Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଶିଙ୍ଗେଶ୍ୱର ନିକଟରେ ଏକ ପାର୍କରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ ଜଣେ ଶ୍ରମିକ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ (୬୦) ଦୀର୍ଘ ଦିନ ଧରି ବଡ଼କୁଳରେ ଭଡା ଘରେ ରହିଆସୁଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରିଆସୁଥିଲେ। ପରିବାର କହିଲେ ସ୍ତ୍ରୀ, ତିନି ପୁଅ ବୋହୂ ଓ ନାତି ନାତୁଣୀ। ଆଜି ସକାଳେ କାମକୁ ଆସିଥିବା ବେଳେ କାର୍ଯ୍ୟସ୍ଥଳୀରେ ହଠାତ ଅସୁସ୍ଥତା ଅନୁଭବ କରି ସେଠାରେ ପଡିଯାଇଥିଲେ। ତୁରନ୍ତ ସହଯୋଗୀ ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ଭୁବନେଶ୍ବର: ଗତ ରାତିରେ କେଉଁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ମାନଙ୍କୁଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟୁଇଟ୍ କରି ବେଙ୍ଗାଲୁରୁରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅମିତଙ୍କ ଟ୍ୱିଟକୁ ନେଇ କଂଗ୍ରେସ ନେତାଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା, ଯାହା ପରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ହିନ୍ଦୁ ସଂସ୍କୃତି ଏବଂ ଭାରତ ବିରୋଧରେ ରାହୁଲଙ୍କୁ ଦେଖାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ, ବିଜେପି ନେତା ଅମିତଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଭାଷଣ ବଦଳାଇ ସେ ମିଥ୍ୟା ପ୍ରଚାର କରିଛନ୍ତି। କଂଗ୍ରେସ ନେତା ରମେଶ ବାବୁ ଅମିତ ମାଲଭିୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ କୁହାଯାଇଛି ଯେ, ଟ୍ୱିଟ୍ ହୋଇଥିବା ଭିଡିଓ ସାମାଜିକ ଅନ୍ୟାୟ ବିରୁଦ୍ଧରେ ଅଟେ। ସେ ରାହୁଲ ଗାନ୍ଧୀ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟରେ ଏକ ସମ୍ପର୍କ ଦେଖାଇଛନ୍ତି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ, କଂଗ୍ରେସ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିବା ଓଏସଆରଟିସି ବସ୍ ର ଚାଳକ ମାନସ କୁମାର ପ୍ରଧାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। କମିଶନରେଟ୍ ପୋଲିସ ସହାୟତାରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଠାଇ ଆଣି ଦିଗପହଣ୍ଡି ଥାନାରେ ଜେରା କରିବା ପରେ ମାନସଙ୍କୁ ଗିରଫ କରାଯାଇଛି। ଏବଂ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ରବିବାର ବିଳମ୍ବିତ ରାତିରେ କନ୍ୟା ଯାତ୍ରୀଙ୍କୁ ଧରି ନିକଟସ୍ଥ ଖଣ୍ଡଦେଉଳି ଗ୍ରାମକୁ ଫେରୁଥିବା ମିନି ବସ୍ ସହ ଓଏସଆରଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉକ୍ତ ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହି ଦୁର୍ଘଟଣା ସ୍ଥଳରୁ ଚାଳକ ମାନସ ଫେରାଇ ହୋଇ ଯାଇଥିଲା। ଏବେ ପୋଲିସ ତାଙ୍କୁ ଧରିବାରେ ସଫଳ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଗୁଣ୍ଡିଚା ନଗର ନିକଟରେ କୁନା ଡାକୁଆ ନାମକ ଜଣେ ଯୁବକକୁ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରି ଲୁଟ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚଳାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ଵରେ ଏକ ଟିମ୍ ପୁରୀର ଏକ ହୋଟେଲ ଉପରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା ଏବଂ ପରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ହେଲେ ପିଣ୍ଟୁ ନାହାକ, ରୁଦ୍ର ଡାକୁଆ, କାଳିଆ ସାହୁ ଓ ଅଜୟ ଲେଙ୍କା ବୋଲି ଜଣାପଡିଛି। ଏମାନଙ୍କ ଠାରୁ ପୋଲିସ ଦୁଇଟି ନମ୍ବର ବୀହିନ ମୋଟରସାଇକେଲ,‌ ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା, ୩ ଟି ବୋମା ଓ କିଛି ନଗଦ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ପିଣ୍ଟୁ ନାହାକ ଓ କୁନା ଡାକୁଆ ମିଶି ପୁରୁଣା ଗାଡ଼ି ବ୍ୟବସାୟ…

Read More

ନୂଆଦିଲ୍ଲୀ: ୨୫ ହାଇକୋର୍ଟ ଅଧୀନରେ ୮୧୫ ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯାହା ସମସ୍ତ ହିତାଧିକାରୀଙ୍କୁ କୋର୍ଟର ନାଗରିକ-କେନ୍ଦ୍ରିକ ସେବା ତଥା ମାମଲା ସମ୍ବନ୍ଧୀୟ ସୂଚନାକୁ ସୁବିଧାଜନକ ଭାବରେ ପ୍ରଦାନ କରିବ। ଇ-ସେବା କେନ୍ଦ୍ର ବିଷୟରେ: ଆଇନଜୀବୀ ତଥା ମକଦ୍ଦମାକାରୀଙ୍କୁ ଇ ଫାଇଲ୍ ସେବା ଯୋଗାଇ ଡିଜିଟାଲ୍ ବିଭାଜନକୁ ଦୂର କରିବା ପାଇଁ ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସମସ୍ତ ହାଇକୋର୍ଟ ଏବଂ ଗୋଟିଏ ଜିଲ୍ଲା କୋର୍ଟକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ କଭର କରି ଏହାକୁ ସମସ୍ତ କୋର୍ଟ କମ୍ପ୍ଲେକ୍ସକୁ ବିସ୍ତାର କରିବାକୁ ଯୋଜନା କରାଯାଇଛି। ଓକିଲ କିମ୍ବା ମକଦ୍ଦମାକାରୀଙ୍କୁ ସୁବିଧା କରିବା ଉଦ୍ଦେଶ୍ୟରେ କୋର୍ଟ କମ୍ପ୍ଲେକ୍ସର ପ୍ରବେଶ ପଏଣ୍ଟରେ ଇ-ସେବା କେନ୍ଦ୍ର ସ୍ଥାପନ କରାଯାଉଛି, ଯାହାର ସୂଚନା ଠାରୁ ଆରମ୍ଭ କରି ସୁବିଧା ଏବଂ ଇ ଫାଇଲ୍ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର ସହାୟତା ଆବଶ୍ୟକ, ଏସବୁ ଏଠାରେ ଉପଲବ୍ଧ ହୋଇପାରିବ। ଅକ୍ଟୋବର ୩୦ ତାରିଖ ୨୦୨୦ରେ, ମହାରାଷ୍ଟ୍ରର ନାଗପୁରରେ…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ନେଇ ବିତର୍କ ତୀବ୍ର ହୋଇଛି। ପିଏମ ମୋଦୀଙ୍କ ବିବୃତ୍ତି ପରେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ନାହିଁ ତାହା ଉପରେ ଆଲୋଚନା ଆରମ୍ଭ ହୋଇଛି। ଭୋପାଳରେ ବିଜେପିର ବୁଥ କର୍ମଚାରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯଦି ଗୋଟିଏ ଘରେ ଦୁଇଟି ନିୟମ, ତେବେ ଘର ଚାଲିପାରିବ କି? ଏଭଳି ପରିସ୍ଥିତିରେ ଦେଶ ଏକ ଦୈତ ବ୍ୟବସ୍ଥା ସହିତ କିପରି ଚାଲିବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ପରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିରୋଧୀ ଏହାକୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି। ଏଥି ସହିତ ମୁସଲମାନମାନଙ୍କର ସର୍ବ ବୃହତ ସଂଗଠନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏକ ବୈଠକ ଡାକିଥିଲା, ​​ଯେଉଁଥିରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଦତିୟାରେ ଏକ ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। ଏକ ଅନିୟନ୍ତ୍ରିତ ଟ୍ରକ ନଦୀରେ ଖସିପଡିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ସମସ୍ତ ଲୋକ ଏକ ଟ୍ରକରେ ବିବାହ ଉତ୍ସବରେ ଯୋଗଦେବା ପରେ ଫେରୁଥିଲେ। ସୂଚନାନୁସାରେ, ଏହି ଦୁଃଖଦ ଘଟଣା ଦତିୟାର ଦୁରସାଡା ପୋଲିସ ଷ୍ଟେସନ ଅଞ୍ଚଳର ବୁହାରା ଗ୍ରାମରେ ଘଟିଛି। ସୂଚନା ପାଇବା ମାତ୍ରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ।

Read More

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଓ ଷ୍ଟଲରେ ଜିଓର ଭରଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ ଏବଂ ଜିଓ ଟ୍ରୁ ୫ଜି ସେବାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଜୁନ ୨୧ ରୁ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଜିଓ ଷ୍ଟଲରେ ଜିଓ ଡାଇଭ ର ମଜା ନେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଏଥି ସହିତ ଜିଓ ଟ୍ରୁ ୫ଜି ସେବା ଙ ଏହାର ବ୍ୟବହାରିକ ଉପଯୋଗୀତାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତଗତିରେ ବାସ୍ତବ ୫ଜି ସେବା ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସହର ଏବଂ ୨୦୦ ରୁ ଉର୍ଧ୍ୱ ସହର ଓ ନଗରରେ ଟ୍ରୁ ୫ଜି ସେବା ଶୁଭାରମ୍ଭ କରିସାରିଥିବା…

Read More

ଭୁବନେଶ୍ଵର: ଜୀ-ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’। ଏହି ମେଗା ରିଆଲିଟି ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ’ ପାଇଁ ଅଡିସନ୍…

Read More

ନୂଆଦିଲ୍ଲୀ: ଭାରତ ନିକଟରେ ପ୍ରାଣୀ ସମ୍ପଦ ଏବଂ କୁକ୍କୁଟ ପାଳନର ବିଶାଳ ସମ୍ପଦ ରହିଛି ଯାହା ଗ୍ରାମୀଣ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରାଣୀସମ୍ପଦ ଜୀବିକାର୍ଜ୍ଜନର ଏକ ମହତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହା ଆୟ ବୃଦ୍ଧିରେ ସହାୟକ ହୋଇଥାଏ ତଥା ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ। ପ୍ରାଣୀପାଳନ ମାଧ୍ୟମରେ କୃଷି କ୍ଷେତ୍ରରେ ବିବିଧତା ଗ୍ରାମୀଣ ଆୟ ବୃଦ୍ଧିର ପ୍ରମୁଖ ବାହକ ମଧ୍ୟରୁ ଅନ୍ୟତମ। କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ପ୍ରାଣୀପାଳନ ଏବଂ ଡାଏରୀ ବିଭାଗ ସବୁ ସ୍ତରରେ ପ୍ରାଣୀ ଉତ୍ପାଦକତାରେ ସୁଧାର ଆଣିବା ଲାଗି ବିଗତ ନଅ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଉତ୍ପାଦକତାରେ ବୃଦ୍ଧି ଫଳରେ ଘରୋଇ ବଜାର ଏବଂ ରପ୍ତାନି ବଜାର ପାଇଁ ଅଧିକ ଦୁଗ୍ଧ, ମାଂସ ଏବଂ ପ୍ରାଣୀସମ୍ପଦ ଉତ୍ପାଦର ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟତା ମିଳିବ। ବିଭାଗ ପକ୍ଷରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀଙ୍କ ସହ ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତଥା ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ସମୀକ୍ଷା କରିଛନ୍ତି। ବେସ୍ କ୍ୟାମ୍ପରେ ଏବଂ ଯାତ୍ରା ପଥରେ ଦିଆଯାଉଥିବା ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଜାମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ତଥା ଚିକିତ୍ସା ସେବା ଯୋଗାଇ ଦିଆଯାଉ ଯାହା ଦ୍ୱାରା କଠିନ ଯାତ୍ରା ସମୟରେ ସେମାନେ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ସମୟରେ ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଭୌଗୋଳିକ ଆହ୍ୱାନ, ବିଶେଷକରି ଉଚ୍ଚତା…

Read More

ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Read More

ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସ ଏକ ବଡ ଡକାୟତ ଯୋଜନାକୁ ପଣ୍ଡ କରିବା ସହ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିପୁ ପାଇକରାୟ, ମୋହମ୍ମଦ ଖାନ ଓ ଫାରୁକ ଖାନ। ସମସ୍ତଙ୍କ ଘର ଟାଉନ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଖବର ମୁତାବକ ଟାଉନ ଥାନା ଅନ୍ତର୍ଗତ ମୋଦି ଗୋଶାଳା ପଡିଆରେ ଆଜି ବଡି ଭୋରରେ ଉକ୍ତ ପାଞ୍ଚ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବାର ଖବର ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ମାନଙ୍କୁ ମାଡି ବସିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇ ଗୋଟି ଖଣ୍ଡା ଓ ଦୁଇ ଗୋଟି ଆଇରନ ରଡ଼ ଜବତ କରିଛି ପୋଲିସ। ଅଭିଯୁକ୍ତମାନେ ବିଳମ୍ବିତ ରାତ୍ରିରେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକରୁ ଲୁଟ ଯୋଜନା କରୁଥିଲେ। ତେବେ…

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି୨୦୨୦ ବ୍ୟାଚ୍  ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି  ଉଦଘାଟନ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବାପାଇଁ ଯୋଗ ଦେଇଥିବା ଏହି ୧୨୯ ଜଣ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ୍ – ୨୦୨୦ ବ୍ୟାଚ୍ ଏବଂ ଜଣେ ଓଏଏସ୍- ୨୦୧୮ ବ୍ୟାଚ୍ ର ଅଟନ୍ତି।  ଏହି ବ୍ୟାଚ୍ ରେ ୫୬ ଜଣ ମହିଳା ଓ ୭୩ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି। ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ୍ ୨୬.୦୬.୨୦୨୩ରୁ ୨୪.୧୧.୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଓଏଏସ୍ ପ୍ରୋବେସନରମାନଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ୍ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।  ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି। ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ଦୀପକ ପ୍ରଧାନ (୨୫)। ଦୀପକଙ୍କୁ ଗୁରୁତର ଅବସ୍ଥାରେ ଗମ୍ଭାରୀମୁଣ୍ଡା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ନାଚୁଣୀ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ନାଚୁଣୀ ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପକଙ୍କ ପରିବାର ବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୀପକଙ୍କ ସହିତ ତାଙ୍କ ଖୁଡିଙ୍କ ଅନୈତିକ ସମ୍ପର୍କ ଥିବାବେଳେ ଗତ ୧୮ ତାରିଖରେ ୩୦ ହଜାର ଟଙ୍କା ନେଇ ବିଦେଶ ଯିବାକୁ କହି ଘରୁ ଆସିଥିଲେ। କିନ୍ତୁ ବିଦେଶ ନ ଯାଇ ବାଣପୁର ଥାନା ଅନ୍ତର୍ଗତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନ୍ଦିର ଦୁଇଦିନ ଧରି ଜଳବନ୍ଦୀରେ ରହିଥିବା ଜଣାପଡିଛି। ଠାକୁର ରାଧାମୋହନ ଦେବଙ୍କ ମନ୍ଦିର ଭିତରେ ଆଣ୍ଠୁଏ ଉଚ୍ଚରେ ଜଳ। ତତସହିତ ଗ୍ରାମରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଏପରିକି ନାଳ ନର୍ଦ୍ଦମା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି। ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ସମାଧାନ ପାଇଁ ଗ୍ରାମବାସୀ ତହସିଲଦାର ଓ ବାଣପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆଜି ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମନ୍ଦିର ନିକଟରେ ପହଞ୍ଚି ସ୍ଥିତି ପରଖିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଘଟଣାରୁ ପ୍ରକାଶ ନରେନ୍ଦ୍ରପୁର ଗ୍ରାମ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଏକ ଶଙ୍ଖ ଅଛି। ଶଙ୍ଖରେ ଏକର ଏକର ଜମିର ବର୍ଷାଜଳ ଦୀର୍ଘବର୍ଷ ଧରି ନିଷ୍କାସନ ହୁଏ।  ବର୍ଷାଜଳ ନିଷ୍କାସନର ସୁବିଧା ପାଇଁ ବ୍ଲକ ଅନୁଦାନରେ ଗ୍ରାମବାସୀ ଶଙ୍ଖ…

Read More

ନୂଆଦିଲ୍ଲୀ: କ୍ରିକେଟ୍ ର ସବୁଠାରୁ ବଡ ମହାକୁମ୍ଭ ତଥା ଦିନିକିଆ ବିଶ୍ୱକପ୍ ର କାର୍ଯ୍ୟସୂଚୀ ଆଇସିସି ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏଥି ସହିତ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଖେଳିବ। ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ପରେ ଆସିଛି। ସେ କ’ଣ କହିଛନ୍ତି ଜାଣନ୍ତୁ… ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, “ଘରେ ବିଶ୍ୱକପ ଖେଳିବା ଏକ ବଡ଼ ଅନୁଭୂତି ହେବ। ୧୨ ବର୍ଷ ପୂର୍ବେ ଭାରତ ଏଠାରେ ଜିତିଥିଲା। ଖେଳ ବର୍ତ୍ତମାନ ବଦଳିଥିବାରୁ ଏହି ବିଶ୍ୱକପ୍ ଅତ୍ୟନ୍ତ ପ୍ରତିଯୋଗୀ ହେବାକୁ ଯାଉଛି। ଆମେ ଅକ୍ଟୋବର ଏବଂ ନଭେମ୍ବରରେ ଭଲ ପ୍ରସ୍ତୁତି କରିବାକୁ ଅପେକ୍ଷା କରିଛୁ। ” ବିଶ୍ୱକପ୍-୨୦୨୩ ରେ ଭାରତର ମ୍ୟାଚ୍ ସୂଚୀ: ଅକ୍ଟୋବର ୮…

Read More

କଲିକତା: ଖରାପ ପାଗ ହେତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ସିଲିଗୁଡି ନିକଟ ସେଭୋକ ଏୟାରବେସରେ ଅବତରଣ କରାଯାଇଥିଲା। ଏହି ସମୟରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଗୋଡ ଓ ପିଠିରେ ଆଘାତ ଲାଗିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏସଏସକେ ହସ୍ପିଟାଲକୁ ନିଆଯାଇଛି, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସେ ଚାଲିବାରେ ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ସେ ଚକ ଚେୟାର ନେବାକୁ ମନା କରିଦେଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜଲପାଇଗୁଡିରେ ହେବାକୁ ଥିବା ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ପରେ ମମତା ବାନାର୍ଜୀ ବାଗଡୋଗ୍ରା ବିମାନବନ୍ଦରକୁ ଯାଉଥିଲେ। ତା’ପରେ ବୈକୁଣ୍ଠପୁରର ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ତାଙ୍କ ହେଲିକପ୍ଟର ଖରାପ ପାଣିପାଗ ଅଞ୍ଚଳରେ ପହଞ୍ଚିଥିଲା। ଏହା ପରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା। ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ହେତୁ ପାଇଲଟ୍ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି…

Read More