Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଆଜିର ଖବର

ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

August 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷକମାନଙ୍କର ନିଷ୍ଠା, ଆନ୍ତରିକତା ଓ ଦାୟିତ୍ୱବୋଧ ରାଜ୍ୟର ଆର୍ଥିକ ପରିଚାଳନାକୁ ଅଧିକ ସକି୍ରୟ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇଛି ବୋଲି ବାର୍ଷିକ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଥିଲେ ଯେ ରାଜ୍ୟ ବା ଦେଶର ଆର୍ଥିକ ଉନ୍ନତି ଓ ଅଭିବୃଦ୍ଧିରେ ବିତ୍ତୀୟ ଶୃଂଖଳା ଜରୁରୀ ହୋଇଥିବାବେଳେ ସମୀକ୍ଷକମାନେ ଏ ଦିଗରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟବରାଦ କରୁଥିବାରୁ ହିତାଧିକାରୀମାନେ ଏହାର ସୁଫଳ ପାଇବା ଅତ୍ୟନ୍ତ ଆବଶ୍ୟକ। ସମୀକ୍ଷକମାନଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଥିବା କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକ ଶୃଙ୍ଖଳିତ ହୋଇଥାଆନ୍ତି। ରାଜ୍ୟ ସରକାରଙ୍କର ଦୁଇ ଯୁଗାନ୍ତକାରୀ ମନ୍ତ୍ର ୫-‘ଟି’ ଓ ‘ମୋ-ସରକାର’କୁ ସରକାରୀ କାର୍ଯ୍ୟରେ ଉପଯୋଗ କରି ସମୀକ୍ଷକମାନେ କାର୍ଯ୍ୟରେ ଅଧିକ କ୍ରିୟାଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ସମ୍ପ୍ରତି ଓଡ଼ିଶା ଏକ ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବରେ ସମଗ୍ର ଦେଶରେ ପରିଚିତ। ଆର୍ଥିକ ଶୃଙ୍ଖଳା ରକ୍ଷା କରିବାରେ ସମୀକ୍ଷକମାନଙ୍କ ଗୁରୁଦାୟିତ୍ୱ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥର ଉପଯୁକ୍ତ ବିନିଯୋଗ ଦିଗରେ ସମୀକ୍ଷକମାନଙ୍କର ସଠିକ୍‌ କାର୍ଯ୍ୟ ଓ ଦାୟିତ୍ୱର ଆବଶ୍ୟକତା ରହିଛି ଏବଂ ସେ ଦିଗରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟବକ୍ତା ଭାବେ ମହାଲେଖାକାର ରାଜକୁମାର ସମୀକ୍ଷକମାନଙ୍କର ଭୂମିକା ଓ ଅର୍ଥନୈତିକ ପ୍ରଗତିରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି କହିଥିଲେ।

ସମ୍ମାନୀୟ ଅତିଥି ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ସଚିବ ଅଶୋକ କୁମାର ଯୋଶୀ ସମୀକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ଓ ଉଦ୍ୟମ ଯୋଗୁଁ ରାଜ୍ୟର ଉନ୍ନତି ତ୍ୱରାନ୍ୱିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ସାରଦା ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଜୀବନ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଂଘର ଉପସଭାପତି ମନୋରଞ୍ଜନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ସଂଘର ମୁଖପତ୍ର ‘ସମୀକ୍ଷାୟନ’ ଉନ୍ମୋଚନ ହେବା ସହିତ ସଦସ୍ୟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ପ୍ରଣତି ବସନ୍ତରାୟ, ବନଜା ସାହୁ, ରାଜଲକ୍ଷ୍ମୀ ମହାପାତ୍ର, ଆଶିଷ ଦଳାଇ, ପ୍ରକାଶ ସାହାଣୀ, ଉମାକାନ୍ତ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଓ ଅନ୍ୟ ସଦସ୍ୟମାନେ ନୃତ୍ୟ ପରିବେଷଣ କରିଥିଲେ।

ଜୟଦେବ ଭବନ ବାର୍ଷିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.