Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ, ନୀଳାଦ୍ରି ବିହାରୀ ମିଶ୍ର ଓ ଟିମ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ। ଚଢ଼ାଉରେ ସମୁଦାୟ ୧୦୦୦ ଲିଟର ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ ହୋଇଥିବା…

Read More

ପାଟନା: ପୋଲିସ୍ ଲାଠିଚାର୍ଜ କାରଣରୁ ଜଣେ ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତିରେ ଉତ୍ତେଜନା ଦେଖାଯାଇଛି। ଏ ସମ୍ପର୍କରେ ନୀତୀଶ ସରକାରଙ୍କୁ ପ୍ରତିଶୋଧର ଭାବନାରେ କାର୍ଯ୍ୟାନୁଷ୍ଠାନ ବୋଲି ବିଜେପି ଅଭିଯୋଗ କରିଛି। ଏଥି ସହିତ, ଏହି ଅଭିଯୋଗ ଉପରେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି କହିଛନ୍ତି ଯେ, କୌଣସି ପ୍ରତିଶୋଧ ନିଆଯାଇ ନାହିଁ। ଶିକ୍ଷକ ମାମଲାରେ ସମସ୍ତ ଲୋକଙ୍କୁ ଡାକି ଚର୍ଚ୍ଚା କରିବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ। ଏହା ସହିତ ସେ ପ୍ରଶ୍ନ କରିଥିଲେ ଯେ, ଏମିତି କେଉଁ ରାଜ୍ୟ ଅଛି, ଯେଉଁଠାରେ ତିନି ଲକ୍ଷରୁ ଅଧିକ ପଦବୀ ବାହାର କରାଯାଇ ଚାକିରି ଦିଆଯାଉଛି? ଆମର ଶାସନ କାଳରେ ଆମେ ୧୦ ଲକ୍ଷ ଚାକିରିର ଆକଳନ ସଂପୂର୍ଣ୍ଣ କରିବୁ, କିନ୍ତୁ ଦୁଇ କୋଟି ଚାକିରି ଏବଂ ମୁଦ୍ରାସ୍ଫୀତି ଉପରେ ବିଜେପି ଉତ୍ତର ଦେବା ଉଚିତ୍।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ରିଟୁଇଟ୍‍ କରି କହିଛନ୍ତି ଯେ, “୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମର ତୀରନ୍ଦାଜମାନଙ୍କ ପାଇଁ ଗର୍ବିତ। ସେମାନଙ୍କର ସଫଳତା ଭାରତରେ ତୀରନ୍ଦାଜର ଭବିଷ୍ୟତ ପାଇଁ ଭଲ କ୍ଷେତ୍ର ସୃଷ୍ଟି କରିଛି ଏବଂ ଆଗାମୀ ତୀରନ୍ଦାଜମାନଙ୍କୁ ଏହା ଉତ୍ସାହିତ କରିବ।”

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ପୋଲ୍ ନିକଟସ୍ଥ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସୁଚନା ଅନୁଯାୟୀ, ମୃତ ଯୁବକ ଜଣକ ଛଣମେରୀ ଗ୍ରାମର ଲଳିତ ରାଉଳ ଓ ସେ ମାର୍ବଲ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଉକ୍ତ କାଜୁ ଜଙ୍ଗଲରେ ତାଙ୍କର ଶବ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଓ ୩ ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଯୁଦ୍ଧ ବିମାନ ଓ ବୁଡ଼ାଜାହାଜ କିଣାଯିବା ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୨୬ ଟି ରାଫେଲ୍‌ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଆସେପ୍ଟାନ୍ସ ଅଫ୍‌ ନେସେସିଟୀ (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି। ରାଫେଲ ସାମୁଦ୍ରିକ ଯୁଦ୍ଧବିମାନ ସହିତ ସହାୟକ ଉପକରଣ, ଯୁଦ୍ଧାସ୍ତ୍ର, ସିମୁଲେଟର, ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ କିଣାଯିବ। ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଦସ୍ତାବିଜ ପ୍ରସ୍ତୁତ କରିବା, ଯୁଦ୍ଧବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସହାୟତା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ। ଏଥିପାଇଁ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏକ ଆନ୍ତଃ-ସରକାରୀ ରାଜିନାମା (ଆଇଜିଏ) ସ୍ୱାକ୍ଷରିତ ହୋଇଛି।…

Read More

ଭୁବନେଶ୍ଵର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଏବଂ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି। ଜୁଲାଇ ୨୨ ତାରିଖ ଅର୍ଥାତ୍ ଠିକ୍ ଦଶ ଦିନ ପରେ, ସେ ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀର ରେକର୍ଡ କରିବେ। ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ। ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। କୋଡିଏ ବର୍ଷ ପୂର୍ବେ ଓଡିଶା ରାଜ୍ୟ ଦେଶର ସବୁଠାରୁ ଗରିବ ତଥା ଅସୁସ୍ଥ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା। ୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରାସ୍ତା ପାର୍ଶ୍ଵର ଅଳିଆ ଗଦାରେ ପଡ଼ି ରହିଥିଲା। ତେବେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା। ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦେଖାଯାଉଥିଲା।…

Read More

ପାଟନା: ବିହାରର ରାଜଧାନୀ ପାଟନାରେ ବିଜେପିର ବିରୋଧ ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଲାଠିଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଟନାରେ ବିଜେପି କର୍ମୀ ଓ ନେତାମାନେ ବର୍ତ୍ତମାନର ନୀତୀଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ସ୍ଥାନରୁ ହଟାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଗୁଳି ବ୍ୟବହାର କରିଥିଲା। ପ୍ରକାଶ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପି କର୍ମୀମାନେ ବିହାର ସରକାର ବିରୋଧରେ ବିଧାନସଭା ପଦଯାତ୍ରା କରୁଥିଲେ। ବିହାର ବିଜେପିର ବହୁ ବଡ ନେତା ମଧ୍ୟ ପାଟନାରେ ବିଜେପିର ଏହି ପଦଯାତ୍ରାରେ ଭାଗ ନେଇଥିଲେ। ବିଜେପି ନେତା ଓ କର୍ମୀମାନେ ବିଧାନସଭାକୁ ଅବରୋଧ କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ପ୍ରଥମେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଥିଲା ଏବଂ କିଛି ସମୟ ପରେ ପୋଲିସ ସେମାନଙ୍କ ଉପରେ…

Read More

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି। କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ୍ ୱାର୍ଲଡ୍‌ ଲିଗର ମହାସଚିବ ଶେଖ୍‌ ଡ. ମହମ୍ମଦ ବିନ୍ ଅବଦୁଲ୍ କରିମ୍ ଅଲ୍‌-ଇସା ଙ୍କ ସହିତ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିର ପ୍ରୋତ୍ସାହନ ତଥା ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ଦ୍ବାରା ବୈଠକ ବିଷୟରେ କରାଯାଇଥିବା ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ‘‘ମୁସଲିମ୍ ବୋର୍ଡ଼ ଲିଗ ର ମହାସଚିବ ଏବଂ ମୁସଲିମ ବିଦ୍ବାନଙ୍କ ସଙ୍ଗଠନର ଅଧ୍ୟକ୍ଷ ମହାମହିମ ଶେଖ୍‌ ଡା. ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା ଙ୍କ ସହିତ ସାକ୍ଷାତ କରି ବହୁତ ପ୍ରସନ୍ନତା ହୋଇଛି। ଆମେ ଆନ୍ତଃ-ଧାର୍ମିକ ଆଲୋଚନା, ଉଗ୍ରପନ୍ଥୀ ବିଚାରର ବିରୋଧ, ବିଶ୍ବ ଶାନ୍ତିକୁ ପ୍ରୋତ୍ସାହନ ତଥା ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିବା ଉପରେ ବିଚାର ଉପରେ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ଗସ୍ତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଅର୍ଥାତ ବିମାନ ବନ୍ଦରରୁ ପ୍ରସ୍ଥାନ କରିବା ସମୟରେ ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ ମାକ୍ରୋନ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଏକ ସରକାରୀ ଗସ୍ତରେ ଜୁଲାଇ ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଯାଉଛି। ଏହି ଗସ୍ତ ବିଶେଷ ସ୍ୱତନ୍ତ୍ର। କାରଣ ମୁଁ ଫ୍ରାନ୍ସର ଜାତୀୟ ଦିବସ ଅଥବା ପ୍ୟାରିସରେ ଅନୁଷ୍ଠିତ ବଷ୍ଟିଲ୍ ଡେ ଉତ୍ସବରେ ଅତିଥି ଅତିଥି ଭାବରେ ଯୋଗଦେବି। ବଷ୍ଟିଲ ଡେ ପ୍ୟାରେଡର ଭାରତୀୟ ସେନାର ତିନିଟି ଦଳ ଅଂଶବିଶେଷ ଥିବାବେଳେ ଭାରତୀୟ ବାୟୁସେନାର ବିମାନ ଏହି ଅବସରରେ ଏକ ଉଡାଣ କୌଶଳ ପ୍ରଦର୍ଶନ କରିବ।…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତ୍ନମାଳୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶଙ୍ଖା ସିନ୍ଦୁର ପୋଖରୀରେ ଜନୈକ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ ଅମରଜିତ୍ ପଟ୍ଟନାୟକ (୨୮) ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ରତ୍ନମାଳୀ ସାହିରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ରତ୍ନମାଳୀ ସାହିରେ ଥିବା ଶଙ୍କା ସିନ୍ଦୁର ପୋଖରୀକୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ଟାଙ୍ଗୀ ଅଗ୍ନିଶମ ବାହୀନୀକୁ ଜଣାଇଥିଲେ। ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ମିଳିବା ପରେ ତୁରନ୍ତ ମୃତକଙ୍କ ପିତାଙ୍କୁ ସୂଚନା ଦେଇଥିଲେ। ପିତା ତାରାକାନ୍ତ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ଶବକୁ ଚିହ୍ନଟ କରିଥିଲେ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଗତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଶ୍ରୀମତୀ ସୀତା ଦହଲଙ୍କ ବିୟୋଗ ସମ୍ପର୍କରେ ଜାଣି ଅତ୍ୟନ୍ତ ଦୁଃଖିତ। @cmprachandaଙ୍କୁ ଆନ୍ତରିକ ସମବେଦନା ଜଣାଉଛି ଓ ଦିବଂଗତ ଆତ୍ମା ଚିରଶାନ୍ତି ଲାଭ କରୁ ବୋଲି ପ୍ରାର୍ଥନା କରୁଛି। ଓମ ଶାନ୍ତି।”

Read More

ନୂଆଦିଲ୍ଲୀ: ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ନବୋନ୍ମେଷ, ସର୍ବୋତ୍ତମ ଭିତ୍ତିଭୂମି ଓ ଭାରତୀୟ ସାମୁଦ୍ରିକ କ୍ଷେତ୍ରକୁ ମଜବୁତ କରିବାକୁ ଅଙ୍ଗୀକାରବଦ୍ଧ। ଡିଜିଟାଲ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ଆଜି (୧୨.୦୭.୨୦୨୩) ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ଭିନ୍ନ ଏକ ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି(ଡିଜିଏନଏସ୍‌ଏସ୍‌) ‘ସାଗର ସମ୍ପର୍କ’କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଭି.ନାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି। ଏଥିରେ ବିଭାଗୀୟ ସଚିବ ଟି.କେ. ରାମଚନ୍ଦ୍ରନ୍ ମନ୍ତ୍ରଣାଳୟ ଓ ବତୀଘର ଓ ଲାଇଟସିପ୍ ନିର୍ଦ୍ଦେଶାଳୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡିଜିଏନ୍‌ଏସ୍‌ଏସ୍ ଏକ କ୍ଷେତ୍ରିୟ ସମ୍ପ୍ରସାରିତ ଓ ପଦ୍ଧତି ଯାହା ବୈଶ୍ୱିକ ଜାହାଜ ଚଳାଚଳ ଉପଗ୍ରହ ପଦ୍ଧତି (ଜିଏନ୍‌ଏସ୍‌ଏସ୍‌) ଦ୍ୱାରା ସମସ୍ତ ଭୂଲ ଭଟ୍‌କା ସୁଧାରି ଅଧିକ ସଠିକ ଅବସ୍ଥିତିଗତ ତଥ୍ୟ ପ୍ରଦାନ କରିଥାଏ। ଏହି ଅବସରରେ ଉଦ୍‌ବୋଧନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯାଉଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆଜିଠୁ ପ୍ୟାରିସ ଗସ୍ତ କରୁଛନ୍ତି। ଆସନ୍ତାକାଲି ବଷ୍ଟିଲ୍ ଡେ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ, ଯେଉଁଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ। ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ମଧ୍ୟ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ଭାବରେ ଆଲୋଚନା କରିବେ। ଚଳିତ ବର୍ଷ ଭାରତ…

Read More

ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ଠାରୁ ଡୋମିନିକାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଭାରତ ନାମରେ ନାମିତ ହୋଇଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟ ମଧ୍ୟରେ ଦଳ ମାତ୍ର ୧୫୦ ରନ୍ ସ୍କୋରରେ ସମସ୍ତ ୱିକେଟ ହରାଇଥିଲା। ଏହା ପରେ ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ପ୍ରଥମ ଇନିଂସରେ କୌଣସି କ୍ଷତି ବିନା ୮୦ ରନ୍ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୫ ଟି ୱିକେଟ୍ ନେଇଥିଲେ। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୱେଷ୍ଟଇଣ୍ଡିଜ୍ ଇନିଂସ ପରେ ଯଶସ୍ଵୀ ଏବଂ ରୋହିତ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବାକୁ ଆସିଥିଲେ। ଯଶସ୍ଵୀ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ସେ ୭୩ ବଲ ସମ୍ମୁଖୀନ ହୋଇଥିବା ବେଳେ ଅପରାଜିତ ୪୦…

Read More

ଭୁବନେଶ୍ଵର: କୁହାଯାଏ ଯେ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ସ୍ଥାନ ନେପାଳରେ ଅଛି। ମାତ୍ର ୨୯ ବର୍ଷ ବୟସରେ ବୁଦ୍ଧ ନିଜ ଘର ଛାଡି ଦିବ୍ୟ ଜ୍ଞାନ ଅନ୍ୱେଷଣରେ ବାହାରିଥିଲେ। ବୁଦ୍ଧ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଅହିଂସା, ଶାନ୍ତି, ପ୍ରେମ, ଶୁଭେଚ୍ଛା ଏବଂ ବଳିଦାନର ବାର୍ତ୍ତା ଦେଇ ସମାଜରେ ବ୍ୟାପିଥିବା ମନ୍ଦତାକୁ ହଟାଇବାକୁ ଚେଷ୍ଟା କରିଥିଲେ। ମହାତ୍ମା ଗୌତମ ବୁଦ୍ଧ କିଏ?: ମହାତ୍ମା ବୁଦ୍ଧ ରାଜା ଶୁଦ୍ଧଧନଙ୍କ ପୁତ୍ର ଥିଲେ, ଯିଏ ଶାକ୍ୟ ଗଣରାଜ୍ୟର ରାଜା ଥିଲେ। ବୁଦ୍ଧଙ୍କ ମାତାଙ୍କ ନାମ ମାୟାଦେବୀ ଥିଲା। ଜନ୍ମ ସମୟରେ ପିତାମାତା ବୁଦ୍ଧଙ୍କୁ ରାକୁମାର ସିଦ୍ଧାର୍ଥ ନାମରେ ନାମିତ କରିଥିଲେ। ବୁଦ୍ଧ ପିଲାଦିନରୁ ଶାନ୍ତ ଏବଂ ଗମ୍ଭୀର ପ୍ରକୃତିର ଥିଲେ। ସେ ଅଧିକାଂଶ ସମୟ ଏକାକୀ ବସି ବସି ଚିନ୍ତା କରୁଥିଲେ। ରାଜକୁମାର ହୋଇଥିଲେ ମଧ୍ୟ ସାଂସାରିକ ଭୋଗ ପ୍ରତି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।  ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରୋଡ ସାଇଡରେ ପଡ଼ି ରହିଛି। ସୂଚନା ମୁତାବକ ଆଜି ସକାଳୁ ବାଣପୁର ଗାଲୁଆ ଛକ ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ି ରହିଛି। ତେବେ ତାଙ୍କ ବେକରେ ଗଭୀର କ୍ଷତ ଥିବାର ଦେଖାଯାଇଛି। ତାଙ୍କୁ କେହି ମାରି ଫୋପାଡ଼ି ଦେଇଥିବାର ଅନୁମାନ କରାଯାଉଛି। ମହିଳା ଜଣଙ୍କ ବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ମହିଳାଙ୍କ ମୃତ ଶରୀର ଗାଲୁଆ ଛକ ନିକଟସ୍ଥ ଅଳିଆ ଗଦାରେ ପଡ଼ି ରହିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶ୍ଵଶୁର ବିଜୟଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ଜଣାପଡିଛି। କାରଣ ଅସ୍ପଷ୍ଟ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି।

Read More

ମେଷ- ବୃତ୍ତିଗତ କ୍ଷେତ୍ରରେ କାହାକୁ ପ୍ରଭାବିତ କରିବା ପାଇଁ ତୁମେ ତୁମର କୈଶଳକୁ ବ୍ୟବହାର କରିବାକୁ ସମର୍ଥ ହେବ । ଅଧ୍ୟୟନ କ୍ଷେତ୍ରରେ ଗତି ବଜାୟ ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁମାନେ ନିଜ ଜୀବନରେ ପ୍ରେମ ଖୋଜୁଛନ୍ତି ସେମାନେ କିଛି ଭଲ ଖବର ପାଇପାରିବେ । ସମ୍ପତ୍ତିର ମାଲିକାନା ଶୀଘ୍ର ଆଶା କରାଯାଏ । ଆପଣ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେବେ । ରୋଗୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସେବାରୁ ଶୀଘ୍ର ଆରାମ ଅନୁଭବ କରିବେ । ପରିବାରର ଜଣେ ଅଧ୍ୟୟନ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି । ବୃଷ- ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ଭଲ ଅବଦାନ ରହିବ। କ୍ୟାରିୟରର ଆଶା ବଢାଇବ। ଆପଣଙ୍କ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରିପାରିବେ । ନେଟୱାର୍କିଂ ଆପଣଙ୍କୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଆଜି 22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି। ଓଡ଼ିଶାକୁ ଏସଡିଆରଏଫ ପାଣ୍ଠି ବାବଦରେ 707 କୋଟି 60 ଲକ୍ଷ ଟଙ୍କା ମିଳିଛି। ଜାରି କରାଯାଇଥିବା ଅର୍ଥରାଶିର ରାଜ୍ୟୱାରୀ ତାଲିକା ନିମ୍ନରେ ଦିଆଗଲା: (କୋଟି ଟଙ୍କାରେ) କ୍ରଂସଂ ରାଜ୍ୟ ପରିମାଣ ଆନ୍ଧ୍ରପ୍ରଦେଶ 493.60 ଅରୁଣାଚଳ ପ୍ରଦେଶ 110.40 ଆସାମ 340.40 ବିହାର 624.40 ଛତିଶଗଡ 181.60 ଗୋଆ 4.80 ଗୁଜରାଟ 584.00 ହରିୟାଣା 216.80 ହିମାଚଳ ପ୍ରଦେଶ 180.40  କର୍ଣ୍ଣାଟକ 348.80  କେରଳ 138.80  ମହାରାଷ୍ଟ୍ର 1420.80 ମଣିପୁର 18.80 …

Read More