କୁଜଙ୍ଗ: କୁଜଙ୍ଗ ଥାନା ଅଂଚଳରେ ନୂଆକରି ଗଢି ଉଠିଥିବା ଏକ ଚୋର ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ କୁଜଙ୍ଗ ପୋଲିସ ଗିରଫ କରି ଆଜି ଜେଲ ପଠାଇ ଥିବର ଜଣା ପଡିଛି। ଚୋରି ହୋଇଥିବା ସମଗ୍ର ସାମଗ୍ରିକୁ ପୋଲିସ ଜବତ କରିଛି। ମାଳହୁଙ୍କା ଗ୍ରାମର ଗନ୍ଧର୍ବ ମାଝିଙ୍କ ପୁଅ ସୂର୍ଯ୍ୟକାନ୍ତ ମାଝିଙ୍କ ଅଭିଯୋଗ ଅନୁଯାଇ ସୂର୍ଯ୍ୟକାନ୍ତ ପିପିଏଲରେ କାର୍ଯ୍ୟ କରନ୍ତି। ଏବଂ ପରିବାର ସହ ସେ ସେଠାରେ ରହୁନ୍ତି। କିଛି ସମୟ ପାଇଲେ ସେ ଘରକୁ ବୁଲିବାକୁ ଆସନ୍ତି। ମାତ୍ର ୨୦ ତାରିଖ ଦିନ ପରିବାର ସହ ଗାଁକୁ ଆସିଥିବା ବେଳେ ଦେଖିବାକୁ ପାଇଲେ ଘର ଗ୍ରିଲ ଏବଂ କବାଟ ତାଡି ଘର ଭିତରୁ ଲୁମିନସ ଇନ୍ଭର୍ଟର, ମେସିନ, ଷ୍ଟାଣ୍ଡଫ୍ୟାନ, ଗ୍ରାଇଣ୍ଡର ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ, ନଗଦ ୪୦ହଜାର ଟଙ୍କା ଚୋରକରି ନେଇଥିଲେ। ଫଳରେ ସୂର୍ଯ୍ୟକାନ୍ତ ତାଙ୍କ ଘର ନିକଟରେ ଥିବା ଜନୈକ ଯୁବକକୁ ପଚାରିବାରୁ ସେ ପ୍ରତିସୃତି ଦେଇଥିଲା ଚୋରି…
Author: Samikhsya Bureau
କୁଜଙ୍ଗ: ରାତିଅଧରେ ଘରେ ପଶି ମହିଳା ଓ ଝିଅ ମାନଙ୍କୁ ବଳପୂର୍ବକଭାବେ ଅସଦାଚରଣ କରିବା ଘଟଣାର ଜଣାଶୁଣା ଅସାମାଜିକ ଯୁବକ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ଜଣାଶୁଣା ଅସାମାଜିକ ଯୁବକ ଅଜୟ ପରିଡା ଓରଫ କାହ୍ନୁ ଗତ ୨୩ ତାରିଖ ରାତି ୨ଟାରେ ସେହି ଗ୍ରାମର ପବିତ୍ର ପରିଡାଙ୍କ ଘରେ ପଶିଯାଇ ତାଙ୍କ ବୋହୁ, ଝିଅ ଓ ଭାଣିଜିକୁ ବଳ ପୂର୍ବକଭାବେ ଅସଦାଚରଣ କରିଥିଲେ। ବୋହି ଚିତ୍କାର କରିବାରୁ ଘର ବାରଣ୍ଡାରେ ଶୋଇଥିବା ତାଙ୍କ ଶ୍ୱଶୁର ପବିତ୍ର କାହ୍ନୁକୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅଭିଯୁକ୍ତ ଜଣକ ପବିତ୍ରକୁ ଧକ୍କା ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ପବିତ୍ର କୁଜଙ୍ଗ ଥାନାରେ ଅଭିଯୋଗ କରିବାପରେ କୁଜଙ୍ଗ ପୋଲିସ ୪୬୪/୨୩ ରେ ମାମଲା ରୁଜୁକରି ତଦନ୍ତ ଯାରି ରଖିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ରାହାମା ଅଂଚଳରେ ଲୁଚିକରି ରହିଥିବାର…
ନୂଆଦିଲ୍ଲୀ: କେରଳର କଂଭେସନାଲ ସେଣ୍ଟରର ଖ୍ରୀଷ୍ଟିଆନ ସମାବେଶରେ ହୋଇଥିବା ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟଙ୍କ ସହ କଥା ହୋଇଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୨୫୦୦ ଲୋକ ଉପସ୍ଥିତ ଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ। ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ…
ନୂଆଦିଲ୍ଲୀ: ଆଜି ବିଶ୍ୱକପର ୨୯ ତମ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ବିଶ୍ୱକପ୍ରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ, ଯେତେବେଳେ କି ଇଂଲଣ୍ଡ କେବଳ ଗୋଟିଏ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତ ବିପକ୍ଷ ମ୍ୟାଚ୍ ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ୍ ହେବ। ପଏଣ୍ଟ ଟେବୁଲରେ ଇଂଲଣ୍ଡ ୯ମ ସ୍ଥାନରେ ଥିବାବେଳେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଭାରତ ବନାମ ଇଂଲଣ୍ଡ: ODI ରେ ଦୁଇ ଦଳ ମଧ୍ୟରେ ମୋଟ ୧୦୬ ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତୀୟ ଦଳ ମୋଟ ୫୭ ଟି ମ୍ୟାଚ…
ଭୁବନେଶ୍ୱର: ଦେଶରେ ଗୋଟିଏ ବର୍ଷ ପୂର୍ବରୁ ୫ଜିର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅଳ୍ପ ସମୟ ଭିତରେ ରିଲାଏନ୍ସ ଜିଓ ମାଧ୍ୟମରେ ୫ଜି ମାମଲାରେ ସାରା ଦୁନିଆରେ ଭାରତ ତୃତୀୟ ସ୍ଥାନରେ ପହଂଚିପାରିଛି। ପ୍ରତି ସେକେଣ୍ଡ୍ରେ ଗୋଟିଏ ଲେଖାଏଁ ହାରରେ ବର୍ଷକ ଭିତରେ ରିଲାଏନ୍ସ ଜିଓ ସାରା ଦେଶରେ ୧୦ ଲକ୍ଷ ପାଖାପାଖି ୫ଜି ସେଲ୍ ସ୍ଥାପନ କରିଛି। ଦେଶର ମୋଟ ୫ଜି ନେଟ୍ୱର୍କର ୮୫ ପ୍ରତିଶତ ରିଲାଏନ୍ସ ଜିଓ ସ୍ଥାପନ କରିଛି। ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତକୁ ହାଇଟେକ୍ ମାଧ୍ୟମରେ ଆତ୍ମନିର୍ଭର କରିବାକୁ ଆପଣ ଆମକୁ କହିଥିଲେ। ଆମେ ସେହି ଉପରେ କାମ କରିଛୁ। ଜିଓର ୧୦୦ ପ୍ରତିଶତ ୫ଜି ନେଟୱର୍କ ନିଜସ୍ୱ ୫ଜି ଷ୍ଟାକ୍ରେ କାର୍ଯ୍ୟ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଠାରୁ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ୍ ଉପରେ ଏଫ୍ଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍ଇପି) ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି। ସଂରକ୍ଷିତ ରବି ଋତୁ ୨୦୨୩ରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତା ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ମେଟ୍ରିକ୍ ଟନ୍ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋ ଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ଅଟେ। ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ୍ ପିଆଜ ଅତିରିକ୍ତ ୨ ଲକ୍ଷ ଟନ୍ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା…
ଭୁବନେଶ୍ଵର: କାର୍ତ୍ତିକ ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ହଜାଇ ଥିବା ମାନସମ୍ମାନକୁ କିପରି ପାଇବେ ? – ହଜାଇଥିବା ମାନସମ୍ମାନ ପ୍ରାପ୍ତି ପାଇଁ…
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆଜି ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ODI ବିଶ୍ୱକପ୍ ର ଷଷ୍ଠ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ ଦ୍ଵାରା ଇତିହାସ ସୃଷ୍ଟି କରିବା ପ୍ରାୟ ନିଶ୍ଚିତ। ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ଫର୍ମରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪୭ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବିଶେଷ ରେକର୍ଡ ସୃଷ୍ଟି କରିବେ। ବାସ୍ତବରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ମାର୍କରୁ ମାତ୍ର ୪୭ ରନ୍ ଦୂରରେ ଅଛନ୍ତି। ରୋହିତ ଶର୍ମାଙ୍କ ବିଶ୍ୱକପରେ ଏପର୍ଯ୍ୟନ୍ତ ଫର୍ମକୁ ଦେଖିଲେ ଲାଗୁଛି ଯେ ସେ ଇଂଲଣ୍ଡ ବିପକ୍ଷରେ ୪୭ ରନ୍ ସ୍କୋର କରିପାରିବେ। ରୋହିତ ଏପର୍ଯ୍ୟନ୍ତ ୪୩.୩୬ ହାରରେ ୪୫୬ ଅନ୍ତର୍ଜାତୀୟ ମ୍ୟାଚ୍ ର ୪୭୬ ଇନିଂସରେ ୧୭,୯୫୩ ରନ୍ ସଂଗ୍ରହ…
ନୂଆଦିଲ୍ଲୀ: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି: ୧- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ। ୨- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। ୩- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ, ଗୋଟିଏ…
ତିର୍ତ୍ତୋଲ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ପବିତ୍ର କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଏବଂ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ‘ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଓ ପାଣି ଜୟନ୍ତୀ – ୨୦୨୩’ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତିର୍ତ୍ତୋଲର ମାଟିରେ ଏକ ପ୍ରକାର ମହକ ଅଛି। ଏହି ଅଞ୍ଚଳ ପୁରାତନ ସଭ୍ୟତା ସହ ଯୋଡି ହୋଇ ରହିଥିବା ଚୀନ ପରିବ୍ରାଜକ ହୁଏନସାଂଙ୍କ ଭଳି ଐତିହାସିକମାନେ ମତ ଦେଇଛନ୍ତି। ଅନେକ ପ୍ରାକୃତିକ ଝଡ଼ ଓ ବିପର୍ଯ୍ୟୟକୁ ସାମ୍ନା କରିବା ପରେ ମଧ୍ୟ ଲୋକମାନେ ନିର୍ଭୀକରେ ଜୀବନଯାପନ କରୁଛନ୍ତି। ମା’ ଶାରଳାଙ୍କ ପବିତ୍ର ପୀଠ ଏଠାରେ ଅବସ୍ଥାପିତ। ଓଡ଼ିଆ ଜାତିର ଆଦିକବି ଶୁଦ୍ରମୂନି ସାରଳା ଦାସ, ଭକ୍ତକବି ଯଶୋବନ୍ତ ଦାସଙ୍କ ପରି ମହାପୁରୁଷଙ୍କ ଦ୍ୱାରା ଏହି…
ଭୁବନେଶ୍ଵର: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ସହରର ଝଲକ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି। ସମସ୍ତେ ଏହି ସହରଗୁଡିକ ପରିଦର୍ଶନ କରିବାକୁ ଚାହାଁନ୍ତି। ଭାରତର ସହର ଅପେକ୍ଷା ଅଧିକ ଗାଁ ଅଛି, ଯେଉଁଠାରେ ସେଗୁଡିକର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ଅଟେ। ଆଜି ଆମେ ଭାରତର ସବୁଠାରୁ ସୁନ୍ଦର ଗାଁ ବିଷୟରେ ଆଲୋଚନା କରିବା, ଏହି ଗ୍ରାମଗୁଡିକର ସୌନ୍ଦର୍ଯ୍ୟ ଏପରି ଯେ ଯଦି ଆପଣ ଥରେ ଏଠାକୁ ଯାଆନ୍ତି, ତେବେ ଆପଣ ସେଠାରେ ରହିଯିବା ପାଇଁ ମନ କରିବେ। ଏହି ସୁନ୍ଦର ଗ୍ରାମଗୁଡ଼ିକୁ ଦେଖିବାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଆସନ୍ତି। ମେଘାଳୟର ମୌଲିଂନୋଙ୍ଗ ଗ୍ରାମ: ମୌଲିଂନୋଙ୍ଗ ଗ୍ରାମ ଭାରତର ମେଘାଳୟରେ ଅବସ୍ଥିତ। ଏହା ମଧ୍ୟ ଏସିଆର ସବୁଠୁ ସ୍ଵଚ୍ଛ ଗ୍ରାମ ଅଟେ। ଆପଣ ଏହି ଗାଁର ସୌନ୍ଦର୍ଯ୍ୟକୁ ଅନୁମାନ କରିପାରିବେ ଯେ ଏହାର ଅନ୍ୟ ନାମ ହେଉଛି ଇଶ୍ବରଙ୍କ ଉଦ୍ୟାନ। ଏହି ସୁନ୍ଦର ଗାଁର ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ନାହିଁ…
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ର ମାସରେ ବୃଦ୍ଧାମାନେ ମାସ ସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକ ମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ଭିଡକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଇଁ ମାଗଣା ରହିବା, ଖାଇବା, ଦର୍ଶନ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ନେବା ପାଇଁ ପୂର୍ବରୁ ପୁରୀ ପ୍ରଶାସନ ତରଫରୁ ଅନ ଲାଇନ ବୁକିଂ କରାଯାଇଥିଲା।
ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ। ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏହାପରେ ଶ୍ରୀଧରଙ୍କୁ ସୀତାରାମ…
ଭୁବନେଶ୍ବର: ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଊଦ୍ଧ୍ୱର୍ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା ଶୀର୍ଷକ ଉପରେ ରାଜ୍ୟସ୍ତରୀୟ ବିଶାଳ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ରାମ ମନ୍ଦିର ଛକଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ସଚେତନତା ପଦଯାତ୍ରାରେ ଓଡିଶୀ, ଘୋଡାନାଚ ଓ ପାଇକ ଆଖଡା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ଏସ୍ଏସ୍, ସ୍କାଉଟ୍, ଗାଇଡ୍, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଯେଉଁମାନେ ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ, ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। ପ୍ରତିଦିନ ସକାଳୁ ଉଠିବା ପରେ, ଯଦି ଆପଣ ଚାଣକ୍ୟଙ୍କ ଏହି ୫ ଟି କାର୍ଯ୍ୟ କରନ୍ତି, ତେବେ ଆପଣ ନିଶ୍ଚିତ ସଫଳତା ପାଇବେ। ଶୀଘ୍ର ଉଠିବା: ଯଦି ଆପଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହି ୨୪ ଘଣ୍ଟାର ଗୋଟିଏ ମୁହୂର୍ତ୍ତକୁ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଏଥିପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ ନାହିଁ ଏବଂ ସକାଳୁ ଶୀଘ୍ର ଉଠନ୍ତୁ। ଏହା ଦ୍ଵାରା ଆପଣ ଦିନର କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିବାକୁ ସକ୍ଷମ ହେବେ। ଯୋଜନା ପ୍ରସ୍ତୁତ କରନ୍ତୁ: ଚାଣକ୍ୟ କୁହନ୍ତି ଯେ, ସକାଳେ ଉଠିବା ପରେ ସମୟ ନଷ୍ଟ କର ନାହିଁ, ଅଳସୁଆ ଛାଡିଦିଅନ୍ତୁ ଏବଂ ସେହି ଦିନର କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରନ୍ତୁ। ଯେଉଁମାନେ ପୁରା ଦିନର ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ…
ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା ରେ ବାଲୁଗାଁ ରେଳ ଷ୍ଟେସନ ର ଟିଟିଇ ଶ୍ରୀ ନିବାସ ରାଓଙ୍କ ବିରୁଦ୍ଧରେ ବାଲୁଗାଁ ଷ୍ଟେସନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଖବର ମୁତାବକ ବାଲୁଗାଁ ଅଂଚଳର ବରିଷ୍ଠ ନାଗରିକ ତଥା ସମାଜସେବୀ ଡା ତ୍ରୈଲୋକ୍ୟ ନାଥ ମହାରଣା ନିଜ ପରିବାର ସଦସ୍ୟ ଙ୍କୁ ଷ୍ଟେସନରୁ ନେବାକୁ ଆସିଥିବା ବେଳେ ମୁଖ୍ୟ ଗେଟରେ ଥିବା ଟିଟିଇ ଶ୍ରୀନିବାସ ରାଓ ତାଙ୍କୁ ଟିକେଟ୍ ମାଗିଥିଲେ। ସେ ଓ ତାଙ୍କ ପରିବାର ସଦସ୍ୟ ଟିକେଟ ସହିତ, ପ୍ଲାଟଫର୍ମ ଟିକେଟ ଦେଖାଇବା ପରେ ବି ତାଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ମାଗିଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ସର୍ବ ସମ୍ମୁଖରେ ଟିଟିଇ ରାଓ ଶ୍ରୀ ମହାରଣାଙ୍କୁ ଦୁବ୍ୟବହାର କରିଥିଲେ। ଯାହାକୁ ନେଇ ଶ୍ରୀ ମହାରଣା ଲିଖିତ ଭାବେ ରେଳ ବିଭାଗ ଅଧିକାରୀଙ୍କୁ ଏ ସମ୍ପର୍କରେ ଗତ କାଲି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଭଗବତୀପୁର ଗ୍ରାମର ପୂର୍ବତନ ସେନା ଅଧିକାରୀ କାହ୍ନୁଚରଣ ମହାପାତ୍ର ଦଶହରା ଉପଲକ୍ଷେ ନିଜ ଗ୍ରାମକୁ ଆସିଥିଲେ। ତେବେ ଗତକାଲି କାହ୍ନୁଙ୍କ ଘର ସମ୍ମୁଖରେ ପ୍ରବଳ ପାଟିତୁଣ୍ଡ ହେବାରୁ କାହ୍ନୁ ଘରୁ ବାହାରି ଘଟଣାସ୍ଥଳକୁ ଯାଇଥିଲେ। ସେହି ସମୟରେ ଉକ୍ତ ଗ୍ରାମର ରସାନନ୍ଦ ସାହୁ ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟପାଇଁ କିଛି ଶ୍ରମିକ ମାନଙ୍କୁ ଗ୍ରାମକୁ ଡାକିଥିଲେ। ଏହି ସମୟରେ ଶ୍ରମିକମାନେ ବାଉଁଶ ନେଇ ଯାଉଥିବା ବେଳେ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଶରୀରକୁ ଆଘାତ ଲାଗିଥିଲା। ଏହାପରେ ରସାନନ୍ଦଙ୍କ ଶ୍ରମିକ, ରସାନନ୍ଦ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ଗ୍ରାମବାସୀଙ୍କ ଝଗଡା ହୋଇଥିଲା। ଏପରିକି ଶ୍ରମିକମାନେ ଗ୍ରାମବାସୀଙ୍କୁ ଅଶ୍ରବ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ କାହ୍ନୁ ଏହାକୁ ବାରଣ କରିବାରୁ ଜନୈକ ବ୍ୟକ୍ତିମାନେ ସଂଘବଧ ଭାବେ କାହ୍ନୁଙ୍କୁ…
ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯାଇଥିବା ବିଶ୍ୱକପର ୨୭ ତମ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି। ଏପରିକି ରଚିନ୍ ରବିନ୍ଦ୍ରଙ୍କ ଧୂଆଁଧାର ଶତକୀୟ ପାଳି ଏବଂ ଜେମ୍ସ ନିଶାମଙ୍କ ଅର୍ଦ୍ଧଶତକ ମଧ୍ୟ ନ୍ୟୁଜିଲାଣ୍ଡକୁ ଜିତିବାରେ ସାହାଯ୍ୟ କରିପାରି ନାହିଁ। ଏକ ରୋମାଞ୍ଚକର ମ୍ୟାଚ୍ରେ କଙ୍ଗାରୁ ବୋଲରମାନେ କିୱି ଦଳକୁ ପରାସ୍ତ କରିଥିଲେ। ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପାଇଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଶତକ କରିଥିଲେ। ଯେଉଁଠାରେ ଆଦମ ଜାମ୍ପା ୩ ୱିକେଟ୍ ନେଇଥିଲେ। ଜୋସ୍ ହେଜଲେଉଡ୍ ଏବଂ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ରବିନ୍ଦ୍ର ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୮୯ ବଲ ସମ୍ମୁଖରେ ୧୧୬ ରନ୍ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୯…
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଜଣେ ଦୁର୍ବୁତ୍ତ ଏଟିଏମ ଲୁଟରେ ବିଫଳ ହୋଇ ପୋଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ଉକ୍ତ ଥାନା ଅଞ୍ଚଳର ଉମାକାନ୍ତ ସ୍ୱାଇଁ (୩୪)। ସୂଚନା ମୁତାବକ ଗତକାଲି ରାତିରେ ବୋଲଗଡ଼ ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମକୁ ଅଭିଯୁକ୍ତ ଉମାକାନ୍ତ ଲୁଟିବାକୁ ଚେଷ୍ଟା କରିଥିବା ବେଳେ ଏଥିରେ ବିଫଳ ହୋଇଥିଲେ। ଏପରିକି ସେ ଲୁଟ ଯନ୍ତ୍ରପାତି ଆଣି ଏଟିଏମ ର ସମ୍ମୁଖ ଅଂଶକୁ ଭାଙ୍ଗିଦେଇଥିବା ବେଳେ ବହୁ ଚେଷ୍ଟା କରି ପରିଶେଷରେ ବିଫଳ ହୋଇ ଫେରିଯାଇଥିଲେ। ତେବେ ଉକ୍ତ ଦୃଶ୍ୟ ଆଜି ସକାଳୁ ଦେଖି ଏଟିଏମ ଲୋକେସନ ଇନଚାର୍ଜ ହରେକୃଷ୍ଣ ମୁଦୁଲି ବୋଲଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସଦର ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ ଏବଂ ବୋଲଗଡ଼ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ…

