Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ
ଆଞ୍ଚଳିକ

ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

June 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ଦୀପକ ପ୍ରଧାନ (୨୫)। ଦୀପକଙ୍କୁ ଗୁରୁତର ଅବସ୍ଥାରେ ଗମ୍ଭାରୀମୁଣ୍ଡା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ନାଚୁଣୀ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପକଙ୍କ ପରିବାର ବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୀପକଙ୍କ ସହିତ ତାଙ୍କ ଖୁଡିଙ୍କ ଅନୈତିକ ସମ୍ପର୍କ ଥିବାବେଳେ ଗତ ୧୮ ତାରିଖରେ ୩୦ ହଜାର ଟଙ୍କା ନେଇ ବିଦେଶ ଯିବାକୁ କହି ଘରୁ ଆସିଥିଲେ। କିନ୍ତୁ ବିଦେଶ ନ ଯାଇ ବାଣପୁର ଥାନା ଅନ୍ତର୍ଗତ ଖୁଡିଙ୍କ ବାପଘର ମେଘାମ୍ବରୀ ପାଟଣା ଠାରେ ରହୁଥିଲେ।

ପରିବାର ଲୋକ ଏହା ଜାଣିପାରି ସେଠାରୁ ନେବାକୁ ଆସିଥିଲା ବେଳେ ଖୁଡି ଓ ତାଙ୍କ ବାପଘର ଲୋକ ଘରେ ନ ଥିବା କହି ତାଙ୍କ ସାଥିରେ ଗଣ୍ଡଗୋଳ କରିଥିଲେ। ଏବଂ ସେଠାରୁ ତାଙ୍କୁ ଲୁଚେଇବା ପାଇଁ ବାଲୁଗାଁ ଥାନା ଅନ୍ତର୍ଗତ ରାମପୁରରେ ଖୁଡିଙ୍କ ଭଉଣୀ ଘରକୁ ନେଇଯାଇଥିଲେ। ଗତକାଲି ପରିବରଲୋକଙ୍କୁ ଖୁଡିଙ୍କ ଭଉଣୀ ଖବର ଦେଇଥିଲେ କି ଦୀପକ ବିଷ ଖାଇ ଦେଇଥିବାରୁ ତାଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଅଣାଯାଇଛି।

ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭୁବନେଶ୍ୱର ନ ନେଇ ଆମ୍ଭ ଗ୍ରାମକୁ ଆଣି ଶୀଘ୍ର ଡାକ୍ତରଖାନା ନେବାକୁ କହିଥିଲେ।  ଦୀପକଙ୍କୁ ଗମ୍ଭୀରୀମୁଣ୍ଡା ମେଡିକାଲ ନେବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେଣୁ ମୋର ଭାଇକୁ ଖୁଡି ବିଷ ଦେଇ ମାରିଦେଇଥିବା ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଦୀପକଙ୍କ ଭାଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହା ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବାରୁ ତାଙ୍କୁ ବାଲୁଗାଁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ବାଣପୁର ପୋଲିସ।

ନାଚୁଣୀ ଥାନା ବାଣପୁର ସନ୍ଦେହଜନକ ମୃତ୍ୟୁ ସାଙ୍ଘାତିକ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026
Latest News

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.