Author: Samikhsya Bureau

ନୂଆଦିଲ୍ଲୀ: ଗ୍ୱାଲିୟର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବହୁତ ଭଲ! ସାରା ଦେଶରେ ରେଳ ଷ୍ଟେସନର ନବୀକରଣ କରିବା ଆମ ସରକାରଙ୍କ ପ୍ରାଥମିକତା। ଅତ୍ୟାଧୁନିକ ସୁବିଧା ସହ ଗ୍ୱାଲିୟର ରେଳ ଷ୍ଟେସନର ବିକାଶ ହେବା ଫଳରେ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ।’

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବରିଗୁଡ଼ା ଗ୍ରାମର ଯୁବ ବିଜେଡି ନେତା ଅନିଲଙ୍କୁ ଶୁକ୍ରବାର ଗ୍ରାମ ଉପ କଣ୍ଠରେ ହତ୍ୟା କରା ଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବରି ଗୁଡ଼ା ଗ୍ରାମର ସଞ୍ଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାନ୍ୟବର କୋର୍ଟ ଜାମିନ୍ ଖାରଜ କରିବା ସହିତ, ଆସିକା ଉପ କାରାଗାରକୁ ଅପରାଧୀ ମାନଙ୍କୁ ପଠାଇ ଦେଇ ଥିବା ସୂଚନା ମିଳିଛି। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥ‌ିବା ନେଇ ତଦନ୍ନ ଜାରି ରହିବା ସହିତ ପୋଲିସ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖୁବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏ ଘଟଣାର ତଦନ୍ତ ନିଜେ କରୁଥ‌ିବା ବେଳେ ପୂର୍ବ ଶତ୍ରୁତା ଏବଂ ରାଜନୈତିକ ତିକ୍ତତା ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଏକ ଯାତ୍ରୀବାହି ଅଟୋ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍ଗାରଗାଁ ବୋରିଆ ସାହି ଅଞ୍ଚଳର ତ୍ରିନାଥ ବିଶ୍ୱାଳ (୩୩) ବୋଲି ଜଣାପଡିଛି। ତ୍ରିନାଥ ଦୀର୍ଘ ଦୁଇ ବର୍ଷ ହେଲା ବାଣପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଜାରି ରଖିଥିବା ବେଳେ ଆଜି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ଉପରେ ଅବକାରୀ ବିଭାଗ ପୁର୍ବରୁ ନଜର ରଖିଥିବା ବେଳେ ଆଜି ଚଢ଼ାଉ କରି ଗିରଫ କରିଛି। ସମୁଦାୟ ୩୬ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ବୈଦ୍ୟନାଥ ପୁର ଥାନା ପୋଲିସ ଜାତୀୟ ରାଜପଥ ଅର୍ବାନ ଢ଼ାବା ପଛପଟୁ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବାଣ ଜବତ କରିଛି। ଯାହାର ମୁଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏଥି ସହିତ ଲାଞ୍ଜିପଲି ବ୍ରାହ୍ମଣ ସାହିର ସଚିନ୍ ପାଣିଗ୍ରାହୀ ଓ ଉମା ନଗର ସାହିର ଆସିକ ବେହେରା ନାମକ ଦୁଇ ଜଣ ଯୁବକଙ୍କୁ ଘଟଣାସ୍ଥଳରୁ ଧରି ଥାନାରେ ଜେରା କରାଯାଉଛି। ଲାଞ୍ଜିପଲି ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ଜେନାଙ୍କ ନେତୃତ୍ଵରେ ଚଢ଼ାଉ ହୋଇଥିଲା। ସୁଚନା ଥାଉକି ଆଗକୁ ଦୀପାବଳି ଅମାବାସ୍ୟା ପର୍ବ ପାଳିତ ହେବାକୁ ଥିବା ବେଳେ ଏହିଭଳି ଆତସବାଜି ବ୍ୟବସାୟ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Read More

ରଣପୁର: ଆସନ୍ତାକାଲି ସାରା ଦେଶରେ ଅନୁଷ୍ଠିତ ହେବ ୧୫୪ତମ ଗାନ୍ଧୀ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ “ସ୍ୱଛତା ହିଁ ସେବା – ଆବର୍ଜନା ମୁକ୍ତ ଭାରତ” ଅକ୍ଟୋବର ୧ ତାରିଖରେ ସାରା ଦେଶରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମ ବିଜ୍ଞାପିତ ପରିଷଦ ରଣପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଅପର୍ଣ୍ଣା ଡେଙ୍ଗୁଆ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ସାମିଲ ହୋଇ ରଣପୁର ଡାକ୍ତରଖାନା, ପଞ୍ଚୁଦଳ ପଡିଆ, ବଧି ପୁଷ୍କରିଣୀ ଆଦି ସଫେଇ କରିଥିଲେ। ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରମୁଖ ହାତରେ ଝାଡୁ ଧରି ଓଳାଇବା ସହ ଅଳିଆକୁ ତୋଳି ଡଷ୍ଟବିନରେ ପକାଇ ଥିଲେ। ୩ ନମ୍ବର ୱାର୍ଡ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁମାର ପାଠାଗାର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀ ଶଙ୍କର ମହାପାତ୍ର, ବାଳମୁକୁନ୍ଦ ଦାସ ଓ କର୍ନେଲ ଶ୍ରୀକାନ୍ତ ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇଥିଲେ। ଏହି ଅବସରରେ…

Read More

ଗରୁଡ ପୁରାଣ: ହିନ୍ଦୁ ଧର୍ମରେ ଗ୍ରନ୍ଥର ବିଶେଷ ଗୁରୁତ୍ୱ ରହିଛି। ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଏଥିରେ, ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ଜୀବନକୁ ସଫଳ କରିବା ଏବଂ ଅଗ୍ରଗତି କରିବା ପାଇଁ ଗରୁଡ ପୁରାଣରେ ଅନେକ ମନ୍ତ୍ର ଉଲ୍ଲେଖ କରାଯାଇଛି। ସେମାନଙ୍କର ଅର୍ଥ ଜାଣିବା ଦ୍ୱାରା ଜୀବନ ସଫଳ ହୋଇପାରିବ। ଗରୁଡ ପୁରାଣରେ ୬ ଟି ଏପରି କଥା କୁହାଯାଇଛି, ଯାହାଙ୍କ ଉପାସନା ଏବଂ ପୂଜା ଦ୍ୱାରା ସବୁକିଛି ମିଳିପାରିବ। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା… ଏହି ୬ ଟି ଜିନିଷର ଉପାସନା ସଫଳତା ଦେଇଥାଏ: ଗରୁଡ ପୁରାଣରେ କୁହାଯାଇଛି ଯେ, ଜୀବନର ଏହି ୬ ଟି ଜିନିଷକୁ ପୂଜା କରି ଜଣେ ବ୍ୟକ୍ତି ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଏ ଏବଂ ସେମାନେ ସଫଳତାର ସିଡ଼ି ଚଢି ପାରିଥାନ୍ତି। ଭଗବାନ ବିଷ୍ଣୁ: ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ଭକ୍ତଙ୍କ ସମସ୍ତ ଦୁଃଖ…

Read More

ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି। ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସ‌ଚେଚତନା ସୃଷ୍ଟି କରିବା ନେଇ ଆଜି ଏମ୍‌ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡଖଣ୍ଡ ପରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ଏମ୍‌ସ ଭୁବନେଶ୍ୱର। ବିଭାଗକୁ ଆଜିସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ‌ରୋଗୀ ଆସିଥିବା ସୂଚନା…

Read More

ଭୁବନେଶ୍ଵର: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ। ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ। ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା। ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ୟାନେଲ ଜୀ-ସାର୍ଥକରେ। ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆଜି କେବଳ ଜୀ-ସାର୍ଥକ ଚ୍ୟାନେଲରେ। ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ସାଇ ସ୍ବରାଜ ମଙ୍ଗରାଜଙ୍କ…

Read More

ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି। ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍‌ରେ ରହିଥିଲା। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍‌ଇ ର‌୍ୟାଙ୍କିଙ୍ଗ କରାଯାଇଥାଏ। ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍‌ଭାଇରନ୍‌ମେଂଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରୀ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ଆଉଟଲୁକ୍ (ଇନ୍‌ଟରନ୍ୟାସ୍‌ନାଲ୍ ଷ୍ଟାଫ୍‌, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ)। ୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮…

Read More

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସକ୍ରିୟ ଭାବରେ “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ର ପଦକ୍ଷେପରେ ଅଂଶଗ୍ରହଣ କରୁଛି। ଏହି ଅଭିଯାନ 1 ଅକ୍ଟୋବର 2023 ର ସକାଳ 10 ଟାରେ ଏକ ଘଣ୍ଟା ପାଇଁ ଧାର୍ଯ୍ୟ କରାଯାଇଛି। ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରମୁଖ ପଦକ୍ଷେପ ସ୍ବଚ୍ଛ ଭାରତ ମିଶନ୍ 15 ସେପ୍ଟେମ୍ବରରୁ 2 ଅକ୍ଟୋବର 2023 ପର୍ଯ୍ୟନ୍ତ ଚାଲୁଥିବା “ସ୍ବଚ୍ଛତା ହିଁ ସେବା (ଏସଏଚଏସ) – 2023” କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏସଏଚଏସ-2023 ର ବିଷୟବସ୍ତୁ ହେଉଛି ଶ୍ରମଦାନ ଏବଂ ଜନ ଭାଗିଦାରୀ ମାଧ୍ୟମରେ, ଉଚ୍ଚ ସ୍ତରୀୟ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ଏକ “ଆବର୍ଜନାମୁକ୍ତ ମୁକ୍ତ ଭାରତ” ଦିଗରେ ଅଗ୍ରସର ହେବା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି…

Read More

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ମହାନ୍ତିଙ୍କୁ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଶ୍ରୀ ମହାନ୍ତିଙ୍କୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ନିମନ୍ତେ ପ୍ରଶଂସା କରିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ। ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଜଣେ ସହକର୍ମୀ ଭାବେ ଶ୍ରୀ ମହାନ୍ତିଙ୍କ ସହ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ତାଙ୍କୁ ଜଣେ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ତାଙ୍କର ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଚାକିରି କାଳ ମଧ୍ୟରେ ପାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ନିମନ୍ତେ ବିଭାଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନଜାତି ସଂପ୍ରଦାୟର ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ। ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସନ୍ତାଳୀ ଭାଷାବିତ୍‌, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି। ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି। ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ…

Read More

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା। ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’

Read More

ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । ଚିନ୍ତା ଏବଂ ଟେନସନ ରହିବ। ଅସୁବିଧାରେ ପଡ଼ିପାରନ୍ତି।ଆଜି ଅଳସୁଆ ପ୍ରକୃତିର ହେବେ। ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ଆୟ ରହିବ । ପରିବାର ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଭଲ କରିବ । ମିଥୁନ : ପରିବାରର ଚିନ୍ତା…

Read More

ଭୁବନେଶ୍ୱର: ଆକାଶବlଣୀ କଟକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ଜି 20 କାର୍ଯ୍ୟକ୍ରମର ଏକ ଅଂଶ ଭାବେ ‘ବସୁଧେବ କୁଟୁମ୍ବକମ’ ର ବାର୍ତ୍ତା ନେଇ ଏକ ଦିବସୀୟ ‘ଯୁବ ଉତ୍ସବ ଓ ସଂଗୀତ ବିଚିତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜି 20 କାର୍ଯ୍ୟକ୍ରମରେ ଆମ ଉତ୍କଳୀୟ ସଂସ୍କୃତି, ପରମ୍ପରା, କଳା ସ୍ଥାପତ୍ୟ, ଭାସ୍କର୍ଯ୍ୟ ପ୍ରଭୃତି ସଫଳତାର ସହ ସ୍ଥାନ ପାଇ ସମଗ୍ର ବିଶ୍ୱରେ ତାହାର ଗୌରବ ବୃଦ୍ଧିରେ କିପରି ସହାୟକ ହୋଇଛି ଓ ଆମ ସଂସ୍କୃତିକୁ ବିକଶିତ କରିଛି,ତାହାର ସୂଚନା ଦେଇଥିଲେ. ଏହିପରି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୌରବ ବୃଦ୍ଧିରେ ସହାୟକ ହୋଇଥିବାରୁ ସେ ଆକାଶବାଣୀ କଟକ କେନ୍ଦ୍ରକୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ଏଥିରେ ଭାଗ ନେଇ ସ୍କୁଲ ପରିସର ସଫେଇ କରିଥିଲେ। ଅନ୍ୟପଟେ କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ରଘୁନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସ୍କୁଲ ହତା ସଫା କରିବା ସହିତ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ। ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଉତ୍ତରପ୍ରଦେଶର ବରେଲିର ବାହେରୀର ସ୍କୁଲ ଶିକ୍ଷୟିତ୍ରୀ ରଞ୍ଜନା ଅଗ୍ରୱାଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲକ୍‌ରେ ଆୟୋଜିତ ଚିନ୍ତନ ଶିବିରର ସବୁଠାରୁ ପ୍ରଭାବଶାଳୀ ଚିନ୍ତାଧାରା ବିଷୟରେ ପଚାରି ବୁଝିଥିଲେ। ରଞ୍ଜନା ଅଗ୍ରୱାଲ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବା ସହ ସରକାରୀ ଯୋଜନା ଗୁଡ଼ିକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସମସ୍ତ ହିତାଧିକାରୀ ସମାନ ମଞ୍ଚକୁ ଆସିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଗୁଡ଼ିକର ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଷାନ୍ତ…

Read More