେ ନିଯୁକ୍ତି ପ୍ରଦାନ କଲେ। ଫଳରେ ସେ ବିଜେଡି ସାମିଲ ହେବା ସନ୍ଦେହ ଧିରେଧିରେ ଘନିଭୂତ ହେବାରେ ଲାଗିଲା। ସେ ସିଧା ରାଜନୀତିରେ ଯୋଗଦେଇ ଓଡିଶାର ବିକାଶ କାମକୁ ତଦାରଖ କରିବେ ବୋଲି ବିଜେଡି ମହଲରୁ ଜଣାପଡିଛି। ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
ନୂଆଦିଲ୍ଲୀ: ଆଜି ସକାଳେ ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗ୍ରାମ ନିକଟରେ ଏକ ଜିପ ୫୦୦ ମିଟର ଘାଟିରେ ଖସିପଡିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହାର କ୍ଷମତା ଅପେକ୍ଷା ଜିପ୍ରେ ଅଧିକ ଲୋକ ଥିଲେ। ଡ୍ରାଇଭର ଜିପ୍ ଉପରେ ନିୟନ୍ତ୍ରଣ ହରାଇଲା ପରେ ଜିପ୍ ଏକ ଗଭୀର ଖାଲରେ ପଡ଼ିଯାଇଥିଲା। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣା ବେଳେ ଗାଡି ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାରକୁ ସର୍ବାଧିକ ସଂଖ୍ୟାରେ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଛତିଶଗଡରେ ୭୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ଭୋଟରଙ୍କୁ ସେମାନଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାକୁ ନିବେଦନ କରିଛନ୍ତି ଏବଂ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ଭୋଟରଙ୍କୁ ଦେଇଥିବା ବାର୍ତ୍ତାରେ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସାରା ରାଜ୍ୟରେ ଭୋଟରମାନେ ସେମାନଙ୍କର ମତାଧିକାର ବ୍ୟବହାର କରିବେ ଏବଂ ଏହି ଗଣତନ୍ତ୍ରର ଉତ୍ସବର ଆଲୋକ ପ୍ରଦାନ କରିବେ। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେଇଥିବା ରାଜ୍ୟର ସମସ୍ତ ଯୁବକଙ୍କୁ ମୋର ବିଶେଷ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ କହିଛନ୍ତି। ମଧ୍ୟପ୍ରଦେଶର…
ନୂଆଦିଲ୍ଲୀ: ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି। ଏହିପରି ପାଟ କମିନ୍ସଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଠାରୁ ମିଳିଥିବା ଆଘାତର ହିସାବକୁ ବରାବର ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଳାଇବ। ୨୦ ବର୍ଷ ପୂର୍ବେ ଟିମ୍ ଇଣ୍ଡିଆ ଆଘାତ ପାଇଥିଲା … ବାସ୍ତବରେ ୨୦୦୩ ବିଶ୍ୱକପର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପରସ୍ପରର ମୁହାଁମୁହିଁ ହୋଇଥିଲେ। କିନ୍ତୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଅଷ୍ଟ୍ରେଲିଆ ୧୨୫ ରନରେ ଭାରତକୁ ପରାସ୍ତ କରିଥିଲା। ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ଆସି…
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଠାରେ ଅଡିଟ ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ନିୟନ୍ତ୍ରକ ଓ ହିସାବ ସମୀକ୍ଷା ମହାନିର୍ଦେଶକଙ୍କ ଅଧୀନରେ ଭାରତ ସରକାରଙ୍କ ସମୀକ୍ଷା ଗୋଷ୍ଠୀ ଦେଶର ସଂହତି, ପ୍ରଶାସନ ଓ ପଦ୍ଧତିଗତ ନିର୍ମାଣରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତବାସୀ ଦେଶକୁ ବିକଶିତ କରି ଗଢ଼ିତୋଳିବା ନିମନ୍ତେ ଦ୍ରୁତ ଗତିରେ ଆଗେଇଛନ୍ତି। ଦେଶର ଲେଖା ମହାନିୟନ୍ତ୍ରକଙ୍କ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକଙ୍କୁ ମଧ୍ୟ ଏଥିପାଇଁ ଅବଦାନ ଦେବାକୁ ପଡ଼ିବ। ଲେଖା ଓ ହିସାବ ମହାନିୟନ୍ତ୍ରକ ଅନେକ ଆଗୁଆ ପଦକ୍ଷେପ ଯଥା କେନ୍ଦ୍ର ତଥା ପରିଚାଳନା ଓ ବିଶ୍ଳେଷଣ ଇତ୍ୟାଦି ନେଇଥିବା ତଥା ଭବିଷ୍ୟତକୁ ଆଖି ଆଗରେ ରଖି ପଦକ୍ଷେପ ନେଉଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଦେଶର ଲେଖା ଓ ହିସାବ ମହାନିୟନ୍ତ୍ରକଙ୍କ ପୂରା ଗୋଷ୍ଠୀ ନିୟନ୍ତ୍ରକ…
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ। ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେଥିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ୱଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା – ୨୦୨୦ ବ୍ୟାଚ୍ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ରାଜଭବନର ନ୍ୟୁ ଅଭିିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେନି ଅଫିସରମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ…
ଭୁବନେଶ୍ୱର: ଗଣମାଧ୍ୟମର ଏକ ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଗଣମାଧ୍ୟମ ସବୁବେଳେ ଅଗ୍ରଣୀ ଭୂମିକା ନେବା ସହ ସମୟ ଓ ସମାଜକୁ ଉଚିତ୍ ମାର୍ଗଦର୍ଶନ କରାଇବା ସହ ସକାରାତ୍ମକ ସହଯୋଗ କରିଆସିଛି । ଗଣମାଧ୍ୟମ ସାଧାରଣ ଲୋକମାନଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି । ଆଜି ଜୟଦେବ ଭବନରେ ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଏକ ସଶକ୍ତ ଓ କ୍ରିୟାଶୀଳ ଗଣତନ୍ତ୍ର ପାଇଁ ମୁକ୍ତ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଜରୁରୀ । ଏହା ଶାସନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରେ । ଏହା ଯେତେ ସହଜ, ସୁଗମ ଓ ସକ୍ରିୟ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଶ୍ରୀ…
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି। ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ…
ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ। ଓଡିଶାର ରୂପାନ୍ତର ଉପରେ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’’ ବିଷୟବସ୍ତୁ ଉପରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ଆଜି ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଦିନ। ଯେହେତୁ ଭାରତ ଆଉ ମାତ୍ର କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି କେବଳ ଭାରତର ରୂପାନ୍ତର କାହାଣୀକୁ ଲୋକଲୋଚନକୁ ଆଣିବାରେ ନୁହେଁ, ବରଂ ବିଭିନ୍ନ କ୍ଷେତ୍ର ଓ ଦେଶର ୧୦୦ କୋଟି ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରକାଶିତ କରିବାରେ ଗଣମାଧ୍ୟମ ଗଠନମୂଳକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ଜାତୀୟ…
ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ…
ଭୁବନେଶ୍ୱର: ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି। ଆଜି ମାଲକାନଗିରି, କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ । ମାଥିଲି ଠାରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚି ସାଧାରଣ ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। କେତେକ ହିତାଧିକାରୀଙ୍କୁ ଯୋଜନାର ଲାଭ ନେବାକୁ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କୁ ସହାୟତା ବିତରଣ କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ରଥ ବ୍ଲକ୍ର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବ । ହିତାଧିକାରୀଙ୍କୁ ବାହନ…

