ଭୁବନେଶ୍ବର: ଶେଷରେ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଥର ନାମଲେଖା ହେବ। ଏଥିରେ ଇଣ୍ଟିଗ୍ରେଟେଡ ଏମ.ଏ ଏବଂ ପିଏଚଡି କରିବା ପାଇଁ ନାମଲେଖା ଯିବ। ଅନଲାଇନରେ ନାମଲେଖା ଶେଷ ତାରିଖ ଚଳିତ ଜୁଲାଇ ୧୫ ତାରିଖ ରଖାଯାଇଛି। ଏହି ପାଠ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା କରାଯିବ। ଓଡିଶାର ଚାରୋଟି ସ୍ଥାନରେ ଏହା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ଗ୍ରହଣ କରିଛି। ସେଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର। ଏହି ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନ ଜାତିଙ୍କ ପାଇଁ ୩୦୦ ଟଙ୍କା ରଖାଯାଇଛି।
Author: Samikhsya Bureau
ପ୍ରତାପଗଡ଼: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ସହିତ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି। ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଡକରୀ ଏଭଳି ସୂତ୍ରକୁ କହିଛନ୍ତି, ଯାହା ଦ୍ଵାରା ଗୋଟିଏ ଲିଟର ପେଟ୍ରୋଲ ମାତ୍ର ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ଯଦି ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତ ବ୍ୟବହାର କରାଯାଏ, ତେବେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହା କେବଳ ପ୍ରଦୂଷଣକୁ ଦୂର କରିବାରେ ସହାୟକ ହେବ ନାହିଁ, ବରଂ ଇନ୍ଧନ ଆମଦାନୀକୁ ମଧ୍ୟ ହ୍ରାସ କରିବ।” ରାଜସ୍ଥାନର ପ୍ରତାପଗଡରେ ୫୬୦୦ କୋଟି ଟଙ୍କାର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ପରେ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଇନ୍ଧନ ଆମଦାନୀ ମୂଲ୍ୟ ୧୬…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା…
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ତିଲକ ବର୍ମା, ଯଶସ୍ୱୀ ଜୟସୱାଲ ଏବଂ ମୁକେଶ କୁମାରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ତେବେ ଆଇପିଏଲ୍ ୨୦୨୩ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଖେଳାଳି ରିଙ୍କୁ ସିଂ ଙ୍କୁ ସ୍ଥାନ ମିଳିନାହିଁ। ଏଥି ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି। ଅନେକ ଯୁବ ଖେଳାଳି ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଅଂଶ ହେବାର ସୁଯୋଗ ପାଇଛନ୍ତି। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ତିଲକ ବର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଏହି ଖେଳାଳି ତାଙ୍କର ଉଜ୍ଜ୍ୱଳ ଖେଳର ପୁରସ୍କାର ପାଇଛନ୍ତି। ଆଇପିଏଲର ୨୫ ଟି ମ୍ୟାଚରେ ତିଲକ ବର୍ମା ୭୪୦ ରନ୍ ସ୍କୋର କରିଛନ୍ତି। ଆଇପିଏଲରେ ଏହି ଖେଳାଳି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 7 ଓ 8 ଜୁଲାଇ 2023 ରେ ଚାରିଟି ରାଜ୍ୟ ଗସ୍ତ କରିବେ। ସେ 7 ଜୁଲାଇରେ ଛତିଶଗଡ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ। ଜୁଲାଇ 8 ରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଏବଂ ରାଜସ୍ଥାନ ଗସ୍ତ କରିବେ। 7 ଜୁଲାଇ ଦିନ ପ୍ରାୟ 10:45 ସମୟରେ ପ୍ରଧାନମନ୍ତ୍ରୀ ରାୟପୁରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଦେଶକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରରେ ପହଞ୍ଚିବେ, ପ୍ରାୟ ଦିନ ଦୁଇଟା ତିରିଶରେ ସେ ଗୀତା ପ୍ରେସ ଗୋରଖପୁରର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଗୋରଖପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ପରେ, ପ୍ରାୟ 5 ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ପହଞ୍ଚିବେ, ଯେଉଁଠାରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଅନେକ ପ୍ରକଳ୍ପର ଶିଳାନ୍ୟାସ…
ମେଷ- ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୨୩ତମ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି। ଏହି ଅବସରରେ ସେ ନିଜର ଅଭିଭାଷଣ ରଖିଥିଲେ। ଆସନ୍ତୁ ପଢିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…. ମହାମହିମ ଗଣ, ନମସ୍କାର! ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି। ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ। ମହାମହିମ ଗଣ, ଏସସିଓର ଅଧ୍ୟକ୍ଷ ଭାବେ ଭାରତ ଆମର ବହୁମୁଖୀ ସହଯୋଗକୁ…
ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍ଭିନିର୍ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏସ୍ଭିନିର୍ତାର, କଟକ ନିର୍ଦ୍ଦେଶକ ଡ. ପି ପି ମହାନ୍ତି ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏପରି ବୁଝାମଣା ଅସ୍ତ୍ରୋପଚାର ପରବର୍ତ୍ତୀ ଏବଂ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ପୁନର୍ବାସ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ବିଶେଷ ସହାୟକ ହେବ। ଏମ୍ସର ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ସହିତ ଏସ୍ଭିନିର୍ତାରର ଫିଜିଓଥେରାପୀ, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ…
ନୂଆଦିଲ୍ଲୀ: ମୋଟ୍ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ। ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି। ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି। ୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ପରିଚିତ। ଆସନ୍ତା ଜୁଲାଇ ୨୬ ତାରିଖ ଅନୁଷ୍ଠାନର ୬୦ ତମ ପ୍ରତିଷ୍ଠା ଦିବସ। ଉକ୍ତ ଶିକ୍ଷାନୁଷ୍ଠାନ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ପୁରାତନ ଛାତ୍ରସଙ୍ଘ ୨୬ ଓ ୨୭ ତାରିଖ ଦୁଇଦିନ ଧରି ହୀରକ ଜୟନ୍ତୀ ପାଳନ କରିବାକୁ ଅଣ୍ଟା ଭିଡ଼ିଛି। ଆଜି କଲେଜର ଅଡିଟୋରିଅମ ହଲରେ ପୁରାତନ ଛାତ୍ରସଂଘ କମିଟି ସଭାପତି ଡଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଥିବାରୁ ଏହାକୁ ସୀମିତ ଭାବରେ ପାଳନ କରିବାକୁ ପରିଚାଳନା ସମିତି ସଭାପତି ପୁର୍ବରୁ ନିଷ୍ପତି ନେଇଥିବା ବେଳେ ଏହାକୁ ପ୍ରବଳ ବିରୋଧ କରିଥିଲେ ପୁରାତନ ଛାତ୍ରସଂଘର କର୍ମକର୍ତ୍ତା। ଏବଂ ଉକ୍ତ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ଦୁଇ ଦିନ ଧରି…
ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ପରେ ନୟାଗଡ଼ ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିଛି। ନୟାଗଡ଼ ଷ୍ଟେସନ ନିକଟ ବେବର୍ତ୍ତାପାଲି ରାସ୍ତା ଠାରୁ ଆରମ୍ଭ କରି ସିନ୍ଦୁରିଆ ପର୍ଯ୍ୟନ୍ତ ରାସ୍ତାରେ ଦିନ ରାତି ୨୪ଘଣ୍ଟା ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଆଜି ଅଚାନକ ଟାଉନ ଥାନା ହାବୁଡରେ ପଡିଛନ୍ତି। ସୁଚନାନୁସାରେ ଷ୍ଟେସନ ଛକ ଠାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ମାଡି ଆସୁଥୁଲେ। ପୁଲିସ ଅଟକାଇବାରୁ ସେମାନେ ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରୁଥିଲେ। ପୁଲିସର ସନ୍ଦେହ ହେବାରୁ ରତନପୁର ଛକଠାରେ ସେମାନଙ୍କୁ ଅଟକାଇଥିଲେ। ତାଙ୍କ ଠାରୁ ୫.୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ବାଇକ ଜବତ…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୨୮ ତାରିଖ ଦିନ ଚିଲିକାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶକ୍ତି ପ୍ରଦର୍ଶନ କରିବେ। ସେହି ଉପଲକ୍ଷେ ବଡପୋଖରିଆ ସ୍ଥିତ ନିଜ ବାସଭବନରେ ଆଜି ତାହାର ରୂପରେଖ ପ୍ରସ୍ତୁତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀର ବିଜେଡି ନେତା ଉତ୍ପଳ ପାଇକରାୟ, ପ୍ରଭାସ ସୁନ୍ଦରାୟ, ମନୋଜ ପ୍ରଧାନଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଆଗଧାଡିର କର୍ମୀମାନେ ଯୋଗ ଦେଇଥିଲେ। ନେତା ଓ ନେତ୍ରୀମାନେ ବୈଠକରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିର ଜଣେ ଯୋଦ୍ଧା ଭାବରେ ଅଭିହିତ କରିବା ସହ ତାଙ୍କର ଗୁଣଗାନ କରିଥିଲେ। ଜୁଲାଇ ୨୮ ତାରିଖରେ ବିଧାୟକ ନିର୍ବାଚନ ମଣ୍ଡଳୀକୁ ଗ୍ରାଣ୍ଡ ଏଣ୍ଟ୍ରି କରିବାକୁ ଥିବାବେଳେ ସମସ୍ତ ନେତୃବୃନ୍ଦ ଉକ୍ତଦିନ ପ୍ରବଳ ଜନସମାଗମ କରିବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ। ବିଧାୟକଙ୍କ ଶକ୍ତି ପ୍ରଦର୍ଶନକୁ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀ ଦେଖି ବିଧାୟକଙ୍କୁ ଆଜିବି କର୍ମୀମାନେ ଭଲପାଉଛନ୍ତି ବୋଲି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଫ ଚାମ୍ପିଅନସିପ ୨୦୨୩ର ବିଜେତା ଭାରତୀୟ ଫୁଟବଲ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଭାରତ ପୁଣି ଥରେ ଚାମ୍ପିଅନ ହୋଇଛି ! ବ୍ଲୁ ଟାଇଗର୍ସ ସାଫ ଚାମ୍ପିଅନସିପ ୨୦୨୩ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ଆମ ଖେଳାଳିଙ୍କୁ ଶୁଭେଚ୍ଛା। ଦୃଢ ସଂକଳ୍ପ ଓ ଲଢୁଆ ମନୋଭାବ ସମ୍ପନ୍ନ ଖେଳାଳିମାନଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳର ଉଲ୍ଲେଖନୀୟ ଯାତ୍ରା ଭବିଷ୍ୟତର କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ।”
ମୁମ୍ବାଇ: ଏନସିପିର ରାଜନୈତିକ ଲଢେଇ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଅଜିତ ପାୱାର ଦଳ ଶରଦ ପାୱାରଙ୍କୁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ନୂତନ ରାଷ୍ଟ୍ରୀୟ ସଭାପତି କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଅଜିତ ପାୱାର କହିଥିଲେ ଯେ, ଶରଦ ପାୱାର ତାଙ୍କ ଦଳର ସଭାପତି। ସୂଚନାନୁସାରେ, ଜୁନ୍ ୩୦ ତାରିଖରେ ୪୦ ଏନସିପି ବିଧାୟକଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ଏନସିପି ସଭାପତି କରିବା ବିଷୟରେ ସୂଚନା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ମିଳିଥିଲା। ସୂଚନାନୁସାରେ, ଜୁଲାଇ ୩ ତାରିଖରେ ନିର୍ବାଚନ ଆୟୋଗ ଜୟନ୍ତ ପାଟିଲ (ଶରଦ ପାୱାର ଦଳ) ଙ୍କ ଠାରୁ ଏକ ଚିଠି ମଧ୍ୟ ପାଇଥିଲେ। ଯେଉଁଥିରେ କୁହାଯାଇଛି ଯେ, ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ୯ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା…
ନୂଆଦିଲ୍ଲୀ: ଭାରତ ସରକାର ଡିସେମ୍ବର ୨୦୧୯ ରେ ସଂସଦରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ପ୍ରଣୟନ କରିଥିଲେ। ସଂସଦର ମିଳିତ କମିଟିରେ ବିଚାର ପାଇଁ ଏହି ବିଲ୍ ପଠାଯାଇଥିଲା। ମିଳିତ କମିଟିର ପରାମର୍ଶ ପରେ ବାଚସ୍ପତିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା। ହିତାଧିକାରୀ ଏବଂ ବିଭିନ୍ନ ଏଜେନ୍ସିଙ୍କ ମତାମତକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୨ ରେ ଏହି ବିଲ୍ କୁ ପ୍ରତ୍ୟାହାର କରାଯାଇଥିଲା। ନଭେମ୍ବର ୧୮ ତାରିଖ ୨୦୨୨ ରେ ସରକାର ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍ ନାମକ ଏକ ନୂତନ ଡ୍ରାଫ୍ଟ ବିଲ୍ ପ୍ରକାଶ କରିଥିଲେ ଏବଂ ଏହି ଡ୍ରାଫ୍ଟ ଉପରେ ଜନ ପରାମର୍ଶ ଆରମ୍ଭ କରିଥିଲେ। ଏହି ବିଷୟ ସମ୍ବନ୍ଧରେ ଏକ ବ୍ୟାପକ ଏବଂ ବିସ୍ତୃତ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ମୁଖ୍ୟାଂଶ ଗୁଡ଼ିକ ହେଉଛି: – ଜନସାଧାରଣଙ୍କ ଠାରୁ, ୨୧,୬୬୬ ମନ୍ତବ୍ୟ ଗ୍ରହଣ କରାଯାଇଥିଲା। – ୪୬ ଟି ଵୃତ୍ତଖଣ୍ଡ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟାହ୍ନରେ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଏସଇବିସି ସର୍ଭେ ଭାଲୁଏସନ ପରଖିଥିଲେ। ଏହାପରେ ଜିଲ୍ଲାପାଳ ଆଙ୍କୁଲାସ୍ଥିତ ୫-ଟି ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଏହାକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଜିଲ୍ଲାପାଳ ବାଣପୁର ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସଭାଗୃହ ପରିଦର୍ଶନ କରିଥିଲେ। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ତାହାକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ବର୍ଷାଜଳ ନିଷ୍କାସନ ପାଇଁ କିପରି ଶୀଘ୍ର ଡ୍ରେନେଜ ନିର୍ମାଣ କରିହେବ ତାହା ଉପରେ ଗୁରୁତ୍ୱ…
ଭୁବନେଶ୍ବର: ସାବିତ୍ରୀ ବାଈ ଫୂଲେ ବିଶ୍ଵବିଦ୍ୟାଳୟ ପୁନେ ରେ ଓଡ଼ିଆ ଝିଅ ସୁହାନି ସୃଜନିକା ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଭୁବନେଶ୍ୱର ର ଉଦୟଗିରି ବିହାର ସ୍ଥିତ ସୂର୍ଯ୍ୟମଣି ଓ ଆର୍ୟବାଲା ରାଉତ ଙ୍କ ସୁପୁତ୍ରି ସୁହାନି ରେଭେନ୍ସା ବିଶବବିଦ୍ୟାଳୟରୁ ଭୂବିଜ୍ଞାନ ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଉଚ୍ଚ ଅଧ୍ୟୟନ ପାଇଁ ପୁନେ ସ୍ଥିତ ସାବିତ୍ରୀ ବାଈ ଫୁଲେ ବିଶ୍ଵବିଦ୍ୟାଳୟ ରେ ଅଧ୍ୟୟନ କରି ଭୂବିଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ଵବିଦ୍ୟାଳୟ ର କୁଳାଧିପତି ତଥା ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମେଶ ବେଶ୍ ଙ୍କ ଠାରୁ ସ୍ଵର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଭବ୍ୟ ସମାରୋହରେ ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ, ମୁଖ୍ୟ ଶାସନ ସଚିବ ଡ. ରାଜେଶ୍ ଗୋଖେଲେ ଓ ବିଶ୍ବବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସୁରେଶ ଗୋସାବି ପ୍ରମୁଖ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଆଠଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସୁପର -୧୦ ପାଇଁ ଅବଶିଷ୍ଟ ୨ ଟି ସ୍ଥାନ ଲାଗି ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଶ୍ରୀଲଙ୍କା ଦଳ ମୁଖ୍ୟ ଇଭେଣ୍ଟ ପାଇଁ ନିଜର ସ୍ଥାନ ନିଶ୍ଚିତ କରିସାରିଛି। ବର୍ତ୍ତମାନ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଲଢେଇ ହୋଇପାରେ। ଦିନିକିଆ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ୬ ଟି ଦଳ ସୁପର ସିକ୍ସରେ ପହଞ୍ଚିବାରେ ସଫଳ ହୋଇଥିଲେ। ଏଥିରେ ଓମାନ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମେ ଦୌଡରୁ ବାଦ ପଡିଥିବାବେଳେ ଜିମ୍ବାୱେର ଦିନିକିଆ ବିଶ୍ୱକପ୍ରେ ପହଞ୍ଚିବାର ସ୍ୱପ୍ନ ସ୍କଟଲ୍ୟାଣ୍ଡ ବିପକ୍ଷରେ ୩୧ ରନ୍ ପରାଜୟ ପରେ ଧ୍ୱଂସ ହୋଇଯାଇଥିଲା। ଅବଶିଷ୍ଟ ଗୋଟିଏ…
ନିରାକାରପୁର: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳ ହଜ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଘରର ଝରକା ତାଡି ଲୁଟ ହୋଇଛି। କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଦୁହେଁ ବରିଷ୍ଠ ନାଗରିକ। ଦୁହେଁ ଘରେ ଶୋଇଥିଲା ବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି ଲୁଟିନେଇଛନ୍ତି। ଲୁଟେରା ମାନେ ଘରର ଝରକା ତାଡି ଘର ଭିତରେ ପଶି ଗଦରେଜ ଆଲମାରୀ ଓ ଟ୍ରଙ୍କ ବାକ୍ସ ଭାଗିଂ ସୁନାରୂପା ଅଳଙ୍କାର ସହିତ ଟଙ୍କା ଲୁଟିନେଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ ଆସି ପହଞ୍ଚି ତଦନ୍ତ କଲେ କିଛି ସୁରାକ ମିଳି ପାରିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।ନିରାକାରପୁର ପୋଲିସର ଢିଲା ପାଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମର ଲବ ସ୍ଵାଇଁ ନାମରେ ଜଣେ ଯୁବକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ନିମଖଣ୍ଡି ଥାନା ପୋଲିସ ପୋକ୍ସ ଆଇନ ଅନୁଯାୟୀ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ନାବାଳିକା ଗାଁ ର ଗୋଟିଏ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଲବ ମୋବାଇଲ ଫୋନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଇବାକୁ କହି ଘର ଛାତ ଉପରକୁ ନେଇ କୌଶଳ କ୍ରମେ ଦୁଷ୍କର୍ମ କରିଥିଲା। ଏହି ବିଷୟରେ ନାବାଳିକା ଜଣକ ତାଙ୍କ ମାଁ କୁ କହିବାରୁ ମାଁ ପୋଲିସରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

