ବେଗୁନିଆପଡା (ଟୁକୁନା ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି। ଆଜି ସକାଳେ ପ୍ରଥମେ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ସାଧାରଣ ସଭାରେ ଯୋଗ ଦେଇ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ମିଶନ୍ ଶକ୍ତି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି ୫ ଟି ସଚିବ। ବୁରୁଝୁରୀ ବାଲିବଣ ସ୍ଥିତ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ୫ ଟି ସଚିବ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍ ଓ ଏନ୍ ଏ ସି, ବେଗୁନିଆପଡ଼ା ବ୍ଲକ୍, କୋଦଳା ଏନ୍ଏସିର…
Author: Samikhsya Bureau
ଭୁବନେଶ୍ୱର: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲ୍ବ୍ରସ୍କୁ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଇନ୍ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି। ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ। ଦକ୍ଷିଣ ପଶ୍ଚିମ ଋଷର କାବାର୍ଡିନୋ-ବାଲ୍କାରିଆ ଅଂଚଳରେ ଅବସ୍ଥିତ ମାଉଂଟ ଏଲ୍ବ୍ରସ୍ରେ ଦୁଇଟି ସୁପ୍ତ ଆଗ୍ନେୟଗିରି ରହିଛି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡଃ ଖାଡଙ୍ଗା ପୂର୍ବରୁ ଆଫ୍ରିକାର ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ପର୍ବତ ମାଉଂଟ କିଲିମାଞ୍ଜାରୋ ଆରୋହଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଶିଖରରୁ ୫୦ ଫୁଟ ଦୂରତାରେ…
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର…
ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ “କେବଳ ସତ୍ପୁରୁଷମାନଙ୍କୁ ସମ୍ମାନ ଦିଆଯିବା ଉଚିତ” ଲେଖା ସହିତ ଚିତ୍ରିତ କରାଯାଇଛି। ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି। ପ୍ରଶଂସାପତ୍ରରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଗସ୍ତ ଅବସରରେ ଗ୍ରୀକ୍ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛି, ଯିଏ କି ନିଜ ଦେଶର ବିଶ୍ୱସ୍ତରୀୟ ପହଂଚକୁ ନିରନ୍ତର ପ୍ରୋତ୍ସାହନ ଦେଇଛନ୍ତି ଏବଂ ଯିଏ ଭାରତର ଅର୍ଥନୈତିକ ପ୍ରଗତି…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଓଡ଼ିଶା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ତଥା ତନ୍ତ୍ରପୀଠ ଶକ୍ତିପୀଠ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପଡିଛି। ମା ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟମାନେ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ପାଇକ ମହାସଂଘ ସଂଗଠନର ୬୦ ପରିବାରର ସଦସ୍ୟମାନେ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି। ପାଇକ ମହାସଂଘର ଦାବି ଅନୁଯାୟୀ, ପାଇକମାନେ ମା’ ଉଗ୍ରତାରା ପୀଠର ପାଇକ ସେବକ। ମା’ ଉଗ୍ରତାରାଙ୍କ ସମସ୍ତ ପର୍ବପର୍ବାଣି ଜାନିଯାତ୍ରାରେ ମୂଖ୍ୟ ଭୂମିକା ନିଭାଉଥିବା ବେଳେ ଦୀର୍ଘଦିନ ହେବ ପାଇକ ମହାସଂଘ ପକ୍ଷରୁ ସ୍ଥାୟୀ ଭାବରେ ମନ୍ଦିର ନିକଟରେ ନିଜସ୍ୱ ଖର୍ଚ୍ଚରେ ଦୁଇ ବଖରା ପକ୍କାଘର କରି କାର୍ଯ୍ୟାଳୟ ଚଳାଉ ଆସୁଥିଲେ। ଜିଲ୍ଲା ପ୍ରଶାସନ ଓ ପାଇକ ମହାସଂଘର ନିଷ୍ପତ୍ତି କ୍ରମେ ଉକ୍ତ ଘରଟିରେ ମନ୍ଦିର କାର୍ଯ୍ୟାଳୟ ଚାଲୁଅଛି।ସେତେବେଳେ ପାଇକ ମହାସଂଘକୁ ଜିଲ୍ଲା ପ୍ରଶାସନ ଘରଭଡା ବାବଦରେ ଏକ ହଜାର ଟଙ୍କା ଦେବାକୁ…
ନୂଆଦିଲ୍ଲୀ: ୧୫ ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ନେତାଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନଥିଲା, ବରଂ ଉଭୟ ନେତା ଚାଲିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ବ୍ରିକ୍ସ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ସେମାନଙ୍କର ସମ୍ପୃକ୍ତ ଅଧିକାରୀମାନଙ୍କୁ ଶୀଘ୍ର ବିବାଦ ହ୍ରାସ କରିବା ପାଇଁ ଉଦ୍ୟମ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ LAC ର ସମାଧାନ ହୋଇନଥିବା ପ୍ରସଙ୍ଗଗୁଡିକ ବିଷୟରେ ଅବଗତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,…
ଭୁବନେଶ୍ବର: ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆୟୋଜିତ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଉକ୍ତ ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ ଲୋକକଳାର ବିଷୟବସ୍ତୁ ଅତ୍ୟନ୍ତ ହୃଦୟସ୍ପର୍ଶୀ। ପାରମ୍ପରିକ ନାଚ ଓ ଗୀତର ପ୍ରାସଙ୍ଗିକତା ଏବେ ମଧ୍ୟ ସୁସ୍ପଷ୍ଟ। ଏହା ମାଧ୍ୟମରେ ସଚେତନତା ସୃଷ୍ଟି ସକାରତ୍ମକ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ। ସେହିଭଳି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଲୋକକଳାର ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ଥିବା କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ…
ମେଷ – ଆଜି ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ଏକ ଭଲ ଦିନ । ଏହି ଦିନରେ ମଧ୍ୟ କାହାକୁ ଋଣ ଦିଅ ନାହିଁ ଏବଂ ଯଦି ଏହା ଦେବା ଆବଶ୍ୟକ, ତେବେ ଦାନକାରୀଙ୍କଠାରୁ ଲିଖିତ ଆକାରରେ ନିଅନ୍ତୁ ଯେ ସେ କେବେ ଟଙ୍କା ଫେରସ୍ତ କରିବେ । ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ଏବଂ ଯୋଗାଯୋଗ କରିବା ଏକ ଭଲ ଦିନ, ଯାହାକୁ ଆପଣ କ୍ୱଚିତ୍ ଭେଟନ୍ତି । ଆପଣ ହଠାତ୍ ଅପ୍ରତ୍ୟାଶିତ ରୋମାନ୍ସ ପାଇପାରନ୍ତି, ଯଦି ଆପଣ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ପାଇଁ ବାହାରକୁ ଯାଆନ୍ତି । ସହର ବାହାରେ ଭ୍ରମଣ କରିବା ଅତ୍ୟନ୍ତ ଆରାମଦାୟକ ହେବ ନାହିଁ, କିନ୍ତୁ ଆବଶ୍ୟକ ପରିଚିତ ହେବା କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ । ଯଦି ତୁମେ ତୁମର ଜୀବନ ସାଥୀଙ୍କଠାରୁ ସ୍ନେହ ଆଶା କରୁଛ, ତେବେ ଏହି ଦିନ ତୁମର ଆଶା ପୂରଣ କରିପାରିବ । ହୃଦୟର ଜିନିଷକୁ…
ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍)ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ବୈଠକରେ ୨୨୦/୩୩ କେଭି ବାଲିଗୁଡା ଗ୍ରିଡ୍ ସବ୍ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା-ବାଲିଗୁଡ଼ା ଲାଇନ୍, ୧୩୨ କେଭି ବୌଦ୍ଧ-ଫୁଲବାଣୀ ଡିସି ଲାଇନ୍, ୧୩୨ କେଭି ବୌଦ୍ଧ-କିଆକଟା ଡିସି ଲାଇନ୍, ୨୨୦ କେଭି ଲିଲୋ ଲାଇନ୍ରୁ ୨୨୦/୩୩ କେଭି ଦଶପଲ୍ଲା ଗ୍ରିଡ୍, ଦିଗପହଣ୍ଡି-ମୋହନା ଲାଇନ୍ରୁ ଆର.ଉଦୟଗିରି ଗ୍ରିଡକୁ ଲିଲୋ ଲାଇନ୍, ୨୨୦ କେଭି କେନ୍ଦୁଝର-ତୁରୁମୁଙ୍ଗା ଡିସି ଲାଇନ୍ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଆଇଟିଇଆରର ସିଭିଲ ଇଞ୍ଜିନିୟରିଂ, ମେକାନିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ, କମ୍ପ୍ୟୁଟ୍ର ସାଇନ୍ସ ଆଣ୍ଡ ଇନ୍ଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଭଳି ୭ଟି ବିଭାଗରେ ୨୦୧୯-୨୦୨୩ ମଧ୍ୟରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତବ ସମାରୋହରେ ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା…
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି। ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜ୍ ମଧ୍ୟ ଶ୍ରୀ ଶର୍ମାଙ୍କ ଦ୍ୱାରା ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଶ୍ରୀ ଶର୍ମା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଞ୍ଚ କରି ଶ୍ରୀ ଶର୍ମା ଯାତ୍ରୀମାନଙ୍କ ଆରାମ ପାଇଁ ବହୁ ଆବଶ୍ୟକ କରୁଥିବା ପରୀକ୍ଷେତ୍ର ଅଞ୍ଚଳ, କନକୋର୍ସ, ପ୍ଲାଟଫର୍ମ ଆଲୋକ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା…
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଧରାକୋଟ: ଧରାକୋଟ ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି କେଟିଏମ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରିଙ୍କୁ ନାୟକ ଓ ରାହୁଲ ନାୟକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ ୨୯୭/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ନିଜ ଗାଁ ନୂଆଗଡରୁ ଉଭୟ ରିଙ୍କୁ ଓ ରାହୁଲ କେଟିଏମ ବାଇକ ଯୋଗେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକି ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅରେ ଗାଡ଼ି ଖସିଯିବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଚଢ଼ାଉ କରି ୪୨ ଗ୍ରାମ ଧଳା ଜହର ଜବତ କରିବା ସହ କାରବାରରେ ଲିପ୍ତ ଭରତ ସାହୁ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଜବତ ଧଳା ଜହରର ମୁଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏତଦବ୍ୟତୀତ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ କାହ୍ନା ଡାକୁଆ ନାମକ ଜଣେ ଯୁବକକୁ ସନ୍ଦେହ ଜନକ ଭାବେ ଦେଖି ତାକୁ ଜେରା କରିବା ବେଳେ ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। କାହ୍ନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନୀରିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ଠାରୁ ପ୍ରକାଶ।
ଖୋର୍ଦ୍ଧା: ସଡକ ଆମର ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସଡ଼କ ଉପରେ ଆମେ ସମସ୍ତେ ନିର୍ଭରଶୀଳ, ମାତ୍ର ସେହି ସଡକ ଉପରେ ଘଟୁଥିବା ଦୁର୍ଘଟଣା ଏକ ମହାମାରୀ ରୂପ ନେବାକୁ ବସିଲାଣି, ଯାହାକି ଚିନ୍ତାଜନକ। ଓଡିଶାରେ ଲକ୍ଷ ଲକ୍ଷ ଲୋକ ସଡକ ଉପରେ ଯିବା ଆସିବା ସମୟରେ ସଚେତନତା ଅଭାବରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହା ପାଇଁ ଅନେକ ଧନଜୀବନ ନଷ୍ଟ ହେଉଛି। ବିଶେଷକରି ଯୁବପିଢ଼ି ମାନେ ବେଶୀ କ୍ଷତିର ଶିକାର ହେଉଛନ୍ତି। ଅନେକ ପରିବାର ଭାସି ଯାଉଛି । ସମସ୍ତ ପଥଚାରୀ ସଡକ ସୁରକ୍ଷାର ନିୟମ କାନୁନ୍ ଜାଣିବା ସହିତ ନିରାପଦ ଭାବେ ଯାତ୍ରା କରିବା ଆବଶ୍ୟକ। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କଲେ ଏଭଳି ଭୟଙ୍କର ବିପଦରୁ ଆମେ ରକ୍ଷା ପାଇପାରିବା। ସଡକ ସୁରକ୍ଷାକୁ ସ୍ଲୋଗାନ ନ କରି ଏହାକୁ ଜୀବନର ଏକ ମନ୍ତ୍ର କରିବା ଉଚିତ ବୋଲି ସଡକ ସୁରକ୍ଷା ସଚେତନତା ସାଧାରଣ…
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନ) ଏସ. ଅରୁଣା,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଅନୁସଚିବ ସୁବୋଧ କୁମାର ଦାସ, ବରିଷ୍ଠ ଲେଖାଧିକାରୀ ସରୋଜ କୁମାର ବେହେରା ଯୋଗଦେଇ ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ…
ଭୁବନେଶ୍ଵର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ। ଏହାସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବୀ ଅନୁମୋଦନ କରିଛନ୍ତି। ଏହି ପଦବୀ ଗୁଡିକ ହେଲା – ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଖରବୟସଦ୍ଭଶ ୠସକ୍ସରଜ୍ଞବଦ୍ଭ, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବୀ। ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ୟ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଆଜି ରାଜସ୍ଥାନ ବିଜେପିରେ ମୋଟ ୧୭ ଜଣ ଯୋଗ ଦେଇଛନ୍ତି। ଯେଉଁଥିରେ କିଛି ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ଭମ୍ବରଲାଲ ନୱଲ, ବୈରୱା ମହାସଭାର ଲାଲାରାମ ବୈରୱା, ପୂର୍ବତନ ପ୍ରଶାସନିକ ଅଧିକାରୀ କୈଳାଶ ବର୍ମା, ଅବସରପ୍ରାପ୍ତ ଆଇଏଏସ ହନୁମାନ ସିଂ ଭାଟି, ପୂର୍ବତନ ଆଇପିଏସ ଡକ୍ଟର ମହେଶ ଭରଦ୍ୱାଜ, କୁନୱାର ରାଓ ଗଗନ ସିଂ, ଅବସରପ୍ରାପ୍ତ କମିଶନର ଓମପ୍ରକାଶ ମୀନା, ଅବସରପ୍ରାପ୍ତ ଡିଏଓ ରାଜାରାମ ମୀନା, ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ ବାହାଦୂର ସିଂ ଗୁର୍ଜର, ଓମପ୍ରକାଶ ବାଗଡା, ଅବସରପ୍ରାପ୍ତ ଆୟକର କମିଶନର ନରେନ୍ଦ୍ର ଗୌଡ଼, ଭୁଦେବ ଦେବଡା, ଦିୟାନନ୍ଦ ସକ୍ରାୱାଲ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଖେମରଜ ଖୋଲିଆ, ଧନେଶ୍ୱର ଆହାରୀ ଏବଂ ପ୍ରଶାସନିକ ସେବା ମତ୍ତରାମ ରିନ୍ୱା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ ସଦସ୍ୟତା…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, କବିତା ନାୟକ, ସ୍ମୃତିରେଖା ପ୍ରତିହାରୀ, ଜୟଗୁରୁ ପ୍ରଧାନ, ଜ୍ୟୋତିରାଣୀ ନାୟକ ଓ ନୀଳିମା ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସଂଯୁକ୍ତା ପାଣିଗ୍ରାହୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରି ନିଜ ନୃତ୍ୟ ପ୍ରତିଭା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପରିବେଷଣ କରି ଲୋକପ୍ରିୟ କରିପାରିଥିଲେ ବୋଲି କହିଥିଲେ। ଏଥିପାଇଁ ସେ ବହୁତ ସମ୍ନାନର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବଜାରରୁ ଏକ ସନ୍ଧିଗ୍ଧ ପାରା ଉଦ୍ଧାର କରାଯାଇଛି। ପାରାର ଦୁଇ ଗୋଡ଼ରେ ଦୁଇଟା ବଳା ଲାଗିଛି। ଗୋଟାଏ ବଳାରେ ଭିଏସକେପି (vskp) ଲେଖା ଥିବା ବେଳେ ଅନ୍ୟ ବଳାରେ କିଛି ନମ୍ବର ଲେଖା ଯାଇଛି। ସମସ୍ତ ଅକ୍ଷର ଇଂରାଜୀରେ ଲେଖା ଅଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ନୂଆଦିଲ୍ଲୀ: ୬ ଟି ଦେଶ – ଆର୍ଜେଣ୍ଟିନା, ଇଜିପ୍ଟ,, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ବ୍ରିକ୍ସ ଦେଶ ଗୋଷ୍ଠୀରେ ଯୋଗ ଦେଇଛନ୍ତି, ଯେଉଁ କାରଣରୁ ଏହାର ପରିବାର ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଗୁରୁବାର ଦିନ କହିଛନ୍ତି ଯେ, ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ବ୍ରିକ୍ସର ସମ୍ପୂର୍ଣ୍ଣ ସଦସ୍ୟ ହେବାକୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ, ନୂତନ ସଦସ୍ୟମାନେ ଜାନୁଆରୀ ୧ ତାରିଖ ୨୦୨୪ରୁ ବ୍ରିକ୍ସର ଅଂଶ ହେବେ। ରାମଫୋସା କହିଛନ୍ତି ଯେ, ବ୍ରିକ୍ସ ସହ ସହଭାଗିତା ଗଢିବାରେ ଆମେ ଅନ୍ୟ ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହ ମିଳିତ ଗଣମାଧ୍ୟମରେ ସୂଚନା ଦେଇ ଦକ୍ଷିଣ ଆଫ୍ରିକାର…
ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ…

