ଭୁବନେଶ୍ବର: ନିକଟରେ ଇଣ୍ଡିଆ ଟିଭି ସିଏନଏସ୍କ ସର୍ଭେକୁ ନେଇ ଓଡିଶା ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ଉଭୟ ବିଜେଡି ବିଜେପି ସହିତ କଂଗ୍ରେସ ଏହି ସର୍ଭେକୁ ନେଇ କେହି ଖୁସି ନାହାଁନ୍ତି। ହେଲେ ଏହି ତିନିଦଳ ଭିତରେ ଭିତରେ ଏହା ଉପରେ ବେଶ ଆଲୋଚନା ଜାରୀ ରଖିଛନ୍ତି। ଓଡିଶାରେ ଦଳର ଏପରି କାହିଁକି ପରିସ୍ଥିତ ହେବ ବୋଲି ନିଜ ମଧ୍ୟରେ ପ୍ରଶ୍ନ ପଚରା ଆରମ୍ଭ କରିଦେଇଛି। ଏହି ସର୍ଭେରୁ ପ୍ରକାଶ ପାଇଛି ଯେ, ଓଡିଶାରେ ୨୧ ଟି ଲୋକସଭା ଆସନରୁ ବିଜେପିକୁ ସେହି ୮ ଟି ସିଟ ମିଳୁଥିବା ବେଳେ ବିଜେଡିକୁ ୧୩ ଟି ଆସନ ମିଳିବ। ହେଲେ କଂଗ୍ରେସ କିମ୍ବା ଅନ୍ୟ କାହାକୁ ଗୋଟିଏ ମଧ୍ୟ ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ବର୍ତ୍ତମାନ ଓଡିଶାରେ ଲୋକସଭାରେ ବିଜେଡିର ୧୨ ଜଣ ଥିବା ବେଳେ ବିଜେପିର ୮ ଜଣ ଏବଂ କଂଗ୍ରେସର ଜଣେ ସଦସ୍ୟ ଅଛନ୍ତି। ସେହି…
Author: Samikhsya Bureau
ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଅଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶନିବାର ଦିନ ଭୁବନେଶ୍ବରର କିମସ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁରେ ରହି ଚିକିତ୍ସିତ ହେଉଥିବାର ତାଙ୍କ ନିକଟତମ ସୁତ୍ରରୁ ଜଣାପଡିଛି। ଖବର ଅନୁସାରେ ଦାମୋଦର ଶନିବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ତାଙ୍କ ଛାତିରେ ପାଣି ଜମିଥିବାର ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।
ନୂଆଦିଲ୍ଲୀ: ଭାରତୀୟ ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଦୀର୍ଘ ଦିନ ଧରି କ୍ରିକେଟ୍ ଠାରୁ ଦୂରରେ ରହିଥିବା ବୁମ୍ରା ବର୍ତ୍ତମାନ ଫେରିବା ଲାଗି ଅତି ନିକଟତର ହୋଇଛନ୍ତି। ପୂର୍ଣ୍ଣ ଫିଟନେସ୍ ପାଇବା ପରେ ବୁମରା ଏକ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିଥିଲେ। ସେ କିଛି ସମୟ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ ନେଟରେ ବୋଲିଂ କରୁଥିଲେ। କିନ୍ତୁ ବର୍ତ୍ତମାନ ଅଭ୍ୟାସ ମ୍ୟାଚରେ ବୁମରା ୧୦ ଓଭର ବୋଲିଂ କରିଥିଲେ। ବୁମ୍ରା ତାଙ୍କ ଫିଟନେସ୍ ମାଧ୍ୟମରେ ସୂଚାଇ ଦେଉଛନ୍ତି ଯେ, ସେ ଆୟର୍ଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ବୁମରା ଆୟର୍ଲାଣ୍ଡ ଗସ୍ତରେ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ଅଫିସିଆଲ୍ ଅପଡେଟ୍ ନାହିଁ। ଏଥି ସହିତ, ଆୟର୍ଲାଣ୍ଡ ଗସ୍ତ ପରେ ଖେଳାଯିବାକୁ ଥିବା ଏସିଆ କପ୍ ଏବଂ ବିଶ୍ୱକପ୍ ଦୃଷ୍ଟିରୁ ବୁମ୍ରା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରନ୍ତି।
ନୂଆଦିଲ୍ଲୀ: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରବିବାର ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଦୁଇ ଦିବସୀୟ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଏକ ମନ୍ଦିର। ଆମେ ସମସ୍ତେ ଶିକ୍ଷା ପରିବାରର ଏକ ଅଂଶ, ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ଆମର ଦାୟିତ୍ୱବୋଧକୁ ସମ୍ପାଦନ କରିବା ଆମର ଦାୟିତ୍ୱ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଦେଶକୁ ଆଗକୁ ନେବା ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ ଶିକ୍ଷକଙ୍କ…
ମୁମ୍ବାଇ: ମହାରାଷ୍ଟ୍ରର ପାଲଘରର ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ଚାଲଣା ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କୁ ଗୁଳି କରାଯାଇଛି। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣଙ୍କ ମଧ୍ୟରେ ଜଣେ ଏଏସଆଇ ଏବଂ ଦୁଇ ଜଣ ଯାତ୍ରୀ ଅଛନ୍ତି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳି ଚାଲଣା ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ଚଳନ୍ତା ଟ୍ରେନରୁ ଦୁଇ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଜଣାପଡିଛି। ଆହତ ଶ୍ରମିକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଅଭିରାମ ଦୋରା (୫୫) ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ହରି ବେହେରା (୩୩)। ଆରପିଏଫ ସୂଚନା ମୁତାବକ ଗତକାଲି ରାତିରେ ପୁରୀ-ଚେନ୍ନାଇ ସାପ୍ତାହିକ ସୁପରଫାଷ୍ଟ ଟ୍ରେନଟି ବାଲୁଗାଁରୁ ଛାଡିବାର ଏକ କିଲୋମିଟର ପରେ ଉକ୍ତ ଦୁଇ ଶ୍ରମିକ କୌଣସି କାରଣବଶତଃ ଟ୍ରେନରୁ ଖସି ପଡିଥିଲେ। ଖବର ପାଇ ବାଲୁଗାଁ ଏସପିଏଫ ଟିମ ଦୀର୍ଘ ସମୟ ଛାନବିନ କରିବା ପରେ ଉଭୟଙ୍କୁ ଠାବ କରିଥିଲେ। ତେବେ ଅଭିରାମଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବା ବେଳେ ହରି ସାମାନ୍ୟ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆରପିଏଫ ଏକ ମାମଲା ରୁଜୁ କରି…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଦଶୀପୁର ଗ୍ରାମର ଉମାଚରଣ ସ୍ବାଇଁ ନାମକ ଜଣେ ଯବାନ (୩୦ ବର୍ଷ) ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଭାରତୀୟ ସେନା ବାହିନୀରେ ଚାକିରି କରୁଥିବା ଯବାନ ଉମାଚରଣ ଗତ ସପ୍ତାହରେ ଗାଁ କୁ ଆସିଥିଲେ। ରବିବାର ଦିନ ସେ ବେକରେ ଲୁଗା ବାନ୍ଧି ସିଲିଂ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ବର: ଚିଲିକାର ବିଜେଡି ରାଜନୀତି ବର୍ତ୍ତମାନ ବଡ ବିଷମ ସମସ୍ୟା ଦେଇ ଗତି କରୁଛି। କାରଣ ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିବାଦୀୟ ପରିସ୍ଥିତିରେ ନିର୍ବାଚନ ମଣ୍ଡଳି ଗସ୍ତ କରିପାରୁ ନାହାଁନ୍ତି। ପୂର୍ବରୁ କୋର୍ଟ କଟକଣା ଥିଲା, ତାହା ହଟିଯିବା ପରେ ଏବେ ଦଳୀୟ କଟକଣା। ସେ ବିଜେଡିରେ ନ ଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ବିଜେଡି କଥା ମାନି କାମ କରୁଛନ୍ତି। ଫଳରେ ଏବେ ସେ ଦଳିୟ ନିର୍ଦ୍ଦେଶ ମାନି ଖୋଲମଖୁଲା ଚିିଲିକା ଯାଇପାରୁ ନାହାଁନ୍ତି। ତାଙ୍କର ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାର ବିଜେଡି ମଙ୍ଗ କିଏ ଧରିବ କିଏ ଟିକେଟ ପାଇବ, ତାହାକୁ ନେଇ ସସପେନସ୍ ଜାରୀ ରହିଛି। ଏପରି କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅନେକଙ୍କ ନାମ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ହେଲେ ସେମାନେ ବିଜେଡି ପାଇଁ କେତେ ଲାଭ ଦାୟକ ହେବେ ସେ ନେଇ ଚାଲିଛି ହିସାବ ନିକାଶ। ତେବେ ଯେଉଁମାନଙ୍କ…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ ଆପଣଙ୍କୁ ଭଲ…
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୭ ଦିନିଆ ଓଡିଶା ଗସ୍ତରେ ଆସି ଜୁଲାଇ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ। ଡ. ଭାଗବତ ୭ ଦିନ ଓଡିଶା ଗସ୍ତ ସମୟରେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ। ଏହାପରେ ଡ.ଭାଗବତ ସାତ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୬ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ ‘ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ. ଟ୍ରେନିଂ ଅଫିସର ମାନଙ୍କୁ ଉଦବୋଧନ ଦେଇ ଶ୍ରମର ମହତ୍ଵ ଉପରେ ଗୁରୁତ୍ବାରୋପ କରିଥିଲେ। ନବନିଯୁକ୍ତ ଅଧିକାରୀ ମାନେ ବିଦ୍ୟାଳୟର ଶିକ୍ଷକ ମାନେ କିଭଳି ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବେ ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ନୂତନ ଟ୍ରେନିଂ ଅଫିସର ମାନଙ୍କୁ ସ୍ବାଗତ ଭାଷଣ ଦେଇ ଶ୍ରମଦାନ ଏକ ମହତ୍ଵ କାର୍ୟ୍ୟ ବୋଲି ଟ୍ରେନିଂ ଅଫିସର ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏଠାରେ ପ୍ରକାଶ ଥାଉ କି…
ପୁରୀ: ପୁରୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ଘଟଣାରେ ଆଜି ୫ ଦୁର୍ଦାନ୍ତ ଅପରାଧି ଗିରଫ ହୋଇଛନ୍ତି। ଏ ନେଇ ବାସେଳୀ ସାହି ଥାନା ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ନିଲୁ ବରାଳ(୨୪), ନାରାୟଣ ମଲ୍ଲିକ(୨୨ ),ବୁଲୁ ମଲ୍ଲିକ(୨୪)ଜିତେନ୍ଦ୍ର ସାହୁ(୩୦) ଏବଂ ଟାଉନ ଥାନା ଅଞ୍ଚଳର ରମିନ ସିଂ(୨୩ )। ଉପରୋକ୍ତ ଅପରାଧୀଙ୍କ ନିକଟରୁ ଚାରି ଗୋଟି ଅଫୁଟା ବୋମା,ଗୋଟାଏ ବାଇକ, ଗୋଟାଏ ସ୍କୁଟି ଏବଂ ବୋମାର ଅବଶେଷ ଜବତ କରିଛି ପୋଲିସ। ତେବେ ଅଭିଯୁକ୍ତ ନିଲୁ, ରମି ଓ ନାରାୟଣଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ପୁର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି। ସୂଚନା ଥାଉକି ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଅଞ୍ଚଳର ବିଜୟ କୁମାର ଖୁଣ୍ଟିଆ(୪୪) ଙ୍କ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧ ତାରିଖରେ ମହାରାଷ୍ଟ୍ରର ପୁଣେ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ। ପୂର୍ବାହ୍ନ ୧୧: ୪୫ ରେ ତାଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହା ପରେ, ପୂର୍ବାହ୍ନ ୧୨: ୪୫ ରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍ ଗୁଡିକୁ ପତାକା ଦେଖାଇ ଚଳାଚଳ ଆରମ୍ଭ କରିବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପୁଣେ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଦୁଇଟି କରିଡରର କାର୍ଯ୍ୟ ସଂପୂର୍ଣ୍ଣ ହେବା ଅବସରରେ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ରେ ହୋଇଥିଲା। ନୂତନ ସେକ୍ସନଗୁଡିକ ପୁଣେ ସହରର ଶିବାଜୀ ନଗର, ସିଭିଲ୍ କୋର୍ଟ, ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ, ପୁଣେ ଆରଟିଓ ଏବଂ…
ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଡିସ୍କମ୍ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା ସବ୍ସିଡି ଆଦି ପ୍ରକ୍ରିୟାର ଉନ୍ନତି ଅନ୍ତର୍ଭୁକ୍ତ। ଏହା ଫଳରେ ସମ୍ପୃକ୍ତ ଡିସ୍କମ୍ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆସି ପାରିବ। ଡିସ୍କମ୍ଗୁଡିକର ସାମର୍ଥ୍ୟ ବୃଦ୍ଧି ଏବଂ ଏହାର କାରବାରକୁ ପୋଷଣୀୟ କରିବାର ଆବଶ୍ୟକତା ଉପୁଜିଛି। ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏ କ୍ଷେତ୍ରରେ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରି ସ୍ୱଚ୍ଛତା ଓ ଦକ୍ଷତାକୁ ଅଗ୍ରାଧିକାରୀ ଦେବାକୁ ସୁପାରିସ କରିଛନ୍ତି । ଡିସ୍କମ୍ଗୁଡିକର ହିସାବପତ୍ର ଠିକ୍ଭାବେ ହେଉନାହିିଁ ଏବଂ ଏଥିରେ ଅନେକ ଅସ୍ୱଚ୍ଛତା ବା ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ରାଜ୍ୟ ସରକାରମାନେ ଡିସ୍କମ୍ଗୁଡିକୁ ଯେଉଁ ସବ୍ସିଡି ଦେବା କଥା ତାହା ଦେଉନାହାନ୍ତି କିମ୍ବା ଦେବାରେ ବିଳମ୍ବ କରୁଛନ୍ତି । ଫଳରେ…
ଭୁବନେଶ୍ୱର: ଭାରତବର୍ଷ ହେଉଛି ଅହିଂସା, ସଦ୍ଭାବନା, ଭାଇଚାରା ଓ ଏକତାରେ ବାନ୍ଧି ହୋଇଥିବା ଦେଶ। ଏହି ଦେଶରେ ସବୁ ଧର୍ମର ସମନ୍ୱୟ ଓ ଏକତ୍ୱ ସମଗ୍ର ବିଶ୍ୱକୁ ଆକର୍ଷିତ କରିଥିଲା ବେଳେ ଗାନ୍ଧୀଙ୍କ ବିଚାର ଠାରୁ ଆମେ ଅନେକ ଦୂରରେ ଅଛୁ ବୋଲି ମଣିପୁର ହିଂସାରୁ ଜଣାପଡ଼େ। ବିଗତ ୩ ମାସ ଧରି ନିରନ୍ତର ହିଂସା, ବ୍ୟଭିଚାର, ସାମ୍ପ୍ରଦାୟିକତା ମନୋଭାବ ଭାରତବାସୀଙ୍କୁ ଲଜ୍ଜିତ କରିଥିବା ବେଳେ ମଣିପୁରଠାରେ ଜନ ଜୀବନକୁ ନଷ୍ଟଭ୍ରଷ୍ଟ କରିଚାଲିଛି। ଯେପରି ଶରୀରର ଗୋଟିଏ ଅଂଶରେ କ୍ଷତ ହେଲେ ସମଗ୍ର ଶରୀରକୁ ଯନ୍ତ୍ରଣା ଦେଇଥାଏ, ଠିକ୍ ସେହିଭଳି ମଣିପୁର ହିଂସା ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କୁ କଷ୍ଟ ଦେଇଚାଲିଛି। ଆମ୍ଭେମାନେ ଜଣେ ଜଣେ ଭାରତୀୟ ହିସାବରେ ମଣିପୁରଠାରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଓଡ଼ିଶାର ନାଗରିକ ସମୂହ, ବୁଦ୍ଧିଜୀଜୀ, ଛାତ୍ର ସଂଗଠନ ଓ ବିଭିନ୍ନ ବର୍ଗର ଲୋକମାନଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ…
ଭୂବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ର ଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ। ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରି ଥିଲେ। ପ୍ରତ୍ତେକ ଶଳ୍ପୀ ଛାତ୍ର, ଛାତ୍ରୀ ଆଗାମୀ ଦିନରେ ଜଣେ…
ମୁମ୍ବାଇ: ଗତ ବର୍ଷ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଭାଙ୍ଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେକୌଣସି ସମୟରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଫେରିପାରିବେ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି। ରାମଦାସ ଆଠୱାଲେ ହେଉଛନ୍ତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି। ତାଙ୍କ ଦଳ ଏନଡିଏର ଏକ ଅଂଶ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ, ନୀତୀଶ କୁମାର ଏହା ପୂର୍ବରୁ ଏନଡିଏର ଏକ ଅଂଶ ଥିଲେ ଏବଂ ବିହାରରେ ଗତ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ପାଇବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଆଠୱାଲେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଏହାର ଏକମାତ୍ର ଏଜେଣ୍ଡା।
ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଘଟଣା ହ୍ରାସ ହେବାର ନାମ ନେଉନାହିଁ। ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି, ଯେଉଁ କାରଣରୁ ମୃତ୍ୟୁ ସଂଖ୍ୟା ବଢିପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜମିୟତ ଉଲେମା-ଇ-ଇସଲାମ-ଫଜଲ୍ (JUI-F) କର୍ମୀ ସମ୍ମିଳନୀକୁ ଟାର୍ଗେଟ କରାଯାଇଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ JUI-F ବୈଠକକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ। ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିସହ ଆହତମାନଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ନିଆଯାଉଛି।
ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ଚୁମୁକୀ ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରୋଟାରିଆନ ଆଶୁତୋଷ ରଥ (ଦି.ଏସ୍.ଜି) ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ପ୍ରତିଭା ମହାପାତ୍ର (ଏ.ଜି) ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ସ୍ୱାବଲମ୍ବନଶୀଳତା ଦିଗରେ ସମାଜସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ସଭାପତି ଶ୍ରୀମତୀ ଘୋଷାଲ ସ୍ୱାଗତ ଭାଷଣ ଦେବା ସହ ବିଗତ ବର୍ଷର କାର୍ଯ୍ୟଧାରା ବିବରଣୀ ଉପସ୍ଥାପିତ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ଶିକ୍ଷାବିତ ତଥା ସମାଜସେବୀ ଅମୀୟବାଳା ପରିଡ଼ା ସଭାପତି ଓ ତୃପ୍ତିରେଖା ଭଞ୍ଜଦେଓ ସମ୍ପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ରାସ୍ତା ଦୁର୍ଘଟଣା ହ୍ରାସ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକୁ ମୁଖ୍ୟ…
ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ରୋଡଙ୍ଗ ପଞ୍ଚାୟତରେ ବ୍ରହ୍ମଗିରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୁବ ନେତ୍ରୀ ଉପାସନା ମହାପାତ୍ର ସମେତ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ କାର୍ଯ୍ୟକ୍ରମ ପରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଵୋଧନ କରିଥିଲେ ସମ୍ବିତ ପାତ୍ର। ୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଆରମ୍ଭ ହେବାକୁ ଥିବା ‘ମୋ ମାଟି, ମୋ ଦେଶ’ ଅଭିଯାନ ବାବଦରେ ଚର୍ଚ୍ଚା କରିଥିଲେ। ମୋଦୀ ଆହୁରି କହିଛନ୍ତି ଯେ, ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ। ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ। ୭,୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହୋଇ ଦିଲ୍ଲୀ ଅଣାଯିବ। ଏହି…
ଭୁବନେଶ୍ବର: ଆସନ୍ତା ସପ୍ତାହରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି l ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ। ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲଜିଙ୍କ ହାତକୁ ଟେକିଦେଇଛି l ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ୱାରା ନିଯୁକ୍ତ ଏଲଜିଙ୍କ ହାତରେ ରହିବ। ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ ଅନ୍ୟାୟପୂର୍ଣ୍ଣ ଭାବରେ ମୋଦି ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ…

