ଶୀଳଭଦ୍ର ଶାସ୍ତ୍ରୀ ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା ! ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର…
Author: Samikhsya Bureau
ଭୁବନେଶ୍ବର: ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର,ମାଇକ୍ରୋବାୟୋଲୋଜି, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ , ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ।
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସ୍ପଷ୍ଟ ଭାବେ ପ୍ରତିୟମାନ ହୋଇଛି। ଫଳରେ ପୂର୍ବ ଅପେକ୍ଷା ଏହା ବେଶ୍ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରିବ ବୋଲି ଜଣାପଡିଛି। ଏହା ପରେ ଏହି ଲଘୁଚାପ ଉତ୍ତର ଓଡିଶା ମୁହାଁ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଏହି ସଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା। ଆଜି କେତେକ ସ୍ଥାନରେ ପ୍ରବଳ ଘଡଘଡି ସହିତ ବଜ୍ରପାତ ମଧ୍ୟ ହୋଇଛି।
ଭୁବନେଶ୍ବର: ଆଜି ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହି ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ଗୃହର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହାଙ୍ଗାମା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ। ଏଥିରେ ସେମାନେ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାଙ୍କୁ ଯେଉଁ ଅଶାଳିନ ମନ୍ତବ୍ୟ ପ୍ରଦାନ କରାଯାଇଛି ତାହାକୁ ବିବରଣୀରୁ ବାଦ ଦେବା ପାଇଁ ସେମାନେ ଦାବୀ କରିଥିଲେ।
ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କ୍ରିକେଟ୍ ର ଏହି ମହାକୁମ୍ଭ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ, କିନ୍ତୁ ଆଜି ଠାରୁ ୱାର୍ମ ଅପ୍ ମ୍ୟାଚ୍ ଆରମ୍ଭ ହୋଇଛି। ବର୍ତ୍ତମାନ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ସର୍ବଶ୍ରେଷ୍ଠ ଖେଳୁଥିବା ଏକାଦଶ ସହିତ ପଡିଆ ଆସି ବିଶ୍ୱକପ ପାଇଁ ପ୍ରସ୍ତୁତି ଶେଷ କରିପାରିବେ। ବିଶ୍ୱକପ ପାଇଁ ନିଜର ଖେଳାଳି ଏକାଦଶକୁ ବାଛିବା ପାଇଁ ଉଭୟ ଦଳର ଏହି ଉତ୍ତମ ସୁଯୋଗ ରହିଛି। ପ୍ରକାଶ ଯେ ୱାର୍ମ ଅପ୍ ମ୍ୟାଚ୍ ରେ ସମସ୍ତ ୧୫ ଖେଳାଳିଙ୍କୁ ବ୍ୟବହାର କରାଯାଇପାରିବ। ଯଦିଓ କେବଳ ୧୧ ଖେଳାଳି ବ୍ୟାଟିଂ କରିବେ, ଖେଳାଳି ଏକାଦଶକୁ ବାଛିବାର କୌଣସି ଆବଶ୍ୟକତା ନାହିଁ। ଯେକେହି ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ ଏବଂ ଯେକୌଣସି ସ୍ଥାନରେ ବୋଲିଂ କରିପାରିବେ। ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ…
ଭୁବନେଶ୍ୱର: ରିଲାଏନ୍ସ ଜିଓ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଜୁଲାଇ ମାସରେ ପ୍ରାୟ ୧.୪୨ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଏହା ସହିତ ଜିଓ ୨୦୨୩ ଜୁଲାଇ ୩୧ ସୁଦ୍ଧା ସର୍ବାଧିକ ୧.୪୩ କୋଟି ମୋବାଇଲ ଗ୍ରାହକ ଏବଂ ୨.୩୮ ଲକ୍ଷ ଜିଓଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ ବର୍ଗରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଏହି ମାସରେ ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫ ଲକ୍ଷ ବୃଦ୍ଧି ପାଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ସାରା ଦେଶରେ…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଭାଦ୍ରବ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଆଶ୍ବନୀ ମାସ। ଏହି ମାସରେ ମହାଳୟା ଅମବାସ୍ୟା ପର୍ଯ୍ୟନ୍ତ ପିତୃ ପକ୍ଷ ବୋଲି ଧରାଯାଏ। ସେଥିପାଇଁ ଏହିଦିନରୁ ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ତଥା ପିଣ୍ଡଦାନ କରାଯାଇଥାଏ। ମୁଖ୍ୟତଃ ପୁରୀରେ ଥିବା ବିଭିନ୍ନ ତିର୍ଥ ପୁଷ୍କରଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ଲୋକଙ୍କ ଆଗ୍ରହ ରହିଥାଏ। ସେଥିପାଇଁ ଏହି ସମୟରେ ଶ୍ରୀକ୍ଷେତ୍ରରେ ଗହଳି ଆରମ୍ଭ ହୋଇଯାଏ। ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି।
ନୂଆଦିଲ୍ଲୀ: ସ୍ବଚ୍ଛତା ହିଁ ସେବାର ଅଂଶସ୍ବରୂପ କୋଇଲା ମନ୍ତ୍ରଣାଳୟ 2 ଅକ୍ଟୋବର 2023 ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ 1 ଅକ୍ଟୋବରକୁ ଏକ ମହତ୍ତ୍ବପୂର୍ଣ୍ଣ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଛି। ପ୍ରସ୍ତୁତି ପର୍ଯ୍ୟାୟ ସମୟରେ, ମନ୍ତ୍ରଣାଳୟ ଦ୍ବାରା ସାର୍ବଜନିକ କୋଇଲା ଉପକ୍ରମର ଅଧିକାରୀମାନଙ୍କ ସକ୍ରିୟ ଭାଗିଦାରୀ ସହିତ ଏକ ଭର୍ଚୁଆଲ୍ ମିଟିଂ ଡକା ଯାଇଥିଲା। ଏହି ବୈଠକ ସମୟରେ, ସ୍ବଚ୍ଛତା କାର୍ଯ୍ୟ ଯୋଜନା, ସର୍ବୋତ୍ତମ ପ୍ରଥାର ଆଦାନ ପ୍ରଦାନ ଏବଂ ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ଉପରେ ବ୍ୟାପକ ସମୀକ୍ଷା କରାଯାଇଥିଲା। ଏହି ବୈଠକର ଉଦ୍ଦେଶ୍ୟ 1 ଅକ୍ଟୋବର 2023 ରୁ କାର୍ଯ୍ୟକାରୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି କରିବା। ଏହା ବ୍ୟତୀତ ସ୍ବଚ୍ଛତା ହିଁ ସେବା ଅଭିଯାନ 2023 ଅନୁସାରେ ସ୍ବଚ୍ଛତା କାର୍ଯ୍ୟକୁ ଗୁରୁତ୍ବ ପ୍ରଦାନ କରୁଥିବା ବିସ୍ତୃତ ନିର୍ଦ୍ଦେଶାବଳୀକୁ ସାର୍ବଜନିକ କୋଇଲା ଉପକ୍ରମଗୁଡ଼ିକୁ ପଠାଇ ଦିଆଯାଇଛି। ସାର୍ବଜନିକ…
ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା। ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’
ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି। ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ। ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।’’
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି। ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ପୁରୁଷ ୫୦ ମିଟର ରାଇଫଲ ୩ପିଏସ ଟିମ ଇଭେଂଟରେ ବିଶ୍ୱ ରେକର୍ଡ ସ୍ଥାପନ ଏବଂ ସ୍ୱର୍ଣ୍ଣ ପଦକ ବିଜୟ ନିମନ୍ତେ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ଏକ ଚମକ୍ରାର ବିଜୟ, ପ୍ରତିଷ୍ଠିତ ସ୍ୱର୍ଣ୍ଣ ଏବଂ ଏକ ବିଶ୍ୱ ରେକର୍ଡ! ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ ଇଭେଂଟରେ ବିଜୟ ପାଇଁ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା। ସେମାନେ ଅସାଧାରଣ ଦୃଢ଼ ସଂକଳ୍ପ ଏବଂ ଟିମୱର୍କ ପ୍ରଦର୍ଶନ କରିଛନ୍ତି।’’
ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)। ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା। ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଦାନପୁର ଗ୍ରାମର ଦୀପକ ଖଟୁଆ, ଜିତେନ୍ଦ୍ର ପ୍ରଧାନଙ୍କୁ କୋଦଳା ପୋଲିସ୍ ଗିରଫ କରିବା ସହ କେସ ନଂ ୪୭୩ /୨୯.୯.୨୩ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୧୨୦ ବି, ୩୪ ଆଇ ପି ସି ଦଫା ଲାଗିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।
ଦିଲ୍ଲୀ: ଦେଶ ଏବେ ‘ଆବର୍ଜନା ମୁକ୍ତ ଭାରତ’ ପ୍ରସଙ୍ଗ ଉପରେ ଚାଲୁଥିବା ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୩ ଅଭିଯାନ ନାମରେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷର ପର୍ବ ପାଳନ କରୁଛି । ସାମୂହିକ ରୂପରେ ଏକତା ଏବଂ ସଂକଳ୍ପ ପ୍ରଦର୍ଶନ କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆହ୍ୱାନରୁ ପ୍ରେରଣା ନେଇ, ଗତ ସେପ୍ଟେମ୍ବର ୧୫ ରୁ ୨୯, ୨୦୨୩ରେ ୧୪ ଦିନ ମଧ୍ୟରେ ସମଗ୍ର ଦେଶରେ ୩୨ କୋଟିରୁ ଅଧିକ ଲୋକ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଦୈନିକ ହାରାହାରି ପ୍ରାୟ ୨.୩ କୋଟି ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ‘ଜନ ଆନ୍ଦୋଳନ’ ଦେଶ ପାଇଁ ପ୍ରଚୁର ପରିଣାମ ପ୍ରାପ୍ତ କରୁଛି , ଯେଉଁଥିରେ ଭାରତର ୭୫% ଗ୍ରାମକୁ ଓଡିଏଫ ପ୍ଲସ୍ କରିବା ଅର୍ଥାତ୍, ଗ୍ରାମର କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନାର ବ୍ୟବସ୍ଥା କରିବା ସହ ଗ୍ରାମର…
ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି। ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି। ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ…
ଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ – ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ – ୨ରେ ୪୦୦ ମେଗାୱାଟ ପାଇଁ ଭୁବନେଶ୍ୱର ଗ୍ରୀଡକୋ ଲିମିଟେଡ ଠାରେ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହିତ ଏନ୍ଏଲ୍ସିଆଇଏଲ୍ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ -୧ ର ୨୪୦୦ ମେଗାୱାଟର ସମ୍ପୂର୍ଣ୍ଣ କ୍ଷମତାକୁ ଅନୁବନ୍ଧିତ କରିଛି । ଏନଏଲସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏମ୍ ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଏବଂ ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ୱାଇଁଙ୍କ ଉପସ୍ଥିତିରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର…
ନୂଆଦିଲ୍ଲୀ: “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ। ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ। ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୫ତମ “ମନ୍ କି ବାତ୍” ଅଧ୍ୟାୟରେ ଏକ ତାରିଖରେ ଏକ ଘଣ୍ଟା ପାଇଁ ମିଳିତଭାବେ ସଫେଇ ନିମନ୍ତେ ଶ୍ରମ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଆସନ୍ତା ଅକ୍ଟୋବର ଏକ ତାରିଖରେ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତଭାବେ ଏକଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସେ ଅନୁରୋଧ…
ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୨ ଜଣ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ମସ୍ତୁଙ୍ଗ ଅଞ୍ଚଳରେ ଘଟିଥିଲା ଯେଉଁଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ସେହିଭଳି ଆଜି ନମାଜ ସମୟରେ ହଙ୍ଗୁ ମସଜିଦରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ସମୟରେ ମସଜିଦରେ ୩୦ ରୁ ୪୦ ପୂଜକ ଉପସ୍ଥିତ ଥିଲେ।

