ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି। ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତଦନୁଯାୟୀ ୫-ଟି ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବର୍ତ୍ତମାନ L&T ଦ୍ୱାରା ଚାରି ଗୋଟି କ୍ଲିନିକାଲ ବ୍ଲକ ଓ NCC ଦ୍ୱାରା ୧୩ ଟି ଆବାସିକ…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି। ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇ ପାରିବେ। ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା। ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇ .ଟି ଓ ଆଇ .ଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି। ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇ .ଟି .…
ରାୟପୁର: ଆଜି ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତେ କପଡା, କାଗଜ, ଝୋଟ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଜାରିକରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ବର୍ତମାନ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦ୍ୟୁଷଣ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି। ଆମେ ସମସ୍ତେ ମିଳିତ ଭାବରେ ଏହା ଉପରେ ସଚେତନ ହେବା ସହିତ ଏହାର ଉପଯୋଗକୁ କମାଇବା ଏବଂ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରି କରିବା। ଯେତେବେଳେ ଆମର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ବଜାର, ହାଟି ସ୍ଥାନକୁ ଗଲାବେଳେ କପଡା ଓ ଝୋଟ…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି। ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ। ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍ୱର୍କରେ ଅଛନ୍ତି ଏବଂ ଇଂଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି। ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି। ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି। ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ। ଇଂଟରନେଟରେ କାର୍ଯ୍ୟ କରୁଥିବା…
ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଆଞ୍ଚଳିକ ଆଣ୍ଟି ଡୋପିଙ୍ଗ ପ୍ରତିଷ୍ଠାନ (ସାରାଡୋ) ସହିତ ଭାରତର ଜାତୀୟ ଆଣ୍ଟି ଡୋପିଙ୍ଗ ସଂସ୍ଥା (ନାଡା) ଆଜି ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆନ୍ତର୍ଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। କ୍ରୀଡା କ୍ଷେତ୍ରରେ ନିଶା ଔଷଧର ବ୍ୟବହାରକୁ ରୋକିବା ସହିତ ଏ ସଂକ୍ରାନ୍ତ ଆର୍ନ୍ତଜାତିକ ଆନ୍ଦୋଳନକୁ ସୁଦୃଢ କରିବାକୁ ଏହି ବୁଝାମଣାପତ୍ର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି। ‘ସାରୋଡୋ’ରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି। ଏହି ବୁଝାମଣା ସ୍ୱାକ୍ଷର ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ତଥା ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚର୍ତୁବେଦୀ, ସାରୋଡୋ ସଚିବାଳୟ ଓ ଏହାର ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧିଗଣ ଉପସ୍ଥିତ ଥିଲେ। ଏହି ବୁଝାମଣା ଦ୍ୱାରା କ୍ରୀଡା କ୍ଷେତ୍ରରେ…
ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ। ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ – ଯୋଗଦାନ ରିପୋର୍ଟ, ଅଡିଟ୍ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ ଆୟୋଗ ଏକ ନୂଆ ୱେବ ପୋର୍ଟାଲ (https://iems.eci.gov.in/) ର ଶୁଭାରମ୍ଭ କରିଛନ୍ତି। ଫଳରେ ଅଲାଇନ୍ ରିପୋର୍ଟ ଦାଖଲ ସହଜ ହୋଇପାରିବ। ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଏବଂ ବିଗତ କିଛି ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ପାରଦର୍ଶିତା ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁରୂପ ରାଜନୈତିକ ଦଳମାନଙ୍କୁ ଏହି ଆର୍ଥିକ ହିସାବ ନିର୍ବାଚନ ଆୟୋଗ/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବା ଜରୁରୀ। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଦୁଇଟି ଉଦ୍ଦେଶ୍ୟ ନେଇ ଏହି…
ଭୁବନେଶ୍ଵର: ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଯାମିନୀ ଷଡଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହି ଦାୟିତ୍ଵରେ ଥିବା ସଂଗ୍ରାମ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି। ସେହିପରି ସମ୍ବଲପୁର ପୌର ନିଗମର କମିଶନର ଭାବେ ଶ୍ରୀବେଦଭୂଷଣ ନିଯୁକ୍ତି ପାଇଥିବା ବେଳେ ନୃସିଂହ ଚରଣ ସ୍ଵାଇଁଙ୍କୁ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ସମ୍ବନ୍ଧରେ ସାରା ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ଆଇନ ମନ୍ତ୍ରଣାଳୟର ସଂସଦୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଆଇନ ଆୟୋଗ, ଭାରତ ସରକାରଙ୍କ ପ୍ରତିନିଧୀଙ୍କୁ ଡକାଯାଇଥିଲା। ବୈଠକରେ UCC କ’ଣ ଏବଂ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଆଲୋଚନା କରାଯାଇଥିଲା। କମିଟିର ସଦସ୍ୟମାନଙ୍କୁ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା। ବୈଠକରେ କିଏ କିଏ ସାମିଲ ଥିଲେ?: ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ସୁଶୀଲ ମୋଦୀ, ବିଏସପି ସାଂସଦ ମଲୁକ ନାଗର, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ, କଂଗ୍ରେସ ସାଂସଦ ବିବେକ ତନଖା, ବିଜେପି ଲୋକସଭା ସାଂସଦ ରମେଶ ପୋଖରିଆଲ, ବିଜେପି ରାଜ୍ୟସଭା ସାଂସଦ ମହେଶ ଜେଟମାଲାନି ଏବଂ ବିଧି…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବାଲୁଗାଁ ରାସ୍ତାର ମେଘାମ୍ବରୀ ମନ୍ଦିର ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରକାଶ ଥାଉକି ବାଲୁଗାଁ ବିଶ୍ୱାଳ ସାହିର ଚନ୍ଦନ ବେହେରା ନାମକ ଜଣେ ଯୁବକ ନିଜ ମୋଟର ସାଇକେଲରେ ବାଣପୁରରୁ ଘରକୁ ଫେରୁଥିବା ବେଳେ ମେଘାମ୍ବରୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଯାଇଛି। ଗାଡି ଆଗକୁ ଏକ ଛୋଟ ପିଲା ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ଡାକ୍ତରଖାନା ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା କରି ଚନ୍ଦନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିଲାଟିକୁ ବାଣପୁରରେ ଚିକିତ୍ସା ପରେ ଘରକୁ ପଠାଇଦିଆଯାଇଛି। ତେବେ ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।
ସୁଧାକର ମିଶ୍ର ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୩-୨୪ ବର୍ଷ ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଅବଦୁଲ ଆରିଫ୍…
ନୂଆଦିଲ୍ଲୀ: ଚାକିରି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାରର ସମସ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ କମ୍ପାନୀ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ନାମ ଅଭିଯୁକ୍ତ ଭାବରେ ଅନ୍ତର୍ଭୁକ୍ତ ହୋଇଛି। ଜୁଲାଇ ୧୨ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। କୋର୍ଟରେ ସିବିଆଇ କ’ଣ କହିଛି?: ସିବିଆଇ ଅଦାଲତକୁ କହିଛି ଯେ, ପୂର୍ବରୁ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଏହି ମାମଲା ଏକ ଭିନ୍ନ ଅଭିଯୋଗ ପତ୍ର ଦାଖଲ କରାଯାଇଛି। କାରଣ…
ଭୁବନେଶ୍ୱର: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର ସର୍ବୋଚ୍ଚ ଉପାଧି ଏବଂ ଏହି ସମ୍ମାନ ପାଇବାରେ ସାରା ଓଡିଶାରେ ପ୍ରଫେସର ଚୌଧୁରୀ ପ୍ରଥମ। ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ରୋଗ ଉପରେ ଗବେଷଣା କରିବା ସହିତ ନୂତନ ଚିକିତ୍ସା ପଦ୍ଧତିରେ ଶିକ୍ଷା ଲାଭ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିକୁ ରୋକିବା ପାଇଁ ବିରୋଧୀ ଦଳ ଏକାଠି ହେବା ପାଇଁ ପ୍ରୟାସ ଜାରି କରିଛନ୍ତି। ବିରୋଧୀ ଏକତା ମୋର୍ଚ୍ଚାର ପ୍ରଥମ ବୈଠକ ଜୁନ୍ ୨୩ ତାରିଖରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଦ୍ୱିତୀୟ ବୈଠକର ତାରିଖ ଏବଂ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି। ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ଯେ, ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଜୁଲାଇ ୧୭ ଏବଂ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ହୋଇଥିବା ପ୍ରମୁଖ ରାଜନୈତିକ ଅସ୍ଥିରତା ପରେ ବର୍ତ୍ତମାନ ଶିମଲା ବଦଳରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ବୈଠକକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ ଟ୍ୱିଟରରେ ଏହା ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଫାସିଷ୍ଟ ତଥା ଅଗଣତାନ୍ତ୍ରିକ ଶକ୍ତିକୁ ପରାସ୍ତ କରିବା ପାଇଁ ଆମର ନିରନ୍ତର ସଂକଳ୍ପରେ ଆମେ ଛିଡା ହୋଇଛୁ। ଭେନୁଗୋପାଲ ଏକ ଟୁଇଟ୍ରେ କହିଛନ୍ତି…
ଖୋର୍ଦ୍ଧା: ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଜି ମୋଟ ୬୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ ୪୨ ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ ୧୬ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, ୬ ଟି ଅଭିଯୋଗର ସ୍ଥଳ ବିଶେଷରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ ୧ ଜଣଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା ବିଭାସ ରଞ୍ଜନ ପାଣିଗ୍ରାହୀ, ସି . ଡ଼ି ଏମ. ଓ., ଡ଼ ଆର୍ତ୍ତବନ୍ଧୁ ନାୟକ, ଆଶିଷ୍ଟାଣ୍ଟ କଲେକ୍ଟର,…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଓଡିଶା ଜଙ୍ଗଲ ଓ଼ ପରିବେଶ ବିଭାଗର ନିର୍ଦ୍ଦେଶ ଓ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡର ସଂଯୋଜନାରେ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏସିଏଫ ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଏନ ସି ସି ଓ ଏନ ଏସ ଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହାପରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ସମସ୍ତ କ୍ୟାଡେଟ,…
ନୂଆଦିଲ୍ଲୀ: ଆରବିଆଇ ସୂଚନା ଦେଇଛି ଯେ, ମଇ 19, 2023 ରେ 2000 ଟଙ୍କା ପ୍ରତ୍ୟାହାର ଘୋଷଣା ହେବା ପରଠାରୁ, ଜୁନ୍ 30, 2023 ପର୍ଯ୍ୟନ୍ତ, 2.72 ଲକ୍ଷ କୋଟି ଟଙ୍କାର 2000 ନୋଟ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଛି। ଆରବିଆଇ କହିଛି ଯେ, ବର୍ତ୍ତମାନ 84,000 କୋଟି ଟଙ୍କା ମୂଲ୍ୟର 2,000 ଟଙ୍କାର ନୋଟ ଆସିବା ବାକି ଅଛି। ସେପ୍ଟେମ୍ବର 30 ନୋଟ୍ ଜମା କିମ୍ବା ବିନିମୟ ପାଇଁ ଶେଷ ତାରିଖ: ଆରବିଆଇ କହିଛି ଯେ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟ ଅନୁଯାୟୀ, 19 ମଇ 2023 ରୁ ଜୁନ୍ 30, 2023 ପର୍ଯ୍ୟନ୍ତ ମୋଟ 2.72 ଲକ୍ଷ କୋଟି ଟଙ୍କାର 2000 ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିଛି। ଏବଂ ବର୍ତ୍ତମାନ କେବଳ 0.84 ଲକ୍ଷ କୋଟି ଟଙ୍କିଆ ନୋଟ୍ ଅର୍ଥାତ୍ 84,000 କୋଟି ଟଙ୍କା ଆସିବା ବାକି ଅଛି। ସେପ୍ଟେମ୍ବର 30, 2023 ହେଉଛି ଏହି ନୋଟଗୁଡିକ ବିନିମୟ କିମ୍ବା…
ମୁମ୍ବାଇ: ମହାରାଷ୍ଟ୍ରରେ ବଡ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ଘରକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତ ପାଟିଲ ଆଜି ଦାବି କରିଛନ୍ତି ଯେ, କୌଣସି କାରଣ ନକହି ଅଜିତ ପାୱାର ଗତକାଲି ବିଧାୟକଙ୍କ ଦସ୍ତଖତ ନେଇଛନ୍ତି। ଆମେ ତାଙ୍କ ପଦକ୍ଷେପ ସହିତ ସହମତ ନୁହଁ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଦିଲୀପଙ୍କ ବ୍ୟତୀତ, ବିଦ୍ରୋହର ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ହାଜର ହୋଇଥିଲେ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ଆଜି ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ। ବିଦ୍ରୋହୀ ବିଧାୟକଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ: ଏହି ସମୟରେ ଶପଥ ଗ୍ରହଣ କରିଥିବା…
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ପରେ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହି ବିଧାୟକମାନଙ୍କୁ ବରଖାସ୍ତ କରି ଏନସିପିର ମହାରାଷ୍ଟ୍ର ୟୁନିଟ୍ ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଦଳର ପ୍ରତୀକ ବ୍ୟବହାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜୟନ୍ତ ପାଟିଲଙ୍କ ଏହି ନିଷ୍ପତ୍ତି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ମିଳିଛି। ତାଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ଶରଦ ପାୱାର କହିଛନ୍ତି। ଆମେ ଏକ ନୂତନ ସଂଗଠନ ଛିଡା କରିବୁ। ସେ କହିଛନ୍ତି ଯେ, “ସେଥିପାଇଁ ମୁଁ ଚିନ୍ତିତ ନୁହେଁ କାରଣ ଏହା ମୋ ପାଇଁ ଦୁଇ-ତିନିଥର ଘଟିଛି। ରାଜ୍ୟରେ ଆମର ସଂଗଠନ ଶକ୍ତିଶାଳୀ।” ଶରଦ ପାୱାର କହିଛନ୍ତି ଯେ, “ଥରେ ମୁଁ ବିଦେଶ ଗଲା ପରେ ଅନେକ ଲୋକ ଦଳ ଛାଡିଥିଲେ, ମୁଁ ଚିନ୍ତିତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଗତ ଜୁନ ୧୭ ତାରିଖରେ ଗୋଟିଏ ନକଲି ମଦ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ଏହାପରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଚଢ଼ାଉ ବେଳେ ବହୁ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ବୋତଲ ଯୋଗାଉଥିବା ଜନୈକ କବାଡି ଦୋକାନ ବାଲାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି କିଛି ଦିନ ତଳେ ମଦ ତିଆରି କରୁଥିବା ବେପାରୀ ତାରିଣୀ ଜେନାଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ନକଲି ମଦ ତିଆରି ପାଇଁ ସ୍ପିରିଟ, ଲେବଲ୍ ଓ ଅନ୍ୟାନ୍ୟ ସାମଗ୍ରୀ କଲିକତାରୁ ଆଣୁଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଯ’ଦ୍ଵାରା ପୋଲିସ ତାରିଣୀଙ୍କୁ ଧରି କଲିକତା ସହରର ବୁରା ବଜାର ସ୍ଥିତ ସାଗର ଗେଷ୍ଟ୍ ହାଉସରୁ ଉକ୍ତ ସାମଗ୍ରୀ ଯୋଗାଉଥିବା ଦଲାଲ୍…
ନୂଆଦିଲ୍ଲୀ: ଶେଷରେ ଲୋକଙ୍କ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି ଏବଂ ସେମାନେ ମୋଟରୋଲାର 2 ଟି ନୂତନ ସ୍ମାର୍ଟଫୋନର ଝଲକ ପାଇବାକୁ ଯାଉଛନ୍ତି। କମ୍ପାନୀ ଆଜି ଅପରାହ୍ନ 5 ଟାରେ Motorola Razr 40 ସିରିଜ୍ ଲଞ୍ଚ କରିବ। ଏହି ସିରିଜ୍ ଅଧୀନରେ 2 ଟି ସ୍ମାର୍ଟଫୋନ୍ ଲଞ୍ଚ ହେବ ଯେଉଁଥିରେ Motorola Razr 40 ଏବଂ 40 Ultra ଅନ୍ତର୍ଭୁକ୍ତ। ଆପଣ କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଘରେ ବସି ଲଞ୍ଚ ଇଭେଣ୍ଟ ଦେଖିପାରିବେ। ଆପଣ ଉଭୟ ଫୋନରେ କେଉଁ ସ୍ପେକସ ପାଇବେ ଏବଂ ଏହାର ମୂଲ୍ୟ କେତେ ହେବ ଜାଣନ୍ତୁ… Motorola Razr 40 ର ସ୍ପେକସ ଏବଂ ମୂଲ୍ୟ: ଏହି ସ୍ମାର୍ଟଫୋନରେ କମ୍ପାନୀ Snapdragon 7 Gen 1 SoC, 8 ଜିବି ରାମ୍, 256 ଜିବି ଷ୍ଟୋରେଜ୍, 6.9-ଇଞ୍ଚ ଭିତର FHD + AMOLED ଡିସପ୍ଲେ ଏବଂ 1.9-ଇଞ୍ଚ AMOLED ଡିସପ୍ଲେ ପ୍ରଦାନ କରିବ।…
ମୁମ୍ବାଇ: ରବିବାର ଦିନ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ପରେ ଏବେ ଅନୁମାନ କରାଯାଉଛି ଯେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ମଧ୍ୟ ମୋଦୀ ସରକାରରେ ମନ୍ତ୍ରୀ ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ କେହି ଏ ବାବଦରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ଦେଇନାହାଁନ୍ତି। ପ୍ରକାଶ ଯେ, ଶାସକ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱର ଅନେକ ପର୍ଯ୍ୟାୟ ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ମନ୍ତ୍ରୀପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ। ବରିଷ୍ଠ ଏନସିପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମ୍ଭାବ୍ୟ ମନ୍ତ୍ରୀ ଭାବରେ ଦେଖାଯାଉଛି। ପଟେଲଙ୍କୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅତି ନିକଟତର ବିବେଚନା କରାଯାଉଥିଲା କିନ୍ତୁ ସେ ଶରଦଙ୍କୁ ଛାଡି ଅଜିତ ପାୱାରଙ୍କ ସହ ହାତ ମିଳାଇଥିଲେ। ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଆମେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର…

