ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍ ପୋଲିସ ଆନୁକୂଲ୍ୟରେ ସାଇବର…
Author: Samikhsya Bureau
ରଣପୁର: ସୋମବାର ଦିନ ରଣପୁର ବ୍ଲକ ଗୌରାଙ୍ଗପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଶିତେନ୍ଦ୍ର ବଳିଆରସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ପ୍ରସନ୍ନ କୁମାର ରଥ, ସମ୍ମାନିତ ଅତିଥି ଭାବେ କୃଷି ବିଭାଗର ଅଧିକାରୀ ପ୍ରସାଦ ସୁବୁଦ୍ଧି, ଅର୍ପିତା ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପିମ୍ପଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦାଶ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସି.ଆର.ସି.ସି ସନ୍ତୋଷ କୁମାର ମିଶ୍ର, ଯଦୁପୁର ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଢିହାରୀ, ସୁକାନ୍ତ କୁମାର ରାଇସିଂଙ୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉଦଘାଟନୀ ସଭାକାର୍ଯ୍ୟକୁ .ଆର.ସି.ସି ସୁଧାକର ମିଶ୍ରଙ୍କ ନେତୃତ୍ୱରେ ଓ ଜୟ ମା ମଙ୍ଗଳା ମଧ୍ୟ…
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ…
ମୁମ୍ବାଇ: ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। କ୍ରୀଡ଼ା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବାର ମିଳିତ ପ୍ରାଥମିକତାକୁ ଏହି ବୁଝାମଣା ପ୍ରତିଫଳିତ କରୁଛି। ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପ୍ (ଅର୍ଏଫ୍ୱାଇସି) ପରିଦର୍ଶନ ଅବସରରେ ଆଇଓସି ସଭାପତି ଥୋମାସ ଥମାସ୍ ବାକ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ଏହି ନୂଆ ସହଯୋଗିିତା ଉପରେ ସହମତ ହୋଇଛନ୍ତି। ଏହି ଅବସରରେ ସଭାପତି ବାକ ଓ ନୀତା ଅମ୍ବାନି ପରସ୍ପର ମଧ୍ୟରେ ଓଭିଇପି ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧିତ୍ୱ କରୁଥିବା ପତାକା ଆଦାନ ପ୍ରଦାନ କରିବା ସହିତ ଏକ ନୂଆ ଅଲିମ୍ପିକ ମୂଲ୍ୟବୋଧ ସଂକଳ୍ପ ପ୍ରାଚୀରରେ ଛାତ୍ରଛାତ୍ରୀମାନେ ନିଜ ପାପୁଲି ଚିହ୍ନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ। ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ। ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ…
ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ ଖବର ମଧ୍ୟପ୍ରଦେଶରୁ ଆସୁଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୫୭ ନାମ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବଡ ଚେହେରା ଅନ୍ତର୍ଭୁକ୍ତ। ଏହି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ନିର୍ବାଚନ ଲଢିବେ। ମଧ୍ୟପ୍ରଦେଶ ସହିତ ବିଜେପି ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାରେ ବସ୍ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍ ଗୁଡିକ ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି। କର୍ମଚାରୀ ମାନଙ୍କୁ ସମ୍ବୋଧନ କରି 5T ସଚିବ ଶ୍ରୀ ପାଣ୍ଡିଆନ…
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି। ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ। ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡ଼ା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡି଼ଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ। ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ…
ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 146 ତମ ଜନ୍ମ ବାର୍ଷିକ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ସଂଗ୍ରାମର କାହାଣୀକୁ ସ୍ମରଣ କରିଛନ୍ତି। ସେ ଏକ ଟୁଇଟ ମାଧ୍ୟମରେ ଗୋପବନ୍ଧୁଙ୍କ ସଂପର୍କରେ କହିଛନ୍ତି ଯେ, ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସୁଆଣ୍ଡୋରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଶିକ୍ଷିତ ସମାଜ ଗଠନ ପାଇଁ ସେ ଦେଖାଇଥିବା ମାର୍ଗ ତଥା ଲୋକଙ୍କ ସେବା ଓ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସାଧନା ସର୍ବଦା ପ୍ରେରଣାର ଉତ୍ସ।
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଜିତିବାରେ ଭାରତକୁ ସାହାଯ୍ୟ କରିବାରେ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାହୁଲ ବିରାଟ କୋହଲିଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ୍ ଭାଗିଦାରୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ଗୋଟିଏ ଛକା ମାରି ମ୍ୟାଚ ଶେଷ କରିଥିଲେ। ଏହି ସମୟରେ ସେ ୮ ଟି ଚୌକା ଓ ୨ ଟି ଛକା ସହାୟତାରେ ୯୭* (୧୧୫) ରନର ଅପରାଜିତ ଇନିଂସ ଖେଳିଥିଲେ। ରାହୁଲଙ୍କ ଏହି ଇନିଂସ ଦେଖି ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ଅନିଲ କୁମ୍ବଲେ ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ପ୍ରକୃତ ରଙ୍ଗକୁ ଫେରିଛନ୍ତି। ‘ESPNcricinfo’ କୁ ଅନିଲ କୁମ୍ବଲେ କହିଛନ୍ତି ଯେ, “ଲାଗୁଛି ଯେ କେ.ଏଲ୍ ରାହୁଲ ତାଙ୍କ ପ୍ରକୃତ ରଙ୍ଗକୁ ଫେରି ଆସିଛନ୍ତି ଏବଂ ଆମେ ଜାଣୁ ସେ ପଡ଼ିଆରେ କଣ କରିପାରିବେ। ତାଙ୍କର କୌଶଳ ଯେକୌଣସି ପିଚରେ…
ଭୁବନେଶ୍ବର: ଓଡିଶାରେ ଘରୋଇ ବସ ମାଲିକ ମହାସଂଘ ଯେଉଁ ଧର୍ମଘଟ ଡାକରା ଦେଇଥିଲା ତାହା ସ୍ଥଗିତ ରଖାଯାଇଛି। ଆଜି ସଂଘର କର୍ମକର୍ତ୍ତା ଭି କେ ପାଣ୍ଡିଆନ ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଲୋଚନା କରିବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ବସ ମାଲିକ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ। ମୁଖ୍ୟତଃ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ଗାଁ ସ୍ତରରେ ବସ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ଘରୋଇ ବସ ମାଲିକ ସଂଘ ଆପତ୍ତି କରିଛି। ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଉ ବୋଲି ସଂଘ ଦାବୀ କରିଛି। ଏହାକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସଂଘର ଦାବୀକୁ ବିଚାର କରାଯିବ ବୋଲି ସରକାରଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା। ଫଳରେ ସଂଘ ଚଳିତ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟକୁ…
ନୂଆଦିଲ୍ଲୀ: ହମାସ ଆତଙ୍କବାଦୀଙ୍କ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ରବିବାର ଦିନ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ କହିଛନ୍ତି ଯେ, ତାଙ୍କ ଦେଶକୁ ଭାରତର ଦୃଢ ସମର୍ଥନ ଆବଶ୍ୟକ ହେବ। କାରଣ ଭାରତ ଏକ ପ୍ରଭାବଶାଳୀ ଦେଶ। ଏହା ଏକ ଦେଶ ଏବଂ ଆତଙ୍କବାଦର ଆହ୍ଵାନକୁ ଭଲ ଭାବେ ଜାଣିଛି।” ହାମାସ ଉଗ୍ରବାଦୀଙ୍କ ଆକ୍ରମଣକୁ ଏକ “ଅପ୍ରାକୃତିକ ଆକ୍ରମଣ” ଏବଂ “ଗ୍ରହଣୀୟ ନୁହେଁ” ବୋଲି ଶ୍ରୀ ଗିଲନ୍ କହିଛନ୍ତି। ସେ କହିଛନ୍ତି ଯେ, ଇସ୍ରାଏଲ ନିଜେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବ ଏବଂ ଅପରାଧୀଙ୍କୁ ଦଣ୍ଡ ଦେବ। ଇସ୍ରାଏଲର ହମାସ ଉଗ୍ରବାଦୀଙ୍କ ଆକ୍ରମଣରେ ୬୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ପାଲେଷ୍ଟାଇନ ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜା ଅଞ୍ଚଳରେ ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁ ଘଟିଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗିଲନ୍…
ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ଅନ୍ୟପକ୍ଷରେ, ବଙ୍ଗଳାରେ ମହାଳୟା ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ବର୍ଷ ସର୍ବପିତୃ ଅମାବାସ୍ୟା ଏବଂ ମହାଳୟା 25 ସେପ୍ଟେମ୍ବର ରବିବାରରେ ପଡୁଛି। ଅନେକ କ୍ଷେତ୍ରରେ ମହାଳୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା କେବଳ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ବରଂ ଆହୁରି କିଛି କାର୍ଯ୍ୟ ଏହି ଦିନରେ ମଧ୍ୟ କରାଯାଇଥାଏ। ମହାଳୟା ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଅନ୍ତିମ ରୂପ ଦିଆଯାଇଥାଏ।ବଙ୍ଗଳାରେ ସମସ୍ତେ ଉତ୍ସାହର ସହିତ ମହାଳୟାକୁ ଅପେକ୍ଷା କରନ୍ତି। କାରଣ ଏହି ଦିନ ନିଜେ ଦେବୀ ଦୁର୍ଗାଙ୍କୁ ସନ୍ଧ୍ୟାରେ ଡକାଯାଇ ମୂର୍ତ୍ତିକୁ ରଙ୍ଗ ଦିଆଯାଏ। ଏହା ସହିତ ମା’ଙ୍କର…
ନୂଆଦିଲ୍ଲୀ: ପାକିସ୍ତାନର କ୍ରୀଡ଼ା ଉପସ୍ଥାପିକା ତଥା ଆଙ୍କର୍ ଜେନାବ ଅବ୍ବାସ ୨୦୨୩ ବିଶ୍ୱକପ ମଝିରେ ଭାରତ ଛାଡିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇବର ଅପରାଧ, ଭାରତ ଏବଂ ହିନ୍ଦୁ ଧର୍ମକୁ ସମାଲୋଚନା କରିବା ପୂର୍ବରୁ ତାଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା। ତାଙ୍କର ଅନେକ ପୁରୁଣା ଟ୍ୱିଟ୍ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଭାରତ ଏବଂ ହିନ୍ଦୁ ଧର୍ମ ବିଷୟରେ ଖରାପ କଥା କହୁଥିବାର ନଜର ଆସିଥିଲେ। ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ‘ସାମା ଟିଭି’ର ଏକ୍ସ ଆକାଉଣ୍ଟ (ପୂର୍ବରୁ ଟ୍ୱିଟର) ଅନୁଯାୟୀ ଜେନାବ ଅବ୍ବାସ ଭାରତ ଛାଡିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଜେନାବ ଭାରତ ଛାଡିଥିଲେ। ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି। ତାଙ୍କୁ ସାଇବର ଅପରାଧ ଏବଂ ଭାରତ ବିରୋଧୀ ପୁରୁଣା ଟ୍ୱିଟ୍ ଅଭିଯୋଗ ହୋଇଛି। ‘ଫ୍ରି ପ୍ରେସ ଜର୍ଣ୍ଣାଲ’ର ରିପୋର୍ଟ ଅନୁଯାୟୀ, ବିନୀତ ଜିନ୍ଦଲ ନାମକ ଜଣେ ଭାରତୀୟ ଓକିଲ ବିସିସିଆଇ ସହଯୋଗରେ ଜେନାବଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବିନୀତ ଜିନ୍ଦଲ ଏକ୍ସରେ…
ଭୁବନେଶ୍ବର: ଆଜି ହେଉଛି ପୁଣାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146 ତମ ଜନ୍ମ ତିଥି। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସେଠାରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏଥିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଅମତ ଶତପଥୀ ଏବଂ ଅନନ୍ତନାରାୟଣ ଜେନା ସହିତ ବିଧାନସଭା ସଚିବ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଗତ ଜୁନ ୨ ତାରିଖରେ ବାଲେଶ୍ବରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୋଟ ୨୯୫ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁଃଖର କଥା ବର୍ତ୍ତମାନ ଏହି ଦୁର୍ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୮ଟି ଶବକୁ ନେବା ପାଇଁ କେହି ଆସିଲେ ନାହିଁ। ଫଳରେ ଏମସ ହସପିଟାଲ ଶବଗାରରେ ରହିଥିବା ଏହି ସମସ୍ତ ଶବ ଆଉ ବେଶୀ ଦିନ ରଖି ହେବା ସମ୍ଭବ ନ ଥିବାରୁ ତାହାକୁ ଗଣସତ୍କାର କରାଯିବ ବୋଲି ଜଣାପଡିଛି। ଏ ନେଇ ଏମସ ତରଫରୁ ସିବିଆଇ କୁ ଏକ ଚିଠି କରିବା ପରେ ଏ ସବୁକୁ ଗଣସତ୍କାର କରିବାକୁ ନିଷ୍ପତି ହୋଇଛି। ସେଥିପାଇଁ ସିବିଆଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ଚିଠି କରିଛି। ଖୋର୍ଦ୍ଧା ପ୍ରଶାସନ ତରଫରୁ ଏ ନେଇ ବିଏମସିକୁ ଅବଗତ କରାଇବା ପରେ ଏହି ସମସ୍ତ ଶବ ଭରତପୁର ଶଶ୍ମାନରେ ସତ୍କାର କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି…
ରେଢାଖୋଲ (କନ୍ଦର୍ପ ବେହେରା): କିସିଣ୍ଡା ଓ ନାକଟିଦେଉଲ ଥାନା ଅଂଚଳର ବିଭିନ୍ନ ଗାଁ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ସୁରକ୍ଷା ରଥ ଆଜି କିସିଣ୍ଡା ଥାନା ଅଞ୍ଚଳର କିସିଣ୍ଡା ହାଇସ୍କୁଲ, କଲେଜ, କିସିଣ୍ଡା ବଜାର ଓ ଗିରିଶ୍ଚନ୍ଦ୍ରପୁର ପଂଚାୟତରେ ପହଂଚି ଜନସାଧାରଣଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ କିସିଣ୍ଡା ଥାନାଧିକାରୀ ଅଞ୍ଜଳି କୁମ୍ଭାର, ଏ ଏସ ଆଇ କସ୍ତୁ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଚେତନତା ରଥ ନାକଟିଦେଉଳ ଥାନା ଅଂଚଳର ବାଟଗାଁ, ସାହେବି, ଜଗନ୍ନାଥ ପ୍ରସାଦ ଗ୍ରାମ ପରିକ୍ରମା କରି ନାକଟିଦେଉଳ ପହଂଚି ସ୍ଥାନୀୟ କ୍ଲବ ପରିସରରେ ନାକଟିଦେଉଳ ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ୱାଇଁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼ି ଏସ ପି ପ୍ରଶାନ୍ତ ମେହେର, ପୂର୍ବତନ ବ୍ଳବ ଅଧ୍ୟକ୍ଷ ତଥା ଘୋଷରାମାଳ ସମିତିସଭ୍ୟ ସୁଦର୍ଶନ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ରିୟ ସାହୁ, ସାହେବି…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ବର୍ତ୍ତମାନ ନିର୍ବାଚନ ପ୍ରଚାର ସମୟ ଅଧିକ ଜୋରଦାର ହେବ। କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ ଏକ ସ୍ୱତନ୍ତ୍ର ଅଭିଯାନରେ କାର୍ଯ୍ୟ କରିବେ। ଏହି ଅଭିଯାନ ଅଧିକରୁ ଅଧିକ ଲୋକଙ୍କୁ ଭୋଟ୍ ଦେବା ପାଇଁ ସଠିକ୍ ଭୋଟର ତାଲିକା ପ୍ରକାଶ କରିବ। ଭୋଟ୍ ତାରିଖ ଘୋଷଣା କରିବାବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଅନ୍ତିମ ଭୋଟିଂ ତାଲିକା ଅକ୍ଟୋବର 17 ତାରିଖରେ ପୁଣି ଥରେ ପ୍ରକାଶ ପାଇବ। ଏହା ପରେ, ଅକ୍ଟୋବର 23 ପର୍ଯ୍ୟନ୍ତ ଭୋଟ୍ ତାଲିକାରେ ସୁଧାର ଆଣିବା କାର୍ଯ୍ୟ ଜାରି ରହିବ। କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଅନେକ ପ୍ରଶ୍ନ ଅଛି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଭୋଟର ତାଲିକାରେ କିପରି ସେମାନଙ୍କ ନାମ ଯାଞ୍ଚ କରିବେ ଏବଂ କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍…
ଭୁବନେଶ୍ବର: ଓଡିଆ ଜାତିର ମହାନ ପର୍ବ ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଚଳିତ ବର୍ଷ ଡ଼େସେମ୍ବର ମାସ ୩୦ ଓ ୩୧ ତାରିଖ ଦିନ ବିଶ୍ବର ପ୍ରତ୍ଯେକ କୋଣରୁ ମାଟିମନସ୍କ ଓଡିଆ ଭାଇ ଭଉଣୀମାନେ ଐତିହାସିକ କଟକ ସହରରେ ଏକତ୍ର ହୋଇ ପାଳନ କରିବେ ଓଡ଼ିଆଙ୍କ ମହାମିଳନ ପର୍ବ ଓଡିଆ ଅସ୍ମିତା ସମ୍ମିଳନୀ। ଏହି ପର୍ବରେ ଓଡ଼ିଶାର ୩୦ ଜିଲ୍ଲା, ଦେଶର ୨୮ ରାଜ୍ୟ, ୮ କେନ୍ଦ୍ରଶାସିତ ଅଞ୍ଚଳ ତଥା ୩୫ ଦେଶର ଓଡିଆ ପ୍ରତିନିଧିମାନେ ଯୋଗଦେଇ ଓଡିଆ ଅସ୍ମିତାର ଗୌରବଦୀପ୍ତ ଅଧ୍ୟାୟକୁ ବିଷଦ ଭାବରେ ଆଲୋଚନା କରିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ, ଦର୍ଶନ ଓ ଦୂରଦୃଷ୍ଟି ବିଷୟରେ ଯୁବ ପିଢିଙ୍କୁ ଅବଗତ କରାଇବା ପାଇଁ ବିଶେଷ ଉପସ୍ଥାପନା ରଖାଯିବ। ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରୁଥିବାରୁ ଏହାର ସାମଗ୍ରିକ ବିକାଶରେ ଯୁବସମାଜର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ ବିଶେଷ…
ଭୁବନେଶ୍ବର: ଜୀବେ ଦୟା ଓ ପ୍ରାଣୀ କଲ୍ୟାଣ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ। ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଗୋଶାଳାଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍ଲାଇନ୍ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ…
ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ବିବୃତ୍ତି ପ୍ରଦାନ କରିବାବେଳେ ଲାଲୁ, ରାବଡି ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଉପରେ କଟାକ୍ଷ କରିଛନ୍ତି। ଆଜି ପି.କେ କହିଛନ୍ତି ଯେ, ଯଦି ତେଜସ୍ୱୀ ଯାଦବଙ୍କ ପରି ନେତାମାନେ ଦେଶକୁ ଏକ ନୂତନ ଦିଗ ଦେବା ଆରମ୍ଭ କରନ୍ତି, ତେବେ ଦେଶର କୌଣସି ଭଲ ହେବ ନାହିଁ। ଏହା ସତ୍ତ୍ୱେ ତେଜସ୍ୱୀ ଯାଦବଙ୍କ ପାଇଁ ମୋର ଶୁଭେଚ୍ଛା। ତେଜସ୍ୱୀଙ୍କ ପିତାମାତା ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତେଜସ୍ୱୀ ନିଜେ ଉପମୁଖ୍ୟମନ୍ତ୍ରୀ, ସେ ବିହାରକୁ ଦିଗହୀନ କରିଛନ୍ତି। ଯଦି ବିହାରର ଲୋକମାନେ ତେଜସ୍ୱୀଙ୍କୁ ଦାୟିତ୍ୱ ଦେଇଛନ୍ତି, ତେବେ ସେ ଯେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ସେ ସ୍ଥିତିରେ ଉନ୍ନତି ଆଣିବା ଉଚିତ୍। ବିହାରର ଡାକ୍ତରଖାନାର ସ୍ଥିତିକୁ ସୁଦୃଢ କରନ୍ତୁ, ବିହାରରେ ରାସ୍ତାର ସ୍ଥିତିକୁ ସୁଦୃଢ କରନ୍ତୁ। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ବିହାରରେ ଗ୍ରାମ୍ୟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡ୍ରେନ୍ ଏବଂ…

