Author: Samikhsya Bureau

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ‘ବିଶ୍ୱ ଏକ ପରିବାର ଏବଂ ଅହିଂସା ଶ୍ରେଷ୍ଠ ଦର୍ଶନ’ କାର୍ଯ୍ୟକ୍ରମ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଙ୍କର ଦର୍ଶନ, ତ୍ୟାଗ ଓ ଅହିଂସାର ବାର୍ତ୍ତା ଉପରେ ସମ୍ବୋଧିତ କରିଥିଲେ। ଗାନ୍ଧିଜୀ ବିଶ୍ୱକୁ ଏକ ପରିବାର ଭାବରେ ଅଭିହିତ କରିଥିଲେ ଏବଂ ତାଙ୍କର ଅହିଂସାର ଅସ୍ତ୍ରରେ ପରାକ୍ରମୀ ଇଂରେଜକୁ ଭାରତରୁ ବିତାଡ଼ିତ କରିଥିଲେ। ଗାନ୍ଧୀଙ୍କ ଏହି ଅହିଂସା ସଂଗ୍ରାମ କେବଳ ଭାରତକୁ ପରାଧିନତାରୁ ମୁକ୍ତି ଦେଇ ନ ଥିଲା ବରଂ ଗାନ୍ଧୀଙ୍କ ମାର୍ଗକୁ ଅନୁଶରଣ କରି ବିଶ୍ୱର ଅନେକ ଦେଶ ନିଜକୁ ସ୍ୱାଧିନ କରାଇବାରେ ସକ୍ଷମ ହୋଇଥିଲେ ତେଣୁ ଗାନ୍ଧିଜୀଙ୍କ ଦର୍ଶନ ପ୍ରକୃତରେ ଶ୍ରେଷ୍ଠ ଦର୍ଶନ ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ। ଏହି ସଭାରେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।…

Read More

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି। ୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ । ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି…

Read More

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନ୍ ଭାରତକୁ ଭଲ ପାଉଥିଲେ। ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷ କରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରନ୍ତୁ । ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ। ଖୁବ୍‌ କମ୍ ବୟସରେ, ସେ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ଅତି ବିସ୍ତୃତ ଭାବରେ ଅନୁସରଣ କରିଥିଲେ। ୧୯୫୦ ଦଶକରେ ସ୍ୱାମୀନାଥନଙ୍କୁ ଆମେରିକାରେ ଅଧ୍ୟାପକ ପଦବୀ ପାଇଁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କୃଷି କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ମିଲେଟ୍ ମିଶନର ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ରେଢ଼ାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ କୃଷି ଅଧିକାରୀ ଅମିତ୍ ପଟେଲ,  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ପାଢ଼ୀ, ପୋଷଣ ର ବ୍ଲକ ସଂଯୋଜକ ପଙ୍କଜ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଓଡ଼ିଶା ମିଲେଟ୍ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ସୁଧାଂଶୁ ରାୟଗୁରୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉପ ଜିଲ୍ଲାପାଳ ଶ୍ରୀ ବେହେରା ମାଣ୍ଡିଆ ହେଉଛି ବହୁବିଧ ପୋଷକ ତତ୍ତ୍ଵ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସର୍ବୋତ୍ତମ ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନନ୍ଦ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଶସ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସିକ୍କିମ ସହ ଏହି ଜଟିଳ ପରିସ୍ଥିତିରେ ସମ୍ପୂର୍ଣ୍ଣ ଭାବରେ ରହିଛନ୍ତି। ସିକ୍କିମ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। କେନ୍ଦ୍ର ଗୃହ  ତଥା ସମବାୟ ମନ୍ତ୍ରୀ ଅମିତ ଶାହ 2023-24 ବର୍ଷ ପାଇଁ ସିକ୍କିମର ପ୍ରଭାବିତ ଲୋକଙ୍କୁ ରିଲିଫ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ର ସେଣ୍ଟ୍ରାଲ୍ ସେୟାରର 44.80 କୋଟି ଟଙ୍କାର ଉଭୟ କିସ୍ତି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷରେ, ଗ୍ଲାସିୟାଲ୍ ଲେକ ଆଉଟବର୍ଷ୍ଟ ବନ୍ୟା (ଜିଏଲଓଏଫ) / କ୍ଲାଉଡ୍ ବର୍ଷ୍ଟ  ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି, ଯାହା ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ଖୁବ୍ ଶୀଘ୍ର ପରିଦର୍ଶନ କରିବ। ଆଇଏମସିଟି ର ମୂଲ୍ୟାଙ୍କନ ଉପରେ ଆଧାର କରି, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ…

Read More

ଭୁବନେଶ୍ବର: ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ। ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ। ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ…

Read More

ଭୁବନେଶ୍ବର: ସାଇବର ଅପରାଧୀଙ୍କ ଦିନକୁ ଦିନ ଅପରାଧର ତରିକା ବଦଳିବାରେ ଲାଗିଛି। କେତେବେଳେ ସେମାନେ କେଉଁ ମାଧ୍ୟମରେ ଅପରାଧ କରୁଛନ୍ତି ତାହା ଜ୍ଞାନୀ ଶିକ୍ଷିତ ଲୋକଙ୍କୁ ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି। ନିକଟରେ ସେହିପରି ଏକ ନୂଆ ତରିକାରେ ସାଇବର ଅପରାଧୀ ବିଭିନ୍ନ ଲୋକଙ୍କୁ ଠକିଥିବାର ନଜରକୁ ଆସିଛି। ଘଟଣାରୁ ଜଣାପଡିଛି ଯେ, ସାଇବର ଅପରାଧୀମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ମେସେଞ୍ଜରକୁ ହାକ କରି ନେଉଛନ୍ତି। ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମେସେଞ୍ଜର ମାଧ୍ୟମରେ ସେମାନେ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କୁ ମେସେଜ ପଠାଉଛନ୍ତି। ସେଥିରେ ସେମାନେ ପ୍ରଥମେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ ବୋଲି ଉଲ୍ଲେଖ କରୁଛନ୍ତି। ଯେହେତୁ ସେହି ପ୍ରତିଷ୍ଠତ ବ୍ୟକ୍ତି ଜଣଙ୍କ ଆପଣଙ୍କ ପରିଚିତ, ତେଣୁ କାଳେ ସେ ଫୋନ ନମ୍ବର ହଜାଇ ଦେଇଥିବେ ଭାବି ଆପଣ ତାଙ୍କୁ ନମ୍ବର ପ୍ରଦାନ କରିବେ। ଏହାପରେ ସେହି ମେସେଞ୍ଜରରୁ ମେସେଜ ଆସିବ ଯେ, ମୋର ଜଣେ ବନ୍ଧୁ ସିଆରପିଏଫ ରେ ଚାକିରୀ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କ ସହ ବାମପନ୍ଥୀ ଉଗ୍ରବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ମହାନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ବର୍ତ୍ତମାନ ଏହି ଲଢ଼େଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପବଦ୍ଧତା ଏବଂ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ରାଜ୍ୟର ସହଯୋଗରେ ୨୦୨୨…

Read More

ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡା କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଏହା ହେଉଛି ପ୍ରମାଣ ଯେ, ଏସୀୟ ଗେମ୍ସରେ ଭାରତ ନିଜର ୭୨ ବର୍ଷ ପୁରୁଣା ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି। ଚଳିତ ବର୍ଷର ଏସୀୟ ଗେମ୍ସରେ ଭାରତର ୧୦୦ ପଦକ ନିଶ୍ଚିତ ହୋଇଛି ଏବଂ ଗତ କିଛି ଦଶନ୍ଧି ମଧ୍ୟରେ ଏହା ହୋଇ ନଥିଲା। ଏହି ସମୟର ଏସୀୟ ଗେମ୍ସରେ ଭାରତ ୧୩ ତମ ଦିନ ପର୍ଯ୍ୟନ୍ତ ୯୫ ପଦକ ଜିତିଛି ଏବଂ ବିଭିନ୍ନ ଇଭେଣ୍ଟରେ ଭାରତର ଅତି କମରେ ୯ ଟି ଅତିରିକ୍ତ ପଦକ ମଧ୍ୟ ନିଶ୍ଚିତ ହୋଇଛି। ଏହାର ଅର୍ଥ ହେଉଛି ଭାରତ ଏଥର ୧୦୦ ରୁ ଅଧିକ ପଦକ ଜିତିବାକୁ ଯାଉଛି, ଯାହା ଏକ ନୂଆ ରେକର୍ଡ ହେବ। କ୍ରମାଗତ ୧୩ ଦିନ ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତ ଏପର୍ଯ୍ୟନ୍ତ ମୋଟ ୯୫ ପଦକ…

Read More

ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ କୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାଘବ ଚଢାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ରାଜ୍ୟସଭା ସଚିବଙ୍କ ନିର୍ଦ୍ଦେଶରେ ଅନ୍ତରୀଣ ରୋକ ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ରାଜ୍ୟସଭା ସଚିବାଳୟ ରାଘବ ଚଢାଙ୍କୁ ତାଙ୍କ ସରକାରୀ ବଙ୍ଗଳାରୁ ଖାଲି କରିପାରେ। ରାଘବ ଚଢା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ପଣ୍ଡାରା ରୋଡରେ ଟାଇପ୍ -୭ ବଙ୍ଗଳା ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ରାଘବ ଚଢାଙ୍କୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ତାଙ୍କ ଟାଇପ୍ -୭ ବଙ୍ଗଳା ଖାଲି କରିବାକୁ ପଡିବ କାରଣ ଏହା ତାଙ୍କ ଅଧିକାରଠାରୁ ଅଧିକ ଥିଲା। ଶ୍ରୀ ଚଢାଙ୍କୁ ବଙ୍ଗଳା ବଦଳରେ ଫ୍ଲାଟ ବଣ୍ଟନ କରିବାକୁ କୁହାଯାଇଥିଲା। ରାଘବ ଚଢା ଏହା ବିରୋଧରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ।…

Read More

ଭୁବନେଶ୍ବର: ଗତକିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ସାଂସଦ ସୁଲତା ଦେଓ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦେଇ ମାନସ ମଙ୍ଗରାଜଙ୍କୁ ଦିଆଯାଇଛି। ଏହାର କାରଣରେ ବିଭିନ୍ନି ମିଡିଆରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ବିଜେଡି ପଦଯାତ୍ରା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନ୍ଧରେ ସାସଂଦ ସୁଲତା ଦେଓ ଦଳୀୟ ଉତ୍ତରୀୟ ପକାଇଥିଲେ। ଯାହାକୁ ପରେ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ବାହାର କରିଦେଇଥିଲେ। ଏହାର କିଛି ଦିନ ପରେ ସୁଲତାଙ୍କୁ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦିଆଯାଇଥିଲା। ତେବେ ବିଭିନ୍ନ ଗଣମାଧ୍ୟମରେ ସୁଲତାଙ୍କ ଉପରେ କୁଆଡେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ ହୋଇ ପଡିଛନ୍ତି। ସେଥିପାଇଁ ସେଦିନ ମଞ୍ଚରେ ନୀବନ ବିରକ୍ତି ପ୍ରକାଶ କରିଥିଲେ। ଏହା ପ୍ରଚାର ହେବା ପରେ ସାଂସଦ ସୁଲତା ଦେଓ ଆଜି ତାଙ୍କର ସୋସିଆଲ ମିଡିଆରେ ତାହାର ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏଥିରେ କିଛି…

Read More

ଭୁବନେଶ୍ବର: ଏସୀୟ କ୍ରୀଡାରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତିବା ପରେ ଚାରିଆଡେ ଖୁସିର ଲହରି ଖେଳିଯାଇଛି। ତେବେ ଏଥିରେ ଅଧିକ ଖୁସି ହୋଇଛି ଓଡିଶା। କାରଣ ଓଡିଶା ହେଉଛି ଭାରତୀୟ ହକି ର ପ୍ରାୟୋଜକ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହିତ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ନେବା ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହିତ ଫୋନରେ କଥା ହୋଇ ଏହି ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଖୁସିରେ ମୁଖ୍ୟମନ୍ତ୍ରୀ ଖେଳାଳୀ ତଥା ସହାୟକଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପ୍ରତି ଖେଳାଳୀ ଏବଂ ସହାୟକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ଖେଳାଳୀ ଏହି ଏସୀୟ କ୍ରୀଡାରେ ଜିତିବା ସହିତ ଅଲମ୍ପିକ୍ସରେ ଭାଗ ନେବା ପାଇଁ ମଧ୍ୟ ମନୋନିତ ହୋଇଛନ୍ତି।

Read More

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୋସିଆଲ ମିଡିଆ ମାଧ୍ୟମ ଏକ୍ସ, ୟୁଟ୍ୟୁବ ଏବଂ ଟେଲିଗ୍ରାମ୍କୁ ନୋଟିସ ଜାରି କରି ଭାରତୀୟ ଇଣ୍ଟରନେଟରେ ସେମାନଙ୍କ ପ୍ଲାଟଫର୍ମରୁ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ (ସିଏସଏଏମ୍) ହଟାଇବାକୁ ଚେତାବନୀ ଦେଇଛି। ଏହି ପ୍ଲାଟଫର୍ମ ଗୁଡିକୁ ଦିଆଯାଇଥିବା ନୋଟିସ୍ ଗୁଡିକ ସେମାନଙ୍କ ପ୍ଲାଟଫର୍ମରେ କୌଣସି ସିଏସଏଏମ୍କୁ ତୁରନ୍ତ ଏବଂ ସ୍ଥାୟୀ ଭାବରେ ହଟାଇବା କିମ୍ବା ଆକସେସ୍କୁ ଅକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରନ୍ତି। ଭବିଷ୍ୟତରେ ସିଏସଏଏମ୍ର ପ୍ରସାରକୁ ରୋକିବା ପାଇଁ ବିଷୟବସ୍ତୁ ମଡରେସନ୍ ଆଲଗୋରିଦମ୍ ଏବଂ ରିପୋର୍ଟିଂ ମେକାନିଜମ୍ ଭଳି ସକ୍ରିୟ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଏମଇଆଇଟିଆଇର ଏହି ନୋଟିସରେ କୁହାଯାଇଛି ଯେ ଏହି ଆବଶ୍ୟକତାକୁ ପାଳନ ନକରିବା ଆଇଟି ନିୟମ, ୨୦୨୧ର ନିୟମ ୩(୧)(ବି) ଏବଂ ନିୟମ ୪(୪)ର ଉଲ୍ଲଂଘନ ବୋଲି ବିବେଚନା କରାଯିବ। ମନ୍ତ୍ରଣାଳୟ ତିନୋଟି ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କୁ ଚେତାବନୀ ଦେଇଛି ଯେ ନୋଟିସ୍…

Read More

ଭୁବନେଶ୍ୱର: ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍‌ମାଣ୍ଡିବୁଲାର ଡକ୍ଟରୁ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ୧.୩ ମିଲିମିଟର ପରିମାପର ଏକ ଅତି ଛୋଟ ଏଣ୍ଡୋସ୍କୋପ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିବା ବେଳେ ଲାଳଗ୍ରନ୍ଥି ବାଟ ଦେଇ ସିଧା ସଳଖ ପଥର ଥିବା ସ୍ଥାନରେ ଏହି ଏଣ୍ଡୋସ୍କୋପ୍‌କୁ ପ୍ର୍ରବେଶ କରାଯାଇଥିଲା ବୋଲି ଏହି ଅସ୍ତ୍ରୋପଚାର କରିଥିବା ସମ୍ମମ୍‌ର ଇଏନ୍‌ଟି ଓ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ଗ୍ରନ୍ଥିଟି ପୁଣି କାର୍ଯ୍ୟକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି। ଲାଳଗ୍ରନ୍ଥିରେ ଥିବା ବିଭିନ୍ନ ସମସ୍ୟାର ଚିକିତ୍ସା ଓ ଅସ୍ତ୍ରୋପଚାର ନିମନ୍ତେ ଓଡିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ୨୦୨୧ ଅଗଷ୍ଟ ମାସରେ ସିଆଲୋଏଣ୍ଡୋସ୍କୋପି…

Read More

ଖୋର୍ଦ୍ଧା: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ ଟା ସମୟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଉପସ୍ଥିତ ଥିଲେ। ମୁଖ୍ୟ କୃଷି ଅଧିକାରୀ ସମସ୍ତ ଅତିଥିଙ୍କୁ ଅଭିବାଦନ ଦେବା ପରେ ପରେ ଜିଲ୍ଲାପାଳ ସମସ୍ତଙ୍କୁ ପାରାକ୍ଵାଟ ଏକ ମାରାତ୍ମକ କୀଟନାଶକ ଘାସମରା ବିଷାକ୍ତ ଔଷଧ। ଏହା ଗ୍ରାମାକ୍ସନ/ଫାୟାର ଷ୍ଟର୍ମ/ପାରାଜୋନ ନାମରେ ପରିଚିତ। ଏହାର ବ୍ୟବହାର ଜାଣତରେ/ଅଜାଣତରେ ବହୁତ କ୍ଷତିକାରକ। ତେଣୁ ସବୁ ସ୍ତରରେ ଏହାର ବ୍ୟବହାର/ ବିକ୍ରି/ ପ୍ରୟୋଗ ନିଷେଧ ଜରୁରୀ ବୋଲି ଘୋଷଣା କରିଥିଲେ। ଛାପା/ବୈଦ୍ୟୁତିକ ଗଣମାଧ୍ୟମଙ୍କ ସହାୟତା ଲୋଡ଼ିଥିଲେ। ସ୍କ୍ଵାଡ ଗଠନ କରାଯାଇ ଏହି ଜିଲ୍ଲାରେ କେତେ ଡିଲର ଏହାକୁ ରଖିଛନ୍ତି, ସଠିକ ତଥ୍ୟ ରଖି ସେମାନଙ୍କୁ ‌ ବ୍ୟବହାର/ ବିକ୍ରି/ ପ୍ରୟୋଗ ନକରିବାକୁ ଡାଗିଦ କରିଥିଲେ। ଆଜି ପର୍ଯ୍ୟନ୍ତ ଏହାର ଆଣ୍ଟିଡଟ ବାହାରି ନଥିବାରୁ ଏହାର ପ୍ରଚାର ଏବଂ ପ୍ରସାର କରାଯିବାର ଆବଶ୍ୟକତା…

Read More

ରଣପୁର: ରଣପୁର ସଂରକ୍ଷିତ ଜଙ୍ଗଲ ବନ୍ଧମୁଣ୍ଡା ପଚଂୟତରେ ରାଅଁଳା ଗ୍ରାମର ନିଘଚଂ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା ଖିଲାମୁଣ୍ଡାଙ୍କ ୧୬ ଦିନର ଯାତ୍ରା ଆଜିଠୁ ଆରମ୍ବ ହୋଇଛି। ପ୍ରତିବର୍ଷ ମା ଆଶ୍ୱିନ ମାସ ଦ୍ୱିତୀୟ ଓଷା ଦିନରେ ୧୬ ଦିନ ପାଇଁ ମା ଖିଲାମୁଣ୍ଡା ରଣପୁର ରାଜବାଟିକୁ ଆସି ଦଶହରା ଦିନ ଫୁଣି ଫେରିଯିବେ। ଆଜି ସକାଳୁ ଖିଲାମୁଣ୍ଡା ପୀଠରେ ଭିଡ ଜମିଥିଲା। ଢୋଲ, ଘଂଟ, ହରିବୋଲ ହୁଳହୁଳିରେ ଏହି ପୀଠ ପ୍ରକମ୍ପିତ ହୋଇଥିଲା। ଚଳିତ ବର୍ଷ ମା ବୁଢା ରୁପରେ ଦର୍ଶନ ଦେଲେ ବୋଲି ଜଣାଇଛନ୍ତି। ଆଜି ମାଙ୍କ ଆଗମନରେ ହଜାର ହଜାର ଲୋକ ଦୁର୍ଗମ ପଥ ଅତିକ୍ରମ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମା’ଙ୍କ ପୀଠରେ ରୁଣ୍ଡ ହୋଇଥିଲେ। ରଣପୁର ରାଜାଙ୍କ ଅଗୋଚରରେ ସେଠାରେ ଥିବା ମନ୍ଦିର ଭଙ୍ଗାଯାଇ ପୁନଃ ନିର୍ମାଣ ପାଇଁ ଉଦ୍ୟମ କରାଯାଉଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ…

Read More

ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସିଆନ ଗେମ୍ସ-୨୦୨୩ ରେ ସ୍ୱର୍ଣ୍ଣ ହାସଲ କରିଛି। ଗତଥର ଏସିଆ ଚାମ୍ପିଅନ୍ ଜାପାନକୁ ଫାଇନାଲରେ ଟିମ୍ ଇଣ୍ଡିଆ ୫-୧ ରେ ପରାସ୍ତ କରିଛି। ଏହାପୂର୍ବରୁ ଭାରତ ଏବଂ ଜାପାନ ପୁଲ ରାଉଣ୍ଡରେ ମଧ୍ୟ ସଂଘର୍ଷ କରିଥିଲେ ଯେଉଁଥିରେ ଭାରତ ୪-୨ ରେ ଅଗ୍ରଣୀ ଥିଲା। ଫାଇନାଲ ମ୍ୟାଚରେ ଭାରତରୁ ଏକ ବହୁତ ଭଲ ଖେଳ ଦେଖିବାକୁ ମିଳିଥିଲା। ଭାରତ ସାମ୍ନାରେ ବିରୋଧୀ ଜାପାନ କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଏହି ସ୍ୱର୍ଣ୍ଣ ସହିତ ଭାରତୀୟ ହକି ଦଳ ମଧ୍ୟ ୨୦୨୪ ମସିହାରେ ପ୍ୟାରିସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି।

Read More

ରଣପୁର: ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା। ଚାରୋଟି ମୋଟର ସାଇକଲ ସହ ଚୋରକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାମ ସର୍ବେଶ୍ୱର ବାରିକ, ବାପାଙ୍କ ନାମ ସଂସାରୀ ବାରିକ ବୟସ ୨୪ ବର୍ଷ ହେଇଥିବା ବେଳେ ଗ୍ରାମ ବେଗୁନିଆଁ ନୂଆସାହି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଚାରୋଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ସିଡ଼ି ଡିଲକ୍ସ ମେଟାଲ ରଙ୍ଗ, ଯାହାର ନମ୍ବର ଓଡି-୦୨-ବିଏ-୬୦୮୬ ହେଇଥିବା ବେଳେ ଅନ୍ୟ ତିନୋଟିର ନମ୍ବର ବିହୀନ ବୋଲି ଜଣା ପଡିଛି। ଏହି ମୋଟର ସାଇକଲ ଗୁଡିକ ରାଜସୁନାଖଳା ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡିଛି। ଏହି ରାକେଟକୁ ଧରିବାପାଇଁ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ବଡ଼ କୌଶଳ କ୍ରମେ ଚୋର କୁ ଧରିବାରେ ସଫଳ ହୋଇଥିଲେ। ଏହାକୁ ନେଇ ଏକ ପ୍ରେସ ମିଟ କରାଯାଇଥିଲା। ଏହି ପ୍ରେସ ମିଟରେ ଏସ.ଡି.ପି.ଓ ସୁଧାକର ସାହୁ ଓ ରାଜସୁନାଖଳା ପୋଲିସଙ୍କ ମିଳିତ…

Read More

ରଣପୁର: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଅଭିଯାନ (ପଦଯାତ୍ରା) ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ମଧ୍ୟ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ସାମିଲ ହୋଇ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପଦଯାତ୍ରା ଗୋପାଳପୁର ଠାରୁ ମଝିଆଖଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ସଭାପତି ଲିଙ୍ଗରାଜ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ରଣପୁର ବ୍ଲକ ଉପସଭାପତି ପ୍ରଭାତ ଦଳବେହେରା, ଯୁବ ନେତା ବନମାଳୀ ମହାପାତ୍ର, ଲିଙ୍କନ ସୁବୁଦ୍ଧି, ନର୍ମଦା ରାୟ, ଡ଼ ସନ୍ତୋଷ କୁମାର ଲେଙ୍କା, ରଞ୍ଜନ ଦାଶ, ଲିଟୁ ସ୍ୱାଇଁଙ୍କ ସହ ସମସ୍ତ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଧରାପୃଷ୍ଟରେ ଶରତର ଆଗମନ। ମେଘମୁକ୍ତ ନିର୍ମଳ ଆକାଶ। ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ। କଳକଳ ତଟିନୀର କାଚ଼ କେନ୍ଦୁ ଜଳ। ଅପେକ୍ଷା ମା’ଙ୍କ ଆଗମନୀକୁ। ଆଶ୍ଵିନ କୃଷ୍ଣ ଅଷ୍ଟମୀ। ମା’ ଆସୁଛନ୍ତି। ଦେହ ମନ … ପ୍ରାଣରେ ଅ ପୂର୍ବ ଶିହରଣ। ସଚରାଚ଼ର ଜୀବଜଗତରେ ଅପୂର୍ବ ଆନନ୍ଦ। ନୀଳ କଇଁର ପାଖୁଡ଼ାରେଶିଶିର ସରସ ବିନ୍ଦୁ ଝଲମଲ। ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ। ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’। ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢୋଲ ମହୁରୀର, ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ…

Read More