ଭୁବନେଶ୍ୱର: ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ, ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା। ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏଜୁକେସନ୍ (ଭିଏଲ୍ୟୁଟିଇ), ଭିଏତନାମ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି।…
Author: Samikhsya Bureau
ଭୁବନେଶ୍ୱର: ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ କହିଛି। ପରେ ଏହାର ଗତିପଥରେ ପରିବର୍ତନ ହେବା ସହ ଉତର କିମ୍ବା ଉତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କ୍ରାନ୍ତି’ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ ପୌରହିତ୍ୟ ରେ ଖଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଜଙ୍କ୍ ଫୁଡ୍ ରୁ ଦୁରେଇ ରୁହନ୍ତୁ ଓ ସୁସ୍ଥ ଶରୀର ଅତିବାହିତ କରିବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ରିସର୍ଚ୍ଚ ସେଣ୍ଟର ର ରେଡିଏସନ୍ ଆଙ୍କୋଲଜି ଡାକ୍ତର କାହ୍ନୁ ଚରଣ ପାତ୍ର, ଏମ୍ କେ ସି ଜି ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ ରାଜେନ୍ଦ୍ର ପ୍ରସାଦ ବେହେରା,ଏସ୍ ଏମ୍ ଆଇ ଟି ସଭାପତି ଡ଼ଃ ଭଗବାନ ଗନ୍ତାୟତ ଓ ସି ଏମ୍ ଏ ଧର୍ମେନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍କଟ ରୋଗ ବିଷୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସମାନ୍ତରାଳ ଭାବେ ଆରମ୍ଭ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଂକଳ୍ପ ଯାତ୍ରାର ଏହି ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବ। ଯାତ୍ରା ଅବସରରେ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯିବ। ସଚେତନତା ରଥରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯିବ। ଏହି ଅବସରରେ ଆୟୋଜିତ ସଭାରେ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ,…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା। ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ…
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ୫୦ ତମ ଏକଦିବସୀୟ ଶତକ ଏବଂ ଶ୍ରେୟାସ ଆୟରଙ୍କ ଉଜ୍ଜ୍ୱଳ ଶତକ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ ସ୍କୋର କରିଛି। ଏହି ବିଶାଳ ସ୍କୋର କରିବାରେ ଶୁଭମାନ ଗିଲ ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ୭୯ ରନ୍ ସ୍କୋର କରିବା ପରେ ଗିଲ ରିଟାୟର ନେଇଥିଲେ। କିନ୍ତୁ ଶେଷରେ ସେ ଫେରି ୮୦ * ରନ୍ ସ୍କୋର କରିଥିଲେ। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଥିଲେ। ସର୍ବପ୍ରଥମେ ରୋହିତ ଏବଂ ଗିଲ ଦଳ…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ୍ୟ ଅବପାତ ଧିରେ ଧିରେ ବଳିଷ୍ଠ ହେବାରେ ଲାଗିଛି। ଏହାଦ୍ବାରା ପରବର୍ତ୍ତି ସମୟରେ ଏହା ବାତ୍ୟା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତେବେ ବାତ୍ୟା ସମ୍ଭାବନା ନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ନ ଥିଲେ ମଧ୍ୟ ପାଣିପାଗ ବିଶେଷଜ୍ଞ ଏହାକୁ ଏଡାଇ ଯାଇ ନାହାଁନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତକୁ ରୂପାନ୍ତରିତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧିରେଧିରେ ଘନିଭୂତ ହେବାରେ ଲାଗିଛି। ଏହାଦ୍ବାରା ଆସନ୍ତାକାଲି 11 ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଶୁକ୍ରବାର ଦିନ ମଧ୍ୟ 7 ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆସନ୍ତାକାଲି 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ପୁରୀ ,କେନ୍ଦ୍ରାପଡ଼ା,କଟକ, ଖୋର୍ଦ୍ଧା, ଜଗତସିଂହପୁର,…
ଭୁବନେଶ୍ୱର: ଶିଶୁମାନେ ଗୋଟିଏ ଜାତିର ହୃତପିଣ୍ଡ। ଶିଶୁ ମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭାର ବିକାଶ ହିଁ ଗୋଟିଏ ଦେଶ ବା ଜାତିକୁ ଅଗ୍ରଗାମୀ କରିପାରିବ। ଆମେ ସମସ୍ତେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟକରିବା ଉଚିତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଉର୍ଜା ୨୦୨୩’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି। ‘ଉର୍ଜା ୨୦୨୩’ର ପରିକଳ୍ପନା ଏକ ଅନନ୍ୟ ପଦକ୍ଷେପ ଓ କ୍ରିଏଟିଭୋ ଶାଖା ନି୧⁄୨ୟ ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ସେତୁବନ୍ଧ ବୋଲି ମଧ୍ୟ ସେ କହିଛନ୍ତି। ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ପ୍ରତିଭାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀମତି ଦାସ ଆଶା ପ୍ରକାଶ କରିଥିଲେ। ପୂର୍ବରୁ ଏହି କ୍ଳବ ଅଧୀନରେ ଚାଷୀମାନଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା…
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି। ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ୱାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୪ ହଜାର ୫୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ ସ୍କୁଲ) ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଶ୍ରୀ ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଜନଜାତୀୟ ଗୌରବ ଦିବସ ଅବସରରେ ଶୁଭକାମନା।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୦ମସିହା ନଭେମ୍ବର ୧୫ ତାରିଖ ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟିରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କ୍ଷୁଦ୍ର ଚାଷୀଙ୍କୁ ୨୦୦୦ ଟଙ୍କାର ୧୫ ତମ କିସ୍ତି ଜାରି କରିଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ୧୬ ତମ କିସ୍ତି ରିଲିଜ୍ ହେବ, ସେତେବେଳେ ମୋଦୀ ସରକାର ଚାଷୀଙ୍କୁ ଆହୁରି ବଡ ଉପହାର ଦେଇପାରନ୍ତି। ଏକ ସମ୍ଭାବନା ଅଛି ଯେ, ମାର୍ଚ୍ଚ ୨୦୨୪ ର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର ଏକାସାଙ୍ଗରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ 1୧୬ ତମ ଏବଂ ୧୭ ତମ କିସ୍ତି ପରିମାଣ ଜାରି କରିପାରନ୍ତି, ଯାହା ଦ୍ଵାରା ନିର୍ବାଚନରେ କୃଷକଙ୍କ ଭୋଟ୍ ବ୍ୟାଙ୍କକୁ ମଜବୁତ କରାଯାଇପାରିବ। ପିଏମ କିସାନ ଯୋଜନାର ପରିମାଣ ବୃଦ୍ଧି ପାଇପାରେ: ପାଞ୍ଚ ବର୍ଷ ପୂର୍ବେ, ଫେବୃଆରୀ ୧ ତାରିଖ ୨୦୧୯ରେ…
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୫୦ତମ ଛକା ସହ ରୋହିତ ଶର୍ମା କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ତଥା ପ୍ରସିଦ୍ଧ ସିକ୍ସ- ହିଟର୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଗେଲ୍ ୪୯ ଛକା ମାରିଥିଲେ। ବର୍ତ୍ତମାନ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମା ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତୀୟ ଅଧିନାୟକ ୧୬୨.୦୭ ର ଷ୍ଟ୍ରାଇକ୍ ହାରରେ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ ଟି ଚୌକା ଓ ୪ ଟି ଛକା ଅନ୍ତର୍ଭୁକ୍ତ। ଏହି ୪ ଟି ଛକା ସହ ରୋହିତ ଶର୍ମା ବିଶ୍ୱକପରେ ୫୦ ଛକା ଅତିକ୍ରମ କରି ୫୧ ରେ ପହଞ୍ଚିଛନ୍ତି। କ୍ରିସ୍ ଗେଲ୍ ୩୫…
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ ଦୁର୍ଘଟଣା ଘଟିଛି, ଯେଉଁଠାରେ କିସ୍ତୱାଡ଼ରୁ ଜମ୍ମୁ ଯାଉଥିବା ଏକ ବସ୍ ପ୍ରାୟ ୨୫୦ ମିଟର ତଳକୁ ଖସି ପଡ଼ିଛି। ଏହି ବସ୍ରେ ସମୁଦାୟ ୪୦ ଜଣ ଲୋକ ଯାତ୍ରା କରୁଥିଲେ ଏବଂ ଏହି ଖବର ଲେଖିବା ପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଭୁବନେଶ୍ବର: ରାଜ୍ୟ ସରକାର ଆଦିବାସୀଙ୍କ ଜମି ବିକ୍ରି ଉପରେ ଏକ ବଡ ପରିବର୍ତ୍ତନ ଆଣୁଛନ୍ତି। ଫଳରେ ବହୁ ପୁରୁଣା ସମୟରୁ ଯେଉଁ ନିୟମ ରହିଥିଲା ସେଥିରେ ପରିବର୍ତ୍ତନ ହେବ। ପୁରୁଣା ନିୟମ ଅନୁସାରେ କୌଣସି ଅନୁସୂଚିତ ଜନଜାତି ସେମାନଙ୍କ ଜମିକୁ ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ ନାହିଁ। ଏହାଦ୍ବାରା ବହୁ ଆଦିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ ୧୯୬୫ କୁ ସଂଶୋଧନ କରିବେ। ଏହି ସଂଶୋଧନକୁ ଗତକାଲି ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି। ଏହି ଆଇନର ଧାରା ୨ କୁ ସଂଶୋଧନ କରାଯାଇଛି। ଏହା ଦ୍ବାରା ଅନୁସୂଚିତ ଜନଜାତିର ବର୍ଗ ଉଚ୍ଚ ବର୍ଗର ଲୋକଙ୍କୁ ଜମି ବିକ୍ରି, ଉପହାର, ବନ୍ଧକ, ବଦଳ କରିପାରିବେ। ଏପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନେ ଜମି ହସ୍ତାନ୍ତର କରିପାରିବେ। ତେବେ ଏହି ସଂଶୋଧନରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଜମି ବିକ୍ରି କରିବେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ପନ୍ଦରା ସାହିର ପିଆଜ ବ୍ୟବସାୟୀ ସଚିନ୍ ମହାପାତ୍ର ଓ ଶ୍ରୀ ରାମ ନଗର ଅଞ୍ଚଳର ବରଫ ବ୍ୟବସାୟୀ ସୁର୍ଯ୍ୟ ନାରାୟଣ ପାତ୍ର ଙ୍କ ଅଭିଯୋଗ କରିଛନ୍ତି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ବଦ୍ରିନାଥ ପଣ୍ଡା ଉଭୟଙ୍କ ସାଙ୍ଗ ଓ ସେ ଅନ୍ଧପସରା ରାସ୍ତାରେ ଥିବା ତାଙ୍କର ହାର୍ଡୱେର ଦୋକାନକୁ ଡାକି ଦୁଇ ଗୁଣ ଲାଭକାରୀ ବ୍ୟବସାୟ ନିମନ୍ତେ ବୁଝାଇଥିଲା। କଲିକତାର ଏକ ବ୍ୟବସାୟିକ ପ୍ରତିଷ୍ଠାନ ରେ ଟ୍ରେଡ୍ ପ୍ରଫିଟ୍ ଫଣ୍ଡ୍ ୟୁ ଟର୍ଣ୍ ସ୍କିମ୍ ଜରିଆରେ ଖଟାଇଥିବା ମୁଳଧନ ଦୁଇ ଗୁଣ ହେଉଛି ବୋଲି ପ୍ରଲୋଭନ ଦେଖାଇ ବୁଝାଇଥିଲେ। ଯାହା ଫଳରେ ୩ ଜଣ ମିଶି ୨୮ ଲକ୍ଷ ଟଙ୍କା ଯୋଗାଡ କରି ଗତ ୧୦ ତାରିଖ ମଧ୍ୟ ରାତ୍ରୀରେ କମାପଲ୍ଲୀ ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲେ। ସେଠାରୁ ତିନି ଜଣ ମିଶି ଲାଞ୍ଜିପଲୀ ଡିପିଏସ୍ ସ୍କୁଲ ନିକଟରେ ପହଞ୍ଚିଥିଲେ।…
ନୂଆଦିଲ୍ଲୀ: କ୍ରିକେଟ୍ ୱାର୍ଲ୍ଡ କପ୍ ସେମି-ଫାଇନାଲର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବା। ଏହି ମ୍ୟାଚ୍ ସମ୍ବନ୍ଧରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଏବଂ ଏହାକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ମ୍ୟାଚ୍ କୁ ଟାର୍ଗେଟ୍ କରିବା ପାଇଁ ଧମକ ଦିଆଯାଇଛି। ବାସ୍ତବରେ, ମୁମ୍ବାଇ ପୋଲିସ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି, ଯାହା ଏହି ମ୍ୟାଚ୍ ସମୟରେ କିଛି ବଡ ଘଟଣା କରାଯିବ। ଟୁଇଟର ମାଧ୍ୟମରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଏପରି ଧମକ ଦିଆଯାଇଛି। ମାମଲାର ଗମ୍ଭୀରତାକୁ ଦେଖି ୱାନଖେଡେ ଷ୍ଟାଚିୟମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆରେ ଟ୍ୟାଗ କରିଛି, ଯେଉଁଥିରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବୁଲେଟ୍ ର ଫଟୋ ରହିଛି।…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ମଙ୍ଗଳପୁର ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଝିଅ l ଘଟଣା ମୁତାବକ ଗତକାଲି ରାତିରେ ମଙ୍ଗଳପୁର ଗ୍ରାମର ସତ୍ୟଭାମା ବେହେରା(70) ଙ୍କୁ ତାଙ୍କ ପୁଅ ବନମାଳି ବେହେରା(35) କୌଣସି କାରଣ ବଶତଃ ଘରେ ଥିବା ବେଳେ କଟୁରୀରେ ହାଣି ହତ୍ୟା କରିଛନ୍ତି l ଏ ନେଇ ମୃତ ସତ୍ୟଭାମାଙ୍କ ଝିଅ ପ୍ରମିଳା ବେହେରା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ତୁରନ୍ତ ଘଟଣାସ୍ଥଳକୁ ଯାଇ ସତ୍ୟଭାମାଙ୍କ ମୃତ ଶରୀର ଜବତ କରିବା ସହ ଅଭିଯୁକ୍ତ ପୁଅ ବନମାଳିଙ୍କୁ ଗିରଫ କରିଛନ୍ତି l ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା 302 ରେ କେସ ନମ୍ବର 404/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ…
ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଏହି ଗ୍ରାଉଣ୍ଡରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ବିଶ୍ୱାସ କରାଯାଏ। ବାସ୍ତବରେ ୱାନଖେଡେ ଷ୍ଟାଡିୟମର ପିଚରେ ବ୍ୟାଟିଂ ସହଜ ଅଟେ। ବ୍ୟାଟ୍ସମ୍ୟାନ୍ ମାନେ ଏହି ପିଚ୍ ରେ ସହଜରେ ବଡ ସଟ୍ ଖେଳିଥାନ୍ତି। କିନ୍ତୁ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସହଜ ହେବ ନାହିଁ। ତେବେ ଏହି ଗ୍ରାଉଣ୍ଡରେ ଥିବା ନୂଆ ବଲ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ କରିଥାଏ, କିନ୍ତୁ ଏହା ପରେ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ବଢିଥାଏ। ବିଶେଷକରି, ୱାନଖେଡେର ଛୋଟ ବାଉଣ୍ଡ୍ରୀ ହେତୁ ସ୍ପିନରଙ୍କ ପାଇଁ ଏହା ଏକ କଷ୍ଟକର ଆହ୍ଵାନ। ଏହି ଗ୍ରାଉଣ୍ଡରେ, ଆଇପିଏଲ୍ ମ୍ୟାଚ୍ ରେ ଅଧିକାଂଶ ଅଧିନାୟକ ଟସ୍ ଜିତିବା ପରେ ପ୍ରଥମେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସିତାରବାଦନ ପ୍ରତି ଉତ୍ସାହ ପାଇଁ ଶୁଭକାମନା ଦେଇଛନ୍ତି। ଶ୍ରୀ ଓଙ୍ଗଙ୍କ ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ‘ସିତାର ପ୍ରତି ତୁମ ଆଗ୍ରହ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବା ଜାରି ରଖ। ସଙ୍ଗୀତରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା। ଭାରତର ସଙ୍ଗୀତ ଇତିହାସ ହେଉଛି ବିବିଧତାର ପ୍ରତୀକ, ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ପ୍ରତିଧ୍ୱନିତ ହେଉଛି। ’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ…
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି। ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉକ୍ତ ଉତ୍ସବରେ ଆଇନା ଫାଉଣ୍ଡେସନର ପିଲାମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଡିଟ୍ କରି ନିଜର ତୀକ୍ଷ୍ମ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, କାର୍ଯ୍ୟକଳାପ, ଉପଲବ୍ଧ ସୁବିଧା ଏବଂ ସାମଗ୍ରିକ ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ଥିଲା। ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ। ଅଡିଟ୍ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ। ଡଃ ମହାନ୍ତି ଉଦ୍ବୋଧନ ଦେଇ…

