ପୁରୀ: ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସଫଳ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପୁରୀ ଟାଉନ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ ସମ୍ମାନିତ ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କୁ ପୁରୀ ରାଜଭବନରେ ସମ୍ମାନିତ କରାଯାଇଛି। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ନାମକ ସାମାଜିକ ସଂଗଠନ ପକ୍ଷରୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ କୌଣସି କାରଣ ବଶତଃ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ରାଜ୍ୟପାଳଙ୍କ ପିଆରଓ ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଟାଉନ ଥାନାଧିକାରୀଙ୍କୁ ଉକ୍ତ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଉକ୍ତ ସଂଗଠନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ…
Author: Samikhsya Bureau
ନୂଆଦିଲ୍ଲୀ: ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଇଁ ଅଧିକ ସୁଗମ କରିବା ପ୍ରୟାସରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଅଧୀନରେ 100 ମାଇକ୍ରୋସାଇଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। ଏକ ମାଇକ୍ରୋସାଇଟ୍, ଏବିଡିଏମ ପରିପ୍ରେକ୍ଷୀରେ, ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ସ୍କେଲ୍ କ୍ଲିନିକ୍, ନର୍ସିଂହୋମ, ଡାକ୍ତରଖାନା (ବିଶେଷତଃ <10 ଶଯ୍ୟା ବିଶିଷ୍ଟ), ଲ୍ୟାବ, ଫାର୍ମାସି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସୁବିଧା ଯାହାକି ଏବିଡିଏମ୍ – ସକ୍ଷମ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରେ। ଏହି ମାଇକ୍ରୋସାଇଟ୍ ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତିଷ୍ଠିତ ହେବ, ମୁଖ୍ୟତଃ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ରାଜ୍ୟ ମିଶନ୍ ନିର୍ଦ୍ଦେଶକଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବାବେଳେ ଜାତୀୟ ସମ୍ବଳ ପ୍ରାଧିକରଣ ଦ୍ବାରା ଆର୍ଥିକ ସମ୍ବଳ ଏବଂ ସାମଗ୍ରିକ ମାର୍ଗଦର୍ଶନ ପ୍ରଦାନ କରାଯିବ। ମାଇକ୍ରୋସାଇଟ୍ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ର ମଧ୍ୟରେ…
ଭୁବନେଶ୍ଵର: ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର ସୁନ୍ଦର ଶୃଙ୍ଖଳିତ ସଂଘ ଓ ଏକ ପରିବାରର ସଦୃଶ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଦ୍ୱାରା ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହୋଇଥିଲା। ଏହି କନଫରେନ୍ସ ରେ ପ୍ରାୟ ୧ ଶହରୁ ଉର୍ଦ୍ଧ୍ୱ ସିନେ ପ୍ରଯୋଜକ ଉପସ୍ଥିତ ଥିଲେ। ଏହି କନଫରେନ୍ସର ଉଦ୍ଦେଶ୍ୟ ଥିଲା କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ପାଇଁ ସଂଘକୁ ନ ପଚାରି, ଅନୁମତି ନ ନେଇ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ପାଖରେ କିଛି ଭୁଲ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସଂଘ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରେକି ପ୍ରମାଣ ନଥାଇ ସେଇ ଭଳି ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ। ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ଏକ ପବିତ୍ର…
ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥାନ୍ତି। ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ (ଓଆର୍ଏସ୍) ପାନୀୟ ପ୍ରଦାନ କରିବା ଆବଶ୍ୟକ। କୋଭିଡ ସମୟରେ ଯେପରି ଟୀକା ରକ୍ଷା କବଚ ସାଜିଥିଲା ଶିଶୁମାନଙ୍କୁ ଡାଇରିଆ ହେଲେ ଓଆରଏସ୍ ଠିକ୍ ସେହିପରି କାର୍ଯ୍ୟ କରିଥାଏ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଓଆର୍ଏସ୍ ଦିବସ ଓ ସପ୍ତାହ ପାଳନ ଅବସରରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଶିଶୁମାନଙ୍କୁ…
ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ ବ୍ରାଣ୍ଡ୍ ସୃଷ୍ଟି କରିଛି ଏବଂ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକ ପାଇଁ ଅନୁକରଣୀୟ ହୋଇପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସ୍ଡି ସୁଧାଂଶ୍ ପନ୍ତ ପ୍ରକାଶ କରିଛନ୍ତି। ଶ୍ରୀ ପନ୍ତ ଆଜି ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍ସରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହିତ ଏହି ଗସ୍ତ ସମୟରେ ଶ୍ରୀ ପନ୍ତ ରୋଗୀଙ୍କ ସହ ସିଧାସଳଖ ବାର୍ତ୍ତାଳପ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ଲୋଡ଼ିଥିଲେ। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଶ୍ରୀ ପନ୍ତଙ୍କୁ ସ୍ବାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ବ…
ନୂଆଦିଲ୍ଲୀ: କର୍କଟ ଏପରି ଏକ ରୋଗ ଯାହା ମଣିଷକୁ ସବୁଠୁ ଅଧିକ କ୍ଷତି ଘଟାଇଛି। ଯେତେବେଳେ ଗୋଟିଏ ପରିବାରର ଜଣେ ବ୍ୟକ୍ତି କର୍କଟ ରୋଗରେ ପୀଡିତ ହୁଅନ୍ତି, ସେତେବେଳେ କେବଳ କେବଳ ରୋଗୀ ନୁହନ୍ତି, ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ରୋଗ ହେତୁ ଆର୍ଥିକ ଏବଂ ମାନସିକ ସ୍ତରରେ କଷ୍ଟ ପାଆନ୍ତି। ଏହି ପ୍ରସଙ୍ଗ ଏତେ ବଡ ଯେ ବର୍ତ୍ତମାନ ସରକାରଙ୍କୁ ଲୋକସଭାରେ ଏନେଇ କିଛି ପ୍ରଶ୍ନ ପଚରାଯାଇଛି ଏବଂ ଏହାର ଉତ୍ତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ଆସିଛି। ତେବେ ଦେଶରେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା କେତେ? ଏହା ସହିତ, ପ୍ରତିବର୍ଷ କେଉଁ ରାଜ୍ୟରେ ଏହା କେତେ ବୃଦ୍ଧି ପାଇଛି ଏବଂ ହ୍ରାସ ପାଇଛି। ଏଥିସହ ପୀଡିତଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା କେତେ? ଭାରତରେ କର୍କଟ ରୋଗୀଙ୍କ ସରକାରୀ ସଂଖ୍ୟା କେତେ?: ଲୋକସଭାରେ ସରକାରୀ ରୋଗୀଙ୍କ ସଂଖ୍ୟା ଉପରେ ଜବାବ ଦେଇ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି।କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧା ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ସମାବେଶ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କଲେଜ ପଡିଆ ଠାରେ ବିଶାଳ ସମାବେଶ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…
ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା। ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ। ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ…
ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ। ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।…
ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ରାଜ୍ୟସଭାରେ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ସଂକ୍ରାନ୍ତ ବିଲ୍ ପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ବିଲକୁ ଅନୁମୋଦନ ମିଳିଛି। ଏହି ବିଲ ପରେ ଆଲୋଚନା ପୂର୍ବରୁ ଇଣ୍ଡିଆ ଆଲାଏନ୍ସର ସମସ୍ତ ଦଳ ହ୍ୱିପ୍ ଜାରି କରିଛନ୍ତି। ମୌସୁମୀ ଅଧିବେଶନ ପାଇଁ ଦଳର ରାଜ୍ୟସଭା ସାଂସଦ ବିଲ୍ ବିରୋଧରେ ଭୋଟ୍ ଦେଇ ଦଳର ଆଭିମୁଖ୍ୟକୁ ସମର୍ଥନ କରିବା ପାଇଁ ଜେଡିୟୁ ହ୍ୱିପ୍ ଜାରି କରିଛି। ଜେଡିୟୁ ପକ୍ଷରୁ ଜାରି ହୋଇଥିବା ହ୍ୱିପରେ ରାଜ୍ୟସଭାଉପାଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯାଇଛି। ହରିବଂଶ ନାରାୟଣ ସିଂଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ରାଜ୍ୟସଭା ଉପାଧ୍ୟକ୍ଷ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ମଧ୍ୟ ଜେଡିୟୁ ଜାରି କରିଥିବା ହ୍ୱିପରେ ସାମିଲ କରାଯାଇଛି। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଅନେକ ସମୟରେ ହରିବଂଶ ପାର୍ଟି ଲାଇନରୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୮-୭-୨୦୨୩) ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ। ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ। ଦୁଇ ହଜାର ବର୍ଷ ତଳର ମହାନ୍ କବି ତିରୁଭାଲ୍ଲୁଭରଙ୍କ ଉକ୍ତିକୁୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମୁଦ୍ର ମଧ୍ୟ ସଙ୍କୁଚିତ ହୋଇଯିବ ଯଦି ବାଦଲ ସବୁ ପାଣି ଶୋଷି ନିଏ , ଏହା ଆଉ ବର୍ଷା ରୂପରେ ତାକୁ ଫେରାଇ ଦିଏ ନାହିଁ।” ପ୍ରକୃତି ଓ ଏହାର ଗତି ଭାରତର ନିୟମିତ ଶିକ୍ଷାର ଉତ୍ସ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଉ ଏକ ସଂସ୍କୃତ ଶ୍ଳୋକର…
ନୂଆଦିଲ୍ଲୀ: ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ପରାସ୍ତ କରି ରାଜ୍ୟରେ ସରକାର ଗଠନ କରିଛି। ଏହି ନିର୍ବାଚନ ଜିତିବାରେ କଂଗ୍ରେସର ପାଞ୍ଚଟି ପ୍ରତିଶ୍ରୁତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାକୁ ପୂରଣ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଇତିମଧ୍ୟରେ ସରକାରଙ୍କ ବିଧାୟକମାନେ ପାଣ୍ଠି ନ ପାଇ ରାଗିଥିବା ଖବର ସାମ୍ନାକୁ ଆସିଛି। ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ରହୁଥିବା ଖବର ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷୁବ୍ଧ ବିଧାୟକମାନଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ ସେ ବିଜେପି ଉପରେ କର୍ଣ୍ଣାଟକର ରାଜକୋଷ ଲୁଟିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ନିଜ ସରକାର ଉପରେ ରାଗିଛନ୍ତି ବିଧାୟକ ! ରାଜ୍ୟର ୧୧ ଜଣ କଂଗ୍ରେସ ବିଧାୟକ ନିଜ ସରକାର ଉପରେ ରାଗିଥିବା କୁହାଯାଉଛି। ସମସ୍ତ କ୍ରୋଧିତ ବିଧାୟକ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ…
ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଦିଲ୍ଲୀ ସେବା ଆଇନ ଉପରେ ଓଡ଼ିଶାର ବିଜୁ ଜନତା ଦଳ ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେବ ବୋଲି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସେବା ନିୟନ୍ତ୍ରଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ବିଲ୍ ଉପରେ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଦଳ ଭିତରେ ଆଭ୍ୟନ୍ତରୀଣ ଆଲୋଚନାକୁ ମିଡ଼ିଆ ସମ୍ମୁଖରେ ଆଲୋକପାତ କରାଯାଇପାରିବ ନାହିଁ। ଉପଯୁକ୍ତ ସମୟରେ ଦଳ ଏ ନେଇ ନିଷ୍ପତ୍ତି ନେବ। ପ୍ରଥମେ ବିଲ୍ ଆଗତ ହେଉ ପ୍ରଥମେ ଏହି ବିଲ୍ ସଂସଦରେ ଆଗତ କରାଯାଉ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆମ ଦଳର ସଭାପତି ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରର ଅଧ୍ୟାଦେଶ ଆଇନରେ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୩୧ରୁ ଅଗଷ୍ଟ ୧୦ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସମସ୍ତ ସାଂସଦଙ୍କୁ ବିଭିନ୍ନ ଗୋଷ୍ଠୀରେ ଭେଟିବାକୁ ଯୋଜନା କରିଛନ୍ତି। ପ୍ରଥମେ ସନ୍ଧ୍ୟା ସାଢ଼େ ୬ଟାରେ ଏବଂ ଅନ୍ୟଟି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଟି ଭାଗରେ ବୈଠକ ହେବ। ସୋମବାର (ଜୁଲାଇ ୩୧) ଠାରୁ ଏନଡିଏ ବୈଠକ ଆରମ୍ଭ ହେବ, ଯେଉଁଥିରେ ଉତ୍ତରପ୍ରଦେଶର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୬ଟାରେ ଭେଟି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏହି ବୈଠକରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡର ସାଂସଦମାନେ ସାମିଲ ହେବେ। ସଞ୍ଜୀବ ବାଲିୟାନ ଏବଂ ବିଏଲ ବର୍ମାଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ। ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ…
ଭୁବନେଶ୍ୱର: ଆନ୍ତର୍ଜାତିକ ଲୁଣା ଜଙ୍ଗଲ (ହେନ୍ତାଳ) ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ରିଲାଏନ୍ସ ଫାଉଣ୍ଡେସନ୍ ଲୁଣାଜଙ୍ଗଲ / ହେନ୍ତାଳ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବିଶାରଦମାନଙ୍କୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିଥିଲା । ଏହି ଅଧିବେଶନରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ, ଜଗତସିଂହପୁର ଆଦି ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲ୍ଲାଗୁଡିକର ପଞ୍ଚାୟତିରାଜ ସଦସ୍ୟ, ଗ୍ରାମ୍ୟ ବନ ସୁରକ୍ଷା କମିଟି ସଦସ୍ୟ, ଯୁବ ସ୍ୱେଚ୍ଛାସେବୀ, ଛାତ୍ର ଛାତ୍ରୀ, ପରିବେଶ ସଂରକ୍ଷଣ କମୀ ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକର ସଦସ୍ୟ ଆଦି ବିବିଧ ପୃଷ୍ଠଭୂମିରୁ ଆସିଥିବା ୮୦ରୁ ଅଧିକ ଅଂଶଗ୍ରହଣକାରୀ ସଂଯୁକ୍ତ ହୋଇଥିଲେ । ଲୁଣା ଜଙ୍ଗଲ ବା ହେନ୍ତାଳ ବଣର ଗୁରୁତ୍ୱ ଏବଂ ଏହାର ଲାଭ ଉପରେ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେଇ କନିକା ବନାଞ୍ଚଳର ରେଞ୍ଜ୍ ଅଧିକାରୀ ମାନସ ଚନ୍ଦ୍ର ଦାସ, , କହିଥିଲେ ଯେ, ଲୁଣା ଜଙ୍ଗଲ ପରିବ୍ୟବସ୍ଥା ହେଉଛି ଏକ…
ନୂଆଦିଲ୍ଲୀ: ଆପର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଗତ ସୋମବାରଠାରୁ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଲମ୍ବିତ କରିଛନ୍ତି। ଏହି ନିଲମ୍ବନକୁ କଂଗ୍ରେସ ସମେତ ସମସ୍ତ ବିରୋଧୀଦଳଗୁଡ଼ିକ ଏନଡିଏ ସରକାରଙ୍କୁ ସମାଲୋଚନା କରିବା ସହିତ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନଙ୍କ ଶାସନ ସମୟରେ ବିରୋଧୀଦଳଗୁଡ଼ିକର କଣ୍ଠ ରୋଧ କରିବା ବହୁବାର ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ସଂଜୟ ସିଂହଙ୍କର ନିଲମ୍ବନ ପ୍ରଥମ ଘଟଣା ନୁହେଁ। ସେ ଅତୀତରେ ମଧ୍ୟ ଗୃହରେ ଅଶାଳୀନ ବ୍ୟବହାର କରିଥିବାରୁ ତତ୍କାଳୀନ ଅଧ୍ୟକ୍ଷ କେ. ଭେଙ୍କୟା ନାଇଡୁ ତାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ତେବେ ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ନିଲମ୍ବନ ଘଟଣା ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ହୋଇଥିଲା। ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଠକ୍କର କମିଶନ ରିପୋର୍ଟ ଗୃହରେ ଉପସ୍ଥାପିତ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨ଟି ଲ୍ୟାବର ଉଦ୍ଘାଟନ କରିଥିଲେ। ଏହି ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ପ୍ରୟୋଗଶାଳାର ଉଦ୍ଘାଟନ କରିବା ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସାମ୍ପ୍ରତିକ ଜୀବ ବିଜ୍ଞାନରେ ଉପଯୋଗ କରିବା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ଜାଣିବା ପାଇଁ ଏହି ପ୍ରୟୋଗଶାଳା ବ୍ୟବହୃତ ହେବ। ଏହା ଦ୍ୱାରା ସ୍ନାତକୋତର ଓ ପିଏଚ୍ଡି ଶିକ୍ଷାର ମାନ ବୃଦ୍ଧି ପାଇବ ତଥା କୃଷି ଓ ଜୀବ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ। ଏହି ଅବସରରେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର…
ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)’’। ପତ୍ର ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ। ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ – ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ। ସେହିପରି ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପ୍ରତିଯୋଗିତା ପାଇଁ ଉପରୋକ୍ତ ଠିକଣାରେ ପଠାଇପାରିବେ। ସାଦା ଏ-ଫୋର୍ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ।…
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ଵର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହେତୁ ଗରମ ବୃଦ୍ଧି ପାଇଛି। ଚୀନ୍ ଠାରୁ ୟୁରୋପ, ଆମେରିକା ଏବଂ ବିଶ୍ଵର ଅନ୍ୟାନ୍ୟ ସ୍ଥାନ ଗରମ ହେତୁ ଲୋକମାନେ ଅସୁବିଧାରେ ପଡିଛନ୍ତି। ନିକଟରେ ଜର୍ମାନୀର ଲିପଜିଗ୍ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି ଯେ, ଜୁଲାଇ ୨୦୨୩ ର ଜୁଲାଇ ମାସ ଗ୍ରୀଷ୍ମ ରେକର୍ଡ ଭାଙ୍ଗିବ। ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମାସର ହାରାହାରି ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ଅଧିକ ହେବ। ୟୁରୋପୀୟ ସଂଘର ତଥ୍ୟ ଅନୁଯାୟୀ, ଜୁଲାଇ ୨୦୧୯ ଅପେକ୍ଷା ଏହା ଅତି କମରେ ୦.୨ସି ଉଷ୍ମ ହେବ। ଲିପଜିଗର ଜଳବାୟୁ ବୈଜ୍ଞାନିକ କାଷ୍ଟର୍ନ ହାଷ୍ଟିନ କହିଛନ୍ତି ଯେ, ଜୁଲାଇ ୨୦୨୩ ରୁ ୨୦୧୯ ମଧ୍ୟରେ ପାର୍ଥକ୍ୟ ଏତେ ବଡ ଯେ ଆମେ ଗରମ ମାସ ହେବାକୁ ଯାଉଥିବାର ଆମେ ଜାଣିଥିଲୁ। ସମ୍ପ୍ରତି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ…
କୈଳାଶ ଚନ୍ଦ୍ର ଚୌଧୁରୀ ଛତ୍ରପୁର: ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ସରୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଉଦ୍ଦେଶ୍ୟ ମୁଳକ ଭାବେ ତାଙ୍କୁ ଅନୁପସ୍ଥିତିର ଆଳ ଦେଖାଇ ପରୀକ୍ଷାରେ ଫେଲ୍ କରାଯାଉଛି ଓ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଲେ ଗୁରୁତ୍ଵ ନଦେଇ ଓଲଟି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି। ଯ’ଦ୍ଵାରା ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଶେଷରେ ଅଭିଯୋଗ ଦାୟର କରି ପୋଲିସର ଆଶ୍ରୟ ନେଇଛନ୍ତି। ଅଧ୍ୟକ୍ଷ ମହାଶୟ ଯେ କୌଣସି ଛାତ୍ର ଅଭିଯୋଗ କରିବାକୁ ଗଲେ ପ୍ରାୟ ସମସ୍ତଙ୍କୁ ଏହି ଭଳି ଧମକ ଚମକ ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି ବୋଲି ଜନୈକ ପୁର୍ବତନ ଛାତ୍ର ନେତା ମନ୍ତବ୍ୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆଇସିସି ୨୦୨୪ ଟି -୨୦ ବିଶ୍ୱକପ୍ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୫ ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ କେବଳ ପାଞ୍ଚଟି ସ୍ଥାନ ବାକି ଅଛି। ପ୍ରକାଶ ଯେ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଶ୍ରେଷ୍ଠ ୮ ଟିମ ଏବଂ ଆଇସିସି ଟି -୨୦ ଶ୍ରେଷ୍ଠ ୧୦ ଟିମର ଅବଶିଷ୍ଟ ଦୁଇଟି ଦଳ ସିଧାସଳଖ ପ୍ରବେଶ କରିଛନ୍ତି। ଏହା ବ୍ୟତୀତ ତିନିଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳି ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ପାଞ୍ଚଟି ସ୍ପଟ୍…

