ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବ। ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉପସ୍ଥାପନ କରିବେ। ଆରମ୍ଭରୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଏଏପି) ଏହି ଅଧ୍ୟାଦେଶକୁ ବିରୋଧ କରିଆସୁଛି। ଏହା ସହିତ ଏହି ବିଲକୁ ଦଳ ବିରୋଧ କରିବା ପାଇଁ ସମସ୍ତ ବିରୋଧୀ ଦଳଙ୍କଠାରୁ ସମର୍ଥନ ଲୋଡ଼ିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ AAP ର ଜାତୀୟ ସଂଯୋଜକ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏହି ନିୟମ ଆଣିବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଦିଲ୍ଲୀରେ ସ୍ଥାନାନ୍ତର ଏବଂ ନିଯୁକ୍ତି ସହ ଜଡିତ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିଲେ। ଏହି ନିୟମ ଘୋଷଣା ହେବା ପରେ AAP ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ଏହା ପରେ କୋର୍ଟ ଏହି ମାମଲାକୁ ୫…
Author: Samikhsya Bureau
ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ। ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ…
ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମଇଳା ପାଣି ମାଡିବାକୁ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜୟନ୍ତୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ତୋଫାନ ପ୍ରଧାନ ଲୁହା ପାଇପ୍ ରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଉଭୟ ପଡୋଶୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ୨୭୧/୨୩ ଓ ୨୭୨/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିବା ସହ ଆକ୍ରମଣକାରୀ ତୋଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ତଦନ୍ତ ଚଳାଇଛନ୍ତି।
ଭୁବନେଶ୍ବର: ଆଜି ପ୍ରବଳ ବର୍ଷାରେ ଭୁବନେଶ୍ବରର ଅବସ୍ଥା ସାଙ୍ଘାତିକ ହୋଇପଡିଛି। ରାଜଧାନୀର ବିଭିନ୍ନ ସ୍ଥାନରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ନଦୀ ପରି ପ୍ରବାହିତ ହୋଇଛି। ଆଜି ସକାଳୁ ଲଗାତର ରାତି ପର୍ଯ୍ୟନ୍ତ ଏହି ବର୍ଷା ହେବା ଦ୍ବାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରବଳ ବର୍ଷାରେ ଭୁବନେଶ୍ବରର ଏମସ୍ ପାଚେରୀ ଭୁଷୁଡି ପଡିଛି। ଏହାଦ୍ବାରା ସେଠାରେ ଥିବା ତିନିଜଣ ଆହତ ହୋଇଛନ୍ତି। ଏହି ଖବର ପାଇବା ପରେ ଅଗ୍ନଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିଥିବାର ଜଣାପଡିଛି।
ଭୁବନେଶ୍ବର: ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଲଗାତର ଦିନତମାମ ଏହି ବର୍ଷା ଲାଗି ରହିବା ଯୋଗୁଁ ରାଜଧାନୀରେ ପ୍ରାୟ ଅନେକ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣିଷ ଫଳରେ କିଛିସମୟ ଧରି ରାଜଧାନୀରେ ଗାଡିମୋଟର ଠପ ହୋଇଯାଇଥିଲା। ରାଜଧାନୀରେ ଏପରି ଅବସ୍ଥା ହୋଇଥିଲା ଯେ, ପୁରା ଜଳଘେରିରେ ଲୋକେ ରହିଥିବାର ଅନୁଭବ ହୋଇଥିଲା। ବିଶେଷ କରି ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଭୀମଟାଙ୍ଗୀ, ରସୁଲଗଡ ପରି ବହୁ ସ୍ଥାନରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଲାଗିରହିଥିଲା। ଏପରିକି ସେହି ପାଣିରେ ଗାଡି ନେଇ ଯିବାକୁ ଯାତ୍ରୀମାନେ ଭୟ କରିଥିଲେ। ସେହିପରି କେତେକ ସ୍ଥାନରେ ଡ୍ରେନ ପାଣି ଉଛୁଳି ରାସ୍ତା ଏପରିକି ଘରେ ଭିତରେ ପଶିଯାଇଥିବା ଜଣାପଡିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଉପରେ ଗାଡି ରାଖିଥିବା ବେଳେ ତାହା ପାଣିରେ ଅଧା ବୁଡିଯାଇଥିବାର…
ନୂଆଦିଲ୍ଲୀ: ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ଆଜି ସଂସଦରେ ପାରିତ ହୋଇଛି। ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା। ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ବର୍ଷ ପରେ ସଂସଦରେ ସିନେମାଟୋଗ୍ରାମ ସଂଶୋଧନ ବିଲ୍ ଭାବେ ପାରିତ ହୋଇଛି ଏବଂ ଶେଷଥର ପାଇଁ ୧୯୮୪ ରେ ସିନେମାଟୋଗ୍ରାଫ ଆଇନ୍ରେ ସଂଶୋଧନ କରାଯାଇଥିଲା। ଏହି ଐତିହାସିକ ବିଲ୍ର ଲକ୍ଷ୍ୟ ହେଉଛି ପାଇରାସି ବିପଦ ଦ୍ୱାରା ଚଳଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ରୋକିବା। ର୍ନିଦ୍ଦିଷ୍ଟ ଆକଳନକୁ ଆଧାର କରି ଏହି ବ୍ୟବସ୍ଥାରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ଲକ୍ଷ ଟଙ୍କା ଜୋରିମାନା ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚିତ୍ର ପ୍ରସ୍ତୁତି…
ଭୁବନେଶ୍ୱର: ଆଜି ରାଜଭବନର ନୂତନ ଅଭିଷେକ କକ୍ଷରେ କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ସଂଚାର କରାଏ ସଂସ୍କୃତି। ସଂସ୍କୃତି ମଣିଷକୁ ରୂପାନ୍ତରିତ କରେ। ସଂଶୟରୁ ଶାଶ୍ୱତକୁ ବାଟ କଢ଼ାଏ। ଆତ୍ମବିସର୍ଜନର ପଥ ଉନ୍ମୁକ୍ତ କରେ। ଯେଉଁ ସଂସ୍କୃତିରେ ଶାଶ୍ୱତ ରସ ନାହିଁ, ତାହା ନିରସ ଓ ଅପଭ୍ରଂଶର ଆଧାର। ଅଧ୍ୟାତ୍ମ ଓ ସଂସ୍କୃତିର ମହାମିଳନ ମଣିଷ ପାଇଁ ଈଶ୍ୱରୀୟ ବରଦାନ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ସଭାପତି ଅମ୍ବିକା ପ୍ରସାଦ ଦାସ ଅନୁଷ୍ଠାନର ଇତିହାସ ଓ ଏତିହ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜ୍ୟୋତିର୍ବିଦ୍ ପ୍ରଦୀପ କୁମାର ଚୌଧୁରୀ, ଶିକ୍ଷାବିତ୍ ସତ୍ୟପ୍ରକାଶ ପଣ୍ଡା, ଶିକ୍ଷାବିତ୍ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।…
ନୂଆଦିଲ୍ଲୀ: ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। କେବଳ ଏତିକି ନୁହେଁ, ଜସପ୍ରୀତ ବୁମ୍ରାଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଆୟର୍ଲାଣ୍ଡ ଗସ୍ତରେ କେବଳ ଯୁବ ଖେଳାଳି ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଆୟର୍ଲାଣ୍ଡ ଗସ୍ତ ପାଇଁ ରିତୁରାଜ ଗାଇକ୍ଵାଡଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଶେଷରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ ପାଇଁ ଜିତେଶ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ବୁମରାଙ୍କ ବ୍ୟତୀତ ଆଘାତରୁ ସୁସ୍ଥ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ଫେରିଛନ୍ତି। ଦୀର୍ଘ ସମୟ ପରେ ଶିବମ୍ ଦୁବେଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି। ବଡ ଖେଳାଳିମାନଙ୍କୁ ବିଶ୍ରାମ: ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ୧୯୯୮ରେ ଗଂଜାମ ଜିଲ୍ଲା ଛତ୍ରପୁରରେ ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି। ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବାଲୁଗାଁ ଏନଏସି ଠାରେ ନଗରପାଳିକା ସୁକାନ୍ତି ପାଇକରାୟ ଓ ସମସ୍ତ କାଉନସିଲର ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଏନଏସିର ବିଭିନ୍ନ ଅଞ୍ଚଳରେ ବର୍ଷା ଦିନରେ ପାଣି ଜମି ରହିବା ଫଳରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ତେଣୁ ବାଲୁଗାଁ ଏନଏସି ରୁ ସଂକ୍ରମଣ ଜନିତ ରୋଗକୁ ଦୂରୀଭୂତ କରିବା ପାଈଁ ସମସ୍ତ ୱାର୍ଡରେ ମଶା ମରା ଯନ୍ତ୍ରର ତୁରନ୍ତ ବ୍ୟବହାର ପାଇଁ ଉପ ଜିଲ୍ଲାପାଳ ଏନଏସି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ ଭାବେ ୬୯ ଟି, ସାମୁହିକ ଭାବେ ୩ଟି ଦରଖାସ୍ତ ଆସିଥିବା ବେଳେ ସମୁଦାୟ ୭୬ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ତତ୍କାଳୀନ ତିନୋଟି ଆବେଦନର ସମାଧାନ ହୋଇଥିଲା। ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ…
ଭୁବନେଶ୍ଵର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି। ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି। ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି। ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି। ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ। ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି। ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି। ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନେକ ଶକ୍ତିଶାଳୀ ନେତା ଅଛନ୍ତି, କିନ୍ତୁ ଯେତେବେଳେ ସରକାରଙ୍କ ସଫଳତା କଥା ଆସେ, ସେତେବେଳେ ନୀତିନ ଗଡ଼କରୀଙ୍କ ନାମ ପ୍ରଥମେ ଆସିଥାଏ। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସମୟରେ ଜନସାଧାରଣଙ୍କୁ ଗର୍ବର ସହ କହିଛନ୍ତି ଯେ ତାଙ୍କ ଶାସନ କାଳରେ ପ୍ରତିଦିନ ୩୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ଏହି ନିର୍ମାଣ କେବଳ ଦେଶରେ ସଡ଼କ ଅବସ୍ଥାରେ ଉନ୍ନତି ଆଣିନାହିଁ ବରଂ ଅର୍ଥନୀତିକୁ ଦ୍ରୁତ ଗତି ଦେବାରେ ମଧ୍ୟ ସହାୟକ ହୋଇଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ଭାରତକୁ ଯଦି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଛି, ତେବେ ବିକାଶର ଏହି ଗତିକୁ ବଜାୟ ରଖିବାକୁ ପଡ଼ିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କେନ୍ଦ୍ର ସରକାରଙ୍କୁ ଏହି ଶକ୍ତି ଦେଇଥିବା ନୀତିନ ଗଡ଼କରୀ ଏବେ ଚୁପ୍ ବସିଥିବା ଜଣାପଡିଛି। ତାଙ୍କ ନୀରବତାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କୁହାଯାଉଛି ଯେ ରାଜନୈତିକ ଅବହେଳାରେ…
ଭୁବନେଶ୍ବର: ଆଜି ସକାଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ 5 ଜଣ ଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କଲିକତା: ମଣିପୁର ହିଂସା ମାମଲା ଗତ ତିନି ମାସ ଧରି ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ କ୍ରମାଗତ ଭାବରେ କେନ୍ଦ୍ର ଏବଂ ମୋଦୀ ସରକାରଙ୍କ ଉତ୍ତର ଦାବି କରୁଛନ୍ତି। ମଣିପୁର ପ୍ରସଙ୍ଗରେ ଗୃହରେ ଭାଷଣ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କରାଯାଉଛି। ସେପଟେ ବଙ୍ଗଳା ବିଧାନସଭାରେ ମଣିପୁର ଉପରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପରେ ବିଜେପି ବିଧାୟକମାନଙ୍କୁ ମଧ୍ୟ ଗୃହରେ ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା। ବିଜେପିର ହିରନମୟ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ, ଟୁକଡେ-ଟୁକଡ଼େ ଗ୍ୟାଙ୍ଗ ଏବଂ ‘ଇଣ୍ଡିଆ’ ସମାନ। ମଣିପୁର ଉପରେ ଆଲୋଚନା ହେଉଛି, କିନ୍ତୁ ରାଜସ୍ଥାନ କାହିଁକି ଆଲୋଚନା କରାଯାଉନାହିଁ। ମମତା ବାନାର୍ଜୀ ମଣିପୁର, ୟୁପି, ମହାରାଷ୍ଟ୍ର, ଆସାମ ଦେଖିପାରିବେ କିନ୍ତୁ ବଙ୍ଗଳାରେ ହିଂସା ଦେଖିପାରୁନାହାଁନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମଣିପୁର ଅନ୍ୟ ଏକ ରାଜ୍ୟ। ସେଠାର କୌଣସି ସମସ୍ୟା, ସଂସଦରେ ବିତର୍କ କରାଯାଇପାରେ, କିନ୍ତୁ ଅନ୍ୟ କୌଣସି ରାଜ୍ୟ ଏହା…
ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆଉ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ନାହିଁ। ଏହି ମହାମୁକାବିଲା ମ୍ୟାଚର ତାରିଖ ପରିବର୍ତ୍ତନ ହେବ। ରିପୋର୍ଟ ଅନୁଯାୟୀ, ଆଜି ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ରିପୋର୍ଟରେ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ ତାରିଖରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ କିମ୍ବା ଆଇସିସି ଭାରତ-ପାକିସ୍ତାନ ମ୍ୟାଚ୍ ର ନୂଆ ତାରିଖ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ନବରାତ୍ରୀ ପଡୁଛି। ଏହି କାରଣରୁ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ର ତାରିଖ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ମ୍ୟାଚ୍ ଅକ୍ଟୋବର ୧୫ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୪ ତାରିଖରେ ଖେଳାଯିବ।
କୁଜଙ୍ଗ: କୁଜଙ୍ଗ ବ୍ଲକ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଭବ୍ୟ ଜଗନ୍ନାଥ ମନ୍ଦିରର ପରିସରରେ ବ୍ୟାପକ ଫଳ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ୟ୍ୟକ୍ରମକୁ ତିର୍ତ୍ତୋଲ ଅରିଲୋରୁ ସାଧୁ ନରହରି ଦାସ ଓ କୁଜଙ୍ଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପରିଡାଙ୍କ କର କମଳରେ ଶୁଭାରମ୍ଭ କରାଯାଇଛି। ଏହି ବୃକ୍ଷ ରୋପଣରେ ଉନ୍ନତ କିଷମ ଆମ୍ବ ସହ ପଣସ, ସପେଟା, ବିଭିନ୍ନ କୋଳି ଗଛ, ଔଷଧିୟ ବୃକ୍ଷ ଓ ବଉଳ ଗଛ ରୋପଣ କରାଯାଇଥିଲା। ମିଶନ ପକ୍ଷରୁ ସମାଜସେବୀ ସୁଦର୍ଶନ ଦାସ ଅତିଥି ତଥା ସହଯୋଗ କରିଥିବା ଅଞ୍ଚଳର ଯୁବକ ଓ ମୁରବୀ ମାନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବର୍ଷା ପରେ ଏହି ପରିସରେ ହେବାକୁ ଥିବା ଭବ୍ୟ ମନ୍ଦିର ନିର୍ମାଣ ସହ ସାଧୁ ସନ୍ଥଙ୍କ ନିବାସ ସ୍ଥଳି ଓ ବୃଦ୍ଧା ଶ୍ରମକୁ ଅଖି ଆଗରେ ରଖି ବ୍ୟାପକ…
କୁଜଙ୍ଗ: କୁଜଙ୍ଗ ପୁଲିସ ଦୁଇ ପୃଥକ ମାମଲରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ତାଳଦଣ୍ଡାରୁ ଚୋରା ଗଞ୍ଜେଇ ବେପାର ଓ ଅନ୍ୟାନ ମାମଲାରେ ପ୍ରମୋଦ ଦାସ ଗିରଫ ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଚୋରୀ ଘଟଣାର ଚଟୁଆ ଅଞ୍ଚଳର ବିକାଶ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି। ପ୍ରମୋଦଙ୍କ ନାମରେ କୁଜଙ୍ଗ ପୁଲିସ ନିକଟରେ ଅଭିଯୁକ୍ତଙ୍କ ନାମରେ ୩୨୪/୨୩ରେ ଏକ ମାମଲା ରହିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଦାଲତ ଚାଲଣ କରିଛି। କୌଣସି ସୂତ୍ରରୁ ପୁଲିସ ସୂଚନା ପାଇଁ ତାଳଦଣ୍ଡାରେ ପହଞ୍ଚି ଅଭିଯୁକ୍ତ ଚୋରା ଗଞ୍ଜାଇ ବିକୁଥିବା ସନ୍ଦେହ କରି ସାଦା ପୋଷାକରେ ଅଭିଯୁକ୍ତକୁ ଧରିବା ବେଳେ ଅନ୍ୟ ଏକ ଘଟଣା କ୍ରମେ କୁଜଙ୍ଗ ଥାନାର ଅନ୍ୟ ଏକ ମାମଲରେ ଏକ ଦୁର୍ଦାନ୍ତ ଅପରାଧି ଲୁହା ଖୁଣ୍ଟ ସହ ଚୋରି କରୁଥିବା ବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ଘଟଣା ସ୍ଥଳରେ ନିଜ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀରେ ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ଶବ ଚିଲିକାରୁ ଉଦ୍ଧାର କରି ବର୍ତ୍ତମାନ ଗ୍ରାମରେ ରଖିଛନ୍ତି। ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି ତେଣୁ ସେ ବିଦେଶରେ ସ୍ଥାନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶ ଯିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଜନା କରୁଛନ୍ତି, ତେଣୁ ସେ ବାରମ୍ବାର ବିଦେଶ ଯାତ୍ରା କରୁଛନ୍ତି। ଆଜି ଲାଲୁ ପ୍ରସାଦ ବିହାର ସରକାରରେ ତାଙ୍କ ବଡ଼ପୁଅ ତଥା ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଆଗାମୀ ଲୋକସଭା ନିର୍ବାଚନ ଏବଂ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ।

