Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଢିଲା ଫସଲ ବୀମା ପଞ୍ଜୀକରଣ ସମୟ ସୀମା, ରାଜ୍ୟ ସରକାର ନେଲେ ନିଷ୍ପତି
ଆଜିର ଖବର

ବଢିଲା ଫସଲ ବୀମା ପଞ୍ଜୀକରଣ ସମୟ ସୀମା, ରାଜ୍ୟ ସରକାର ନେଲେ ନିଷ୍ପତି

August 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଢିଲା ଫସଲ ବୀମା ପଞ୍ଜୀକରଣ ସମୟ ସୀମା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ଓସ୍ୱାନ ପ୍ଲାଟଫର୍ମ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆଭାସୀ ସମୀକ୍ଷା ବୈଠକରେ ସମବାୟ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ।

ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ଅଳ୍ପ ଦିନ ମଧ୍ୟରେ ୧୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପଞ୍ଜୀକୃତ କରିବାରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ନାମଲେଖାର କଟ୍ ଅଫ୍ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ସେ ସୂଚନା ଦେଇଥିଲେ। ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ବ୍ୟାଙ୍କିଙ୍ଗ୍ ନେଟୱାର୍କ ଦ୍ୱାରା ନଗଣ୍ୟ ସଂଖ୍ୟକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମବାୟ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ଦିଆଯାଇଛି ଏବଂ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ମଧ୍ୟ ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ବର୍ଦ୍ଧିତ କଟ୍ ଅଫ୍ ତାରିଖ ମଧ୍ୟରେ ୪ ଲକ୍ଷ ଅଣଋଣଧାରୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ କମନ୍ ସର୍ଭିସ୍ ସେଣ୍ଟର (ଜନସେବା କେନ୍ଦ୍ର)ଗୁଡ଼ିକୁ ଲକ୍ଷ୍ୟ ଦିଆଯାଇଛି।

ବୈଠକ ପରେ ଡଃ ପାଢ଼ୀ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ଭାଗ ପ୍ରିମିୟମ୍ ବହନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ କଟ୍ ଅଫ୍ ତାରିଖ ମଧ୍ୟରେ ସହଜରେ ହାସଲ ହୋଇପାରିବ,ଯାହାଦ୍ୱାରା ରାଜ୍ୟର କୃଷକମାନଙ୍କ ହିତକର ନିଷ୍ପତ୍ତି ଦୃଷ୍ଟିରୁଅତି କମରେ ଏତେ ସଂଖ୍ୟକ କୃଷକ ଉପକୃତ ହୋଇପାରିବେ।

କୃଷି ଓ କୃଷକ ସଶକ୍ତିକରଣ ପ୍ରଦୀପ କୁମାର ଜେନା ଫସଲ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026

୧୫ ବର୍ଷ ପରେ ଟେବୁଲ ଟପର ହେଲା RCB: ଜାଣନ୍ତୁ ଇତିହାସରେ କେତେଥର ହେଲା ନମ୍ବର ୧

May 23, 2026
Latest News

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.